ଉପକ୍ରମ ମୁସଲିମ ବିବାହକୁ “ ନିକା” କୁହାଯାଏ । ମୁସଲିମ ବିବାହ ଗୋଟିଏ ସର୍ତ୍ତବିହୀନ ଚୀରସ୍ଥାୟୀ ଚୁକ୍ତି । ଏହା ଜଣେ ପୁରୁଷ ଓ ସ୍ତ୍ରୀ ମଧ୍ୟରେ ଆଇନ ସ୍ଵୀକୃତ ସନ୍ତାନ ସୃଷ୍ଟି କରିବା ପାଇଁ ଯୌନ ସମ୍ପର୍କକୁ ରକ୍ଷା କରିବା ପାଇଁ କରାଯାଇଥାଏ । ଏ ୧୯୮୧ ସୁ କୋର୍ଟ ୧୯୭୨ ରେ ସୁପ୍ରିମକୋର୍ଟ କହିଛନ୍ତି କି ବିବାହର ପ୍ରଧାନ କାରଣ ହେଉଛି ଯୌନ ସମ୍ପର୍କ । ଏଥିରୁ ଯଦି କୌଣସି ସ୍ତ୍ରୀ ଅସନ୍ତୁଷ୍ଟ ହୁଏ ତାହାର ମାନସିକ ବ୍ୟାଧି ହୋଇଥାଏ । ଜଣେ ମୁସଲମାନ ଯଦି ୧୯୫୪ ମସିହା Special marriage Act ଅନୁଯାୟୀ ବିବାହ ହୋଇଥାଏ ସେ ଦମ୍ପତି ସେହି Act ଦ୍ଵାରା ପରିଚାଳିତ ହେବେ । ସେମାନଙ୍କୁ “ ନିକା” ବିବାହ ପଦ୍ଧତି ଲାଗୁ ହେବ ନାହିଁ । ଉକ୍ତ ବିବାହ ଚୁକ୍ତିରେ ଆବଦ୍ଧ ହେବା ପାଇଁ ପୁରୁଷ ଓ ସ୍ତ୍ରୀ ସାବାଳକତ୍ଵ ପ୍ରାପ୍ତି ହୋଇଥିବେ ଓ ସେମାନେ ସୁସ୍ଥ ମସ୍ତିସ୍କସଂପନ୍ନ ହୋଇଥିବା ଆବଶ୍ୟକ ଅସୁସ୍ଥ ମସ୍ତିସ୍କ ଓ ନାବାଳକ ପୁରୁଷଙ୍କୁ ସ୍ତ୍ରୀମାନେ ବିବାହ କରିପାରିବେ କେବଳ ସେମାନଙ୍କର ଗାର୍ଡିଅନମାନଙ୍କ ଦ୍ଵାରା ହୋଇପାରିବେ । ଯଥା- ଜଣେ ସାବାଳକ ପ୍ରାପ୍ତ ପୁରୁଷର ବିବାହ ପାଇଁ କୌଣସି guardian ଙ୍କର ଦରକାର ନାହିଁ । ସେପରି ଗୋଟିଏ ସାବାଳକ ପ୍ରାପ୍ତ ସ୍ତ୍ରୀ ଲୋକ ସେ ଅଣୁତା କନ୍ୟା ବ ସାଇବା (ଆଗରୁ ସହବାସ କରାଇବା) ଏବଂ ବିବାହ ପାଇଁ ମଧ୍ୟ ଗାର୍ଡିଅନର ସମ୍ମତି ଦରକାର ନାହିଁ । ଜଣେ ମୁସଲିମ ଝିଅ ୧୫ ବର୍ଷରୁ ଉର୍ଦ୍ଧ୍ଵ ଓ ଘରଯୋଗ୍ୟ ହୋଇଥିଲେ ତାର ପିତାମାତାଙ୍କ ଅରଜି ଓର ବିବାହ କରିପାରିବେ । ବୈଧ ବିବାହ ପାଇଁ କେତେକ ନିୟମ ଯଦି ପୁଅ ଓ ଝିଅ ନାବାଳକ ଥାନ୍ତି , ସୁସ୍ଥ ମସ୍ତିସ୍କ ନଥାନ୍ତି । ସେ ଯାଗାରେ କୌଣସି ଗୋଟିଏ ପକ୍ଷ ପ୍ରଥମେ ପ୍ରସ୍ତାବ ହେବ । ଏବଂ ଅନ୍ୟ ପକ୍ଷ ତାଙ୍କୁ ଗ୍ରହଣ କରିବା । ପୁଣି ଉଭୟ ପକ୍ଷମାନେ ପରସ୍ପରକୁ ବିଭା ହେବା ପାଇଁ ଥାଇ, ଦୁଇଟି ପୁରୁଷ ସାକ୍ଷୀ ବା ଗୋଟିଏ ପୁରୁଷ ଓ ୨ ଟି ସ୍ତ୍ରୀ ଲୋକଙ୍କ ଆଗରେ ପ୍ରଚାର କରିବେ । ମାତ୍ର ସାକ୍ଷୀମାନେ ସାବାଳକ ଓ ସୁସ୍ଥ ମସ୍ତିଷ୍କ ଥିବା ଦରକାର । ଉକ୍ତ ବିବାହ ନିମନ୍ତେ ଉଭୟ ପକ୍ଷ କୌଣସି ମୁସଲମାନଙ୍କ ସଭାରେ ଜଣାଇ ପାରନ୍ତି । ଯଦି କୌଣସି ପକ୍ଷ ଅନୁପସ୍ଥିତି ରୁହନ୍ତି ସେ ଏକ ଚିଠି (ଲିଖିତ ପତ୍ର ଦ୍ଵାରା ) ସମ୍ମତି ଦେଇପାରେ । ଯଦି କୌଣସି ଗୋଟିଏ ପକ୍ଷ ମୁକ (ଘୁଙ୍ଗା) ଥାଏ ସେ ଟୀପ ଓ ଦସ୍ତଖତ ଦ୍ଵାରା ସମ୍ମତି ଦେଇପାରେ । ଯେଉଁଠାରେ ଉଭୟ ପକ୍ଷମାନେ (ବର ବା କନ୍ୟା) ସାବାଳକତ୍ଵ ପାଇନଥାନ୍ତି ବା ସୁସ୍ଥ ମସ୍ତିଷ୍କ ନ ଥାନ୍ତି ଉକ୍ତ ପ୍ରସ୍ତାବ ଦେବା ବା ଗ୍ରହଣ କରିବା ସେମାନଙ୍କର ଗାର୍ଡିଅନମାନେ କରିପାରିବେ । ବିବାହ ଚୁକ୍ତି ପାଇଁ ଉକ୍ତ ବର ବା କନ୍ୟା ବା ସେମାନଙ୍କର ଗାର୍ଡିଅନମାନଙ୍କ ଦ୍ଵାରା ନିଯୁକ୍ତି ହୋଇଥିବା କୌଣସି ଏଜେଣ୍ଟ ବା ପ୍ରତିନିଧିମାନେ ଚୁକ୍ତି ସଂପାଦାନ କରିପାରନ୍ତି । ମାତ୍ର ସେମାନେ ସାବାଳକ ଓ ସୁସ୍ଥ ମସ୍ତିସ୍କ ସମ୍ପର୍ଣ୍ଣ ହୋଇଥିବା ଦରକାର Tahrim-un-Nasab : ପରସ୍ପର ରକ୍ତ ସଂପର୍କ ଥିବା ଦ୍ରୁଷ୍ଟିରୁ ବିବାହ ନିଷେଧ ଏପରିକି ଅବୈଧ ଯୌନ ସଂପର୍କ ଥିବା ସତ୍ତ୍ୱେ ଜଣେ ମହମଡାନ ଏହି କେତେକ ସ୍ତ୍ରୀମାନଙ୍କ ସହିତ ବିବାହ ନିଷେଧ ଯଥା :- ନିଜର ମା,ବା, ମାର ମାଙ୍କ ସହିତ ନିଜର ଝିଅ ବା ଝିଅର ଝିଅ ସହିତ ନିଜର ପୂର୍ଣ୍ଣ ବା ସାବତ ଭଉଣୀମାନଙ୍କ ସହିତ ନିଜର ଭାଇ ଓ ଭଉଣୀମାନଙ୍କର ଝିଅ ମାନଙ୍କ ସହିତ । ପୂର୍ଣ୍ଣ ବା ସାବତ ସମ୍ପର୍କୀୟ ଖୁଡୀ, ମାଉସୀ ବା ସେମାନଙ୍କ ମା ମାନଙ୍କ ସହିତ । Tahrim –al –musharat : କେତେକ ବନ୍ଧୁ ସ୍ତ୍ରୀ ଲୋକମାନଙ୍କ ସହିତ ବିବାହ ନିଷେଧ ଯଥା :- ତାର ଶାଶୁ ବା ଶାଶୁଙ୍କ ଶାଶୁ ତାର ସ୍ତ୍ରୀର ଝିଅ ବା ନାତୁଣୀ ତାର ସ୍ତ୍ରୀର ପୁଅର ପୁଅ ବା ଝିଅର ପୁଅ ତାର ବାପାଙ୍କ ସ୍ତ୍ରୀ ବା ଜେଜେ (ଦାଦା) ବା ନାନା ଏପରିକି ନିଜର ସମବୟସ୍କ ଆତ୍ମୀୟ ସହିତ ଯଦିବା ଅବୈଧ ଯୌନ ସଂପର୍କ ଥାଏ ତଥାପି ବିବାହ ନିଷେଧ । ଜଣେ ମହମଡାନ , ତାକୁ 2 ବର୍ଷ ହେବା ପର୍ଯ୍ୟନ୍ତ ଯଦି କୌଣସି ରକ୍ତ ସମ୍ପର୍କୀୟ ଠାରୁ କ୍ଷୀର ଖାଇଥାଏ । ଏପରିକି ପାଳିତା ମାତା, ତା ସହିତ ତାର ବିବାହ ନିଷେଧ । ଗୋଟିଏ ମହମଡାନ ଏକ ସମୟରେ 4 ଟି ବିବାହିତ ସ୍ତ୍ରୀଙ୍କୁ ରଖିପାରେ ମାତ୍ର 4 ଟି ରୁ ଅଧିକ ନୁହେଁ (ମାତ୍ର ଗୋଟିଏ ସ୍ତ୍ରୀ ଲୋକ ଏକ ସମୟରେ ଜଣକରୁ ଅଧିକ ସ୍ଵାମୀ କରିପାରିବେ ନାହିଁ । ପରିଶିଷ୍ଠ : କିନ୍ତୁ ଗୋଟିଏ ପୁରୁଷ ଓ ତା ର ସ୍ତ୍ରୀଙ୍କ Divorce( ଛାଡ ପତ୍ର) ପରେ ମଧ୍ୟ “ ଇଦତ” ସମୟରେ ସ୍ଵାମୀ ସ୍ତ୍ରୀ ସଂପର୍କ ଅକ୍ଷୁର୍ଣ୍ଣ ରହିବ ବୋଲି ଧରାଯିବ । Quran କହେ : ଜଣେ ମୁସଲମାନ 1 ରୁ ଅଧିକ । ମାତ୍ର 4 ଜଣ ପର୍ଯ୍ୟନ୍ତ ବିବାହ ହୋଇପାରେ । ଯଦି ସେମାନଙ୍କୁ ସମାନ ଭାବରେ ସବୁ ରକମ ସୁଖଶାନ୍ତିରେ ଚଳାଇପାରିବ । ଯଦି ନ ପାରେ ତେବେ 1 ମାତ୍ର ସ୍ତ୍ରୀ ଗ୍ରହଣ କରି ଚାଲିବ । ସାଧାରଣତଃ ପିତୃମାତୃ ହୀନ ବାଳିକା, ସ୍ଵାମୀ ପରିତ୍ୟକ୍ତା ବା ହଇରାଣ ହରକତ ହେଉଥିବା ସ୍ତ୍ରୀ ଲୋକଙ୍କୁ ୨ୟ, ୩ୟ, ୪ର୍ଥ , ସ୍ତ୍ରୀ ଭାବରେ ଗ୍ରହଣ କରାଯାଇପରେ । ମାତ୍ର ସେମାନଙ୍କ ରାଜିରେ ହେବ । ତାର କୌଣସି ପୁରୁଷ ସହିତ ବିଭା ହେବା ମନା । ମାତ୍ର ସେହି ପୁରୁଷଟି ତାର ତଲାକ ଦେଇଥିବା ସ୍ଵାମୀ ହୋଇଥାଏ , ତା ସହିତ ବିବାହ ହୋଇପାରିବ । ଆଧାର- ଦି ଲ ହାଉସ