ଜମାବନ୍ଦୀ ରେଜିଷ୍ଟର ରେଜିଷ୍ଟର ନମ୍ବର - ୧ ୧୯୫୮ ଓଡିଶା ସର୍ଭେ ଓ ବନ୍ଦୋବସ୍ତ ଆଇନରେ ୧୬ ଧାରାର ଉପଧାରା (୨) ଅନୁସାରେ ତହସିଲ ଅଫିସରେ ଜମାବନ୍ଦୀ ରେଜିଷ୍ଟର ବା କଣ୍ଟିନିଓସ ଖତିଆନ ବ୍ୟବହାର କରାଯାଏ । ଏହି ରେଜିଷ୍ଟରଟି ଖାତା ଓ ସ୍ଵତ୍ତ୍ଵ ଅନୁଯାୟୀ ବ୍ୟବହାର କରାଯାଇଠେ । ପ୍ରତ୍ୟେକ ବ୍ୟକ୍ତିଗତ ପ୍ରଜା ସକାଶେ ଗୋଟିଏ ଖାତା ନିଆଯାଇଥାଏ ଏବଂ ନିର୍ଦ୍ଧିଷ୍ଟ ସ୍ଵତ୍ତ୍ଵ ସମ୍ବନ୍ଧୀୟ ଜମି ଭୂସ୍ଵାମୀ ଅନୁଯାୟୀ ସଜା ଯାଇଥାଏ । ଏହି ରେଜିଷ୍ଟର ପ୍ରଥମେ ତିଆରି କଲାବେଳେ ସମସ୍ଵତ ବିଶିଷ୍ଟ ଭୂସ୍ଵାମୀମାନଙ୍କ ନାମ କ୍ରମାନ୍ଵୟରେ ସଜା ଯାଇଥାଏ । ରେଭିନ୍ୟୁ ଇନିସପେକ୍ଟରଙ୍କର ବ୍ୟବହାର ସକାଶେ ସାଧାରଣତଃ ଚୁଡାନ୍ତଭାବେ ପ୍ରମାଣିତ ସ୍ଵତ୍ଵଲିପିର ନକଲ ବନ୍ଦୋବସ୍ତ ବିଭାଗ ତିଆରି କରାଯାଇଥାଏ । ଯେଉଁଠାରେ ସେପରି ନକଲ ନଥାଏ ତହସିଲ ଅଫିସରେ ଥିବା ବନ୍ଦୋବସ୍ତ ରେକର୍ଡକୁ ଭିତ୍ତିକରି ରେଭିନ୍ୟୁ ଇନସପେକ୍ଟର ଏକ ନକଲ ତିଆରି କରିବେ । ସେହି ନକଲର ପ୍ରତ୍ୟେକ ପୃଷ୍ଠା ଯାଞ୍ଚ ପାରେ ସମ୍ପୃକ୍ତ ରେଭିନ୍ୟୁ ସୁପରଭାଇଜରଙ୍କ ଦ୍ଵାରା ସ୍ଵାକ୍ଷର ହେବ । ରେଜିଷ୍ଟରଟି ନିର୍ଭୁଲ ସମ୍ବନ୍ଧେ ତହସିଲଡାର ମଧ୍ୟ ପ୍ରତ୍ୟେକ ପୃଷ୍ଠାରେ ସ୍ଵାକ୍ଷର କରିବେ । ରେଭିନ୍ୟୁ ଶାସନ ଦକ୍ଷତା ଏହି ରେଜିଷ୍ଟରର ବିଶୁଦ୍ଧ ବ୍ୟବହାର ଉପରେ ନିର୍ଭର କରେ । ସୁତରାଂ ତହସିଲଦାରଙ୍କ ଦ୍ଵାରା ଆଦେଶ ହୋଇଥିବା ସମସ୍ତ ପରିବର୍ତ୍ତନ ଏହି ରେଜିଷ୍ଟରରେ ଉଲ୍ଲେଖ କରିବା ରେଭିନ୍ୟୁ ଇନିସ ପେକ୍ଟରଙ୍କର କର୍ତ୍ତବ୍ୟ ଅଟେ । ସ୍ଵତଲିପି ର ଯେ କୌଣସି ଲେଖା ସଂଶୋଧନ କରିବା ସକାଶେ ତହସିଲଦାରଙ୍କ କ୍ଷମତା ଅଛି । ଯେତେବେଳେ ସେପରି ଆଦେଶ କରାଯାଏ, ରେଭିନ୍ୟୁ ଇନସପେକ୍ଟରଙ୍କ ପାଖରେ ଏହି ସୂଚନାପତ୍ର ପରିଶିଷ୍ଟ “ ଗ” ର “ କ” ଫର୍ମରେ ଦୁଇଟି ନକଲ ପଠାଯାଏ । ସେ ଗୋଟିଏ ନକଲ ରଖି ତଦନୁଯାୟୀ ସମ୍ପୃକ୍ତ ରେକର୍ଡ ସଂଶୋଧନ କଲେ ବୋଲି ପ୍ରତିଶ୍ରୁତି ସହ ଅନ୍ୟ ନକଲଟି ପଠାଇବାର ପନ୍ଦର ଦିନ ମଧ୍ୟରେ ଫେରସ୍ତ କରିବେ । ଫେରସ୍ତ ନ କଲ ଖଣ୍ଡିତ ତହସିଲଦାର ଅଫିସ ନ ପାଇବା ପର୍ଯ୍ୟନ୍ତ କେସଟି ସମାପ୍ତ ହୋଇପାରିବ ନାହିଁ । ରେଭିନ୍ୟୁ ଇନିସପେକ୍ଟର ପାଇଥିବା ସୂଚନାପତ୍ର କ୍ରମାନ୍ଵୟରେ ସଜାଇବେ ଏବଂ ସେଗୁଡିକ ପାଇବା ଅନୁକ୍ରମରେ ସଂରକ୍ଷଣ ନଥିରେ ରଖିବେ । ସଂରକ୍ଷଣ ନଥିରେ (Guard File) ଗୋଟିଏ ସୂଚୀପତ୍ର ସଂଲଗ୍ନ ହେବା ଆବଶ୍ୟକ ମତେ ରେଜିଷ୍ଟର ନଂ III “ କ” ଓ III “ଖ” (B) ର କେଉଁ କ୍ରମିକ ନମ୍ବରର ଦରଜ କରାଯାଇଛି ସୂଚନାପତ୍ରରେ ଉଲ୍ଲେଖ କରିବେ ଓ ରେଜିଷ୍ଟର ନଂ III “ କ” ଓ III ” ଖ ” (B) ର ଭିନ୍ନ ଭିନ୍ନ ସ୍ତମ୍ଭ ସୂଚନାପତ୍ରରେ ଦର୍ଶାଯାଇଥିବା ବିଷୟ ଉପରେ ନିର୍ଭର କରି ସୁପାରିଶ କରିବେ । ଯେଉଁ ତାରିଖରେ ଏହି ରେଜିଷ୍ଟର ପୂରଣ କରାଯାଇଛି ସୂଚନା ପତ୍ରରେ ଉଲ୍ଲେଖ କରିବେ । ରେଜିଷ୍ଟର ସୂଚନାପତ୍ରରେ ଉଲ୍ଲେଖ ଥିବ । କେସ ନମ୍ବର ସଂଶୋଧନ ସାପେକ୍ଷ ଉଲ୍ଲେଖ କରି ରେଭିନ୍ୟୁ ଇନସପେକ୍ଟରଙ୍କ ଦ୍ଵାରା ସମର୍ଥନ ହେବ । ଯେତେବେଳେ ରେଭିନ୍ୟୁ ସୁପରଭାଇଜର ରେଭିନ୍ୟୁ ଅଫିସରଙ୍କ ଅଫିସ ପରିଦର୍ଶନ କରନ୍ତି , ରେଭିନ୍ୟୁ ଇନିସପେକ୍ଟରଙ୍କ ଦ୍ଵାରା ସମର୍ଥନ ହୋଇଥିବା ସଂଶୋଧନ ଲେଖାକୁ ଅନୁମୋଦନ କରିବେ । ଯେଉଁଠାରେ ରେଭିନ୍ୟୁ ସୁପରଭାଇଜର ନଥିବେ ଉକ୍ତ କାର୍ଯ୍ୟ ତହସିଲଦାର ସମ୍ପାଦନ କରିବେ । ରେଜିଷ୍ଟର ନଂ II ମଧ୍ୟ ସମୟରେ ସଂଶୋଧନ କରାଯିବ । ଯେତେବେଳେ ନୂତନ ଖାତା ଖୋଲାଜୀବ ସେହି ସ୍ଵତ୍ଵର