ଧାରା ୭୨- ସମିତି ସମପାନ ନିବନ୍ଧକ ୬୫ ଧାରାନୁସାରେ ଇନସପେକ୍ଟର କରିବା ପରେ କିମ୍ବା ହିସାବ ସମୀକ୍ଷାର ରିପୋର୍ଟ ପଢିବା ପରେ କିମ୍ବା ସମିତିର ତିନି – ଚତୁର୍ଥାଂଶରୁ ଅଧିକ ସଭ୍ୟଙ୍କଠାରୁ ଏକ ପ୍ରସ୍ତାବ ପାଶ ହେବ ପରେ ଯଦି ମତପୋଷଣ କରନ୍ତି ଯେ, ସମିତିର ସମାପନ ହେବ, ତେବେ ସମିତିକୁ ସମାପନ କରାଇବା ପାଇଁ ସେ ନିର୍ଦ୍ଦେଶ ଦେଇପାରିବେ । ନିମ୍ନଲିଖିତ ସ୍ଥଳରେ ନିବନ୍ଧକ ଏକ ସମିତିର ସମାପନ ପାଇଁ ନିର୍ଦ୍ଦେଶ ଦେଇପାରିବେ । ନିବନ୍ଧନ ନିମନ୍ତେ, ଆବଶ୍ୟକ ହେଉଥିବା ତାହାର ସଭ୍ୟପଦ ଯଦି ସର୍ବନିମ୍ନ ସଂଖ୍ୟାରୁ ତଳକୁ ଚାଲିଯାଏ । ଯେଉଁଠାରେ ସମିତିର ନିବନ୍ଧନ ତାରିଖଠାରୁ ଅଠର ମାସ ମଧ୍ୟରେ ଏହା କାର୍ଯ୍ୟ ଆରମ୍ଭ କରିନଥିବ କିମ୍ବା କାର୍ଯ୍ୟ ବନ୍ଦ କରି ଦେଇଥିବ । ଏକ ସମିତି ତିଷ୍ଠି ରହିବା ଉଚିତ ମନେ କରାଗଲେ ଏପରି ସମିତିର ସମାପନ ନିର୍ଦ୍ଦେଶକୁ ରଦ୍ଦ କରିପାରିବେ । ଉପଧାରା (୧) ଉଲ୍ଲିଖିତ ଏକ ପ୍ରସ୍ତାବକୁ ଭିତ୍ତି ନ କରିବା ବ୍ୟତୀତ ଏହି ଧାରାନୁଜଯୀ ଏକ ସମିତିକୁ ସମାପନ କରିବା ନିମନ୍ତେ ନିର୍ଦ୍ଦେଶିତ ଏକ ଆଦେଶ (ଅର୍ଡର),ଏମୁଖ୍ୟ ପ୍ରଶାସନଙ୍କ ଜରିଆରେ ପ୍ରସ୍ତାବିତ ସମାପନ ଯୋଗୁଁ ଥିବା ଯେକୌଣସି ଆପତ୍ତି ଦର୍ଶାଇବାକୁ ଯଦି ଥାଏ , ସମିତିକୁ ସୁବିଧା ସୁଯୋଗ ନ ଦେଇ ପାସ କରାଯିବ । ଧାରା ୭୩ – ନିକାଶକାରୀ ୭୨ ଧାରାନୁସାରେ ଏକ ସମିତିର ସମାପନ ପାଇଁ ନିବନ୍ଧକ ନିର୍ଦ୍ଦେଶକାରୀ କରିଥିଲେ, ସେଥିପାଇଁ ସେ ଜଣେ ନିକାଶକାରୀଙ୍କୁ ନିଯୁକ୍ତ କରିପାରିବେ ଓ ତାଙ୍କର ଦରମା ସ୍ଥିର କରିପାରିବେ । ସେହି ଦରମା ସମିତିର ତରଫରୁ ଫଣ୍ଡରୁ ଦିଆଯିବ ନିବନ୍ଧକ ମଧ୍ୟ କୌଣସି ନିକାଶକାରୀଙ୍କୁ ବିଦାୟ ଦେଇ ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ନିଯୁକ୍ତ କରିପାରିବେ। ଉପଧାରା (୧) ଅନୁଯାୟୀ ନିଯୁକ୍ତ ଏକ ନିକାଶକାରୀ ତତକ୍ଷଣାତ ନିର୍ଦ୍ଧାରିତ ପ୍ରକାରେ ସେପରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଧାରା ୭୨ ଧାରା (୩) ଉପ- ଧାରା ଅନୁସାରେ ନିବନ୍ଧକ ଦ୍ଵାରା ଏକ ସମିତି ସମାପନ – ନିର୍ଦ୍ଦେଶ ରଦ୍ଦ ହୋଇଥିଲେ କିମ୍ବା ଅପିଲରେ ନାକଚ ହୋଇଥିଲେ ସମିତିର ସମ୍ପତ୍ତି ଦ୍ରବ୍ୟାଡି ଓ ଅଭିଯୋଜନୀୟ ଦାବି ସେହି ସମିତିରେ ପୁନଃନିହିତ ହେବ । ଧାରା ୭୪ - ନିକାଶକାରୀଙ୍କ ଦ୍ଵାରା ହିସାବ ନିର୍ଦ୍ଧାରିତ କରାଯାଇଥିବା ଅଂଶଦାନର ଅଗ୍ରାଧିକାର ରାଜ୍ୟ ଦିବାଲିଆ ଆଇନ (୫୧୯୨୦) ରେ ଥିବା କୌଣସି ବ୍ୟବସ୍ଥା ସତ୍ତ୍ଵେ , ସମାପିତ ହେବାକୁ ନିର୍ଦ୍ଦେଶପାଇଥିବା ଏକ ସମିତିର ପ୍ରାପ୍ୟ ଋଣ ଓ ନିକାଶକାରୀଙ୍କ ଦ୍ଵାରା ହିସାବ ନିର୍ଦ୍ଧାରଣ କରାଯାଇଥିବା ଅଂଶ – ଦାନ ଦିବାଳିଆ ମାମଲାରେ ଅଗ୍ରାଧିକାର ଭିତ୍ତିରେ ସରକାରୀ ଅଥବା ସ୍ଥାନୀୟ କର୍ତ୍ତୃପକ୍ଷ ପ୍ରାପ୍ୟ ଋଣ ପରେ ପରିଶୋଧ କରାଯିବ । ଧାରା -୭୫ ନିକାଶକାରୀଙ୍କ କ୍ଷମତା ଏଥି ନିମନ୍ତେ ହୋଇଥିବା ନିୟମାବଳିକୁ ଭିତ୍ତିକାରୀ ସମିତିର ସମ୍ପତ୍ତି ୭୩ ଧାରାନୁସାରେ ନିଯୁକ୍ତି ନିକାଶକାରୀଙ୍କ ଠାରେ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ତାରିଖଠାରୁ ନ୍ୟସ୍ତ ହେବ ଏବଂ ନିକାଶକାରୀଙ୍କର ସେପରି ସମ୍ପତ୍ତିର ବିକ୍ରୟ କରିବା ସଙ୍ଗେ ସଙ୍ଗେ ଅନ୍ୟ ଉପାୟରେ ବିକ୍ରୟ ଲବ୍ଧ ଧନ ଆଦାୟ କରିବାର କ୍ଷମତା ରହିବ । ଏପରି ନିକାଶକାରୀଙ୍କର ମଧ୍ୟ ନିମ୍ନଲିଖିତ କ୍ଷମତା ରହିବ ସମିତି ତରଫରୁ ନିଜ ଅଫିସ କାମରେ ଦେୱାନୀ ମାମଲା ଓ ଅନ୍ୟାନ୍ୟ ଆଇନଗତ ଫୌଜଦାରି ମାମଲା ଦାଏର ଓ ଜବାବ ଶୁଆଇ କରିବ । ସଭ୍ୟ, ପୂର୍ବତନ ସଭ୍ୟ, ସମ୍ପତ୍ତି ମନୋନୀତ ବ୍ୟକ୍ତି, ଉତ୍ତରାଧିକାରୀ, ମୃତ ସଭ୍ୟଙ୍କ ଆଇନାନୁମୋଦିତ ପ୍ରତିନିଧି , କୌଣସି ଅଫିସର କିମ୍ବା ପୂର୍ବତନ ଅଫିସର