ଆରେଷ୍ଟ୍ କରିବାର କ୍ଷମତା ଜଣେ ଦୋଷୀଙ୍କୁ ପୋଲିସ୍ ଅଥବା ଆରେଷ୍ଟ୍ କରିବାର କ୍ଷମତା ଥିବା ଅନ୍ୟ ସରକାରୀ କର୍ମଚାରୀ ଅଥମା ମାଜିଷ୍ଟ୍ରେଟ୍ ମାନେ ଆରେଷ୍ଟ କରିଥାନ୍ତି । ପ୍ରଶ୍ନ ଉଠେ ଆପଣ ଉପରୋକ୍ତ ଅଧିକାରୀ ନହୋଇ ଜଣେ ସର୍ବସାଧାରଣ ବ୍ୟକ୍ତି ହିସାବରେ ଜଣେ ଦୋଷୀକୁ ଆରେଷ୍ଟ୍ କରିପାରିବେ କି ? ହଁ ଆପଣ କରିପାରିବେ ।ଭାରତୀୟ ଦଣ୍ଡବିଧି ଆଇନ୍ ର ଧାରା ୪୩ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ଆପଣଙ୍କ ସମ୍ମୁଖରେ ପୋଲିସ୍ ଧର୍ତ୍ତବ୍ୟ ଅପରାଧ ଓ ଜାମିନ୍ ଅଯୋଗ୍ୟ ଦୋଷ କରନ୍ତି, ଅଥବା ସେ ଜଣେ ଘୋଷିତ ଅପରାଧୀ ହୋଇଥାନ୍ତି, ତେବେ ଆପଣ ତାଙ୍କୁ ବା ଅନ୍ୟମାନଙ୍କ ସାହାଯ୍ୟରେ ଆରେଷ୍ଟ୍ କରିପାରିବେ । ଆରେଷ୍ଟ୍ କରିବା ପରେ ଆପଣ ସେହି ଦୋଷୀଙ୍କୁ କୌଣସି ପୋଲିସ୍ ଙ୍କୁ କିମ୍ବା ନିକଟସ୍ଥ ଥାନାରେ ନେଇ ଅର୍ପଣ କରିବେ । ପୋଲିସ୍ ଏହା ପରେ ଦୋଷୀଙ୍କ ସମ୍ପର୍କରେ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ କରିବେ । ପୋଲିସ୍ ଧର୍ତ୍ତବ୍ୟ କେଶ୍ ର ତାଲିକା ଭାରତୀୟ ଦଣ୍ଡବିଧି ଆଇନର ପ୍ରଥମ ସିଡ୍ୟୁଲ୍ ରେ ଲେଖାଅଛି, ତେବେ ମାନେ ରଖିବାକୁ ହେବ ଯେ, ସାଧାରଣତଃ ଗୁରୁତର ଅପରାଧ ଗୁଡିକ Cognizable case ଅଟେ । ନିଜର ଲୋକ ଆରେଷ୍ଟ୍ ହେଲେ, ଆପଣ କିପରି ସାହାଯ୍ୟ କରିବେ ନିଜେ ବା ନିଜର କୌଣସି ଲୋକ ଅଧିକାରୀମାନଙ୍କ ଦ୍ଵାରା ଆରେଷ୍ଟ ହେଉଥିଲେ, ଯଦି କେଶ୍ ଟି ଜାମିନ୍ ଯୋଗ୍ୟ ହୋଇଥାଏ, ତେବେ ମୁଦାଲା ଜାମିନ୍ ପାଇବା ପାଇଁ ହକ୍ ଦାର ଅଟନ୍ତି । ଏହା ଆପଣଙ୍କର ଆଇନ୍ ଗତ ଅଧିକାର । ଏପରି କେଶ୍ ରେ ଆପଣଙ୍କୁ ଜାମିନ୍ ରେ ଛାଡିବା ଆରେଷ୍ଟ୍ କାରୀ ଅଧିକାରୀଙ୍କ କର୍ତ୍ତବ୍ୟ । ଯଦି ଆରେଷ୍ଟକାରୀ ଅଧିକାରୀ ଏପରି କେଶ୍ ରେ ଜାମିନ୍ ଦେଉନାହାଁନ୍ତି, ତେବେ ଆପଣ ଜାମିନ୍ ପାଇଁ ତାଙ୍କ ନିକଟରେ ଦାବି କରିପାରିବେ । ଉକ୍ତ ଅଧିକାରୀ ଆପଣଙ୍କର ଦାବି ପ୍ରତ୍ୟାଖ୍ୟାନ କଲେ ଆପଣ ଉପରିସ୍ଥ ଅଧିକାରୀ ବା ମାଜିଷ୍ଟ୍ରେଟ୍ ଙ୍କୁ ଜଣାଇବେ । ଗୋଟିଏ କଥା ମନେ ରଖିବାକୁ ହେବ ଯେ, ପୋଲିସ୍ ଆପଣଙ୍କୁ କେବଳ ପୋଲିସ୍ ଅଧର୍ତ୍ତବ୍ୟ (Non-cognizable) କେଶ୍ ରେ ଆରେଷ୍ଟ୍ କରିପାରିବେ ନାହିଁ । କିନ୍ତୁ ଯଦି ଆପଣ ପୋଲିସ୍ ସମ୍ମୁଖରେ ଏପରି ଅପରାଧ କରନ୍ତି, ତେବେ ପୋଲିସ୍ ଆପଣଙ୍କୁ ନିଜର ନାମ ବା ଠିକଣା ମାଗିଲେ ତାହା ଆପଣ ତାଙ୍କୁ ଦେବେ । ଆପଣ ଏହା ଦେବାକୁ ମନା କଲେ ଅଥବା ମିଥ୍ୟା ନାମ ବା ଠିକଣା ଦେଉଛନ୍ତି ବୋଲି ଜଣାଗଲେ ପୋଲିସ୍ ଆପଣଙ୍କୁ ମଧ୍ୟ ଆରେଷ୍ଟ୍ କରିପାରିବେ । (ଧାରା ୪୨, ଭାରତୀୟ ଦଣ୍ଡ ବିଧି ଆଇନ୍) ଭାରତୀୟ ଦଣ୍ଡବିଧି ଆଇନ୍ ର ଧାରା ୧୫୧ ଅନୁଯାୟୀ ଆପଣ କୌଣସି ଧର୍ତ୍ତବ୍ୟ ଅପରାଧ କରିବା ପାଇଁ ଯୋଜନା କରୁଛନ୍ତି ବୋଲି ପୋଲିସ୍ ଜାଣିଲେ, ପୋଲିସ ମଧ୍ୟ ଆପଣଙ୍କୁ ଆରେଷ୍ଟ୍ କରିପାରିବ । ଆପଣଙ୍କ ଲୋକ ଆରେଷ୍ଟ୍ ମନେ ରଖନ୍ତୁ ଯେ ଆପଣ ଆପଣଙ୍କ ଲୋକ ଆରେଷ୍ଟ୍ ହେଲେ :- ଆପଣ ଆରେଷ୍ଟ୍ ଅଧିକାରୀମାନଙ୍କୁ ଜାମିନ ମାଗିବେ, ସେ ଜାମିନ୍ ନଦେଲେ ଆପଣ କୋର୍ଟରେ ଜାମିନ୍ ଆବେଦନ କରିପାରିବେ । ଆପଣଙ୍କୁ ଆରେଷ୍ଟ୍ ଅଧିକାରୀ ଆରେଷ୍ଟ୍ କରିବାର ୨୪ ଘଣ୍ଟା ମଧ୍ୟରେ ଜାମିନ୍ ରେ ଛାଡ ନ କଲେ, ମାଜିଷ୍ଟ୍ରେଟ୍ ଙ୍କ ନିକଟରେ ହାଜର କରାଇବାକୁ ବାଧ୍ୟ । ସେ ଏହା ନକଲେ ଆପଣ କରିବା ପାଇଁ ଦାବି କରିବେ ଓ ଅଟକ ୨୪ ଘଣ୍ଟାରୁ ବଳିଗଲେ ଆପଣ ବେଆଇନ୍ ଅଟକ ଜନିତ ଦୋଷରେ ଆରେଷ୍ଟ୍ କାରୀଙ୍କ ନାମରେ କ୍ରିମିନାଲ୍ ଓ ସିଭିଲ୍ ଉଭୟ ମକଦ୍ଦମା କରିପାରିବେ । ଆରେଷ୍ଟ୍ ଅଧିକାରୀ ଆପଣଙ୍କୁ ଅତ୍ୟାଚାର କଲେ, ଆପଣ ତାହା ମାଜିଷ୍ଟ୍ରେଟ୍ ଙ୍କୁ ଜଣାଇବେ ଓ ମାଜିଷ୍ଟ୍ରେଟ୍ ତାହା ତଦନ୍ତ କାରି ଦୋଷୀଙ୍କୁ ଦଣ୍ଡବିଧାନ କରିବେ। ଆପଣ ଆରେଷ୍ଟ୍ ହୋଇଥିଲା ବେଳେ ଓକିଲଙ୍କୁ ଭେଟିବା ପାଇଁ ପୋଲିସ୍ ସୁଯୋଗ ଦେବା ପାଇଁ ବାଧ୍ୟ । ଏହା ଆପଣଙ୍କର ସାମ୍ବିଧାନିକ ଅଧିକାର, କାହାର ଦୟା ନୁହେଁ । ସେହିପରି ଆପଣ ନିଜ ଲୋକଙ୍କୁ ମଧ୍ୟସାକ୍ଷାତ କରିପାରିବେ । ଆପଣ ଯଦି କେଶ୍ ରେ ମିଥ୍ୟାରେ ଆରେଷ୍ଟ୍ ହୋଇ ମାନସମ୍ମାନ ହରାଇବାର ସୂଚନା ପାଆନ୍ତି ଏବଂ କେଶ୍ ବା ଘଟଣାଟି ଜାମିନ୍ ଅଯୋଗ୍ୟ ହୋଇଥାଏ, ତେବେ ଆପଣ ସେସନ୍ସ କୋର୍ଟ (ଜିଲ୍ଲା ଜଜ୍, ଅତିରିକ୍ତ ଜିଲ୍ଲା ଜଜ୍ ବା ହାଇକୋର୍ଟ )ରେ ଆଗତୁରା ଜାମିନ୍ ପାଇଁ ଦସ୍ତଖାତ କରି ଜାମିନ୍ ନେଇପାରିବେ । ଆଧାର – ଓଡ଼ିଶା ଲ ରିଭିଉସ