ଉପକ୍ରମ ବିବାହ ଚୁକ୍ତି କରିବା ସମୟରେ ସ୍ଵାମୀ ତା’ର ସ୍ତ୍ରୀ ପଇସା ଦେବାକୁ ବାଧ୍ୟ ରହେ ତାକୁ ଦାୱାର ବା ମାହର କୁହାଯାଏ । ମୁସଲିମ ସ୍ତ୍ରୀ ତା’ସ୍ଵାମୀର ସଂପତ୍ତିକୁ ପାଇବ କିନ୍ତୁ ଦାୱାର ହେଉଛି ସେ ସଂପତ୍ତି ମୂଲ୍ୟ ସ୍ତ୍ରୀ ତାର Dowar money ନ ପାଇବା ପର୍ଯ୍ୟନ୍ତ ତା ସ୍ଵାମୀ ପାଖରେ ରହିବାକୁ ଓ ସଂଭୋଗ କରିବାକୁ ମନା କରିଦେଇପାରେ । ତଲାକ ପାଇଥିବା ସ୍ତ୍ରୀ ଲୋକ Cr. PC 125 ଧାରାରେ ଖୋରାକ ପୋଷାକ ପାଇବାକୁ ହକଦାର କିନ୍ତୁ ମହର ଟଙ୍କା ସେ ଯେତେବେଳେ ଚାହିଁବ ନେଇପାରିବେ । Dowar ଟଙ୍କା ନିର୍ଧାରଣ କରିବା ଲୋକ ସାବାଳକ ଓ ସୁସ୍ଥ ମସ୍ତିସ୍କ ହୋଇଥିବା ଦରକାର ନଚେତ ତାଙ୍କର କେହି କ୍ଷମତା ପ୍ରାପ୍ତ Agent ତାଙ୍କ ତରଫରୁ ଦାୱାର ଟଙ୍କା ଧାର୍ଯ୍ୟ କରିବ (Fix) କରିବ । ସେହିପରି ବର ବା କନ୍ୟା ନାବାଳକ ହୋଇଥିଲେ ସେମାନଙ୍କର guardian ମାନେ କରିପାରିବେ । ଏହା ଲିଖିତ ବା ମୌଖିକ ହୋଇପାରେ । Dawar କେବଳ ଟଙ୍କା ଆକାରରେ ନ ହୋଇ କୌଣସି ମୂଲ୍ୟବାନ ଜିନିଷ ବା – ଭୂ –ସମ୍ପତ୍ତି ମଧ୍ୟ ହୋଇପାରେ । Prompt ଦାୱାର :- ଦାବୀ କରିବା ମାତ୍ରେ ସଙ୍ଗେ ସଙ୍ଗେ ଦିଆଯାଏ । Deffered ଦାୱାର :- ଛାଡପତ୍ର ପରେ ଦିଆଯାଏ । Fixed ଦାୱାର : ଧାର୍ଯ୍ୟ ଦାୱାର ଟଙ୍କା ଉପଯୁକ୍ତ ଦାୱାର :- Actual ଯେତିକି ହେବା କଥା ଉପହାର :- ଅଧିକନ୍ତୁ କିଛି ଦିଆଯାଏ । Specified ଦାୱାର :- Mahar-I- Mussama ଚୁକ୍ତି ନିର୍ଦ୍ଧାରିତ ଟଙ୍କା ମାତ୍ର 10 ହିରହାମ ଠାରୁ ଅଧିକ ଚୁକ୍ତି ନିର୍ଦ୍ଧାରଣ ଟଙ୍କା ପରେ ଯଦି ଅଧିକ କେହି ଦେଇପାରିଲେ । ଚୁକ୍ତି ନିର୍ଦ୍ଧାରଣ ଟଙ୍କା ବାହାରେ , ଯାହା ଅଧିକ ଦେବାକୁ କଥା ହୋଇଥାଏ ତାହା ଯେକୌଣସି ସମୟରେ ଆଦାୟ କରି ହେବ । ଯଦି ଚୁକ୍ତି ନିର୍ଦ୍ଧାରଣ ଟଙ୍କାର କିଛି ଅଂଶ ବେଆଇନ ତେବେ ସେ ବେଆଇନ ଅଂଶ ଟଙ୍କା ବାଦ ଆଇନତଃ ଧାର୍ଯ୍ୟ ଟଙ୍କା ( Specified Dowar) ତୁଲ୍ୟ ଗଣ୍ୟ ହେବ । Dowar Money fix କଲାବେଳେ କଣ 2 ବିଚାରକୁ ନିଆଯିବ । ବର କନ୍ୟାଙ୍କର ସ୍ଵଚ୍ଛଳ ଅବସ୍ଥା ବରର ମନ ମୁଖି ତଲାକ ଦେବାର କଟକଣା କନ୍ୟାର ବାପାଙ୍କର ସାମାଜିକ ପରିସ୍ଥିତି କନ୍ୟାର ନିଜ ଯୋଗ୍ୟତା ଓ ସୌଖିନ ସ୍ଵାମୀଙ୍କର ସମ୍ବଳ ଉଭୟ ପକ୍ଷଙ୍କର ସାମାଜିକ ସ୍ଥିତି କୋର୍ଟ ଚାହିଁଲେ Excess Dowar Amount କୁ କମେଇ ଦେଇପାରେ । (proper Dower) Mahr-I-Nisi କୋର୍ଟ କଣ କଣ ବିଚାରକୁ ନେବେ । ସ୍ଵାମୀର ସ୍ଵଚ୍ଛଳ ଅବସ୍ଥା ଓ କନ୍ୟାର ବାପଘରର ଅନ୍ୟ ବୋହୂ ଓ ଝିଅମାନଙ୍କର କେତେ ଟଙ୍କା Fix ହୋଇଛି । ଉପହାରକୁ ମଧ୍ୟ ଦାୱାର ତୁଲ୍ୟ ଗଣ୍ୟ କରାଯିବ Present as Dowar:- ତଳ ଲିଖିତ ଉପହାରକୁ ମଧ୍ୟ ଦାୱାର ତୁଲ୍ୟ ଗଣ୍ୟ କରାଯିବ । ଯଥା କନ୍ୟାକୁ ଦେଇଥିବା Dress,ପଣି ତାର ସ୍ଵାମୀଙ୍କର ସାମାଜିକ ଅବସ୍ଥା ଓ Status କୁ ବିଚାରକୁ ନେବାକୁ ହେବ । ମାତ୍ର 5 ହିରହାମ ରୁ କମ ହେବ ନାହିଁ । ଦାୱାର ଦେବା ପାଇଁ କୌଣସି ବିଧିବଦ୍ଧ ଚୁକ୍ତି ନ ଥାଇ ମଧ୍ୟ ଗୋଟିଏ ମୁସଲିମ ସ୍ତ୍ରୀ ତା’ର ସ୍ଵାମୀଙ୍କ ଠାରୁ ଦାୱାର ଟଙ୍କା ଆଦାୟ କରିପାରିବେ । ଯଥା:- ବୈଧ ବିବାହ କ୍ଷେତ୍ରରେ ଯଦି ସମ୍ଭୋଗ ହୋଇଥାଏ ସେ ସ୍ଥଳରେ ଚୁକ୍ତି ହୋଇଥିବା ସମସ୍ତ ଦାୱାର ପାଇବ । ଯେଉଁଠାରେ ଚୁକ୍ତି ନ ଥାଏ ସେଠାରେ ମଧ୍ୟ ଯୁକ୍ତିଯୁକ୍ତ ଦାୱାର ଦିଆଯିବ । ଚୁକ୍ତି ହୋଇଥିବା ଦାୱାର ପ୍ରାପ୍ୟ ଦାୱାରଠାରୁ ମଧ୍ୟ ଅଧିକ ହୋଇଥାଏ । ଅବୈଧ ବିବାହ କ୍ଷେତ୍ରରେ ଯଦି ପରସ୍ପରକୁ ତଲାକ ଦିଅନ୍ତି ଯଥା ସେମାନଙ୍କର ସମ୍ଭୋଗ ପୂର୍ବରୁ ସ୍ତ୍ରୀ ଯଦି ଧର୍ମ ପରିତ୍ୟାଗ କରେ ତେବେ ଚୁକ୍ତି ହୋଇଥିବା ଦାୱାର ଟଙ୍କାର ଅଧେ ପାଏ । ଯେଉଁଠାରେ ଚୁକ୍ତିର ସର୍ତ୍ତ (condition) ଭଗ୍ନ ହୁଏ ସେଠାରେ ସ୍ତ୍ରୀ proper power ପାଇବ । ଦାୱାର :- prompt ଦାୱାର :- ଯାହାକି ତଲାକ ଦେବା ପରେ ତଲକ ମାତ୍ରେ ଦିଆଯାଏ । Deffered ଦାୱାର :- ତଲାକ ଦେବାର କୌଣସି ନିର୍ଦ୍ଧିଷ୍ଟ ସମୟ ପରେ Prompt କିମ୍ବା deffered ଦାୱାର ଦେବା ପାଇଁ ଯଦି କୌଣସି ଚୁକ୍ତିପତ୍ର ଥାଏ, ସେ ଅନୁଯାୟୀ ପାଳନ ହୁଏ । ଯେଉଁଠାରେ ଚୁକ୍ତି ପତ୍ର ନଥାଏ ସେଠାରେ କୋର୍ଟଙ୍କ ନିର୍ଦ୍ଦେଶ ମତେ ଏବଂ ଏ କ୍ଷେତ୍ରରେ କୋର୍ଟ ପକ୍ଷମାନଙ୍କର ପରମ୍ପରା ଓ ପରିସ୍ଥିତିକୁ ବିଚାରକୁ ନେଇ ଆଦେଶ ଦେବେ । ଦାବି ମାତ୍ରେ ଦିଆଯିବ A 1933 pat -231 A 1937 Lahore 896 ଏହା ସ୍ତ୍ରୀର ସମ୍ମାନ ଅର୍ଥେ ଦିଆଯିବ A 1988 Karnatak 51 । କୌଣସି ଛାଡପତ୍ର ବା ବିଧବା ହୋଇଥିବା ସ୍ତ୍ରୀ, ମୃତ, ସ୍ଵାମୀଙ୍କର ଉତ୍ତରାଧିକାରୀମାନଙ୍କ ହାତରେ ଥିବା ସମ୍ପତ୍ତି ପକ୍ଷରେ , କୋର୍ଟ Decress ବଳରେ ଦାୱାର ଟଙ୍କା ଆଦାଯ କରିପାରିବେ । ଏହା Decress Money Decree ତୁଲ୍ୟ ଗଣ୍ୟ ହେବ । It is not a secured Debt – A 1969 A.P 428 କୋର୍ଟ ବ୍ୟତୀତ ଦାୱାର ଟଙ୍କା ମଧ୍ୟ ଅନ୍ୟ ବାଟରେ ସ୍ତ୍ରୀଟିକୁ ଦିଆଯାଇପାରେ Dowar Money କୋର୍ଟ ବାହାରେ ସ୍ତ୍ରୀ ହାତକୁ ମଧ୍ୟ ଦିଆଯାଇପରେ । ସ୍ତ୍ରୀ ଯଦି ନାବାଳକା ଥାଏ ତେବେ ତା ର guardian କୁ ଦିଆଯାଇପାରେ । ସ୍ତ୍ରୀ ଯଦି ଚାହେଁ ସେ ଦାୱାର ଟଙ୍କା ନନେଇ , ନପାଇବା ପାଇଁ ନା ଦାବି ଲେଖି ଦେଇପାରେ । ଦାୱାର ଟଙ୍କା ବଦଳରେ ସେହି ମୂଲ୍ୟର କୌଣସି ସଂପତ୍ତି ତାକୁ transfer କରିଦିଆଯାଇପାରେ । ସେହି ତୁଲ୍ୟ ସଂପତ୍ତିର ଆୟ ମଧ୍ୟ ଦିଆଯାଇପାରେ । ତାଙ୍କର ସ୍ଵାମୀ ବା ସ୍ଵାମୀଙ୍କର ଉତ୍ତରାଧିକାରୀଙ୍କ ଠାରୁ ମଧ୍ୟ ଆଦାୟ କରାଯାଇପାରେ । ଜଣେ ସ୍ତ୍ରୀ ଲୋକ ମଧ୍ୟ ଦାୱାର ଟଙ୍କା ଦାବି ନକରି ଛାଡି ଦେଇପାରେ । Dowar