ଧାରା ୧୧୫ - ଅପରାଧମାନ ସମିତି ଭିନ୍ନ ଅନ୍ୟଯେକୌଣସି ବ୍ୟକ୍ତି “ସମବାୟ” ପଦବୀ କିମ୍ବା ଅନ୍ୟକୌଣସି ନାମରେ କିମ୍ବା ଏହାର ସମତୁଲ୍ୟ ଅନ୍ୟକୌଣସି ନାମରେ କିମ୍ବା ଏହାର ସମତୁଲ୍ୟ ଅନ୍ୟ କୌଣସି ଭାରତୀୟ ଭାଷାରେ ରାଜ୍ୟସରକାରଙ୍କ ବିନା ଅନୁମୋଦନରେ ଯଦି ବ୍ୟବସାୟ ଆରମ୍ଭ କରେ ତେବେ ସେଭଳି ବ୍ୟକ୍ତି ସର୍ବାଧିକ [ଦଶ ହଜାର] ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦଣ୍ଡରେ ଦଣ୍ଡିତ ହେବ । ଯେକୌଣସି ସଭ୍ୟ ଅଥବା ଅତୀତ ବୈଧ ପ୍ରତିନିଧି ଯେ ବ୍ୟକ୍ତି ଉତ୍ତରାଧିକାରୀ ଅଥବା ବୈଧ ପ୍ରତିନିଧି ଯେ କି ୩୪ ଧାରା ବ୍ୟବସ୍ଥାର କୌଣସି ସମ୍ପତିକୁ ହସ୍ତାନ୍ତର କରିବା ଦ୍ଵାରା ଯେଉଁ ସମ୍ପତିରେ କଥିତ ଧାରାନୁଯାୟୀ ସମିତିର ପ୍ରଥମ ଦାବି ଥାଏ, ଉଲ୍ଲଂଘନ କରେ ଅଥବା ସେଭଳି ଦାବିର କ୍ଷତିସାଧନ ନିମନ୍ତେ କୌଣସି କାର୍ଯ୍ୟ କରେ ତେବେ ସେଭଳି ବ୍ୟକ୍ତି ସର୍ବାଧିକ ୧୦୦ ଟଙ୍କା ଅର୍ଥ ଦଣ୍ଡ ଅଥବା ସର୍ବାଧିକ ଏକମାସ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ ଅଥବା ଉଭୟ ଦଣ୍ଡରେ ଦଣ୍ଡିତ ହୋଇପାରନ୍ତି । କୌଣସି ସମିତି କିମ୍ବା ସମିତିର ଅଫିସର କିମ୍ବା ସମିତିର କୌଣସି ସଭ୍ୟ ସ୍ଵେଛାକୃତ ଭାବେ ଯଦି ମିଥ୍ୟା ବିବୃତ ଅଥବା ସମ୍ବାଦ ଦିଅନ୍ତି କିମ୍ବା କୌଣସି ବ୍ୟକ୍ତି ସ୍ଵେଚ୍ଛାକ୍ରମେ କିମ୍ବା ଯୁକ୍ତିଯୁକ୍ତ କାରଣ ବ୍ୟତୀତ ଏହି ଆଇନର ବ୍ୟବସ୍ଥାନୁଯଯାଇ ଜାରି କରାଯାଇଥିବା ସମାନ ହୁକୁମ ଦାଖଲ କିମ୍ବା ଆଇନ ସମ୍ମତ ଲିଖିତ ଆଦେଶକୁ ଅମାନ୍ୟ କରନ୍ତି କିମ୍ବା ଏହି ଆଇନର ବ୍ୟବସ୍ଥାନୁଯାୟୀ ଏଥିନିମନ୍ତେ ନିଯୁକ୍ତ କ୍ଷମତାପ୍ରାପ୍ତ ବ୍ୟକ୍ତିକୁ ସ୍ଵେଚ୍ଛାକ୍ରମେ କୌଣସି ସମ୍ବାଦ ନ ଦିଅନ୍ତି ତେବେ ଉପରୋକ୍ତ ସମିତି, ସମିତିର ଅଫିସର ଏବଂ ସଭ୍ୟ ପ୍ରତ୍ୟେକ ସର୍ବାଧିକ ୨୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦଣ୍ଡରେ ଦଣ୍ଡିତ ହେବେ । ଯେକୌଣସି ନିଯୁକ୍ତକାରୀ ଯେ, କି ଯଥେଷ୍ଟ କାରଣ ବ୍ୟତୀତ, ୩୫ ଧାରାନୁଯାୟୀ ନିଯୁକ୍ତକାରୀ ଦ୍ଵାରା କରାଯାଇଥିବା ବିୟୋଗ ପରିମାଣର ଅର୍ଥ, ସେଭଳି ବିୟୋଗର ୧୪ ଦିନ ମଧ୍ୟରେ ଯଦି ସମିତିକୁ ପରିଶୋଧ କରିବା ପାଇଁ ଅକୃତକାର୍ଯ୍ୟ ହୁଅନ୍ତି, ତେବେ କାର୍ଯ୍ୟକରି କିମ୍ବା ପ୍ରଚଳିତ ଯେକୌଣସି ଆଇନାନୁଯାୟୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସେମାନେ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦଣ୍ଡିତ ହେବେ । କୌଣସି ଅଫିସର କିମ୍ବା ସଭ୍ୟ ଯଦି ସମିତିର ହିସାବ ବହି ତଥା କାଗଜପତ୍ରର ଧ୍ଵଂସ ସାଧନ କରନ୍ତି, ବା ବିକଳ୍ପ ପନ୍ଥା ଅବଲମ୍ବନ କରନ୍ତି କିମ୍ବା ଜାଲ କରନ୍ତି କିମ୍ବା ଏସବୁ କାର୍ଯ୍ୟ ସଂଘଠିତ କରିବାକୁ ଉତ୍ସାହ ଦିଅନ୍ତି କିମ୍ବା ସମିତିର ରେଜିଷ୍ଟର ତଥା ହିସାବ ବହି କିମ୍ବା ଦଲିଲ ଅପିଲରେ ମିଥ୍ୟା କିମ୍ବା ପ୍ରତାରଣାପୂର୍ଣ୍ଣ ବିଷୟ ଲିଖିତ କରିବାକୁ ଉତ୍ସାହ ଦିଅନ୍ତି ତେବେ ଉପରୋକ୍ତ ସମସ୍ତ କାର୍ଯ୍ୟ- ସତ ଉଦ୍ଦେଶ୍ୟରେ କରାନଯିବାର ଧରି ନିଆଯିବ, କିମ୍ବା ସମିତିର ଯେକୌଣସି ଅଫିସର ଯେକି ପ୍ରାଧିକାରରୁ ନିବୃତ୍ତ ହୋଇ ସେଭଳି ନିବୃତ୍ତ ସମୟରେ ଅଧିକାର ପ୍ରୟୋଗ କରିବା ସଙ୍ଗେ ସଙ୍ଗେ ସମିତି ଅନ୍ତର୍ଗତ ନଗଦ ଟଙ୍କା, ଦଲିଲ ମୂଲ୍ୟବାନ ବନ୍ଧକ କିମ୍ବା ଅନ୍ୟାନ୍ୟ ସମ୍ପତ୍ତି ଆଦି ତାଙ୍କର ପରବର୍ତ୍ତୀ ଅଫିସରଙ୍କୁ ଅର୍ପଣ କରିବାକୁ ଅକୃତକାର୍ଯ୍ୟ ହୁଅନ୍ତି କିମ୍ବା ଯୁକ୍ତିଯୁକ୍ତ କାରଣ ନ ଦର୍ଶାଇ ଯାବତୀୟ ଭାର ଅର୍ପଣ କରିବାକୁ ପ୍ରତ୍ୟାଖ୍ୟାନ ତଥା ବିଳମ୍ବ କରନ୍ତି ତେବେ ସେଭଳି ଅଫିସର ସର୍ବାଧିକ ଏକ ହଜାର ପର୍ଯ୍ୟନ୍ତ ଅର୍ଥ ଦଣ୍ଡ କିମ୍ବା ସର୍ବାଧିକ ତିନିମାସ ସମୟ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ ହେବେ । ସମିତି ଉପବିଧି ଦ୍ଵାରା କିମ୍ବା ଅନୁଯାୟୀ, ସମିତିର କ୍ଷମତାପନ୍ନ କୌଣସି ଅଫିସର ଯୁକ୍ତିଯୁକ୍ତ କାରଣ ନ ଦର୍ଶାଇ ସମିତିର ଦାୟିତ୍ଵରେ ଥିବା ଅର୍ଥ ଯଦି ନିଜ ଦାୟିତ୍ଵରେ ରଖନ୍ତି କିମ୍ବା ଉପବିଧି ଅନୁଯାୟୀ ନିର୍ଦ୍ଧିଷ୍ଟ କରାଯାଉଥିବା ସମୟ ବାହାରେ ଯଦି ନିର୍ଦ୍ଧିଷ୍ଟ ଅର୍ଥ ପରିମାଣଠାରୁ ଅଧିକ ପରିମାଣରେ ଅର୍ଥ ରଖନ୍ତି ତେବେ ସମ୍ପୃକ୍ତ ଅଫିସର ସର୍ବାଧିକ (ପନ୍ଦର ହଜାର) ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦଣ୍ଡରେ କିମ୍ବା ସର୍ବାଧିକ ଏକ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ ହେବେ । ସାଧାରଣ ଅର୍ଥନୈତିକ ସୁବିଧା ଥାଇ ସମିତିର କୌଣସି ଅଫିସର କିମ୍ବା ତାଙ୍କର ଆତ୍ମୀୟ ସଜନ ଯଦି ତାଙ୍କ ଉପରେ ଥିବା ବକେୟା ଋଣର ସମସ୍ତ ପରିମାଣ ନିର୍ଦ୍ଧିଷ୍ଟ ତାରିଖରେ ପରିଶୋଧ କରିବାକାଉ ଅକୃତକାର୍ଯ୍ୟ ହୁଅନ୍ତି କିମ୍ବା ସମ୍ବାଦ ପଠାଇବା ଦାୟିତ୍ଵରେ ଥିବା ଅଧିକାରୀ କିମ୍ବା କର୍ମଚାରୀ ସେଭଳି ନିର୍ଦ୍ଧିଷ୍ଟ ତାରିଖରେ ୧୫ ଦିନ ମଧ୍ୟରେ ଯଦି ନିବନ୍ଧକଙ୍କୁ ପାଖରେ ଏ ବିଷୟରେ ସମ୍ବାଦ ନ ପଠାନ୍ତି ତେବେ ସମ୍ପୃକ୍ତ ଅଫିସର ଓ କର୍ମଚାରୀ ସର୍ବାଧିକ [୧୦,୦୦୦ ଟଙ୍କା ] ପର୍ଯ୍ୟନ୍ତ ଅର୍ଥ ଦଣ୍ଡରେ ଦଣ୍ଡିତ ହେବେ । ଧାରା ୨୮- ଉପଧାରା ୩ର ଆବଶ୍ୟକାନୁଯାୟୀ ଯଦି ସମିତିର ସେକ୍ରେଟାରୀ କିମ୍ବା ଏକଜିକ୍ୟୁଟିଭ ଅଫିସର ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମ୍ବାଦ ପଠାଇବାକୁ ଅକୃତକାର୍ଯ୍ୟ ହୁଅନ୍ତି ତେବେ ସେମାନେ ସର୍ବାଧିକ [ଅଠର ହଜାର ଟଙ୍କା] ଅର୍ଥ ଦଣ୍ଡ କିମ୍ବା ସର୍ବାଧିକ ୩ ମାସ ଆଶ୍ରମ କାରାଦଣ୍ଡରେ ଦଣ୍ଡିତ ହେବେ । ଏକ ଭୂ- ଉନ୍ନୟନ ବ୍ୟାଙ୍କରୁ ଋଣ ପାଇବା ପାଇଁ ଦରଖାସ୍ତକରି ନିଜର ଜ୍ଞାତସାରରେ ମିଥ୍ୟା କିମ୍ବା ଭ୍ରମପୂର୍ଣ୍ଣ ଘୋଷଣା କରିଥିଲେ, ସେ ସର୍ବାଧିକ ଦୁଇ ହଜାର ତାଙ୍କ ଅର୍ଥ ଦଣ୍ଡରେ କିମ୍ବା ସର୍ବାଧିକ ଛଅମାସ କାରାଦଣ୍ଡରେ ଅଥବା ଉଭୟ ଦଣ୍ଡ ରେ ଦଣ୍ଡିତ ହେବେ । ଏହି ଆଇନାନୁଯାୟୀ କୋଣସି ନିର୍ବାଚନ କରିବା ଅଥବା ପରିଚାଳନା ସମ୍ପର୍କରେ ଧାରା ୨୮- କ- ଅନୁଯାୟୀ ସମବାୟ ସମିତି ସମୂହର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ଇସୁ କରାଯାଇଥିବା ଏକ ବିଧିସଙ୍ଗତ ଲିଖିତ ନିର୍ଦ୍ଦେଶପତ୍ରକୁ ଯଦି କୌଣସି ବ୍ୟକ୍ତି ଅମାନ୍ୟ କରେ ତେବେ ସେପରି ବ୍ୟକ୍ତି [ପନ୍ଦରହଜାର ଟଙ୍କା] ପର୍ଯ୍ୟନ୍ତ ଅର୍ଥ ଦଣ୍ଡ ଅଥବା ଏକ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଅଥବା ଉଭୟ ଦଣ୍ଡରେ ଦଣ୍ଡନୀୟ ହେବେ । ଯଦି କୌଣସି ବ୍ୟକ୍ତି ଧାରା ୨୮- କର ଅର୍ଥାନୁଯାୟୀ କୌଣସି ଦୁର୍ନୀତି ନିଷିଦ୍ଧ ବିଶୃଙ୍ଖଳା ଆଚରଣ ଅଥବା ଅସଦାଚାରଣ କରିବାକୁ ଜାଣିଶୁଣି ପ୍ରଶୟ ଦିଏ ତେବେ ସେପରି ବ୍ୟକ୍ତି ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦଣ୍ଡ ଅଥବା ଏକ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଅଥବା ଉଭୟ ଦଣ୍ଡରେ ଦଣ୍ଡନୀୟ ହେବ । କୌଣସି ବହିର୍ଗାମୀ କମିଟିର ଅଥବା ଏହି ଆଇନର ବ୍ୟବସ୍ଥା ଅନୁଯାୟୀ ବାଦ ଅଥବା ବିଘଟିତ ହୋଇଥିବା ଏକ ସମିତି ଏକ ଉତ୍ତାରଧିକାରୀ କମିଟି ଗଠନ କରିବାକୁ ଅଥବା ନିର୍ଦ୍ଧାରିତ ପଦ୍ଧତି ଅଥବା ଅସମୟରେ ଏକ ବିଦ୍ୟମାନ କମିଟିର ଶୂନ୍ୟସ୍ଥାନ ପୂରଣ କରିବାକୁ ନିର୍ବାଚନ କରାଇବକଉ ଅଥବା ପରିଚାଳନା ନିମନ୍ତେ ଏହି ଆଇନ, ନିଯମାବଳି ଅଥବା ଉପ- ବିଧି ଯେଉଁ ବ୍ୟକ୍ତି ଆବଶ୍ୟକ ସେପରି ବ୍ୟକ୍ତି ଯଦି ଜାଣିଶୁଣି ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏଡାଇ ଦେଇଛି ତେବେ ସେପରି ବ୍ୟକ୍ତି [ଅଠର ହଜାର ଟଙ୍କା] ପର୍ଯ୍ୟନ୍ତ ଅର୍ଥ ଦଣ୍ଡ ଅଥବା ଏକ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଅଥବା ଉଭୟ ଦଣ୍ଡରେ ଦଣ୍ଡନୀୟ ହେବ। ଏହି ଆଇନ ଅଥବା ନିଯମାବଳି ର ବ୍ୟବସ୍ଥିତ ବ୍ୟତୀତ, ଏକ କମିଟିର ଜଣେ ସଭ୍ୟ ଅଥବା ସଭାପତି ଯଦି ସେପରି ବନ୍ଦ ହେବାପରେ ଅଫିସ କାର୍ଯ୍ୟ କରନ୍ତି ଅଥବା ଏହି ଆଇନାନୁଯାୟୀ ଉଲ୍ଲେଖିତ ଅଯୋଗ୍ୟତାର ଭାଜନ ହୁଅନ୍ତି ଏବଂ ଜାଣିଶୁଣି ଯଦି କୌଣସି ସେପରି ସଭ୍ୟ ଅଥବା ସଭାପତି ରୂପେ ଅଫିସର କାର୍ଯ୍ୟ କରନ୍ତି ସେପରି ବ୍ୟକ୍ତି [ଅଠର ହଜାର ଟଙ୍କା] ପର୍ଯ୍ୟନ୍ତ ଅର୍ଥ ଦଣ୍ଡ ଅଥବା ଏକ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଉଭୟ ଦଣ୍ଡରେ ଦଣ୍ଡନୀୟ ହେବେ। ସମିତି କୌଣସି ଅଧିକାର କିମ୍ବା ସଭ୍ୟ ଅନ୍ୟ ଯେକୌଣସି ବ୍ୟକ୍ତି କୌଣସି କାର୍ଯ୍ୟ ସଂଘଠିତ କରିବାର ଜଣାଗଲେ ତାହା ନିଯମାନୁଯଯାଇ ଅପରାଧ ରୂପେ ଗଣ୍ୟ ହେବେ ଏବଂ ଏସବୁ କାର୍ଯ୍ୟ ପାଇଁ ସେମାନେ ସର୍ବାଧିକ ୨୦୦ ତାଙ୍କ ପର୍ଯ୍ୟନ୍ତ ଅର୍ଥ ଦଣ୍ଡରେ ଦଣ୍ଡିତ ହେବେ। ସଂଶୋଧନ -୨୦୦୪ ଧାରା ୧୧୫ ର ସଂଶୋଧନ – ମୂଳ ଆଇନରେ , ଧାରା ୧୧୫ ରେ – ଉପ- ଧାରା (୧) ରେ “ଦୁଇ ଶହ ଟଙ୍କା “ ଶବ୍ଦାବଳୀପାଇଁ “ଦଶ ହଜାର ଟଙ୍କା“ ଶବ୍ଦାବଳୀ ପ୍ରତିସ୍ଥାପିତ ହେବ । ଉପ- ଧାରା (୨) ରେ “ଦୁଇ ଶହ ଟଙ୍କା“ ଶବ୍ଦାବଳୀପାଇଁ “ଦଶ ହଜାର ଟଙ୍କା“ ଶବ୍ଦାବଳୀପ୍ରତିସ୍ଥାପିତ ହେବ । ଉପ- ଧାରା (୩) ରେ “ଦୁଇଶହ ଟଙ୍କା“ ଶବ୍ଦାବଳୀପାଇଁ “ଦଶ ହଜାର ଟଙ୍କା“ ଶବ୍ଦାବଳୀ ପ୍ରତିସ୍ଥାପିତ ହେବ । ଉପ – ଧାରା (୪) ରେ “ପାଞ୍ଚ ହଜାର ଟଙ୍କା“ ଶବ୍ଦାବଳୀପାଇଁ “କୋଡିଏ ହଜାର ଟଙ୍କା“ ଶବ୍ଦାବଳୀପ୍ରତିସ୍ଥାପିତ ହେବ। ଉପ ଧାରା (୫)ରେ “ଦୁଇ ସହ ଟଙ୍କା“ ଶବ୍ଦାବଳୀ ପାଇଁ “ଦଶ ହଜାର ଟଙ୍କା“ ଶବ୍ଦାବଳୀ ପ୍ରତିସ୍ଥାପିତ ହେବ। ଉପ- ଧାରା (୬)ରେ “ଏକ ହଜାର ଟଙ୍କା“ ଶବ୍ଦାବଳୀ ପାଇଁ “ପନ୍ଦର ହଜାର ଟଙ୍କା“ ଶବ୍ଦାବଳୀ ପ୍ରତିସ୍ଥାପିତ ହେବ । ଉପ- ଧାରା (୭) ରେ “ଏକ ହଜାର ଟଙ୍କା“ ଶବ୍ଦାବଳୀ ପାଇଁ “ଦଶ ହଜାର ଟଙ୍କା“ ଶବ୍ଦାବଳୀ ପ୍ରତିସ୍ଥାପିତ ହେବ । ଉପ- ଧାରା (୮) ରେ “ଦୁଇ ଶହ ଟଙ୍କା” ଶବ୍ଦାବଳୀ ପାଇଁ “ଦଶ ହଜାର ଟଙ୍କା“ ଶବ୍ଦାବଳୀ ପ୍ରତିସ୍ଥାପିତ ହେବ । ଉପଧାରା (୯) ରେ “ଦୁଇ ଶହ ଟଙ୍କା” ଶବ୍ଦାବଳୀ ପାଇଁ “ଅଠର ହଜାର ଟଙ୍କା“ ଶବ୍ଦାବଳୀ ପ୍ରତିସ୍ଥାପିତ ହେବ । ଉପ- ଧାରା (୧୦) ରେ “ଦୁଇ ଶହ ଟଙ୍କା” ଶବ୍ଦାବଳୀ ପାଇଁ “ଅଠର ହଜାର ଟଙ୍କା“ ଶବ୍ଦାବଳୀ ପ୍ରତିସ୍ଥାପିତ ହେବ । ଉପ- ଧାରା (୧୧) ରେ “ଏକ ହଜାର ଟଙ୍କା“ ଶବ୍ଦାବଳୀ ପାଇଁ “ପନ୍ଦର ହଜାର ଟଙ୍କା“ଶବ୍ଦାବଳୀ ପ୍ରତିସ୍ଥାପିତ ହେବ । ଉପ- ଧାରା (୧୨),(୧୩),(୧୪),(୧୫) ରେ “ଦୁଇ ହଜାର ଟଙ୍କା” ଶବ୍ଦାବଳୀ ପାଇଁ“ ଅଠର ହଜାର ଟଙ୍କା“ ଶବ୍ଦାବଳୀ ପ୍ରତିସ୍ଥାପିତ ହେବ, ଏବଂ ଉପ- ଧାରା (୧୫) ପରେ ନିମ୍ନଲିଖିତ ଉପ- ଧାରା ସନ୍ନିବିଷ୍ଟ ହେବ, ଯଥା – “ସମିତିର ହିସାବ ଏବଂ ପୁସ୍ତକ ସଂରକ୍ଷଣ ଏବଂ ପରିଚାଳନାରେ କୌଣସି ଅଫିସ ବାହାକ ସଭ୍ୟ, ଅଫିସର, ସମବାୟ ସମିତିର କର୍ମଚାରୀ ଜାଣିଶୁଣି ଅବହେଳା ପ୍ରଦର୍ଶନ କରନ୍ତି ଏବଂ ନିବନ୍ଧକ , ଅଡିଟର ଜେନେରାଲ ଏବଂ ଅନ୍ୟ କର୍ତ୍ତୃପକ୍ଷଙ୍କୁ ଏହି ଆଇନ କିମ୍ବା ନିୟମାବଳୀ ଅନୁଯାୟୀ ରେକର୍ଡ ଦାଖଲ କରିବାକୁ ଆବଶ୍ୟକ କରନ୍ତି ତେବେ ସେ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥଦଣ୍ଡ କିମ୍ବା ଏକ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ଉଭୟ ଦଣ୍ଡରେ ଦଣ୍ଡିତ ହେବେ (ସଂଖ୍ୟା ୧୩୪୨୫/ଲେଜିସ, ତା ୨୩.୧୨.୨୦୦୪) ସଂଶୋଧନ- ୨୦୧୨, ଓଡିଶା ଆଇନ - ୧/୨୦୧୩ ଧାରା ୧୧୫ ର ସଂଶୋଧନ - ମୂଳ ଆଇନରେ, ଦଫା ୧୧୫ରେ – ଉପ- ଦଫା (୧୧) ରେ, ଶବ୍ଦାବଳୀ ସଂଖ୍ୟା ଏବଂ ଅକ୍ଷର “ସମବାୟ ସମିତିର ମୁଖ୍ୟ ନିର୍ବାଚନ ଅଧିକାରୀ “ଯାହା କି ଦଫା ୨୮ “କ” ଅନୁଯାୟୀ ନିର୍ଗମ କରାଯାଇଥାଏ, ନିମନ୍ତେ ଶବ୍ଦାବଳୀ ସଂଖ୍ୟା ଏବଂ ଅକ୍ଷର “ଦଫା ୨୮-“ କକ” ଅନୁଯାୟୀ ନିର୍ଗମ କରାଯାଇଥିବା “ରାଜ୍ୟ ସମବାୟ ନିର୍ବାଚନ କମିଶନ“ କୁ ପରିବର୍ତ୍ତନ କରାଯିବ । ଉପ- ଦଫା (୧୨) ରେ “ଶବ୍ଦାବଳୀ,ସଂଖ୍ୟା ଏବଂ ଅକ୍ଷର “ଦଫା ୨୮” କ ନିମନ୍ତେ ଶବ୍ଦାବଳୀ ସଂଖ୍ୟା