ନିୟମ ୧୬ -୧୬ ଧାରା ଉପଧାରା ୧ ର (ଙ) ପ୍ରକରଣ ଅନୁଯାୟୀ କେଉଁ ବ୍ୟକ୍ତି ସଦସ୍ୟ ଶ୍ରେଣୀଭୁକ୍ତ ହୋଇପାରିବେ ନିମ୍ନଲିଖିତ ବ୍ୟକ୍ତି ସମୂହ ସମବାୟ ସମିତିର ସଦସ୍ୟ ଶ୍ରେଣୀଭୁକ୍ତ ହୋଇପାରିବେ, ଯଥା - ପଞ୍ଚାୟତ ସମିତି ଗ୍ରାମ ଶାସନ ଓଡିଶା ରାଜ୍ୟ ଖଦି ଏବଂ ଗ୍ରାମୋଦ୍ୟୋଗ ବୋର୍ଡ ନିବନ୍ଧକଙ୍କ ପୂର୍ବୋକ୍ତ ଅନୁମତି ସହିତ ଅନ୍ୟାନ୍ୟ ନିଗମ ନିକାୟ କୌଣସି ବ୍ୟକ୍ତି ସମିତିର ସଦସ୍ୟ ଶ୍ରେଣୀଭୁକ୍ତ ହେବାପାଇଁ , ତାଙ୍କୁ ନିମ୍ନଲିଖିତ ସର୍ତ୍ତ ରୂପେ ଗ୍ରହଣ କରିବାକୁ ହେବ । ଆଇନ, ନିୟମାବଳୀ ଏବଂ ଉପବିଧିରେ ନିର୍ଦ୍ଧାରିତ ଅନ୍ୟାନ୍ୟ ସମସ୍ତ ସର୍ତ୍ତାବଳୀ ପୂରଣ କରିବା ଦରକାର । ପଞ୍ଚାୟତ ସମିତି, ଗ୍ରାମ ଶାସନ, ଓଡିଶା ରାଜ୍ୟ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ କିମ୍ବା ଅନ୍ୟାନ୍ୟ ନିଗମନିକାୟ ଯଦି ସମିତିର ଶ୍ରେଣୀଭୁକ୍ତ ହେବ ପାଇଁ ଆବେଦନ କରିଥାନ୍ତି ତେବେ କ୍ଷମତାପ୍ରାପ୍ତ ସମ୍ପୃକ୍ତ ନିକାୟ ଙ୍କ ପ୍ରସ୍ତାବ ସମ୍ବଳିତପତ୍ର ସେଥିରେ ସଂଯୁକ୍ତ ଦେବା ଦରକାର । କମିଟିର ନିର୍ଦ୍ଧାରିତ ଫାରମରେ, ନିବନ୍ଧକଙ୍କ ଅନୁମତି ସାପେକ୍ଷରେ ସଦସ୍ୟ ଶ୍ରେଣୀଭୁକ୍ତ ହେବା ପାଇଁ ଆବେଦନ କରିବାକୁ ହେବ। ତାଙ୍କର ଆବେଦନପତ୍ର ସମିତିର କମିଟିଙ୍କ ଦ୍ଵାରା ଅନୁମୋଦିତ ହେବା ଦରକାର ଏବଂ ନାମମାତ୍ର ବା ସହଯୋଗୀ ସଦସ୍ୟଙ୍କ ଆବେଦନପତ୍ର ପାଇଁ ସମିତିର କମିଟିଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଅଫିସରଙ୍କ ଦ୍ଵାରା ଅନୁମୋଦିତ ହେବ ଦରକାର । ସଂଶୋଧନ - ୧୯୯୭ ନିୟମ ୧୬ ର ସଂଶୋଧନ – କଥିତ ନିୟମାବଳୀର ନିୟମ ୧୬ର - ଶୀର୍ଷକ ଏବଂ ଉପ- ନିୟମ (୧) ନିମନ୍ତେ ନିମ୍ନଲିଖିତ ପ୍ରତିସ୍ଥାପିତ ହେବ । ଯଥା – ୧୬. ଧାରା (୧) (ଖ) (iv) ଅନୁଯାୟୀ କେଉଁ ବ୍ୟକ୍ତିଗଣ ସଭ୍ୟ ହୋଇପାରିବେ - ନିମ୍ନଲିଖିତ ବ୍ୟକ୍ତିଗଣ ଏକ ସମିତିର ସଭ୍ୟ ରୂପେ ପ୍ରବେଶ କରିପାରିବେ । ଯଥା - ଯେକୌଣସି ସ୍ଥାନୀୟ କର୍ତ୍ତୃପକ୍ଷ । ଓଡିଶା ରାଜ୍ୟ ଖଦି ଏବଂ ଗ୍ରାମୋଦ୍ୟୋଗ ବୋର୍ଡ । ଅନ୍ୟାନ୍ୟ ନିଗମ ନିକାୟ ଏବଂ ଯେକୌଣସି ବ୍ୟକ୍ତିବିଶେଷ ଉପ- ନିୟମ ପ୍ରକରଣ (I) ରେ ଥିବା ଶବ୍ଦାବଳି “ ନିବନ୍ଧକଙ୍କ ଅନୁମୋଦନକୁ ଭିତ୍ତି କରି “ନିମନ୍ତେ ଶବ୍ଦାବଳି“ ଆଇନ, ନିୟମାବଳୀ ଏବଂ ଉପ-ବିଧିର ବ୍ୟବସ୍ଥାକୁ ଭିତ୍ତି କରି “ ପ୍ରତିସ୍ଥାପିତ ହେବ । ପ୍ରକରଣ (ii) ଏବଂ (iii) ନିମନ୍ତେ ନିମ୍ନଲିଖିତ ପ୍ରକରଣମାନ ପ୍ରତିସ୍ଥାପିତ ହେବ । ଯଥା - ଧାରା ୧୬ ଏବଂ ଧାରା ୧୬- କ ବ୍ୟବସ୍ଥାସମୂହକୁ ଭିତ୍ତିକରି କମିଟି ଦ୍ଵାରା ତାଙ୍କର ଆବେଦନ ଗୃହିତ ହୋଇଥିଲେ ଏବଂ ସେ ସଭ୍ୟପଦର ଦାୟିତ୍ଵ ଗ୍ରହଣ କରିବାକୁ ଅଙ୍ଗୀକାର କଲେ ଏବଂ ଆଇନ , ନିୟମାବଳୀ ଏବଂ ଉପ-ବିଧିରେ ଉଲ୍ଲିଖିତ ସେପରି କୌଣସି ଅନ୍ୟାନ୍ୟ ସର୍ତ୍ତାବଳୀ ପୂରଣ କଲେ । ପ୍ରକରଣ(iv) ଥିବା ଶବ୍ଦାବଳି “ପଞ୍ଚାୟତ ସମିତି, ଗ୍ରାମଶାସନ” ନିମନ୍ତେ ଶବ୍ଦାବଳି “ସ୍ଥାନୀୟ କର୍ତ୍ତୃପକ୍ଷ” ପ୍ରତିସ୍ଥାପିତ ହେବ ।(ଏସ.ଆର.ଓ. ସଂଖ୍ୟା ୧୭/୯୭, ତା ୨୩.୦୪.୧୯୯୭) ନିୟମ ୧୭. ସଦସ୍ୟରୂପେ ପ୍ରବେଶ ଏବଂ ପୁନଃପ୍ରବେଶ କୌଣସି ବ୍ୟକ୍ତି ସଦସ୍ୟ ରୂପେ ସମିତିରେ ପ୍ରବେଶ କରିବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ , ଯଦି ସେ – ତଦନୁସାରେ ଗଢାଯାଇଥିବା ଆଇନ, ନିୟମାବଳୀ ଓ ଉପବିଧିର ଆବଶ୍ୟକତା ପୂର୍ଣ୍ଣ ନ କରନ୍ତି। ନୈତିକ ଭ୍ରଷ୍ଟାଚାର ଅପରାଧ ସଂଘଠିତ କରି ଦଣ୍ଡାଦେଶ ପାଇଥିଲେ । ଅନ୍ୟ କୌଣସି ଅପରାଧ ସଂଘଠିତ କରି ଭାରତର କୌଣସି ଅଦାଲତ ଦ୍ଵାରା ଦୋଷୀ ସାବ୍ୟସ୍ତ ହୋଇଥିଲେ କିମ୍ବା ୩ କିମ୍ବା ତତୋଧିକ ମାସ ପର୍ଯ୍ୟନ୍ତ କାରାଦଣ୍ଡ ଭୋଗ କରିଥିଲେ କିମ୍ବା ଯେ ପର୍ଯ୍ୟନ୍ତ ଛାଡ ପାଇବା ଦିନଠାରୁ ୫ ବର୍ଷ ବିଗତ ନ ହୋଇଛି , ଅଥବା । ଆବେଦନକାରୀ ଦେବାଳିଆ କିମ୍ବା ଅମୁକ୍ତ ଦେବାଳିଆ ସାବ୍ୟସ୍ତ କରାଯାଇଥିଲେ , ଅଥବା । ଆବେଦନକାରୀ , ସମିତି କିମ୍ବା ସମିତିର ଅର୍ଥଯୋଗାଣ ବ୍ୟାଙ୍କର ବୈତନିକ କର୍ମଚାରୀ ହୋଇଥିଲେ, ପରନ୍ତୁ ନିବନ୍ଧକଙ୍କ ଅନୁମତି ପାଇବା ପରେ ଉପରୋକ୍ତ ପ୍ରତିବନ୍ଧକ ଉଠାଇ ଦିଆଯାଇପାରେ , ଅଥବା । ଆବେଦନକାରୀ ସମିତି ଦ୍ଵାରା ବହିଷ୍କୃତ ହୋଇଥିଲେ କିମ୍ବା ସେଭଳି ବହିଷ୍କୃତ ହେବାର ୨ ବର୍ଷ ମଧ୍ୟରେ ଅନ୍ୟାନ୍ୟ କୌଣସି ସମିତି ବହିଷ୍କୃତ ହୋଇଥିଲେ, ନିବନ୍ଧକ ବିଶେଷ ପରିସ୍ଥିତିରେ ସେଭଳି ସଦସ୍ୟ (ବହିଷ୍କୃତ) ସମି ସଦସ୍ୟ ଶ୍ରେଣୀଭୁକ୍ତ ହେବାପାଇଁ କିମ୍ବା ଅନ୍ୟାନ୍ୟ କୌଣସି ସମିତିର ସଦସ୍ୟ ରୂପେ ପୁନଃ ପ୍ରବେଶ କରିବାକୁ ଅନୁମତି ଦେଇପାରନ୍ତି । ସମିତିର ଯେ କୌଣସି ସଦସ୍ୟ ଆଉ ସଦସ୍ୟ ହୋଇ ରହିବେ ନାହିଁ, ଯଦି ସେ - ଦେବାଳିଆ ସାବ୍ୟସ୍ତ ହୁଅନ୍ତି, ଅଥବା ଉପ- ନିୟମ ୧ ର ବାକ୍ୟାଂଶ “ଖ” ର ବର୍ଣ୍ଣନାନୁଯଯାଇ କୌଣସି ଅପରାଧ ସଂଘଠିତ କାରୀ ଦଣ୍ଡାଦେଶ ପାଇଥିଲେ, ପରନ୍ତୁ ଯଦି କୌଣସି ବ୍ୟକ୍ତିଙ୍କୁ ବାକ୍ୟାଂଶ “ଖ” ଅନୁଯାୟୀ ସମିତିର ସଦସ୍ୟ ପଦରୁ ବହିସ୍କାର କରାଯାଏ, ତେବେ ଅପିଲ ଓ ପୁନଃ ପରୀକ୍ଷଣ ଦ୍ଵାରା ଦଣ୍ଡାଦେଶ ରଦ୍ଦ ହେବା ପରେ ବା ଉଠିଯିବା ପରେ ସେଭଳି ସଦସ୍ୟ ସମିତିର ସଦସ୍ୟ ରୂପେ ପୁନଶ୍ଚ ସଦସ୍ୟ ଶ୍ରେଣୀଭୁକ୍ତ ହୋଇପାରିବେ । ସମିତି କିମ୍ବା ସମିତିର ଅର୍ଥ ଯୋଗାଣ ବ୍ୟାଙ୍କର ବୈତନିକ କର୍ମଚାରୀ ହୋଇଥିଲେ, ନିବନ୍ଧକଙ୍କ ଅନୁମୋଦନ ପ୍ରାପ୍ତି ହେବା ପରେ ଉପରୋକ୍ତ ପ୍ରତିବନ୍ଧକ ଉଠିଯାଇପାରେ । କୌଣସି ସମିତି, ତାର କର୍ମଚାରୀ କିମ୍ବା ସମିତିର ଅର୍ଥ ଯୋଗାଣ ବ୍ୟାଙ୍କର ବେତନଗ୍ରାହୀ କୌଣସି କର୍ମଚାରୀଙ୍କୁ ସଦସ୍ୟ ରୂପେ ନିଯୁକ୍ତ କରିବେ ନାହିଁ ବା ସଦସ୍ୟ ଶ୍ରେଣୀଭୁକ୍ତ କରିବେ ନାହିଁ , କିନ୍ତୁ ଉପରୋକ୍ତ ପ୍ରତିବନ୍ଧକଙ୍କ ଅନୁମୋଦନ ପାଇବା ପରେ ଉଠି ଯାଇପରେ । ସଂଶୋଧନ – ୧୯୯୭ ନିୟମ ୧୭ - ର ସଂଶୋଧନ - କଥିତ ନିୟମାବଳୀର ନିୟମ ୧୭ ତଥା ତାହାର ଶୀର୍ଷକ ସମେତ ନିମନ୍ତେ ନିମ୍ନଲିଖିତ ନିୟମ ଏବଂ ଶୀର୍ଷକ ପ୍ରତିସ୍ଥାପିତ ହେବ । ଯଥା – ସଭ୍ୟମାନଙ୍କ ଦ୍ଵାରା ସୂଚନା - ଏକ ସମିତି ସଭ୍ୟପଦ ନିମନ୍ତେନ ଆବେଦନ କରୁଥିବା ଏବଂ ସମିତିର ସଭ୍ୟବଦରେ ପ୍ରବେଶ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଧାରା ୧୬- କର ଉପଧାରା (୧) ଅନୁଯାୟୀ ତାଙ୍କର ଅଯୋଗ୍ୟତ ସମ୍ପର୍କୀୟ ସୂଚନା ଏବଂ ତତପରେ ସେପରି କୌଣସି ଅଯୋଗ୍ୟତା ପାରିବା ପରେ ଆଇନ ନିୟମାବଳୀ ଏବଂ ଉପ-ବିଧିର ବ୍ୟବସ୍ଥା ସମୂହକୁ ଭିତ୍ତିକରି କମିଟି ଦ୍ଵାରା ଉଲ୍ଲିଖିତ ସେପରି କୌଣସି ଫାରମ ଏବଂ ପଦ୍ଧତିରେ ସମିତିକୁ ଜଣାଇବେ । ଉପ- ନିୟମ (୧) ଅନୁଯାଯାଇ ଯଦି କୌଣସି ମିଥ୍ୟା ସୂଚନା ଦିଆଯାଇଥାଏ , ତେବେ ତାହା ଧାରା ୧୧୫ ଉପଧାରା (୫) ର ପ୍ରକରଣ (ଖ) ଅନୁଯାୟୀ ଏକ ପରାଧ ହେବ । (ଏସ.ଆର.ଓ ସଂଖ୍ୟା ୧୭/୯୭ , ତା ୨୩.୦୪.୧୯୯୭ ) ନିୟମ ୧୮ ଦ୍ଵୈତ ସଭ୍ୟପଦ ରଦ୍ଦ କରାଯିବା କୌଣସି ବ୍ୟକ୍ତି ସମାନ ପ୍ରକାର ଋଣଦାନ କରୁଥିବା ଏକାଧିକ ସଦସ୍ୟ (ସଭ୍ୟ) ହୋଇପାରିବେ ନାହିଁ, ଯଦି କୌଣସି ବ୍ୟକ୍ତି ଦୁଇଟି ସେଭଳି ଋଣ ସଦସ୍ୟ ହୋଇଥାଏ ତେବେ ବସ୍ତୁତଃ ନିବନ୍ଧକଙ୍କ ଲିଖିତ ଅଧିଗ୍ରହଣ ଦ୍ଵାରା ସଭ୍ୟପଦ ଅପସାରଣ କରାଯିବ । ସଂଶୋଧନ – ୧୯୯୭ ନିୟମ ୧୮ର ସଂଶୋଧନ - କଥିତ ନିୟମାବଳୀ ନିୟମ ୧୮ ବିଲୁପ୍ତ ହେବ ।(ଏସ.ଆର.ଓ ସଂଖ୍ୟା ୧୭/୯୭ , ତା ୨୩.୦୪.୧୯୯୭ ) ନିୟମ ୧୯. ରାଜ୍ୟ ସମବାୟ ସଂଘରେ ଅନ୍ତର୍ଭୁକ୍ତ ୧୭ ଧାରାନୁଯାଯାଇ ନିମ୍ନଲିଖିତ ସମିତି ସମୂହକୁ ରାଜ୍ୟ ସରକାର ସଂଘରେ ଅନ୍ତର୍ଭୁକ୍ତ କରିବା ପାଇଁ ରାଜ୍ୟ ସରକାର ସମୟ ଘୋଷଣା ଜାରି କରିପାରିବେ । ସମସ୍ତ ଶୀର୍ଷ ସମିତି ସମସ୍ତ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସମସ୍ତ ପ୍ରାଦେଶିକ ସମବାୟ କ୍ରୟ- ବିକ୍ରୟ ସମିତି ପାଇକାରୀ ସମବାୟ ସଂଗ୍ରହାଗାର ଟ. ୧,୦୦,୦୦୦ କିମ୍ବା ଅଧିକ ଅଂଶ ମୂଳଧାନ ଆଦାୟ କରୁଥିବା ପ୍ରତ୍ୟେକ ସମିତି; ସେଭଳି ଅନ୍ୟାନ୍ୟ ସମିତି ଆୟ ଏବଂ କାର୍ଯ୍ୟକଳାପ (ବ୍ୟାପକ) ଏବଂ ତାହାର ସଦସ୍ୟ ସମୂହଙ୍କ ସଂଖ୍ୟା ଓ ଚରିତ୍ର ଏବଂ କାର୍ଯ୍ୟକଳାପ ବିଶ୍ଳେଷଣ କରିବା ପରେ ଯଦି ରାଜ୍ୟ ସରକାରଙ୍କ ବିବେଚନା ବା ବିଚାର କରନ୍ତି ଯେ, ଉପରୋକଟ ସମିତି ଉପଯୁକ୍ତ ତେବେ ସେଭଳି ସମିତିକୁ ରାଜ୍ୟ ସମବାୟ ସଂଘରେ ଅନ୍ତର୍ଭୁକ୍ତ କରାଯିବ । ରାଜ୍ୟ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ଘୋଷଣା ତାରିଖରୁ ୩ ମାସ ମଧ୍ୟରେ ଯଦି ସମିତି ସମୂହ ଉପଧାରା ୧ ର ବ୍ୟବସ୍ଥା ପାଳନ କରିବାକୁ ଅକ୍ଷମ ହୁଅନ୍ତି ତେବେ ସେଭଳି ସମିତିକୁ ରାଜ୍ୟ ସମବାୟ ସଂଘରେ ଅନ୍ତର୍ଭୁକ୍ତ କରାଯିବା ସଙ୍ଗେ ସଙ୍ଗେ ସେଭଳି ସମିକୁ ସଂଘର ସଦସ୍ୟ ରୂପେ ବିବେଚିତ କରିବାକୁ ନିବନ୍ଧକ ଲିଖିତ ଆଦେଶ ଦ୍ଵାରା ଘୋଷଣା କରିବେ । ଉପ- ନିୟମ ୨ ଅନୁଯାୟୀ ନିବନ୍ଧକଙ୍କ ଦ୍ଵାରା କରାଯାଇଥିବା ଲିଖିତ ଆଦେଶ ରେଜିଷ୍ଟ୍ରି ପୋଷ୍ଟ ଦ୍ଵାରା ସମିତି ଏବଂ ସଂଘ ନିକଟକୁ ପଠାଯିବ । ସଂଶୋଧନ – ୧୯୯୭ ନିୟମ ୧୯ର ସଂଶୋଧନ – କଥିତ ନିୟମାବଳୀର ନିୟମ ୧୯ର - ଉପ- ନିୟମ (୧) ର ପ୍ରକରଣ (V) ବିଲୁପ୍ତ ହେବ ଉପ- ନିୟମ (୨) ନିମନ୍ତେ ନିମ୍ନଲିଖିତ ଉପ- ନିୟମ ପ୍ରତିସ୍ଥାପିତ ହେବ । ଯଥା - “(୨) (i) ଉପ- ନିୟମ (୧) ଅନୁଯାଯାଇ ଘୋଷିତ ଏକ ସମିତିମ ସେପରି ଘୋଷଣା ହେବାର ୩୦ ଦିନ ମଧ୍ୟରେ ରାଜ୍ୟ ସମବାୟ ସଂଘ ରେ ହେବ । (ii) ତଦନୁଜଯୀ ଯଦି ଏକ ସମିତି ସହବଦ୍ଧ ହେବାକାଉ ଅସଫଳ ହୁଏ, ତେବେ ନିବନ୍ଧକ ଉପରୋକଟ ୩୦ ଦିନ ସମସ୍ତ ଅତିବାହିତ କରିବା ତାରିଖ ରୁ ୧୫ ଦିନ ମଧ୍ୟରେ ଏକ ଲିଖିତ ଆଦେଶ ପାସ କରି ସମିତି ସଂଘରେ ସହବଦ୍ଧ ହେଲେ ଏବଂ ସଂଘର ଏକ ସଭ୍ୟ ହେଲା ବୋଲି ଘୋଷଣା କରିବେ । (ଏସ.ଆର.ଓ ସଂଖ୍ୟା ୧୭/୯୭, ତା ୨୩.୦୪.୧୯୯୭) ନିୟମ ୨୦.ସଭ୍ୟପଦର ପ୍ରୟୋଗ ପ୍ରତ୍ୟେକ ସଭ୍ୟ ସମିତିରେ ଯେତେ ଦିନ ପର୍ଯ୍ୟନ୍ତ ସଭ୍ୟ ରହିବେ ସେହି ସମୟ ପାଇଁ ସମିତିର ପ୍ରଚଳିତ ଉପବିଧି ଏବଂ ସେଭଳି ଉପ-ବିଧିର ପରିବର୍ତ୍ତନ ଅନୁଯାଯାଇ ପରିଚାଳିତ ହେବେ । ସଂଶୋଧନ – ୧୯୯୭ ନିୟମ ୨୦ର ସଂଶୋଧନ - କଥିତ ନିୟମାବଳୀର ନିୟମ ୨୦ ପାଇଁ ନିମ୍ନଲିଖିତ ନିୟମ ପ୍ରତିସ୍ଥାପିତ ହେବ । ଯଥା - ବିଧିରେ ବ୍ୟବସ୍ଥିତ ସେପରି ଅନୁଗ୍ରହ ବା କୃତୋପକାର ପୂରଣ କରିବେ । ସେପରି କୌଣସି ଅନୁଗ୍ରହ ଅଥବା କୃତୋପକାର ନିର୍ବାହ ବା ପାଳନ କରିବାରେ ଅସଫଳ ହେଲେ, ସେପରି ଅସଫଳ ଥିବା ସମୟ ମଧ୍ୟରେ ସମ୍ପୃକ୍ତ ବ୍ୟକ୍ତି ସମିତିର ବ୍ୟାପାରରେ ଭୋଟ ଦେବାର ଅଧିକାର ଅଥବା ତଦାଧିନ ଯେକୌଣସି ଦପ୍ତରରେ ପ୍ରତିଦ୍ଵନ୍ଦିତା କରିବା ସମେତ ତାଙ୍କର ସଭ୍ୟପଦ ଅଧିକାର ପ୍ରୟୋଗ କରିବାକୁ ବେହକଦାର ହେବେ । ଉପ-ନିୟମ (୧)ରେ ଉଲ୍ଲେଖିତ ଅନୁଗ୍ରହ ବା କୃତୋପକାର ଅନ୍ୟାନ୍ୟ ବିଷୟବସ୍ତୁ ସହିତ ନିମ୍ନଲିଖିତମାନ ଅନ୍ତର୍ବିଷ୍ଟ ଅଟେ । ଯଥା - ଯଥା ସମୟରେ ସମିତିକୁ ଅଥବା ଅନ୍ୟ କୌଣସି ସମିତିକୁ କୌଣସି ଦେୟ ଅର୍ଥ ପ୍ରଦାନ ଉପ-ବିଧିରେ ଅବସ୍ଥିତ ସେପରି କୌଣସି ନ୍ୟୁନତମ ସେବା ପ୍ରତ୍ୟେକ ବର୍ଷ ସମିତିକୁ ଦେବା ଅଥବା ସମତିର ପ୍ରୟୋଜନରେ ଲଗାଇବା । ସାଧାରଣ ସଂଘ ଦ୍ଵାରା ବ୍ୟବସ୍ଥିତ ସେପରି କୌଣସି ଆଚରଣ ସଂହିତାକୁ ପାଳନ କରିବା । ସମିତିର କାରବାର ଅଥବା ହିତ ପ୍ରତି ସମ୍ଭବତଃ ପ୍ରତିକୂଳ ପ୍ରଭାବ ପ୍ରକାଉଥିବା ସେପରି କୌଣସି ବ୍ୟବସାୟରେ ଅଙ୍ଗୀକାରବଦ୍ଧ ନ ହେବା ଅଥବା ସେପରି କୌଣସି ବ୍ୟବସାୟ ନ କରିବା । ସଭ୍ୟରୂପେ ସମିତିରେ ପ୍ରବେଶ ତାରିଖରୁ ଏକ ବର୍ଷ ମଧ୍ୟରେ ସଭ୍ୟ ପଦରୁ ଓହରି ନ ଯିବା ଅଥବା ସଭ୍ୟ ପଦରୁ ଇସ୍ତଫା ନ ଦେବା । କମିଟି ଦ୍ଵାରା ନିଷ୍ପତ୍ତି ମତେ ସେପରି କୌଣସି ସମବାୟ ଶିକ୍ଷା ପାଠ୍ୟକ୍ରମ ନେବା । ଆଇନ,ନିୟମାବଳୀ ଏବଂ ଉପ-ବିଧି ଅନୁଯାୟୀ ଆବଶ୍ୟକମତେ ସମିତିକୁ ସେପରି କୌଣସି ସୂଚନା ପ୍ରଦାନ କରିବା ବା ଦେବା । ସାଧାରଣ ସଂଘ ଦ୍ଵାରା, ଯେକୌଣସି ଅନୁପସ୍ଥିତ ସମ୍ପର୍କରେ ଅନୁମୋଦିତ ଅଥବା ମାଫ ନ ହେବା ପର୍ଯ୍ୟନ୍ତ ସାଧାରଣ ସଂଘ ବୈଠକରେ ଉପସ୍ଥିତ ହେବ । ସମିତି ଅଥବା ଅନ୍ୟ କୌଣସି ସମିତି ସହିତ ତାଙ୍କର (ସଭ୍ୟଙ୍କର)ସମସ୍ତ ବ୍ୟବହାର ସମବାୟ ନୀତି ଦ୍ଵାରା ପାଳନ କରିବା ।(ଏସ.ଆର.ଓ ସଂଖ୍ୟା ୧୭/୯୭ , ତା ୨୩। ୦୪.୧୯୯୭ ) ନିୟମ ୨୧. ନିର୍ଣ୍ଣାୟକ ଭୋଟ କୌଣସି ବୈଠକରେ ପ୍ରଦାନ କରାଯାଇଥିବା ଭୋଟ ସମାନ ହେଲେ, ବୈଠକରେ ସଭାପତି ଦ୍ଵିତୀୟ ଥର ପାଇ ତାଙ୍କର ମତଦାନ କିମ୍ବା ନିର୍ଣ୍ଣାୟକ ଭୋଟ ପ୍ରୟୋଗ କରିବେ । ସଂଶୋଧନ – ୧୯୯୭ ନିୟମ ୨୧ର ସଂଶୋଧନ କଥିତ ନିୟମାବଳୀର ନିୟମ ୨୧ ବିଲୁପ୍ତ ହେବ ।(ଏସ.ଆର.ଓ ସଂଖ୍ୟା ୧୭/୯୭ , ତା ୨୩। ୦୪.୧୯୯୭ ) ନିୟମ ୨୨.