ରସିଦ ବହି ଜମାଖର୍ଚ୍ଚ ରେଜିଷ୍ଟର ରେଜିଷ୍ଟର ନମ୍ବର-୧୧ ଏହି ରେଜିଷ୍ଟରରେ ରେଭିନ୍ୟୁ ଇନିସପେକ୍ଟରଙ୍କ ଦ୍ଵାରା ରସିଦ ବହିର ଜମା ଖର୍ଚ୍ଚ ହିସାବ ରଖାଯାଏ । ରେଭିନ୍ୟୁ – ଇନିସପେକ୍ଟରଙ୍କ ଠାରୁ ଲିଖିତ ଦରଖାସ୍ତ ପାଇଲେ ରସିଦ ବହି ତହସିଲଦାରଙ୍କ ଦ୍ଵାରା ପ୍ରଦାନ କରାଯିବ । ରସିଦର ଫାରମଗୁଡିକ ଦୁଇ ନକଲ ବିଶିଷ୍ଟ ଏବଂ ବହି ଆକାରରେ ପ୍ରତ୍ୟେକ ବହିରେ ପଚାଶଗୋଟି ଦୁଇ ନକଲ ବିଶିଷ୍ଟ ଫର୍ମ ଥାଏ । ଫର୍ମଗୁଡିକରେ ଛାପା କ୍ରମିକ ନମ୍ବର ଥାଏ ଓ (A)” କ” ବା (B) “ ଖ” ଇତ୍ୟାଦି ଅକ୍ଷର ଦ୍ଵାରା ଚିହ୍ନିତ କରାଯାଇ ଥାଏ । ରାଜ୍ୟର ସମସ୍ତ ରସିଦ ବହି ପାଇଁ ପ୍ରତିବର୍ଷ କ୍ରମାନ୍ଵୟରେ କ୍ରମିକ ନମ୍ବର ଦିଆଯାଇଥାଏ ଏବଂ ସେହି ଅକ୍ଷରରୁ କେଉଁ ବର୍ଷର ବ୍ୟବହୃତ ବହି ଜଣାପଡେ । ବହି ଗୁଡିକ ତାଲା ଦେଇ ରେଭିନ୍ୟୁ ଇନିସପେକ୍ଟରଙ୍କ ବ୍ୟକ୍ତିଗତ ଦାୟିତ୍ଵରେ ରଖାଯିବ । ସେ ଏକ ସମୟରେ ଗୋଟିକରୁ ଅଧିକ ବହି ବ୍ୟବହାର କରିବେ ନାହିଁ । ପ୍ରଥମରେ କେଉଁ ତାରିଖରେ ବହିଟି ବ୍ୟବହାର କାଲେ ଏହି ରେଜିଷ୍ଟରରେ ଉଲ୍ଲେଖ କରିବେ । ବ୍ୟବହୃତ ବହିଗୁଡିକର ତହସିଲଦାରଙ୍କୁ ଫେରସ୍ତ ନ ହେବ ପର୍ଯ୍ୟନ୍ତ ଯତ୍ନ ସହକାରେ ସାଇତି ରଖାଯିବ । ପ୍ରତିବର୍ଷ ଅକ୍ଟୋବର ୫ ତାରିଖ ଓ ଏପ୍ରିଲ ୫ ତାରିଖରେ ରେଭିନ୍ୟୁ ଇନିସପେକ୍ଟର ଜମା ଖର୍ଚ୍ଚ ଯାଞ୍ଚ କଡ଼ିଏ ଓ ସମ୍ପର୍କରେ ସମ୍ପୃକ୍ତ ରେଜିଷ୍ଟରରେ ଏକ ସାର୍ଟିଫିକେଟ ଦେବେ । ତହସିଲଦାର ଓ ରେଭିନ୍ୟୁ ସୁପରଭାଇଜର କୌଣସି ସରକାଳ ପରିଦର୍ଶନ ସମୟରେ ଜମା ଖର୍ଚ୍ଚ ଯାଞ୍ଚ କରିବେ ଓ ଏ ସମ୍ପର୍କରେ ସମ୍ପୃକ୍ତ ରେଜିଷ୍ଟରରେ ତାଙ୍କର ତାରିଖ ଓ ସ୍ଵାକ୍ଷର ସହ ରେକର୍ଡ କରିବେ । ଏପ୍ରିଲ ମାସରେ ଯାଞ୍ଚ କରି ସାରିବା ପରେ ରେଭିନ୍ୟୁ ଇନିସପେକ୍ଟର ସମସ୍ତ ବ୍ୟବହୃତ ରସିଦ ବହି ତହସିଲ ଅଫିସରକୁ ପଠାଇବେ । ରସିଦ ବହିଗୁଡିକ ରେଭିନ୍ୟୁ ଇନିସପେକ୍ଟର କରୁଷି ବର୍ଷ ଶେଷ ହେବାଠାରୁ ୬ ମାସରୁ ଅଧିକ ଦିନ ନିଜ ପାଖରେ ରଖିପାରିବେ ନାହିଁ । କିନ୍ତୁ ଆଂଶିକ ବ୍ୟବହୃତ ରସିଦ ବହିର ଅବ୍ୟବହୃତ ରସିଦଗୁଡିକ ରଖି ରଦ୍ଦ କରିବା ପାଇଁ ଦେବେ । ତହସିଲଦାରଙ୍କ କର୍ତ୍ତବ୍ୟ ହେଉଛି ସେ ପରୀକ୍ଷା କରି ସନ୍ତୋଷ ହେବେ ଯେ ବ୍ୟବହୃତ ପ୍ରତ୍ୟେକ ରସିଦ ବହିର ମୁଣ୍ଡା ପାଉତି ଠିକ ଅଛି ଏବଂ ଆଂଶିକ ବ୍ୟବହୃତ ବହିର ଅବ୍ୟବହୃତ ପୃଷ୍ଠାଗୁଡିକ ରଦ୍ଦ ଚିହ୍ନିତ ରବର ଷ୍ଟାମ୍ଫ ଦ୍ଵାରା ଡାହାଣ ପାଖରେ ସିଲ ଦିଆଯାଇ ରଦ୍ଦ କରାଯିବ । ରେଭିନ୍ୟୁ ଇନିସପେକ୍ଟରଙ୍କ ଦ୍ଵାରା ଫେରସ୍ତ ହୋଇଥିବା ଅବ୍ୟବହୃତ ରସିଦ ବହି ଗୁଡିକ ତହସିଲଦାର ଯତ୍ନ ସହିତ ସାଇତି ରଖିବେ । ବର୍ଷ ଶେଷ ହେବା ପରେ ପରେ ତହସିଲଦାରଙ୍କ ଦ୍ଵାରା ସେଗୁଡିକ ଅଗ୍ନି ଦ୍ଵାରା ସବଡିଭିଜନାଲ ଅଫିସର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ବା କଲେକ୍ଟର ଯେ କି ପ୍ରଥମେ ତହସିଲ ଅଫିସ ପରିଦର୍ଶନ କରିବେ ତାହାଙ୍କ ସାମ୍ନାରେ ନଷ୍ଟ କରାଯିବ ଏବଂ ରେଜିଷ୍ଟର ୧୦ “ ଖ” ରେ ସାର୍ଟିଫିକେଟ ଦେବେ । ବର୍ଷ ମଧ୍ୟରେ ବ୍ୟବହୃତ ହୋଇଥିବା ରସିଦ ବହିର ଶତକଡା ଦଶ ଭାଗରୁ ନଷ୍ଟ କରାଯିବା ରସିଦ ବହି ସଂଖ୍ୟା ଯଦି ଅଧିକ ହୁଏ କି କାରଣରୁ ଅଧିକ ସଂଖ୍ୟକ ବହି ଫରମାସି କଲେ ତହସିଲଦାର କୈଫିୟତ ଦେବେ । ତାହାଙ୍କ କୈଫିୟତ କଲେକ୍ଟରଙ୍କ ମତ ସହ ରେଭିନ୍ୟୁ ଡିଭିଜନାଲ କମିଶନର ଜରିଆରେ ରେଭିନ୍ୟୁ ବୋର୍ଡକୁ ଆଦେଶ ସକାଶେ ପଠାଯିବ । ଚଳିତ ବର୍ଷ ଶେଷ ପୂର୍ବରୁ ଆସନ୍ତା ବର୍ଷ ସକାଶେ ଆବଶ୍ୟକ ସଂଖ୍ୟକ ରସିଦ ବହି ରେଭିନ୍ୟୁ ଇନିସପେକ୍ଟର ନେଇ ଆସିବେ । ରସିଦ ବହିର ଉପର ମଲାଟରେ ତହସିଲ ଅଫିସରୁ ବହି ଗ୍ରହଣ ବେଳେ ତହସିଲଦାରଙ୍କ ଦ୍ଵାରା ଲେଖାଯାଇ ଥିବା ସାର୍ଟିଫିକେଟ ଅନୁଯାଯାଇ ବହିରେ ଥିବ ପୃଷ୍ଠାଗୁଡିକ ଠିକ ଅଛି କି ନାହିଁ ପରୀକ୍ଷା କରିବା ତାହାଙ୍କ କର୍ତ୍ତବ୍ୟ ଅଟେ । ବହିର କୌଣସି ରସିଦ ହଜିଗଲେ କିମ୍ବା ନଷ୍ଟ ହେଲେ ରେଭିନ୍ୟୁ ଇନିସପେକ୍ଟରଙ୍କୁ ବହି ଅର୍ପଣ ହେବା ପୂର୍ବରୁ ତହସିଲଦାରଙ୍କ ଦ୍ଵାରା ବହିର ଉପର ମଲାଟରେ ସେ ସମ୍ବନ୍ଧେ ଉଲ୍ଲେଖ ନଥିଲେ କୌଣସି କୈଫିୟତ ଗ୍ରହଣ କରାଯିବ ନାହିଁ । ରେଭିନ୍ୟୁ ଇନିସପେକ୍ଟର ଲିଖିତ ଦରଖାସ୍ତ ନ ଦେଲେ ଏବଂ ସେହି ଦରଖାସ୍ତ ସହ ଉକ୍ତ ରେଜିଷ୍ଟର ନ ପଠାଇଲେ ତହସିଲଦାରଙ୍କ ଦ୍ଵାରା ବହି ଅର୍ପଣ କରାଯିବ ନାହିଁ । ତହସିଲଦାର ଅଫିସ ପ୍ରଧାନ କିରାଣୀଙ୍କ ଦ୍ଵାରା ୧ ରୁ ୫ ସ୍ତମ୍ଭ ପୂରଣ କରାଯାଇ ଶେଷ ଲେଖାର ଠିକ ନିମ୍ନରେ ତାରିଖ ସହ ଦସ୍ତଖତ କରାଯିବ । ଯେତେବେଳେ ରେଭିନ୍ୟୁ ଇନିସପେକ୍ଟର ବାର୍ତ୍ତାବହଙ୍କ ଜରିଆରେ ବହି ଗ୍ରହଣ କରନ୍ତି ଏହି ରେଜିଷ୍ଟର ସହ ରସିଦ ବହି ପାଇଁ ୧ ସ୍ତମ୍ଭ ରୁ ୫ ସ୍ତମ୍ଭ ପର୍ଯ୍ୟନ୍ତ ବିଶୁଦ୍ଧଭାବେ ପୂରଣ କରାଯାଇଛି ବୋଲି ସେ ନିଜେ ସନ୍ତୋଷ ହେବେ । କୌଣସି ପ୍ରଭେଦ ସେଥିରେ ଦେଖାଗଲେ ନାମ ଓ ଠିକଣାପତ୍ର ଦ୍ଵାରା ତହସିଲଦାରଙ୍କ ଦ୍ରୁଷ୍ଟିରୁ ଆଣିବେ ଏବଂ ଉକ୍ତ ପ୍ରଭେଦ ମୀମାଂସା ନ ହେବା ପର୍ଯ୍ୟନ୍ତ ରେଭିନ୍ୟୁ ଇନିସପେକ୍ଟର ତହସିଲଦାରଙ୍କୁ ସାପ୍ତାହିକ ସ୍ମାରକପତ୍ର ପଠାଉଥିବେ । ରସିଦ ବହି ରେଜିଷ୍ଟର ନମ୍ବର - ୧୨ ନିମ୍ନଲିଖିତ ୧ ରୁ ଅଧିକ ଉପାୟରେ ପ୍ରଜାମାନଙ୍କ ଦ୍ଵାରା ଖଜଣା ପ୍ରଦାନ କରାଯାଏ :- ରେଭିନ୍ୟୁ ଇନିସପେକ୍ଟରଙ୍କ ଦ୍ଵାରା ନଗଦ ଟଙ୍କା ବା ମନିଅର୍ଡର ଦ୍ଵାରା ସ୍ଵେଚ୍ଛାକୃତ ଭାବେ ପ୍ରଦାନ । ଟ୍ରେଜେରୀ କିମ୍ବା ସବଟ୍ରେଜେରୀରେ ସ୍ଵେଚ୍ଛାକୃତଭାବେ ଖଜଣା ପ୍ରଦାନ ସାର୍ଟିଫିକେଟ କେସ କାର୍ଯ୍ୟାନୁଷ୍ଠାନ ପରେ ସାର୍ଟିଫିକେଟ ବିଭାଗକୁ ଖଜଣା ପ୍ରଦାନ । ସାର୍ଟିଫିକେଟ କେସ କାର୍ଯ୍ୟାନୁଷ୍ଠାନ ପରେ ରେଭିନ୍ୟୁ ଇନିସପେକ୍ଟରଙ୍କ ଖଜଣା ପ୍ରଦାନ । ରେଭିନ୍ୟୁ ସୁପରଭାଇଜରଙ୍କ ଦ୍ଵାରା କୌଣସି ଅସୁଲ ଗ୍ରହଣ କରାଯିବ ନାହିଁ । ତାହାଙ୍କ କର୍ତ୍ତବ୍ୟ ହେଉଛି ଖଜଣା ଅସୁଲରେ ସାହାଯ୍ୟ ଏବଂ ଖଜଣା ଗ୍ରହଣ ସକାଶେ ନୁହେଁ । ଟଙ୍କା ଅସୁଲକରି ରେଭିନ୍ୟୁ ଇନିସପେକ୍ଟର ଅସୁଲ ସକାଶେ ସେହି ବର୍ଷ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଫର୍ମରେ ଛାପା ରସିଦ ଦେବେ । ସେହି ରସିଦଟି କପିଙ୍ଗ ପେନସିଲ ଦ୍ଵାରା କାର୍ବନ କାଗଜ ଦେଇ ଲେଖାଜୀବ । ଦୁଇ ପାଖିଆ କାର୍ବନ କାଗଜ ବ୍ୟବହାର କରିବାକୁ ହେବ । କାର୍ବନ ଲେଖା ନକଲ ଖଣ୍ଡିକ ରସିଦ ବହିରେ ପଟ୍ଟା ପାଉତି ରୂପେ ରଖାଯିବ ଏବଂ ପେନସିଲ ଲେଖା ରସିଦ ଖଣ୍ଡକ ଖଜଣା ପ୍ରଦାନକାରୀଙ୍କୁ ଦିଆଯିବ । ସମସ୍ତ ରସିଦ ରେଭିନ୍ୟୁ ଇନିସପେକ୍ଟର ତାରିଖ ସହ ଦସ୍ତଖତ ଥାଇ ଅକ୍ଷରରେ ଓ ଅଙ୍କରେ ଲେଖାଜୀବ । ଏହା ଅନ୍ୟ କେହି ହସ୍ତଗତ କରିପାରିବେ ନାହିଁ କିମ୍ବା ରବର ଦ୍ଵାରା ଲିଭାହେବ ନାହିଁ । ରସିଦ ବହି ଖଜଣା ପ୍ରଦାନକରିଙ୍କୁ ଅର୍ପଣ କଲାପରେ ସେଥିରେ ଲେଖା ଟଙ୍କା ସଂଶୋଧନ କରାଯାଇ ପାରିବ ନାହିଁ । ପ୍ରଜାଙ୍କ ଠାରୁ ଖଜଣା ଥରକୁ ଥର ଗ୍ରହଣ ବେଳେ ଭିନ୍ନ ଭିନ୍ନ ରସିଦ ପ୍ରଦାନ କରାଯିବ । ରସିଦ ହଜିବା ଆଳରେ ବହିରେ ଥିବା ଦ୍ଵିତୀୟ କିତା ରସିଦ କିମ୍ବା ତାହାର ନକଲ ଦିଆଯିବା ଉଚିତ ନୁହେଁ । କ୍ଷମତାପ୍ରାପ୍ତ କର୍ମଚାରୀଙ୍କ ସ୍ଵତନ୍ତ୍ର ଆଦେଶରେ କ୍ଷମତା ଦିଆଯାଇଥିଲେ ଉକ୍ତ ନିଷେଧ ପ୍ରଯୁଜ୍ୟ ହେବ ନାହିଁ । ବକେୟା ଭୂ ରାଜସ୍ୱର ସୁଧ ହିସାବ କରି ତାହାର ବିବରଣୀ ପାଉତି ପଛପାଟରେ ଯାଞ୍ଚ କରିବା ସୁବିଧା ସକାଶେ ଉଲ୍ଲେଖ କରାଯିବ । ରେଭିନ୍ୟୁ ଇନିସପେକ୍ଟରଙ୍କ ଦ୍ଵାରା ସମସ୍ତ ପ୍ରକାର ଖଜଣା ଅସୁଲ ବେଳେ କେବଳ ଏହି ବହିରୁ କେବଳ ରସିଦ ଦିଆଯିବ । ବିବିଧ ରାଜସ୍ୱ କିମ୍ବା ସାଇରାତ ସଂକ୍ରାନ୍ତ ଟଙ୍କା ଅସୁଲ ବେଳେ ଭିନ୍ନ ଭିନ୍ନ ରସିଦ ଦିଆଯିବ । ଏହା ଭୂ-ରାଜସ୍ୱ ଓ ସେସରେ ମିଶାଯିବ ନାହିଁ । ପୂର୍ବେ ଅଭିଯୋଗ ହୋଇଥିଲା ଯେ ରେଭିନ୍ୟୁ ଇନିସପେକ୍ଟରମାନେ ଖଜଣା ଅସୁଲ ଠିକ ଋତୁରେ କରନ୍ତି ନାହିଁ । ପରିମାଣରେ ପ୍ରଜାମାନେ ଯଥା ସମୟରେ ଖଜଣା ଦେବା ଏପାଇଁ ଅସୁବିଧା ଭୋଗ କରନ୍ତି । ରେଭିନ୍ୟୁ ଇନିସପେକ୍ଟର ହେକକ୍ଵାଟର୍ସରେ ରହି ଖଜଣା ଅସୁଲ କଲେ ବର୍ଷର ଶେଷ ମାସରେ ଭିଡ ପଡେ । ଯେହେତୁ ଖଜଣା ଅସୁଲ ସକାଶେ ରେଭିନ୍ୟୁ ଇନିସପେକ୍ଟରଙ୍କ ବ୍ୟତୀତ ତାଙ୍କ ଅଫିସର ଅନ୍ୟ କାହାରି କ୍ଷମତା ନାହିଁ । ସେ ଖଜଣା ଅସୁଲ ନିମନ୍ତେ କାର୍ଯ୍ୟ ନିର୍ଘଣ୍ଟ ଏପରି ଭାବେ ପ୍ରସ୍ତୁତ କରିବେ ଯେପରିକି ଯଥା ସମୟରେ ଖଜଣା ଇତ୍ୟାଦି ତାହାଙ୍କୁ କିମ୍ବା ପ୍ରଜାଙ୍କୁ କଷ୍ଟ ନଥାଇ ଅସୁଲ କରାଯିବ । ଯେଉଁଠାରେ କିରାଣୀ କିମ୍ବା ମୋହରିର ରେଭିନ୍ୟୁ ଇନିସପେକ୍ଟରଙ୍କୁ ସାହାଯ୍ୟ ପାଇଁ ନିଯୁକ୍ତ କରାଯାଇଥାଏ । ସେଠାରେ ଯଦି କିରାଣୀ ବ ଅମୋହରିରଙ୍କୁ ରସିଦ ବହି ଲେଖା କିମ୍ବା ଟେନାଣ୍ଟସ ଲେଜର ଇତ୍ୟାଦି ଅସୁଲ ରେଜିଷ୍ଟରଗୁଡିକର ପୂରଣରେ ଖାତାଯାଇପାରେ । କିନ୍ତୁ ସେ ସମସ୍ତ କାର୍ଯ୍ୟ ସେ ସ୍ଵାଧୀନଭାବେ କରିବାକୁ ଦିଆଯିବ ନାହିଁ , ରେଭିନ୍ୟୁ ଇନିସପେକ୍ଟରଙ୍କ ତତ୍ଵାବଧାନରେ କରିବାକୁ ହେବ । କ୍ୟାମ୍ଫରେ ରହି ଖଜଣା ଅସୁଲ ସକାଶେ ରେଭିନ୍ୟୁ ଇନିସପେକ୍ଟର ଏପରିଭାବେ ତାଙ୍କର କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ କରିବେ ଯେପରିକି ଜାନୁଆରୀ ୧ ତାରିଖ ଠାରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଭୀତରେ ସମସ୍ତ ମୌଜା ଅନ୍ତତଃ ତିନିଥର , କାର୍ଯ୍ୟ ନିର୍ଘଣ୍ଟ ମଧ୍ୟ ରେ ରହିବ । ଖଜଣା ଅସୁଲ କରିବାର ଅନ୍ତତଃ ତିନିଥର, କାର୍ଯ୍ୟ ନିର୍ଘଣ୍ଟ ମଧ୍ୟରେ ରହିବ । ଖଜଣା ଆଉସଲ କରିବାର ଅନ୍ତତଃ ସପ୍ତାହକ ପୂର୍ବରୁ ସାଧାରଣ ବିଜ୍ଞାପନ ଦ୍ଵାରା ପ୍ରଜାମାନଙ୍କୁ ଉକ୍ତ କାର୍ଯ୍ୟ ନିର୍ଘଣ୍ଟ ଜଣାଇ ଦେବାକୁ ହେବ । ପ୍ରତିବର୍ଷ ଡିସେମ୍ବର ୧୫ ତାରିଖ ପୂର୍ବରୁ କ୍ୟାମ୍ଫ ଅସୁଲ କାର୍ଯ୍ୟ ନିର୍ଘଣ୍ଟ ତହସିଲଦାରଙ୍କ ଦ୍ଵାରା ମଞ୍ଜୁର କରିବାକୁ ହେବ । କାର୍ଯ୍ୟ ନିର୍ଘଣ୍ଟର ନକଲ ସବଡିଭିଜନାଲ ଅଫିସର ତହସିଲଦାର ଓ ରେଭିନ୍ୟୁ ସୁପରଭାଇଜରଙ୍କ ପାଖରେ ଯାଞ୍ଚ ସୁବିଧା ସକାଶେ ରଖାଯିବ । ଏହି କାର୍ଯ୍ୟରେ ନିର୍ଘଣ୍ଟର ବ୍ୟତିକ୍ରମକୁ ପ୍ରଶୟ ଦିଆଯିବ ନାହିଁ । ଆଧାର – ଦ ଲ ହାଉସ