money can be paid by agreement or by family settlement –A 1939 pat- 406 . An oral gift- can be made in live of Dowar debt She can relinquish in favour of the line of her deceased husband ଜଣେ ସାବାଳକ ବିବାହିତ ସ୍ତ୍ରୀ ତାର ବିବାହ ପରେ ଦାୱାର ଟଙ୍କା ଦାବି ନ କରିବା ପାଇଁ ଗୋଟିଏ ନା ଦାବି ପତ୍ର ଲେଖି ଦେଇପରେ ଏବଂ ଏହା ସବୁଦିନ ପାଇଁ ବୈଧ ହୋଇଥାଏ । ସ୍ଥଳବିଶେଷରେ ସେ ନା ଦାବି ପତ୍ରଟି ସର୍ତ୍ତମୂଳକ ହୋଇଥାଏ । A1938 p.c 50, A . 1929 Pat 33 । ଜଣେ ବିଧବା ତାଙ୍କ ସ୍ଵାମୀର ବଞ୍ଚିଥିବା ସମୟରୁ ତାଙ୍କ ଜ୍ଞାତସାରରେ ସଂପତ୍ତିକୁ ଦାଖଲ କରିପାରେ ବା ତା ର ଔରସ ଜାତି ସନ୍ତାନସନ୍ତତିମାନେ ସ୍ଵାମୀଙ୍କର ଇତ୍ତରାଧିକାରୀ ମାନଙ୍କ ଜ୍ଞାତସାରରେ ମଧ୍ୟ ଦାଖଲ କରିପାରେ । ଏପରିକି ସ୍ଵାମୀ trsnsfer କରିଥିବା ସଂପତ୍ତି କ୍ରେତାଙ୍କ ଜ୍ଞାତସାରରେ ମଧ୍ୟ ଉକ୍ତ ସଂପତ୍ତିକୁ ଦଖଲ କରିପାରେ । A 1960 pat 147, A 1983, AP 225, 277 ମୃତ ସ୍ଵାମୀଙ୍କର ଉତ୍ତରାଧିକାରୀ ମାନେ ଚାହିଁଲେ ପିତାଙ୍କର ବିଧବା ସ୍ତ୍ରୀ ବା ସେମାନଙ୍କର ସନ୍ତାନସନ୍ତତିମାନଙ୍କୁ ବେଦଖଲ କରିବା ନିମନ୍ତେ କୋର୍ଟରେ ସୁଟ ଦାଖଲ କରିପାରିବେ । ମାତ୍ର ଉକ୍ତ ବିଧବା ସ୍ତ୍ରୀ ବା ତା’ର ଉତ୍ତରାଧିକାରୀ ମାନେ ଭୋଗ ଦଖଲ କରୁଥିବା ସଂପତ୍ତି ଆୟବ୍ୟୟର ହିସାବ ଦେବା ପାଇଁ ବାଧ୍ୟ ନୁହନ୍ତି । ଦାୱାର ଟଙ୍କା ପାଇଁ ମୋକଦ୍ଦମା Suit for Dowar money : (ଦାୱାର ଟଙ୍କା ପାଇଁ ମୋକଦ୍ଦମା) ଗୋଟିଏ ମୁସଲମାନ ସ୍ତ୍ରୀ ଓ ତାର ଉତ୍ତରାଧିକାରୀମାନେ ଦାୱାର ଟଙ୍କା ଆଦାୟ କରିବା ନିମନ୍ତେ ବା ତା ବଦଳରେ ସେହି ମୂଲ୍ୟର କୌଣସି ଭୂ-ସଂପତ୍ତି ପାଇବା ନିମନ୍ତେ ମୋକଦ୍ଦମା ( Suit) ଆଣି ପାରିବେ । ଆଧାର- ଦି ଲ ହାଉସ