କ୍ଷୁଦ୍ର ଖଣିଜ ଦ୍ରବ୍ୟର ନିଲାମ ଓ ନିଲାମର ବୈଧତା କ୍ଷୁଦ୍ର ଖଣିଜ ଦ୍ରବ୍ୟର ନିଲାମ ଏହି ନିୟମାବଳୀରେ ଉଲ୍ଲେଖିତ କୌଣସି ବିଷୟ ସତ୍ତ୍ୱେ, ସୂଚୀ -୩ ର ବିଷୟ ୧(୧) ରେ ଧାର୍ଯ୍ୟ କ୍ଷୁଦ୍ର ଖଣିଜ ଦ୍ରବ୍ୟର ଉତ୍ସକୁ , ଏପରି ସର୍ତ୍ତବଳୀ ଉପରେ, ସର୍ବସାଧାରଣ ନିଲାମରେ ବିକ୍ରି କରାଯିବ, ଯେପରି ଦକ୍ଷ ଅଧିକାରୀଙ୍କ ଦ୍ଵାରା ବିକ୍ରି ସୂଚନାରେ ଧାର୍ଯ୍ୟ କରାଯାଇପାରେ । ନିଲାମର ବୈଧତା ନିଲାମ ଚୁକ୍ତିର ସଂପାଦାନ ତାରିଖରୁ ଏକ ବର୍ଷ ପର୍ଯ୍ୟନ୍ତ,ଏପରି ନିଲାମ ବୈଧ ରହିବ । ସୂଚିତ ମୂଲ୍ୟ କିମ୍ବା ଦର ଧାର୍ଯ୍ୟ କରାଯିବାକୁ ଥିବା ସୂଚିତ ଦର, ସାଧାରଣତଃ ବିଗତ ତିନିବର୍ଷ ମଧ୍ୟରେ ଗ୍ରହଣ କରାଯାଇଥିବା ହାରାହାରି ଦର କିମ୍ବା ଗତ ବର୍ଷ ମଧ୍ୟରେ ଗୃହିତ ମୂଲ୍ୟ ଉପରେ ପର୍ଯ୍ୟବେସିତ ହେବ, ତନ୍ମଧ୍ୟରୁ ଯେଉଁଟି ଉଚ୍ଚତାର ହୋଇଥିବ, ଯାହାକି ବିଗତ ତିନିବର୍ଷର ହାରାହାରି ମୂଲ୍ୟର ଶତକଡା ଦଶ ପ୍ରତିଶତ ଦ୍ଵାରା ବୃଦ୍ଧି କରାଯିବ କିମ୍ବା ଗତ ବର୍ଷ ମୂଲ୍ୟରେ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ । ସେହି ସମସ୍ତ ଉତ୍ସ କ୍ଷେତ୍ରରେ, ଯାହା ବିଗତ ତିନିବର୍ଷ ମଧ୍ୟରେ, କିମ୍ବା ବିଗତ ବର୍ଷରେ ସ୍ଥିତ ନଥିଲା, ସ୍ପାରିସ୍ଥଳେ ସୂଚିତ ମୂଲ୍ୟ , ନିକଟବର୍ତ୍ତୀ ସ୍ଥାନରେ ଥିବା ସେହି ଏକ ପ୍ରକାର ଉତ୍ସର ସୂଚିତ ମୂଲ୍ୟ ଭିତ୍ତିରେ, ଦକ୍ଷ ଅଧିକାରୀନ ଦ୍ଵାରା ଧାର୍ଯ୍ୟ କରାଯିବ ଏବଂ ଏଥି ନିମନ୍ତେ କଲେକ୍ଟର, ବନ ସଂରକ୍ଷକ କିମ୍ବା ନିର୍ଦ୍ଦେଶକଙ୍କ ପୂର୍ବ ଅନୁମୋଦନ ଗ୍ରହଣ କରାଯିବ । ସୂଚନା ଯେତେବେଳେ କ୍ଷୁଦ୍ର – ଖଣିଜ ଦ୍ରବ୍ୟ ଧାରଣ କରିଥିବା କୌଣସି ଅଞ୍ଚଳକୁ, ସର୍ବସାଧାରଣ ନିଲାମ ଜରିଆରେ ବିକ୍ରି କରାଯାଏ, ସେପରିସ୍ଥଳେ ଉତ୍କୃଷ୍ଟ ମୂଲ୍ୟ ପାଇବା ନିମନ୍ତେ, ଦକ୍ଷ ଅଧିକାରୀ ଏକ ସୂଚନା ନିର୍ଗମ କରି ଯଥାଯଥ ପ୍ରଚାର କରାଇବେ । ନିଲାମ ବିକ୍ରି ନିମନ୍ତେ ଧାର୍ଯ୍ୟ ତାରିଖର ଖୁବ କମରେ ତିରିଶ ଦିନ ପୂର୍ବରୁ , ଲଗାତର ଦୁଇ ଥର, କୌଣସି ସ୍ଥାନୀୟ ସମ୍ବାଦପତ୍ରରେ, ଏପରି ସୂଚନାକୁ ପ୍ରକାଶନ କରାଯିବ । ଯଦି ଏପରି ସୂଚିତ ମୂଲ୍ୟ ଟ ୫,୦୦,୦୦୦,୦୦ ରୁ ଉର୍ଦ୍ଧ୍ଵ ହୋଇଥାଏ, ସେପରି ସ୍ଥଳେ ବିଜ୍ଞାପନ ଗୋଟିଏ ଓଡିଆ ସମ୍ବାଦପତ୍ର ଏବଂ ଗୋଟିଏ ଇଂରାଜୀ ସମ୍ବାଦପତ୍ରରେ ପ୍ରଦାନ କରାଯିବ । ସମ୍ବାଦପତ୍ରରେ ନିଲାମ ସୂଚନାର ପ୍ରକାଶନ ଅଧିକନ୍ତୁ, ଏହାକୁ କୌଣସି ଆଖିଦୃଶିଆ ସର୍ବସାଧାରଣ ସ୍ଥାନ ଏବଂ ନିଲାମ ସ୍ଥାନ ରେ ପ୍ରଦର୍ଶନ କରାଯିବ । ସୂଚନାର ବିଷୟବସ୍ତୁ ଓ ଅଂଶ ଗ୍ରହଣ ଉପରେ କଟକଣା ନିଲାମ ପରିଚାଳନା ନିମନ୍ତେ, ନିଲାମ ସୂଚନା, ସମୟ, ସ୍ଥାନ, ଜମା କରାଯିବାକୁ ଥିବା ବଏନା, ନିଲାମ ସ୍ଥାନ, ନିଲାମ କରାଯିବାକୁ ଥିବା ଖଣିଜଦ୍ରବ୍ୟ ଏବଂ ନିଲାମର ସର୍ତ୍ତାବଳୀ ଧାରଣ କରିବ । ଅଂଶ ଗ୍ରହଣ ଉପରେ କଟକଣା କୌଣସି ବ୍ୟକ୍ତିଙ୍କୁ ନିଲାମରେ ଅଂଶ ଗ୍ରହଣ ନିମନ୍ତେ ଅନୁମୋଦନ କରାଯିବ ନାହିଁ , ଯେକି :- ଖଣି ଏବଂ ଖଣିଜ ସଂପଦ (ଉନ୍ନୟନ ଏବଂ ନିୟମିତ କାରଣ) ଆଇନ ୧୯୫୭ ଅନୁଯାୟୀ ତଥା ତତସଂକ୍ରାନ୍ତୀୟ ନିୟମାବଳି ଅନୁଯାୟୀ କୌଣସି ଅପରାଧ ସଂଗଠନ କରିଥାଆନ୍ତି , କିମ୍ବା। ଖଣିଜ ପଦାର୍ଥ ରିହାତି ନିୟମାବଳି,୧୯୫୬ ଏବଂ ଏହି ନିୟମାବଳିର ବ୍ୟବସ୍ଥାବଳୀର ଉଲ୍ଲଂଘନ ନିମନ୍ତେ ଦୋଷୀ ସାବ୍ୟସ୍ତ ହୋଇଥାଆନ୍ତି, କିମ୍ବା ଏହି ଆଇନ ଏବଂ ଏହି ନିୟମାବଳୀ ଅନୁଯାୟୀ, ସରକାରୀ ପ୍ରାପ୍ୟ ପ୍ରଦାନରେ, ଖିଲାପକାରୀ ହୋଇଥାଆନ୍ତି । ବଏନା ଅର୍ଥ ଓ ଅର୍ଥ ପ୍ରଦାନର ପଦ୍ଧତି ବଏନା ଅର୍ଥ : - ଯଦି କୌଣସି ବ୍ୟକ୍ତି, ନିଲାମ ବିକ୍ରିରେ ଅଂଶ ଗ୍ରହଣ କରିବାକୁ ଇତ୍ସୁକ ଥାଆନ୍ତି , ତାହେଲେ ସେ , ଦକ୍ଷ ଅଧିକାରୀଙ୍କ ଦ୍ଵାରା ଧାର୍ଯ୍ୟ ବଏନା ଅର୍ଥ ଜମା କରିବେ । ଅର୍ଥ ପ୍ରଦାନର ପଦ୍ଧତି :- ସୂଚିତ ମୂଲ୍ୟର ଦଶ ପ୍ରତିଶତ ବଏନା ଜମା ଭାବେ ଧାର୍ଯ୍ୟ କରାଯିବ ଏବଂ ଏହାକୁ ଦକ୍ଷ ଅଧିକାରୀଙ୍କ ସପକ୍ଷରେ ଆହାରୀତ “ଡିମାଣ୍ଡ ଡ୍ରାଫ୍ଟ “ ଜରିଆରେ ପ୍ରେରଣ କରାଯିବ କିମ୍ବା ନଗଦ ଅର୍ଥ ଆକାରରେ, ଯେପରି ଦକ୍ଷ ଅଧିକାରୀଙ୍କ ଦ୍ଵାରା ସ୍ଥିର କରାଯାଇପରେ । ଅଂଶଗ୍ରହଣ ଓ ଡାକ ଅଂଶଗ୍ରହଣ :- କୌଣସି ବ୍ୟକ୍ତି ନିଜେ କିମ୍ବା ତାର କ୍ଷମତା ପତ୍ରଧାଡ଼ି ବ୍ୟକ୍ତିଙ୍କ ଜରିଆରେ ଅଂଶ ଗ୍ରହଣ କରିପାରେ । ବଏନା ଅର୍ଥ ଜମା ଗ୍ରହଣ ପରେ, ନିଲାମ ନିମନ୍ତେ ଧାର୍ଯ୍ୟ ସ୍ଥାନକୁ , ଦକ୍ଷ ଅଧିକାରୀ କେବଳ ଯୋଗ୍ୟ ବ୍ୟକ୍ତିଙ୍କୁ ଅନୁମୋଦନ କରିବେ । ଡାକ :- ଡାକର ପ୍ରାରମ୍ଭରେ ଦକ୍ଷ ଅଧିକାରୀ, ସେହି ବ୍ୟକ୍ତିମାନଙ୍କର ନାମ ଘୋଷଣା କରିବେ, ଯେଉଁମାନେ ଏପରି ନିଲାମରେ ଅଂଶ ଗ୍ରହଣ କରୁଛନ୍ତି ଏବଂ ସମୟାନୁକ୍ରମେ ଅଂଶ ଗ୍ରହଣକାରୀଙ୍କ ଦ୍ଵାରା ଅର୍ପଣ କରାଯାଉଥିବା ଡାକକୁ ଲିପିବଦ୍ଧ କରିବେ । ସାଧାରଣତଃ ସେ ସର୍ବୋଚ୍ଚ ଡାକକୁ ଧରିବେ, ଯଦି ସେ ସେଥିରୁ ସନ୍ତୁଷ୍ଟ ହୁଅନ୍ତି । ଦକ୍ଷ ଅଧିକାରୀ, କୋଣସି ଗୁରୁତ୍ଵପୂର୍ଣ୍ଣ କାରଣ ଉପରେ, ସର୍ବୋଚ୍ଚ ଡାକକୁ ପ୍ରତ୍ୟାଖ୍ୟାନ କିମ୍ବା ନାକଚ କରିପାରନ୍ତି, ଯାହାକି ସେ ଲିଖିତ ଭାବେ ଲିପିବଦ୍ଧ କରିବେ ଏବଂ ପରବର୍ତ୍ତୀ ଉଚ୍ଚତମ ଡାକକୁ ଗ୍ରହଣ କିବେ । ତାଙ୍କ ଦ୍ଵାରା ଗୃହିତ ଡାକକୁ ସେ ଦୃଢୀକାରଣ କରିବେ । ନିଲାମ କାର୍ଯ୍ୟ।ନୁଷ୍ଠାନ, ସମସ୍ତ, ଅଂଶ ଗ୍ରହଣକାରୀଙ୍କ ଦ୍ଵାରା ସ୍ଵାକ୍ଷରିତ ହେବ ,ଯାହାକି ଏପରି କାର୍ଯ୍ୟ।ନୁଷ୍ଠାନ ଗ୍ରହଣର ପ୍ରତୀକ ହେବ । ବଏନା ଅର୍ଥର ଫେରସ୍ତି ଓ ନ୍ୟୁନ ନିଲାମ ଦର କିମ୍ବା ମୂଲ୍ୟ ବଏନା ଅର୍ଥର ଫେରସ୍ତି :- ଅକୃତକାର୍ଯ୍ୟ ଡକାଳିଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଜମା ବଏନାକୁ, ନିଲାମ କାର୍ଯ୍ୟ।ନୁଷ୍ଠାନ ସମାପ୍ତି ତାରିଖରୁ ସାତଦିନ ମଧ୍ୟରେ, ଏକ ଯଥାଯଥ ସମୟ ମଧ୍ୟରେ ନିଲାମ ବନ୍ଦ ହେବା ପରେ , କୌଣସି ସୁଧ ବିନା, ଫେରସ୍ତ କରାଯିବ । ନ୍ୟୁନ ନିଲାମ ଦର କିମ୍ବା ମୂଲ୍ୟ :- ଯେଉଁ ସ୍ଥଳରେ ନିଲାମ ମୂଲ୍ୟ କିମ୍ବା ଦର, ସୂଚିତ ମୂଲ୍ୟଠାରୁ କମ ହୁଏ, ସେପରିସ୍ଥଳେ ତାହା ପରିଚାଳନା କରୁଥିବା ଦକ୍ଷ ଅଧିକାରୀ, ତାହା ଚୁଡାନ୍ତ କରିବା ପୂର୍ବରୁ ,ତାହା ପରିଚାଳନା କରୁଥିବା ଦକ୍ଷ ଅଧିଆକରି, ତାହା ଚୂଡାନ୍ତ କରିବା ପୂର୍ବରୁ, ପରବର୍ତ୍ତୀ ଉଚ୍ଚତର ଅଧିକାରୀଙ୍କ ଅନୁମୋଦନ ନିମନ୍ତେ, ଉକ୍ତ ବିଷୟ ଉଲ୍ଲେଖ କରିବେ । ଏପରି କ୍ଷେତ୍ରରେ, ଯେଉଁ ସ୍ଥଳରେ ଉଚ୍ଚତର ଅଧିକାରୀ, ବିକ୍ରି ସମୟରେ ପ୍ରଚଳିତ ସ୍ଥାନୀୟ ଅବସ୍ଥା ଅନୁଯାୟୀ ଡାକ ଅର୍ଥରାଶୀ ଉପରେ ସନ୍ତୁଷ୍ଟ ହୁଅନ୍ତି, ସେପରିସ୍ଥଳେ ସେ ଉକ୍ତ ବିକ୍ରିକୁ ଅନୁମୋଦନ କରିପାରନ୍ତି । ଯଦି ସେ ଏପରି ମତ ପୋଷଣ କରନ୍ତି ଯେ ଦର କିମ୍ବା ମୂଲ୍ୟ ଯାହା ହେବା ଉଚିତ, ତା ଠାରୁ କେଏମ, ତାହେଲେ ସେ ପୁନଃ ବିକ୍ରି/ପୁନଃ ନିଲାମ ନିମନ୍ତେ ଆଦେଶ ଦେଇପାରନ୍ତି । ପରବର୍ତ୍ତୀ କ୍ଷେତ୍ରରେ, ଏପରି ଡାକ- ଫର୍ଦ୍ଦକୁ ଦୃଢୀକରଣ ନିମନ୍ତେ, ଉଚ୍ଚତର ଅଧିକାରୀଙ୍କ ନିକଟରେ ପୁନର୍ବାର ଦାଖଲ କରାଯିବ । କୃତିକାର୍ଯ୍ୟ ଡକାଳି ଓ ଡାକଅର୍ଥର ପ୍ରଦାନ କୃତିକାର୍ଯ୍ୟ ଡକାଳି :- ଦକ୍ଷ ଅଧିକାରୀ ଡାକ ଦ୍ଵାରା ସମାପ୍ତି ପରେ, ତତକ୍ଷଣାତ କୃତକାର୍ଯ୍ୟ ଡକାଳୀ, ଡାକ ଅର୍ଥର ଶତକଡା ପଚିଶ ଭାଗ ଜମା କରିବେ । ଯଦି ଏପରି କୃତିକାର୍ଯ୍ୟ ଦକଳାଇ, ଉକ୍ତ ଅର୍ଥରାସୀ ଜମା କରିବାରେ ଅକୃତକାର୍ଯ୍ୟ ହୁଅନ୍ତି , ସେପରିସ୍ଥେଲେ ଜମା କରାଯାଇଥିବା ବଏନା ଅର୍ଥକୁ ସରକାରଙ୍କ ପ୍ରତି ବ୍ୟାଜ୍ୟାପ୍ତ କରାଯିବ ଏବଂ ତାଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଡାକକୁ ଅସିଦ୍ଧ ବୋଲି ବିବେଚନା କରାଯିବା । ଡାକଅର୍ଥର ପ୍ରଦାନ :- କୃତିକାର୍ଯ୍ୟ ଡକାଳୀ,ଦୃଢୀକରଣ ପାଇବାପରେ, ଡାକର ଦୃଢୀକରଣ ତାରିଖରୁ ତିରିଶ ଦିନ ମଧ୍ୟରେ ଡାକ ଅର୍ଥରାଶୀର ବଳକା ପଚସ୍ତରୀ ପ୍ରତିଶତ ଜମାକରିବେ । ଡାକ ଅର୍ଥ ଜମାରେ ଅକୃତକାର୍ଯ୍ୟତା ଓ ଅମାନତ ଜମା ଡାକ ଅର୍ଥ ଜମାରେ ଅକୃତକାର୍ଯ୍ୟତା :- ଯଦି କୃତକାର୍ଯ୍ୟ ଡକାଳୀ, ଦୃଢୀକରଣ ଆଦେଶରେ ଉଲ୍ଲେଖିତ ସମୟ ମଧ୍ୟରେ, ଡାକ ଅର୍ଥରେ ଅବଶିଷ୍ଟ ପଚସ୍ତରୀ ପ୍ରତିଶତ ଜମା କରିବାରେ ଅକୃତ କାର୍ଯ୍ୟ ହୁଅନ୍ତି, ସେପରିସ୍ଥଳେ ଦକ୍ଷ ଅଧିକାରୀ ଏପରି ଦୃଢୀକରଣ ଆଦେଶକୁ ନାକଚ କରିବେ ନାହିଁ ଏବଂ କୃତକାର୍ଯ୍ୟ ଡକାଳୀଙ୍କ ଦ୍ଵାରା ଜମା କରାଯାଇଥିବା ବଏନା ସହିତ ଅନ୍ୟାନ୍ୟ ଜମା ଅର୍ଥକୁ ରାଜ୍ୟ ସରକାରଙ୍କ ପ୍ରତି ବ୍ୟାଜ୍ୟାପ୍ତ କରିବେ । ଅମାନତ ଜମା :- ଯଦି କୌଣସି ଡାକକୁ ଦୃଢୀକରଣ କରାଯାଏ ଏବଂ ସମୁଦାୟ ଡାକ ଅର୍ଥକୁ ଜମା କରାଯାଏ, ବଏନା ଅର୍ଥ, ଯାହାକି ନିଲାମ ଚୁକ୍ତି ସମ୍ପାଦନ ପୂର୍ବରୁ ଜମା କରାଯାଇଥାଏ, ତାକୁ ଅମାନତ ଜମା ଭାବେ ପରିବର୍ତ୍ତନ କରାଯିବ ଏବଂ ଡାକ ସଞ୍ଚୟ ହିସାବରେ, ସମ୍ପୃକ୍ତ ଦକ୍ଷ ଅଧିକାରୀଙ୍କ ସପକ୍ଷରେ ବନ୍ଧକ ରଖାଯିବ । ନିଲାମ ସମୟର ସମାପ୍ତି ପରେ, ଏପରି ଅମାନତ ଜମାକୁ ଫେରସ୍ତ କରାଯିବ, ଯଦି ନିଲାମ ଧାରି ବ୍ୟକ୍ତି, ନ୍ୟସ୍ତିକରଣର ସମସ୍ତ ସର୍ତ୍ତାବଳୀ ପୂରଣ କରିଥାଆନ୍ତି । ଯଦି ନ୍ୟସ୍ତିକରଣରେ କୌଣସି ସର୍ତ୍ତ ଉଲ୍ଲଂଘନ କରାଯାଏ, ସେପରିସ୍ଥଳେ ସମୁଦାୟ ଜମା ଅମାନତ କିମ୍ବା ଆଂଶିକଭାବେ ଏହାକୁ, ଦକ୍ଷ ଅଧିକାରୀଙ୍କ ଦ୍ଵାରା ବ୍ୟାଜ୍ୟାପ୍ତ କରାଯିବ । ଦୃଢୀକରଣ ଆଦେଶର ପରିବର୍ତ୍ତନ ଓ ନିଲାମ ବିକ୍ରିର ନାକଚୀକରଣ ଦୃଢୀକରଣ ଆଦେଶର ପରିବର୍ତ୍ତନ : - ପ୍ରଥମ କୃତିକାର୍ଯ୍ୟ ଡକାଳୀ ଦ୍ଵାରା ଖିଲାପ କ୍ଷେତ୍ରରେ, ଦକ୍ଷ ଅଧିକାରୀ ଦ୍ଵିତୀୟ କିମ୍ବା ପରବର୍ତ୍ତୀ ଉଚ୍ଚତର ଦକଳାଇ ସପକ୍ଷରେ ଦୃଢୀକରଣ ଆଦେଶ ନିର୍ଗମ କରିପାରନ୍ତି ଏବଂ ଡାକ ଅର୍ଥରାସୀର ପଚାଶ ପ୍ରତିଶତ ଜମା କରିବା ସହିତ ଅମାନତ ଅର୍ଥରାଶି ଜମା କରିବା ନିମନ୍ତେ ନିର୍ଦ୍ଦେଶ ଦେଇପାରନ୍ତି, ଯଦି ଡାକ ଅର୍ଥରାଶି, ସୂଚିତ ମୂଲ୍ୟଠାରୁ କମ ହୋଇନଥାଏ । ନିଲାମ ବିକ୍ରିର ନାକଚୀ କରଣ :- କଲେକ୍ଟର କିମ୍ବା ବନ ସଂରକ୍ଷକ, ଯେଉଁ ସ୍ଥଳରେ ଯେପରି ପ୍ରୟୋଗନୀୟ ତାର କାରଣ ସଠିକ ଭାବେ ଲିପିବଦ୍ଧ କରି , କୌଣସି ନିଲାମ ବିକ୍ରିକୁ ନାକଚ କରିବା କ୍ଷମତା ବହନ କରନ୍ତି, ଯଦି ସେ ଏପରି ପ୍ରଚାର, ଡକାଳୀଙ୍କ ଅଂଶ ଗ୍ରହଣ କରାଯାଇଥିବା ଡାକ ଅର୍ଥରାଶି ଇତ୍ୟାଦି ଉପରେ ସନ୍ତୁଷ୍ଟ ନହୁଅନ୍ତି । ଚୁକ୍ତି ଓ କ୍ଷତିପୂରଣ ଚୁକ୍ତି :- ସଂପୂର୍ଣ୍ଣଭାବେ ଡାକ – ଅର୍ଥରାଶିରେ ପ୍ରଦାନ ତାରିଖରୁ ସାତଦିନ ମଧ୍ୟରେ , ନିବନ୍ଧନ ଆଇନ ୧୯୦୮ ଏବଂ ଟିକସ ଆଇନ ୧୮୯୯ ର ବ୍ୟବସ୍ଥାବଳୀ ଅନୁଯାୟୀ କୃତିକାର୍ଯ୍ୟ ଡକାଳୀ ଏବଂ ଦକ୍ଷ ଅଧିକାରୀଙ୍କ ମଧ୍ୟରେ ନିଲାମ ବିକ୍ରିର ସର୍ତ୍ତାବଳୀ , କ୍ଵାରୀ- କାର୍ଯ୍ୟ ଇତ୍ୟାଦି ଧାରଣ କରିଥିବା ଏକ ଚୁକ୍ତି ସମ୍ପାଦନ କରାଯିବ । କ୍ଷତିପୂରଣ :- ଆବଶ୍ୟକ ଅର୍ଥରାଶି ପ୍ରଦାନ କରିବାରେ ଏବଂ ଚୁକ୍ତି ସମ୍ପାଦନରେ ତାଙ୍କ ଦ୍ଵାରା ହୋଇଥିବା ବିଳମ୍ବ ନିମନ୍ତେ କୃତିକାର୍ଯ୍ୟ ତକାଳୀର କ୍ଷତିପୂରଣ କିମ୍ବା ନିଲାମ ସମୟରେ ପରିବର୍ଦ୍ଧନ ନିମନ୍ତେ କୌଣସି ଦାବି ରହିବ ନାହିଁ । ଡକାଳୀର ମୃତ୍ୟୁ ଯେଉଁ ସ୍ଥଳରେ ସେହି ଡକାଳୀ, ଯାହାର ଡାକ ଗୃହିତ ହୋଇଛି, ସେ ଡାକ ଅର୍ଥରାଶି ଜମା କରିବା ପରେ କିମ୍ବା ନିଲାମ ଚୁକ୍ତିର ସମ୍ପାଦନ ପରେ ମୃତ୍ୟୁବରଣ କରେ, ସେପରିସ୍ଥେଳ ଏପରି ଜମା କିମ୍ବା, ତାଙ୍କ ଆଇନଗତ ଉତ୍ତରାଧିକାରୀ/ ପ୍ରତିନିଧିଙ୍କ ଦ୍ଵାରା କରାଯାଇଚୀ ବୋଲି ଧରାଯିବ । ନିଲାମର ସର୍ତ୍ତାବଳୀ ନିଲାମ ବିକ୍ରି ଚୁକ୍ତିର ସର୍ତ୍ତାବଳୀ ନିମ୍ନ ପ୍ରକାର ହେବ । ଏପରି ନିଲାମ ଚୁକ୍ତି ହସ୍ତାନ୍ତରୀଣ ନୁହେଁ ସେହି କ୍ଷୁଦ୍ର ଖଣିଜ ଦ୍ରବ୍ୟ, ଯାହା ବ୍ୟତୀତ ଏପରି ନିଲାମକୁ ଦୃଢୀକରଣ କରାଯାଇଛି, ତାହା ନିଲାମ ସ୍ଥାନ କିମ୍ବା ଅଞ୍ଚଳରୁ ଅପସାରଣ କରାଯିବ ନାହିଁ । ଯଦି କ୍ଵାରୀ- କାର୍ଯ୍ୟ ସମୟରେ, କୌଣସି କ୍ଷୁଦ୍ର-ଖଣିଜ ପଦାର୍ଥ ମିଳେ ସେପରିସ୍ଥଳେ ନିଲାମ – ଧାରୀ ତତକ୍ଷଣାତ ଏ ବିଷୟ ଦକ୍ଷ ଅଧିକାରୀ ଏବଂ ନିର୍ଦ୍ଦେଶକଙ୍କୁ ସୂଚିତ କରିବେ ଏବଂ ତାହା ଉତ୍ତୋଳନ କରିବେ ନାହିଁ କିମ୍ବା ଅପସାରଣ କରିବେ ନାହିଁ । ନିଲାମଧାରୀ ବ୍ୟକ୍ତି ତତକ୍ଷଣାତ ସମସ୍ତ ଦୁର୍ଘଟଣା ବିଷୟ,ଦକ୍ଷ ଦକ୍ଷ ଅଧିକାରୀ ଜିଲ୍ଲା କଲେକ୍ଟରଙ୍କୁ ସୂଚିତ କରିବେ । ନିଲାମ ସର୍ତ୍ତାବଳୀର ସମାପ୍ତି ପରେ ନିଲାମ ଧାରୀର, ନିଲାମ ଅଞ୍ଚଳରେ ଥିବା ଉତ୍ତୋଳିତ ଖଣିଜ ପଦାର୍ଥ ଏବଂ ଅନ୍ୟାନ୍ୟ ସଂପତ୍ତି ଉପରେ କୌଣସି ଅଧିକାର ରହିବ ନାହିଁ, ଯାହାକି ସରକାରଙ୍କ ସଂପତ୍ତି ବୋଲି ଧରାଯିବ ଏବଂ ତାହା ସର୍ବସାଧାରଣ ନିଲାମ ଦ୍ଵାରା ବିକ୍ରି କରାଯିବ। ବନ କିମ୍ବା ଜଙ୍ଗଲ ବିଭାଗର ସମ୍ପୃକ୍ତ ଅଧିକାରୀଙ୍କ ପୂର୍ବ ଅନୁମତି ବିନା, କୌଣସି ଜଙ୍ଗଲ କିମ୍ବା ବନ ଅଞ୍ଚଳରେ, ନିଲାମଧାରୀ ବ୍ୟକ୍ତି କୌଣସି କାର୍ଯ୍ୟ କରିବେ ନାହିଁ । ନିଲାମଧାରୀ, ଭୂମିର ପୃଷ୍ଠ ଭାଗ ଦାଖଲକାରୀଙ୍କୁ ଉଚିତ ଏବଂ ଯଥାଯଥ କ୍ଷତିପୂରଣ ପ୍ରଦାନ କରିବେ, ଯେପରି ନିଲାମଧାରୀ ଏବଂ ଜମି-ମାଲିକଙ୍କ ମଧ୍ୟରେ ସମ୍ମତ ହୋଇଥିବ । ନିଲାମଧାରୀ, କୋଣସି ସର୍ବସାଧାରଣ ରାସ୍ତା, ସର୍ବସାଧାରଣ ଅଟ୍ଟାଳିକା, ମନ୍ଦିର, ଜଳାଶୟ, ବନ୍ଧ, ଶ୍ମଶାନଘାଟ , ରେଳଧାରଣା ରାସ୍ତା ଇତ୍ୟାଦିର ୫୦ ମିଟର ମଧ୍ୟରେ କୌଣସି କ୍ଵାରୀ କାର୍ଯ୍ୟ କରିବେ ନାହିଁ ଏବଂ ସର୍ବସାଧାରଣ ଏବଂ ଘରୋଇ ସଂପତ୍ତି ପ୍ରତି, କୌଣସି କ୍ଷତି ଘଟାଇବେ ନାହିଁ । ନିଲାମ ଅଞ୍ଚଳକୁ ପୃଥକ କରିବା ନିମନ୍ତେ ଆବଶ୍ୟକ ସୀମା ଚିହ୍ନ ଏବଂ ଖୁଣ୍ଟ, ନିଲାମ –ଧାରୀ ବ୍ୟକ୍ତି, ନିଜ ଖରଚରେ ଉତଥାପନ କରିବେ ଏବଂ ରକ୍ଷଣାବେକ୍ଷଣ କରିବା ସହିତ, ଉତ୍ତମ ଅବସ୍ଥାରେ ରଖିବେ । ନିଲାମ –ଧାରୀ ବ୍ୟକ୍ତି, ଖଣି ଏବଂ ଖଣିଜ ଦ୍ରବ୍ୟ ( ଉନ୍ନୟନ ଏବଂ ନିୟମିତକରଣ) ଆଇନ,୧୯୫୭, ଖଣି ଆଇନ ୧୯୫୨ ବିସ୍ପୋରକ ଆଇନ ୧୮୮୪, ବିସ୍ପୋରକ ଦ୍ରବ୍ୟ ଆଇନ,୧୯୦୮ ଏବଂ ତତ ସଂକ୍ରାନ୍ତୀୟ ନିୟମାବଳୀ ତଥା, କ୍ଵାରୀ କାର୍ଯ୍ୟ ସମ୍ବନ୍ଧୀୟ ସେତେବେଳେ ବଳବତ୍ତର ଥିବା ସମସ୍ତ ଆଇନର ବ୍ୟବସ୍ଥାବଳୀକୁ ମଣିବେ ଏବଂ ଅନ୍ୟାନ୍ୟ ବିଷୟ ଯାହାକି କ୍ଵାରୀ କାର୍ଯ୍ୟ କରୁଥିବା ବ୍ୟକ୍ତି ଏବଂ ସର୍ବସାଧାରଣଙ୍କ ନିରାପତ୍ତା, ସ୍ୱାସ୍ଥ୍ୟ ଏବଂ ସୁବିଧାକୁ ପ୍ରଭାବିତ କରେ, ସେଥିପ୍ରତି ମଧ୍ୟ ଦ୍ରୁଷ୍ଟି ଦେବେ। ନିଲାମଧାରୀ ବ୍ୟକ୍ତି, ରାସ୍ତା, ଜଳ ଏବଂ ଅନ୍ୟାନ୍ୟ ଯାତାୟାତ, ପଥ, ଯାହାକି ସ୍ଥିତ ଅଟେ, ତାହା ମଧ୍ୟ ମାନିବେ । ନିଲାମ – ଧାରୀ ବ୍ୟକ୍ତି କ୍ଵାରୀ କରାଯାଇଥିବା ଏବଂ ପ୍ରେରଣ କରାଯାଇଥିବା କ୍ଷୁଦ୍ର ଖଣିଜ ଦ୍ରବ୍ୟର ସଠିକ ମସିକିଆ ହିସାବ ରଖିବେ ଏବଂ ପରବର୍ତ୍ତୀ ମାସର ୧୫ ତାରିଖ ସୁଦ୍ଧା , ଦକ୍ଷ ଅଧିକାରୀଙ୍କୁ ଫର୍ମ” ୱାଇ” ରେ ଏକ ମାସିକିଆ ରିଟର୍ଣ୍ଣ ପ୍ରଦାନ କରିବେ । ଆର୍ଥିକ ବର୍ଷ ସମାପ୍ତିର ଏକ ସପ୍ତାହ ମଧ୍ୟରେ କିମ୍ବା ନିଲାମ ସର୍ତ୍ତାବଳୀରେ ସମାପ୍ତି ପରେ ଉକ୍ତ ଆର୍ଥିକ ବର୍ଷ କିମ୍ବା ତା ର କୌଣସି ଅଂଶ ନିମନ୍ତେ, ସେ ଦକ୍ଷ ଅଧିକାରୀ ଏବଂ ନିର୍ଦ୍ଦେଶକ, ଓଡିଶାଙ୍କୁ, ଫର୍ମ-“ ଡେଡ“ ରେ ଏକ ବାର୍ଷିକ ରିଟର୍ଣ୍ଣ ପ୍ରଦାନ କରିବେ । ଉତ୍ପାଦନ ଏବଂ ପ୍ରେରଣର ହିସାବ ଯାଞ୍ଚ କରିବା ଏବଂ କ୍ଵାରୀ କାର୍ଯ୍ୟ ପରିଦର୍ଶନ କରିବା ନିମନ୍ତେ, ନିଲାମ –ଧାରୀ ବ୍ୟକ୍ତି, ନିର୍ଦ୍ଦେଶକ, ନିୟନ୍ତ୍ରଣକାରୀ ଅଧିକାରୀ ଏବଂ ଦକ୍ଷ ଅଧିକାରୀ କିମ୍ବା ସେମାନଙ୍କ ମଧ୍ୟରୁ କୋଣସି ବ୍ୟକ୍ତିଙ୍କ ଦ୍ଵାରା କ୍ଷମତାୟିତ କୌଣସି ଉଚ୍ଚକର୍ମଚାରୀଙ୍କୁ, ଏପରିଭାବେ ରକ୍ଷଣାବେକ୍ଷଣ କରାଯାଉଥିବା ରେଜିଷ୍ଟର ପରିଦର୍ଶନ କରିବା ନିମନ୍ତେ ଅନୁମୋଦନ କରିବେ। ଦକ୍ଷ ଅଧିକାରୀ କିମ୍ବା ତାଙ୍କ ଦ୍ଵାରା କ୍ଷମତାୟୀତ କୌଣସି ଉଚ୍ଚକର୍ମଚାରୀଙ୍କ ପୂର୍ବ ଅନୁମତି ବିନା, ନିଲାମ – ଧାରୀ ବ୍ୟକ୍ତି, ଉକ୍ତ ଅଞ୍ଚଳରୁ କୌଣସି କ୍ଷୁଦ୍ର ଖଣିଜ ଦ୍ରବ୍ୟ ଅପସାରଣ କରିବେ ନାହିଁ । ଏପରି ଉଚ୍ଚକର୍ମଚାରୀମାନଙ୍କ ଦ୍ଵାରା ନିର୍ଗମ କରାଯାଇଥିବା