ଘରୋଇ ହିଂସା (ପ୍ରତିରୋଧ) ଆଇନ୍ ମହିଳାମାନଙ୍କୁ ଘରୋଇ ହିଂସାକୁ ସୁରକ୍ଷା ଦେବା ପାଇଁ (ଆଇନ୍) ପ୍ରଣୀତ ହୋଇଛି । ଏହି ଆଇନ୍ ର ବିଲ୍ ରେ ପୁରୁଷମାନଙ୍କୁ ମଧ୍ୟ ସୁରକ୍ଷା ଦିଆଯାଇଥିଲା । ଏପରିକି ଘରର ଚାକର, ଚାକରାଣୀମାନଙ୍କୁ ମଧ୍ୟ ଦୁର୍ବ୍ୟବହାର ବା ଅତ୍ୟାଚାର କଲେ ସେମାନେ ମଧ୍ୟ ଏହି ଆଇନ୍ ର ଆଶ୍ରୟ ନେବା ବ୍ୟବସ୍ଥା ଥିଲା । ମାତ୍ର ୨୦୦୫ ଆଇନ୍ ରେ ବିଲ୍ ରେ ଥିବା ଉପରୋକ୍ତ ସମସ୍ତ ବ୍ୟବସ୍ଥା ରଖାଗଲା ନାହିଁ । କେବଳ ପରିବାରର ମହିଳାମାନଙ୍କୁ ହିଁ ସୁରକ୍ଷା ଦିଆଗଲା । ଅତ୍ୟାଚାରିତ ମହିଳାମାନେ ଏହା ପୂର୍ବରୁ ଅତ୍ୟାଚାରିତ ମହିଳାମାନେ(ସ୍ତ୍ରୀ, ଭଉଣୀ ବା ମା ଯିଏ କେହି ହୁଅନ୍ତୁ) ନିଜର ଭରଣପୋଷଣ, ରହିବା ପାଇଁ ଆର୍ଥିକ ସୁରକ୍ଷା ପାଇଁ ଭିନ୍ନ ଭିନ୍ନ ମୋକଦ୍ଦମା ଭିନ୍ନ ଭିନ୍ନ କୋର୍ଟମାନଙ୍କରେ କରିବାକୁ ପଡୁଥିଲା। ମାତ୍ର ୨୦୦୫ ଆଇନ୍ ରେ ଗୋଟିଏ କୋର୍ଟରୁ ହିଁ ଗୋଟିଏ ମୋକଦ୍ଦମାରେ ଭରଣପୋଷଣ ସୁରକ୍ଷା, ପିଲାମାନଙ୍କୁ ରଖିବାର ଅଧିକାର, ତଥା ଆର୍ଥିକ ସହାୟତା ମିଳିପାରିବ । ଏଣୁ ଏହା ଏକ ଅତୀବ ଉପାଦେୟ ଆଇନ୍ ଅଟେ । ଏହା ଦ୍ଵାରା ସିଙ୍ଗଲ୍ ଉଇଣ୍ଡୋ ସର୍ଭିସେସ୍ ବା ଗୋଟିଏ ଜାଗାରୁ ସବୁ ସହାୟତା ମିଳିପାରିଲା। ୨୦୦୫ ଆଇନ୍ ୨୦୦୫ ଆଇନ୍ ରେ ମହିଳାମାନଙ୍କ ସ୍ଵାର୍ଥ ରକ୍ଷା ପାଇଁ ସରକାର ପ୍ରୋଟେକ୍ସନ୍ ଅଫିସର ଓ ସ୍ଵେଚ୍ଛାସେବୀ ସଂଗଠନମାନଙ୍କୁ ସରଭିସ୍ ପ୍ରୋଭାଇଡ଼ର ହିସାବରେ ନିୟୋଜିତ କରିପାରନ୍ତି । ପ୍ରୋଟେକସନ୍ ଅଫିସର ଅତ୍ୟାଚାରିତ ମହିଳା ନିଜେ ବା ଉକ୍ତ ପ୍ରୋଟେକସନ୍ ଅଫିସର ବା ସରଭିସ୍ ପ୍ରୋଭାଇଡ଼ରମାନେ ବା ମହିଳାମାନଙ୍କର ଆତ୍ମୀୟମାନେ ଅତ୍ୟାଚାରିତ ମହିଳାଙ୍କ ତରଫରୁ ମାଜିଷ୍ଟ୍ରେଟ୍ ଙ୍କୁ ଧାରା ୧୨ରେ ଥିବା ଆବେଦନ ଫର୍ମ ଅନୁସାରେ ଆବେଦନ କରିପାରନ୍ତି । ଏଥିରେ ଯିଏ ଅପରପକ୍ଷ ଥାଆନ୍ତି ତାଙ୍କୁ ପ୍ରୋଟେକସନ୍ ଅଫିସଙ୍କର ମାଧ୍ୟମରେ ନୋଟିସ୍ ଜାରି କରାଯାଏ । ସ୍ଥଳ ବିଶେଷରେ ମାଜିଷ୍ଟ୍ରେଟ୍ ଏକତରଫା ଆଦେଶ ମଧ୍ୟ କରିପାରନ୍ତି । ଘରୋଇ ହିଂସା ବା ଡୋମେଷ୍ଟିକ୍ ଭାଇଓଲେନ୍ସର ସଂଜ୍ଞା ଅତ୍ୟନ୍ତ ବ୍ୟାପ୍ତ ଅଟେ । ଧାରା ୩ ଅନୁଯାୟୀ ଯେ କୌଣସି ପ୍ରକାର ଶାରୀରିକ ମାନସିକ ଅତ୍ୟାଚାର ଏଥିରେ ଅନ୍ତର୍ଭୁକ୍ତ । ଏହି ମକଦ୍ଦମାର ବିଚାର ମହିଳାମାନଙ୍କ ମାନ ସମ୍ମାନକୁ ଦୃଷ୍ଟିରେ ରଖି ବନ୍ଦ କୋଠରୀରେ କରାଯାଏ । ଧାରା ୧୨ ଧାରା ୧୨ର ଆବେଦନ ଗ୍ରହଣ କରି ଏହି ଗୋଟିଏ ଆବେଦନରେ ହିଁ ମାଜିଷ୍ଟ୍ରେଟ୍ ନିମ୍ନଲିଖିତ ଆଦେଶ ମାନ ସବୁ ବା ଯାହା ଆବଶ୍ୟକ କରିପାରନ୍ତି । ସେଗୁଡିକ ହେଲା – ମହିଳାଙ୍କୁ ଅତ୍ୟାଚାର ନ କରିବାର ଆଦେଶ । ମହିଳା ଜଣଙ୍କ ନିଜ ଘରେ ରହିବାର ଅଧିକାର ତଥା ବେନିୟମ ଭାବେ ବାହାର ନ କରିବାର ଆଦେଶ। ସ୍ୱାସ୍ଥ୍ୟ,ଶିକ୍ଷା ତଥା ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଆର୍ଥିକ ସହାୟତାର ଆଦେଶ । ଭରଣପୋଷଣ ପାଇଁ ମାସିକ ମେଣ୍ଟନାନ୍ସ ଅର୍ଡର(ଠିକ୍ ୧୨୫ ସିଆର୍ ପି.ସି. ଭଳି) ପିଲା ଛୁଆ ମାନଙ୍କୁ ମହିଳା ଜଣକ ରଖିବାର ଆଦେଶ । ମହିଳାଙ୍କୁ ଶାରୀରିକ ମାନସିକ ନିର୍ଯ୍ୟାତନା ପାଇଁ କ୍ଷତିପୂରଣ ଦେବା ଆଦେଶ । ଧାରା-୩୧ ଧାରା-୩୧ ଅନୁଯାୟୀ ମାଜିଷ୍ଟ୍ରେଟ୍ ଙ୍କ ଉପରୋକ୍ତ ଆଦେଶ ଅବମାନନା କଲେ ଏକବର୍ଷ ଜେଲ୍ ଦଣ୍ଡ ତଥା ଟ.୨୦,୦୦୦/- ଜୋରିମାନା କରାଯାଇପାରିବ । ଏହା ଏକ ପୋଲିସ୍ ଧର୍ତ୍ତବ୍ୟ ଅପରାଧ ମଧ୍ୟ । ଆଧାର – ଓଡିଶା ଲ ରିଭିଉସ