ଶେଷ କ୍ରମିକ ନମ୍ବର ପାରେ ଗୋଟିଏ ନମ୍ବର ଦିଆଯିବ । ଯେତେବେଳେ କୌଣସି ବ୍ୟକ୍ତିର ଖାତା ଥାଇ ଅନ୍ୟ କୌଣସି ସ୍ଵତ୍ଵର ଜମିଦଖଲରେ ଆସେ ତାହାକୁ ନୂତନ ଖାତା ନମ୍ବର ନୂତନ ସକାଶେ ଦିଆଯିବ ନାହିଁ । ତାହା ତାହାଙ୍କ ନିଜ ଖାତା ନମ୍ବରରେ ସାମିଲ କରାଯିବ । ଉଦାହରଣ ସ୍ୱରୂପ ଗୋଟିଏ ଗ୍ରାମରେ ୧୦୦ ରୟତି ସାମିଲ କରାଯିବ । ରୟତି ଖାତା ପ୍ରଥମେ ପଡେ ଓ ପାରେ ଚାନ୍ଦାନା ଖାତା ପଡେ । ରୟତି ଖାତା ୧ ଠାରୁ ୧୦୦ ଯାଏ ଅଛି । ଯଦି ନୂତନ ରୟତି ଖାତା ଖୋଲାଯାଏ ତେବେ ୧୦୧ ନମ୍ବର ଦିଆଯିବ ତାପାରେ ଯଦି ଅନ୍ୟ ଖାତା ଖୋଲାଯାଏ ତାହା ୧୦୦/୨ ନମ୍ବର ଦିଆଯିବ । ସେହିପରି ନୂତନ ଚାନ୍ଦାନା ଖାତା ଖୋଲାଯିବ ତାହା ୧୦୫/୫ ନମ୍ବର ଦିଆଯିବ । ଏହି ରେଜିଷ୍ଟର ପ୍ରସ୍ତୁତ କଲାବେଳେ ଏକରୁ ଅଧିକ ପୂରାଫର୍ଦ୍ଦ (ପ୍ରତ୍ୟେକ ଫର୍ଦ୍ଦ ଦୁଇ ପୃଷ୍ଠାବିଶିଷ୍ଟ ହୋଇଥାଏ ) ପ୍ରତ୍ୟେକ ଖାତା ପାଇଁ ରଖାଯାଇ ଥାଏ । ଭବିଷ୍ୟତରେ ସଂଶୋଧନ ପ୍ରଭୁତି ଲେଖିବା ପାଇଁ ଏହି ଖାଲି ସ୍ଥାନ ଉଦ୍ଧିଷ୍ଟ । ଯେଉଁଠି ବହୁଳ ସଂଶୋଧନ ପାରେ ଖଲାଇ ଫର୍ଦ୍ଦଗୁଡିକ ବ୍ୟବହାର ହୋଇଥାଏ । ଖାତାର ଠିକ ନିମ୍ନରେ ଗୋଟିଏ ଫର୍ଦ୍ଦ ଯୋଡି ଦିଆଯାଏ । ଯେଉଁଠାରେ ଏକ ନିର୍ଦ୍ଧିଷ୍ଟ ଖାତା ବହୁସଂଖ୍ୟାକ ସଂଶୋଧନ ଯୋଗୁଁ ଅସ୍ପଷ୍ଟ ହୋଇଥାଏ । ଏଥିରେ ଏକ ଗୋଟି ନକଲ ପ୍ରସ୍ତୁତ କରାଯିବ ଏବଂ ମୂଳ ଖାତାର ନିମ୍ନରେ ରଖାଯିବ । ସେହି ଖାତାର ମୂଳ ପୃଷ୍ଠାଟି ରଦ୍ଧ କରାଯିବ ; କିନ୍ତୁ ରେଜିଷ୍ଟରଟିର ଅନ୍ତର କରାଯିବ ନାହିଁ । ଯଦି ଗୋଟିଏ ଖାତାର ସମସ୍ତ ଜମି କାଳକ୍ରମେ ସେହି ଖାତାରୁ ହସ୍ତାନ୍ତର ହୋଇଥାଏ । ମୂଳ ଖାତାଟି ଖାଲି ରଖାଯିବ ଏବଂ ସେହି ଖାତା ଅନ୍ୟ କୌଣସି ନୂତନ ଖାତାରେ ବ୍ୟବହାର ହୋଇପାରିବ ନାହିଁ । ସ୍ଵତ୍ଵ ଲିପି ତିଆରି ବା ଖଜଣା ବନ୍ଦୋବସ୍ତ କାର୍ଯ୍ୟ ପାରେ ଯେବେ ନୂତନ ରେଜିଷ୍ଟର ଦିଆଯାଏ ପୁରାତନ ରେଜିଷ୍ଟରଗୁଡିକ ଆସନ୍ତା ସ୍ଵତ୍ତ୍ଵ ଲିପି ତିଆରି ବା ଖଜଣା ବନ୍ଦୋବସ୍ତ (ଯାହାକି ଶୀଘ୍ର କାର୍ଯ୍ୟକାରୀ ହେବ ) ପର୍ଯ୍ୟନ୍ତ ତହସିଲ ଅଫିସରେ ଗଚ୍ଛିତ ରଖାଯିବ । ତେବେଳେ ପୂରା ରେଜିଷ୍ଟରଟି ବହୁ ସଂଖ୍ୟକ ସଂଶୋଧନ ଯୋଗୁଁ ବ୍ୟବହାର ସକାଶେ ଅନୁପଯୁକ୍ତ ହୁଏ ସେଥିରେ ଗୋଟିଏ ଗୋଟିଏ ନକଲ ୧୯୬୦ ଓଡିଶା ସର୍ଭେ ବନ୍ଦୋବସ୍ତ ନିୟମର ୫୨ ନିୟମ ଅନୁଯାୟୀ ପ୍ରସ୍ତୁତ କରିବାକୁ ହେବ । ମୂଳ ନକଲ ତହସିଲ ଅଫିସରେ ଜମା ରଖାଯିବ । ଉପରୋକଟ ୧୮ ନିୟମରେ ଦର୍ଶାଯିବା ସମୟ ବି ଏହା ସାଇତି ରଖିବା ସମୟ ହେବ । ପରିଦର୍ଶନକାରୀ ଅଫିସରମାନେ ନିଶ୍ଚିତ ହେବେ ଯେ , ରେଜିଷ୍ଟରଟି ନିୟମାନୁଯାୟୀ ସଂପୂର୍ଣ୍ଣଭାବେ ପୂରଣ କରାଯାଇଅଛି । ଗତ ପରିଦର୍ଶନଠାରୁ ପାଇଥିବା ସମସ୍ତ ସୂଚନାପତ୍ର ରେଜିଷ୍ଟର ନମ୍ବର I,II,III, “ କ” ବା “ ଖ” ର ସମ୍ପୃକ୍ତ ଲେଖା ସହ ଯାଞ୍ଚ କରିବେ ଓ ତତ ସମ୍ବନ୍ଧେ ନମ୍ବର III “ କ” ଓ (III) “ ଖ” ରେ ଏକ ସାର୍ଟିଫିକେଟ ଦେବେ । ଟେନାଣ୍ଟସ୍ ଲେଜର ରେଜିଷ୍ଟର ନମ୍ବର - ୨ ଗୋଟିଏ ମୌଜାର ପ୍ରତି ପ୍ରକାର ବ୍ୟକ୍ତିଗତ ହିସାବ ଟେନାଣ୍ଟସ୍ ଲେଜରରେ ରଖାଯାଏ । ପ୍ରତ୍ୟେକ ଖାତା ପାଇଁ ସ୍ଵତନ୍ତ୍ର ପୃଷ୍ଠା ଉକ୍ତ ରେଜିଷ୍ଟରରେ ଥାଏ । ଏହି ରେଜିଷ୍ଟର ନୂତନ ତିଆରି ବେଳେ ଏହାର ପ୍ରଥମ ଭାଗ ଜମିବନ୍ଦି ରେଜିଷ୍ଟର (ନମ୍ବର) ଉପରେ ଭିତ୍ତି କରି ଲେଖାଯାଇଥାଏ ଏବଂ ନିର୍ଭୁଲଭାବେ ତିଆରି କରାଯାଇଛି ବୋଲି ରେଭିନ୍ୟୁ ସୁପରଭାଇଜର ସମର୍ଥନ କରନ୍ତି କିମ୍ବା ଯେଉଁଠାରେ ସୁପରଭାଇଜର ନାହାନ୍ତି ତହସିଲଦାର ସେ କାର୍ଯ୍ୟ ସମ୍ପାଦାନ କରନ୍ତି । ଜମାବନ୍ଧି ରେଜିଷ୍ଟରରେ ଉଲ୍ଲେଖ ଥିବା ସମସ୍ତ ଜମା ଉକ୍ତ ରେଜିଷ୍ଟରରେ ପ୍ରଥମ ପୃଷ୍ଠାରେ ସାର୍ଟିଫିକେଟ ହେବେ । ସମସ୍ତ ପରବର୍ତ୍ତୀ ସଂଶୋଧନ ଜମାବନ୍ଦି ରେଜିଷ୍ଟରରେ ସଂଶୋଧନ କଲାବେଳେ ଟେନାଣ୍ଟସ ଲେଖାର ପ୍ରଥମ ଭାଗରେ ସଂଶୋଧନ କରାଯାଏ ଏବଂ ସଂଶୋଧନ ସମର୍ଥନକାରୀ କର୍ମଚାରୀ ଉକ୍ତ ସଂଶୋଧନ ତାରିଖ ସହ ସଂଶୋଧନ କରନ୍ତି । ଏହି ରେଜିଷ୍ଟରର ଦ୍ଵିତୀୟ ଭାଗ ନିମ୍ନୋକ୍ତ ପ୍ରଣାଳୀରେ ଲେଖାଯାଏ ଦାବି ଲେଖିବା ସମୟରେ କେଉଁ ବର୍ଷର ଦାବି ତାହା ସ୍ପଷ୍ଠଭାବରେ ଲେଖାଯିବ ଏବଂ ସେହି ବର୍ଷର ସମସ୍ତ ଲେଖା ତାହାରି ନିମ୍ନ ଦେଶରେ ଦର୍ଶାଯିବ । ଦାବି ନାଲି କାଳିରେ ଲେଖାଯିବ । ପୂର୍ବ ବର୍ଷର ଅସୁଲ ନ ହୋଇ ରହିଯାଇଥିବା ବକେୟା ଦାବିସବୁ 3 ଠାରୁ 6 , 9 ରୁ 12 , 15 ଠାରୁ 18 ଠାରୁ 24 ସ୍ତମ୍ଭରେ ନାଲି କାଳିରେ ଲେଖାଯିବ । ଚଳିତ ବର୍ଷ ଦାବିରୁ ଅଗ୍ରୀମ ବାଦଦେଇ ୭,୧୩, ୧୯,ଓ ୨୫ ସ୍ତମ୍ଭ ପୂରଣ କରାଯିବ । ବର୍ଷ ମଧ୍ୟରେ ଦାବିରେ କିଛି ଯୋଗ କରାଗଲେ ରେଜିଷ୍ଟରର ପ୍ରଥମ ଭାଗରେ ଉଲ୍ଲେଖ କରାଯିବ ଏବଂ ତତ ସଙ୍ଗେ ସଙ୍ଗେ ୭,୧୩, ୧୯,ଓ ୨୫ ସ୍ତମ୍ଭ ପୂରଣ କରାଯିବ । ଅସୁଲ ସବୁ କଳା କାଳିରେ ଲେଖାଯିବ । ବକେୟା ସଂକ୍ରାନ୍ତି ସମସ୍ତ ଅସୁଲ ସେହି ବର୍ଷ ର ବକେୟା ସ୍ତମ୍ଭରେ ଦର୍ଶାଯିବ । ବର୍ଷ ଶେଷରେ କେବଳ ଉକ୍ତ ଅସୁଲ ସବୁ ଗାଏ କରାଯିବ । ବର୍ଷ ଶେଷରେ ଛାଡ ଆଦେଶ ହୋଇଥିବା ଆଦାୟ ଅଯୋଗ୍ୟ ବକେୟା ଏବଂ ଅସ୍ଥାୟୀ ଛାଡ ଅସୁଲ ନିମ୍ନରେ କଳା କାଳିରେ ଲେଖାଯିବ ଓ ତାହା ମୋଟ କରାଯିବ । କେଉଁ କ୍ଷମତା ବଳରେ ଉକ୍ତ ଛାଡ ଆଦେଶ କରାଯାଇଛି ତାହା ମନ୍ତବ୍ୟ ସ୍ତମ୍ଭରେ ଦର୍ଶାଯିବ । ଯଦି କିଛି ବକେୟା ରହେ ଉକ୍ତ ବକେୟା