ଉପସ୍ଥାପନା ପ୍ରସ୍ତାବନା :- ନିଜସ୍ୱ ସାହାଯ୍ୟ ସହଯୋଗ ଏବଂ ପାରସ୍ପରିକ ସାହାଯ୍ୟ କୁ ଭିତ୍ତି କରି ଜନ ସାଧାରଣ ଅନୁଷ୍ଠାନ ରୂପେ ଗଠିତ ସମବାୟ ସମିତି ଗୁଡିକର ସ୍ଵେଚ୍ଛାକୃତ ଗଢଣ ଏବଂ ଗଣତାନ୍ତ୍ରିକ କାର୍ଯ୍ୟକରିଥାଏ ଏବଂ ସେମାନଙ୍କର ଅର୍ଥନୈତିକ ଓ ସାମାଜିକ ଉନ୍ନତି କରିବା ପାଇଁ ସମର୍ଥ କରିବାକୁ ବା ସମର୍ଥ ଦେବା ଉଦ୍ଦେଶ୍ୟ ରେ ରାଜ୍ୟ ବିଧାନ ସଭା ଏତଦ୍ଵାରା ଭାରତ ବର୍ଷର ତ୍ରୟୋବିଂଶ ଗଣତନ୍ତ୍ର ହିସାବରେ ଏହା ନିମ୍ନମତେ ପ୍ରୟନ କଲେ । ଯଥା- ସମବାୟ ଉପରେ ରାଜ୍ୟନୀତି :- ଭାରତୀୟ ସମ୍ବିଧାନର ଉଲ୍ଲିଖିତ ରାଜ୍ୟନୀତିର ନିର୍ଦ୍ଦେଶକ ତତ୍ଵ ପୂରଣ ନିମନ୍ତେ ନିରପେକ୍ଷଣ ସାମାଜିକ ନ୍ୟାୟ ଏବଂ ଅର୍ଥନୈତିକ ଉନ୍ନତିର ସାଧନରୂପେ ଗଠିତ ସମବାୟ ସମିତିଗୁଡିକ ପ୍ରବର୍ତ୍ତନ ବା ବର୍ଦ୍ଧନ କରିବାକୁ ରାଜ୍ୟର ନୀତି ଅଟେ । ସମବାୟ ସମିତିଗୁଡିକର ପରିଚାଳନା ଏବଂ ପ୍ରଚାଳନରେ ରାଜ୍ୟ ହସ୍ତକ୍ଷେପ କରିବେ ନାହିଁ । ପାରସ୍ପରିକ ସାହାଯ୍ୟ ଏବଂ ସମବାୟ ନୀତି ଉପରେ ପର୍ଜ୍ୟବେଶିତ ସଭ୍ୟମାନଙ୍କର କାରବାର ସେମାନଙ୍କର ଅର୍ଥନୈତିକ ଏବଂ ସାମାଜିକ ଉନ୍ନତି ନିମନ୍ତେ ଉକ୍ତ ସଭ୍ୟମାନଙ୍କ ଦ୍ଵାରା ଗଠିତ, ପରିଚାଳିତ ଏବଂ ନିୟନ୍ତ୍ରିତ ସମବାୟ ସମିତିଗୁଡିକ ଗଣତାନ୍ତ୍ରିକ ସଂଘ ବା ଅନୁଷ୍ଠାନ ରୂପେ ରାଜ୍ୟ ସ୍ଵୀକୃତି ଦେବେ । ସମବାୟ ନୀତି : - ନିମ୍ନଲିଖିତ ସମବାୟନୀତି ଗଠନ କରେ । ଯଥା (I) ଗୋଟିଏ ସମବାୟ ସମିତିର ସଭ୍ୟପଦ ସ୍ଵେଚ୍ଛାକୃତ ବା ସ୍ଵେଚ୍ଛା ପ୍ରଣୋଦିତ ଅଟେ ଏବଂ ଅପ୍ରାକୃତିକ କଟକଣା ଅଥବା ଯେକୌଣସି ସାମାଜିକ, ରାଜ୍ୟନୈତିକ, ଜାତିଗତ, ଅଥବା ଧାର୍ମିକ ବିଭେଦ ବ୍ୟତୀତ ସେହି ସମସ୍ତ ବ୍ୟକ୍ତିଙ୍କୁ ପ୍ରାପ୍ତବ୍ୟ ହେବ ଯେଉଁ ବ୍ୟକ୍ତିମାନେ ଏହାର ସେବାର ବ୍ୟବହାର କରିବାକୁ ପ୍ରସ୍ତୁତ ଏବଂ ସଭ୍ୟପଦର ଦାୟିତ୍ଵ ବହନ କରିବାକୁ ଇଚ୍ଛୁକ ଥିବେ। ସମବାୟ ସମିତିଗୁଡିକ ଗଣତାନ୍ତ୍ରିକ ସଂସ୍ଥା । ସେଗୁଡିକ ବିଷୟବସ୍ତୁ ସଭ୍ୟମାନଙ୍କ ଦ୍ଵାରା ସହମତ ପଦ୍ଧତି ପ୍ରକାରେ ନିର୍ବାଚିତ ଅଥବା ନିଯୁକ୍ତ ବ୍ୟକ୍ତିମାନଙ୍କ ଦ୍ଵାରା ପ୍ରଶାସିତ ଏବଂ ସେମାନେ ମଧ୍ୟ ଦାୟୀ । ପ୍ରାଥମିକ ସମିତିଗୁଡିକର ସଭ୍ୟମାନେ ସମାନ ଭୋଟ ଅଧିକାର ପାଇବେ ଗୋଟିଏ ସଭ୍ୟ, ଗୋଟିଏ ଭୋଟ,ପ୍ରାଥମିକ ସମିତି ଭିନ୍ନ ଅନ୍ୟ ସମିତିଗୁଡିକରେ ପ୍ରଶାସନ ଗଣତାନ୍ତ୍ରିକ ପଦ୍ଧତିରେ ତଥା ଉପଯୁକ୍ତ ପ୍ରକାରେ ପରିଚାଳିତ ହେବ । ଅଂଶ ମୂଳଧନ କେବଳ ସୀମିତ ହାରର ସୁଧ ପାଇବ । ସମିତିର କାର୍ଯ୍ୟରୁ ଉଭୁତ ଆର୍ଥିକ ଫଳ ନିର୍ଦ୍ଧାରିତ ପଦ୍ଧତିରେ ଆବଣ୍ଟିତ ହେବ । ଏହା ନିମ୍ନ ମତେ ସଭ୍ୟମାନଙ୍କ ବିଚାର ଦ୍ଵାରା କରାଯିବ । ସମବାୟ ସମିତିର କାରବାର ଉନ୍ନତି ନିମନ୍ତେ ବ୍ୟବସ୍ଥା ଦ୍ଵାରା ସାଧାରଣ ସେବାର ବ୍ୟବସ୍ଥା ଦ୍ଵାରା, ଅଥବା ସମିତି ସହିତ ସଭ୍ୟମାନଙ୍କର କାରବାର ଅନୁପାତରେ ସଭ୍ୟମାନଙ୍କ ମଧ୍ୟରେ ବନ୍ଦ ଦ୍ଵାରା । ଉଭୟ ଅର୍ଥନୈତିକ ଏବଂ ଗଣତାନ୍ତ୍ରିକ, ସହଯୋଗ ବା ସମବାୟର ନୀତି ଏବଂ ପ୍ରଯୁକ୍ତି ବା କୌଶଳ ରେ ସମସ୍ତ ସମବାୟ ସମିତି ସେମାନଙ୍କର ସଭ୍ୟ, ଅଧିକାରୀ ଏବଂ କର୍ମଚାରୀ ଓ ଜନସାଧାରଣଙ୍କ ଶିକ୍ଷା ନିମନ୍ତେ ବ୍ୟବସ୍ଥା