ଇଦାତ ର ସଂଜ୍ଞା ଏହି ଆଇନ ୧୮ ଓ ୧୯ ଦଫାରେ ଉଲ୍ଲେଖିତ ଥିବା ସମୟକୁ ଇଦତ ସମୟ କୁହାଯାଏ ଏବଂ ଏହି ଇଦତ ସମୟ ପୁରୁଣ ହୋଇଗଲା ପରେ ସେ ସ୍ତ୍ରୀର ଅନ୍ୟ ପୁରୁଷ ସହିତ ବିବାହ ହୋଇପାରିବ । ପରିଶିଷ୍ଟ :- ଇଦତ ସମୟ ଏକ ସମୟ ଯାହାକି ଗୋଟିଏ ଛାଡପତ୍ର ପାଇଥିବା ସ୍ତ୍ରୀ ଲୋକ ଅନ୍ୟ କିଛି ବ୍ୟବସ୍ଥା ପର୍ଯ୍ୟନ୍ତ ଅପେକ୍ଷାରେ ରହେ । ଇଦତ ସମୟରେ ଏସଆର ତାକୁ ଛାଡପତ୍ର ଦେଇଥିବା ସ୍ଵାମୀର ଘରେ ଅନ୍ୟ ବ୍ୟବସ୍ଥା ପର୍ଯ୍ୟନ୍ତ ରହିବାକୁ ପଡିବ । ଇଦତ ସମୟ ଇଦତ ସମୟ ମଧ୍ୟରେ ସ୍ତ୍ରୀ ଅନ୍ୟତ୍ର ବିବାହ କରିପାରିବ ନାହିଁ । ସ୍ଵାମୀ ମଧ୍ୟ ଅନ୍ୟ କାହାକୁ ବିବାହ କରିପାରିବ ନାହିଁ । ଇଦତ ସମୟରେ ସେ ସ୍ଵାମୀ ଠାରୁ ଖୋରକି ପୋଷାକ ପାଇବ । ଗର୍ଭରେ ପିଲା ଥିଲେ ତାର ବୈଧତା ମଧ୍ୟ ଜଣାପଡିବ । ଯେଉଁଠାରେ ମୁସଲିମ ଧର୍ମ ଅନୁଯାୟୀ ବିବାହ ହୋଇଥାଏ , ସ୍ଵାମୀ ମରିଗଲେ ଇଦତ ପାଳନ ହୋଇଥାଏ । ବିବାହ ନ ହୋଇ ମଧ୍ୟ ସ୍ଵାମୀ ସ୍ତ୍ରୀ ଭଳି ଚଳୁଥିବେ , ସେ ଯାଗାରେ ମଧ୍ୟ ଇଦତ ପାଳନ ହୁଏ । ଯେଉଁଠାରେ ଛାଡପତ୍ର ଦିଆ ହୋଇଥାଏ । ସେଠାରେ ଇଦତ ନିଶ୍ଚିତ ଭାବରେ ପାଳନ ହେବ । ସେମାନଙ୍କର ଧାର୍ମିକ ବିବାହ ହୋଇଥାଉ ବା ଉଭୟ ବିନା ବିବାହରେ ସ୍ଵାମୀ ସ୍ତ୍ରୀ ଭଳି ଚଳୁଥାନ୍ତି । ମାତ୍ର ୨ ଜଣ ଯାକଙ୍କର ଯଦି ଆଦୌ ସମ୍ଭୋଗ ହୋଇନଥାଏ , ସେଠାରେ ଇଦତ ପାଳିବାକୁ ପଡି ନଥାଏ । ଯେଉଁଠି ପରିତ୍ୟକ୍ତ ସ୍ତ୍ରୀକୁ ପୁଣି ଯଦି ସେହି ସ୍ଵାମୀ ଗ୍ରହଣ କରେ ସେ ଯାଗାରେ ମଧ୍ୟ ଇଦତ ପାଳନ କରାଯାଇନପାରେ । ଇଦତ ସମୟ :- ଧାର୍ମିକ ବିବାହ କ୍ଷେତ୍ରରେ ତଲାକ ଦିନ ଠାରୁ ୪ ମାସ ୧୦ ଦିନ ଯଦି ମାସିକ ଋତୁ ହୋଇଥାଏ ତେବେ ୩ ଟି ଋତୁ ଦେଖିବା