ଧାରା ୬୭ – କ- ସମବାୟ ଟ୍ରିବ୍ୟୁନାଲ ଗଠନ ରାଜ୍ୟସରକାର ଅଧିସୂଚନା ବଳରେ ଏକ ଟ୍ରିବୁନାଲ ଗଠନ କରିବେ ଯାହାକୁ ସମବାୟ ଟ୍ରିବ୍ୟୁନାଲ କୁହାଯିବ । ନିର୍ଦ୍ଧାରିତମତେ, ସେପରି କୌଣସି ଯୋଗ୍ୟତା ସହିତ ସେପରି ସଂଖ୍ୟକ ସଭ୍ୟମାନଙ୍କୁ ନେଇ ଏହା ଗଠିତ ହେବ। ସେ ଯାହାହେଉନା କାହିଁକି । ଯଦି ଜଣେ ସଭ୍ୟଙ୍କଠାରୁ ଅଧିକ ସଭ୍ୟ ହୁଅନ୍ତି ସେମାନଙ୍କ ମଧ୍ୟରୁ ଜଣେ ନିଶ୍ଚିତ ରୂପେ ଓଡିଶା ସୁପରିଆର ଜୁଡିସିଆଲ ସର୍ଭିସ ରୁ ସଭ୍ୟ ରହିବେ ଯେକି ଚେୟାରମ୍ୟାନ ହେବେ, ଏବଂ ଯଦି କେବଳ ଜଣେ ସଭ୍ୟ ଥାଆନ୍ତି, ତେବେ ସେପରି ସଭ୍ୟଙ୍କୁ ଓଡିଶା ସୁପାରିୟର ଜୁଡିସିଆର ସର୍ଭିସ ରୁ ନିଆଯିବ । ଟ୍ରିବ୍ୟୁନାଲ ହୁଏତ, ତାହାର ବ୍ୟବସାୟ କାରବାର ନିମନ୍ତେ ସୁବିଧାଜନକ ସ୍ଥାନ ଅଥବା ସ୍ଥାନମାନଙ୍କରେ ବସିବ । ଉପ- ଧାରା (୨) ଅନୁଯାୟୀ ଗଠିତ ହୋଇଥିବା ଟ୍ରିବ୍ୟୁନାଲ ଏହି ଆଇନର ବ୍ୟବସ୍ଥିତ ବ୍ୟବସ୍ଥାନୁଯାୟୀ ଅଥବା ଏହି ଆଇନରେ ପ୍ରଦତ୍ତ ବ୍ୟବସ୍ଥାନୁଯାୟୀ କ୍ଷମତା ପ୍ରୟୋଗ କରିବେ ଏବଂ କାର୍ଯ୍ୟ ସଂପନ୍ନ କରିବେ । ଧାରା ୬୭- ଖ- ଟ୍ରିବ୍ୟୁନାଲର କ୍ଷମତା ପ୍ରଚଳିତ ଯେକୌଣସି ଆଇନରେ ଅନ୍ତର୍ବିଷ୍ଟ ଯେକୌଣସି ବ୍ୟବସ୍ଥା ସତ୍ତ୍ୱେ,ଏକ ସମିତିର ଯେକୌଣସି ପଦାଧିକାରୀ ଙ୍କର ନିର୍ବାଚନ ସମ୍ପର୍କରେ କୌଣସି ବିବାଦ ଉପୁଜିଲେ ଅଥବା ଶିଳ୍ପବିବାଦ ଆଇନ, ୧୯୪୭ ର ଧାରା (୨) ପ୍ରକରଣ (ଥ) ର ଅର୍ଥାନୁଯାୟୀ ଏକ ଶ୍ରମିକ ହୋଇନଥିବା ସମିତିର ଯେକୌଣସି ବେତନଗ୍ରାହୀ କର୍ମଚାରୀଙ୍କ ବିରୁଦ୍ଧରେ ଏକ ସମିତି ଅଥବା ତାହାର କମିଟିଦ୍ଵାରା ଗ୍ରହଣ କରାଯାଉଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ଏଥିନିମନ୍ତେ ନିର୍ଦ୍ଧାରିତ ପଦ୍ଧତି ଏବଂ ସମୟ ମଧ୍ୟରେ ଟ୍ରିବ୍ୟୁନାଲକୁ ବିଚାର ନିମନ୍ତେ ପଠାଯିବ । ପ୍ରକରଣ (ii) ଅନୁଯାୟୀ ଟ୍ରିବ୍ୟୁନାଲକୁ ପଠାଯାଇଥିବା ଏକ ବିବାଦ,ସେହି ପ୍ରକରଣର ଅର୍ଥାନୁଯାୟୀ ଏକ ବିବାଦ ବୋଲି ଯଦି ପ୍ରଶ୍ନ ଉପୁଜେ, ତେବେ ତା ଉପରେ ଟ୍ରିବ୍ୟୁନାଲର ନିସ୍ପତି ଚୂଡାନ୍ତ ଅଟେ ଏବଂ କୌଣସି ଅଦାଲତରେ ପ୍ରଶ୍ନ ଉଠାଯିବ ନାହିଁ । ଏକ ସମିତିର ଯେକୌଣସି ପଦଧିକାରୀଙ୍କ ନିର୍ବାଚନ ସମ୍ପର୍କୀୟ ସମସ୍ତ ବିବାଦ ଅଥବା ଏହି ଆଇନ, ନିୟମାବଳି ଅଥବା ଓଡିଶା ସମବାୟ ସମିତି(ସଂଶୋଧନ) ଆଇନ ୧୯୯୧ ପ୍ରାରମ୍ଭ ତାରିଖରେ ବିଚାରଧିନ ଥିବା ଏହି ଆଇନାନୁଯାୟୀ ପ୍ରଣିତ ଯେକୌଣସି ପ୍ରଧୀକାରୀଙ୍କ ସହିତ ସମିତିର ବେତନଗ୍ରାହୀ କର୍ମଚାରୀଙ୍କ ବିରୁଦ୍ଧରେ ସମିତି ଅଥବା ତାହାର କମିଟି ଦ୍ଵାରା ଗ୍ରହଣ କରାଯାଉଥିବା ଯେକୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଟ୍ରିବ୍ୟୁନାଲକୁ ହସ୍ତାନ୍ତରିତ କରାଯିବ ଏବଂ ଟ୍ରିବ୍ୟୁନାଲ ଆଇନନୁଯାୟୀ ସେଗୁଡିକର ନିଷ୍ପତ୍ତି କରିବେ। ବିଚାରଧିନ ବିବାଦ ତଥା ନ୍ୟାୟର ହିତଦ୍ରୁଷ୍ଟିରୁ ଆବଶ୍ୟକତାନୁଯାୟୀ ଟ୍ରିବ୍ୟୁନାଲ ମଧ୍ୟବର୍ତ୍ତୀକାଳୀନ ଅର୍ଡର କାରୀପାରନ୍ତି । ଟ୍ରିବ୍ୟୁନାଲ କାର୍ଯ୍ୟକାରୀ (ଯେଉଁତିରେ ଅପିଲ କରାଯାଇଥାଏ ) ମଗାଇ ପାରନ୍ତି ଏବଂ ତାହାର ରେକର୍ଡ ପତ୍ରର ପରୀକ୍ଷା କରିପାରନ୍ତି । ଯଦି ଅହିଲ ଦାଏର କରାଯାଇନଥାଏ ଏବଂ ପାଶ କରାଯାଇଥିବା ଅର୍ଡର ଅଥବା ତାହାର ବିଚାରରେ ବୈଧତା ଏବଂ ଔଚିତ୍ୟ ଦ୍ରୁଷ୍ଟିରୁ ଏବଂ ଅନ୍ୟକୌଣସି କାରଣରୁ ଯଦି ଟ୍ରିବ୍ୟୁନାଲ ବିଚାର କରନ୍ତି ଯେ, କୌଣସି ଅର୍ଡର ବା ବିଚାର ସଂଶୋଧିତ, ପରିବର୍ତ୍ତିତ ଅଥବା ବାତିଲ କରାଯିବ ତେବେ ସେଭଳି ଅର୍ଡର ଦ୍ଵାରା ପ୍ରଭାବିତ ବ୍ୟକ୍ତିଙ୍କୁ ଶୁଣାଣି ପାଇଁ ଉପଯୁକ୍ତ ସମୟ ଦେବାପରେ ଟ୍ରିବ୍ୟୁନାଲ ସେଭଳି ଅର୍ଡର ଦେଇପାରନ୍ତି । ଟ୍ରିବ୍ୟୁନାଲ ଯେତେବେଳେ ଅପିଲର ବିଚାର କରୁଥାଏ,ସେତେବେଳେ ଟ୍ରିବ୍ୟୁନାଲ ଦେୱାନୀ ବିଧାନ ୧୯୦୮ ର ପ୍ରଥମ ସିଡ୍ୟୁଲର ୪୧ ଅର୍ଡର ଦ୍ଵାରା ଅପିଲୀୟ କୋର୍ଟ ପ୍ରୟୋଗ କରୁଥିବା କ୍ଷମତା ଭଳି ପ୍ରୟୋଗ କରିପାରିବେ । ଧାରା-୬୭- ଗ ଟ୍ରିବ୍ୟୁନାଲ ପ୍ରତ୍ୟେକ ଅର୍ଡର ଏବଂ ବିଚାର ଚୂଡାନ୍ତ ବୋଲି ଧରି ନିଆଯିବ ଏବଂ ଏହାବିରୁଦ୍ଧରେ କୌଣସି ଆଇନ ଅଦାଲତରେ ପ୍ରଶ୍ନ ଉତଥାପିଟ କରାଯିବ ନାହିଁ । ଆଧାର – ଦ ଲ ହାଉସ