ଉପକ୍ରମ ଯଦି କୌଣସି ଫୌଜଦାରୀ ଘଟଣା ଘଟେ, ତେବେ ଆପଣ ସେ ସମ୍ପର୍କରେ ଥାନାରେ ଏତଲା କରିପାରିବେ। ତାହା ପୋଲିସ୍ ଧର୍ତ୍ତବ୍ୟ କେଶ୍ ହୋଇଥିଲେ ପୋଲିସ୍ ଏତଲା ଗ୍ରହଣ କରି ଆପଣଙ୍କୁ ସାଙ୍ଗେ ସାଙ୍ଗେ ଏତଲାର କପି ପ୍ରଦାନ କରିବେ। ପୋଲିସ୍ ଏତଲାର କପି ପ୍ରଦାନ ନ କଲେ, ଜାଣିବେ ଯେ ପୋଲିସ୍ ଏତଲା କରୁନାହିଁ । ଏଭଳି କ୍ଷେତ୍ରରେ ଆପଣ ଜିଲ୍ଲାର ପୋଲିସ୍ ଏସ୍.ପିଙ୍କୁ ରେଜେଷ୍ଟ୍ରି ଚିଠି ଦ୍ଵାରା ଏତଲାର କପି ପଠାଇବେ । ଏସ୍.ପି. କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆପଣ କଚେରୀକୁ ଯାଇ କେଶ୍ ଦାୟର କରିପାରିବେ । ଆପଣ କୋର୍ଟରେ ଉପରୋକ୍ତ ସମସ୍ତ କଥା ଜଣାଇ କମ୍ପ୍ଳେନ୍ କେଶ୍ କରିପାରିବେ । ପୁନଶ୍ଚ ଜାଣି ରଖନ୍ତୁ ଯେ ଆପଣ ଆଦୌ ଥାନାରେ ଏତଲା ଣ କରି ବା ଏସ୍.ପି.ଙ୍କୁ ଣ ଜଣାଇ ସିଧାସଳଖ ମଧ୍ୟ କୋର୍ଟରେ କମ୍ପ୍ଳେନ୍ କେଶ୍ କରିପାରିବେ । ଆଉ ଗୋଟିଏ ଉପାୟ ହେଲା । ଆପଣ କମ୍ପ୍ଳେନ୍ କେଶ୍ କରିବାର ଅସୁବିଧା ଥିଲେ, କେଶ୍ ସମ୍ପର୍କିତ ଘଟଣା ବର୍ଣ୍ଣନା କରି ସ୍ଥାନୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଙ୍କୁ ପତ୍ର ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାର୍ଥନା କରିପାରିବେ । କୋର୍ଟ ଆପଣଙ୍କର ଏଭଳି ପତ୍ର ପାଇଁ ନିଜେ କାର୍ଯ୍ୟାନୁଷ୍ଠାନ କରିପାରିବେ ଅଥବା ପୋଲିସ୍ ଙ୍କୁ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ନିର୍ଦ୍ଦେଶ ଦେଇପାରିବେ। ନିଜର ସୁବିଧା ପାଇଁ ନିମ୍ନଲିଖିତ କେତେକ ଜରୁରୀ ଆଇନ୍ ଜାଣନ୍ତୁ :- ଧାରା ୧୯୦ ସି.ଆର୍.ପି.ସି. ଯଦି କୌଣସି ଫୌଜଦାରୀ ଘଟଣା ଘଟେ, ତେବେ ଆପଣ ସେ ସମ୍ପର୍କରେ ଥାନାରେ ଏତଲା କରିପାରିବେ। ତାହା ପୋଲିସ୍ ଧର୍ତ୍ତବ୍ୟ କେଶ୍ ହୋଇଥିଲେ ପୋଲିସ୍ ଏତଲା ଗ୍ରହଣ କରି ଆପଣଙ୍କୁ ସାଙ୍ଗେ ସାଙ୍ଗେ ଏତଲାର କପି ପ୍ରଦାନ କରିବେ । ପୋଲିସ୍ ଏତଲାର କପି ପ୍ରଦାନ ନ କଲେ, ଜାଣିବେ ଯେ ପୋଲିସ୍ ଏତଲା କରୁନାହିଁ । ଏଭଳି କ୍ଷେତ୍ରରେ ଆପଣ ଜିଲ୍ଲାର ପୋଲିସ୍ ଏସ୍.ପିଙ୍କୁ ରେଜେଷ୍ଟ୍ରି ଚିଠି ଦ୍ଵାରା ଏତଲାର କପି ପଠାଇବେ । ଏସ୍.ପି. କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆପଣ କଚେରୀକୁ ଯାଇ କେଶ୍ ଦାୟର କରିପାରିବେ । ଆପଣ କୋର୍ଟରେ ଉପରୋକ୍ତ ସମସ୍ତ କଥା ଜଣାଇ କମ୍ପ୍ଳେନ୍ କେଶ୍ କରିପାରିବେ । ପୁନଶ୍ଚ ଜାଣି ରଖନ୍ତୁ ଯେ ଆପଣ ଆଦୌ ଥାନାରେ ଏତଲା ଣ କରି ବା ଏସ୍.ପି.ଙ୍କୁ ଣ ଜଣାଇ ସିଧାସଳଖ ମଧ୍ୟ କୋର୍ଟରେ କମ୍ପ୍ଳେନ୍ କେଶ୍ କରିପାରିବେ। ଆଉ ଗୋଟିଏ ଉପାୟ ହେଲା । ଆପଣ କମ୍ପ୍ଳେନ୍ କେଶ୍ କରିବାର ଅସୁବିଧା ଥିଲେ, କେଶ୍ ସମ୍ପର୍କିତ ଘଟଣା ବର୍ଣ୍ଣନା କରି ସ୍ଥାନୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଙ୍କୁ ପତ୍ର ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାର୍ଥନା କରିପାରିବେ । କୋର୍ଟ ଆପଣଙ୍କର ଏଭଳି ପତ୍ର ପାଇଁ ନିଜେ କାର୍ଯ୍ୟାନୁଷ୍ଠାନ କରିପାରିବେ ଅଥବା ପୋଲିସ୍ ଙ୍କୁ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ନିର୍ଦ୍ଦେଶ ଦେଇପାରିବେ। ଧାରା ୩୯ ସି.ଆର୍.ପି.ସି. ଦେଶ ଦ୍ରୋହ, ଡକାୟତି, ନରହତ୍ୟା, ଖାଦ୍ୟ ଅପମିଶ୍ରଣ ଆଦି ଘଟଣା ଘଟିବାର ସୁରାକ ଆପଣ ପାଇଲେ ସେ ସମ୍ପର୍କରେ ନିକଟସ୍ଥ ମାଜିଷ୍ଟ୍ରେଟ୍ କିମ୍ବା ପୋଲିସ୍ ଙ୍କୁ ଜାଣିବେ । ଧାରା ୪୩ ସି.ଆର୍.ପି.ସି. ଆପଣଙ୍କର ସାମ୍ନାରେ କେହି ପୋଲିସ୍ ଧର୍ତ୍ତବ୍ୟ ଓ ଜାମିନ ଅଯୋଗ୍ୟ ଅପରାଧ ଘଟାଇଲେ ଆପଣ ଜେନ ପ୍ରାଇଭେଟ୍ ବ୍ୟକ୍ତି ଥିବା ସତ୍ତ୍ୱେ କୌଣସି ସରକାରୀ କର୍ମଚାରୀ ନଥିବା ସତ୍ତ୍ୱେ ଅପରାଧୀଙ୍କୁ ଗିରଫ କରି ଥାନାରେ ପୋଲିସ୍ ଙ୍କୁ ହସ୍ତାନ୍ତର କରିପାରିବେ । ଯେ କୌଣସି କେଶ୍ କୁ ଶୀଘ୍ର କରିବାକୁ ଚେଷ୍ଟା କରିବେ । ବିଳମ୍ବରେ କେଶ୍ କଲେ ତାହା କୋର୍ଟରେ ଗ୍ରହଣ ନ ହୋଇପାରେ ଓ ଗ୍ରହଣ ହେଲେ ମଧ୍ୟ କେଶ୍ କୁ ସନ୍ଦେହ କରାଯାଇ ଦୋଷୀକୁ ସନ୍ଦେହରେ ଖଲାସ କରାଯାଇପାରେ । ଆଧାର – ଓଡିଶା ଆଇନ ସମୀକ୍ଷା