ଧାରା ୪୦ରୁ ଧାରା ୪୯ ଧାରା ୪୦- ସମବାୟ ସମିତି ଆନ୍ଦୋଳନର ଉନ୍ନତି – ରାଜ୍ୟରେ ସମବାୟ ଆନ୍ଦୋଳନର ଉନ୍ନତି ପାଇଁ ଓ ଏହାକୁ ପ୍ରୋତ୍ସାହନ ଦେବାପାଇଁ ତତସମ୍ପର୍କୀୟ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରିବା ରାଜ୍ୟ ସରକାରଙ୍କ କର୍ତ୍ତବ୍ୟ । ଧାରା ୪୧ – ସମିତିରେ ରାଜ୍ୟ ସରକାରଙ୍କ ପ୍ରତ୍ୟେକ୍ଷ ଅଂଶ ଗ୍ରହଣ – ଏକ ସମିତି ଅଂଶ ମୂଳଧାନ ରାଜ୍ୟ ସରକାର ପ୍ରତ୍ୟେକ୍ଷଭାବେ କିଣିପାରିବେ । ସମିତିର ଅନ୍ୟାନ୍ୟ ଅଂଶୀଗ୍ରହିତାମାନଙ୍କୁ ଦିଆଯାଉଥିବା ଲାଭାଂଶ ଅପେକ୍ଷା ଅଧିକା ନୁପାତରେ ଲାଭାଂଶ ରାଜ୍ୟ ସରକାର ଯେକୌଣସି ଚୁକ୍ତି ସତ୍ତ୍ୱେ ପାଇବାକୁ ହକଡାର ହେବେ । ଧାରା - ୪୨ ସମିତିରେ ରାଜ୍ୟ - ସରକାରଙ୍କ ପରୋକ୍ଷ ଅଂଶ ଗ୍ରହଣ - ରାଜ୍ୟ ସରକାର ଏକ ଶୀର୍ଷ ସମିତିକୁ ଅନ୍ୟସମିତିର ଅଂଶ କିଣିବା ପାଇଁ ଅର୍ଥ ଯୋଗାଇ ପାରନ୍ତି । ଧାରା ୪୩- ରାଜ୍ୟ ମୁଖ୍ୟ ଅଂଶୀଡାର ଫଣ୍ଡ - ୪୨ ଧାରାନୁସାରେ ଏକ ଶୀର୍ଷ ସମିତିକୁ ରାଜ୍ୟ ସରକାରଙ୍କ ଦ୍ଵାରା ଜେଓଗାଇ ଦିଆଯାଇଥିବା ଅର୍ଥରେ ରାଜ୍ୟ ମୁଖ୍ୟ ଅଂଶୀଡାର ଫଣ୍ଡ ନାମରେ ଏକ ଫଣ୍ଡ ସୃଷ୍ଟି କରାଯିବ । ଏକ ଶୀର୍ଷ ସମିତି “ରାଜ୍ୟ ମୁଖ୍ୟ ଅଂଶୀଦାର ଫଣ୍ଡ” କୁ କେବଳ ନିମ୍ନଲିଖିତ ଉଦ୍ଦେଶ୍ୟରେ ବ୍ୟବହାର କରିବେ । ଅନ୍ୟ ସମିତିର ଅଂଶ ପ୍ରତ୍ୟେକ୍ଷ ଭାବେ କ୍ରାୟ ଅନ୍ୟ ସମିତିର ଅଂଶ କ୍ରୟ ପାଇଁ ଏକ ସମିତି କୁ ଅର୍ଥଯୋଗାଣ ଏବଂ ଏହି ଅଧ୍ୟାୟରେ ବ୍ୟବସ୍ଥାନୁଯାୟୀ ରାଜ୍ୟ ସରକାରଙ୍କୁ ତନକର ପ୍ରାପ୍ୟ ପରିଶୋଧ କରିବା ଧାରା -୪୪ ଗୌଣ ରାଜ୍ୟ ଅଂଶୀଦାର ଫଣ୍ଡ - ରାଜ୍ୟ ମୁଖ୍ୟ ଅଂଶୀଦାର ଫଣ୍ଡରୁ ଏକ ଶୀର୍ଷ ସମିତି କୌଣସି କେନ୍ଦ୍ରୀୟ ସମିତିକୁ ଯୋଗାଇ ଦିଆଯାଉଥିବା ଅର୍ଥରେ କୌଣସି ରାଜ୍ୟ ଅଂଶୀଦାର ଫଣ୍ଡ ନାମରେ ଏକ ଫଣ୍ଡ ସୃଷ୍ଟି କରିବେ । କୌଣସି ରାଜ୍ୟ ଅଂଶୀଦାର ଫଣ୍ଡକୁ କେନ୍ଦ୍ର ସମିତି ଦ୍ଵାରା କେବଳ ନିମ୍ନଲିଖିତ ଉଦ୍ଦେଶ୍ୟରେ ବ୍ୟବହାର କରାଯିବ । ପ୍ରାଥମିକ ସମିତିର ଅଂଶ କିଣିବା । ଏହି ଅଧ୍ୟାୟର ବ୍ୟବସ୍ଥାନୁସାରେ ଶୀର୍ଷ ସମିତିକୁ ଅର୍ଥ ଦେବା । ଧାରା ୪୫- ଅଂଶ କିଣିବା ପାଇଁ ରାଜ୍ୟ ସରକାରଙ୍କର ଅନୁମୋଦନ - ରାଜ୍ୟ ସରକାରଙ୍କ ପୂର୍ବ ଲିଖିତ ଅନୁମୋଦନ ବ୍ୟତୀତ ମୁଖ୍ୟ ରାଜ୍ୟ ଅଂଶୀଦାର ଫଣ୍ଡ କିମ୍ବା ଗୌଣ ରାଜ୍ୟ ଅଂଶୀଦାର ଫଣ୍ଡର ଅର୍ଥରୁ ଏକ ସମିତିରେ ଅଂଶ କିଣାଯିବ ନାହିଁ । ସଂଶୋଧନ -୨୦୦୪ ସଂଶୋଧନ ଆଇନର ଧାରା ୪୫ର ସଂଶୋଧନ- ସଂଶୋଧନ ଆଇନରେ ଧାରା ୪୫ର ପ୍ରକରଣ(କ) ଉପ-ପ୍ରକରଣ (iii) ବିଲୁପ୍ତ ହେବ । (ସଂଖ୍ୟା ୧୩୪୨୫/ଲେଜିସ, ତା ୨୩.୧୨.୨୦୦୪) ଧାରା -୪୬ – କେତେକ ଅଂଶ ସମ୍ପର୍କରେ ସୀମିତ ଦାୟିତ୍ଵ - ଯେଉଁଠାରେ ଏକ ସମିତିର ଅଂଶ ରାଜ୍ୟ ସରକାରଙ୍କର ଦ୍ଵାରା; କିମ୍ବା (ଖ) ଏକ ଶୀର୍ଷ ସମିତି କିମ୍ବା କେନ୍ଦ୍ରୀୟ ସମିତି ଦ୍ଵାରା ରାଜ୍ୟ ମୁଖ୍ୟ ଅଂଶୀଦାର ଫଣ୍ଡ କିମ୍ବା ଗୌଣ ଅଂଶୀଦାର ଫଣ୍ଡକୁ କିଣାଯିବ, ସେପରିସ୍ଥଳେ ସମିତିର ଅଂଶୀଦାରମାନଙ୍କୁ ଦିଆଯିବ । ଧାରା -୪୭- ଲାଭାଂଶର ପରିମାଣ ଉପରେ କଟକଣା - ମୁଖ୍ୟ ରାଜ୍ୟ ଅଂଶୀଦାର ଫଣ୍ଡର ଅର୍ଥକୁ ଏକ ଶୀର୍ଷ ସମିତି ଅନ୍ୟ ସମିତିର ଅଂଶ କିଣିଥିଲେ ଏବଂ ଗୌଣ ରାଜ୍ୟ ଅଂଶୀଦାର ଫଣ୍ଡରୁ ଏକ କେନ୍ଦ୍ରୀୟ ସମିତି ପ୍ରାଥମିକ ସମିତିର ଅଂଶ କିଣିଥିଲେ ସମ୍ପୃକ୍ତ ସମିତି ଦ୍ଵାରା ସେହି ଅଂଶ ଉପରେ ଘୋଷିତ ଲାଭାଂଶ ଉପରୋକ୍ତ ଶୀର୍ଷ ସମିତି ଓ କେନ୍ଦ୍ରୀୟ ସମିତି ପାଇବାକୁ ହକଦାର ହେବେ ଏବଂ ସେହି ଲାଭାଂଶ ସେହି ସମିତିର ଅଂଶୀଦାରମାନଙ୍କୁ ଦିଆଯିବ । ଧାରା-୪୮ ଶୀର୍ଷ ସମିତି ଓ କେନ୍ଦ୍ରୀୟ ସମିତିର କ୍ଷୟପୂରଣ - ମୁଖ୍ୟ ରାଜ୍ୟ ଅଂଶୀଡାର ଫଣ୍ଡର ଅର୍ଥରେ ଅଂସ କିଣିଥିବା ଏକ ସମିତି ସମାପିତ ହେଲେ କିମ୍ବା ଭଙ୍ଗାଗଲେ ଶୀର୍ଷ ସମିତି କିଣିଥିବା ଅଂଶ ବାବଦରେ ଏହି କ୍ରୟ ସମ୍ପର୍କରେ କୌଣସି କ୍ଷତି ହୋଇଗଲେ, ସେହି ଶୀର୍ଷ ସମିତି ବିରୁଦ୍ଧରେ ରାଜ୍ୟ ସରକାର କୌଣସି ଦାବି କରିପାରିବେ ନାହିଁ । କିନ୍ତୁ ସମିତିର ସମାପନ କିମ୍ବା ବିଘଟନ କ୍ଷେତ୍ରରେ ଶୀର୍ଷ ସମିତି ଦ୍ଵାରା ଗ୍ରହଣ କରାଯାଇଥିବା ଅର୍ଥ ପାଇବା ପାଇଁ ରାଜ୍ୟସରକାର ହକଦାର । ଗୌଣ ରାଜ୍ୟ ଅଂଶୀଦାର ଫଣ୍ଡରୁ ଅଂଶ କିଣିଥିବା ଏକ ସମିତିର ସମାପନ କିମ୍ବା ବିଘଟନ ହେଲେ ଓ କେନ୍ଦ୍ରୀୟ ସମିତି କିଣିଥିବା ଅଂଶ ସମ୍ପର୍କରେ କୌଣସି କ୍ଷତି ହୋଇଥିଲେ ରାଜ୍ୟ ସରକାର କିମ୍ବା ଶୀର୍ଷ ସମିତି ସେହି କେନ୍ଦ୍ରୀୟ ସମିତି ଠାରୁ କିଛି ଦାବି କରିପାରିବେ ନାହିଁ । କିନ୍ତୁ ସମାପନ କିମ୍ବା ବିଘଟନ କ୍ଷେତ୍ରରେ କେନ୍ଦ୍ରୀୟ ସମିତି ପାଇଥିବା ଅର୍ଥରେ ଶୀର୍ଷ ସମିତିର ଅଧିକାର ରହିବ ଏବଂ ସେହି ଅର୍ଥ ରାଜ୍ୟ ମୁଖ୍ୟ ଅଂଶୀଦାର ଫଣ୍ଡରେ ଜମା ହେବ । ଧାରା -୪୯-ଅଂଶ ମୂଳଧନ ଓ ଲାଭାଂଶ ଇତ୍ୟାଦିର ବିନିଯୋଗ - ରାଜ୍ୟ ମୁଖ୍ୟ ଅଂଶୀଦାର ଫଣ୍ଡର ଅର୍ଥରେ ଏକ ଶୀର୍ଷ ସମିତି ଦ୍ଵାରା ଅନ୍ୟାନ୍ୟ ସମିତି ପାଇଁ ଋଣମୁକ୍ତି କିମ୍ବା ଲାଭାଂଶ ଦ୍ଵାରା କିମ୍ବା ଅନ୍ୟକୌଣସି କାରଣ ସକାଶେ କିଣାଯାଇଥିବା ଅଂଶ ପାଇଁ ମିଳିଥିବା ସମସ୍ତ ଅର୍ଥ ସେହି ଫଣ୍ଡରେ ଜମା ହେବ। ଗୌଣ ରାଜ୍ୟ ଅଂଶୀଦାର ଫଣ୍ଡର ଅର୍ଥରେ ଏକ କେନ୍ଦ୍ରୀୟ ସମିତି ଦ୍ଵାରା ପ୍ରାଥମିକ ସମିତି ପାଇଁ ଋଣମୁକ୍ତି କିମ୍ବା ଲାଭାଂଶ ଦ୍ଵାରା କିମ୍ବା ଅନ୍ୟ କୌଣସି କାରଣ ସକାଶେ କିଣାଯାଇଥିବା ଅଂଶ ପାଇଁ ମିଳିଥିବା ଅର୍ଥ ପ୍ରଥମେ ସେହି ଫଣ୍ଡରେ ଜମା ହେବ ଏବଂ ତତପରେ ଶୀର୍ଷ ସମିତିକୁ ବଦଳି (ଟ୍ରାନ୍ସଫର) ହେବ, ଯେକି ତାକୁ ମୁଖ୍ୟ ରାଜ୍ୟ ଅଂଶୀଦାର ଫଣ୍ଡରେ ଜମା କରାଇବ । ଉପଧାରା (୧) ଏବଂ ଉପ- ଧାରା (୨) ଅନୁସାରେ ସମସ୍ତ ଅର୍ଥ ଓ ଲାଭାଂଶ ରାଜ୍ୟ ମୁଖ୍ୟ ଅଂଶୀଦାର ଫଣ୍ଡକୁ ରାଜ୍ୟ ସରକାରଙ୍କୁ ଦିଆଯିବ । ଉପଧାରା (୩) ର ବ୍ୟବସ୍ଥା ବ୍ୟତୀତ ୪୨ ଧାରାନୁଯାୟୀ ମଧ୍ୟ ସରକାର ଏକ ଶୀର୍ଷ ସମିତିକୁ ଯୋଗାଇଥିବା ଅର୍ଥ ଉପରେ ହୋଇଥିବା ଅନ୍ୟ ଯେକୌଣସି ଲାଭ ପାଇବାକୁ ହକଦାର । ସଂଶୋଧନ -୨୦୦୪ ସଂଶୋଧନ ଆଇନର ଧାରା ୪୯- ସଂଶୋଧନ – ସଂଶୋଧନ ଆଇନରେ ଧାରା ୪୯ର ପ୍ରକରଣ (କ)ର ଉପ- ପ୍ରକରଣ (iii) ବିଲୁପ୍ତ ହେବ । (ସଂଖ୍ୟା ୧୩୪୫୨/ଲେଜିସ , ତା ୨୩.୧୨.୨୦୦୪ ) ଧାରା ୫୦ରୁ ଧାରା ୫୪ ଧାରା ୫୦- ଏକ ଶୀର୍ଷ ସମିତି କିମ୍ବା ଏକ କେନ୍ଦ୍ରୀୟ ସମିତିର ସମାପନରେ ରାଜ୍ୟ ମୁଖ୍ୟ ଅଂଶୀଦାର ଫଣ୍ଡ ଗୌଣ ରାଜ୍ୟ ଅଂଶୀଦାର ଭଣ୍ଡୁର ବିନିଯୋଗ - ରାଜ୍ୟ ମୁଖ୍ୟ ଅଂଶୀଦାର ଫଣ୍ଡ ସ୍ଥାପନ କରିଥିବା ଏକ ଶୀର୍ଷ ସମିତିର ସମାପନ କିମ୍ବା ବିଘଟନ ହେଲେ ସେହି ଫଣ୍ଡରେ ଜମା ହୋଇଥିବା କିମ୍ବା ଜମା କରାଯାଇଥିବା କିମ୍ବା ଦେବାକୁ ଥିବା ସମସ୍ତ ଅର୍ଥ ରାଜ୍ୟ ସରକାରଙ୍କୁ ଦିଆଯିବ । ଗୌଣ ରାଜ୍ୟ ଅଂଶୀଦାର ଫଣ୍ଡ ସ୍ଥାପନ କରିଥିବା ଏକ କେନ୍ଦ୍ରୀୟ ସମିତିର ସମାପନ କିମ୍ବା ବିଘଟନ ହେଲେ ସେହି ଫଣ୍ଡରେ ଜମା ହେବ, ଯେଉଁଥିରୁ କି ୪୩ କି ଧାରା ୨ ଉପଧାରାର ପ୍ରକରଣ (ଗ) ଅନୁଯାୟୀ ଅର୍ଥ ଏହା (କେନ୍ଦ୍ରୀୟ ସମିତି) ଗ୍ରହଣ କରିଥିଲା । ଧାରା -୫୧- ରାଜ୍ୟ ମୁଖ୍ୟ ଅଂଶୀଦାର ଫଣ୍ଡ ଓ ଗୌଣ ରାଜ୍ୟ ଅଂଶୀଦାର ଫଣ୍ଡ ସମ୍ପତ୍ତିର ଅଂଶ ପ୍ରସ୍ତୁତ କରିପାରିବେ ନାହିଁ - ରାଜ୍ୟ ମୁଖ୍ୟ ଅଂଶୀଦାର ଫଣ୍ଡ କିମ୍ବା ଗୌଣ ରାଜ୍ୟ ଅଂଶୀଦାର ଫଣ୍ଡର ଜମାରୁ କୌଣସି ଅର୍ଥ ଦ୍ଵାରା ଶୀର୍ଷ ସମିତିର କିମ୍ବା କେନ୍ଦ୍ରୀୟ ସମିତିର କିମ୍ବା କେନ୍ଦ୍ରୀୟ ସମିତିର ଅଂଶ ପ୍ରସ୍ତୁତ କରଯାଇପାରିବ ନାହିଁ । ଧାରା ୫୨- ରାଜ୍ୟ ସରକାର ଓ ଶୀର୍ଷ ସମିତି ଦ୍ଵାରା ଚୁକ୍ତି - ଏହି