ସାଧାରଣ ସଂଘ ଅଧିବେଶନ (ବୈଠକ, ସଭାରେ ଉପସ୍ଥିତ) ଯେକୌଣସି ସଦସ୍ୟ ସାଧାରଣ ସଂଘ ଅଧିବେଶନର ନିଜେ ଉପସ୍ଥିତ ରହିବେ । ଏକ ସମବାୟ ସମିତି ଯେ କି, ଅନ୍ୟ ଏକ ସମବାୟ ସମିତିର ସଦସ୍ୟ, ସମିତିର କମିଟି ଦ୍ଵାରା ଏଥିନିମନ୍ତେ ଯଥାବିଧି କ୍ଷମତାପ୍ରାପ୍ତ ପ୍ରତିନିଧି ଦ୍ଵାରା ସାଧାରଣ ସଂଘ ଅଧିବେଶନର ପ୍ରତିନିଧିତ୍ଵ କରିବେ । ଯେ ପର୍ଯ୍ୟନ୍ତ କ୍ଷମତା ଅର୍ପଣ କମିଟି ଦ୍ଵାରା ପ୍ରତ୍ୟାହାର କରାନଯାଇଛି କିମ୍ବା ସଦସ୍ୟ ସମିତିର ସାଧାରଣ ସଂଘ ଦ୍ଵାରା ପରିବର୍ତ୍ତନ କରାନ ଯାଇଛି, ଯେ ପର୍ଯ୍ୟନ୍ତ ସେଭଳି କ୍ଷମତା ୧ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ । ପଞ୍ଚାୟତ ସମିତି ଦ୍ଵାରା ଯଥାବିଧି କ୍ଷମତାପ୍ରାପ୍ତ ପଞ୍ଚାୟାତ ସମିତିର ଯେକୌଣସି ସଦସ୍ୟ ସାଧାରଣ ସଂଘ ଅଧିବେଶନରେ ପ୍ରତିନିଧିତ୍ଵ କରିବେ ଓ ସେପରି ପ୍ରତିନିଧିତ୍ଵ କରିବେ ଓ ସେପରି ପ୍ରତିନିଧିତ୍ଵ ଯଦି ପଞ୍ଚାୟତ ସମିତି ଦ୍ଵାରା ପ୍ରତ୍ୟାହୃତ ନ ହୁଏ, ତେବେ ୧ ବର୍ଷ ପର୍ଯ୍ୟନ୍ତ କାଏମ ରହିବ । ଗ୍ରାମ ଶାସନ ଦ୍ଵାରା ଯଥାବିଧି କ୍ଷମତାପ୍ରାପ୍ତ ଗ୍ରାମ ଶାସନର ଯେକୌଣସି ସଦସ୍ୟ ସାଧାରଣ ସଂଘ ଅଧିବେଶନରେ ପ୍ରତିନିଧିତ୍ଵ କରିବେ । ସେପରି ପ୍ରତିନିଧିତ୍ଵ ଗ୍ରାମପଞ୍ଚାୟତ ଦ୍ଵାରା ପ୍ରତ୍ୟାହୃତ ନ ହେଲେ ସେ ପର୍ଯ୍ୟନ୍ତ ଅର୍ଥାତ ଏହା ୧ ବର୍ଷ ନିମନ୍ତେ ବୈଧ ରହିବ । ଅନ୍ୟାନ୍ୟ ନିଗମ- ନିକାୟ ଯେକି ସମବାୟ ସମିତିର ସଦସ୍ୟ, ନିଗମ - ନିକାୟ ଦ୍ଵାରା ଏଥି ନିମିତ୍ତ ଯଥାବିଧି କ୍ଷମତାପ୍ରାପ୍ତ ଅଫିସର ସାଧାରଣ ସଂଘ ଅଧିବେଶନରେ ପ୍ରତିନିଧିତ୍ଵ କରିବେ । ସଂଶୋଧନ – ୧୯୯୭ ନିୟମ ୨୨ର ସଂଶୋଧନ କଥିତ ନିୟମାବଳୀର ଶୀର୍ଷକ ସମେତ ନିୟମ ୨୨ ନିମନ୍ତେ ନିମ୍ନଲିଖିତ ନିୟମ ଏବଂ ଶୀର୍ଷକ ପ୍ରତିସ୍ଥାପିତ ହେବ। ଯଥା - “ଭୋଟ ପ୍ରୟୋଗ କରିବାର ପଦ୍ଧତି :- ଆଇନର ଧାରା ୨୧ ଉପ-ଧାରା (୧) ପରନ୍ତୁକ ର ପ୍ରକରଣ ବା ଖଣ୍ଡ (କ) ଅନୁଯାଯାଇ ବ୍ୟବସ୍ଥିତ ମତେ ସମିତିର ସଭାପତି ଏବଂ ଉପ- ସଭାପତିଙ୍କ ଅନୁପସ୍ଥିତିରେ ଅନ୍ୟ ସମିତିର ଯେକୌଣସି ନିର୍ବାଚନରେ ଯେଉଁ ସଭ୍ୟ ସମିତି ର ପ୍ରତିନିଧି ତାଙ୍କ ଭୋଟ ପ୍ରୟୋଗ କରିବେ, ତାହା ସଭ୍ୟସମିତି ର ପରିଚାଳନା ସମିତି ର ନିର୍ବାଚନ ଶେଷ ହେବା ପରେ ଯେତେଶୀଘ୍ର ସମ୍ଭବ ସାଧାରଣ ସଂଘ ଦ୍ଵାରା ବିନିର୍ଦ୍ଧିଷ୍ଟ କରାଯିବ । (ଏସ.ଆର.ଓ ସଂଖ୍ୟା ୧୭/୯୭, ତା ୨୩.୦୪.୧୯୯୭ ) ସଂଶୋଧନ – ୧୯୯୭ ନିୟମ ୨୨ର ସଂଯୋଗ - “୨୨- କ ସଭ୍ୟମାନଙ୍କ ବହିଷ୍କାରର ପଦ୍ଧତି : ସାଧାରଣ ସଂଘ ହୁଏତ, ଏକ ପ୍ରସ୍ତାବ ପାସ କରି ତାର ନିଜ ପ୍ରସ୍ତାବରେ ହେଉ ଅଥବା ନିମ୍ନ ଲିଖିତ ମାନଙ୍କ ଠାରୁ ଅଧିଗ୍ରହଣ ପାଇଁ ହେଉ ଧାରା ୨୧- କ ଅନୁଯାୟୀ ଜଣେ ସଭ୍ୟଙ୍କୁ ବହିଷ୍କାର କରିପାରନ୍ତି । ଯଥା - ତାହାର ମୋଟ ସଂଖ୍ୟକ ସଭ୍ୟମାନଙ୍କ ମଧ୍ୟରୁ ଅନ୍ତଃ ପକ୍ଷେ ଏକ ଦଶମାଂଶ ସଭ୍ୟ, ଅଥବା କମିଟି ଉପ-ନିୟମ (୧) ରେ ପ୍ରକରଣ ବା ଖଣ୍ଡ (କ)ରେ ଉଲ୍ଲିଖିତ ଅଧିଗ୍ରହଣ କମିଟି ଜରିଆରେ ପ୍ରସ୍ତାବିତ ବହିସ୍କାର ନିମନ୍ତେ କରାଯାଇଥିବା କାରଣ ସହିତ ସାଧାରଣ ସଂଘ ସମ୍ମୁଖରେ ଉପସ୍ଥାପିତ କରାଯିବ ଏବଂ କମିଟି ଏହା ପ୍ରାପ୍ତ କରିବା ପରେ ଯେତେଶୀଘ୍ର ସମ୍ଭବ ତାହା ପାଇବା ତାରିଖରୁ ୧୦ ଦିନ ମଧ୍ୟରେ ବହିସ୍କାର ହେବାକୁ ଥିବା ସଭ୍ୟଙ୍କୁ ଡାକିବେ ଏବଂ ଏଥିନିମନ୍ତେ ସଭ୍ୟଙ୍କୁ ଇଶୁ କରାଯାଇଥିବା ନୋଟିସରେ ଉଲ୍ଲିଖିତ ସେପରି ସମୟ ମଧ୍ୟରେ ଯାହାକି ୧୫ ଦିନରୁ ଅଧିକ ହେବ ନାହିଁ , ପ୍ରସ୍ତାବିତ ବହିଷ୍କାର ବିରୁଦ୍ଧରେ ତାଙ୍କର ଆବେଦନ ଯଦିଥାଏ, ଉପସ୍ଥାପନା ବା ଦାଖଲ କରିବାକୁ ଜଣାଇବେ । ଉପ- ନିୟମ (୧) ବ୍ୟବସ୍ଥା ଆବଶ୍ୟକ ପରିବର୍ତ୍ତନ ସହିତ ଉପର ଉପନିୟମର ପ୍ରକରଣ (ଖ) ଅନୁଯାୟୀ ପ୍ରସ୍ତୁତ କମିଟିର ଅଧିବେଶନ(ରିକ୍ୟୁଜିସାନ) ଟିକୁ କମିଟି, ବହିଷ୍କାରର କାରଣ ଏବଂ ସମ୍ପୃକ୍ତ ସଭ୍ୟଙ୍କର ଆବେଦନ ଯଦି ଥାଏ , ସହିତ ସାଧାରଣ ସଂଘ ସମ୍ମୁଖରେ ତାହାର ବିଚାର ଏବଂ ନିଷ୍ପତ୍ତି ଉପସ୍ଥାପନ କରିବେ । ସାଧାରଣ ସଂଘ ନିଜ ପ୍ରସ୍ତାବ ଉପରେ ଏକ ସଭ୍ୟଙ୍କୁ ବହିସ୍କାର କରିବାକୁ କୌଣସି ପ୍ରସ୍ତାବ ପାସ କରିବା ପୂର୍ବରୁ ନିଜେ ଅଥବା କମିଟି ଜରିଆରେ ସମ୍ପୃକ୍ତ ସଭ୍ୟଙ୍କୁ ସେପରି ସଭ୍ୟ ଯଦି ବହିଷ୍କାର ବିରୁଦ୍ଧରେ ତାଙ୍କ ଆବେଦନ ଯଦିଥାଏ, ଉପସ୍ଥାପିତ କରିବାକୁ ଉକ୍ତ ବୈଠକରେ ଉପସ୍ଥିତ ନଥାଆନ୍ତି ଏବଂ କମିଟି, ଏଥି ନିମନ୍ତେ ସାଧାରଣ ସଂଘ ଠାରୁ ଯେକୌଣସି ନିର୍ଦ୍ଦେଶ ପ୍ରାପ୍ତ କରିବା ପରେ, ଉପ- ନିୟମ (୨) ଅନୁଯାୟୀ ବ୍ୟବସ୍ଥିତ ମତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ସମ୍ପୃକ୍ତ ସଭ୍ୟଙ୍କ ଠାରୁ ପାୟା ଯାଇଥିବା ବା ପ୍ରାପ୍ତ ହୋଇଥିବା ଆବେଦନ (ଯଦିଥାଏ) କୁ ସାଧାରଣ ସଂଘର ଠିକ ପରବର୍ତ୍ତୀ ବୈଠକରେ ଉପସ୍ଥାପିତ କରିବେ । ଉପ- ନିୟମ (୧) ଅନୁଯାୟୀ ସଭ୍ୟଙ୍କ ଠାରୁ ପ୍ରତ୍ୟକ୍ଷଭାବେ ଅଥବା ଆବଶ୍ୟକସ୍ଥଳେ କମିଟି ଜରିଆରେ ପ୍ରାପ୍ତ ଆବେଦନ, ସଭ୍ୟଙ୍କୁ ବହିସ୍କାର କରିବାକୁ ଏକ ପ୍ରସ୍ତାବ ପାସ କରିବା ପୂର୍ବରୁ ସାଧାରଣ ସଂଘ ଦ୍ଵାରା ବିଚାର କରାଯିବା ବା ବିଚାର୍ଯ୍ୟ ହେବ । “୨୨.ଖ- ବ୍ୟକ୍ତିଗତ ସଭ୍ୟମାନଙ୍କ ଦ୍ଵାରା ଅଂଶ ରଖିବା ଉପରେ କଟକଣା ବା ପ୍ରତିଷେଧ - ଏକ ସମିତିର କୌଣସି ବ୍ୟକ୍ତିଗତ ସଭ୍ୟ ଧାରା, ୨୨ର ବ୍ୟବସ୍ଥା ସମୂହକୁ ଭିତ୍ତିକରି ଉପ-ବିଧିରେ ଉଲ୍ଲିଖିତ ସେପରି କୌଣସି ସୀମା ବାହାରେ ଅଂଶ ରଖୀପାରିବେ ନାହିଁ ।" ନିୟମ ୨୩. ଅଂଶ ଓ ସୁଧର ବିନିଯୋଗ ଧାରା ୭୨ ଅନୁଯାୟୀ ସଦସ୍ୟ ସମିତିର ସମାଧାନ ଘଟିଲେ ଏହାର ସଭ୍ୟ ପଦ ରଦ୍ଦ ହେବ । ସମିତିରେ ଥିବା ଅଂଶ ଓ ସୁଧର ମାତ୍ରା, ଦେୟ ପରିଶୋଧ (ଯଦିଥାଏ) ସମାଧାନ କରିବା ପରେ ସଦସ୍ୟ ସମିତି କିମ୍ବା ନିକାସକାରୀଙ୍କୁ ପ୍ରତ୍ୟର୍ପଣ କରାଯିବ । ସଦସ୍ୟ ସମିତି ଦ୍ଵାରା ପରିଶୋଧ କରାଯାଉଥିବା ଦେୟ ଯଦି , "ଅଂଶ ଓ ସୁଧ " ର ମାତ୍ରା ଠାରୁ ଅଧିକ ହୁଏ ତେବେ ଏହା ସମାଧାନ କରାଯିବା ସଙ୍ଗେ ସଙ୍ଗେ ଅଧିକ ପରିମାଣର ଆଦାୟ ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଉପବିଧି ଅନୁଯାୟୀ ଯଦି କୌଣସି ସଦସ୍ୟଙ୍କୁ ସମିତିରୁ ବହିସ୍କୃତ କରାଯାଏ ତେବେ ସେଭଳି ସଦସ୍ୟଙ୍କ ଦ୍ଵାରା ସମିତି ଦେୟ ଅର୍ଥର ବାଦ କରାଯିବା ପରେ , ସମିତିରେ ଥିବା ତାଙ୍କର "ଅଂଶ ଓ ସୁଧ" ସେଭଳି ସଦସ୍ୟଙ୍କୁ ପରିଶୋଧ କରାଯିବ । ପରନ୍ତୁ, ଆଇନ ଓ ନିୟମାବଳୀର ବ୍ୟବସ୍ଥା ଓ ସମିତିର ଉପବିଧି ଅନୁଯାୟୀ ଯଦି କୌଣସି ସଦସ୍ୟ ସମିତିର ସଦସ୍ୟପଦ ପରିତ୍ୟାଗ କରିବାକାଉ ଅଭିପ୍ରାୟ ଓ ଉଦ୍ଦେଶ୍ୟ ରଖନ୍ତି, ତେବେ ସମିତିର ସମ୍ପାଦକଙ୍କୁ 3 ମାସ ପୂର୍ବରୁ ନୋଟିସ ଦ୍ଵାରା ଜଣାଇବେ। କୌଣସି ସଦସ୍ୟ ସମିତିକୁ ପୂର୍ଣ୍ଣ ଦେୟ ପରିଶୋଧ (ଯଦି ଥାଏ ) ନ କରିବା ପର୍ଯ୍ୟନ୍ତ ଓ କୌଣସି ବ୍ୟକ୍ତିଙ୍କ ପାଇଁ ଦାୟ ରହିଥିଲେ ସେ ସମ୍ପର୍କୀୟ ଦେୟ ପରିଶୋଧ ନ କରିବା ସେଭଳି ସଦସ୍ୟଙ୍କ ପଦତ୍ୟାଗ ଗ୍ରହଣ କରିଯିବ ନାହିଁ । ଯଦି କୌଣସି ସଦସ୍ୟଙ୍କ ପଦତ୍ୟାଗ ସମିତି ଦ୍ଵାରା ଗ୍ରହଣ କରାଯାଏ ତେବେ ସେଭଳି ସଦସ୍ୟ ତାଙ୍କର ଅଂଶ ମୂଳଧାନ ଦାବି କରିପାରିବେ । ସମିତି, ନିୟମ ଓ ଉପବିଧିର ବ୍ୟବସ୍ଥାନୁଯାଇ ଅଂଶ ମୂଳଧାନର ପରିମାଣ ସେଭଳି ସଦସ୍ୟଙ୍କୁ ପ୍ରତ୍ୟାପର୍ଣ କରିପାରନ୍ତି । ସମିତିର କୌଣସି ସମସ୍ୟା (ଯାହାର ସମିତିରେ ଅଂଶ କିମ୍ବା ସୁଧ ଜମା ଥିବ) ଲିଖିତକାରରେ ଯେ କୌଣସି ବ୍ୟକ୍ତିଙ୍କୁ ମନୋନୀତ କରିପାରନ୍ତି, ସେଭଳି ବ୍ୟକ୍ତିଙ୍କୁ ସଦସ୍ୟଙ୍କର ମୃତ୍ୟୁ ହେଲେ, ସେଭଳି ଅଂଶ ଓ ସୁଧ ଆଇନର ବ୍ୟବସ୍ଥାନୁଯାୟୀ ପରିଶୋଧ ଓ ହସ୍ତାନ୍ତରିତ କରାଯିବ । ପରନ୍ତୁ, ଉପରୋକ୍ତ ସଦସ୍ୟ, ସମୟକୁ ସମୟ ସେଭଳି ମନୋନୟନର ରଦ୍ଦ କିମ୍ବା ପରିବର୍ତ୍ତନ କରିପାରନ୍ତି । ସଦସ୍ୟଙ୍କର ମୃତ୍ୟୁ ହେଲେ, ସେଭଳି ମନୋନୟନପତ୍ର, ସମିତି ଦ୍ଵାରା କାର୍ଯ୍ୟକାରୀ ହେବ, ଯଦି - ମନୋନୟନ ପତ୍ର, ଦୁଇ ଜଣ ସାକ୍ଷୀଙ୍କ ସମ୍ମୁଖରେ ମୃତ ବ୍ୟକ୍ତିଙ୍କ ଦ୍ଵାରା ସ୍ଵାକ୍ଷରିତ ହୋଇଥାଏ , ମନୋନୟନପତ୍ର ସମିତିର ବହିରେ ରେଜିଷ୍ଟ୍ରିଭୁକ୍ତ ହୋଇଥାଏ । ସଦସ୍ୟଙ୍କ ଦ୍ଵାରା ମନୋନୀତ ବ୍ୟକ୍ତିଙ୍କ ସଂଖ୍ୟା ତାଙ୍କ ଦ୍ଵାରା (ସଦସ୍ୟଙ୍କ) ରଖାଯାଇଥିବା ଅଂଶର ସଂଖ୍ୟାଠାରୁ ଅଧିକ ହେବନାହିଁ । ସଦସ୍ୟଙ୍କ ଦ୍ଵାରା ରଖାଯାଇଥିବା ଅଂଶକୁ ଭିତ୍ତିକରି ଯଦି ସେଭଳି ସଦସ୍ୟ, ଏକାଧିକ ବ୍ୟକ୍ତି ମନୋନୀତି କରନ୍ତି, ତେବେ ସେ ଯେତେଦୂର ସମ୍ଭବ ମନୋନୀତ ବ୍ୟକ୍ତିଙ୍କୁ, ପୂର୍ଣ୍ଣ ଅଂଶ ମଧ୍ୟରୁ ପରିଶୋଧ କିମ୍ବା ହସ୍ତାନ୍ତରଣ କରୁଥିବା ପରିମାଣ ଉଲ୍ଲେଖ କରିବେ । କମିଟି ଦ୍ଵାରା ଗ୍ରହଣ କରାଯିବା ପରେ, ମନୋନୀତ ବ୍ୟକ୍ତି, ଉତ୍ତରାଧିକାରୀ କିମ୍ବା ବୈଧ ପ୍ରତିନିଧି କେବଳ ସଦସ୍ୟ ଶ୍ରେଣୀଭୁକ୍ତ ହୋଇପାରନ୍ତି । ମନୋନୀତ ବ୍ୟକ୍ତି ଉତ୍ତରାଧିକାରୀ, କିମ୍ବା ବୈଧ ପ୍ରତିନିଧି ଯଦି ସଦସ୍ୟ ଶ୍ରେଣୀଭୁକ୍ତ ହେବାକୁ ଆଗ୍ରହ ପ୍ରକାଶ ନ କରନ୍ତି କିମ୍ବା ତାଙ୍କର ସଦସ୍ୟ ପଦକୁ ପ୍ରତ୍ୟାଖ୍ୟାନ କରାଯାଏ ତେବେ ମୃତ ସଦସ୍ୟଙ୍କଠାରୁ ସମିତିର ପ୍ରାପ୍ୟ ସମସ୍ତ ଅର୍ଥର ସମାଧାନ ପରେ ସେଭଳି ଅଂଶ ଓ ସୁଧ ଉପରୋକ୍ତ ବ୍ୟକ୍ତିମାନଙ୍କୁ ପରିଶୋଧ କରାଯିବ । ସେଭଳି ସଦସ୍ୟଙ୍କର ମସ୍ତିସ୍କ ବିକୃତି ହୋଇଥିବାର ଜଣାଗଲେ କିମ୍ବା ୧୭ ନିୟମ ଉପ- ନିୟମ ୨ରେ ଉଲ୍ଲିଖିତ କରାଯାଇଥିବା ଅଯୋଗ୍ୟତାକୁ ଭିତ୍ତିକରି ଯଦି ସେଭଳି ସଦସ୍ୟ ଅଯୋଗ୍ୟ ବିବେଚିତ ହୁଅନ୍ତି ତେବେ ତାଙ୍କଠାରୁ ସମିତି ପ୍ରାପ୍ୟ ସମସ୍ତ ଅର୍ଥର ସମାଧାନ ପରେ ସମିତିରେ ଥିବା ତାଙ୍କର ଅଂଶ ଓ ସୁଧର ମାତ୍ରା ତାଙ୍କୁ ପରିଶୋଧ କରାଯିବ । ଯେପର୍ଯ୍ୟନ୍ତ ଅଂଶ କିମ୍ବା ସମସ୍ତ ଅଂଶ ପ୍ରତ୍ୟାର୍ପଣ କରାନଯାଇଛି ସେ ପର୍ଯ୍ୟନ୍ତ ତା ପରେ ଲାଭାଂଶ ଉଦଭୁତ ହେବ ଏବଂ ୧ ଠାରୁ ୫ ପର୍ଯ୍ୟନ୍ତ ଉପନିୟମରେ ଉଲ୍ଲିଖିତ କରାଯାଇଥିବା ସଦସ୍ୟ ଓ ଅନ୍ୟାନ୍ୟ ବ୍ୟକ୍ତିଙ୍କୁ ତାହା ପରିଶୋଧ କରାଯିବ । ଉପରୋକ୍ତ ୧ ଠାରୁ ୫ ଉପନିୟମାନୁଯାୟୀ ଅଂଶ ଓ ସୁଧର ପରିମାଣ ପ୍ରତ୍ୟର୍ପଣ ୨୪ ଓ ୨୫ ନିୟମ ବ୍ୟବସ୍ଥାର ପଦ୍ଧତି ଅନୁଯାୟୀ ନିରୂପଣ କରାଯିବ । ଉପରୋକ୍ତ ୧ ଠାରୁ ୫ ଉପନିୟମାନୁଯାୟୀ ଏକ ସମବାୟ ବର୍ଷରେ ସମିତି ଦ୍ଵାରା ପ୍ରତ୍ୟର୍ପଣ କରାଯାଉଥିବା