ଦ୍ଵାରା ସମିତି ସମ୍ପତ୍ତିକୁ ଅଥବା ସମିତିକୁ ଦେବାକୁ ଥିବ ଅଂଶଦାନ ସମୟ ସମୟରେ ନିର୍ଦ୍ଧିଷ୍ଟ କରିବେ । ସମିତି ବିରୁଦ୍ଧରେ ସମସ୍ତ ଦାବି ସ୍ଥିର , ଆପୋଷ ନିଷ୍ପତ୍ତି ଅଥବା ନିର୍ଦ୍ଧାରିତ କରିବେ ଏବଂ ଏହି ଆଇନର ବ୍ୟବସ୍ଥାକୁ ଭିତ୍ତି କରି ଦାବିଦାରମାନଙ୍କ ମଧ୍ୟରେ ହୋଇଥିବା ବିବାଦର ଅଗ୍ରାଧିକାର ଭିତ୍ତିରେ ନିଷ୍ପତ୍ତି କରିବେ । ସମିତି ବିରୁଦ୍ଧରେ ଥିବା ଆଦବି ପ୍ରାପ୍ୟ ସମାପନ ତାରିଖ ପର୍ଯ୍ୟନ୍ତ ସୁଧ ସହ ଅଗ୍ରାଧିକାର ଅନୁଯାୟୀ ସଂପୂର୍ଣ୍ଣ କିମ୍ବା ଅନୁପାତିକଭାବେ ପରିଶୋଧ କରିବେ । ସମାପନ ତାରିଖଠାରୁ ଚୁକ୍ତି ହୋଇଥିବା ହାରଠାରୁ ଅନଧିକ ଓ ସେ ଯେଉଁ ହାର ସ୍ଥିର କରିବେ, ସେହି ହାରରେ ପ୍ରଥମ ସୁଧ ପରିଶୋଧ କରିସାରି ତା ପରେ ସମିତିର ସମ୍ପତ୍ତିର ଅବସିଷ୍ଠାଂଶ ଅନୁଯାୟୀ ସଂପୂର୍ଣ୍ଣ ଆନୁପାତିକ ଦାବି ଦେୟ ପରିଶୋଧ କରିବେ । କେଉଁ ବ୍ୟକ୍ତିଙ୍କ ଦ୍ଵାରା ଓ କେଉଁ ଅନୁପାତରେ ସମାପ୍ତି ଖର୍ଚ୍ଚ ବହନ କରାଯିବ , ତାହାର ସ୍ଥିର କରିବେ । କୌଣସି ବ୍ୟକ୍ତି ପୂର୍ବଟନ ସଭ୍ୟ କିମ୍ବା ଜଣେ ମୃତ ବ୍ୟକ୍ତିଙ୍କ ମନୋନୀତ କି ନୁହନ୍ତି , ତାହା ସେ ସ୍ଥିର କରିବେ । ସମିତିର କାରବାର ସମାପନ ପାଇଁ ସମିତି ସମ୍ପତ୍ତିର ଆବଶ୍ୟକୀୟ ସଂଗ୍ରହ ଓ ବଣ୍ଟନ ସମ୍ପର୍କରେ ନିର୍ଦ୍ଦେଶ ଦେବେ । ସମିତିର ହିତ ଦ୍ରୁଷ୍ଟିରୁ ବ୍ୟବସାୟର ସମାପନ ପାଇଁ ସମିତି ସମ୍ପତ୍ତି ଆବଶ୍ୟକୀୟ ସଂଗ୍ରହ ଓ ବଣ୍ଟନ ସମ୍ପର୍କରେ ନିର୍ଦ୍ଦେଶ ଦେବେ । ସେ ସମସ୍ତ ତଲବ ଟଙ୍କା ପାଇଁ ଦାୟିତ୍ଵ , ଋଣ ଋଣରେ ପରିଣତ ହୋଇପାରୁଥିବା ଦାୟିତ୍ଵ, ବର୍ତ୍ତମାନ କିମ୍ବା ଭବିଷ୍ୟତରେ ସମସ୍ତ ତଲବ ଟଙ୍କା, ନିର୍ଦ୍ଧିଷ୍ଟ କିମ୍ବା ସମ୍ଭାବ୍ୟ ଥିବା ଦାୟିତ୍ଵ ରହୁଥିବା ଭଳି ଅଭିଯୋଗପୂର୍ଣ୍ଣ ଅଂଶଦାବି, ଅନ୍ୟାନ୍ୟ ଋଣଗ୍ରହିତା କିମ୍ବା ଅନ୍ୟ ବ୍ୟକ୍ତି ସମିତିର ସମ୍ପତ୍ତି ସମ୍ପର୍କୀୟ କିମ୍ବା ସମ୍ପତ୍ତି ପ୍ରତି କୌଣସି ବିଘ୍ନ ସୃଷ୍ଟି କରୁଥିବା ସମସ୍ତ ବିଷୟ କିମ୍ବା ଯେଉଁ ସର୍ତ୍ତାନୁଯାୟୀ ସମିତିର ସମାପନ ହେବ, ସେ ସମସ୍ତ ବ୍ୟକ୍ତି କିମ୍ବା ବିଷୟ ସହିତ ଆପୋଷ ମିଳାମିଶା କରିବେ । ଏପରି ତଲବ ଟଙ୍କା ଦାୟିତ୍ଵ ଋଣ କିମ୍ବା ଦାବିର ସମାଧାନ ପାଇଁ ଜାମିନନେବେ ଓ ସେସବୁ ବିଷୟରେ ପୂର୍ଣ୍ଣ ସମାଧାନ କରିବେ । (୨- କ) ନିକାଶକାରୀ ସମିତିର ସମାପନ ଅଗ୍ରଗତି ସମ୍ପର୍କରେ ସେପରି ରିପୋର୍ଟ ଏବଂ ଋଟର୍ଣ୍ଣ ଏବଂ ଏପରି ଫାରମ ପଦ୍ଧତିରେ ଉପସ୍ଥାପିତ କରିବେ ଯେପରିକି ନିବନ୍ଧକ ସମୟକୁ ସମୟ ଆବଶ୍ୟକ କରୁଥିବେ । ଏକ ସମିତିର ବିଷୟବସ୍ତୁ ସମାପ୍ତି ଘାତିଳେ ନିକାଶକାରୀ ନିବନ୍ଧକଙ୍କୁ ଗୋଟିଏ ରିପୋର୍ଟ ଦେବେ ଏବଂ ନିବନ୍ଧକ ନିର୍ଦ୍ଦେଶ ଦେବା ସ୍ଥାନରେ ସମିତିର ରେକର୍ଡ ପତ୍ର ଜମା ଦେବେ ଏବଂ ନିବନ୍ଧକଙ୍କୁ ସମିତିର ବଳକା ସମ୍ପତି ହସ୍ତାନ୍ତର କରିବେ । ଏହି ଆଇନରେ ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ ସମାପନ ନିମନ୍ତେ ଯେଉଁ ସମିତି ବିରୁଦ୍ଧରେ ଉପ- ଧାରା (୧) ଅନୁଯାୟୀ ଏକ ଆଦେଶ ଅର୍ଡର କରାଯାଇଛି ସେହି ସମିତିର ଗଠନ ପରିଚାଳନା ଅଥବା ବ୍ୟବସାୟ ସମ୍ପର୍କୀୟ କୌଣସି ବିବାଦ ଓଡିଶାସ ସମବାୟ ସମିତି (ସଂଶୋଧନ) ଆଇନ ୧୯୯୧ ଧାରା ୪୧ ର ପ୍ରାରମ୍ଭ ତାରିଖରେ ଏବଂ ପରେ ସମିତିର ନିକାଶକାରୀ ଭିନ୍ନ ଅନ୍ୟ କୌଣସି କର୍ତ୍ତୃପକ୍ଷ ଙ୍କ ନିକଟରେ ପ୍ରଶ୍ନ ଉଠାଯିବ ନାହିନ ଏବଂ ସେଥିନିମନ୍ତେ, ନିକାଶକାରୀ ତାଙ୍କ ନିଜର ପ୍ରସ୍ତାବନୁଯାୟୀ ସମିତି ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ଏବଂ ସେପରି ସମ୍ପୃକ୍ତ ସମିତି ବିରୁଦ୍ଧରେ ଧାରା ୬୮ ଅନୁଯାଯାଇ ହୋଇଥିବା ସମସ୍ତ କାର୍ଯ୍ୟଧାରା ତା ସହିତ କଥିତ ପ୍ରାରମ୍ଭ ତାରିଖରୁ ଯେକୌଣସି କାର୍ଯ୍ୟଧାରା