ଓଡିଶା ଭୂ – ସଂସ୍କାର (ସାଧାରଣ) ନିୟମାବଳୀ , ୧୯୬୫ ବୋଲି କୁହାଯିବ । ଏହି ନିୟମାବଳୀରେ , ଯଦି ସୂଚୀ ଅନ୍ୟଥା ଆବଶ୍ୟକନ କରେ : - ‘ ଆଇନ୍ ’ ଅର୍ଥ , ଓଡିଶା ଭୂ –ସଂସ୍କାର ଆଇନ୍ , ୧୯୬୦ (୧୬/୧୯୬୦); ‘ ଫର୍ମ ’ ଅର୍ଥ , ଏହି ନିୟମାବଳୀ ପ୍ରତି ପରିଶିଷ୍ଠରେ ଉଲ୍ଲେଖିତ କୌଣସି ଫର୍ମ ‘ ସୂଚୀ ’ ଅର୍ଥ , ଏହି ନିୟମାବଳୀ ସହ ସାଯୁକ୍ତ କୌଣସି ସୂଚୀ ; ‘ ଦଫା ’ ଅର୍ଥ , ଏହି ଆଇନ୍ ର କୌଣସି ଦଫା ; ‘ତହସିଲ୍ ଦାର୍ ’ କୌଣସି ଅତିରିକ୍ତ ତହସିଲ୍ ଦାର୍ ଙ୍କୁ ଅନ୍ତର୍ଭୁକ୍ତ କରେ ; ‘ ଗ୍ରାମ ’ ର ସେହି ଅର୍ଥ ରହିବା , ଯେପରି , ଓଡିଶା ସର୍ବକ୍ଷେଣ ଏବଂ ବନ୍ଦୋବସ୍ତ ଆଇନ୍ , ୧୯୫୮ (ଓଡିଶା ଆଇନ୍ ସଂଖ୍ୟା ୩/୧୯୫୯ )ରେ , ଏହା ପ୍ରତି ନ୍ୟସ୍ତ । ଏହି ନିୟମାବଳୀରେ ବ୍ୟବହୃତ ସମସ୍ତ ଶବ୍ଦାବଳୀ ଏବଂ ଉକ୍ତି , ମାତ୍ର ଯାହା ସେଥିରେ ସଂଜ୍ଞାୟୀତ ହୋଇ ନାହିଁ , ସେଗୁଡିକର ସେହି ଅର୍ଥ ରହିବ , ଯେପରି ଏହି ଆଇନ୍ ରେ ସେଗୁଡିକୁ ଯଥାକ୍ରମେ ନ୍ୟସ୍ତ କରାଯାଇଛି । ଆଇନ୍ ଅନୁଯାୟୀ,କାର୍ଯ୍ୟାନୁଷ୍ଠାନ ଏହି ଆଇନ୍ ଅନୁଯାୟୀ,କାର୍ଯ୍ୟାନୁଷ୍ଠାନ ଗୁଡିକର ପରିଚାଳନା : - ଏହି ଆଇନ୍ ଏବଂ ନିୟମାବଳୀ ଅନୁଯାୟୀ, ରାଜସ୍ୱ ଉଚ୍ଚ କର୍ମଚାରୀଙ୍କ ସମ୍ମୁଖରେ ଥିବା ସମସ୍ତ କାର୍ଯ୍ୟାନୁଷ୍ଠାନ, ସଂକ୍ଷିପ୍ତ ପ୍ରକୃତିର ହେବ । କୌଣସି ସାକ୍ଷୀର ସାକ୍ଷର ସାରାଂଶକୁ, ରାଜସ୍ୱ ଉଚ୍ଚକର୍ମଚାରୀ, ଏକ ସ୍ମାରକପତ୍ର ଆକାରରେ ଲିପିବଦ୍ଧ କରିବେ, ଯାହାକି ଉକ୍ତ ଅଧିକାରୀଙ୍କ ଦ୍ଵାରା ସ୍ଵାକ୍ଷରିତ ହେବ ଏବଂ ତାହା, ଏପରି ନଥିର ଏକ ଅଂଶ ଗଠନ କରିବ । ସଂପୃକ୍ତ ପକ୍ଷମାନଙ୍କୁ କୌଣସି ଯଥାଯଥ ଶୁଣାଣୀର ସୁଯୋଗ ପ୍ରଦାନ ନକରି, କୌଣସି କାର୍ଯ୍ୟାନୁଷ୍ଠାନରେ, କୌଣସି ଆଦେଶ ପ୍ରଦାନ କରାଯିବ ନାହିଁ । ଧାର୍ଯ୍ୟ ତାରିଖରେ, ରାଜସ୍ୱ ଉଚ୍ଚକର୍ମଚାରୀଙ୍କ ସମ୍ମୁଖରେ ତାଙ୍କ ସାକ୍ଷୀ ଏବଂ ଦଲିଲ୍ ଉପସ୍ଥାପନ କରିବା , ଆପତ୍ତିକାରୀଙ୍କର ଦାୟିତ୍ଵ ହେବ, ପକ୍ଷମାନଙ୍କର ତଥା ସାକ୍ଷୀମାନଙ୍କର ଉପସ୍ଥିତିକୁ ବଳବତ୍ତର କରିବା ଏବଂ ଦଲିଲ୍ ର ଉପସ୍ଥାପନା ବିଷୟରେ, ରାଜସ୍ୱ କର୍ମଚାରୀଙ୍କର କୌଣସି ଦେୱାନୀ ନ୍ୟାୟାଳୟରେ କ୍ଷମତା ରହିବ, ଯାହାକି ଦେୱାନୀ କାର୍ଯ୍ୟ ପଦ୍ଧତି ସଂହିତା ଅନୁଯାୟୀ ପରିଚାଳନୀୟ ଅଟେ । ସୂଚନା ଜାରୀର ପଦ୍ଧତି ଏହି ଆଇନ୍ କିମ୍ବା ନିୟମାବଳୀ ଅନୁଯାୟୀ ଆବଶ୍ୟକ ସମସ୍ତ ସୂଚନା ଲିଖିତଭାବେ ହେବ । ଜମିଦାରଭାବେ, ସରକାରଙ୍କ ଦ୍ଵାରା, ଏହି ଆଇନ୍ କିମ୍ବା ନିୟମାବଳୀ ଅନୁଯାୟୀ, ଯେଉଁ ସ୍ଥଳରେ କୌଣସି ସୂଚନା କିମ୍ବା ନିର୍ଗମ କରିବା ଆବଶ୍ୟକ ହୁଏ; ସେପରିସ୍ଥଳେ ଏହା ତହସିଲ୍ ଦାରଙ୍କ ଦ୍ଵାରା ଜାରୀ କରାଯିବ କିମ୍ବା ନିର୍ଗମ କରାଯିବ । ଯେଉଁ ସ୍ଥଳରେ, ଏହି ଆଇନ୍ କିମ୍ବା ଏହି ନିୟମାବଳୀ ଦ୍ଵାରା ଧାର୍ଯ୍ୟ , ସୂଚନାର ଜାରୀ ନିମନ୍ତେ କୌଣସି ପଦ୍ଧତି ନଥାଏ, ସେପରିସ୍ଥଳେ ଦେୱାନୀ କାର୍ଯ୍ୟବିଧି ସଂହିତା, ୧୯୦୮ (୫/୧୯୦୮) ଅନୁଯାୟୀ ଆହ୍ଵାନ ଜାରୀ କରିବା ପଦ୍ଧତିରେ, ଜଣେ ବ୍ୟକ୍ତି ଉପରେ ଏପରି ସୂଚନା ଜାରୀ କରାଯିବ । ଯଦି ଏପରି ସୂଚନା ଦଳେ ବ୍ୟକ୍ତିଙ୍କୁ କିମ୍ବା ସାଧାରଣଭାବେ ଜଣେ ବ୍ୟକ୍ତିଙ୍କୁ ସଂବୋଧିତ ହୋଇଥାଏ, ସେପରିସ୍ଥଳେ ଦେୱାନୀ କାର୍ଯ୍ୟବିଧି ସଂହିତା, ୧୯୦୮ (୫/୧୯୦୮) ଅନୁଯାୟୀ କୌଣସି ପ୍ରତିବାଦ ଉପରେ ଆହ୍ଵାନ ଜାରୀ ନିମନ୍ତେ ଧାର୍ଯ୍ୟ ପଦ୍ଧତିରେ ଏହା ଜାରୀ କରାଯିବ କିମ୍ବା ବାଦ୍ୟ ଦ୍ଵାରା ଘୋଷଣା କରାଯିବ କିମ୍ବା ଗ୍ରାମର କୌଣସି ଆଖିଦୃଶିଆ ସ୍ଥାନରେ, ଖୁବ୍ କମ୍ ରେ ଦୁଇଜଣ ବ୍ୟକ୍ତିଙ୍କ ଉପସ୍ଥିତିରେ ତାହା ସଂଯୋଗ କରି, ଜାରୀ କରାଯିବ । କୌଣସି ବାସିନ୍ଦା – ବିହିନ ଗ୍ରାମ କ୍ଷେତ୍ରରେ, କୌଣସି ସାଧାରଣ ସୂଚନାର ଜାରୀ, ନିକଟସ୍ଥ କୌଣସି ମାନବ ଅଧ୍ୟୁଷିତ ଗ୍ରାମରେ ଜାରୀ କରାଯିବ । ଦଫା ‘କ’ ଦଫା ୨ର ଧାରା (୫ - କ) ଅନୁଯାୟୀ ଜମିର ଶ୍ରେଣୀ : - ଖତିୟାନରେ ଅନ୍ତର୍ଭୁକ୍ତିରେ ଉଲ୍ଲେଖରେ ତଥା ସେତେବେଳେ ବଳବତ୍ତର ଥିବା କୌଣସି ଆଇନ୍ କିମ୍ବା ନିୟମ କିମ୍ବା ଆଦେଶ ଅନୁଯାୟୀ ପ୍ରସ୍ତୁତ ଅନ୍ୟ ନଥିର ଉଲ୍ଲେଖରେ ଜମିର ଶ୍ରେଣୀ ବିଭାଗ ସ୍ଥିର କରାଯିବ, ଯେପରି ଆବଶ୍ୟକ ଅଟେ । ଆଧାର – ଲଅ ହାଉସ