ଜବତ ହୋଇଥିବା ମାଂସ କିମ୍ବା ଅନକ୍ୟୁଓର୍ଡ ଟ୍ରଫିର ନିକାସ ଦଫା ୫୦ ଅନୁଯାୟୀ ଜବତ ହୋଇଥିବା ମାଂସ କିମ୍ବା ଅନକ୍ୟୁଓର୍ଡ ଟ୍ରଫିର ନିକାସ :- ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସର ଦଫା ୫୦ ର ବ୍ୟବସ୍ଥାନୁଯାୟୀ ଜବତ ହୋଇଥିବା କୌଣସି ମାଂସ କିମ୍ବା ଅନକ୍ୟୁଓର୍ଡ ଟ୍ରଫିର ସର୍ବସାଧାରଣ ନିଲାମରେ ବିକ୍ରୟ ପାଇଁ ବ୍ୟବସ୍ଥା କରିବେ ଏବଂ ବିକ୍ରି ଆୟ ଏକ ସରକାରୀ ଟ୍ରେଜେରୀରେ “୧୧୩ – ଜଙ୍ଗଲ ,(ଖ) ଅନ୍ୟାନ୍ୟ ରସିଦ -୪- ଅନ୍ୟାନ୍ୟ ବିବିଧ ରସିଦ “ ଶୀର୍ଷରେ ଜମାକୃତ ହେବ । ଫି ବା ଦେୟ , ଜମା ଏବଂ ରୟାଲିଟିର ଆକଳନ :- ଏହି ନିୟମାବଳୀର କୌଣସି ବ୍ୟବସ୍ଥାନୁଯାୟୀ ଦେୟଯୋଗ୍ୟ ସମତ ଫିସ ବା ଦେୟ ଏବଂ ଜମା ବା ରୟାଲିଟି ରୂପେ ଉପଲ୍ଲବ୍ଧ କୌଣସି ଅର୍ଥରାଶି ଏକ ସରକାରୀ ଟ୍ରେଜେରୀରେ :୧୧୩ ଜଙ୍ଗଲ,(ଖ) ଅନ୍ୟାନ୍ୟ ରସିଦ -୪- ଅନ୍ୟାନ୍ୟ ବିବିଧ ରସିଦ “ ଶୀର୍ଷରେ ଜମାକୃତ ହେବ । ଅପରାଧ ରଫା କରିବା କ୍ଷମତା ଓ ସଂଜ୍ଞାନ ଅପରାଧ ରଫା କରିବା କ୍ଷମତା :- ଦଫା ୫୪ ଉଦ୍ଦେଶ୍ୟରେ ନିମ୍ନଲିଖିତ ଅଫିସରମାନେ , ଆଇନ ବିପକ୍ଷରେ କୌଣସି ଅପରାଧର ରଫା ଦ୍ଵାରା ଅର୍ଥରାଶି ପ୍ରଦାନ ଗ୍ରହଣ କରିବାକୁ ଏବଂ ତାଙ୍କ କ୍ଷେତ୍ରାଧିକାରର ଅଞ୍ଚଳ ମଧ୍ୟରେ ଜବତ ହୋଇଥିବା କୌଣସି ସମ୍ପତ୍ତି ମୂଲ୍ୟର ଅର୍ଥପ୍ରଦାନ ଖଲାସ କରିବାକୁ କ୍ଷମତାୟିତ ହେବେ, ଯଥା - ମୁଖ୍ୟ ବନ୍ୟ ଜୀବନ ରକ୍ଷକ ବନ୍ୟ ଜୀବନ ରକ୍ଷକ ଜଙ୍ଗଲର ଉପ-ସଂରକ୍ଷକ ପାହ୍ୟା ନିମ୍ନସ୍ଥ ହୋଇନଥିବା କୌଣସି ଫରେଷ୍ଟ ଅଫିସର । ଅପରାଧଗୁଡିକର ସଂଜ୍ଞାନ ( ନିୟମ ୪୯) : ନିମ୍ନଲିଖିତ ଅଫିସରମାନେ ଦଫା ୫୫ ଅନୁଯାୟୀ ଫରିଆଦ କରିବାକୁ ପ୍ରାଧିକୃତ ହେବେ ଯଥା :- ମୁଖ୍ୟ ବନ୍ୟ ଜୀବନ ରକ୍ଷକ ବନ୍ୟ ଜୀବନ ରକ୍ଷକ ପ୍ରାଦେଶିକ ଡିଭିଜନ୍ର ଭାରପ୍ରାପ୍ତ ଡିଭିଜନାଲ ଫରେଷ୍ଟ ଅଫିସର ଉପ- ମୁଖ୍ୟ ବନ୍ୟଜୀବନ ରକ୍ଷକ (ନିୟମ ୪୯ (କ))ଏହି ନିୟମାବଳୀର ବ୍ୟାଖ୍ୟା ସମ୍ବନ୍ଧରେ ଯଦି କୌଣସି ପ୍ରଶ୍ନ ଉଦ୍ରେକ ହୁଏ ତେବେ ତାହା ନିଷ୍ପତ୍ତି ପାଇଁ ସରକାରଙ୍କୁ ସୂଚିତ ହେବ । ନିରସନ ଏବଂ ବ୍ୟାବୃତ୍ତି ଏହି ନିୟମାବଳୀ ପ୍ରାରମ୍ଭ ଠାରୁ ଓଡିଶା ଜଙ୍ଗଲ ଶିକାର ନିୟମାବଳୀ ,୧୯୭୩ ନିରସିତ ହେବ :- ସେ ପରି ନିରସିଟ ନିୟମାବଳୀ କିମ୍ବା ତଦନୁଯାୟୀ କୃତ କୌଣଶୁ ବିଷୟରେ ପୂର୍ବ ପ୍ରବର୍ତ୍ତନ କ୍ଷୁର୍ଣ୍ଣ କରିବ ନାହିଁ; ସେ ପରି ନିରସିତ ନିୟମାବଳୀ ଅନୁଯାୟୀ ଉଦ୍ଭିଦ କିମ୍ବା ଲାଭ କରିଥିବା କୌଣସି ଦାୟିତ୍ଵ , କୌଣସି ଅଧିକାର, ବିଶେଷ ସୁବିଧା କ୍ଷୁର୍ଣ୍ଣ କରିବ ନାହିଁ । କୌଣସି ଅଧିକାର , ବିଶେଷ ସୁବିଧା , ଦାୟିତ୍ଵ ସମ୍ବନ୍ଧରେ କୌଣସି ଅନୁସନ୍ଧାନ ଆଇନଗତ କାର୍ଯ୍ୟବିଧି କିମ୍ବା ପ୍ରତିକାର କ୍ଷୁର୍ଣ୍ଣ କରିବ ନାହିଁ । ପୁନଶ୍ଚ ଉଲ୍ଲେଖଥାଉ ଯେ ସେପରି ନିରସିତ ନିୟମାନୁଯାୟୀ ଗୃହିତ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା କୃତ କୌଣସି ବିଷୟ ପୂର୍ବଗାମୀ ପରନ୍ତୁକ ବା ପ୍ରୋଭିଜୋ ସାପେକ୍ଷରେ ଏହି ନିୟମାବଳୀର ବ୍ୟବସ୍ଥା ସହ ଯେତେଦୂର ଏହା ଅସଙ୍ଗତ ହୋଇ ନଥାଏ , କୃତ କିମ୍ବା ଗୃହିତ ବୋଲି ଏହି ନିୟମାବଳୀର ଅନୁରୂପ ବ୍ୟବସ୍ଥାନୁଯାୟୀ ବିବେଚିତ ହେବ ଏବଂ ତଦନୁଯାୟୀ ବଳବତ୍ତର ରହିବ ଯେ ପର୍ଯ୍ୟନ୍ତ ଏହି ନିୟମାବଳୀ ଅନୁଯାୟୀ ଗୃହିତ କୌଣସି କାର୍ଯ୍ୟାନୁଷ୍ଠାନ କିମ୍ବା କୃତ କୌଣସି ବିଷୟ ଦ୍ଵାରା ଏହା ଅଧିକ୍ରାନ୍ତ ହୋଇଥାଏ । ଆଧାର – ଲଅ ହାଉସ