ଧନ ଜୀବନ ସୁରକ୍ଷା ପାଇଁ କି ପ୍ରକାର ପ୍ରତିରକ୍ଷା ନେଇପାରିବେ ? ସାଧାରଣତଃ ଆପଣଙ୍କର ନିଜର ବା ଅନ୍ୟ କାହାର ଧନଜୀବନ ବିପନ୍ ହେଉଥିଲେ, ସେଥିପାଇଁ ପୋଲିସ୍ ଓ କୋର୍ଟର ଆଶ୍ରୟ ନେଇ ଧନଜୀବନ ସୁରକ୍ଷା କରିବେ । ମାତ୍ର ବେଳେ ବେଳେ ଯଦି ଘଟଣାଟି ହଠାତ୍ ଘଟିଥାଏ ଏବଂ ଆପଣ ପୋଲିସ୍ ବା ଆଇନ୍ ର ସାହାଯ୍ୟ ନେବା ସମ୍ଭବ ହେଉନଥାଏ, ତେବେ ଏପରିସ୍ଥଳେ ଆପଣ କଣ କରିପାରିବେ:- ଆପଣ ମାଡ ଖାଇ ଧନଜୀବନ ହରାଇ କେଶ୍ କରିବାକୁ ଯିବେ ନା ପ୍ରତିରକ୍ଷା ପ୍ରୟୋଗ କରି ନିଜର ତଥା ଅନ୍ୟମାନଙ୍କର ଧନଜୀବନ ସୁରକ୍ଷା କରିବେ । ଏ ସମ୍ପର୍କରେ ଇଣ୍ଡିଆନ୍ ପେନାଲ୍ କୋର୍ଡର ୪ର୍ଥ ଅଧ୍ୟାୟର ଧାରା ୭୬ରୁ ଧାରା ୧୦୬ ମଧ୍ୟରେ ବର୍ଣ୍ଣନା କରାଯାଇଛି । ଇଣ୍ଡିଆନ୍ ପେନାଲ୍ କୋର୍ଡ଼ର ଧାରା ୯୭ ଅନୁଯାୟୀ ଆପଣ ନିଜର ତଥା ଅନ୍ୟ ଯେକୌଣସି ଲୋକର ଶରୀର ପ୍ରତି ଅପରାଧ ଘଟୁଥିଲେ, ପ୍ରତିରକ୍ଷା ପ୍ରଦାନ କରି ଅପରାଧଟି ପ୍ରତିହାର କରିପାରିବେ । ସେହିପରି ନିଜର ବା ଅନ୍ୟ କାହାର ସମ୍ପତ୍ତିକୁ ଚୋରୀ, ଡକାୟତି ଓ ହାନି ବା କ୍ଷତି କରାଯାଉଥିଲେ ବା ସମ୍ପତ୍ତିରେ ବେଆଇନ୍ ପ୍ରବେଶ କରୁଥିଲେ ଆପଣ ପ୍ରତିରକ୍ଷା ପ୍ରୟୋଗ କରିପାରିବେ । ଏହି ପ୍ରତିରକ୍ଷା ପ୍ରୟୋଗ କଲାବେଳେ ସର୍ବଦା ଇଣ୍ଡିଆନ୍ ପେନାଲ୍ କୋର୍ଡ଼ ଧାରା ୯୯ ଓ ଉଲ୍ଲେଖ ଥିବା ଅନ୍ୟତ୍ର କଟକଣା ପ୍ରତି ଦୃଷ୍ଟି ରଖିବେ । ନଚେତ୍ ଆପଣଙ୍କ ପ୍ରତିରକ୍ଷାବଳ ଅପରାଧ ହୋଇଯିବ । ପ୍ରତିରକ୍ଷା ସରକାରୀ ଅଧିକାରୀଙ୍କ ଠାରୁ ସୁରକ୍ଷା ନେବାର ସମୟ ହାତରେ ଥିଲେ ଆପଣ ପ୍ରତିରକ୍ଷା ନିଜେ ନେଇ ପାରିବେ ନାହିଁ । ସରକାରୀ କର୍ମଚାରୀ ସରକାରୀ କର୍ମଚାରୀ ତାଙ୍କର କର୍ତ୍ତବ୍ୟ ନିଜେ ଅଥବା ଅନ୍ୟମାନଙ୍କ ସାହାଯ୍ୟରେ ଆଇନ୍ ସମ୍ମତ ଭାବେ କରୁଥିଲା ବେଳେ ଯଦି ଆପଣଙ୍କର ଅଥବା ଅନ୍ୟକାହାର ଶରୀର ପ୍ରତି ଅପରାଧ ଘଟୁଥାଏ ବା ଧନ ନଷ୍ଟ ହେଉଥାଏ - ତାହାହେଲେ ଆପଣ ପ୍ରତିରକ୍ଷା