ହିସାବ ପଦ୍ଧତି ଅନ୍ତର୍ଭୁକ୍ତ ପ୍ଲଟଗୁଡିକର ସଂଖ୍ୟା ଭିତ୍ତିରେ, ମାପଚୁପ କିମ୍ବା ପରିଦର୍ଶନ ନିମନ୍ତେ ଶୁଳ୍କ ଗଣନା କରାଯାଏ । ମାପଚୁପ କ୍ଷେତ୍ରରେ ସଠିକ୍ ଭାବେ ଗଣନା କରିବା ସମ୍ଭବ ନୁହେଁ । ସେହି ଏକା ସମୟରେ, ପାରାଗ୍ରାଫ ୬୦ ଆବଶ୍ୟକ କରେ ଯେ, ଯଦି ଶୁଳ୍କ ଆଦାୟ କରାଯାଏ ନାହିଁ; ତା ହେଲେ କୌଣସି ମାପଚୁପ କିମ୍ବା ତଦନ୍ତ ଗ୍ରହଣ କରାଯିବ ନାହିଁ । ନାମାନ୍ତରଣ ଆବେଦନପତ୍ରରୁ କିମ୍ବା ଦଲିଲ୍ ଯାହାକି ମୋକଦ୍ଦମାର ପ୍ରାରମ୍ଭ ବିନ୍ଦୁ ଗଠନ କରେ, ଏହା ସର୍ବଦା ସମ୍ଭବ ଯେ, ପ୍ରାୟ କେତେ ସଂଖ୍ୟକ ପ୍ଲଟ, ମାପଚୁପ ଏବଂ/କିମ୍ବା ତଦନ୍ତରେ ଅନ୍ତର୍ଭୁକ୍ତ ହେବାର ସମ୍ଭାବନା ଅଛି ଏବଂ ସେହି ଭିତ୍ତିରେ ଶୁଳ୍କ ଗଣନା କରାଯିବ । ଯେତେ ଶୀଘ୍ର ମାପଚୁପର ବିବରଣୀ ଗୃହୀତ ହୁଏ, ସେତେବେଳେ ତହସିଲଦାର୍ ଦେୟ ସଠିକ୍ ଶୁଳ୍କ ରାଶି ଗଣନା କରିବେ, ପୂର୍ବରୁ ଆଦାୟ କରାଯାଇଥିବା ଅର୍ଥରାଶି ଏବଂ ବଳକା ଯଦି କିଛି ଥାଏ, ଯାହାକି ଆଦାୟ କରାଯିବ । ଯଦି ପକ୍ଷକୁ ସେ ପ୍ରଦାନ କରିଥିବା ଅର୍ଥ ରାଶିଠାରୁ ଅଧିକ ଅର୍ଥରାଶି ପ୍ରଦାନ କରିବାର ଥାଏ, ତାହେଲେ ଏକ ଧାର୍ଯ୍ୟ ତାରିଖରେ ବଳକା ଅର୍ଥରାଶି ପ୍ରଦାନ କରିବା ନିମନ୍ତେ ତାଙ୍କୁ ଆହ୍ଵାନ କରାଯିବ । ଯଦି ସେ ଠିକ୍ ସମୟରେ ଅର୍ଥ ପ୍ରଦାନ ନକରେ, ସେପରିସ୍ଥଳେ ମୋକଦ୍ଦମା ଅଗ୍ରଗତି କରିବ, ଯେପରି କ୍ଷେତ୍ର ତଦନ୍ତ କିମ୍ବା ମାପଚୁପ, ଏପରି ସଂଖ୍ୟକ ପ୍ଲଟ ନିମନ୍ତେ ଅନ୍ତର୍ଭୁକ୍ତ, ଯାହାକି ପୂର୍ବରୁ ପ୍ରଦାନ କରାଯାଇଥିବା ଶୁଳ୍କ ଦ୍ଵାରା ଆବୃତ । ଯଦି ଏହା ସମ୍ଭବ ନହୁଏ, ସେପରିସ୍ଥଳେ ମୋକଦ୍ଦମାଊ ଫଇସଲା କରାଯିବ ଯେପରି ଶୁଳ୍କ ପ୍ରଦାନ କରାଯାଇ ନାହିଁ । ଏପରି କୌଣସି କ୍ଷେତ୍ରରେ ସଂପୃକ୍ତ କାର୍ଯ୍ୟ ପୂର୍ବରୁ ଜମା କରାଯାଇଥିବା ଶୁଳ୍କ ଫେରସ୍ତ କରାଯିବ ନାହିଁ । ଫେରସ୍ତ କେବଳ ଅନୁମୋଦନ କରାଯିବ, ଯେତେବେଳେ ପ୍ରଦାନ କରାଯାଇଥିବା ଶୁଳ୍କ, ଆଦାୟ ଅର୍ଥରାଶିଠାରୁ ଅଧିକ ହୋଇଥାଏ । ନିମ୍ନରେ ପ୍ରାରାଗ୍ରାଫ୍ ୧୧୭ରେ ଫେରସ୍ତ କରିବା ପଦ୍ଧତି ଉଲ୍ଲେଖ କରାଯାଇଛି ।