ଉପକ୍ରମ ସଂପତ୍ତିର ମାଲିକ ଯାହା ସପକ୍ଷରେ will କରି ଦେଇଯାଇଥିବେ । ମାଲିକର ମରର ପରେ ସେ ଲୋକ ସେ ସଂପର୍କରେ ଅଧିକାରୀ ହେବେ । Sec 183. ସାବାଳକ ଓ ସୁସ୍ଥ ମସ୍ତିସ୍କ ଲୋକ ହିଁ will କରିପାରିବ । Sec 184. ସଂପତ୍ତିର ମାଲିକ ତାଙ୍କର ଶେଷ ନିଷ୍ପତ୍ତିକୁ ଲିଖିତ ବା ମୌଖିକରେ ପ୍ରକାଶ କରି ୱାସିୟାତ କରିଦେବେ ଏବଂ ଯାହା ସପକ୍ଷରେ କରିଦେବେ ସେ ତାକୁ ସଙ୍ଗେ ସଙ୍ଗେ ଗ୍ରହଣ କରିବେ । Sec 185 :- ଜଣେ ମୁସଲିମ ତା ସଂପତ୍ତିର ବା ସଂପତ୍ତିର ଆୟ ପକ୍ଷେ ୱାସିୟତ କରିପାରିବେ । Sec 186:- ଜଣେ ମୁସଲିମ ଦାନ କିମ୍ବା ଧର୍ମ କରିବା ଉଦ୍ଦେଶ୍ୟରେ ୱାସିୟତ କରିଦେଇପାରିବେ । Sec 187 କୌଣସି ଅନୁଷ୍ଠାନ, ପୁରୁଷ ବା ନାବାଳକ ଏପରିକି ଗର୍ଭସ୍ଥ ଶିଶୁର ସପକ୍ଷରେ ମଧ୍ୟ ୱାସିୟତ କରିହେବ । Sec 188/189 : ମାତ୍ର ଜଣେ ତା ର ଭବିଷ୍ୟତର ଉତ୍ତରାଧିକାରୀ ସପକ୍ଷରେ ୱାସିୟତ କରିପାରିବ ନାହିଁ । କିନ୍ତୁ ଅନ୍ୟ ଉତ୍ତରାଧିକାରୀମାନେ ମାଲିକର ମୃତ୍ୟୁ ପରେ ରାଜି ହେଲେ ଉକ୍ତ ୱାସିୟତ କାଏମ ହୁଏ । Sec 190 : ଜଣେ ମୁସଲିମ ତାର ସଂପତ୍ତିର 1/3 ୟାଂସ ପକ୍ଷେ ୱାସିୟାତ କରିପାରିବ କିନ୍ତୁ ତହିଁରୁ ଅଧିକ କରିପାରିବ ନାହିଁ । Sec. 191:- rd ରୁ ଅଧିକ ସଂପତ୍ତି ପକ୍ଷେ କାଲେ ଉକ୍ତ ୱାସିୟତ ବେଆଇନ ହୁଏ । Sec 192. ୱାସିୟତ ପାଇଥିବା ଲୋକ ଶୀଘ୍ର ଉକ୍ତ ସଂପତ୍ତିକୁ ପାଇବା ଲୋଭରେ ଯଦି ୱାସିୟତ କରି ଦେଇଥିବା ଲୋକକୁ ହତ୍ୟା କରେ ତେବେ ଉକ୍ତ ୱାସିୟତ ବଳରେ ସେ ଆଉ ସଂପତ୍ତି ପାଇବ ନାହିଁ । Sec 193. ୱାସିୟତ ପାଇବା ଲୋକ, ୱାସିୟତ କରିଦେଇଥିବା ଲୋକ ପୂର୍ବରୁ ଯଦି ମରେ ତେବେ ୱାସିୟତ ବଳରେ ସେ ଆଉ ସଂପତ୍ତି ପାଇବ ନାହିଁ । ଉକ୍ତ ୱାସିୟତ କାର୍ଯ୍ୟକାରୀ ହେବ ନାହିଁ । Sec. 194. ଯଦି ଜଣେ ମୁସଲିମ ତାର ସଂପତ୍ତିର ପକ୍ଷରେ ୱାସିୟତ କରିଥାଏ ଏବଂ ପରେ ଯଦି ସେହି ସଂପତ୍ତିକୁ se Legacy ସପକ୍ଷରେ ବିକ୍ରୟ କରେ , ୱାସିୟତ କାର୍ଯ୍ୟକାରୀ ହୁଏ ନାହିଁ । Sec 195. ୱାସିୟତ କରି ଦେଇଥିବା ଲୋକ ୱାସିୟତକୁ ରଦ୍ଦ ବା revoke (ପ୍ରତ୍ୟାହାର) କରିପାରିବ । Sec 196. ଜଣେ ୱାସିୟତ କରିଦେଇଥିବା ଲୋକ କୁ ପରେ ଯଦି ପାଗଳ ହୋଇଯାଏ ବା ମୁଣ୍ଡ ଖରାପ ହୋଇଯାଏ ସେ ୱାସିୟତ କାର୍ଯ୍ୟକାରୀ ହୁଏ ନାହିଁ । ସର୍ତ୍ତ ମୂଳକ ୱାସିୟତ Sec 197/198 : Conditional waseyat (ସର୍ତ୍ତ ମୂଳକ ୱାସିୟତ) ଯଥା କୌଣସି ଗୋଟିଏ ଘଟଣା ଘଟିବା ପର୍ଯ୍ୟନ୍ତ ୱାସିୟତ କାର୍ଯ୍ୟକାରୀ ହେବ । Sec 199 : କୌଣସି ମୁସଲିମ କୌଣସି ସଂପତ୍ତିକୁ ଭବିଷ୍ୟତରେ ୱାସିୟତ କରିଦେବା ପାଇଁ ହକଦାର ନୁହନ୍ତି । Sec.200 ଜଣେ ମୁସଲିମ ଜଣକ ପରେ ଆଉ ଜଣକ ପାଇବା ଭଳି ୱାସିୟତ କରିପାରେ । ଯଥା:- ଜଣେ ଲୋକ ତା ନାତି ନାମରେ ଗୋଟିଏ ୱାସିୟତ ଲେଖୁଥିଲେ ମାତ୍ର ତାଙ୍କ ଜୀବନ କାଳରେ ଯଦି ସେ ନାତି ମରିଯାଏ ତେବେ ସେ କୌଣସି ୱାକଫକୁ ଯିବା ପାଇଁ ମଧ୍ୟ ଲେଖିଦେଇ ଯାଇପାରେ । ଆଧାର- ଦି ଲ ହାଉସ