ଅଧ୍ୟାୟର ପୂର୍ବ ବ୍ୟବସ୍ଥାନୁଯାୟୀ (କ)- ୪୩ ଧାରାର ବ୍ୟବସ୍ଥାନୁଯାୟୀ, ଏକ ଶୀର୍ଷ ସମିତିକୁ ଅର୍ଥ ଯୋଗାଇବା ଉଦ୍ଦେଶ୍ୟରେ ଆବଶ୍ୟକୀୟ ସର୍ତ୍ତାବଳୀ ପାଇଁ ରାଜ୍ୟ ସରକାର ସେହି ଶୀର୍ଷ ସମିତି ଚୁକ୍ତି ସମ୍ପାଦନ କରିପାରିବେ । ଧାରା ୪୩ ଧାରାର ୨ ଉପଧାରାରୁ ପ୍ରକରଣ (ଖ) ର ବ୍ୟବସ୍ଥାନୁଯାୟୀ ରାଜ୍ୟ ମୁଖ୍ୟ ଅଂଶୀଦାର ଫଣ୍ଡରୁ ଏକ କେନ୍ଦ୍ରୀୟ ସମିତିକୁ ଯୋଗାଇବା ଉଦ୍ଦେଶ୍ୟରେ ଆବଶ୍ୟକୀୟ ସର୍ତ୍ତାବଳୀ ପାଇଁ ଏକ ଶୀର୍ଷ ସମିତି ରାଜ୍ୟ ସରକାରଙ୍କ ପୂର୍ବ ଅନୁମୋଦନ ସହ ସେହି ଶୀର୍ଷ ସମିତି ସହିତ ଚୁକ୍ତିବଦ୍ଧ ହୋଇପାରିବେ । ଧାରା -୫୩- ସମିତିମାନଙ୍କ ଅନ୍ୟ ପ୍ରକାର ରାଜ୍ୟ ସାହାଯ୍ୟ - ପ୍ରଚଳିତ ଯେକୌଣସି ଆଇନର ଯେକୌଣସି ବ୍ୟବସ୍ଥାସତ୍ତ୍ୱେ ରାଜ୍ୟ ସରକାର - ସମିତିମାନଙ୍କୁ ଋଣ ଦେଇପାରିବେ କିମ୍ବା ଅଗ୍ରୀମ ଦେଇପାରିବେ । ଏକ ସମିତି ଦିଆଯାଇଥିବା ଋଣ- ପତ୍ର ଉପରେ ସୁଧର ପରିଶୋଧ କିମ୍ବା ମୂଳଧନର ପରିଶୋଧ ପାଇଁ ପ୍ରତିଶ୍ରୁତି ଦେଇପାରିବେ । ଏକ ସମିତିର ମୂଳଧନ ଓ ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ସେହି ମୂଳଧନ ଉପରେ ଲାଭାଂଶର ହାର ସ୍ଥିରୀକୃତ ହୋଇ ପରିଶୋଧ ପାଇଁ ପ୍ରତିଶ୍ରୁତି ଦେଇପାରିବେ । ଏକ ସମବାୟ ସମିତିର ମୂଳଧନର ଏବଂ ସେହି ସମବାୟ ସମିତିକୁ ଦିଆଯାଇଥିବା ଋଣ , ଅଗ୍ରୀମ, ଓ ଜମାଉପରେ ସୁଧର ପରିଶୋଧ ପାଇଁ ପ୍ରତିଶ୍ରୁତି ଦେଇପାରିବେ, ଏବଂ ଯେକୌଣସି ସମିତିକୁ ସହାୟତା କରିବା ସହ ଅନ୍ୟକୌଣସି ପ୍ରକାରେ ଆର୍ଥିକ ସାହାଯ୍ୟ ଦେଇପାରିବେ । ଧାରା ୫୪ – ଅନ୍ୟାନ୍ୟ ଆଇନକୁ ରଦ୍ଦ କରିବାକୁ ଏହି ଅଧ୍ୟାୟରେ ବ୍ୟବସ୍ଥା - ୪୨ ରୁ ୪୫ ଧାରାରେ ଥିବା ପ୍ରଚଳିତ ଅନ୍ୟ ଯେକୌଣସି ଆଇନରେ ଥିବା ବ୍ୟବସ୍ଥାର ପ୍ରତିକୂଳତା ସତ୍ତ୍ୱେ କାର୍ଯ୍ୟକାରୀ ହେବ । ଆଧାର - ଦ ଲ ହାଉସ