ସାମ୍ବିଧାନିକ ଆଇନ୍ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର – ଆମ ସମ୍ବିଧାନର ପ୍ରସ୍ତାବନାରେ ‘ଧର୍ମ ନିରପେକ୍ଷ’ ଶବ୍ଦ ସ୍ଥାନ ପାଇଛି । ଭାରତରେ ନାନା ଧର୍ମର ଲୋକ ରହିଥିଲେ ସୁଦ୍ଧା କୌଣସି ଧର୍ମକୁ ଭାରତର ଜାତୀୟ ଧର୍ମ ଭାବରେ ଗ୍ରହଣ କରାଯାଇନାହିଁ । ଭାରତୀୟ ନାଗରିକମାନଙ୍କୁ ସେମାନଙ୍କର ଧରମଗତ ଅଧିକାର ଦିଆଯାଇଛି ଏବଂ ଏହାକୁ ଜାହିର ରଖିବାକୁ ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟ ରହିଛି । ଆମ ସମ୍ବିଧାନର ଧର୍ମ ନିରପେକ୍ଷତା ଆମର ଜାତୀୟ ଏକଟା ରକ୍ଷା କରିବା ସଙ୍ଗେ ସଙ୍ଗେ ଭାରତର ଉଦାରତା ମଧ୍ୟ ପ୍ରକାଶ କରୁଛି । ସ୍ଵତନ୍ତ୍ର ନ୍ୟାୟପାଳିକା – ନ୍ୟାୟପାଳିକା ସଂସ୍ଥାକୁ କାର୍ଯ୍ୟପାଳିକା ଓ ବ୍ୟବସ୍ଥାପକ ସଭାଠାରୁ ପୃଥକ କରି ଏକ ସ୍ଵତନ୍ତ୍ର ସ୍ଥାନ ଦିଆଯାଇଛି । ଫଳରେ ଆମେ ନିରପେକ୍ଷ ନ୍ୟାୟ ପାଇବାକୁ ସକ୍ଷମ ହୋଇଛୁ । ନାଗରିକମାନଙ୍କ ଅଧିକାର – ଭାରତୀୟ ସମ୍ବିଧାନ ଭାରତର ନାଗରିକମାନଙ୍କୁ କେତେକ ମୌଳିକ ଅଧିକାର ପ୍ରଦାନ କରିଛି । ନାଗରିକମାନଙ୍କ ଅଧିକାର ଗୁଡିକ କ'ଣ ? ସାମ୍ୟ ଅଧିକାର ଆଇନ୍ ଆଖିରେ ସମସ୍ତ ସମାନ । ସମସ୍ତଙ୍କ ପାଇଁ ଆଇନ୍ ର ସାମ୍ୟତା ରକ୍ଷା ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ଜନ୍ମସ୍ଥାନ ନିର୍ବିଶେଷରେ ଆଇନଗତ ସମାନ ଅଧିକାର । ଯେକୌଣସି ସରକାରୀ କିମ୍ବା ରାଷ୍ଟ୍ରାୟତ୍ତ ସଂସ୍ଥାରେ ବାସସ୍ଥାନ, ଜନ୍ମସ୍ଥାନ, ଲିଙ୍ଗ, ଜାତି, ଧର୍ମ, ବର୍ଣ୍ଣ ଓ ବଂଶାନୁକ୍ରମ ନିର୍ବିଶେଷରେ ସମାନ ନିଯୁକ୍ତି ସୁବିଧା ପାଇବା ଅଧିକାର । (ସମ୍ବିଧାନର ୧୬ ଧାରା ଅନୁସାରେ ଅନୁନ୍ନତ ଶ୍ରେଣୀମାନଙ୍କ ପାଇଁ ସରକାରଙ୍କ ଦ୍ଵାରା ସ୍ଥାନ ସଂରକ୍ଷିତ ରଖାଯାଇପାରେ । ଧର୍ମ ସାଂପ୍ରଦାୟିକ ଅନୁଷ୍ଠାନ ମାନଙ୍କରେ ସେହି ଧର୍ମ ବା ସମ୍ପ୍ରଦାୟର ଲୋକଙ୍କ ପାଇଁ ସ୍ଥାନ ସଂରକ୍ଷିତ ରକ୍ଷାଯାଇପାରେ ) ଅସ୍ପୃଶ୍ୟତାର କୌଣସି ପ୍ରକାର ପ୍ରୟୋଗ ନିଷିଦ୍ଧ । ଯେ କୌଣସି ପ୍ରକାର ପଦବୀର ବ୍ୟବହାର କରାଯାଇ ପାରିବ ନାହିଁ । ସ୍ଵାଧୀନତା ଅଧିକାର ବାକ୍ ସ୍ଵାଧୀନତା (ରାଜ୍ୟର ନିରାପତ୍ତା, ଭାରତର ସାର୍ବଭୌମତା ଓ ସଂହତି, ବିଦେଶୀ ରାଷ୍ଟ୍ରସହ ବନ୍ଧୁତ୍ଵ ସମ୍ପର୍କ, ସାର୍ବଜନୀନ ବ୍ୟବସ୍ଥା, ଶିଷ୍ଟତା ଓ ନୈତିକତା ଦୃଷ୍ଟିରୁ ସରକାର ଏହି ସ୍ଵାଧୀନତା ଉପରେ କଟକଣା ଜାରି କରିପାରିବେ) । ସମ୍ମେଳନ ସ୍ଵାଧୀନତା ଅସ୍ତ୍ରବିହୀନ ହୋଇ ଶାନ୍ତିପୂର୍ଣ୍ଣଭାବେ ସମ୍ମିଳିତ ହେବା, ସଭା କରିବା ଏବଂ ଶୋଭାଯାତ୍ରା ପରିଚାଳନାକରିବା ଅଧିକାର ରହିଛି । ସଂଘ ବା ସଂସ୍ଥାଗଠନ କରିବା ସ୍ଵାଧୀନତା । ଭାରତର ସର୍ବତ୍ର ଅବାଧ ସଞ୍ଚରଣ କରିବା ଅଧିକାର ଭାରତର ଯେ କୌଣସି ଅଞ୍ଚଳରେ ବସବାସ କରିବା ଅଧିକାର । ଯେ କୌଣସି ବୃତ୍ତି ବା ବ୍ୟବସାୟ କରିପାରିବା ଅଧିକାର । (କୀକ କ୍ଷେତ୍ରରେ ଏହି ଅଧିକାର ଉପରେ ରାଷ୍ଟ୍ରକଟକଣା ଜାରି କରିପାରିବେ) । ଦୋଷ ସିଦ୍ଧି ବିରୁଦ୍ଧରେ ସୁରକ୍ଷା ଦୋଷୀକୁ ନିଜ ବିରୁଦ୍ଧରେ ସାକ୍ଷ୍ୟ ଦେବାପାଇଁ ବାଧ୍ୟ କରାଯିବ ନାହିଁ । ଚୋରି, ଦୋଷ ପାଇଁ ଜଣକୁ ବହୁବାର ଅଭିଯୁକ୍ତ ଓ ଦଣ୍ଡିତ ଦିଆଯିବ ନାହିଁ । ଦୋଷ ବିରୁଦ୍ଧରେ ଆଇନାନୁମୋଦିତ ଦଣ୍ଡଠାରୁ ଅଧିକ ଦଣ୍ଡ ଦିଆଯିବ ନାହିଁ । ଜୀବନ ଓ ବ୍ୟକ୍ତିଗତ ସ୍ଵତନ୍ତ୍ରତା ସୁରକ୍ଷା ଆଇନାନୁମୋଦିତ ପ୍ରକ୍ରିୟା ବ୍ୟତୀତ ଅନ୍ୟ କୌଣସି ଉପାୟରେ ତୁରନ୍ତ ବନ୍ଦୀକୁ କାରଣ ଜଣାଇଦେବା ଦରକାର । କୌଣସି ବ୍ୟକ୍ତିକୁ ସାଧାରଣ ଆଇନବକରେ ବନ୍ଦୀ କରାଗଲେ ତୁରନ୍ତ ବନ୍ଦୀକୁ କାରଣ ଜଣାଇଦେବା ଦରକାର। ବନ୍ଦୀକୁ କୌଣସି ଆଇନଜ୍ଞଙ୍କ ସହ ପରାମର୍ଶ କରିବାକୁ ଓ ନିଜର ପ୍ରତିରକ୍ଷା କରିବାକୁ ସୁଯୋଗ ଦିଆଯିବା ଦରକାର ବନ୍ଦୀ ହେବାର ୨୪ ଘଣ୍ଟା ମଧ୍ୟରେ ବନ୍ଦୀକୁ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରାଯିବା ଉଚିତ୍ । ମାଜିଷ୍ଟ୍ରେଟଙ୍କ ଅନୁମତି ବିନା କୌଣସି ବନ୍ଦୀକୁ ୨୪ଘଣ୍ଟାରୁ ଅଧିକ ସମୟ ବନ୍ଦୀ ଅବସ୍ଥାରେ ରଖାଯାଇପାରିବ ନାହିଁ ଗିରଫ ଓ ଅଟକ ରଖିବା ବିରୁଦ୍ଧରେ ସୁରକ୍ଷା କୌଣସି ବ୍ୟକ୍ତିଙ୍କୁ ସାଧାରଣ ଆଇନବଳରେ ବନ୍ଦୀ କରାଗଲେ ତୁରନ୍ତ ବନ୍ଦୀକୁ କାରଣ ଜଣାଇଦେବା ଦରକାର । ବନ୍ଦୀକୁ ଯେକୌଣସି ଆଇନଜ୍ଞଙ୍କ ସହ ପରାମର୍ଶ କରିବାକୁ ଓ ନିଜର ପ୍ରତିରକ୍ଷା କରିବାକୁ ସୁଯୋଗ ଦିଆଯିବା ଦରକାର। ବନ୍ଦୀ ହେବାର ୨୪ ଘଣ୍ଟା ମଧ୍ୟରେ ବନଦୀକୁ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରାଯିବା ଉଚିତ୍ । ମାଜିଷ୍ଟ୍ରେଟଙ୍କ ଅନୁମତି ବିନା କୌଣସି ବନ୍ଦୀଙ୍କୁ ୨୪ ଘଣ୍ଟାରୁ ଅଧିକ ସମୟ ବନ୍ଦୀ ଅବସ୍ଥାରେ ରଖାଯାଇପାରିବ ନାହିଁ । ଶୋଷଣ ବିରୋଧୀ ଅଧିକାର କାହାରୀକୁ ଯେ କୌଣସି ପ୍ରକାର ବଳପୂର୍ବକ ଶ୍ରମପାଇଁ ବାଧ୍ୟ କରାଯିବ ନାହିଁ । (ସାର୍ବଜନୀନ ଉଦ୍ଦେଶ୍ୟ ପାଇଁ ରାଜ୍ୟ ବାଧ୍ୟତାମୂଳକ ସେବା ଆରୋପ କରିପାରିବେ ) । ଧରମଗତ ସ୍ଵାଧୀନତା ଅଧିକାର ଭାରତର ଯେ କୌଣସି ନାଗରିକ ନିଜ ବିବେକ ଅନୁସାରେ ସ୍ଵାଧୀନ ଓ ମୁକ୍ତଭାବେ ଯେ କୌଣସି ଧର୍ମ ଆଚରଣ କରିପାରିବେ । ସାର୍ବଜନୀନ ଶୃଙ୍ଖଳା, ସ୍ୱାସ୍ଥ୍ୟ ଓ ନୈତିକତାର ବଶବର୍ତ୍ତୀ ହୋଇ ମୁକ୍ତଭାବରେ ନିଜର ଧର୍ମ ବ୍ୟକ୍ତ କରିବା ଅଭ୍ୟାସ କରିବା ଓ ପ୍ରଚାର କରିବା ଅଧିକାର ସମସ୍ତଙ୍କର ଅଛି । ରାଜ୍ୟ ଦ୍ଵାରା ପରିଚାଳିତ କୌଣସି ଶିକ୍ଷାନୁଷ୍ଠାନରେ କୌଣସି ଧର୍ମଶିକ୍ଷା ଦିଆଯାଇପାରବା ନାହିଁ । ରାଜ୍ୟର ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପାଳନ କରାଯାଉଥିବା ଧର୍ମାନୁଷ୍ଠାନରେ କାହାରିକୁ ଉପସ୍ଥିତ ହେବାପାଇଁ ବାଧ୍ୟ କରାଯାଇପାରିବ ନାହିଁ । ସଂସ୍କୃତି ଓ ଶିକ୍ଷା ସମ୍ବନ୍ଧୀୟ ଅଧିକାର ପ୍ରତ୍ୟକ ନାଗରିକଙ୍କର ନିଜର ଭାଷା, ଲିପି ଓ ସଂସ୍କୃତିକୁ ସଂରକ୍ଷଣ କରିବାର ଅଧିକାର ଅଛି । ନାଗରିକଙ୍କର ଧର୍ମ, ଜାତି, ବଂଶ ଓ ଭାଷାକୁ ଭିତ୍ତିକରି ରାଜ୍ୟ ଦ୍ଵାରା ପରିଚାଳନା କିମ୍ବା ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନରେ ତାଙ୍କୁ ଗ୍ରହଣ କରିବାକୁ ଅସ୍ଵୀକାର କରାଯାଇପାରିବ ନାହିଁ। ଧର୍ମ ଓ ଭାଷା ଭିତ୍ତିକ ସଂଖ୍ୟାଲଘୁ ସମ୍ପ୍ରଦାୟମାନଙ୍କର ନିଜର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ ପରିଚାଳନା କରିବା ଅଧିକାର ରହିଛି । ସଂଖ୍ୟାଲଘୁ ସମ୍ପ୍ରଦାୟମାନଙ୍କ ଦ୍ଵାରା ପ୍ରତିଷ୍ଠିତ ଓ ପରିଚାଳିତ ଅନୁଷ୍ଠାନ ମାନଙ୍କୁ ସାହାଯ୍ୟ ଦେବାରେ ରାଜ୍ୟ କୌଣସି ଭେଦଭାବ ରଖିବେ ନାହିଁ । ସାମ୍ବିଧାନିକ ପ୍ରତିବିଧାନ ଅଧିକାର ମୌଳିକ ଅଧିକାର ସାବ୍ୟସ୍ତ କରିବା ପାଇଁ ନାଗରିକମାନଙ୍କର ଉଚ୍ଚତମ ନ୍ୟାୟାଳୟକୁ ଆବେଦନ କରିବାର ଅଧିକାର । ଆଧାର – ଏମ.ଏମ. ପବ୍ଲିକେସନ