ସଂପୂର୍ଣ୍ଣ ଅଂଶ ମୂଳଧନ, ଆଦାୟ ଅଂଶ ମୂଳଧନ ଠାରୁ (ସମିତି ଦ୍ଵାରା ଆଦାୟ ଶତକଡା ୧୦ ରୁ ଅଧିକ ହେବ ନାହିଁ )। ସଂଶୋଧନ – ୧୯୯୭ ନିୟମ ୨୩ର ସଂଶୋଧନ କଥିତ ନିୟମାବଳୀର ନିୟମ ୨୩ର- ଉପ- ନିୟମ (୨) ରେ ଥିବା ଶବ୍ଦାବଳୀ “ଉପ- ବିଧି ଅନୁସାରେ “ବିଲୁପ୍ତ ହେବ ଏବଂ ଉପ- ନିୟମ (୫) ରେ ଥିବା ଶବ୍ଦାବଳୀ, ବନ୍ଧନୀ ଏବଂ ଅଙ୍କ “ଚିତ୍ତବିକୃତି ହେବା କାରଣରୁ ଅଥବା ନିୟମ ୧୭ ଉପ- ନିୟମ (୨) ନିର୍ଦ୍ଧାରିତ ଯେକୌଣସି ଅଯୋଗ୍ୟତା ନିମନ୍ତେ “ପ୍ରତିସ୍ଥାପିତ ହେବ । (ଏସ.ଆର.ଓ ସଂଖ୍ୟା ୧୭/୯୭, ତା, ୨୩.୦୪.୧୯୯୭) ନିୟମ ୨୪. ସଦସ୍ୟଙ୍କ ଅଂଶ କିମ୍ବା ସୁଧର ପରିମାଣ ହିସାବ ନିଅମନ୍ତେ କାର୍ଯ୍ୟଧାରା ଯେତେବେଳେ ସମିତି ଅଂଶ ଓ ସୁଧର ପ୍ରତ୍ୟର୍ପଣ କରନ୍ତି ସେତେବେଳେ ଅଂଶର ପରିମାଣ ପରିଶୋଧ କରାଯାଇଥିବା ଅଂଶର ପରିମାଣ ସହିତ ସମାନ ବୋଲି ବୁଝିବାକୁ ହେବ , ପରନ୍ତୁ , ଜମା ଖରଚପତ୍ର ପରୀକ୍ଷଣ ସମୟରେ ଯେତେବେଳେ ସମ୍ପତ୍ତିର ଅଂଶ ପରିଶୋଧ କରାଯିବାକୁ ଅଟକଳ କରାଯାଏ ଏବଂ ତାହା ଯଦି ଲାଭାଂଶର ଉତ୍ପନ୍ନ ଫଣ୍ଡ ଦ୍ଵାରା ପୂର୍ଣ୍ଣ ନହୁଏ ତେବେ କମିଟି ସେଭଳି ପରିଶୋଧ ଉଦ୍ଦେଶ୍ୟରେ ଅଂଶ ପରିମାଣ ହ୍ରାସ କରିପାରନ୍ତି । ଯେତେବେଳେ ଅଂଶ ଓ ସୁଧର ହସ୍ତାନ୍ତରିତ କରାଯାଏ ସେତେବେଳେ ଅଂଶ ସୁଧର ପରିମାଣକୁ ସେଭଳି ଅଂଶ ଓ ସୁଧର କ୍ରୟ ନିମନ୍ତେ ସଦସ୍ୟଙ୍କ ଦ୍ଵାରା ଦେୟ ଅର୍ଥକୁ ବୁଝିବାକୁ ହେବ । କୌଣସି କାରଣରୁ ସଦସ୍ୟ କିମ୍ବା ତାଙ୍କ (ସଦସ୍ୟ) ର ମନୋନୀତ ବ୍ୟକ୍ତି କିମ୍ବା ବୈଧ ପ୍ରତିନିଧି ଯଦି କମିଟର ମୂଲ୍ୟ ନିର୍ଦ୍ଧାରଣରେ ସନ୍ତୁଷ୍ଠ ନ ହୁଅନ୍ତି ତେବେ ସେମାନେ ନିବନ୍ଧକନାକ ସମ୍ମୁଖରେ ଆପତ୍ତି ଦାଏର କରିପାରନ୍ତି । ନିୟମ ୨୫. ଜମିର ମୂଲ୍ୟ ନିର୍ଦ୍ଧାରଣ ପଦ୍ଧତି ଧାରା ୨୬ର ଉଦ୍ଦେଶ୍ୟ ନିମନ୍ତେ, ନିମ୍ନଲିଖିତ ମତେ ସମିତି ଦ୍ଵାରା ଜମିର ମୂଲ୍ୟ ନିର୍ଦ୍ଧାରଣ କରାଯିବ, ଯଥା - ନିର୍ଦ୍ଦେଶ ଦ୍ଵାରା ରେକର୍ଡ କରାଯାଇଥିବା ସମାନ ଜମିର ବିକ୍ରୟ, କିମ୍ବା ବିକ୍ରୟ କରାଯାଉଥିବା ସମାନ ଜମିର ରେକର୍ଡ ପ୍ରାପ୍ୟ ନ ହେଲେ, ନିବନ୍ଧକଙ୍କ ଦ୍ଵାରା ଜମି ନିମିତ୍ତ ନିର୍ଦ୍ଧାରଣ କରାଯାଇଥିବା ଦେୟ ବାର୍ଷିକ ଖଜଣାର ପରିମାଣ ଅନୁଯାୟୀ ଜମିର ମୂଲ୍ୟ ନିର୍ଦ୍ଧାରଣ, କିମ୍ବା ଜମି ଉପରେ କୌଣସି ଖଜଣା ନିର୍ଦ୍ଧାରଣ କରାଯାଇ ନଥିଲେ, ନିବନ୍ଧକଙ୍କ ଅନୁମତି ପାଇ କମିଟିଦ୍ଵାରା ନିର୍ଦ୍ଧାରଣ କରାଯାଇଥିବା ମୂଲ୍ୟ ଅନୁଯାୟୀ ସେଭଳି ଜମିର ମୂଲ୍ୟ ନିର୍ଦ୍ଧାରଣ କରାଯିବ । ସେଭଳି ଜମିର ମୂଲ୍ୟକୁ ଭିତ୍ତିକରି କୌଣସି ଆପତ୍ତି କରାଗଲେ, ତାହା ନିବନ୍ଧକଙ୍କ ନିକଟରେ ଉପସ୍ଥାପିତ କରାଯିବ । ସଂଶୋଧନ – ୧୯୯୭ ନିୟମ ୨୫ର ସଂଶୋଧନ କଥିତ ନିୟମାବଳୀର ନିୟମ ୨୫ର ଉପ- ନିୟମ (୧) ନିମନ୍ତେ ନିମ୍ନଲିଖିତ ଉପ- ନିୟମ ପ୍ରତିସ୍ଥାପିତ ହେବ । ଯଥା – “୨୬ ଧାରାର ଉଦ୍ଦେଶ୍ୟରେ ଜମିର ମୂଲ୍ୟ କମିଟି ଦ୍ଵାରା ନିର୍ଦ୍ଧାରିତ ହେବ, ଯେ ଯାହା ହେଉନା କାହିଁକି ନିର୍ଦ୍ଧାରିତ ମୂଲ୍ୟ କୌଣସି କ୍ଷେତ୍ରରେ ସେହି ଜମି ଅଥବା ଆଖପାଖରେ ଥିବା ସେହି ପ୍ରକାର ଜମି ସମ୍ପର୍କରେ ରାସ୍ଵ କର୍ତ୍ତୃପକ୍ଷଙ୍କ ଦ୍ଵାରା ନିର୍ଦ୍ଧାରିତ ମୂଲ୍ୟଠାରୁ କମ ହେବ ନାହିଁ ।“ ଆଧାର – ଦ ଲ ହାଉସ