ଧାରା ୫୫ - ଫଣ୍ଡର ବିଭାଜନ ହେବନାହିଁ ଏହି ସମିତିର ନିଟ ଲାଭ ଭିନ୍ନ ଫଣ୍ଡର କୌଣସି ଅଂଶ ଏହାର ସଭ୍ୟମାନଙ୍କ ମଧ୍ୟରେ ବୋନସ କିମ୍ବା ଲାଭାଂଶ କିମ୍ବା ଅନ୍ୟ କୌଣସି ଆକାରରେ ବଣ୍ଟନ କରାଯିବ ନାହିଁ । ପ୍ରକାଶଥାଉ କି, ଜଣେ ସଭ୍ୟଙ୍କର ସମିତି ନିମନ୍ତେ ସେବା ପାଇଁ ଉପ- ବିଧି ଅନୁଯାୟୀ ସ୍ଥିରୀକୃତ ହାରରେ ପାରିଶ୍ରମିକ ଦିଆଯାଇପାରିବ । ଜଣେ ସଭ୍ୟଙ୍କର ମଜୁରୀ କିମ୍ବା ଏହି ସମିତିକୁ ସେହି ସଭ୍ୟ ଯୋଗାଇଥିବା କୌଣସି ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ଏପରି ଫଣ୍ଡରୁ ଦେବାକୁ ଉପ- ଧାରା (୧) ର କୌଣସି ବ୍ୟବସ୍ଥା ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ । ଧାରା - ୫୬ – ନିଟ ଲାଭର ବିନିଯୋଗ ଏକ ସମିତି ଯେକୌଣସି ବର୍ଷରେ ଏହାର ନିଟ ଲାଭରୁ - ସମବାୟ କୃଷି ସମିତି କ୍ଷେତ୍ରରେ ରିଜର୍ଭ ଫଣ୍ଡକୁ ଶତକଡା ଦଶରୁ ଅନଧିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ରିଜର୍ଭ ଫଣ୍ଡକୁ ଶତକଡା ପଚିଶକୁ ଅନାଧିକ ପରିମାଣର ଅର୍ଥ ହସ୍ତାନ୍ତର କରିପାରିବ, ଏବଂ ସେଭଳି ନିଟ ଲାଭାଂଶର ଶତକଡା ଚାରିଭାଗ ୫୬-କ ଧାରାନୁଯାୟୀ ସମବାୟ ଶିକ୍ଷା ଫଣ୍ଡରେ ଜମା ଦିଆଯିବ, ଏବଂ ନିମ୍ନଲିଖିତ ସମସ୍ତ କିମ୍ବା କୌଣସି ଉଦ୍ଦେଶ୍ୟ ପାଇଁ ଅବଶିଷ୍ଟ ନିଟ ଲାଭ ବ୍ୟବହୃତ ହେବ, ଯଥା – ସଭ୍ୟମାନଙ୍କ ଦ୍ଵାରା କ୍ରୟ କରଯାଇଥିବା ଅଂଶ- ମୂଳଧନ ଉପରେ ଲାଭାଂଶ ଦେବା ଯାହାକି ଏପରି ଅଂଶ ମୂଳଧନର ଶତକଡା ବାରରୁ ଅଧିକ ହେବନାହିଁ । ସମିତି ସହିତ ସଭ୍ୟଙ୍କର ଅର୍ଥ କାରବାର କିମ୍ବା କାରବାର ପରିମାଣ ଅନୁସାରେ ସଭ୍ୟମାନଙ୍କୁ ବୋନସ ଦେବା, ଯାହାକି ପରିମାଣ ଓ ଦେୟ ପ୍ରଣାଳୀ ଉପ- ବିଧିର ନିର୍ଦ୍ଧିଷ୍ଟ ହୋଇଥିବ । ଉପ- ବିଧିରେ ନିର୍ଦ୍ଧିଷ୍ଟ ହୋଇଥିବା ଅନୁଯାଯାଇ ସ୍ଵତନ୍ତ୍ର ଫଣ୍ଡର ଗଠନ କିମ୍ବା ଏପରି ଫଣ୍ଡକୁ ଚାନ୍ଦା ହେବା । ଦାତବ୍ୟ ଦେବୋତ୍ତର ଆଇନ ୬/୧୯୦୮ ର ୨ ଧାରର ବର୍ଣ୍ଣନାନୁଯାୟୀ କୌଣସି ଦାତବ୍ୟ ଉଦ୍ଦେଶ୍ୟ ପାଇଁ ନିଟ ଲାଭର ଶତକଡା ଦଶରୁ ଅନଧିକ ପରିମାଣ ଅର୍ଥଦାନ ଉପ- ବିଧିର ବ୍ୟବସ୍ଥାନୁଯାୟୀ ସମିତିର କର୍ମଚାରୀମାନଙ୍କୁ ଉପଯୁକ୍ତ ପରିମାଣ ଓ ପ୍ରଣାଳୀରେ ବୋନସ ଦେବା ଯେଉଁ ସରକାରୀ କର୍ମଚାରୀମାନେ ସମିତିକୁ ଡେପୁଟେସାନରେ ଆସିଥିବେ କିମ୍ବା ସମିତିର କାର୍ଯ୍ୟ ପାଇଁ ପୁରା ସମୟ ଦେଇ କାର୍ଯ୍ୟ କରୁଥିବେ, ସେମାନଙ୍କୁ ବୋନସ ଦେବା, ଏବଂ ସମିତି ପାଇଁ ନିର୍ଦ୍ଧିଷ୍ଟ କାର୍ଯ୍ୟକରୁଥିବା କମିଟିର ସଭ୍ୟମାନଙ୍କୁ ଅବୈତନିକ ଭତ୍ତା ଦେବା, କିନ୍ତୁ କୌଣସି ବର୍ଷରେ ଏପରି ସମୁଦାୟ ଅବୈତନିକ ଭତ୍ତା ର ପରିମାଣ ସେହି ବର୍ଷର ନିଟ ଲାଭର ଶତକଡା ଦଶରୁ ଅଧିକ ହେବ ନାହିଁ । ଏହି ଧାରାର ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ, ଏକ ସମବାୟ ସମିତି ୫୬- କ, ଧାରାନୁଯଯାଇ ଗଠିତ ସମସ୍ତ ଫଣ୍ଡରେ ରାଜ୍ୟ ସରକାରଙ୍କ ଦ୍ଵାରା ସମୟ ସମୟରେ ନୋଟିଫିକେସନରେ ନିର୍ଦ୍ଧିଷ୍ଟ କରାଯାଇଥିବା ପରିମାଣ ଅଥବା ସମିତିର ନିଟ ଲାଭାଂଶ ଶତକଡା ଚାରିଭାଗ, ସେଥିମଧ୍ୟରୁ ଯେଉଁଠି ଅଧିକ, ବାର୍ଷିକ ଚାନ୍ଦା ରୂପେ ଦାନ କରିବେ । ଉଲ୍ଲେଖଥାଉ କି, ରାଜ୍ୟ ସରକାରର କାରଣଗୁଡିକ ଲିଖିତଭାବରେ ଲିପିବଦ୍ଧ କରିବା ସଙ୍ଗେ ସଙ୍ଗେ ସାଧାରଣ ଅଥବା ବିଶେଷ ଆଦେଶ ଦ୍ଵାରା ଯେକୌଣସି ସମିତି ସମୂହଙ୍କ ଦ୍ଵାରା ଦିଆଯାଇଥିବା ପରିମାଣକୁ ହ୍ରାସ କରିପାରନ୍ତି । ଧାରା ୫୬- କ – ସମବାୟ ଶିକ୍ଷା ଫଣ୍ଡ ଏକ ସମବାୟ ଶିକ୍ଷା ଫଣ୍ଡ ଗଠିତ ହେବ । ଏହା ରାଜ୍ୟ ସମବାୟ ସଂଘରେ ନିହିତ ହେବ । ଏକ ନିର୍ଦ୍ଧାରିତ ପଦ୍ଧତି ଅନୁଯାୟୀ ଉକ୍ତ ସଂଘ ଦ୍ଵାରା ପରିଚାଳିତ ହେବ । ୫୬ ଧାରାର ଉପ- ଧାରା (୧) ର ପ୍ରକରଣ (ଖ) ଅଥବା ଉପଧାରା (୨) ରେ ନିର୍ଦ୍ଧାରିତ ପରିମାଣର ସମଷ୍ଟି ସହିତ ସରକାର ଅଥବା କୌଣସି ସଂସ୍ଥା ଅଥବା ସମିତି ଦ୍ଵାରା ଗଠିତ ସମସ୍ତ ଦାନ ସମବାୟ ଶିକ୍ଷା ଫଣ୍ଡରେ ନିହିତ ରହିବ । ଧାରା -୫୭- ଫଣ୍ଡର ବିନିଯୋଗ ଏକ ସମିତି ନିର୍ଦ୍ଧିଷ୍ଟ ହୋଇଥିବା ସର୍ତ୍ତାବଳୀ କିମ୍ବା ପରିସୀମା ଅନୁଯାୟୀ, ଏହାର ବ୍ୟବସାୟୀ, କାରବାରରେ ବ୍ୟବହୃତ ହୋଇନଥିବା ନିଜର ଫଣ୍ଡ ନିମ୍ନ ଉଦ୍ଦେଶ୍ୟରେ ବିନିଯୋଗ କରିପାରେ - ସରକାରୀ ସଞ୍ଚୟ ବ୍ୟାଙ୍କରେ ଏହାର ଅର୍ଥଯୋଗାଣକାରୀ ବ୍ୟାଙ୍କରେ ଭାରତୀୟ ଟ୍ରଷ୍ଟ ଆଇନ ୨/୧୮୮୯ ର ୨୦ ଧାରାର ବ୍ୟବସ୍ଥାନୁଯାୟୀ କୌଣସି ବନ୍ଧକ ପାଇଁ ନିବନ୍ଧକଙ୍କ ସାଧାରଣ କିମ୍ବା ସ୍ଵତନ୍ତ୍ର ଆଦେଶ ସହ ଏବଂ ତାଙ୍କ ଦ୍ଵାରା ସ୍ଥିରୀକୃତ ସର୍ତ୍ତ ଅନୁଯାୟୀ - ଅନ୍ୟ ଯେକୌଣସି ସମିତିର ଅଂଶ , ଋଣପତ୍ର କିମ୍ବା ସେପରି ଅନ୍ୟ ସମିତିର ଫର୍ଡରେ ଜମା କରିପାରେ , କିମ୍ବା ନିବନ୍ଧକଙ୍କ ଦ୍ଵାରା ଅନୁମୋଦିତ ଯେ କୌଣସି ବ୍ୟାଙ୍କରେ । ସ୍ଥିରିକୃତ ହୋଇଥିବା ଅନ୍ୟଯେକୌଣସି ପ୍ରକାରେ ବିନିଯୋଗ କରିପାରିବେ । ଧାରା -୫୮ – ଋଣ ଗ୍ରହଣ ପ୍ରତି କଟକଣା ଉପ-ବିଧିରେ ନିର୍ଦ୍ଧିଷ୍ଟ ହୋଇଥିବା ସର୍ତ୍ତାବଳୀ ଅନୁସାରେ ଏବଂ ତହିଁରେ ଉଲ୍ଲିଖିତ ପରିମାଣର ଜମା ଓ କରଜ ସମିତି ଗ୍ରହଣ କରିବ । ଉପଧାରା (୧) ରେ ଥିବା ବ୍ୟବସ୍ଥାର ପ୍ରତିକୂଳ ପ୍ରଭାବ ନ ପକାଇ ଏକ ସମବାୟ କୃଷି ସମିତି ନିଜ ଉଦ୍ଦେଶ୍ୟରେ ଥିବା ଜମିର ବନ୍ଧକରେ କରଜ ଗ୍ରହଣ କରିପାରେ । ଧାରା -୫୯- ଋଣଦାନ ଉପରେ କଟକଣା ନିବନ୍ଧକଙ୍କ ସାଧାରଣ କିମ୍ବା ସ୍ଵତନ୍ତ୍ର ମଞ୍ଜୁରୀ ବିନା ଏକ ସମିତି ତାହାର ସଭ୍ୟଙ୍କ ବ୍ୟତୀତ ଅନ୍ୟ ବ୍ୟକ୍ତିଙ୍କୁ ଦେଇପାରିବେ ନାହିଁ । ଉପଧାରା (୧)ରେ ଥିବା ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ ,ଏକ ସମିତି ତାଙ୍କର ଜମାକାରୀମାନଙ୍କୁ ତାହାର ଜମା ବନ୍ଧକ ରଖି ଋଣ ଦେଇପାରିବେ । ଧାରା-୫୯ – କ- ସୁଧର ସୀମାବଦ୍ଧକାରଣ ବା ସୁଧ ଉପରେ କଟକଣା - ପ୍ରଚଳିତ ଯେକୌଣସି ଆଇନ ଅଥବା ପ୍ରଚଳିତ ଏକରାରନାମାର ରେ କୌଣସି ବ୍ୟବସ୍ଥା ସତ୍ତ୍ୱେ , ଓଡିଶା ସମବାୟ ସମିତି (ସଂଶୋଧନ) ଆଇନ ୧୯୮୩ ଲାଗୁ ହେବା ପୂର୍ବରୁ ଅଥବା ପରେ ଏକ ସମିତି କୌଣସି ସ୍ୱଳ୍ପକାଳୀନ ଡେଣା (ଋଣ) କୁ ଭିତ୍ତିକରି ସୁଧ ଦାବି ପରିପାରିବେ ନାହିଁ । ସ୍ପଷ୍ଟୀକରଣ – ଏହି ଧାରାର ଉଦ୍ଦେଶ୍ୟ ନିମନ୍ତେ, ସ୍ୱଳ୍ପକାଳୀନ ଡେଣା (ଋଣ) ପଦସଂହତି ଅର୍ଥାତ ୧୫ ମାସରେ ପରିଶୋଧ କରୁଥିବା ଋଣକୁ ବୁଝାଇବ । ଧାରା -୬୦ ରୁ ଧାରା ୬୧ ଧାରା - ୬୦- ସମିତିର ସଭ୍ୟ ନଥିବା ବ୍ୟକ୍ତିଙ୍କ ସହିତ ଅନ୍ୟାନ୍ୟ କାରବାର ଉପରେ କଟକଣା ୫୮ ଓ ୫୯ ଧାରାରେ ଥିବା ବ୍ୟବସ୍ଥା ବ୍ୟତୀତ ଏକ ସମିତି ଏହାର ସଭ୍ୟ ନଥିବା ବ୍ୟକ୍ତିଙ୍କ ସହିତ କାରବାର, ସ୍ଥିରୀକୃତ ହୋଇଥିବା କଟକଣା ଅନୁଯାୟୀ ହେବ । ଧାରା - ୬୧- ଭବିଷ୍ୟତନିଧି ଏକ ସମିତି ଏହାର କର୍ମଚାରୀମାନଙ୍କର ମଙ୍ଗଳ ପାଇଁ ଏକ ଅଂଶ ଦାୟୀ ଭବିଷ୍ୟତନିଧି ଗଠନ କରିବ ଏବଂ ସମିତିର ଉପବିଧି ଅନୁଯାଯାଇଏଥିରେ କର୍ମଚାରୀଗଣ ଓ ସମିତି ନିଜ ନିଜର ଅଂଶ ଜମା କରିବେ । ଉପ- ଧାରା (୧) ଅନୁଯାୟୀ ଏକ ସମିତି ଦ୍ଵାରା ଗଠିତ ହୋଇଥିବା ଭବିଷ୍ୟତନିଧି ସମିତିର ବ୍ୟବସାୟରେ ବିନିଯୋଗ ହେବନାହିଁ । ସମିତିର ସମ୍ପତ୍ତିର ଅଂଶ ଗଠନ କରିବ ନାହିଁ , ଏବଂ କ୍ରୋଜ ପାଇଁ ଦାୟୀ ହେବନାହିଁ କିମ୍ବା କୌଣସି ଅଦାଲତ କିମ୍ବା ଅନ୍ୟ କୌଣସି ପ୍ରଧୀକାରୀଙ୍କର ପରୱାନା ପାଇଁ ଦାୟୀ ହେବ ନାହିଁ । ଆଧାର – ଦ ଲ ହାଉସ