କ୍ଷତିପୂରଣ ଜଣେ ବ୍ୟକ୍ତିଙ୍କ ଶରୀର କିମ୍ବା ସମ୍ପତ୍ତିକୁ କେହି କ୍ଷତି ଘଟାଇଲେ ସେଥିପାଇଁ କ୍ଷତିଗ୍ରସ୍ତ ଲୋକଙ୍କୁ ଆଇନଗତ ଭାବେ କ୍ଷତିକାରୀଙ୍କ ଠାରୁ ଦିଆଯାଉଥିବା ଅର୍ଥକୁ କ୍ଷତିପୂରଣ କୁହାଯାଏ । ଉଦ୍ଦେଶ୍ୟ ଏହା କ୍ଷତିକାରୀ ବ୍ୟକ୍ତିଙ୍କୁ ଦଣ୍ଡ ନୁହେଁ କିମ୍ବା କ୍ଷତିଗ୍ରସ୍ତ ଲୋକପାଇଁ ମଧ୍ୟ ପୁରସ୍କାର ନୁହେଁ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଲା କ୍ଷତିଗ୍ରସ୍ତ ଲୋକଙ୍କ କ୍ଷତିଭରଣା କରିବା । ଉପାୟ ନିମ୍ନଲିଖିତ ଉପାୟରେ କ୍ଷତିପୂରଣ କୋର୍ଟରୁ ମିଳିଥାଏ । କ୍ରିମିନାଲ୍ କେଶ୍ ରେ ସିଭିଲ୍ କେଶ୍ ରେ ସାମ୍ବିଧାନିକ କେଶ୍ ରେ, ମୌଳିକ ଅଧିକାର ଭଙ୍ଗ ହୋଇଥିଲେ କ୍ରିମିନାଲ୍ କେଶ୍ କ୍ଷତିପୂରଣ ଦିଆଯାଇ ପାରିବ କି ? ଧାରା ୩୫୭ (୩) କ୍ରିମିନାଲ୍ ପ୍ରୋସିଡ଼ିଙ୍ଗ୍ ର କୋର୍ଡ ଅନୁଯାୟୀ କୋର୍ଟମାନେ ଅପରିମିତ ପରିମାଣର କ୍ଷତିପୂରଣ ପ୍ରଦାନ କରିପାରିବେ । ଏଠାରେ ମନେ ରଖିବାକୁ ହେବ ଯେ ମାଜିଷ୍ଟ୍ରେଟ୍ ମାନଙ୍କର ଫାଇନ୍ କରିବା ପରିମାଣ ସୀମିତ ହୋଇଅଛି । ମାତ୍ର କ୍ଷତିପୂରଣ ଦେବାର ପରିମାଣ ଉପରୋକ୍ତ ଧାରା ଅନୁସାରେ ସୀମିତ ନୁହେଁ । କ୍ରିମିନାଲ୍ କୋର୍ଟର କ୍ଷତିପୂରଣ କ୍ଷତିକାରୀ ଲୋକମାନେ ମକଦ୍ଦମା ବିଚାର ପରେ ଦୋଷୀ ସାବ୍ୟସ୍ତ ହେଲେ ସେ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇପାରିବେ । ଯଦି କ୍ଷତିକାରୀ ଲୋକ ମୋକଦ୍ଦମାରେ ଦୋଷମୁକ୍ତ ବା ମୁକ୍ତ ହୋଇଯାଆନ୍ତି, ତେବେ ସେ କ୍ଷତିପୂରଣ ଦେବାକୁ ଅର୍ଡର ଦେଇପାରିବେ ନାହିଁ । କ୍ଷତିପୂରଣ ଦେବା ପାଇଁ ବାଧ୍ୟ କି ? କ୍ରିମିନାଲ୍ ପ୍ରୋସିଡିଓର କୋର୍ଡ ଧାରା ୩୫୭ (୩) ଅନୁଯାୟୀ କୋର୍ଟମାନେ କମ୍ପେନ୍ଶେସନ୍ ଦେବାକୁ ବାଧ୍ୟ ନୁହଁନ୍ତି । ମାତ୍ର ଆମ ଦେଶର ସୁପ୍ରିମ୍ କୋର୍ଟ ହରକିଶନ ବନାମ ସୁକୁବିନ୍ଦର ସିଂ (AIR 1988 S.C. 2127) ମକଦ୍ଦମାରେ ସମସ୍ତ ନିମ୍ନ ଅଦାଲତଗୁଡିକୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, କ୍ରିମିନାଲ୍ କୋର୍ଟ ଗୁଡିକ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବା ଉଚିତ୍, କାରଣ ଏହାଦ୍ୱାରା କ୍ଷତିଗ୍ରସ୍ତ ଲୋକ ସିଭିଲ୍ କୋର୍ଟକୁ ଯିବାରୁ ରକ୍ଷା ପାଇବେ । ଏଣୁ ସୁପ୍ରିମ୍ କୋର୍ଟଙ୍କ ରାୟ ଅନୁସାରେ କୋର୍ଟ କ୍ଷତିପୂରଣ ଦେବା ଉଚିତ୍ । ଏଠାରେ ମନେ ରଖିବାକୁ ହେବ ଯେ କ୍ରିମିନାଲ୍ କେଶ୍ ପରିଚାଳନା ବେଳେ କ୍ଷତିଗ୍ରସ୍ତ ଲୋକ କ୍ଷତିପୂରଣ ପାଇଁ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବା ଉଚିତ୍ । କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଏପରି କ୍ଷେତ୍ରରେ କ୍ଷତିଗ୍ରସ୍ତ ଲୋକ କ୍ଷତିକାରୀଙ୍କ ବିରୁଦ୍ଧରେ ସିଭିଲ୍ ମକଦ୍ଦମା କରି ତାଙ୍କର ଯଥାର୍ଥ କ୍ଷତିପୂରଣ ପାଇପାରିବେ । କ୍ରିମିନାଲ୍ ମକଦ୍ଦମାରେ କ୍ଷତିକାରୀ ଲୋକ ଦୋଷୀ ସାବ୍ୟସ୍ତ ନ ହେଲେ ମଧ୍ୟ ତାଙ୍କ ଠାରୁ ସିଭିଲ୍ ମକଦ୍ଦମା କରି କ୍ଷତିପୂରଣ ଆଦାୟ କରି ହେବ । ବିନା କାରଣରେ ଆରେଷ୍ଟ୍ ହୋଇଥିବା ବିନା କାରଣରେ ଆରେଷ୍ଟ୍ ହୋଇଥିବା, କ୍ରିମିନାଲ୍ ପ୍ରୋସିଡ଼ିଓର ଧାରା ୩୫୮ (୧) ଅନୁଯାୟୀ କ୍ଷତିପୂରଣ ପାଇବେ । ସିଭିଲ୍ ମୋକଦ୍ଦମା କରି ମଧ୍ୟ କ୍ଷତିପୂରଣ ପାଇପାରିବେ । ବିନା କାରଣରେ କେଶ୍ କଲେ କ୍ଷତିପୂରଣ ପାଇପାରିବେ କି ? ବିନା କାରଣରେ କେଶ୍ କଲେ କ୍ଷତିପୂରଣ ପାଇପାରିବେ, କ୍ରିମିନାଲ୍ ପ୍ରୋସିଡ଼ିଓହର କୋର୍ଡ ୨୫୦ ଅନୁଯାୟୀ ସେ କ୍ଷତିପୂରଣ ପାଇପାରିବେ । ସିଭିଲ୍ ମୋକଦ୍ଦମା କରି ମଧ୍ୟ କ୍ଷତିପୂରଣ ପାଇପାରନ୍ତି । ପୋଲିସ୍ ଅଧର୍ତ୍ତବ୍ୟ କେଶ୍ କୁ ଚାଲୁ କରିବା ପାଇଁ ଅଭିଯୋଗକାରୀଙ୍କୁ କୋର୍ଟରେ ପ୍ରାଇଭେଟ୍ କମ୍ପ୍ଲେନ୍ କେଶ୍ କରିବାକୁ ପଡିଲା ଓ ମୁଦାଲା ଜଣକ କୋର୍ଟରେ ଦୋଷୀ ସାବ୍ୟସ୍ତ ହେଲେ । ଦୋଷୀ ଜଣକ ଅଭିଯୋଗକାରୀଙ୍କୁ କେଶ୍ ର ଖର୍ଚ୍ଚ ଦେବା ପାଇଁ । ଧାରା ୩୫୯ କ୍ରିମିନାଲ୍ ପ୍ରୋସିଡ଼ିଓର କୋର୍ଟରେ ଏହି ବ୍ୟବସ୍ଥା ଅଛି । ମୁଦାଲା କେଶ୍ ରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଦଣ୍ଡ ନ ଦେଇ କୋର୍ଟ ପ୍ରବେସନ୍ ରେ (P.O. Act, 1958) ଛାଡି ଦେଲେ । ତଥାପି ଦୋଷୀ ଜଣଙ୍କ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ ରାୟ ଦିଆଯାଇପାରିବ । (ଧାରା 5 of P.O. Act 1958) କମ୍ପେନ୍ସେସନ୍ ବା ଡାମେଜ୍ ପାଇଁ ସିଭିଲ୍ ମୋକଦ୍ଦମା ଜଣେ ବ୍ୟକ୍ତିଙ୍କ ଯୋଗୁଁ ଅନ୍ୟ ଜଣଙ୍କ ଶରୀର, ମାନ ସମ୍ମାନ ଅଥବା ସମ୍ପତ୍ତିର କ୍ଷତି ଘଟିଲେ, ଅଥବା ଚୁକ୍ତି ଭଙ୍ଗ ହେଲେ କ୍ଷତିଗ୍ରସ୍ତ ଲୋକ ଜଣଙ୍କ କ୍ଷତିକାରୀଙ୍କ ବିରୁଦ୍ଧରେ ସିଭିଲ୍ କୋର୍ଟରେ କ୍ଷତିପୂରଣ ଦାବି କରି କେଶ୍ କରିପାରିବେ । ଏଠାରେ ମନେ ରଖିବାକୁ ହେବ ଯେ ଶରୀର ଓ ସମ୍ପତ୍ତି ଆଦିର କ୍ଷତି ହେଲେ କ୍ରିମିନାଲ୍ କେଶ୍ କରି ଦୋଷୀକୁ ଦଣ୍ଡ ଦିଆଯିବା ସଙ୍ଗେ ସଙ୍ଗେ ତାଙ୍କ ଠାରୁ କ୍ରିମିନାଲ୍ ଆଇନ୍ ରେ କ୍ଷତିପୂରଣ ମଧ୍ୟ ନିଆଯାଇପାରେ । ମାତ୍ର କ୍ରିମିନାଲ୍ ଆଇନ୍ ରେ କ୍ଷତିପୂରଣ ନ ମିଳିଲେ କିମ୍ବା କମ୍ କ୍ଷତିପୂରଣ ମିଳିଲେ ମଧ୍ୟ ସିଭିଲ୍ ମୋକଦ୍ଦମା କରି କ୍ଷତିପୂରଣ ନେବାରେ ପ୍ରତିବନ୍ଧକ ନାହିଁ । କଞ୍ଜ୍ୟୁମର ଆଇନ୍ ରେ କ୍ଷତିପୂରଣ ପାଇବା ବ୍ୟବସ୍ଥା ଥିଲେ ମଧ୍ୟ ଜଣେ ବ୍ୟକ୍ତି କଞ୍ଜ୍ୟୁମର କୋର୍ଟକୁ ନ ଯାଇ ସିଭିଲ୍ କୋର୍ଟରେ କ୍ଷତିପୂରଣ ମୋକଦ୍ଦମା କରିପାରିବେ । ମୋଟର ଯାନ ଆଇନ୍ ଏହି ଆଇନ୍ ରେ କ୍ଷତିଗ୍ରସ୍ତ ବ୍ୟକ୍ତି ମାନେ କ୍ଷତିପୂରଣ କରିପାରିବେ । ମୋଟର ଯାନ ଆଇନ୍ (M.V. Act, 1988) । ଏହି ଆଇନ୍ ଅନୁଯାୟୀ କୌଣସି ବ୍ୟକ୍ତି କୌଣସି ମୋଟର ଯାନ ସହ ଧକ୍କା ହୋଇ କ୍ଷତିଗ୍ରସ୍ତ ହେଲେ କ୍ଷତିପୂରଣ ଦାବି କରିପାରିବେ । ବ୍ୟକ୍ତି ଜଣଙ୍କ ଧକ୍କାରେ ମୃତ୍ୟୁବରଣ କଲେ ତାଙ୍କର ଉତ୍ତରାଧିକାରୀମାନେ କ୍ଷତିପୂରଣ ଦାବି କରିପାରିବେ । Fatal Accident act, 1855 The Workmen’s Compensation Act, 1923 Factories Act, 1948 Indian Railways Act, 1890 ଉପରୋକ୍ତ ଆଇନ୍ ଗୁଡିକରେ କ୍ଷତିପୂରଣ ପାଇବାର ପ୍ରଣାଳୀ ସାପେକ୍ଷ ଓ ବ୍ୟୟ ସାପେକ୍ଷ ହୋଇନଥିବାରୁ କମ୍ପେନ୍ସେସନ୍ ସହଜରେ ମିଳିଥାଏ । ଉପରୋକ୍ତ ଆଇନ୍ ପରିସରଭୁକ୍ତ କମ୍ପେନ୍ସେସନ୍ ଦାବି ପାଇଁ ସିଭିଲ୍ ମୋକଦ୍ଦମା କରିବାରେ ମନା ନାହିଁ । ମାତ୍ର ଏହା ଖର୍ଚ୍ଚ ଓ ସମୟ ସାପେକ୍ଷ । ଏଣୁ କେଶ୍ ଗୁଡିକ ସାଧାରଣତଃ ଉପରୋକ୍ତ ଆଇନ୍ ଅନୁସାରେ କରାଯାଏ । ଯେଉଁ କୋର୍ଟର ଭୌଗଳିକ ପରିସୀମା ମଧ୍ୟରେ ଘଟଣାଟି ଘଟିଥିବ ସେହି କୋର୍ଟରେ କେଶ୍ ଟି କରିବାକୁ ହେବ । ମାତ୍ର M.V. Act, 1988 ଓ Workmen’s Compensation Act, 1923 ଜନିତ ମୋକଦ୍ଦମା ଗୁଡିକ ଯେଉଁ ଠାରେ ଘଟିଲେ ମଧ୍ୟ ଭାରତର ଯେକୌଣସି କୋର୍ଟରେ କେଶ୍ କରିହେବ । ସମ୍ବିଧାନରେ ମିଳୁଥିବା ରେଡିମିକୁ Public Law Remedy ବୋଲି କୁହାଯାଏ । ନୀଳବତୀ ବେହେରା –ବନାମ –ଓଡିଶା ରାଜ୍ୟ ସରକାର (AIR 1993-1960) ରେ ମାନ୍ୟବର ସୁପ୍ରିମ୍ କୋର୍ଟ ରାୟ ପ୍ରଦାନ କରି କହିଲେ ଯେ ରାଜ୍ୟ ଏବଂ ତାର କର୍ମଚାରୀମାନଙ୍କ ଦ୍ଵାରା ଜଣଙ୍କର ମୌଳିକ ଅଧିକାର ବ୍ୟାଘାତ ହେଉଥିଲେ, ସେ କ୍ଷେତ୍ରରେ ହାଇକୋର୍ଟ ବା ସୁପ୍ରିମ୍ କୋର୍ଟ କ୍ଷତିଗ୍ରସ୍ତ ଲୋକଙ୍କର writ ମକଦ୍ଦମାରେ କ୍ଷତିପୂରଣ ପ୍ରଦାନ କରିପାରିବେ । ହଁ, ଚଲାରାମ କୋଣ୍ଡା ରେଡ୍ଡି କେଶ୍ ରେ (AIR 1989-A. P235) ଆନ୍ଧ୍ରପ୍ରଦେଶ ହାଇକୋର୍ଟ କହିଲେ ଯେ ଉତ୍ତରାଧିକାରୀଙ୍କୁ କ୍ଷତିପୂରଣ ମିଳିବ । କ୍ଷତିପୂରଣ ଦେବା ହେଉଛି ଏକମାତ୍ର ପ୍ରକ୍ରିୟା ଯାହା ଦ୍ଵାରା ବଞ୍ଚିବାର ଅଧିକାରକୁ (Article21) ସାବ୍ୟସ୍ତ କରିହେବ । ପୋଲିସ୍ ଅଧିକାରୀ ଠିକ୍ ଭାବରେ କେଶ୍ ତଦନ୍ତ ନ କଲେ ଏଥିପାଇଁ ଦାୟୀ ରହିବେ ସଙ୍କଟାପନ୍ନ ରୋଗୀଙ୍କୁ ସରକାରୀ ଡାକ୍ତରଖାନାରେ ମିଳୁଥିବା ସୁବିଧା ସୁଯୋଗ ଯୋଗାଇ ନ ଦେବା ଦ୍ଵାରା ମାନବାଧିକାର ଭଙ୍ଗ ହେଉଛି ।ଏହା ସୁପ୍ରିମ୍ କୋର୍ଟ, ପଶ୍ଚିମବଙ୍ଗ କ୍ଷେତ ମଜଦୂର ସମିତି କେଶ୍ ରେ, 1996 (4) L.S.S. 37 ] କହିଛନ୍ତି । ମୌଳିକ ଅଧିକାର ବା ମାନବ ଅଧିକାରଗୁଡିକ ପ୍ରାଇଭେଟ୍ ବ୍ୟକ୍ତି ବିଶେଷ ବା ସଂସ୍ଥାମାନଙ୍କ ନାମରେ କରିହେବ [ Vide-1996 S.C.C. (Cr.) 133] ଜଣଙ୍କର ମାନବାଧିକାର ବା ମୌଳିକ ଅଧିକାର ଭଙ୍ଗ ହେଉଥିଲେ ଓ ସେ ବ୍ୟକ୍ତିଗତ ଭାବେ କେଶ୍ କରୁନଥିଲେ, ଏହି କେଶ୍ ତାଙ୍କ ପାଇଁ ଅନ୍ୟ କେହି କରିପାରିବେ [ Vide-1996 S.C.C. (Cr.) 133] ଆଧାର – ଓଡ଼ିଶା ଲ ହାଉସ