ସାଧାରଣ ଏହି ସମସ୍ତ ନିର୍ଦ୍ଦେଶାବଳୀ ମଧ୍ୟରେ, ଯଦି ସୂଚୀରେ ଅନ୍ୟଥା ପ୍ରତୀତ ନହୁଏ; ‘ଆଇନ’ ଅର୍ଥ, ଓଡିଶା ପର୍ଯ୍ୟବେକ୍ଷଣ ଏବଂ ବନ୍ଦୋବସ୍ତ ଆଇନ୍, ୧୯୫୮ (୩/୧୯୫୯) ଏବଂ ନିୟମାବଳୀ ଅର୍ଥ, ତତ୍ ସଂକ୍ରାନ୍ତୀୟ ନିୟମାବଳୀ । ଯଦି ବିଷୟବସ୍ତୁ କିମ୍ବା ପ୍ରସଙ୍ଗରେ କୌଣସି ବିପରିତାର୍ଥ ନଥାଏ, ତା ହେଲେ ଏହି ମାନୁଏଲରେ ବ୍ୟବହୃତ ଶବ୍ଦାବଳୀ ଏବଂ ଉକ୍ତିର ସେହି ଏକା ଅର୍ଥ ରହିବ, ଯାହା ଏହି ଆଇନ୍ ଏବଂ ନିୟମାବଳୀରେ ସେଗୁଡିକୁ ନ୍ୟସ୍ତ କରାଯାଇଛି । ଏହି ନିର୍ଦ୍ଦେଶାବଳୀରେ, ନାଏବ୍ – ତହସିଲଦାର୍ ଅର୍ଥ, ଜଣେ ନାଇବ୍ – ତହସିଲଦାର୍, ଜଣେ ରାଜସ୍ୱ ଇନ୍ସପେକ୍ଟର ଏବଂ ରାଜସ୍ୱ ଆଦାୟ ଦାୟିତ୍ଵରେ ଥିବା ପୁରା ସମୟ ବେତନଭୋଗୀ ସରକାରୀ କର୍ମଚାରୀ ଏବଂ ଗ୍ରାମ ସ୍ତରରେ ବିବିଧା ରାଜସ୍ୱର ଅନ୍ୟାନ୍ୟ କାର୍ଯ୍ୟ କରୁଥିବା କୌଣସି ବ୍ୟକ୍ତି, ଏବଂ ଏହା ଜଣେ ସାମୟୀକ ଆଦାୟକାରୀ ପ୍ରତିନିଧିଙ୍କୁ ଅନ୍ତର୍ଭୁକ୍ତ କରେ, ତାଙ୍କର ପଦବୀ ଯାହା ହୋଇଥାଉ, ଯଥା : - ଗୌନ୍ତିଆ, ସରବରକାର, ପ୍ରଧାନ, ଗ୍ରାମାଧିକାରୀ ଇତ୍ୟାଦି । ମନ୍ତବ୍ୟ ସାମୟିକ ଅଦାୟକାରୀ ପ୍ରତିନିଧିତ୍ଵ ଆଉ ପ୍ରଚଳିତ ନାହିଁ । ଆଇନ୍ ଦଫା ୧୬ର ଉପ-ଦଫା (୨) ସରକାରଙ୍କ କ୍ଷମତା ପ୍ରଦାନ କରେ ଯେ, ସେ ଏପରି ପଦ୍ଧତି ଧାର୍ଯ୍ୟ କରିବେ, ଯେଉଁଥିରେ ନକ୍ସା ଏବଂ ଅଧିକାର – ନଥି ରକ୍ଷଣାବେକ୍ଷଣ ଏବଂ ଅଧୁନା କରାଯିବ । ନିୟମାବଳୀର, ସରକାରଙ୍କ ଦ୍ଵାରା ରକ୍ଷଣାବେକ୍ଷଣର ପଦ୍ଧତି ଧାର୍ଯ୍ୟ କରାଯାଇଛି ( ପରିଶିଷ୍ଟ ୧ ରେ ପୁନଃ ଉପସ୍ଥାପନ କରାଯାଇଛି) । ଅଞ୍ଚଳରେ, ନାମାନ୍ତରଣ କାର୍ଯ୍ୟାନୁଷ୍ଠାନ ପରିଚାଳନା କରୁଥିବା ଅନ୍ୟାନ୍ୟ ନିୟମାବଳୀକୁ, ଏହି ନିୟମାବଳୀ ଅତିକ୍ରମ କରେ, ଯେଉଁ ସ୍ଥଳରେ, ଆଇନର ଦଫା ୨ରୁ ୪୭ ବଳବତ୍ତର ଥାଏ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଯେଉଁ ତାରିଖରୁ ଆଇନ୍ ର ଦଫା ୨ ରୁ ୪୭ ବଳବତ୍ତର ହେଲା । ତାହା ପରିଶିଷ୍ଟ-୨ରେ ପ୍ରଦାନ କରାଯାଇଛି । ମାନୁଏଲରେ ଥିବା ନିର୍ଦ୍ଦେଶାବଳୀକୁ ସଠିକ୍ ଭାବେ ପରିପାଳନ କରାଯିବ ଏବଂ ସେଥିରେ କୌଣସି ଅତିକ୍ରମଣ କରାଯିବ ନାହିଁ । ଯଦି କାର୍ଯ୍ୟର ସ୍ଵାର୍ଥ ଦୃଷ୍ଟିରୁ କୌଣସି ଅତିକ୍ରମଣର ଆବଶ୍ୟକତା ଘଟେ, ସେପରିସ୍ଥଳେ ଭୂ-ନଥି ଏବଂ ପର୍ଯ୍ୟବେକ୍ଷଣର ନିର୍ଦ୍ଦେଶକ ମାନୁଏଲର ଉପାଦେୟ ପାରାଗ୍ରାଫ କିମ୍ବା ପାରାଗ୍ରାଫ ପ୍ରତି ମୌଳିକ ସଂଶୋଧନ ନିର୍ଗମ କରିବା ନିମନ୍ତେ, ଅନୁରୋଧ କରାଯିବ । କୌଣସି ବ୍ୟକ୍ତି ଦ୍ଵାରା ରକ୍ଷଣାବେକ୍ଷଣ କରାଯାଉଥିବା ରେଜିଷ୍ଟରଗୁଡିକର ଏକ ସମ୍ପୂର୍ଣ୍ଣ ତାଲିକା, ଯେକି ସେଗୁଡିକର ରକ୍ଷଣାବେକ୍ଷଣ ନିମନ୍ତେ ଏହି ନିୟମାବଳୀ ଅନୁଯାୟୀ ଆବଶ୍ୟକ କରାଯାଆନ୍ତି, ତାହା ସଂପୃକ୍ତ ବ୍ୟକ୍ତିଙ୍କ ସ୍ଥାନରେ ଝୁଲାଇ ରଖାଯିବ । ପ୍ରତ୍ୟକ ରେଜିଷ୍ଟରର ସାମନା ପୃଷ୍ଠା ବାହାରେ ଏ ‘ଲେବୁଲ’ ସଂଯୁକ୍ତ କରାଯିବ, ଯେଉଥିରେ ଏହାର ନାମ, କେଉଁ ଅଧିକାର ଅନୁଯାୟୀ ଏହା ରକ୍ଷଣାବେକ୍ଷଣ କରାଯାଉଛି ଏବଂ ଏହାର ସଂରକ୍ଷଣ ସମୟ ଦର୍ଶାଯିବ । ପ୍ରତ୍ୟକ ରେଜିଷ୍ଟରକୁ କ୍ରମିକଭାବେ ପୃଷ୍ଠାୟୀତ କରାଯିବ ଏବଂ ପ୍ରତ୍ୟକ ରେଜିଷ୍ଟରରେ ଧାରିତ ପୃଷ୍ଠା ସଂଖ୍ୟା ସମ୍ବନ୍ଧରେ ଏକ ପ୍ରମାଣ ପତ୍ର ପ୍ରଥମ ପୃଷ୍ଠାରେ ଏପରି ରେଜିଷ୍ଟରର ବ୍ୟବହାର ପୂର୍ବରୁ, ସଂଯୁକ୍ତ କରାଯିବ । ସେହି ବ୍ୟକ୍ତିର ଏହା ଏକ ଆବଶ୍ୟକ କର୍ତ୍ତବ୍ୟ ଅଟେ ଯେ, ସେ ରେଜିଷ୍ଟର ଗୁଡିକୁ ଉପଯୁକ୍ତଭାବେ ଉପସ୍ଥାପନ କରିବେ, ଯେକି ସେଗୁଡିକର ରକ୍ଷଣାବେକ୍ଷଣ ସହିତ ନ୍ୟସ୍ତ ଥାଆନ୍ତି । ନିମ୍ନଲିଖିତ ଗୋଟିଏ କିମ୍ବା ଅଧିକ କାରଣ ଯୋଗୁ, କେତେକ ସ୍ଥାନରେ ରେଜିଷ୍ଟରଗୁଡିକର ଅବସ୍ଥା ଅତି ଅସନ୍ତୋଷଜନକ ବୋଲି ଦେଖାଯାଏ, ଯଥା : - ତାରିଖ ଗୁଡିକର ଅସଠିକ୍ ନଥିଭୁକ୍ତିକରଣ; ଯତ୍ନହୀନ କାର୍ଯ୍ୟ, ଯେପରି ନକଲ କରିବାରେ ତ୍ରୁଟି ; ବାଜେ କାର୍ଯ୍ୟ, ଯେପରି କଦର୍ଯ୍ୟ ଲେଖା ; ବନ୍ଧା ସମୟରେ ଫର୍ଦ୍ଦ ଗୁଡିକର ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା । ଫର୍ଦ୍ଦ ଗୁଡିକର ରକ୍ଷଣାବେକ୍ଷଣରେ, ଯତ୍ନର ଅଭାବ । ବନ୍ଧେଇରେ ବିଳମ୍ବ । ତଥ୍ୟର ଅଭାବ । ଶୀର୍ଷର ଅର୍ଥ ଏବଂ ଉଦ୍ଦେଶ୍ୟର ଅସଠିକ୍ ବୋଧଗମ୍ୟତା; ଲିଭା ଦାଗ; ଏବଂ ସଂଶୋଧନଗୁଡିକୁ ସ୍ଵାକ୍ଷର ନକରି ଛାଡିବା ଯେତେବେଳେ ମୂଳ ଅନ୍ତର୍ଭୁକ୍ତିକରଣ ଦିନ ପରେ ପରେ କୌଣସି ସମୟରେ, କୌଣସି ରେଜିଷ୍ଟରରେ କୌଣସି ସଂଶୋଧନ କରାଯାଏ, ଯେଉଁ ବ୍ୟକ୍ତି ଏପରି ସଂଶୋଧନ କରେ, ସେ ଏପରି ସଂଶୋଧନରେ, ତାରିଖ ମାସ ଏବଂ ବର୍ଷ ଉଲ୍ଲେଖ କରି, ସ୍ଵାକ୍ଷର କରିବେ । ପ୍ରତ୍ୟକ ବର୍ଷ ଏକ ଯୋଡା ନୂତନ ରେଜିଷ୍ଟର ଖୋଲିବା ଆବଶ୍ୟକ ନୁହେଁ, ଯଦି ନିୟମାବଳୀ କିମ୍ବା ନିର୍ଦ୍ଦେଶାବଳୀ ସେଥି ନିମନ୍ତେ ବିଶେଷ ଭାବେ ବ୍ୟବସ୍ଥାୟିତ ନକରେ । କୌଣସି ରେଜିଷ୍ଟର ବ୍ୟବହାରରେ ରହିବା ଉଚିତ୍, ଯେ ପର୍ଯ୍ୟନ୍ତ ଏହା, ପ୍ରତ୍ୟକ ବର୍ଷ ଆରମ୍ଭରେ କୌଣସି ନୂତନ ଅନ୍ତର୍ଭୁକ୍ତିକରଣ ଦ୍ଵାରା ସମାପ୍ତ ନହୁଏ । ଖାଲି ରେଜିଷ୍ଟର ଗୁଡିକୁ କେବେହେଲେ ରଖାଯିବା ଉଚିତ୍ ନୁହେଁ, ଏବଂ ରଖାଯାଇଥିବା ସମସ୍ତ ରେଜିଷ୍ଟରକୁ ‘ଖାରୱା’ କପଡାରେ ପରିଷ୍କାର ଭାବେ ବନ୍ଧା ଯିବା ଉଚିତ୍ ଏବଂ ଉତ୍ତମଭାବେ ରଖାଯିବା ଉଚିତ୍ । ତହସିଲ୍ ଦାରଙ୍କ ନିଯୁକ୍ତି ଅଧିକାର-ନଥି ଅର୍ଥ, ଦଫା ୧୨-‘ଖ’ ର ଉପ-ଦଫା (୧) ଅନୁଯାୟୀ ଚୁଡାନ୍ତ ଭାବେ ପ୍ରକାଶିତ ଅଧିକାର ନଥି କିମ୍ବା ଦଫା ୨୩ ର ଉପ-ଦଫା (୧) ଅନୁଯାୟୀ ଚୁଡାନ୍ତଭାବେ ପ୍ରକାଶିତ କିମ୍ବା ଆଇନ୍ ର ଦଫା ୩୮ ଅନୁଯାୟୀ ଚୁଡାନ୍ତ ଭାବେ ପ୍ରକାଶିତ ବୋଲି ଧରାଯାଏ ଏବଂ ଏହା, ଦଫା ୧୬ର ଉପ-ଦଫା (୧) ରେ ଯେପରି ବ୍ୟବସ୍ଥାୟିତ କୌଣସି ଆଇନ୍ ପ୍ରଥା ଅନୁଯାୟୀ ପ୍ରସ୍ତୁତ ଏବଂ ରକ୍ଷଣାବେକ୍ଷଣ କରାଯାଉଥିବା ଅଧିକାର ନଥିକୁ ଅନ୍ତର୍ଭୁକ୍ତ କରେ ଏବଂ ଯାହାକି ଏହି ଆଇନ୍ ଅନୁଯାୟୀ ଚୁଡାନ୍ତଭାବେ ପ୍ରକାଶିତ ଅଧିକାର-ନଥି ବୋଲି ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଥାଏ । ଏପରି ଘୋଷଣାର ସମ୍ପୂର୍ଣ୍ଣ ବିବରଣୀ, ପରିଶିଷ୍ଟ-୩ରେ ପ୍ରଦାନ କରାଯାଇଛି । ‘ନକ୍ସା’ ଅର୍ଥ ଦଫା ୧୧ର ଉପ-ଦଫା (୬) ଅନୁଯାୟୀ ପ୍ରସ୍ତୁତ କୌଣସି ନକ୍ସା ଏବଂ କିମ୍ବା ଆଇନ୍ ର ଦଫା ୨୩ର ଉପ-ଦଫା (୧) ଅନୁଯାୟୀ ସଂଶୋଧିତ ନକ୍ସା । ନିୟମ ୨୯ର ଉପ – ନିୟମ (୪) ର ବ୍ୟବସ୍ଥାବଳୀ ଏବଂ ନିୟମ ୫୫ର ଉପ-ନିୟମ (୪) ଅନୁଯାୟୀ, ଚୁଡାନ୍ତଭାବେ ପ୍ରକାଶିତ ଏବଂ ଚୁଡାନ୍ତଭାବେ ପୁନଃ ପ୍ରକାଶିତ ନକ୍ସା ଏବଂ ଅଧିକାର ନଥି, ତହସିଲଦାର୍ ଙ୍କ ତତ୍ତ୍ଵାବଧାନରେ ରହିବ । ନିୟମ ୩୨ ଆବଶ୍ୟକ କରେ ଯେ, ସେଗୁଡିକୁ ରକ୍ଷଣାବେକ୍ଷଣ ଏବଂ ଅଧୁନା ରଖାଯିବ । ନିୟମ ୩୪ ଆବଶ୍ୟକ କରେ ଯେ, ଅଧିକାର ନଥିର ରକ୍ଷଣାବେକ୍ଷଣ ନିମନ୍ତେ, ତହସିଲଦାର୍ ନାମାନ୍ତରଣ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ । ଏହିପରିଭାବେ ତହସିଲଦାର୍ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଅଟନ୍ତି, ଯେତେଦୂର ପର୍ଯ୍ୟନ୍ତ ଅଧିକାର-ନଥିର ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ ସଂପୃକ୍ତ ଅଟେ । ନିୟମ ୨ର ଧାରା (ଘ), ତହସିଲଦାର୍ ଙ୍କୁ, ଜଣେ ଅଧିକାରୀ ଭାବେ ସଂଜ୍ଞାୟୀତ କରେ, ଯାହାଙ୍କ ରାଜସ୍ୱ ପରିଷଦ, ଏହି ନିୟମାବଳୀର ଅଧ୍ୟାୟ-୪ ଅନୁଯାୟୀ, ଜଣେ ତହସିଲଦାର୍ ଙ୍କ ଯେକୌଣସି କାର୍ଯ୍ୟ ସଂପାଦନ ନିମନ୍ତେ ନିଯୁକ୍ତ କରିପାରନ୍ତି ଏବଂ ଏହା କୌଣସି ଅତିରିକ୍ତ ତହସିଲଦାର୍ ଙ୍କୁ ଅନ୍ତର୍ଭୁକ୍ତ କରେ । ଯେକୌଣସି ଅଧିକାରୀ, ଯେକି ନାମାନ୍ତରଣ କାର୍ଯ୍ୟାନୁଷ୍ଠାନର ଫଇସଲା ସହିତ ନ୍ୟସ୍ତ ବୋଲି ଉଦ୍ଦେଶିତ, ସେ ସେଥିପାଇଁ ଏହି ନିୟମାବଳୀର ଅଧ୍ୟାୟ-୪ ଅନୁଯାୟୀ, ଜଣେ ତହସିଲଦାର୍ ଙ୍କ କାର୍ଯ୍ୟ ସଂପାଦନ ନିମନ୍ତେ, ରାଜସ୍ୱ ପରିଷଦ ଦ୍ଵାରା ବିଜ୍ଞପ୍ତି ହେବେ । ଏପରି ବିଜ୍ଞପ୍ତି ମଧ୍ୟ ପ୍ରତ୍ୟକ ତହସିଲଦାର୍ ଙ୍କ କର୍ତ୍ତୃତ୍ଵ ସଜ୍ଞାୟିତ କରିବ । ସେହି ଏକା କର୍ତ୍ତୃତ୍ଵ ସମ୍ବନ୍ଧରେ, ଜଣକରୁ ଅଧିକ ଉଚ୍ଚକର୍ମଚାରୀଙ୍କୁ କ୍ଷମତାୟୀତ କରିବାରେ କୌଣସି କ୍ଷତି ନାହିଁ । ଅନ୍ୟ ପକ୍ଷରେ, ଏହା ଅଧିକାଂଶ କ୍ଷେତ୍ରରେ ଦେଖାଯାଇପାରେ । ‘ତହସିଲଦାର୍’ ଭାବେ ଅଧିକାରୀମାନଙ୍କୁ କିମ୍ବା ଉଚ୍ଚକର୍ମଚାରୀମାନଙ୍କୁ କ୍ଷମତାୟୀତ କରିବା ନିମନ୍ତେ ସୁପାରିଶ୍ କଲେଲ୍ଟରଙ୍କ ଦ୍ଵାରା ଭୂ-ନଥି ଏବଂ ପର୍ଯ୍ୟବେକ୍ଷଣ ନିର୍ଦ୍ଦେଶକଙ୍କୁ ଦାଖଲ କିମ୍ବା ପ୍ରଦାନ କରାଯିବ । ତହସିଲଦାର୍ ଙ୍କ କାର୍ଯ୍ୟାଳୟରେ କ୍ରମାନୁଗତିକତା ଆବଶ୍ୟକ ଅଟେ । ଅର୍ଥାତ୍ ଯେଉଁ ବ୍ୟକ୍ତି କୌଣସି ଅଞ୍ଚଳ ସମ୍ବନ୍ଧରେ ତହସିଲଦାର୍ ଭାବେ କାର୍ଯ୍ୟ କରିବ, ତାଙ୍କର ଏକ ସ୍ଵାଧୀନ କାର୍ଯ୍ୟାଳୟ ଥିବ, ଯେଉଁଥିରେ ନକ୍ସା ଏବଂ ଅଧିକାର ନଥିର ଉପଯୁକ୍ତ ସଂରକ୍ଷଣ ନିମନ୍ତେ ବ୍ୟବସ୍ଥା ଥିବ । ଦକ୍ଷିଣ ଜିଲ୍ଲା ଗୁଡିକରେ ତାଲୁକ୍ ଅଧିକାରୀ ଏବଂ ତହସିଲଦାର୍ ଙ୍କୁ ଏପରି ତାଲୁକ୍ ଅଧିକାରୀଙ୍କ ସହିତ ଉତ୍ତର ଜିଲ୍ଲା ଗୁଡିକରେ ତୁଳନା କରାଯାଇପାରେ, ଯେଉଁମାନେ ଏହି ସର୍ତ୍ତାବଳୀ ପରିପୂରଣ କରନ୍ତି, ଏବଂ ସେମାନେ ସେଥିପାଇଁ, ଏହି ନିୟମାବଳୀ ଅନୁଯାୟୀ, ତହସିଲଦାର୍ ଭାବେ ବିଜ୍ଞପ୍ତି ହୋଇଛନ୍ତି । କେତେକ ଉତ୍ତର-ଜିଲ୍ଲାରେ କୌଣସି ରାଜସ୍ୱ ଅଧିକାରୀ ନାହାଁନ୍ତି, ଯେଉଁମାନେ କି ଦକ୍ଷିଣ ଜିଲ୍ଲାର ‘ତାଲୁକ୍ ଅଧିକାରୀ’ ଙ୍କ ସହ ତୁଳନୀୟ ହେବେ । ଏହି ସମସ୍ତ ଅଞ୍ଚଳରେ, ଅଧିକାରୀମାନଙ୍କୁ ‘ତହସିଲଦାର୍’ ଭାବେ ନାମାୟୀତ ତଥା ପଦବାୟୀତ କରାଯାଇଛି (ଯେପରି ତୃତୀୟ ଅଧିକାରୀ, ଚତୁର୍ଥ ଅଧିକାରୀ) । ଏହି ସମସ୍ତ କ୍ଷେତ୍ରରେ, ଯଦିଓ ନକ୍ସା ଏବଂ ଅଧିକାର ନଥି, ଜିଲ୍ଲା କିମ୍ବା ସବଡିଭିଜନାଲ୍ ନଥି ପ୍ରକୋଷ୍ଠରେ ସଂରକ୍ଷଣ କରାଯାଏ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ, ସେପରିସ୍ଥଳେ, ‘ତହସିଲଦାର୍’ ଭାବେ ବିଜ୍ଞପିତ ବ୍ୟକ୍ତି, ଏହି ନିୟମାବଳୀ ଅନୁଯାୟୀ ଏହାର ତତ୍ତ୍ଵାବଧାରକ ଅଟନ୍ତି । ଏଣୁ ଏହା ଆବଶ୍ୟକ ଅଟେ ଯେ, ଗୋଟିଏ ପ୍ରଶାସନିକ ଏକକ ଦ୍ଵାରା ଆବୃତ ସମୁଦାଯ ଅଞ୍ଚଳ ନିମନ୍ତେ ଖୁବ୍ କମ୍ ରେ ଜଣେ ବ୍ୟକ୍ତିଙ୍କୁ ‘ତହସିଲଦାର୍’ ଭାବେ ନିଯୁକ୍ତ କରାଯିବ, ଯଥା : - କୌଣସି ତାଲୁକ୍, ତହସିଲ୍ କିମ୍ବା ସବ୍ – ଡିଭିଜନ୍, ଏବଂ ସେ ପଦବୀ ଦ୍ଵାରା ଏପରିଭାବେ ନିଯୁକ୍ତ ହେବା ଉଚିତ୍; ଯେତେବେଳେ ଅନେକ ବ୍ୟକ୍ତି, ଯେଉଁମାନଙ୍କୁ ନାମାନ୍ତରଣ ମୋକଦ୍ଦମାର ତୁରନ୍ତ ଫଇସଲାକୁ ନିଶ୍ଚିତ କରିବେ ବୋଲି ବିବେଚନା କରାଯାଏ, ସେମାନଙ୍କୁ ‘ତହସିଲଦାର୍’ ଭାବେ ମଧ୍ୟ ନିଯୁକ୍ତି କରାଯାଇପାରେ । କଲେକ୍ଟର ଏବଂ ସବଡିଭିଜନାଲ୍ ଅଫିସର (କିମ୍ବା ରାଜସ୍ୱ ଡିଭିଜନାଲ୍ ଅଧିକାରୀ) ଙ୍କର, ଏହା ଦେଖିବା କର୍ତ୍ତବ୍ୟ ଯେ, ନାମାନ୍ତରଣ ମୋକଦ୍ଦମା ଗୁଡିକର ଫଇସଲା ନିମନ୍ତେ, ଯଥେଷ୍ଟ ସଂଖ୍ୟକ ଅଧିକାରୀଙ୍କୁ କ୍ଷମତାୟୀତ କରାଯାଉ, ଯାହା ଫଳରେ ସ୍ଥଗିତ ମୋକଦ୍ଦମା ଗୁଡିକର ଫଇସଲା ହୋଇପାରିବ, ଯାହାକି ସ୍ଥିତ ସଂଖ୍ୟକ ଅଧିକାରୀମାନଙ୍କ ପକ୍ଷରେ ସମ୍ଭବ ନୁହେଁ । ଏ ସମ୍ବନ୍ଧରେ, ତାଙ୍କର ସୁପାରିଶ୍ ଦାଖଲ କରିବା ସମୟରେ, କଲେକ୍ଟର ନିର୍ଦ୍ଧିଷ୍ଟ ଭାବେ ଉଲ୍ଲେଖ କରିବେ ଯେ, ସୁପାରିଶ୍ କରାଯାଇଥିବା ଅଧିକାରୀ, ଉପରୋକ୍ତ ବିଷୟର ଆଇନ୍ ଏବଂ ନିୟମାବଳୀ ସହିତ ପରିଚିତ ଅଟନ୍ତି ଏବଂ ତାଙ୍କର ଭୂ-ନଥି ସମ୍ବନ୍ଧୀୟ ଜ୍ଞାନ ଅଛି । ଭୂ-ନଥି ଏବଂ ପର୍ଯ୍ୟବେକ୍ଷଣର ନିର୍ଦ୍ଦେଶକ, କେବଳ ସେହି ସମସ୍ତ ବିଷୟକୁ ରାଜସ୍ୱ ପରିଷଦକୁ ସୁପାରିଶ୍ କରିବେ, ଯେଉଁ ସ୍ଥଳରେ ସେ ଉକ୍ତ ଦୁଇଟି ବିଷୟ ଉପରେ ସନ୍ତୁଷ୍ଟ ହୁଅନ୍ତି । ଆଇନ୍ ର ଦଫା ୩୧ର ଉପ-ଦଫା (୨)ର ଧାରା (କ) ଅନୁଯାୟୀ, ଅଧସ୍ତନ ଅଧିକାରୀଙ୍କ ମଧ୍ୟରେ କାର୍ଯ୍ୟ ବିତରଣ କରିବା କ୍ଷମତା, କଲେକ୍ଟରଙ୍କର ଅଛି । ଯେଉଁ ସ୍ଥଳରେ, ସେହି ଏକା ଅଞ୍ଚଳ ସମ୍ବନ୍ଧରେ, ଦୁଇ କିମ୍ବା ଅଧିକ ଅଧିକାରୀଙ୍କର ନାମାନ୍ତରଣ କ୍ଷମତା ଥାଏ, ସେପରିସ୍ଥଳେ କଲେକ୍ଟର, କୌଣସି ଲିଖିତ ଆଦେଶ ଦ୍ଵାରା, ସେମାନଙ୍କ ମଧ୍ୟରେ କାର୍ଯ୍ୟ ବିତରଣ କରିବେ; ବିଶେଷତଃ ସେମାନଙ୍କର କର୍ତ୍ତୃତ୍ଵାଧିନ ଅଞ୍ଚଳକୁ ଧାର୍ଯ୍ୟ କରି କିମ୍ବା ସଂଜ୍ଞାୟୀତ କରି (ଥାନାର ନାମ, ନାଇବତହସିଲ୍, ସର୍କଲ, ଗ୍ରାମ, ଇତ୍ୟାଦିର ନାମ ପ୍ରଦାନ କରି) ଯେପରି ତାହା ସର୍ବସାଧାରଣଙ୍କ ଦ୍ଵାରା ବୁଝାଯିବ । ଏପରି ଆଦେଶର ସାରାଂଶକୁ ଏହାର ଏକ ନକଲକୁ ସୂଚନା ପଟାରେ ସଂଯୁକ୍ତକରି ବିଜ୍ଞପ୍ତ କରାଯିବ । ଏହାକୁ ମଧ୍ୟ, ଉକ୍ତ ଅଞ୍ଚଳର ସମସ୍ତ ରାଜସ୍ୱ ଅଧସ୍ତନଙ୍କୁ ବଣ୍ଟାଯିବ, ଯେଉଁମାନେ କି ଏହାର ବହୁଳ ପ୍ରଚାର କରିବେ । ଏପରି କୌଣସି ଆଦେଶର, ପଛୁଆ ପ୍ରଭାବ ରହିବ ନାହିଁ ଏବଂ ଏପରି ଆଦେଶ ତାରିଖରେ ସ୍ଥଗିତ ମୋକଦ୍ଦମା ଗୁଡିକ ପ୍ରତି, ଏହା ପ୍ରୟୋଗ ହେବ ନାହିଁ; ମାତ୍ର, ଦଫା ୩୧ର ଉପ-ଦଫା (୨)ର ଧାରା (କ) ଅନୁଯାୟୀ, ଏପରି ମୋକଦ୍ଦମା ଗୁଡିକର ଫଇସଲାରୁ, ସେହି ଅଧିକାରୀଙ୍କ ଫାଇଲ୍ କୁ ପ୍ରତ୍ୟାହାର କରିବା କ୍ଷମତା କଲେକ୍ଟରଙ୍କର ଅଛି, ଯାହାଙ୍କୁ ସଂପୃକ୍ତ ଅଞ୍ଚଳ ସମ୍ବନ୍ଧରେ, ପରେ କ୍ଷମତା ପ୍ରଦାନ କରାଯାଇଛି । ଅଧିକାଂଶ କ୍ଷେତ୍ରରେ, ଏପରି ପଦକ୍ଷେପ ଉପଦେଶନୀୟ ଅଟେ, ଯେହେତୁ ବିଭିନ୍ନ ସମୟରେ ଗୋଟିକରୁ ଅଧିକ କାର୍ଯ୍ୟାନୁଷ୍ଠାନ ଥାଇପାରେ, ଏବଂ ଏହା ସର୍ବଦା ବାଞ୍ଛନୀୟ ଯେ, ସେଗୁଡିକ ସେହି ଏକା ଅଧିକାରୀଙ୍କ ଦ୍ଵାରା ଫଇସଲା ହେବା ଉଚିତ୍ । ପଦବୀ ଦ୍ଵାରା ନିଯୁକ୍ତ ତହସିଲଦାର୍ ମାନଙ୍କର ଏକ ତାଲିକା ପରିଶିଷ୍ଟ-୪ ରେ ପ୍ରଦାନ କରାଯାଇଛି । ଆଧାର – ଦ ଲ ହାଉସ