ଟଙ୍କା କଳା କାଳିରେ ୩ ଠାରୁ ୬,୯ ଠାରୁ ୧୩ ,୧୫ ଠାରୁ ୧୯,୨୧ ଠାରୁ ୨୫ ସ୍ତମ୍ଭରେ ପୂରଣ କରାଯିବ । ଯଦି କିଛି ଅଗ୍ରୀମ ଅସୁଲ ହୁଏ ତାହା ନାଲି କାଳିରେ ୮, ୧୪,୨୦ ଓ ୨୬ ସ୍ତମ୍ଭରେ ଉଲ୍ଲେଖ କରାଯିବ । ପରିବର୍ତ୍ତନଶୀଳ ଜଳକର ଛାଡ ଆଦେଶ ହେଲେ ଯେଉଁ ଆଦେଶ ବଳରେ ଛାଡ କରାଗଲା ,ତାହା ଦ୍ଵିତୀୟ ଭାଗ ମନ୍ତବ୍ୟ ସ୍ତମ୍ଭରେ ଲେଖାଯିବ । ପ୍ରତିବର୍ଷ ନୂତନ ରେଜିଷ୍ଟର ଖୋଲିବା ଅନାବଶ୍ୟକ । ରେଜିଷ୍ଟରଟି ଥରେ ଲେଖାଗଲେ ପାଞ୍ଚ ବର୍ଷ ଯାଏଁ ପ୍ରଚଳିତ ହେବ । ଯଦି ରେଜିଷ୍ଟର ସଂପୂର୍ଣ୍ଣ ରୂପେ ବ୍ୟବହାର ହୋଇଯାଏ ଏବଂ ନୂତନ ରେଜିଷ୍ଟର ଖୋଲିବା ଏକାନ୍ତ ଆବଶ୍ୟକ ପଡେ, ବର୍ଷ ଆରମ୍ଭରୁ ରେଜିଷ୍ଟରଟି ଖୋଲିବାକୁ ହେବ । ଲେଜରର ପ୍ରଥମ ଭାଗରେ ସ୍ଥାୟୀ ଖଜଣା ଛାଡ ଓ ଜମି ବନ୍ଦୋବସ୍ତ ପ୍ରଭୁତି ଆଦେଶନାମା ଉଲ୍ଲେଖ କରାଯାଏ । କିନ୍ତୁ ଅସ୍ଥାୟୀ ଛାଡ ସଂକ୍ରାନ୍ତ ଆଦେଶ ନାମା ଲେଜରର ଦ୍ଵିତୀୟ ଭାଗରେ ଦର୍ଶାଯାଏ । ଏ ସଂକ୍ରାନ୍ତ ଆଦେଶନାମା ପରିଦର୍ଶନକାରୀ କର୍ମଚାରୀଙ୍କ ଯାଞ୍ଚ ସକାଶେ ସଂରକ୍ଷଣ ନଥିରେ ସାଇତି ରଖାଯିବ । ପ୍ରତି ମୌଜାର ଜମା ଅସୁଲ ବକେୟା ହିସାବ ସକାସେ ଟେନାଣ୍ଟସ୍ ଲେଜର ଶେଷରେ କେତେକ ପୃଷ୍ଠା ଛାଡି ଦିଆଯିବ । ପ୍ରଜାର ନାମ ଲେଖାଯିବା ସ୍ତମ୍ଭରେ ମୌଜାର ନାମ ଲେଖାଯିବ । ମୌଜାର ପୂର୍ବ ବର୍ଷର ମୋଟ ବାକି ପ୍ରଥମେ ଆବଶ୍ୟକୀୟ ସ୍ତମ୍ଭଗୁଡିକରେ ଉଲ୍ଲେଖ କରାଯିବ । ରେଜିଷ୍ଟର ନଂ III –A (କ) ରେ ହିସାବ କରାଯାଇଥିବା ଜମାର ମୋଟ ପରିବର୍ତ୍ତନ ଫଳାଫଳ ବର୍ଷ ଶେଷରେ ଲେଜର ପ୍ରଥମ ଭାଗରେ ଦର୍ଶାଇଥିବା ଉପରୋକଟ ଲେଖାର ନିମ୍ନ ଭାଗରେ ଉଲ୍ଲେଖ କରାଯିବ । III –A – (କ) ରେଜିଷ୍ଟର ପୃଷ୍ଠା ନମ୍ବର ଲେଜର ଆଦେଶନାମା ଲେଖାଯିବା ସ୍ତମ୍ଭରେ ଲେଖାଯିବ ଓ ବର୍ଷରେ ମୋଟ ଜମା ବାହାର କରିବା ପାଇଁ ଗାଏବ କରାଯିବ । ବର୍ଷ ଶେଷରେ ବର୍ଷର ଚୁଡାନ୍ତ ଜମା ନାଲି କାଳିରେ ଉଲ୍ଲେଖ କରିବା ପାଇଁ ରେଜିଷ୍ଟର ଦ୍ଵିତୀୟ ଭାଗରେ ଯଥେଷ୍ଟ ଜାଗା ଛଡା ଯାଇଥାଏ । ମୌଜୱାରି ସିହାରେ ଦର୍ଶାଯାଇଥିବା ମୋଟ ଅସୁଲ ଉପରେ ଭିତ୍ତି କରି ସମସ୍ତ ଅସୁଲ କଳା କାଳିରେ ମାସକୁ ମାସ ଲେଖାଯାଏ । ଅନ୍ୟ ସ୍ତମ୍ଭଗୁଡିକ 21 ଠାରୁ 3 ଧାଡିରେ ଦର୍ଶାଯାଇଥିବା ପ୍ରଣାଳୀ ଅନୁଯାୟୀ ପୂରଣ କରାଯାଏ । ଟିପ୍ପଣୀ : - ଦୁଇଟି କାରଣରୁ ବକେୟା ଆଦାୟ ଅଯୋଗ୍ୟ ହୋଇପାରେ । ଯଥା :- ସମସ୍ତ ପ୍ରକାର ବ୍ୟବସ୍ଥା ପରେ ପ୍ରଜାଠାରୁ ଓ ପ୍ରଜାର ସମ୍ପତ୍ତିରୁ ଅସୁଲ ନହୋଇ ପାରି ରହିଯିବା ଖଜଣା ଓ (ଖ) ଭୁଲ ବଶତଃ କରଧାର୍ଯ୍ୟ ହେତୁ ନ ହୋଇ ରହିଯିବା ଖଜଣା । ଏସବୁ ଖଜଣା କ୍ଷମତା ପ୍ରାପ୍ତ କର୍ମଚାରୀଙ୍କ ଠାରୁ ଆଦେଶନାମା ପାଇବା ପରେ ଟେନାଣ୍ଟସ୍ ଲେଜରରୁ ବାଦ ଦିଆଯାଏ । ଏ ଆଦେଶନାମାଗୁଡିକ ସେହି ବର୍ଷରେ ଛାଡ ସପକ୍ଷରେ ସଂରକ୍ଷଣ ନଥିରେ ସାଇତି ରଖାଯାଏ । (I) ବର୍ଷ ଭିତରେ ସେହି ବର୍ଷର ଦାବିରୁ ଅଧିକ ଟଙ୍କା ଅସୁଲ ହୋଇଥିଲେ ଲେଜର 8,14,20,26 ରେ ଦର୍ଶାଯିବ ଏବଂ ଆସନ୍ତା ବର୍ଷ ଦାବିଠାରୁ ବାଦ ଦିଆଯିବ । ଟଙ୍କା ଦେଲାବେଳେ ପ୍ରଜାକୁ ପଚରାଯିବ ଯେ ତାଙ୍କ ଉପରେ ଥିବା ଦାବିକୁ ସେ ସମ୍ମତ ଅଟନ୍ତି କି ନାହିଁ । ଯଦି ସେ ସମ୍ମତ ନୁହନ୍ତି, ଟେନାଣ୍ଟିସ୍ ଲେଜରରେ ସେ ସମ୍ବନ୍ଧେ, ଏକ ଟିପ୍ପଣୀ ରଖିବେ । ଯଦି ଆବଶ୍ୟକ ପଡେ । ଯଥାବିଧି ତଦନ୍ତ ପରେ ପ୍ରଜାର ଆପତ୍ତି କାରଣ ଦର୍ଶାଇ ଏକମାସ ଭିତରେ ତହସିଲଦାରଙ୍କ ନିକଟକୁ ଗୋଟିଏ ରିପୋର୍ଟ ଦେବେ ଏବଂ ତହସିଲଦାରଙ୍କ ଆଦେଶ ଆଣି ସାଇତି ରଖିବେ । ଆଧାର - ଦ ଲ ହାଉସ