ପର୍ଯ୍ୟନ୍ତ । ମାତ୍ର ଅନ୍ୟ କ୍ଷେତ୍ରରେ ୩ ମାସରେ ୩ ଥର ଚାନ୍ଦ ଦେଖିବା ପର୍ଯ୍ୟନ୍ତ ଯେଉଁଠାରେ ସ୍ତ୍ରୀ ଗର୍ଭ ଥିବ ଇଦତ ସମୟ ତାର ପ୍ରସବ ତାରିଖ ବା ଛୁଆ ଭଗ୍ନ ହେବା ପର୍ଯ୍ୟନ୍ତ । ଇଦତ ସମୟ ମଧ୍ୟରେ ଯଦି ସ୍ଵାମୀ ମରିଯାଏ ପୁଣି ଇଦତ ସମୟ ଆଉ ଠାରେ ତାର ମରଣ ତାରିଖ ଠାରୁ ଗଣା ହେବ । ମରଣ କ୍ଷେତ୍ରରେ ମରଣ ତାରିଖଠାରୁ ଇଦତ ସମୟ ଗଣା ହେବ । ଛାଡପତ୍ର କ୍ଷେତ୍ରରେ ତଲାକ ଦିନ ଠାରୁ ଯେଉଁଠି ଧର୍ମାନୁଯାୟୀ ବିବାହ ହୋଇନଥାଏ , ତେବେ ସେ ଦୁହେଁ ପରସ୍ପର ଠାରୁ ଅଲଗା ହେବା ଦିନ ଠାରୁ ଗଣା ହୁଏ । Valid Retirement:- ଯୌନ ସଂପର୍କ ତ୍ୟାଗ କରିବା , ଗୋଟିଏ ମୁସଲିମ ସ୍ଵାମୀ ଓ ସ୍ତ୍ରୀ ଧର୍ମଅନୁସାରେ ବିବାହ ହୋଇ , ବିନା ବାଧାବିଘ୍ନ ବା ଶାରୀରିକ ବା ମାନସିକ କାରଣରୁ ପରସ୍ପର ଠାରୁ ଯୌନ ସଂପର୍କ ରଖିବାର ଅବସର ନେଇପାରନ୍ତି । ଯଦି ସ୍ତ୍ରୀ ଟିଏ Virgin ବା କନ୍ୟା ବା କନ୍ୟା ଅବସ୍ଥାରୁ ଯଦି ସ୍ଵାମୀ ସହିତ ଦୈହିକ ସଂପର୍କ ରଖିନଥିବ ତାକୁ Retirement ବୋଲି ଧରାଯିବ । Valid Retirement ଓ ତଲାକ ପରେ ଜଣେ ପୁର୍ନ ବିବାହ କରିବା ଉଦ୍ଦେଶ୍ୟରେ ହୋଇନଥିବା ଦେଇଥିବା ତଲାକକୁ ପୁଣି ଫେରାଇ ନନେଇପାରିବା ଉଦ୍ଦେଶ୍ୟ ନଥିବା । ଉତ୍ତରାଧିକାରୀ ସୂତ୍ରେ ସଂପତ୍ତିରୁ ହକ ପାଇପାରିବା ଉଦ୍ଦେଶ୍ୟରେ ହୋଇନଥିବା ୩ ଥର ପ୍ରଚାର କରି ତଲାକ ହେଇଥିବା ସ୍ତ୍ରୀକୁ ସେ ସ୍ଵାମୀ ପୁନର୍ବାର ବିଭା ହୋଇପାରିବ । ମାତ୍ର ସେ ସ୍ଥଳରେ ତଲାକ ଦେଇଥିବା ସ୍ତ୍ରୀକୁ ଆଉ ଜଣେ ୧୦ ବର୍ଷରୁ ଉର୍ଦ୍ଧ୍ଵ ପୁରୁଷକୁ ବିବାହ କରି ତା ସହିତ ସମ୍ଭୋଗ କରିବାକୁ ପଡିବ । ପାଳିତ ମାତା ସହିତ ବିଭାଘର ନିଷେଧ ମୁନାଫି