ୟାରିୟାତ ଜଣେ ତାର ସଂପତ୍ତିକୁ ଦତ୍ତପତ୍ର ଦ୍ଵାରା ଅନ୍ୟ ଜଣକୁ ଦେଇପାରିବ । ଏଥିପାଇଁ ଗ୍ରହିତାକୁ ଦତ୍ତ ସଂପତ୍ତିର ମୂଲ୍ୟ ଦେବାକୁ ପଡେ ନାହିଁ । A 1978 J & K 92, 97 ୟାରିୟାତ (Areat) ଏରିୟାତ ଦ୍ଵାରା କେବଳ ସଂପତ୍ତିର ବ୍ୟବହାର ଫଳକୁ ଦତ୍ତ କରି ଦିଆଯାଇଥାଏ । ମାତ୍ର ଜମିଟି ମାଲିକ ହାତରେ ଥାଏ । ୟାରିୟାତ (Areat) ଏରିୟାତ ଦ୍ଵାରା କେବଳ ସଂପତ୍ତିର ବ୍ୟବହାର ଓ ଫସଲ କୁ ଦତ୍ତ କରିଦିଆଯାଇଥାଏ । ମାତ୍ର ଜମିଟି ମାଲିକ ହାତରେ ଥାଏ । ଦାତ୍ତାଙ୍କ ଯୋଗ୍ୟତା ସାବାଳକ ଓ ସୁସ୍ଥ ମସ୍ତିସ୍କ ତାର ସମସ୍ତ ସମ୍ପତ୍ତିକୁ ଦାନ ବା ଦତ୍ତ କରିଦେଇପରେ , ମାତ୍ର ମୃତ୍ୟୁକାଳୀନ ବେମାର ଅବସ୍ଥାରେ ନୁହେଁ । ଗ୍ରହିତାର କ୍ଷମତା ଯେକୌଣସି ଚଳନ୍ତି ବ ଅଚଳନ୍ତି ସଂପତ୍ତି ନେବା ପାଇଁ କ୍ଷମ ଥାଏ । ମାତୃଗର୍ଭରେ ଥିବା ସନ୍ତାନକୁ ଦେଇଥିବା ଦାନ ଓ ତା ଦାନର 6 ମାସ ପର୍ଯ୍ୟନ୍ତ ଯଦି ସେ ଛୁଆ ବଞ୍ଚି ରହେ ତେବେ ସେ ଦାନ ସିଦ୍ଧ ହୋଇଥାଏ । ଦତ୍ତ ସଂପତ୍ତିର ଆର୍ଥିକ ମୂଲ୍ୟ ଥିବା ଉଚିତ । ତା ହସ୍ତାନ୍ତର ଯୋଗ୍ୟ ଓ ହିବା ସମୟରେ ଡାଟାର ଦତ୍ତ କରିଥିବାର କ୍ଷମତା ଥିବା ଦରକାର । ଅବି ଭାଜ୍ୟ ବା ବଣ୍ଟନ ହୋଇ ନଥିବା ସଂପତ୍ତିକୁ ଦତ୍ତ ଦେଲେ ତାହାକୁ Musha ( ମୂଷା) କୁହାଯାଏ । ମୂଷାହିବା 3 ପ୍ରକାର ଜଣେ ଅଂଶୀଦାର ତାର ଅଭିଭାଜ୍ୟ ସଂପତ୍ତିକୁ ଦତ୍ତ କରିପାରେ । ଗୋଟିଏ ନିର୍ଦ୍ଧିଷ୍ଟ ସଂପତ୍ତି ଦାତ୍ତାର ଅଲଗା ଦାଖଲରେ ଥିବା ସମୟରେ ସେ ଦତ୍ତ କରିପାରେ । ଗ୍ରହିତା ଦାତ୍ତାର ସଂପର୍କୀୟ ଥିଲେ ମଧ୍ୟ ଦତ୍ତ ଗ୍ରହଣ କରିପାରେ । ଦତ୍ତ ସଂପତ୍ତି ଜଣକରୁ ଅଧିକ ଲୋକକୁ ମଧ୍ୟ ଦିଆଯାଇପାରେ । କେଉଁ କେଉଁ ଜାଗାରେ ଦତ୍ତ ହୋଇପାରିବ ନାହିଁ । ଯେଉଁଠି ସଂପତ୍ତି ଭାଗ ଭାଗ ହୋଇପାରିବ ନାହିଁ ସେ ସଂପତ୍ତି ଦତ୍ତ ଅଯୋଗ୍ୟ । ଦତ୍ତ ଯଦି ଦାତ୍ତା ସଂପତ୍ତିର ମୂଲ୍ୟ ଗ୍ରହଣ କରେ ତାହା ଦତ୍ତ ସଂପତ୍ତି ହୋଇ ରହେ ନାହିଁ । ଦତ୍ତ ଦେବା ପ୍ରଣାଳୀ Formation of Gift ( ଦତ୍ତ ଦେବା ପ୍ରଣାଳୀ) ଦତ୍ତ ଦେବା ଓ ନେବା ସମୟରେ ଉଭୟେ ଦାତ୍ତ ଓ ଗ୍ରହିତା ଆମ୍ଭେ ଦତ୍ତ ଦେଲୁ ଓ ଆମ୍ଭେ ଦତ୍ତ ଗ୍ରହଣ କଲୁ ବୋଲି କହିବେ ଓ ଉକ୍ତ ସମୟରେ ଦତ୍ତ ସଂପତ୍ତିକୁ ଦତ୍ତ ଦେବେ ଓ ଗ୍ରହିତା ତାକୁ ଗ୍ରହଣ କରିବେ । Actual and constructive: - ସବୁ କ୍ଷେତ୍ରରେ , ସବୁ ସମ୍ପତ୍ତିକୁ ପ୍ରକାଶ୍ୟରେ ଦବା ନାବା କରି ହୋଇ ନଥାଏ । ସେ ଜାଗାରେ ଉଭୟ ପକ୍ଷ ପ୍ରକାଶ କରିଦେଲେ ତାହା constructive gift ତୁଲ୍ୟ ଗଣ୍ୟ ହୋଇଥାଏ । ସବୁ କ୍ଷେତ୍ରରେ ଦତ୍ତ ସମ୍ପତ୍ତି ଚଳନ୍ତି ବା ଅଚଳନ୍ତି ହୋଇଥାଉ ତାକୁ Physical possession ନିହାତି ଦେବା ଦରକାର । ମାତ୍ର ଯେଉଁଠି ଦତ୍ତ ସଂପତ୍ତି ଡାଟା ଭିନ୍ନ ଅନ୍ୟ ଲୋକର ଦାଖଲରେ ଥାଏ । ଯଥା- ବନ୍ଧକ , ଭାଗଚାଷ ହାତରେ ଥାଏ କିମ୍ବା ଦାତା ନିଜେ ଯଦି Lease holder ବା ବନ୍ଧକ ସୂତ୍ରେ ଦଖଲ କରୁଥାଏ କିମ୍ବା ଦାତା ଗ୍ରହିତାର ସ୍ଵାମୀ ବା ସ୍ତ୍ରୀ ହୋଇଥାଏ କିମ୍ବା ଗ୍ରହିତା ଯଦି ଦାତାର ସନ୍ତାନସନ୍ତତି ହୋଇଥାଏ , ତେବେ ସେ କ୍ଷେତ୍ରରେ Actual delivery of prossession ଦେବା ଅସମ୍ଭବ ହୁଏ , ତାହା constructive prossession ତୁଲ୍ୟ ଗଣ୍ୟ ହୁଏ । Subsequent delivery of possession କେଉଁ କେଉଁ ସ୍ଥାନରେ ଦଖଲ ପରେ ଦେଲେ ମଧ୍ୟ ଚଳେ ଦତ୍ତ ଦେବାର କିଛି ଦିନପରେ ଯଦି ସମ୍ପତ୍ତିକୁ ଗ୍ରହିତାଙ୍କୁ ଦଖଲ ଦିଆଯାଏ ଆଂଶିକ ବା ପୂର୍ଣ୍ଣ ହେଉ ତାହା ମଧ୍ୟ ଦତ୍ତ ସଂପତ୍ତି ବୋଲି ଗଣ୍ୟ ହେବ । ସବୁ କ୍ଷେତ୍ରରେ ଗ୍ରହିତାଙ୍କୁ ସିଧାସଳଖ ଦତ୍ତ ସଂପତ୍ତି ଦାନ କରା ହୋଇଯାଇପାରେ ନାହିଁ । ସେ କ୍ଷେତ୍ରରେ ଦୁହିନଙ୍କର ଗାର୍ଡିଅନ ବା ତାଙ୍କର ଏଜେଣ୍ଟ ବା ତାଙ୍କ ତରଫରୁ ନିଯୁକ୍ତି ହୋଇଥିବା Trustee ଟ୍ରଷ୍ଟିଙ୍କୁ ମଧ୍ୟ ଦାନ କରାଯାଏ । ସର୍ତ୍ତମୂଳକ ଦାନ Conditional Gift (ସର୍ତ୍ତମୂଳକ ଦାନ) :- ଜଣେ ଲୋକ ଜମିର ମାଲିକ ନ ଥାଇ ଜମି ମାଲିକଙ୍କ ଦ୍ଵାରା ନିଯୁକ୍ତ ମାଲିକାନା ବିସ୍ତାର କରେ । ଜମି ଦତ୍ତ କରାନଯାଇ , ଦତ୍ତ ସଂପତ୍ତି ଉତ୍ପର୍ଣ୍ଣ ଶସ୍ୟକୁ ଦତ୍ତ କରାଯାଏ । ମାତ୍ର ଦତ୍ତ ଯଦି କୌଣସି ସମୟ ସୀମା ପର୍ଯ୍ୟନ୍ତ ଦିଆଯାଏ ତେବେ ତାହା ବେଆଇନ ହୁଏ । ଏରିୟତ ହିବା ଦ୍ଵାରା କେବଳ ହିବା ଜମିର ଉତ୍ପର୍ଣ୍ଣ ଫସଲକୁ କିଛି ନିର୍ଦ୍ଧିଷ୍ଟ ସମୟ ସୀମା ଶଯ୍ୟାରେ ଦିଆଯାଏ । ଦାନର ପ୍ରତ୍ୟାହାର Contingent gift (ଦାନର ପ୍ରତ୍ୟାହାର) (1) ଦତ୍ତ ସଂପତ୍ତିକୁ ଗ୍ରହିତାଙ୍କୁ ଦଖଲ ଦେବା ପୂର୍ବରୁ ମୌଖିକ ଅସ୍ଵୀକାର କରିପାରିବ । କିନ୍ତୁ ଦଖଲ ଦେଇ ସାରିବା ପରେ ସେ କେବଳ Court ରେ ଦତ୍ତକୁ Challenge କରିପାରେ । (2) ମାତ୍ର ନିମ୍ନଲିଖିତ ସ୍ଥଳେ ସେ revoke କରିପାରିବ ନାହିଁ । ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କର ବିବାହ ସମ୍ପର୍କଥିଲେ ସମ୍ପର୍କୀୟ ଥିଲେ । ଯଦି ଦତ୍ତ ଓ ଗ୍ରହିତାର ସମ୍ପର୍କ, ନିଷେଧ ସମ୍ପର୍କୀୟ ହୋଇଥାନ୍ତି । କୌଣସି ଦାତ୍ତ ଓ ଗ୍ରହିତା ମୃତ ହୋଇଥିଲେ ଯଦି ଦାତ୍ତ ସଂପତ୍ତି ନିଜ କର୍ତ୍ତୃତ୍ଵରେ ନଥାଏ । ଯଦି ସଂପତ୍ତି ବନ୍ଧକ ପଡିଥାଏ । ଯଦି ଦତ୍ତ ସଂପତ୍ତି ପାଇଁ ପଇସା ନିଆଯାଇପାରେ । ଯଦି ସଂପତ୍ତି ଆଦୌ ନଥାଏ , ବା କାଳକ୍ରମେ ନଷ୍ଟ ହୋଇଯାଇଥାଏ । ପ୍ରତ୍ୟାବର୍ତ୍ତନ ଦାନ Gift involving return (ପ୍ରତ୍ୟାବର୍ତ୍ତନ ଦାନ) Heba- Bill –Quarz ଦତ୍ତ ସଂପତ୍ତିକୁ ଅନ୍ୟ ସଂପତ୍ତି ବଦଳରେ ଯେଉଁଠି ଦିଆଯାଇଥାଏ । False- Hiba-Bill-Quarz କିଛି ପଇସା ବଦଳରେ କୌଣସି ସଂପତ୍ତିକୁ ଦତ୍ତ କରାଯାଇଥାଏ । ସଂପତ୍ତି ଫେରିବା ସର୍ତ୍ତରଖି ଯଦି ଦତ୍ତ କରାଯାଇଥାଏ ସଂପତ୍ତିର ଦଖଲ ପୂର୍ବରୁ ଯଦି ପ୍ରତ୍ୟାହୃତ କରାଯାଇଥାଏ , ମାତ୍ର ଦଖଲ ଦେଇ ସାରିବା ପରେ ଏହା ଦତ୍ତ ସମ୍ପତ୍ତି ବିକ୍ରୟ ତୁଲ୍ୟ ଗଣ୍ୟ ହୋଇଥାଏ । ଆଧାର- ଦି ଲ ହାଉସ