କରିବେ । ସମସ୍ତ ସମବାୟ ସଂସ୍ଥା ସେମାନଙ୍କର ସଭ୍ୟ ଏବଂ ସାମ୍ପ୍ରଦାୟମାନଙ୍କ ସ୍ଵାର୍ଥର ସର୍ବୋକୃଷ୍ଟ ସେବା ଉଦ୍ଦେଶ୍ୟରେ, ସ୍ଥାନୀୟ ଜାତୀୟ ଏବଂ ଅନ୍ତର୍ଜାତିକ ସ୍ତରରେ କାର୍ଯ୍ୟର ସାଫଲ୍ୟ ନିମନ୍ତେ ଲକ୍ଷ ରଖିଥିବା ସହଯୋଗୀ ସମବାୟ ସହିତ ପ୍ରତ୍ୟେକ ବ୍ୟବହାରଗତ ବା ବ୍ୟାବହାରିକ ମାର୍ଗରେ ସକ୍ରିୟଭାବେ ସହଯୋଗ ରକ୍ଷା କରିବେ । ସଂକ୍ଷିପ୍ତ ନାମ, ପରିଷଦ ଏବଂ ପ୍ରାରମ୍ଭ ଏହି ଆଇନକୁ ସମବାୟ ସମିତି ଆଇନ,୧୯୬୨ କୁହାଯିବ । ଏହା ସମଗ୍ର ରାଜ୍ୟ ପ୍ରତି ଲାଗୁ ହେବ । ରାଜ୍ୟ ସରକାର ଗେଜେଟରେ ପ୍ରକାଶନ କରିବା ତାରିଖରୁ ଏହା କାର୍ଯ୍ୟକାରୀ ବା ବଳବର୍ତ୍ତର ହେବ। ସଂଜ୍ଞା ପ୍ରସଙ୍ଗଗତ ଅସଙ୍ଗତ ନଥିଲେ ଏହି ଆଇନରେ – “ପ୍ରବର୍ତ୍ତନ ଅଞ୍ଚଳ” କହିଲେ ଯେଉଁ ଅଞ୍ଚଳକୁ ସଭ୍ୟ ଆସିଥିବେ ସେହି ଅଞ୍ଚଳକୁ ବୁଝାଇବ । “ସଞ୍ଚାଳକ ମଣ୍ଡଳୀ“ କହିଲେ , ସମବାୟ ସମିତିର କାର୍ଯ୍ୟ ପରିଚାଳନା ନ୍ୟସ୍ତ ହୋଇ ଯେ କୌଣସି ନାମରେ ନାମିତ ହୋଇଥିବା ଏକ ସମିତିର ନିୟନ୍ତ୍ରକ ମଣ୍ଡଳୀ କୁ ବୁଝାଇବ । “ଉପ-ବିଧି” କହିଲେ କାର୍ଯ୍ୟକାରୀ ବା ପ୍ରଚଳିତ ହୋଇଥିବା ନିବନ୍ଧିତ ଉପ-ବିଧି କୁ ବୁଝାଇବ । “ ମୁଖ୍ୟ ପରିଚାଳକ “ କହିଲେ , ସଞ୍ଚାଳକ ମଣ୍ଡଳୀର ତତ୍ତ୍ଵାବଧାନ, ନିୟନ୍ତ୍ରଣ ଏବଂ ନିର୍ଦ୍ଦେଶ ର ବଶବର୍ତ୍ତୀତାରେ ଉକ୍ତ ନିର୍ଦ୍ଦେଶକ ମଣ୍ଡଳୀ ଙ୍କ ଦ୍ଵାରା ସମବାୟ ସମିତିର କାର୍ଯ୍ୟ ପରିଚାଳନା ନ୍ୟସ୍ତ କରାଯାଇଥିବା ବ୍ୟକ୍ତିଙ୍କୁ ବୁଝାଇବ । “ସମବାୟ“ କହିଲେ ଏହି ଆଇନାନୁଯାୟୀ ନିବନ୍ଧିତ ଅଥବା ନିବନ୍ଧକ ବୋଲି ମାନେ କରାଯାଉଥିବା ଏକ ସଂସ୍ଥାକୁ ବୁଝାଇବେ । “ ସମବାୟ ଭିତ୍ତି” କହିଲେ ଏହି ଆଇନରେ ଗଣତି କରାଯାଇଥିବା ସମବାୟ ନୀତିକୁ ବୁଝାଇବେ । “ସଙ୍ଘିୟ ସମବାୟ“ କହିଲେ ଏକ ସମବାୟକୁ ବୁଝାଇବ ଯାହାର ସଭ୍ୟପଦ କେବଳ ସମବାୟକୁ ପ୍ରାପ୍ତବ୍ୟ । ସମବାୟ ସଂପର୍କରେ “ସାଧାରଣ ସଂଘ“ କହିଲେ ସମିତିର ସମସ୍ତ ସଭ୍ୟଙ୍କୁ ବୁଝାଇବ । “ସଭ୍ୟ“ କହିଲେ ସମବାୟରେ ସେପରି ସଭ୍ୟରୂପେ ପ୍ରବେଶ କରିଥିବା ବ୍ୟକ୍ତିଙ୍କୁ ବୁଝାଇବ । “ଅଧିକାରୀ“ କହିଲେ , ସେପରି ସମବାୟ ସମିତିର ଯେକୌଣସି ଦପ୍ତର କୁ ଏକ ସମବାୟ ସମିତି ଦ୍ଵାରା ନିର୍ବାଚିତ ଅଥବା ନିଯୁକ୍ତ ବ୍ୟକ୍ତିଙ୍କୁ ବୁଝାଇବେ । “ଅଧିକାରୀ“ କହିଲେ ,ସେପରି ସମବାୟ ସମିତିରି ଯେକୌଣସି ଦପ୍ତରର ଏକ ସମବାୟ ସମିତିଦ୍ଵାରା ନିର୍ବାଚିତ ଅଥବା ନିଯୁକ୍ତ ବ୍ୟକ୍ତିଙ୍କୁ ବୁଝାଇବ । “ସାହାଯ୍ୟ ଫେରସ୍ତ କହିଲେ ବର୍ଷ ମଧ୍ୟରେ ସମବାୟ ସମିତି ସଭ୍ୟମାନଙ୍କର କାରବାର ବା ନେଣଦେଣ ର ଅନୁପାତ ଅନୁଯାୟୀ ସେହି ସଭ୍ୟମାନଙ୍କୁ ଦିଆଯାଇଥିବା ବାର୍ଷିକ ଫେରସ୍ତକୁ ବୁଝାଇବ। “ନିବନ୍ଧକ” କହିଲେ, ଦଫା୧୬ ଅନୁଯାଇ ନିଯୁକ୍ତ ସମବାୟ ସମିତିର ନିବନ୍ଧକକୁ ବୁଝାଇବ ଏବଂ ଏହି ଆଇନାନୁଯାୟୀ ନିବନ୍ଧକଙ୍କ ସମସ୍ତ ଅଥବା ଯେକୌଣସି କ୍ଷମତା ଯେଉଁ ବ୍ୟକ୍ତିଙ୍କୁ ପ୍ରଦତ୍ତି ସେହି ବ୍ୟକ୍ତି ମଧ୍ୟ ଏହାର ଅନ୍ତର୍ଭୁକ୍ତ । “ରାଜ୍ୟ“ କହିଲେ ରାଜ୍ୟକୁ ବୁଝାଇବ। “ପ୍ରାଥମିକ ସମବାୟ ସମିତି“ କହିଲେ ଏକ ସମବାୟକୁ ବୁଝାଇବ ଯାହାର ସଭ୍ୟପଦ କେବଳ ବ୍ୟକ୍ତିଙ୍କୁ ପ୍ରାପ୍ତବୀ ଅଟେ । ଆଧାର – ଦ ଲ ହାଉସ