ଶିଶୁ ଶ୍ରମିକ ଆମ ଦେଶରେ ଶିଶୁ ଶ୍ରମିକମାନଙ୍କ ସଂଖ୍ୟା ବହୁ ଅଧିକ । ଶିଶୁମାନେ ପାଠପଢି ଶିକ୍ଷିତ ହେଲେ ଦେଶର ମାନବ ସମ୍ବଳର ବିକାଶ ଘଟି ଦେଶ ଉନ୍ନତି କରିବ, ମାତ୍ର ଆମ ଦେଶରେ ବହୁତ ଗରିବ ଲୋକ ଥିବାରୁ ସେମାନେ ନିଜ ପୁଅଝିଅ ମାନଙ୍କୁ ପାଠ ପଢାଇ ପାରନ୍ତି ନାହିଁ ଓ ବିଭିନ୍ନ କର୍ମରେ ନିଯୁକ୍ତ କରନ୍ତି ।କର୍ମକ୍ଷେତ୍ରରେ ଶିଶୁମାନେ ଶୋଷିତ ହେଉଥିବାରୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଅନେକ ଗୁଡିଏ ଆଇନ୍ ପ୍ରଣୟନ କରାଯାଇଅଛି। ଆମ ଦେଶର ସମ୍ବିଧାନ ୨୪ ଧାରାରେ ନିର୍ଦ୍ଦେଶ ଅଛି ଯେ ୧୪ ବର୍ଷରୁ କମ୍ ବୟସ୍କ ପିଲାମାନେ । କାରଖାନା ଖଣି ଅନ୍ୟ ବିପଦପୂର୍ଣ୍ଣ ସ୍ଥାନରେ ଆଦିରେ ନିଯୁକ୍ତି ହେବେ ନାହିଁ । ଶିଶୁମାନଙ୍କ ସୁବିଧା ପାଇଁ ଆଇନ୍ ସମ୍ବିଧାନ ବ୍ୟତୀତ ନିମ୍ନଲିଖିତ ଆଇନ୍ ମାନ ଶିଶୁମାନଙ୍କ ସୁବିଧା ପାଇଁ ହୋଇଅଛି । ୧୪ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ସେହି ସ୍ଥାନମାନଙ୍କରେ ନିଯୁକ୍ତି ଦେବା ବେଆଇନ୍ ଓ ଦଣ୍ଡନୀୟ । ଆଇନ୍ ଗୁଡିକ ହେଲା : Employment of Children Act, 1938 Child Labour (Prohibition & Regulation Act)1986 The Indian Factories Act & Mines Act, 1952 The Merchant Shipping Act, 1958 The Motor Transport Corporation Act, 1951 The Plantation Labour Act, 1951 ଛୋଟ ଛୋଟ ପିଲାମାନଙ୍କ ମସ୍ତିସ୍କରେ ଅଶ୍ଳୀଳତା କିମ୍ବା ଆପତ୍ତିଜନକ ଲେଖାର ପ୍ରଭାବରୁ ରକ୍ଷା ଦେବା ପାଇଁ କେନ୍ଦ୍ରସରକାର Young Person Harmful Publication Act, 1956 ପ୍ରଣୟନ କରିଛନ୍ତି । ଏହାଛଡା ୧୯୮୬ ମସିହାରେ ଶିଶୁ ଶ୍ରମ ନିରୋଧ ଓ ନିୟନ୍ତ୍ରଣ ଆଇନ୍ ୧୯୮୬ ପ୍ରଣୟନ କରାଯାଇଅଛି । ଶିଶୁ ସମ୍ବନ୍ଧରେ ପ୍ରଥମ ଆନ୍ତର୍ଜାତିକ ଚୁକ୍ତିନାମା ୧୯୯୫ ଶିଶୁକୁ ତାର ଅଧିକାର ସାବ୍ୟସ୍ତ ନିମନ୍ତେ କ୍ଷମତା ଦେଇଛି । ଭାରତ ଏହି ଚୁକ୍ତିନାମାରେ ସ୍ଵାକ୍ଷରକାରୀ ଥାଇ ଏହି ଚୁକ୍ତିନାମାର ଆଧାରରେ ଆମ ଦେଶର ପ୍ରଚଳିତ ଆଇନ୍ ରେ ଅନେକ ସଂଶୋଧନ କରିଅଛି । ଉପରୋକ୍ତ ଆଇନ୍ ରେ ଅନେକ ସୁବିଧା କଥା ବ୍ୟାଖ୍ୟା କରାଯାଇଥିଲେ ମଧ୍ୟ ଶିଶୁଟି ଆଜି ପାଠ ପଢିପାରୁନାହିଁ କିମ୍ବା କର୍ମକ୍ଷେତ୍ରରୁ ମୁକ୍ତି ପାଇପାରୁନାହିଁ । କଥାରେ ଅଛି ଅନ୍ନ ଚିନ୍ତା ଚମତ୍କାର । ଏହାର ଅର୍ଥ ହେଲା ଭୋଖିଲା ଲୋକର ପ୍ରଥମେ ଭୋକ ମେଣ୍ଟିବା ଦରକାର । ପେଟରେ ଦାନା ପଡିଲେ ଓ ଶରୀର ଆବୃତ୍ତ କରିବାକୁ କନାଥିଲେ ଶିଶୁଟି ଯାଇ ବିଦ୍ୟାଳୟରେ ପଢିପାରିବ । ଏ ପ୍ରକାର ସୁବିଧା ନଥିବାରୁ ଅନେକ ଆଇନ୍ ଥାଇ ଶିଶୁ ମଧ୍ୟ ଶୋଷିତ ଓ ସାମାଜିକ ସ୍ରୋତରେ ପରାହତ । ଆଧାର – ଓଡ଼ିଶା ଲ ରିଭିଉସ