ପ୍ରୟୋଗ କରିପାରିବେ ନାହିଁ । ପେନାଲ୍ କୋର୍ଡ଼ର ୩୧୯ ସରକାରୀ କର୍ମଚାରୀ ନିଜେ ବା ଅନ୍ୟର ସାହାଯ୍ୟରେ ସରକାରୀ କର୍ମ ସମ୍ପାଦନ କରୁକରୁ ତାଙ୍କୁ କର୍ମ ନ୍ୟାୟୋଚିତ ଭାବି କାମ କରି ଲୋକଙ୍କ ଶରୀର ପ୍ରତି ଅପରାଧ ଘଟାଇଲେ, ଯଦି ସେ ଅପରାଧ ମୃତ୍ୟୁ ବା ଗ୍ରିଭିୟସ୍ ହଟ୍, ଅର୍ଥାତ୍ ହାଡ, ଦାନ୍ତ ଭାଙ୍ଗିବା, ଆଖି, ନାକ, ମୁଖ ପ୍ରତି ନଷ୍ଟ ବା ବିକୃତ ହେବା, ଶରୀର ଅଙ୍ଗମାନ ନଷ୍ଟ ହେବା ଆଦି – ପେନାଲ୍ କୋର୍ଡ଼ର ୩୧୯ ଦଫାରେ ବର୍ଣ୍ଣିତ ) ହେଉ ନଥାଏ – ତେବେ ମଧ୍ୟ ଆପଣ ପ୍ରତିରକ୍ଷା ପ୍ରୟୋଗ କରିପାରିବେ ନାହିଁ । ପ୍ରତିରକ୍ଷା ବଳ ପ୍ରତିରକ୍ଷା ବଳ ଆବଶ୍ୟକ ମାତ୍ରାରେ ଅପରାଧ ପ୍ରତିହତ କରିବା ପାଇଁ ପ୍ରୟୋଗ କରିବେ । ତା ଠାରୁ ଅଧିକ ପ୍ରୟୋଗ କରିପାରିବେ ନାହିଁ । ପେନାଲ୍ କୋର୍ଡ଼ର ଧାରା ୧୦୦/୧୦୧/୧୦୨ ଯଦି ଆପଣଙ୍କର ଅଥବା ଅନ୍ୟ କାହାର ଶରୀର ପ୍ରତି ଅପରାଧ ଘଟିବାର ସମ୍ଭାବନା ସୃଷ୍ଟି ହୁଏ, ତେବେ ଆପଣ ପ୍ରତିରକ୍ଷା ପ୍ରୟୋଗ କରିପାରିବେ । ଏହି ପ୍ରତିରକ୍ଷା ପ୍ରୟୋଗ କଲାବେଳେ ନିମ୍ନଲିଖିତ ଘଟଣା ଗୁଡିକରେ ଆପଣ ଅପରାଧିର ମୃତ୍ୟୁ ମଧ୍ୟ ଘଟାଇ ଦେଇପାରନ୍ତି । ଅପରାଧୀ କୌଣସି ମହିଳାଙ୍କୁ ଧର୍ଷଣ କଲେ ବାଆ ଧର୍ଷଣ କରିବାର ଉଦ୍ୟମ କରୁଥିବାର ଦେଖିଲେ । ସେହିପରି ଅପ୍ରାକୃତିକ ଭାବେ ଯୌନ କ୍ରିୟା ପାଇଁ ଉଦ୍ୟତ ହେଲେ ବା ଜୋର ଜବରଦସ୍ତି କରି କଲେ । ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ତାଙ୍କର ମୃତ୍ୟୁ ଅଥବା ଘୋର ଆଘାତ ଘଟାଇବାର ସମ୍ଭାବନା ସୃଷ୍ଟି ହେଲେ । ଜଣଙ୍କୁ ଜବରଦସ୍ତି ଅଟକାଇ ରଖିବା ଦ୍ଵାରା ସେ ସରକାରୀ ସହାୟତା ନେବାରୁ ବଞ୍ଚିତ ହେଲେ । କିଡ୍ନାପ୍ ଆବଡ଼କସନ୍ କରିବାର ଉଦ୍ୟମ କଲେ । ଆବଡ଼କସନ୍ ର ଅର୍ଥ, ବଳ ପୂର୍ବକ ଜୋରଜବରଦସ୍ତ ଅପହରଣ। ଏଥିରେ ଅପହରଣ ହେଉଥିବା ବ୍ୟକ୍ତିଙ୍କର ବୟସର କୌଣସି ସୀମା ନାହିଁ । ଆଧାର – ଓଡ଼ିଶା ଲ ରିଭିଉସ