ଡ୍ରୱେର ଚେକ୍ ଯିଏ ଦିଅନ୍ତି ତାଙ୍କୁ ଡ୍ରଵେର ଯିଏ ପାଆନ୍ତି ତାଙ୍କୁ Payee ଓ ଯେଉଁ ବ୍ୟାଙ୍କର ଚେକ୍ ଦିଆଯାଏ ସେହି ବ୍ୟାଙ୍କକୁ Drawer ବ୍ୟାଙ୍କ କୁହାଯାଏ । ଚେକ୍ ଯେଉଁ ଦିନ ଦିଆଯାଏ ତାର ଛଅ ମାସ କିମ୍ବା ବ୍ୟାଙ୍କ ଦ୍ଵାରା ଦିନ ଧାର୍ଯ୍ୟ ହୋଇଥିଲେ ତା ମଧ୍ୟରେ ବ୍ୟାଙ୍କରେ ଜମା କରିବାକୁ ହୁଏ । ଏହି ସମୟ ମଧ୍ୟରେ ନ ଦେଲେ ଚେକ୍ ଟି ଅକାମୀ ହୋଇଯାଏ । ବ୍ୟାଙ୍କ ଆକାଉଣ୍ଟ ଯଦି Drawer ଙ୍କର ବ୍ୟାଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ପଇସା ନଥାଏ, ବା ସେ ଚେକ୍ ପ୍ରଦାନକାରୀଙ୍କୁ ଦେବା ପାଇଁ ବ୍ୟାଙ୍କରୁ ମନା କରିଥାନ୍ତି ବା ଚେକ୍ ଦେଲା ପରେ ନିଜ ଆକାଉଣ୍ଟ ବନ୍ଦ କରି ଦେଇଥାନ୍ତି ବା ଅନ୍ୟ କୌଣସି କାରଣରୁ Payee ଚେକ୍ ରୁ ପଇସା ପାଇଅପାରନ୍ତି ନାହିଁ, ତେବେ Drawer Negotiable Instrument ଆଇନ୍, ୧୮୮୧ର ଧାରା ୧୩୮ ଅନୁଯାୟୀ ୨ ବର୍ଷ ଯାଏ ଜେଲ୍ ଦଣ୍ଡ ତଥା ଚେକ୍ ର ଦୁଇଗୁଣ ମୂଲ୍ୟ ଜୋରିମାନା ଦେବା ପାଇଁ ଆଇନ୍ ଅନୁଯାୟୀ ଦାୟୀ ରୁହନ୍ତି । ଥରେ ଚେକ୍ ଦେଲେ ଏହା କୌଣସି ଋଣ ବା ବକେୟା ଦେୟ ବାବଦରେ ହିଁ ଦିଆଯାଇଅଛି ବୋଲି ଆଇନ୍ ଅନୁସାରେ ଧରି ନିଆଯାଏ । ରେଜିସ୍ଟର୍ଡ ପୋଷ୍ଟ A/D ଚେକ୍ ଟିଏ ଉପରୋକ୍ତ କାରଣମାନ ଯୋଗୁଁ ଟଙ୍କା ଦିଆଯାଇପାରିବ ନାହିଁ ବୋଲି ବ୍ୟାଙ୍କ ଜଣାଇବାର ୩୦ ଦିନ ଭିତରେ Drawer ଙ୍କୁ Payee ଙ୍କ ଦ୍ଵାରା Registered Post A/D ରେ ‘ନୋଟିସ୍’ ଦେବାକୁ ହୁଏ । ନୋଟିସ୍ ପାଇବାର ୧୫ ଦିନ ଭିତରେ Drawer ପଇସା ନଦେଲେ ତାର ଏକମାସ ମଧ୍ୟରେ କୋର୍ଟରେ କମ୍ପ୍ଲେନ୍ କେଶ୍ କରିବାକୁ ହୋଇଥାଏ । ଉପରୋକ୍ତ ସମୟ ଠିକ୍ ଭାବରେ ଅନୁକରଣ କରିବା ଜରୁରୀ, ନଚେତ୍ କେଶ୍ ଗ୍ରହଣୀୟ ହୁଏ ନାହିଁ । ୬ମାସ ସମୟ ଉପରୋକ୍ତ ସମୟ ମଧ୍ୟରେ ନୋଟିସ୍ ନ ଦେଇ ପାରିଲେ ବା କେଶ୍ ନ କରିପାରିଲେ ଯଦି ଚେକ୍ ଦେବାର ୬ମାସ ସମୟ ଥାଏ, ତେବେ ଆଉ ଥରେ ଚେକ୍ ଟି ବ୍ୟାଙ୍କରେ ଜମା କରି ପୁନଶ୍ଚ Bounce କରାଇ ଧାର୍ଯ୍ୟ ସମୟ ମଧ୍ୟରେ ନୋଟିସ୍ ଦିଆଯାଇପାରିବ । ଏଠାରେ ସ୍ପଷ୍ଟ କରାଯାଇଛି ଯେ ଚେକ୍ ଟି ୬ମାସ ମଧ୍ୟରେ ଏକାଧିକ ଥର ବ୍ୟାଙ୍କରେ ଜମା କରାଯାଇପାରେ । ଚେକ୍ ବାଉନ୍ସ ଚେକ୍ ବାଉନ୍ସ କେଶ୍ ନିମ୍ନଲିଖିତ ଯେକୌଣସି ଗୋଟିଏ ଜାଗାରେ କରାଯାଇପାରେ – ଯେଉଁ ଜାଗାରେ ଚେକ୍ ରେ Drawer ଦସ୍ତଖତ କରିଛନ୍ତି । ଯେଉଁ ଜାଗାରେ ଚେକ୍ ଟି ବ୍ୟାଙ୍କରେ ଜମା କରାଗଲା । ଯେଉଁ ଜାଗାରେ ଚେକ୍ ଟି Dishonour ହେଲା । ଉଦାହରଣ ସ୍ୱରୂପ ‘A’ ଗୋଟିଏ ଚେକ୍ ‘B’ ଙ୍କୁ ଭୁବନେଶ୍ଵରରେ ଦେଲେ । ‘B’ ଏହା ନିଜ କଟକସ୍ଥିତ ବ୍ୟାଙ୍କରେ ଜମା କଲେ । ଚେକ୍ ଟି କଟକ ବ୍ୟାଙ୍କ ‘A’ ଙ୍କର ବ୍ୟାଙ୍କ ଯାହା ପୁରୀରେ ଅବସ୍ଥିତ ସେଠାକୁ Clearance ପାଇଁ ପଠାଇଲେ, ପୁରୀ ବ୍ୟାଙ୍କ ‘A’ ଙ୍କର ଆକାଉଣ୍ଟରେ ପର୍ଯ୍ୟାପ୍ତ ପଇସା ନଥିବାରୁ ଚେକ୍ ରେ ପଇସା ଦେଲେ ନାହିଁ । ଏହି କଥା ‘B’ ଙ୍କ ବ୍ୟାଙ୍କ ତାଙ୍କ ଠିକଣାରେ ତାଙ୍କୁ ବ୍ରହ୍ମପୁରକୁ ଜଣାଇ ଦେଲେ । ଚେକ୍ Bounce କେଶ୍ ଟି ଭୁବନେଶ୍ଵର,କଟକ, ପୁରୀ ବା ବ୍ରହ୍ମପୁର ଯେକୌଣସି ଗୋଟିଏ ଜାଗାରେ କରାଯାଇପାରିବ । ଅଧିକ ସୁରକ୍ଷା ଚେକ୍ ନବା ସମୟରେ ଅଧିକ ସୁରକ୍ଷା ପାଇଁ Drawer ନିଜ ହାତ ଲେଖା Stamp Paper ବା ସାଧା କାଗଜରେ ଏହି ଚେକ୍ (ନମ୍ବର, ତାରିଖ ମୂଲ୍ୟ ସହିତ) ସେ ନିଜ ଭବିଷ୍ୟତରେ Drawer ତାଙ୍କ ଚେକ୍ ବହି ହଜିଯାଇଥିଲା ବା Payee ଚୋରୀ ଭବିଷ୍ୟତରେ Drawer ତାଙ୍କ ଚେକ୍ ବହି ହଜିଯାଇଥିଲା ବା Payee ଚୋରୀ କରିନେଇଛନ୍ତି ଏପରି କଥା କହିପାରିବେ ନାହିଁ । ଚେକ୍ ରେ ପେଏ ଚେକ୍ ରେ Payee ଙ୍କ ନାମ, ତାରିଖ ତଥା ମୂଲ୍ୟ Drawer ନିଜେ ପୂରଣ କରିବେ । ଏହା ସେ ଦସ୍ତଖତ କରୁଥିବା କଲମରେ ହିଁ ପୂରଣ କରିବା ଜରୁରୀ । ଏହା ସେ ଦସ୍ତଖତ କରୁଥିବା କଲମରେ ହିଁ ପୂରଣ କରିବା ଜରୁରୀ । ଉପରୋକ୍ତ ସାବଧାନତା ଅବଲମ୍ବନ କଲେ ଚେକ୍ କେଶ୍ ରେ ଅସୁବିଧା ହେବ ନାହିଁ । ଧୂର୍ତ୍ତ ଚେକ୍ ପ୍ରଦାନକାରୀ ବ୍ୟକ୍ତିଙ୍କ ଠାରୁ ରକ୍ଷା ମିଳେ । ଆଧାର - ଓଡିଶା ଆଇନ ସମୀକ୍ଷା