କୌଣସି ବୈଧ “ପ୍ରେରଣ –ପାସ“ ବିନା କୌଣସି କ୍ଷୁଦ୍ର ଖଣିଜ ଦ୍ରବ୍ୟକୁ, ଉକ୍ତ ଅଞ୍ଚଳରୁ ଅପସାରଣ କରାଯିବ ନାହିଁ । “ଲାଟ ରାଇଟି “କ୍ଵାରୀ, କ୍ଷେତ୍ରରେ ନିଲାମ ଧାରୀ ବ୍ୟକ୍ତି ଉକ୍ତ ଲାଟରାଇଟି ଉତ୍ତୋଳନ କରିବା ନିମନ୍ତେ କୌଣସି ଶକ୍ତି ଚାଳିତ କଟା ଯନ୍ତ୍ର କିମ୍ବା ଏପରି କୌଣସି ଯନ୍ତ୍ର ବ୍ୟବହାର କରିବେ ନାହିଁ । ବାତାବରଣ ସୁରକ୍ଷା ଏବଂ ସମାଧାନର ନିୟନ୍ତ୍ରଣ ସହିତ, କ୍ଵାରୀ କରାଯାଇଥିବା ଅଞ୍ଚଳର ପୁନରୁଦ୍ଧାର ନିମନ୍ତେ , ନିଲାମଧାରୀ ବ୍ୟକ୍ତି ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବେ । ଯଦି କୌଣସି କ୍ଷେତ୍ରରେ, ଯଦି ଦକ୍ଷ ଅଧିକାରୀଙ୍କ ଆଦେଶ, ସମ୍ପୃକ୍ତ ନିୟନ୍ତ୍ରଣକାରୀ ଅଧିକାରୀଙ୍କ ଦ୍ଵାରା, ସଂଶୋଧିତ ହୁଏ, ପୁନଃ ବିଚାର କରାଯାଏ କିମ୍ବା ନାକଚ କରାଯାଏ କିମ୍ବା ପ୍ରାକୃତିକ ଦୁର୍ବିପାକ ଯୋଗୁଁ ଯେପରି ଯୁଦ୍ଧ, ବିଦ୍ରୋହ,ଦଙ୍ଗା, ସମାଜିୟକ, ଦଙ୍ଗା, ଧାରଣା, ଭୂକମ୍ଫ, ଝଡ, ଜୁଆରିଆ ଢେଉ, ବନ୍ୟା, ବିଜୁଳି,ବିସ୍ପୋରକ, ଅଗ୍ନିକାଣ୍ଡ ଏବଂ ଅନ୍ୟ କୌଣସି ଘଟନା ଯୋଗୁଁ ନିଲାମଧାରୀ ବ୍ୟକ୍ତି, ନିଲାମ ବିକ୍ରିର ସର୍ତ୍ତାବଳୀ, ପୂରଣ କରିବା ନିମନ୍ତେ ଅକୃତକାର୍ଯ୍ୟ ହୁଅନ୍ତି, କିମ୍ବା ପରିପାର୍ଶ୍ଵିକ କାର୍ଯ୍ୟରେ, କ୍ଵାରୀ କାର୍ଯ୍ୟ ନିମନ୍ତେ ଭୂମି ଅଧିଗ୍ରହଣ ଏବଂ ସର୍ବସାଧାରଣ ଉଦ୍ଦେଶ୍ୟରେ ଜମିର ବିନିଯୋଗ ନିମନ୍ତେ ବିଳମ୍ବ ଘଟେ, ସେପରିସ୍ଥଳେ ନିଲାମଧାରୀ ବ୍ୟକ୍ତି , କୌଣସି କ୍ଷତିପୂରଣ ଦାବି କରିବେ ନାହିଁ । ଉପଯୁକ୍ତ ଅଧିକାରୀଙ୍କଠାରୁ ଏକ ବିସ୍ପୋରକ ଅନୁମତିପତ୍ର ଗ୍ରହଣ ବିନା ନିଲାମଧାରୀ ବ୍ୟକ୍ତି କୌଣସି,ପ୍ରକାର, କୌଣସି ବିସ୍ପୋରକ ବ୍ୟବହାର କରିବେ ନାହିଁ । ସର୍ବନିମ୍ନ ମଜୁରି ଆଇନ ୧୯୬୮ ଅନୁଯାୟୀ, ସମୟାନୁକ୍ରମେ, ରାଜ୍ୟ ସରକାରଙ୍କ ଦ୍ଵାରା ଧାର୍ଯ୍ୟ, ସର୍ବନିମ୍ନ ମଞ୍ଜୁରୀରୁ କମ ମଜୁରି, ନିଲାମଧାରୀ ବ୍ୟକ୍ତି ପ୍ରଦାନ କରିବେ ନାହିଁ । ଦକ୍ଷ ଅଧିକାରୀ ଏପରି ଅଧିକ ସର୍ତ୍ତାବଳୀ ଧାର୍ଯ୍ୟ କରିପାରନ୍ତି, ଯେପରି ସେ, ଖଣିଜ ଦ୍ରବ୍ୟର ଉନ୍ନୟନ ଦ୍ରୁଷ୍ଟିରୁ, ଆବଶ୍ୟକ ବୋଲି ମନେ କରନ୍ତି । ଫର୍ମ "ଫର୍ମ"ସମ୍ବନ୍ଧରେ ସୂଚନା । ଆଧାର - ଦି ଲ ହାଉସ