ଏପରି ବିଷୟକୁ ସ୍ପଷ୍ଟ କରିବା ନିମନ୍ତେ, ନିମ୍ନ ବିଷୟ ଏକ ଉଦାହରଣ ଅଟେ : - ଚାରୋଟି ପ୍ଲଟ ଧାରଣ କରିଥିବା କୌଣସି ‘ହୋଲଡିଂ’ ରୟତଭାବେ ତିନିଜଣ ବ୍ୟକ୍ତି ‘କ’, ‘ଖ’ ଏବଂ ‘ଗ’ ଯୁଗ୍ମଭାବେ ନଥିଭୁକ୍ତ ହୋଇଥିଲେ । ଉକ୍ତ ‘ହୋଲଡିଂ’ କୁ ବିଭାଜନ କରି, ସେମାନେ ଏକ ନିବନ୍ଧିତ ଦଲିଲ୍ ସଂପାଦନ କରିଥିଲେ । ଏହି ଦଲିଲ୍ ବଳରେ, ସେମାନେ ଅଧିକାର ନଥିର କିମ୍ବା ଖତିୟାନର ସଂଶୋଧନ ଚାହୁଁଥିଲେ ଯେ ସେମାନଙ୍କର ପ୍ରତ୍ୟକ ନିମନ୍ତେ ଆବଣ୍ଟନ କରାଯାଉ, ଯେହେତୁ କୌଣସି ‘ହୋଲଡିଂ’ କୌଣସି ପ୍ଲଟ ବିଭାଜନ ଅନ୍ତର୍ଭୁକ୍ତ କରେ ନାହିଁ, ସେପରିସ୍ଥଳେ ଏହା ଆବଶ୍ୟକ ଯେ, ପ୍ରତ୍ୟକଙ୍କ ଅଂଶ ପ୍ରତି ଆବଣ୍ଟିତ ଜମି, ଯାହାକି ବିଭାଜନ ଦଲିଲ୍ ରେ ଧାରଣ କରାଯିବା ଉଚିତ୍, ତାକୁ ସମ୍ପୂର୍ଣ୍ଣ ପ୍ଲଟରେ ପରିଣତ କରାଯିବ । ଏହା ପ୍ରକୃତରେ ମାପଚୁପକୁ ଅନ୍ତର୍ଭୁକ୍ତ କରେ । ବିଭାଜନ ଦଲିଲ୍ ସୂଚୀତ କରେ ଯେ, ସମସ୍ତ ଚାରୋଟି ପ୍ଲଟ, ବିଭାଜନ ସମୟରେ ବିଭକ୍ତ କରାଯାଇଛି । ମାପଚୁପରେ ଅନ୍ତର୍ଭୁକ୍ତ ପ୍ଲଟ ସଂଖ୍ୟାକୁ ସେଥିପାଇଁ ୧୨ ଭାବେ ଧରାଯିବ ଏବଂ ୧୨ଟି ପ୍ଲଟ ନିମନ୍ତେ ଶୁଳ୍କ ପ୍ରଥମରୁ ଆଦାୟ କରାଯିବ । ସେଥିରେ କିଛି ଯାଏ ଆସେ ନାହିଁ ଯେ, ଉକ୍ତ ତିନି ବ୍ୟକ୍ତିଙ୍କ ମଧ୍ୟରୁ କିଏ ଶୁଳ୍କ ପ୍ରଦାନ କରିଛି, କାରଣ ‘ହୋଲଡିଂ’ ଯୁଗ୍ମ ଭାବେ ନଥିଭୁକ୍ତ ହୋଇଛି ଏବଂ ପ୍ରତ୍ୟକ ଯୁଗ୍ମଭାବେ, ‘ହୋଲଡିଂ’ ନିମନ୍ତେ ସମସ୍ତ ଆଇନ୍ ଗତ ଅର୍ଥପ୍ରଦାନ ନିମନ୍ତେ ଦାୟୀ ଅଟନ୍ତି । ତେଣୁ ତହସିଲଦାର୍ ସେମାନଙ୍କ ମଧ୍ୟରୁ କୌଣସି ବ୍ୟକ୍ତି କିମ୍ବା ସମସ୍ତଙ୍କୁ ଶୁଳ୍କ ପ୍ରଦାନ କରିବା ନିମନ୍ତେ ଆହ୍ଵାନ କରିପାରନ୍ତି । କେବଳ ଯେତେବେଳେ ୧୩ଟି ପ୍ଲଟ ନିମନ୍ତେ ଶୁଳ୍କ ଆଦାୟ କରାଯାଏ, ସେତେବେଳେ ପାରାଗ୍ରାଫ ୬୪ରେ ଆବଶ୍ୟକ ଅନୁଯାୟୀ ମାପଚୁପ ନିମନ୍ତେ ଆଦେଶ ଦିଆଯାଇପାରେ । ଯଦି ମାପଚୁପ ସମୟରେ, ଏହା ଦେଖାଯାଏ ଯେ, ଉକ୍ତ ୪ଟି ପ୍ଲଟକୁ ୧୪ଟି ନୂତନ ପ୍ଲଟରେ ବିଭାଜନ କରାଯିବ, ସେପରିସ୍ଥଳେ ଦୁଇଟି ଅଧିକ ପ୍ଲଟ ନିମନ୍ତେ ଆଦାୟ କରାଯିବ । ଯଦି ଏପରି ଶୁଳ୍କ ଯଥାଯଥ ସମୟ ମଧ୍ୟରେ ପ୍ରଦାନ କରାଯାଏ ନାହିଁ, ତାହାଲେ ମୋକଦ୍ଦମା ଅଗ୍ରଗତି କରିବ ଏବଂ ଯଦି ସମ୍ଭବ ହୁଏ, ତାହେଲେ ୧୨ଟି ପ୍ଲଟ ସହିତ ୩ଟି ହୋଲଡିଂ ସୃଷ୍ଟି କରିବା ନିମନ୍ତେ, ନଥିର ସଂଶୋଧନ ନିମନ୍ତେ ଆଦେଶ ପ୍ରଦାନ କରାଯିବ । ଯଦି ଏହା ସମ୍ଭବ ନହୁଏ, ବିଭାଜନ ନିମନ୍ତେ ପ୍ରାର୍ଥନାକୁ ନାକଚ କରାଯିବ, ମାତ୍ର ପୂର୍ବରୁ ଆଦାୟ କରାଯାଇଥିବା ଶୁଳ୍କ ଫେରସ୍ତ କରାଯିବ ନାହିଁ । ଯଦି ଅନ୍ୟ ପକ୍ଷରେ ସମସ୍ତ ପ୍ଲଟ ସଂଖ୍ୟା ଯେଉଁଥିରେ ଯୁଗ୍ମ ‘ହୋଲଡିଂ’ ର ୪ଟି ପ୍ଲଟକୁ କରାଯିବା କଥା, ତାହା ୧୧ ହୁଏ, ସେପରିସ୍ଥଳେ ଦ୍ଵାଦଶ ପ୍ଲଟ ନିମନ୍ତେ ଆଦାୟ କରାଯାଇଥିବା ଶୁଳ୍କକୁ ଫେରସ୍ତ କରାଯିବ । ଆଦେଶ ଫର୍ଦ୍ଦରେ ଆଦାୟ କରାଯିବାକୁ ଥିବା ପ୍ରକୃତ ଅର୍ଥରାଶିକୁ, ଉକ୍ତ ମୋକଦ୍ଦମାରେ ଚୁଡାନ୍ତ ଆଦେଶ କରିବା ସମୟରେ, ତହସିଲଦାର୍ ଙ୍କ ଦ୍ଵାରା ଲିପିବଦ୍ଧ କରାଯିବ । ମାପଚୁପ ଶୁଳ୍କ କିମ୍ବା ନାମାନ୍ତରଣ ଶୁଳ୍କ ଭାବେ ଆଦାୟ କରାଯାଇଥିବା ସମସ୍ତ ଅର୍ଥରାଶିକୁ, ଯେତେ ଶୀଘ୍ର ତାହା ଆଦାୟ କରାଯାଏ, ତାହା ମାପଚୁପ ଏବଂ ନାମାନ୍ତରଣ ଶୁଳ୍କ ରେଜିଷ୍ଟରରେ ହିସାବମୁକ୍ତ କରାଯିବ । ଶୀର୍ଷ ୭-ଜମି, ଖଜଣା-କେ-ବିବିଧା-୧୩- ନାମାନ୍ତରଣ ଏବଂ ମାପଚୁପ ଶୁଳ୍କ ଅନୁଯାୟୀ ତାକୁ ତହସିଲରେ ଜମା କରାଯିବ । ଯେଉଁ ଚାଲାନ୍ ଅନୁଯାୟୀ ଉକ୍ତ ଅର୍ଥରାଶିକୁ ତହବିଲରେ ଜମା କରାଗଲା, ତାକୁ ସମୀକରଣ ସମୟରେ ଉଲ୍ଲେଖ ନିମନ୍ତେ ଏକ ଗାର୍ଡ ଫାଇଲ୍ ରେ କ୍ରମାନ୍ଵୟରେ ସଂଯୁକ୍ତ କରାଯିବ । ସେଗୁଡିକୁ, ଆଭ୍ୟନ୍ତରୀଣ ସମୀକରଣ ସଂସ୍ଥା ଦ୍ଵାରା ପରିଚାଳିତ କୌଣସି ଉପାଦେୟ ହିସାବର ସମୀକରଣ ପରେ ନଷ୍ଟ କରାଯାଇପାରେ ଏବଂ ସମୀକରଣ ଟିପ୍ପଣୀରେ ପ୍ରଦାନ କରାଯାଇଥିବା ଆପତ୍ତି ଏବଂ ଉଲ୍ଲେଖ ସନ୍ତୋଷଜନକ ଭାବେ ବନ୍ଦ କରାଯିବ । ପ୍ରତ୍ୟକ ମାସର ପ୍ରଥମ ସପ୍ତାହରେ ତହସିଲଦାର୍ ଓ.ବି.ସି. ଫର୍ମ ନଂ-୩୯ରେ ଏକ ଫେରସ୍ତ ବିଲ୍ ପ୍ରସ୍ତୁତ କରିବେ, ଯାହାକି ଓଡିଶା ଟ୍ରେଜେରୀ କୋର୍ଡ, ଭଲ୍ୟୁମ-୧ର ଏସ୍ ଆର୍ ୩୪୭ରେ ଧାରିତ ନିର୍ଦ୍ଦେଶାବଳୀ ଅନୁଯାୟୀ କରାଯିବ ଏବଂ ଏହା ପ୍ରତ୍ୟକ ମୋକଦ୍ଦମାରେ କରାଯିବ, ଯେଉଁଥିରେ ପ୍ରତି ମାସରେ ଶୁଳ୍କର ଫେରସ୍ତିକୁ ଅନୁମୋଦନ କରାଯାଇଥାଏ । ଜମା ଏବଂ ଅର୍ଥ ପ୍ରଦାନର ଯାଞ୍ଚ ନିମନ୍ତେ, ତା ପରେ ସେ ଏହି ବିଲ୍ ଗୁଡିକୁ ତହସିଲ୍ ଅଧିକାରୀଙ୍କୁ ପ୍ରେରଣ କରିବେ, ଯେପରି ଉକ୍ତ ସଂହିତାର ଏସ୍ ଆର୍ ୩୪୯ରେ ଧାର୍ଯ୍ୟ କରାଯାଇଛି । ଯଦି ତହସିଲଦାର୍ ଜଣେ ଆହରଣକାରୀ ଅଧିକାରୀ ହୋଇନଥାଆନ୍ତି, ଯାହାଙ୍କ ସହିତ ସେ ସଂପୃକ୍ତ ବିଲ୍ ଆହରଣକରିବା ନିମନ୍ତେ ଦାୟୀ ରହିବେ । ଯଦି କୌଣସି ଅପରିହାର୍ଯ୍ୟ କାରଣ ଯୋଗୁ; ଆହରଣ କରାଯାଇଥିବା ଅର୍ଥରାଶିକୁ, ତହବିଲ୍ ରୁ ଆହରଣ କରିବା ତାରିଖରୁ ଏକମାସ ମଧ୍ୟରେ ପ୍ରଦାନ କରାଯାଇନପାରେ, ସେପରିସ୍ଥଳେ ଏହାକୁ ରାଜସ୍ୱ ଜମା ଭାବେ ସ୍ଥାପନ କରାଯିବ । ଚାଲାନରେ ତାରିଖର ଉଲ୍ଲେଖ, ଯାହା ଅନୁଯାୟୀ କୌଣସି ଅର୍ଥରାଶିକୁ ରାଜସ୍ୱ ଜମାଭାବେ ସ୍ଥାପନ କରାଯାଇଥାଏ, ତାକୁ ଉପାଦେୟ ରେଜିଷ୍ଟରର ଉପାଦେୟ ସ୍ତମ୍ଭରେ ଉଲ୍ଲେଖ କରାଯିବ । ରେଜିଷ୍ଟର ଏବଂ ରିଟର୍ଣ୍ଣ ନ୍ୟାୟାଳୟ ଡାଏରୀ ଅତିରିକ୍ତରେ, ନିମ୍ନଲିଖିତ ରେଜିଷ୍ଟର ତହସିଲଦାର୍ ଙ୍କ ଦ୍ଵାରା ରକ୍ଷଣାବେକ୍ଷଣ କରାଯିବ : - ନାମାନ୍ତରଣ ରେଜିଷ୍ଟର; ନ୍ୟାୟାଳୟ ଶୁଳ୍କ ରେଜିଷ୍ଟର; ଆଦେଶିକାର ରେଜିଷ୍ଟର, ଯାହା ଜାରୀ କରିବା ନିମନ୍ତେ ନାଜିର୍ ଙ୍କୁ ହସ୍ତାନ୍ତର କରାଯାଇଥାଏ । ନାମାନ୍ତରଣ ମୋକଦ୍ଦମା ଆପତ୍ତି-ଆବେଦନପତ୍ର ରେଜିଷ୍ଟର; ରାଜସ୍ୱ ନ୍ୟାୟାଳୟରେ ସାକ୍ଷୀମାନଙ୍କ ଉପସ୍ଥିତି ରେଜିଷ୍ଟର; ମାପଚୁପ ଏବଂ ନାମାନ୍ତରଣ ଏବଂ ଶୁଳ୍କ ରେଜିଷ୍ଟର; ତହସିଲ୍ କାର୍ଯ୍ୟାଳୟରେ ବିବିଧା ଗ୍ରହଣର ଗୌଣ ରେଜିଷ୍ଟର; ଫେରସ୍ତନୀୟ ରେଜିଷ୍ଟର; ଆଦାୟ କରାଯିବାକୁ ଥିବା ନ୍ୟାୟାଳୟ ଶୁଳ୍କର ରେଜିଷ୍ଟର; ଅପିଲ୍ ରେଜିଷ୍ଟର ଅପିଲ୍ ନ୍ୟାୟାଳୟ ଦ୍ଵାରା ରକ୍ଷଣାବେକ୍ଷଣ କରାଯିବ । ନିମ୍ନଲିଖିତ ରେଜିଷ୍ଟର, ନାଇବ୍ ତହସିଲ୍ ଦାର୍ ଙ୍କ ଦ୍ଵାରା ରକ୍ଷଣାବେକ୍ଷଣ କରାଯିବ : ତହସିଲଦାର୍ ଙ୍କୁ ସୂଚୀତ କରାଯାଇଥିବା ନାମାନ୍ତରଣ ନିମନ୍ତେ, ନାଇବ୍ ତହସିଲଦାର୍ ଙ୍କ ଏକତ୍ରୀକରଣ କିମ୍ବା ଦୃଢୀକରଣ ରେଜିଷ୍ଟର; ଅର୍ଥ ଦାବୀର ରେଜିଷ୍ଟର; ପରିଶିଷ୍ଠରେ, ସମସ୍ତ ରେଜିଷ୍ଟରର ଶୀର୍ଷ ବିଷୟ ଉଲ୍ଲେଖ କିମ୍ବା ପ୍ରଦାନ କରାଯାଇଛି । ପଶିଶିଷ୍ଠ ୨୫ରେ ପ୍ରଦାନ କରାଯାଇଥିବା ଫର୍ମରେ ନାମାନ୍ତରଣ ମୋକଦ୍ଦମାଗୁଡିକର ଏକ ମାସିକିଆ ରିଟର୍ଣ୍ଣ, ପ୍ରତ୍ୟକ ମାସ ୩ ତାରିଖରେ ଜିଲ୍ଲା କଲେକ୍ଟରଙ୍କୁ, ତହସିଲ୍ ଦାରଙ୍କ ଦ୍ଵାରା ପ୍ରେରଣ କରାଯିବ । କଲେକ୍ଟର, ତହସିଲ୍ ଦାରଙ୍କ ଦ୍ଵାରା ପ୍ରେରୀତ ରିଟର୍ଣ୍ଣଗୁଡିକୁ ସଂକଳନ କରି, ଏକ ଏକତ୍ରୀକରଣ କିମ୍ବା ଦୃଢୀକରଣ କରି, ପ୍ରତ୍ୟକ ମାସ ୧୫ ତାରିଖ ଭିତରେ, ପରିଶିଷ୍ଠ-୨୬ରେ ପ୍ରଦତ୍ତ ଫର୍ମରେ, ପରିଷଦକୁ ପ୍ରେରଣ କରିବେ । ଆଧାର - ଦ ଲ ହାଉସ