ଧର୍ମ ଅନୁଯାୟୀ ଜଣେ ମୁସଲିମ କୌଣସି ତୀର୍ଥ କ୍ଷେତ୍ରରେ ମଧ୍ୟ ଗୋଟିଏ ସ୍ତ୍ରୀକୁ ବିବାହ କରି ଘରକୁ ଆଣିପାରେ । ଧାର୍ମିକ ବିବାହ ନିମନ୍ତେ ନିମ୍ନ ଲିଖିତ ନିୟମମାନ ଆବଶ୍ୟକ । ଆଇନର ନବମ ଧାରା ଅନୁଯାୟୀ ହେବା ଆବଶ୍ୟକ ଯେଉଁଟାକୁ “ ସହି” ବା valid ଯେଉଁ ବିବାହ ସହି ବା valid ନୁହେଁ ସେ ବିବାହକୁ ଫସିଦ (irregular) ବା ବାତିଲ (void) କୁହାଯାଏ । ଯେଉଁ ବିବାହ Sec ୧୦ ରୁ sec ୧୩(୨) ଦ୍ଵାରା ଅସିଦ୍ଧ ତାହା ଅସିଦ୍ଧ (ବାତିଲ ବିବାହ) ଯେଉଁ ବିବାହ ସହି ନୁହେଁ ସେ ବିବାହ ଫସିଦ ବିବାହ ଗୋଟିଏ ଗର୍ଭବତୀ ସ୍ତ୍ରୀ ସହିତ ବିବାହ ଫସିଦ ବା ବାତିଲ ୯ ଦଫା ଅନୁଯାୟୀ ବିବାହରେ ଯଦି କେହି ସାକ୍ଷୀ ନଥାଏ ତେବେ ସେ ବିବାହ ଫସିଦ ଯଦି ଜଣେ ମିଛ କଥା କହି ବା ଚଞ୍ଚୁର୍କି କରି ବିଭାଘର କରାଯାଇଥାଏ, ତା ମଧ୍ୟ ଫସିଦ । ଚାଚି (ଖୁଡି) କୁ ବିବାହ କରିବା ନିଷେଧ ନୁହେଁ । ୪ ନମ୍ବରର ଇଦାତ ସମୟରେ ସେ ଲୋକ ଯଦି ଆଉ ଗୋଟିଏ ସ୍ତ୍ରୀ ଲୋକକୁ ବିବାହ କରେ ଉକ୍ତ ବିବାହ ମଧ୍ୟ ନିଷେଧ । ଜଣେ ମୁସଲିମ ଜଣେ ଅଣମୁସଲିମ ମାନ ସ୍ତ୍ରୀ କୁ ବିବାହ କଲେ ବିବାହ ଫସିଦ ଅଟେ କିନ୍ତୁ ବାତିଲ ନୁହେଁ (void ନୁହେଁ) ତେଣୁ ତାଙ୍କର ଶିଶୁ ମାନେ ବୈଧ ସନ୍ତାନ (Legitimate) ହୁଅନ୍ତି । Irregular ବିବାହକୁ ମଧ୍ୟ ସହି (Valid) ବିବାହରେ ପରିଣତ କରିହେବ ଯଥା :- ସାକ୍ଷୀ ବିହୀନ ବିବାହକୁ ସମ୍ଭୋଗ ଦ୍ଵାରା ସହି କରି ହେବ । ବିନା ସଂଯତି ବିବାହ:- ପରେ ଯଦି ସଂପତ୍ତି ଦିଏ । ଯଦି guardian ର ସମ୍ମତି ନ ଥାଇ ବିବାହ ହୋଇଥାଏ :- ପରେ guardian ବା Authorised ଲୋକର ଗର୍ହିତ କାର୍ଯ୍ୟକୁ ଗ୍ରହଣ କରାଯାଇ ବିବାହ ସହି ହୁଏ । ଯଦି ୧୪ ଦଫା ଉଲ୍ଲେଖିତ ଥିବା ଦମ୍ପତି ବିଭିନ୍ନ ଜାତିର ହୋଇଥାନ୍ତି - ଅନ୍ୟ ଜାତିରୁ partner ଟି muslim ଜାତିରେ ମିଶେ ୪ଟି ସ୍ତ୍ରୀ ଥିବା ସତ୍ତ୍ୱେ ଯଦି ପୁଣି ଗୋଟିଏ ସ୍ତ୍ରୀକୁ ବିବାହ କରାଯାଏ, ମାତ୍ର ଜଣକ ମରଣ ଛାଡପତ୍ର ଦ୍ଵାରା ୫ମ ଜଣକ ୪ର୍ଥକୁ ଆସିଗଲେ ସେ ବିବାହ ସିଦ୍ଧ ହୁଏ । ଯଦି ନାବାଳକ ବିବାହ ହୋଇଥାଏ :- ତେବେ ନାବାଳକ , ସାବାଳକ ହେବା ପରେ ସେ ସମାଧାନ କରେ । ଗୋଟିଏ ବୈଧ ବିବାହର ପ୍ରଭାବ ଓ କର୍ତ୍ତବ୍ୟ :- ଜଣେ ଜଣକର ଉତ୍ତରାଧିକାରୀ ହୁଏ । କେତେକ ନିଷିଦ୍ଧ ସଂପର୍କ ସୃଷ୍ଟି ହୁଏ । ସମ୍ଭୋଗ ଓ ସନ୍ତାନ ସୃଷ୍ଟିରେ ବୈଧତା ଆସେ । ବିବାହ ଚୁକ୍ତିର ସିଦ୍ଧତା ଆସେ । ସ୍ଵାମୀର ହକ ଓ ସ୍ତ୍ରୀର କର୍ତ୍ତବ୍ୟ ବିଭାଘର ଠାରୁ ସ୍ତ୍ରୀ ସ୍ଵାମୀ ସହିତ ସହବାସ ମନା କରିପାରିବେ ନାହିଁ । ସ୍ତ୍ରୀ ତାର ସ୍ଵାମୀକୁ ସହବାସ ପାଇ ସୁବିଧା ଓ ସୁଯୋଗ ଦେବ ମାତ୍ର ତାହା ତାର ଶାରୀରିକ ସୁସ୍ଥତା ଉପରେ ନିର୍ଭର କରେ । ସ୍ତ୍ରୀ ସ୍ଵାମୀ ଠାରୁ ଛାଡପତ୍ର ପାଇବା ପରେ ବା ସ୍ଵାମୀର ମୃତ୍ୟୁ ହେଲେ ନିଶ୍ଚିତ ଭାବରେ ଇଦାତ ପାଳନ କରିବ । Chapter-4 ଅନୁଯାୟୀ ଦାୱାର ଟଙ୍କା ପାଇବାକୁ ବାଧ୍ୟ ସ୍ତ୍ରୀ, ଚାପଟର ଅନୁଯାୟୀ ଖୋରକି ପୋଷାକି ପାଇବାକୁ ବାଧ୍ୟ । ଗୋଟିଏ ସ୍ତ୍ରୀ ସ୍ଵାମୀର ଅନ୍ୟ ସ୍ତ୍ରୀ ମାନଙ୍କ ସହିତ “ ସ୍ଵାମୀ ସଙ୍ଗ” ସମାନ ଭାବରେ ପାଇବାକୁ ବାଧ୍ୟ । ତାର ବାପ ଘର ଓ ଅନ୍ୟାନ୍ୟ ବନ୍ଧୁବାନ୍ଧବ ଘରକୁ ଯିବା ଆସିବାରେ କୌଣସି ବାଧା ବନ୍ଧକ ନ ହୁଏ । ସ୍ତ୍ରୀର ସମ୍ପତ୍ତି ସ୍ଵାମୀର । ସ୍ତ୍ରୀର ସମ୍ପତ୍ତି ସ୍ଵାମୀର ନୁହେଁ କି ସ୍ଵାମୀର ସମ୍ପତି ସ୍ତ୍ରୀ ନୁହେଁ । Irregular ବା ଫସିଦ ବିବାହର ପ୍ରଭାବ ସ୍ଵାମୀ ଓ ସ୍ତ୍ରୀ ସହବାସ ପୂର୍ବରୁ ଉକ୍ତ ବିବାହ ମୂଲ୍ୟ ହୀନ ସହବାସ ପରେ ହି ସ୍ତ୍ରୀ ତାର ଦାୱାତ ଟଙ୍କା ଆଦାୟ କରିବା ପାଇଁ ହକଦାର ହୁଏ, ସ୍ତ୍ରୀ ଇଦାତ ପାଳିବା ପାଇଁ ବାଧ୍ୟ ରୁହେ ଓ ଉକ୍ତ ବିବାହର ସନ୍ତାନ ସନ୍ତତିମାନେ legitimate ବା ବୈଧ ହୁଅନ୍ତି । Void (ବାତିଲ) ବିବାହର କିଛି ଆଇନଗତ ପ୍ରଭାବ ନାହିଁ, ଯଦି ବିବାହ ବେଆବାନ ଓ ଅସିଦ୍ଧ ହୁଏ, ସେ ବିଭାଘର ବିଲକୁଲ ହୋଇନାହିଁ ବୋଲି ଧରାଯିବ ଏବଂ ଜନ୍ମ ହେବା ଶିଶୁମାନେ ଅବୈଧ ସନ୍ତାନ । ସ୍ତ୍ରୀ ଯଦି ବିବାହ ନିୟମ ଭଗ୍ନ କରେ ବା ସ୍ଵାମୀ ସହିତ ସହବାରେ ଯୋଗ ନ ଦିଏ ତେବେ । ସ୍ଵାମୀ ତାକୁ ତଲାକ ଦେଇପାରେ । ସ୍ଵାମୀ ତାକୁ ଖୋରାକ ପୋଷାକ ଦେବାକୁ ବାଧ୍ୟ ନୁହେଁ । ସ୍ଵାମୀ ତାର ପୁନର୍ମିଳନ ପାଇଁ ମୋକଦ୍ଦମା କରିପାରେ କରିପାରେ ସ୍ତ୍ରୀର ପ୍ରତିକାର : - ସ୍ଵାମୀ ଯଦି ତାର କର୍ତ୍ତବ୍ୟରେ ଅବହେଳା କରେ ତେବେ । ସ୍ତ୍ରୀ ଖୋରାକ ପୋଷାକ ପାଇଁ ମୋକଦ୍ଦମା କରିବ । ସ୍ତ୍ରୀ ତା ସହିତ ସହବାସ କରିବାକୁ ବାଧ୍ୟ ନୁହେଁ । ସେ ମଧ୍ୟ ସ୍ଵାମୀକୁ ତଲାକ ଦେଇପାରେ ସେ ସ୍ଵାମୀ ସହିତ Divorce (ବିବାହ ବିଚ୍ଛେଦ) ମୋକଦ୍ଦମା ଆଣିପାରେ । ବିବାହର ପ୍ରମାଣ ଯଦି ଉଭୟେ ସ୍ଵାମୀ ସ୍ତ୍ରୀ ସଂପର୍କ ରଖି ଆସୁଛନ୍ତି । ସ୍ଵାମୀ ଯଦି ସ୍ତ୍ରୀକୁ ନିଜର ବିବାହିତ ସ୍ତ୍ରୀ ବୋଲି ମାନି ଆସିଥାଏ । ସେ ସ୍ତ୍ରୀ ଆଡୁ ହୋଇଥିବା ଛୁଆକୁ ଯଦି ନିଜର ଛୁଆ ବୋଲି ମାନୁଥାଏ । 