ଦରଖାସ୍ତ ଲାଇସେନସ ପାଇଁ ସମସ୍ତ ଦାରଖାସ୍ତ ଫର୍ମ ନଂ ୨୪ ରେ ହେବ ଏବଂ ସ୍ଥାନୀୟ ତହସିଲଙ୍କ ମାଧ୍ୟମରେ ସମ୍ପୃକ୍ତ ବନ୍ୟ ଜୀବନ ରକ୍ଷକଙ୍କୁ ପଠାଯିବ । ସେହି ତହସିଲଦାର ଏକ ସାର୍ଟିଫିକେଟ ପ୍ରଦାନ କରିବେ ଯେ ଆବେଦନକାରୀ ଜଣେ ବ୍ୟକ୍ତି ଯେ କି ତାଙ୍କର ଜୀବିକା ପାଇଁ ମାଛଧାରା ଉପରେ ନିର୍ଭର କରିଥାନ୍ତି । ସମ୍ପୃକ୍ତ ବନ୍ୟ ଜୀବନ ରକ୍ଷକ ଦାରଖାସ୍ତ ଗ୍ରହଣ କରିବାକୁ ପ୍ରାଧିକୃତ ହେବ ଏବଂ ସେମାନଙ୍କର ନିଜ ନିଜ ରାଜ୍ୟକ୍ଷେତ୍ରୀୟ କ୍ଷେତ୍ରାଧିକର ମଧ୍ୟରେ ଅଭୟାରଣ୍ୟ ଭିତରେ ମାଛ ଧରିବା ପାଇଁ ଫର୍ମ ନଂ ୨୫ ରେ ଲାଇସେନସ ନିର୍ଗମନ କରିଆବେ। କେଉଟ ଯେ କି ସେମାନଙ୍କର ଜୀବିକା ପାଇଁ ମାଛଧରା ଉପରେ ପାରମ୍ପରିକଭାବେ ନିର୍ଭର କରିଥାନ୍ତି, ସେ ଅଭୟାରଣ୍ୟ ଭିତରେ ମାଛ ଧରିବା ପାଇଁ ଲାଇସେନସ ପାଇବାକୁ ହକଦାର ହେବେ । ସେହି ଉଦ୍ଦେଶ୍ୟରେ ଯେଉଁ କେଉଟମାନେ ପାରମ୍ପାରିକଭଏ ସେମାନଙ୍କ ଜୀବିକା ପାଇଁ ମାଛଧରା ଉପରେ ନିର୍ଭର କରିଥାଏ , ସେମାନଙ୍କର ଏକ ତାଲିକା ସ୍ଥାନୀୟ ତହସିଲଦାରାଙ୍କ ଦ୍ଵାରା ବନ୍ୟଜୀବନ ରକ୍ଷକଙ୍କୁ ପ୍ରଦାନ ହେବ । ମାଛ ଧରା ପ୍ରଣାଳୀ ( ନିୟମ ୪୫ (ଖ)) ନିମ୍ନଲିଖିତ ପ୍ରଣାଳୀ ଦ୍ଵାରା କେବଳ ମଞ୍ଜୁର ହୋଇଥିବା ମାଛଧରା ସାପେକ୍ଷର ଲାଇସେନସ ନିର୍ଗମିତ ହେବ ଯାହା ନିର୍ଦ୍ଧିଷ୍ଟଭାବରେ ଜାଲ କିମ୍ବା ସୂତା ବା ଲାଇଲୀନରେ ତିଆରି ଅନ୍ୟ କୌଣସି ପ୍ରକାର ଜାଲ ବସାଇବାକୁ ବାଦ କରାଯାଇଥିବା , ଯଥା :- ବନଶୀ ପକାଇ ମାଛ ଧରିବା । ଜାଲ ନିକ୍ଷେପରେ ବ୍ୟବହାର ଦ୍ଵାରା ଭାସମାନ ଥୋପର ବ୍ୟବହାର ଦ୍ଵାରା ଟିପ୍ପଣୀ :- ବଡ ଥୋପ ପକାଇବା ଆଙ୍କୁଡି ଯାହା ସମ୍ଭବତଃ ଘଡିଆଳ ମଗର ପ୍ରତି ସଙ୍କଟାପନ୍ନ ହୋଇଥାଏ ତାହା ମଞ୍ଜୁର ହେବ ନାହିଁ । ରାସାୟନିକ , ବିସ୍ଫୋରକ, ବିଷ ଏବଂ ବିଷାକ୍ତ ଥୋପ, ବିଷାକ୍ତ ଅସ୍ତ୍ରଶସ୍ତ୍ର କୃତ୍ରିମ ଆଲୋକ କିମ୍ବା ଯନ୍ତ୍ରିକୃତ ଡଙ୍ଗା ସାହାଯ୍ୟରେ ମାଛ ଧରିବା ପାଇଁ କଡାକଡିଭାବରେ ନିଷେଧିତ ହେବ । ଗାଫିବା ଦେୟ ଓ ନୂତନ ଲାଇସେନସ ନିର୍ଗମନ ଗାଫିବା ଦେୟ (ନିୟମ ୪୫ (ଗ)) :- ଲାଇସେନସ ନିର୍ଗମନ ପୂର୍ବରୁ ନିମ୍ନଲିଖିତ ହାରରେ ଲାଇସେନସ ଫି ବା ଦେୟ ଧାର୍ଯ୍ୟ ହେବ । ସାରଣୀ ମାଛଧରା ପ୍ରଣାଳୀ ମାସିକ ଲାଇସେନସ ଫି ବାର୍ଷିକ ଲାଇସେନସ ଫି ବନଶୀ ପକାଇ ମାଛ ଧରିବା ୫.୦୦ ୫୦.୦୦ ଜାଲ ନିକ୍ଷେପରେ ବ୍ୟବହାର ଦ୍ଵାରା ୨୫.୦୦ ୨୫୦.୦୦ ଭାସମାନ ଥୋପର ବ୍ୟବହାର ଦ୍ଵାରା ୨୦.୦୦ ୨୦୦.୦୦ ନୂତନ ଲାଇସେନସ ନିର୍ଗମନ (ନିୟମ ୪୫ ( ଘ)) :- ଶେଷ ହୋଇଥିବା ଲାଇସେନସ , ଏକ ନୂତନ ଲାଇସେନସ ନିର୍ଗମିତ ପୂର୍ବରୁ ବନ୍ୟଜୀବନ ରକ୍ଷକଙ୍କୁ ସମର୍ପିତ ହେବ । ବିବାଦ ଆପୋଷ ନିଷ୍ପତ୍ତି କରିବାକୁ ପ୍ରାଧିକାରୀ (ନିୟମ ୪୫(ଙ)) ଏହି ନିୟମାବଳୀ ଦ୍ଵାରା ଅନ୍ତର୍ଗତ ବିଷୟବସ୍ତୁ ସୃଷ୍ଟି ହୋଇଥିବା କୌଣସି କ୍ଷେତ୍ରରେ ତାହା ମୁଖ୍ୟ ବନ୍ୟ ଜୀବନ ରକ୍ଷକ, ଓଡିଶାଙ୍କୁ ସୂଚିତ ହେବ, ଯାହାଙ୍କର ନିଷ୍ପତ୍ତି, ରାଜ୍ୟ ସରକାରଙ୍କ ଦ୍ଵାରା ନିର୍ଦ୍ଧିଷ୍ଟ ଭାବରେ ଆଦେଶ ହୋଇଥିବା ପ୍ରାକରେ ସେପରି ପରିବର୍ତ୍ତନ ସାପେକ୍ଷରେ ସମସ୍ତ ସଂକ୍ଷିପ୍ତ ବିଷୟରେ ଚୁଡାନ୍ତ ହେବ ଏବଂ ଅବଶ୍ୟ ପାଳନୀୟ ହେବ । ଆଧାର – ଲଅ ହାଉସ