ନିୟମ ୧୪୪. ୧୦୯ ଦଫାନୁଯାୟୀ ଅପିଲ ଦାଖଲ ଓ ତାହାର ନିଷ୍ପତ୍ତି ଯଦି ଉପରୋକ୍ତ ଅପିଲ ଏଜେଣ୍ଟଙ୍କ ଦ୍ଵାରା ଦାଖଲ କରାଯାଏ , ତେବେ ଅପିଲକାରୀ ସେଭଳି ଏଜେଣ୍ଟ ନିଯୁକ୍ତି କରିଥିବା ଏକ ମାତ୍ର ଅପିଲ ସହିତ ସମ୍ବଳିତ କରାଯାଇ ଦାଖଲ କରାଯିବ । ପ୍ରତ୍ୟେକ ଅପିଲରେ ଅର୍ଡରର ପ୍ରମାଣିତ ନକଲ ସମ୍ବଳିତ କରାଯାଇ ଦାଖଲ କରାଯିବ। ଅପିଲ ପ୍ରାପ୍ତି ପରେ ଅପିଲୀୟ ଅଧିକାରୀ, ତାଙ୍କ ଦ୍ଵାରା ଅପିଲପ୍ରାପ୍ତ ହୋଇଥିବା ତାରିଖରେ ତାହା ଲିପିବଦ୍ଧ କରିବେ । ଅପିଲୀୟ ଅଧିକାରୀ ଯଥାଶୀଘ୍ର ସମ୍ଭବ ଅପିଲର ପରୀକ୍ଷା କରିବେ ଏବଂ ନିଜେ ମନେ କରିବେ ଯେ - ଅପିଲୀୟ ଅଧିକାରୀ ଯଦି ଉପଲବ୍ଧ କରନ୍ତି ଯେ ଦାଖଲ କରାଯାଇଥିବା ଅପିଲ ପୂର୍ବୋକ୍ତ ବ୍ୟବସ୍ଥାର ସମୂହର ଅନୁରୂପ ନୁହେଁ , ତେବେ ଅପିଲୀୟ ଅଧିକାରୀ ଫଳାଫଳକୁ ଭିତ୍ତିକରି ଅପିଲର ଟିପ୍ପଣୀ ବା ଅପିଲ ବିଷୟବସ୍ତୁର ସଂକ୍ଷିପ୍ତ ସୂଚନା ପ୍ରସ୍ତୁତ କରିବେ ଏବଂ ଅପିଲରେ ରହିଥିବା ଦୋଷ ତ୍ରୁଟିର ସଂଶୋଧନ କରିବା ପାଇଁ ନିବନ୍ଧକ ଧାର୍ଯ୍ୟ କରିଥିବା ସମୟ ମଧ୍ୟରେ ଅପିଲୀୟ ଅଧିକାରୀ ଅପିଲକାରୀ ତଥା ତାଙ୍କର ଏଜେଣ୍ଟକୁ ଡକାଇ ପାରନ୍ତି । ଅପିଲର ଦୋଷ ତ୍ରୁଟି ସଂଶୋଧନ ହେବାପରେ ଅପିଲୀୟ ଅଧିକାରୀ ଅପିଲର ବିଚାର କରିବାକୁ ଅଗ୍ରସର ହେବେ । ଅପିଲକାରୀ ଅଥବା ତାଙ୍କର ଏଜେଣ୍ଟ ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଅପିଲରେ ଥିବା ଦୋଷ ତ୍ରୁଟି ସଂଶୋଧନ କରିବାକୁ ଅକୃତକାର୍ଯ୍ୟ ହୁଅନ୍ତି, ତେବେ ଅପିଲୀୟ ଅଧିକାରୀ ଅପିଲକୁ ଖାରଜ କରିପାରନ୍ତି । ଅପିଲକାରୀ, ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଅପିଲ ଦାଖଲ କରାନଯିବାର ଉପଯୁକ୍ତ କାରଣ ଅପିଲୀୟ ଅଧିକାରୀଙ୍କୁ ଜଣାଇବା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ କରାଯାଇ ନଥିବା ଯେକୌଣସି ଅପିଲ ଗ୍ରହଣ କରାଯାଇନପାରେ । ସ୍ଥିର କରାଯାଇଥିବା ତାରିଖରେ ଅପିଲୀୟ ଅଧିକାରୀ ସମ୍ପୃକ୍ତ କାଗଜର ଆଦ୍ୟପ୍ରାନ୍ତ ବିଷୟ, ତନ୍ନତନ୍ନ କରି ପରୀକ୍ଷା କରିବେ । ଯଦି ଅପିଲକାରୀ ଅଥବା ତାଙ୍କର ଏଜେଣ୍ଟ ଉପସ୍ଥିତ ଥାଆନ୍ତି, ତେବେ ଅପିଲୀୟ ଅଧିକାରୀ ସେମାନେ ଦାଖଲ କରିଥିବା ଅପିଲ ବିଚାର ଏବଂ ଅପିଲ ବିଷୟବସ୍ତୁକୁ ଭିତ୍ତିକରି ଯଥାର୍ଥ ଅର୍ଡର ଦେବେ । ପ୍ରତ୍ୟେକ ଅପିଲ ନିମ୍ନଲିଖିତ ମତେ ଦାଖଲ କରାଯିବ, ଯଥା- ଟାଇପ କରାଯିବା ଅଥବା ସ୍ପଷ୍ଟ ଭାବରେ ହାତରେ ଲେଖାଯିବ । ଅପିଲକାରୀଙ୍କ ନାମ ତଥା ଠିକଣା ଉଲ୍ଲେଖ କରାଯିବା ସଙ୍ଗେ ସଙ୍ଗେ ପ୍ରତିଦ୍ଵନ୍ଦୀ ଙ୍କ ନାମ ତଥା ଠିକଣା ଉଲ୍ଲେଖ କରାଯିବ। କାହା ବିରୁଦ୍ଧରେ ଅପିଲ କରାଯାଇଛି ଓ କିଏ ଅପିଲ କରିଛନ୍ତି ଅପିଲ କରାଯିବାର କାରଣ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯିବ ଅପିଲକାରୀ ଦାବି କରିଥିବା ପ୍ରତିକାର ଯଥାଯଥଭାବରେ ଉଲ୍ଲେଖ କରାଯିବ ଏବଂ ଅର୍ଡର ବିରୁଦ୍ଧରେ କରାଯାଇଥିବା ଅପିଲର ତାରିଖ ଦିଆଯିବ । ସେଭଳି ବ୍ୟକ୍ତିଙ୍କର ଅପିଲ ଦାଖଲ କରିବାର ଅଧିକାର ଅଛି ଅପିଲ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଦାଖଲ କରାଯାଇଛି । ଅପିଲ,ଆଇନ ତଥା ନିୟମାବଳୀର ପ୍ରତ୍ୟେକ ବ୍ୟବସ୍ଥା ଅନୁଯାୟୀ କରାଯିବାର ମନେକରାଯିବ। ଅପିଲୀୟ ଅଧିକାରୀ ସୁବିବେଚନା କରିସାରିବା ପରେ ଅପିଲର ବିଚାର, ଯେ କୌଣସି ଅନ୍ୟ ଦିନକୁ ସ୍ଥଗିତ ରଖିପାରନ୍ତି । ଅପିଲର ବିଚାର ସଂପୂର୍ଣ୍ଣ ହୋଇଯିବା ପରେ ଅପିଲୀୟ ଅଧିକାରୀ ଅବିଳମ୍ବେ ଅପିଲର ବିଚାର ସାଧାରଣରେ ପ୍ରକାଶ କରିବେ ଅଥବା ପରବର୍ତ୍ତୀ ତାରିଖ ନିମନ୍ତେ ଅପିଲର ବିଚାର ସ୍ଥଗିତ ରଖିପାରନ୍ତି, ଯେଉଁ କ୍ଷେତ୍ରରେ ବିଚାର,ପକ୍ଷଙ୍କ ସମ୍ମୁଖକୁ ପଠାଯିବାର ଥିବ । ଅପିଲୀୟ ଅଧିକାରୀଙ୍କ ମତପୋଷଣ କରନ୍ତି ଯେ ବିଚାର ଅଥବା ଅର୍ଡର ଅପିଲକାରୀଙ୍କୁ ଯୋଗାଇ ଦିଆଯିବ ଏବଂ ଯଦି ଅପିଲୀୟ ଅଧିକାରୀ ମତପୋଷଣ କରନ୍ତି ଯେ ବିଚାର ଅଥବା ଅର୍ଡର ପକ୍ଷମାନଙ୍କ ବିରୁଦ୍ଧରେ କରାଯାଇଛି, ତେବେ ସେଭଳି ପକ୍ଷମାନଙ୍କୁ ପ୍ରତ୍ୟେକ ବିଚାର ଅଥବା ଅର୍ଡର ଯୋଗାଇ ଦିଆଯିବ । ନିୟମ ୧୪୪ – କ - ଅପିଲ ଅଧିକାରୀ ନିମ୍ନ ପ୍ରକାଶିତ ତଫସିଲର ସ୍ତମ୍ଭ(୧) ରେ ଦର୍ଶାଯାଇଥିବା ଅର୍ଡର ଅଥବା ନିଷ୍ପତ୍ତି ବିରୁଦ୍ଧରେ ୧୦୯ ଦଫା ଅନୁସାରେ ଏକ ଅପିଲ ଯାହାକି ସ୍ତମ୍ଭ(୨) ରେ ବର୍ଣ୍ଣିତ ଅଧିକାରୀମାନଙ୍କ ଦ୍ଵାରା ଅନୁମୋଦିତ ତାହା ସ୍ତମ୍ଭ (୩) ଅନ୍ତର୍ଗତ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ସମ୍ମୁଖରେ ଦାଖଲ କରାଯିବ , ଯଥା- ଅର୍ଡର ଏବଂ ନିଷ୍ପତ୍ତି ସଂପର୍କୀୟ ଅପିଲ ଯେଉଁ ଅଧିକାରୀଙ୍କ ଦ୍ଵାରା ଅର୍ଡର ବା ନିଷ୍ପତ୍ତିଗୁଡିକ ପ୍ରାଥମିକ ଭାବେ ପ୍ରସ୍ତୁତ ହୋଇଥିଲା କେଉଁଅଧିକାରୀଙ୍କ ନିକଟରେ ଅପିଲ ଦାଖଲ କରାଯିବ ଦଫା ୧୦୯ ଉପଦଫା-୧ ଅନ୍ତର୍ଗତ ପ୍ରକରଣ କ,ଖ,ଗ,ଘ-୧ ଙ, ଚ,ଛ,ଝ,ଟ,ଡ,ଓ ଢ ସମ୍ବନ୍ଧୀୟ ଅପିଲ ଓ ନିଷ୍ପତ୍ତିମାନ ସମବାୟ ସମିତିଗୁଡିକର ସହାୟକ ନିବନ୍ଧକ ଉପ-ନିବନ୍ଧକ ସ.ସ ସହ ନିବନ୍ଧକ ସ.ସ ଅତିରିକ୍ତ ନିବନ୍ଧକ ରେଜିଷ୍ଟ୍ରାର ସମବାୟ ସମିତିଗୁଡିକର ଉପ- ନିର୍ଦ୍ଦେଶକ ସ.ସ ସହନିବନ୍ଧକ ସ.ସ ଅତିରିକ୍ତ ନିବନ୍ଧକ ନିବନ୍ଧକ ରାଜ୍ୟ ସରକାର ଦଫା ୧୦୯ ଉପଦଫା-୧ ଅନ୍ତର୍ଗତ ପ୍ରକରଣ ଘ ସମ୍ବନ୍ଧୀୟ ନିଷ୍ପତ୍ତି । ଏକ ସମିତି ଯାହାର କାର୍ଯ୍ୟ କରିବା କ୍ଷମତା ଏକ ଉପନିବନ୍ଧକ ସ୍ଥାନୀୟ ସୀମା ଦ୍ଵାରା ସମିତି ଏକ ସମିତି ଯାହାର କାର୍ଯ୍ୟ କରିବା କ୍ଷମତା ଏକ ନିବନ୍ଧକଙ୍କ ସ୍ଥାନୀୟ ସୀମାରୁ ବହିର୍ଭୂତ ମାତ୍ର ରାଜ୍ୟସାରା ବିସ୍ତୁତ ହୋଇ ନଥିବା ରାଜ୍ୟରେ ସଂପୂର୍ଣ୍ଣଭାବେ କାର୍ଯ୍ୟ କରିଥିବା ଏକ ସମିତି ସ.ସ ଉପ ନିବନ୍ଧକ ସ.ସ ସହ ନିବନ୍ଧକ ନିବନ୍ଧକ ଦଫା ୧୦୯ ର ଉପଦଫା-୧ ଅନ୍ତର୍ଗତ ପ୍ରକରଣ ଙ-୧ ଏକ ସମ୍ବନ୍ଧୀୟ ଅର୍ଡର କେନ୍ଦ୍ରୀୟ ସମବାୟ ବ୍ୟାଙ୍କକୁ ବାଦ ଦେଇ ଜଣେ ଉପନିବନ୍ଧକଙ୍କ ସାରା ରାଜ୍ୟରେ କାର୍ଯ୍ୟ କରିଥିବା ଏକ ଶୀର୍ଷ ସମିତି ଅଥବା ଏକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଭିନ୍ନ ଏକ ସମିତି ବା ସମିତିଗୁଡିକର ଉପ-ନିବନ୍ଧକ ବହିର୍ଭୂତ ସମିତି ଉପ ନିବନ୍ଧକ ଅତିରିକ୍ତ ନିବନ୍ଧକ ସମବାୟ ସମିତି ପ୍ରକରଣ ସମ୍ବନ୍ଧୀୟ ଏକ ନିଷ୍ପତ୍ତି ବା ରାୟ ଅଥବା ନିକାଶକାରୀଙ୍କ ଅଥବା ନିକାଶକାରୀଙ୍କର ଏକ ଅର୍ଡର ସମବାୟ ସମିତିର ସହାୟକ ନିବନ୍ଧକ ଅଥବା ସହାୟକ ନିବନ୍ଧକଙ୍କ ଦ୍ଵାରା ନିଯୁକ୍ତ ହୋଇଥିବା ଜଣେ ନିକାଶକାରୀ ବା ଜଣେ ମଧ୍ୟସ୍ଥ ଉପନିବହନକ ବା ସହନିବନ୍ଧକ ଅଥବା ତାଙ୍କ ଦ୍ଵାରା ନିଯୁକ୍ତ ହୋଇଥିବା ମଧ୍ୟସ୍ଥ ଅଥବା ନିକାଶକାରୀ ଅତିରିକ୍ତ ନିବନ୍ଧକ ଅଥବା ତାଙ୍କ ଦ୍ଵାରା ନିଯୁକ୍ତ ହୋଇଥିବା ଜଣେ ନିକାଶକାରୀ ଅଥବା ଜଣେ ମଧ୍ୟସ୍ଥ ନିବନ୍ଧକଙ୍କ ଦ୍ଵାରା ନିଯୁକ୍ତ ପ୍ରାପ୍ତ ଜଣେ ମଧ୍ୟସ୍ଥ ଅଥବା ଜଣେ ନିକାଶକାରୀ ନିବନ୍ଧକ ନିବନ୍ଧକ ସମିତିର ଉପ- ନିବନ୍ଧକ ଅତିରିକ୍ତ ନିବନ୍ଧକ ନିବନ୍ଧକ ନିବନ୍ଧକ ରାଜ୍ୟ ସରକାର ସଂଶୋଧନ - ୧୯୯୭ ନିୟମ ୧୪୪- କ ର ସଂଶୋଧନ – କଥିତ ନିୟମାବଳିର ୧୪୪- କ-ର ଉପ- ନିୟମ (୧) ର ଟେବୁଲ ସ୍ତମ୍ଭ(୧) ଅଧନସ୍ଥ ଅକ୍ଷର ଏବଂ ବନ୍ଧନୀ “ଟ” ବିଲୁପ୍ତ ହେବ ଉପନିୟମ(୨) ନିମନ୍ତେ ନିମ୍ନଲିଖିତ ଉପ-ନିୟମ ପ୍ରତିସ୍ଥାପିତ ହେବ । ଯଥା – “(୨) ଧାରା ୧୦୯ ଉପଧାରା (୧) ର ପ୍ରକରଣ ଙ, ଚ, ଛ, ଝ, ଟ, ଡ, ଓ ଢ ରେ ଉଲ୍ଲିଖିତ ଆଦେଶ (ଅର୍ଡର) ଏବଂ ବିଚାର ବିରୁଦ୍ଧେ ଅପିଲ, ଟ୍ରିବ୍ୟୁନାଲରେ ଦାଏର କରାଯିବ ।(ଏସ.ଆର.ଓ. ସଂଖ୍ୟା ୧୭/୯୭,ତା ୨୩.୦୪.୧୯୯୭) ସଂଶୋଧନ – ୧୯୯୭ ନିୟମ ୧୪୪ – ଖ - କଥିତ ନିୟମାବଳୀର ନିୟମ ୧୪୪- ଖ ଉପନିୟମ (୧),(୨) ଏବଂ(୩) ନିମନ୍ତେ ନିମ୍ନଲିଖିତ ଉପ- ନିୟମାନ ପ୍ରତିସ୍ଥାପିତ ହେବ । ଯଥା – ଟ୍ରିବ୍ୟୁନାଲ ଦୁଇ ଜଣ (ଦୁଇଜଣରୁ ଅଧିକ ନୁହେଁ) ଙ୍କୁ ନେଇ ଗଠିତ ହେବ । ଯେଉଁକ୍ଷେତ୍ରରେ ଦୁଇଜଣ ସଭ୍ୟଙ୍କୁ ନେଇ ଟ୍ରିବ୍ୟୁନାଲ ଗଠିତ ହୁଏ, ସେ କ୍ଷେତ୍ରରେ ସେମାନଙ୍କ ମଧ୍ୟରୁ ଜଣେ ସଭ୍ୟ ଓଡିଶା ଉଚ୍ଚତର ନ୍ୟାୟିକ ସେବା (ବରିଷ୍ଠ ଶାଖା)ରୁ ନିଆଯିବ, ଯେକି ଟ୍ରିବ୍ୟୁନାଲର ଚେୟାରମ୍ୟାନ (ସଭ୍ୟଧ୍ୟକ୍ଷ) ହେବେ । ଟ୍ରିବ୍ୟୁନାଲର ସଭ୍ୟ ଅଥବା ସଭ୍ୟଗାଁ ଉପ-ନିୟମ(୪) ଅନୁଯାୟୀ ପ୍ରସ୍ତୁତ ବିନିମୟ (ରେଗୁଲେସନ) ଅନୁଯାଇ କାର୍ଯ୍ୟ କରିବ। ଟ୍ରିବ୍ୟୁନାଲର ସଦର ମହକୁମା ଭୁବନେଶ୍ଵରରେ ଅବସ୍ଥାପିତ ହେବ ଏବଂ ଟ୍ରିବ୍ୟୁନାଲ ହୁଏତ, ତାଙ୍କର କାରବାର ନେଣଦେଣ ପାଇଁ ସୁବିଧାଜନକ ସ୍ଥାନ ଅଥବା ସ୍ଥାନ ମାନଙ୍କରେ ବସିପାରେ ।(ଏସ.ଆର.ଓ. ସଂଖ୍ୟା ୧୭/୯୭, ତା୨୩.୦୪.୧୯୯୭) ଆଧାର – ଦ ଲ ହାଉସ