1952 S.C.R.1133 A 1978 S.C. 1557 A 1952 S.C. 231 ଜଣେ ମହମଡାନ କିଛି ନିର୍ଦ୍ଧିଷ୍ଟ ଦିନ ବା ସମୟ ପାଇଁ କିତାବିୟା ବା ଅଗ୍ନି ଉପାସକ (ମାଜୁସି) କୁ ବିବାହ କଇପାରେ ମାତ୍ର ତା ସହିତ ଦାୱାର ଧାର୍ଯ୍ୟ ଚୁକ୍ତି କରିସାରିବା ପରେ । ମୁଚା ବିବାହକୁ Deciaration ( ପ୍ରଚାର) ବା ଗ୍ରହଣ କରିବା ସମରେ ସ୍ଵାମୀ ନିଜ ମୁହଁରେ “ ତାଜ ଉଇଫା “ ନିକା” ବା “ମୁଟ” କହିବା । ଯଦି ସେ ଉପରୋକ୍ତ ଶବ୍ଦ ବ୍ୟବହାର ନକରିପାରେ ତେବେ ସେ ତା ନିଜ ମାତୃଭାଷାରେ ଉକ୍ତ ଶବଦର ଅର୍ଥକୁ ମୁହଁରେ କହିବ । “incidence of Muta “ ବା ମୁଟା ବିବାହର ପାଳନ ବା ଫଳାଫଳ :- ଲିଖିତ ଚୁକ୍ତି ବିନା ଜଣେ ଅନ୍ୟ ଠାରୁ ଉତ୍ତରାଧିସତ୍ଵ ଦାବି କରିପାରିବ ନାହିଁ । କିନ୍ତୁ ଜନ୍ମିତ ପିଲାମାନେ ବୈଧ ସନ୍ତାନ ହୁଅନ୍ତି ଏବଂ ଉଭୟ ପିତାମାତାଙ୍କର ଉତ୍ତରାଧିକାରୀ ହୁଅନ୍ତି । ବିବାହର ସ୍ଥିରତାରେ କିଛି ନିଶ୍ଚିତତା ନ ଥାଏ । ଅନ୍ୟ ସ୍ତ୍ରୀ ବିବାହ କରିବାରେ କିଛି ବାଧା ନାହିଁ । ଲିଖିତ ଚୁକ୍ତି ନଥିଲେ ସ୍ତ୍ରୀ ଖୋରାକି ପୋଷାକ ବା ସ୍ଵତନ୍ତ୍ର ବାସଗୃହ ପାଇବ ନାହିଁ । ମାତ୍ର ସ୍ତ୍ରୀ ଇଦାତ ପାଳନ କରିବ । ଯଦି ସ୍ଵାମୀ ମରେ ତେବେ ମାସ 4 ଓ 10 ଦିନ ପର୍ଯ୍ୟନ୍ତ ଯଦି ଗର୍ଭ ଥିବ ତେବେ (ପ୍ରସବ) ପର୍ଯ୍ୟନ୍ତ ଓ ଯଦି ଋତୁ ହେଉଥାଏ , 2 ଟି ଋତୁ ପର୍ଯ୍ୟନ୍ତ । ଋତୁ ହେଉନଥିଲେ 45 ଦିନ ପର୍ଯ୍ୟନ୍ତ । ଦାୱାର – ଯଦି ଚୁକ୍ତି ହୋଇଥିବା ପୁରା ସମୟ ରହେ ସେ ପୁରା ଟଙ୍କା ପାଇବ । ଯେବେ ମଝିରୁ ପଳାଏ , ସେହି ଦିନ ପର୍ଯ୍ୟନ୍ତ । Termination ( ଚୁକ୍ତି ଭଗ୍ନ) । ସେମାନଙ୍କ ମଧ୍ୟରୁ ଜେନ ମରିଗଲେ ବା ସ୍ଵାମୀ Dawar ଦେଇ ବିଦା କରିଦେଲେ ଚୁକ୍ତି ଭଗନ ହୋଇଥାଏ । ମଟା ବିବାହ ମଧ୍ୟ ଚିରସ୍ଥାୟୀ ବିବାଦରେ ମଧ୍ୟ ପରିଣତ ହୋଇପାରେ । ଆଧାର- ଦି ଲ ହାଉସ