ଅନ୍ୟ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ବିଚାରଧିନ ଥିବା ତାହା ସବୁନିକାଶକାରୀଙ୍କୁ ହସନ୍ତାରିତ ହେବ, ଏବଂ ନିକାଶକରି ସେପରି ଉପୁଜିଥିବା ଆରମ୍ଭ ଅଥବା ଅଥବା ବିବାଦଗୁଡିକର ଆଇନ ଅନୁଯାୟୀ ନିଷ୍ପତି କରିବେ । ଧାରା ୭୬- ବଳକା ସମ୍ପତ୍ତିର ବିନିଯୋଗ ନିକାଶକାରୀଙ୍କ ଦ୍ଵାରା ନିବନ୍ଧକଙ୍କୁ ହସ୍ତାନ୍ତର କରାଯାଇଥିବା ସମିତିର ବଳକା ସଂପତ୍ତି ଏହାର ସଭ୍ୟମାନଙ୍କ ମଧ୍ୟରେ ବଣ୍ଟନ ହେବନାହିଁ, କିନ୍ତୁ ନିବନ୍ଧକଙ୍କ ଦ୍ଵାରା ନିମ୍ନଲିଖିତ ଉଦ୍ଦେଶ୍ୟରେ ସଂପୂର୍ଣ୍ଣ କିମ୍ବା ଆଂଶିକ ଭାବେ କାର୍ଯ୍ୟକାରୀ ହେବ, ଯଥା - ସମିତିର ଉପ- ବିଧିରେ ସେଥିପାଇଁ ନିର୍ଦ୍ଧିଷ୍ଟ ହୋଇଥିବା ଉଦ୍ଦେଶ୍ୟ ପାଇଁ ସ୍ଥାନୀୟ ସାଧାରଣ ଉପକାରିତାର ଉଦ୍ଦେଶ୍ୟ ପାଇଁ ଦାତବ୍ୟ ଦେବୋତ୍ତର ଆଇନ (୪୬-୧୮୯୦)ରେ ୨ ଧାରା ବର୍ଣ୍ଣିତ ଦାତବ୍ୟ ଉଦ୍ଦେଶ୍ୟ ପାଇଁ, ସମବାୟ ଆନ୍ଦୋଳନର ଉନ୍ନତିକଳ୍ପେ ଉଦ୍ଦେଶ୍ୟ ଥିବା କୌଣସି ସମବାୟ ସମିତି ସଂଘପାଇଁ, ଏବଂ ସମିତିଟିର ସମାପନ ଯୋଗୁଁ ସମାନ ଉଦ୍ଦେଶ୍ୟ ଏବଂ ସମାନ ଅଞ୍ଚଳରେ ଯଦିଓ ଯେତେବେଳେ ଏକ ନୂତନ ସମିତି ଗଠିତ ହେବ, ତାହାର ସଂରକ୍ଷିତ ପାଣ୍ଠି ପାଇଁ । ଧାରା ୭୭ – ସମିତିର ନିବନ୍ଧକ ରଦ୍ଦ ଧାରା ୭୭ – ସମିତିର ନିବନ୍ଧକ ରଦ୍ଦ – ୭୨ ଅନୁଯାଯାଇ ଏକ ସମିତିର ସମାପନ ପାଇଁ ନିର୍ଦ୍ଦେଶ ତାରିଖଠାରୁ ଦୁଇମାସ ପରେ କିମ୍ବା ଏହି ନିର୍ଦ୍ଦେଶର ଅନୁମୋଦନ ତାରିଖଠାରୁ ଅପିଲ ଦାଏର କରାଯାଇଥିଲେ କିମ୍ବା ୭୩ ଧାରାନୁସାରେ ନିକାଶକାରୀ ନିଯୁକ୍ତି ହୋଇଥିବା ଏକ ସମିତିର ସମାପନ ହେଲେ , ସେହି ସମିତିର ନିବନ୍ଧକକୁ ରଦ୍ଦ କରିବାପାଇଁ ନିବନ୍ଧକ ଆଦେଶନାମା ଜାରି କରିବେ ଏବଂ ସମିତିର ବିଘଟନ ହେଲା ବୋଲି ବିବେଚିତ ହେବ । ଫଳରେ ଏପରି ରଦ୍ଦ ତାରିଖଠାରୁ ସମିତିଟି ଏକ ନିକମନିକାୟ ରୂପେ ଆଉ ରହିବ ନାହିଁ । ଆଧାର – ଦ ଲ ହାଉସ