ଏବଂ ଅକ୍ଷର, ଦଫା “୨୮” – “କକ”କୁ ପରିବର୍ତ୍ତନ କରାଯିବ, ଏବଂ ଉପ-ଦଫା (୧୬)ରେ, ଶବ୍ଦାବଳୀ “ସମୀକ୍ଷଣ ମହା ନିର୍ଦ୍ଦେଶକ“ଙ୍କ ପରେ, କମା ଏବଂ ଶବ୍ଦାବଳୀ, ସମୀକ୍ଷକ, ସମୀକ୍ଷଣକାରୀ ସଂସ୍ଥା କୁ ସଂଯୋଗ କରାଯିବ । (ନଂ ୧୧୪୦/ଲେଜିସ-୩୩/୨୦୧୨/ଏଲ, ୩୦.୦୧.୨୦୧୩) ଧାରା ୧୧୬ - ଅପରାଧର ବିଚାର ପ୍ରଥମଶ୍ରେଣୀ ମାଜିଷ୍ଟ୍ରେଟଙ୍କ ତଳିଆ କୌଣସି ନ୍ୟାୟଳୟ ଅପରାଧର ବିଚାର କରିପାରିବେ ନାହିଁ । ଧାରା ୧୧୫ର ଉପ - ଧାରା (୫- କ)(୬)(୧୦)(୧୨)(୧୩) ଏବଂ (୧୫) ରେ ଉଲ୍ଲେଖିତ ଅପରାଧମାନ ପୋଲିସ – କର୍ତ୍ତବ୍ୟ ବା ଆଇନାନୁଯାୟୀ ବିଚାରଯୋଗ୍ୟ ଅଟେ । ମୋକଦ୍ଦମା ଦାଏର କରିବା ବା ଅଭିଯୋଗ ଆଣିବା ସମ୍ପର୍କରେ ପ୍ରଚଳିତ ଅନ୍ୟ ଯେକୌଣସି ଆଇନର ବ୍ୟବସ୍ଥାସମୂହ ପ୍ରତି ପ୍ରତିକୂଳ ପ୍ରଭାବନ ପାକାୟ ନିବନ୍ଧକ ଅଥବା [ଅଡିଟର ଜେନେରାଲ] ସମ୍ପୃକ୍ତ ସମିତିର ଯେକୌଣସି ସଭ୍ୟ, ଏହି ଆଇନ ଅନୁଯାଇ ହେଉଥିବା ଯେକୌଣସି ଅପରାଧ ନିମନ୍ତେ ଅଭିଯୋଗ କରିବାକୁ ବା ମୋକଦ୍ଦମା ଦାୟର କରିବାକୁ କ୍ଷମତାପନ୍ନ ବ୍ୟକ୍ତି ଅଟେ । ସଂଶୋଧନ - ୨୦୦୪ ଧାରା ୧୧୬ - ର ସଂଶୋଧନ – ମୂଳ ଆଇନରେ, ଧାରା ୧୧୬ ର ଉପ- ଧାରା (୩) ରେ “ନିବନ୍ଧକ” ଶବ୍ଦ ପରେ ଏବଂ “କୌଣସି ସଭ୍ୟ” ଶବ୍ଦାବଳୀ ପୂର୍ବରୁ ଅଡିଟର ଜେନେରାଲ ଶବ୍ଦାବଳୀ ସନ୍ନିବିଷ୍ଟ ହେବ । ସଂଶୋଧନ - ୨୦୦୨ ଧାରା ୧୧୬ - ସଂଶୋଧନ – ମୂଳ ଆଇନର ଉପଧାରା (୩) ରେ ପରନ୍ତୁକ ନାମାଙ୍କ ସନ୍ନିବେଶିତ ହେବ । “ ବ୍ୟବସ୍ଥାୟୀତ ଯେ ଯେଉଁଠାରେ ସଂପର୍କ ସମିତି କୌଣସି ସଭ୍ୟ ନିମ୍ନ ବ୍ୟକ୍ତି ବିରୁଦ୍ଧରେ ଅଭିଯୋଗ ଦାଏର କରିବାକୁ ଚାହାନ୍ତି । ନିବନ୍ଧକ ସେ, ରାଜ୍ୟ ସରକାରଙ୍କଠାରୁ ପୂର୍ବାନୁମୋଦନ ଲାଭ କରିଥିବେ ଏବଂ । କୌଣସି ଅଧସ୍ତନ ଅଫିସର ନିବନ୍ଧକଙ୍କ ଠାରୁ ସେ ନିବନ୍ଧକଙ୍କ ଠାରୁ ପୂର୍ବାନୁମୋଦନ ଲାଭ କରିଥିବେ । (ସଂଖ୍ୟା ୯୦୭୮/ଲେଜିସ ତା ୨୯.୦୬.୨୦୦୨) ଆଧାର - ଦ ଲ ହାଉସ