ସଂଜ୍ଞା (ନିୟମ ୪୯ (କ)) “ ଅନୁସୂଚିତ ପଶୁ “ ଅର୍ଥ ଅନୁସୂଚୀ -୧ କିମ୍ବା ଅନୁସୂଚୀ -୨ ର ଭାଗ – ୨ ରେ ସେହି ସମୟରେ ବିନିର୍ଦ୍ଧିଷ୍ଟ କୌଣସି ପଶୁ “ ଅନୁସୂଚିତ ପଶୁ ଦ୍ରବ୍ୟ “ ଅର୍ଥ କୌଣସି ଅନୁସୂଚିତ ପଶୁ ଠାରୁ ପ୍ରସ୍ତୁତ ଦ୍ରବ୍ୟ ଏବଂ କୌଣସି ଜିନିଷ ବା ଦ୍ରବ୍ୟ ଏହାର ଅନ୍ତର୍ଭୁକ୍ତ ଯେଉଁତିରେ ସେହି ପଶୁର ସଂପୂର୍ଣ୍ଣ ବା କୌଣସି ଅଂଶ ବ୍ୟବହୃତ [ ମାତ୍ର ମୟୂର ପୁଚ୍ଛ ପର ସେଥିରୁ ପ୍ରସ୍ତୁତ କୌଣସି ଦ୍ରବ୍ୟ ବା ଟ୍ରଫି ଏବଂ ସାପ ଗରଳ କିମ୍ବା ଏହାର ବ୍ୟୁତ୍ପାଦକ ଅନ୍ତର୍ଭୁକ୍ତ ନୁହେଁ ] “ଧାର୍ଯ୍ୟ ତାରିଖ “ ଅର୍ଥ – ବନ୍ୟ ଜୀବନ (ସୁରକ୍ଷା ) ସଂଶୋଧନ ଆଇନ ୧୯୬୮୬ ର ପ୍ରାରମ୍ଭରେ , ସେହି ପ୍ରାରମ୍ଭରୁ ଦୁଇ ମାସର ଅବସାନ ତାରିଖରେ ଅନୁସୂଚିତ ପଶୁ ସମ୍ବନ୍ଧରେ ସେହି ତାରିଖ ପରେ ଯେ କୌଣସି ସମୟରେ ଅନୁସୂଚୀ – ୧ ବା ଅନୁସୂଚୀ -୨ ର ଭାଗ ୨ ରେ ସଂଯୁକ୍ତ କିମ୍ବା ସ୍ଥାନାନ୍ତରଣ କୌଣସି ପଶୁ ସମ୍ବନ୍ଧରେ, ସେହି ସଂଯୁକ୍ତ ବା ସ୍ଥାନାନ୍ତରଣ ଦୁଇମାସର ଅବସାନ ତାରିଖ; ବନ୍ୟ ଜୀବନ (ସୁରକ୍ଷା ) ସଂଶୋଧନ ଆଇନ ୧୯୯୧ ର ପ୍ରାରମ୍ଭରୁ ଛଅମାସ ଅବସାନର ତାରିଖରେ ସେହି ହାତୀଦାନ୍ତରୁ ପ୍ରସ୍ତୁତ କୌଣସି ଦ୍ରବ୍ୟ କିମ୍ବା ଭାରତକୁ ଆମଦାନୀ ହାତୀଦାନ୍ତ ସମ୍ବନ୍ଧରେ । ଅନୁସୂଚିତ ପଶୁମାନଙ୍କ ଠାରୁ ବାହାରକରୁଥିବା ଟ୍ରଫି,ପଶୁ ଦ୍ରବ୍ୟ ଇତ୍ୟାଦି କାରବାରରେ ନିଷେଧ (ନିୟମ ୪୯ (ଖ)) ଏହି ଦଫାର ଅନ୍ୟାନ୍ୟ ବ୍ୟବସ୍ଥା ସାପେକ୍ଷରେ, ଧାର୍ଯ୍ୟ ତାରିକହରେ ଏବଂ ପରେ କୌଣସି ବ୍ୟକ୍ତି – ବ୍ୟବସାୟ ଆରମ୍ଭ ବା ଚାଲୁ କରିବେ ନାହିଁ - ଅନୁସୂଚିତ ପଶୁ ଦ୍ରବ୍ୟର ଜଣେ ନିର୍ମାତା କିମ୍ବା ବ୍ୟବସାୟୀ ରୂପେ କିମ୍ବା ଭାରତକୁ ଆମଦାନୀ ହାତୀଦାନ୍ତ କିମ୍ବା ସେଥିରୁ ତିଆରି ଦ୍ରବ୍ୟର ଜଣେ ବ୍ୟବସାୟୀ ରୂପେ କିମ୍ବା ସେହି ଦ୍ରବ୍ୟର ଜଣେ ନିର୍ମାତା ରୂପେ କିମ୍ବା କୌଣସି ଅନୁସୂଚିତ ପଶୁ କିମ୍ବା ସେହି ପଶୁର କୌଣସି ଅଂଶ ସମ୍ବନ୍ଧରେ ଚର୍ମରକ୍ଷକ ରୂପେ ;କିମ୍ବା ଅନୁସୂଚିତ ପଶୁଙ୍କ ଠାରୁ ବାହାର କରାଯାଇଥିବା ଟ୍ରଫି କିମ୍ବା ଅନକ୍ୟୁଓର୍ଡ ଟ୍ରଫିର ଜଣେ ବ୍ୟବସାୟୀ ରୂପେ କିମ୍ବା ଅନୁସୂଚିତ ପଶୁ ହୋଇଥିବା କୌଣସି ବନ୍ଦୀ ପଶୁଙ୍କର ବ୍ୟବସାୟୀ ରୂପେ କିମ୍ବା କୌଣସି ଅନୁସୂଚିତ ପଶୁଙ୍କ ଠାରୁ ବାହାର କରାଯାଇଥିବା ମାଂସର ଜଣେ ବ୍ୟବସାୟୀ ରୂପେ କିମ୍ବା । କୌଣସି ଖାଇବା ଗୃହରେ କୌଣସି ଅନୁସୂଚିତ ପଶୁଙ୍କ ଠାରୁ ବାହାର କରାଯାଇଥିବା ମାଂସ ରାନ୍ଧିବା କିମ୍ବା ପରଷିବା । ସ୍ପଷ୍ଟୀକାରଣ :- ଏହି ଉପ-ଦଫା ଉଦ୍ଦେଶ୍ୟରେ “ଖାଇବା ଗୃହ“ ର ଅର୍ଥ ଦଫା ୪୪ ର ଉପ-ଦଫା (୧) ତଳେ ସ୍ପଷ୍ଟୀକାରଣରେ ଥିବା ଅର୍ଥ ସହ ସମାନ ହୋଇଥାଏ । ଏହି ଦଫାର ଅନ୍ୟାନ୍ୟ ବ୍ୟବସ୍ଥା ସାପେକ୍ଷରେ ଧାର୍ଯ୍ୟ ତାରିଖ ପୂର୍ବରୁ ଦଫା ୪୪ ଅନୁଯାୟୀ ମଞ୍ଜୁର ହୋଇଥିବା ବା ନବୀକାରଣ ହୋଇଥିବା କୌଣସି ଲାଇସେନସ ସେହି ତାରିଖ ପରେ ସେହି ଉପ-ଦଫାର ପ୍ରକରଣ (ଖ) ରେ ସୂଚିତ ବୃତ୍ତି କିମ୍ବା ଏହି ଦଫା ଉପ-ଦଫା (୧) ର ପ୍ରକରଣ (କ) ରେ ସୂଚିତ ବ୍ୟବସାୟ ପରିଚାଳନା ବା ଆରମ୍ଭ କରିବା ଅନ୍ୟ କୌଣସି ବ୍ୟକ୍ତି ତାହାର ଧାରକଙ୍କୁ ହକଦାର କରିବ ନାହିଁ । ଉପ-ଦଫା (୧) କିମ୍ବା ଉପ-ଦଫା (୨) ରେ ଅନ୍ତବିର୍ଷ୍ଟ ଯେ କୌଣସି ବ୍ୟବସ୍ଥା ସତ୍ତ୍ୱେ ଯେଉଁ କ୍ଷେତରେରେ କେନ୍ଦ୍ର ସରକାର ସନ୍ତୁଷ୍ଟ ହୁଅନ୍ତି ଯେ ସର୍ବସାଧାରଣ ସ୍ଵାର୍ଥରେ ସେପରି କରିବାକୁ ଏହା ଆବଶ୍ୟକ କିମ୍ବା ସମୀଚୀନ ଅଟେ ସେହି କ୍ଷେତ୍ରରେ ଉପ-ଦଫା (୧) ଏବଂ (୨) ର ବ୍ୟବସ୍ଥାସମୂହରୁ କେନ୍ଦ୍ର ସରକାରଙ୍କ ଦ୍ଵାରା ସଂପୂର୍ଣ୍ଣଭାବେ କିମ୍ବା ସାରତଃ ଅର୍ଥ ବ୍ୟବସ୍ଥା କରାଯାଇଥିବା କିମ୍ବା ସମିତି ରେଜିଷ୍ଟ୍ରେସନ ଆଇନ ୧୮୬୦ (୨୧/୧୮୬୦ ) ଅନୁଯାୟୀ ନିବନ୍ଧିତ କୌଣସି ସମିତି କିମ୍ବା କମ୍ପାନୀ ଆଇନ ୧୯୫୬ (୧/୧୯୫୬) ର ଦଫା ୬୧୭ ର ଅର୍ଥ ମଧ୍ୟରେ ଏକ ସରକାରୀ କମ୍ପାନୀ ସମେତ କେନ୍ଦ୍ର ସରକାରଙ୍କ ଦ୍ଵାରା ନିୟନ୍ତ୍ରଣ ବା ଅଧିକୃତ କୌଣସି ନିଗମ ରପ୍ତାନି ଉଦ୍ଦେଶ୍ୟ ଛଡା ଅଫିସିଆଲ ଗେଜେଟରେ ସାଧାରଣ ବା ସ୍ଵତନ୍ତ୍ର ଆଦେଶ ବଳରେ ଏହା ପ୍ରକାଶିତ ହୋଇପାରିବ । ଉପ-ଦଫା (୧) କିମ୍ବା ଉପ-ଦଫା (୨) ରେ ଅନ୍ତବିର୍ଷ୍ଟ ଯେ କୌଣସି ବ୍ୟବସ୍ଥା ସତ୍ତ୍ୱେ ମାତ୍ର ସେଥିପାଇଁ କୌଣସି ନିୟମ ସାପେକ୍ଷରେ ଦଫା ୪୪ ଅନୁଯାୟୀ ଜଣେ ଚର୍ମ ରକ୍ଷକ ରୂପେ ବ୍ୟବସାୟୀ ଚଲାଉଥିବା ଲାଇସେନସ ଧାରଣ କରିଥିବା ଜଣେ ବ୍ୟକ୍ତି ଅନୁସୂଚିତ ପଶୁ କିମ୍ବା ତାହାର କୌଣସି ଅଂଶ ଚର୍ମରକ୍ଷଣ ପ୍ରକ୍ରିୟା ଅନୁଯାୟୀ କରିବେ । ଉପ-ଦଫା (୩) ଅନୁଯାୟୀ ଅବ୍ୟାହତି ପାଇଥିବା ସମତିତି କିମ୍ବା କୌଣସି ନିଗମ କିମ୍ବା ସରକାରଙ୍କ ଦ୍ଵାରା କିମ୍ବା ଶିକ୍ଷାଗତ କିମ୍ବା ବୈଜ୍ଞାନିକ ଉଦ୍ଦେଶ୍ୟ ନିମନ୍ତେ କୌଣସି ବ୍ୟକ୍ତି ଙ୍କ ପାଇଁ ମୁଖ୍ୟ ବନ୍ୟ ଜୀବନ ରକ୍ଷକଙ୍କ ଲିଖିତାକାରରେ ପୂର୍ବ ପ୍ରାଧିକରଣ ସହ । ବ୍ୟବସାୟୀଙ୍କ ଦ୍ଵାରା ଘୋଷଣା (ନିୟମ ୪୯ ( ଗ)) ଦଫା ୪୯-ଖ ର ଉପ-ଦଫା (୧) ରେ ସୂଚିତ ବ୍ୟବସାୟ ବା ବୃତ୍ତି ଚଲାଉଥିବା ପ୍ରତ୍ୟେକ ବ୍ୟକ୍ତି ଧାର୍ଯ୍ୟ ତାରିଖରୁ ତିରିଶ ଦିନ ମଧ୍ୟରେ ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା ପ୍ରାଧିକୃତ ଅଫିସରଙ୍କୁ ଘୋଷଣା କରିବେ । - ଯଦି କିଛି ଷ୍ଟକ ତାଙ୍କର ଥାଏ, ତେବେ ଧାର୍ଯ୍ୟ ତାରିଖ ଶେଷରେ – ଅନୁସୂଚିତ ପଶୁ ଦ୍ରବ୍ୟ - ଅନୁଚିତ ପଶୁ ଏବଂ ତାହାର ଅଂଶବିଶେଷ ଅନୁସୂଚିତ ପଶୁଙ୍କ ଠାରୁ ବାହାର କରାଯାଇଥିବା ଟ୍ରଫି ଏବଂ ଅନକ୍ୟୁଓର୍ଡ ଟ୍ରଫି, ଅନୁସୂଚିତ ପଶୁ ହୋଇଥିବା ବନ୍ଦୀ ପଶୁ ଭାରତକୁ ଆମଦାନି ହାତୀଦାନ୍ତ କିମ୍ବା ସେଥିରୁ ପ୍ରସ୍ତୁତ ଜିନିଷ । ଘୋଷଣାନାମାରେ ଉଲ୍ଲେଖିତ ଷ୍ଟକଗୁଡିକର ଯଦି କୌଣସି ଆଇଟମର ବର୍ଣ୍ଣନା ଥାଏ ଯାହା ସେ ତାଙ୍କର ଯଥାର୍ଥ ବ୍ୟକ୍ତିଗତ ବ୍ୟବହାର ପାଇଁ ନିଜ ପାଖରେ ରଖିବା ପାଇଁ ଇଚ୍ଛା କରନ୍ତି । ଉପ-ଦଫା (୧) ଅନୁଯାୟୀ ଘୋଷଣା ପାଇବା ପରେ ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା କ୍ଷମତାୟିତ ଅଫିସର ଦଫା ୪୧ ର ବ୍ୟବସ୍ଥା ଉଦ୍ଦେଶ୍ୟରେ ଯେତେ ଦୂର ପ୍ରଯୁଜ୍ୟ ହେବ ଏବଂ ଦଫା ୪୧ ରେ ବିନିର୍ଦ୍ଧିଷ୍ଟ ସମସ୍ତ ବା କୌଣସି ପଦକ୍ଷେପ ଗ୍ରହଣ କରିପାରିବେ । ଉପ-ଦଫା (୧) ଅନୁଯାୟୀ ପ୍ରସ୍ତୁତ କୌଣସି ଘୋଷଣାରେ , ଯେଉଁ କ୍ଷେତ୍ରରେ ଘୋଷଣା ପ୍ରସ୍ତୁତ କରୁଥିବା ବ୍ୟକ୍ତି ତାଙ୍କ ନିଜର ଯଥାର୍ଥ ବ୍ୟକ୍ତିଗତ ବ୍ୟବହାର ପାଇଁ ଘୋଷଣାରେ ବିନିର୍ଦ୍ଧିଷ୍ଟ ଷ୍ଟକର କୌଣସି ଆଇଟମ ସେ ନିଜେ ରଖିବାକୁ ଇଚ୍ଛା ପ୍ରକାଶ କରନ୍ତି ସେହି କ୍ଷେତ୍ରରେ ମୁଖ୍ୟ ବନ୍ୟ ଜୀବନ ରକ୍ଷକ ଡାଇରେକ୍ଟର ପୂର୍ବାନୁମୋଦନ ସହ ଯଦି ସନ୍ତୁଷ୍ଟ ହୁଅନ୍ତି ଯେ ବ୍ୟକ୍ତି ଜଣକ ବିଧିସମ୍ମତଭାବେ ସେହି ଆଇଟମ ଦାଖଲରେ ଅଛନ୍ତି ତେବେ ସେହି ବ୍ୟକ୍ତି ଙ୍କ ସପକ୍ଷରେ ସମସ୍ତ କିମ୍ବା ଯଥାସ୍ଥିତି ସେହି ଆଇଟମ ସମ୍ବନ୍ଧରେ ମାଲିକାନାସ୍ଵତ୍ତ୍ଵର ପ୍ରମାଣପତ୍ର ବ୍ୟକ୍ତିଗତ ବ୍ୟବହାର ପାଇଁ ଆବଶ୍ୟକ ଅଟେ ଏବଂ ନିର୍ଧାରିତ ପ୍ରକାରେ ନିର୍ଦ୍ଧାରିତ ପ୍ରଣାଳୀରେ ଚିହ୍ନଟ ମାର୍କ ସେହି ଆଇଟମ ଉପରେ ସଂଲଗ୍ନ କରିବେ; ଉଲ୍ଲେଖଥାଉ ଯେ ସେପରି କୌଣସି ଆଇଟମ କୌଣସି ବାଣିଜ୍ୟକ ଅଞ୍ଚଳରେ ରଖାଯିବ ନାହିଁ। କୌଣସି ବ୍ୟକ୍ତି ଉପ-ଦଫା (୩) ରେ ସୂଚିତ କୌଣସି ଚିହ୍ନଟ ମର୍କ ଜାଲ କରିବେ ନାହିଁ ବା ନିଶ୍ଚିହ୍ନ କରିବେ ନାହିଁ । ଦଫା ୪୬ ର ଉପ-ଦଫା (୨)(୩) ଏବଂ (୪) ର ବ୍ୟବସ୍ଥା ଏବଂ ଉପ ଦଫା (୩) ଅନୁଯାୟୀ ମାଲିକାନାସତ୍ତ୍ଵ ର ପ୍ରମାଣପତ୍ର ମଞ୍ଜୁର କରିବାକୁ କୌଣସି ପ୍ରତ୍ୟାଖ୍ୟାନ ବିପକ୍ଷରେ ହୋଇଥିବା କୌଣସି ଅପିଲ ଯେତେଦୂର ସାଧ୍ୟ ଏହି ଉପ-ଦଫାନୁଯାୟୀ ଅପିଲଗୁଡିକ ସମ୍ବନ୍ଧରେ ପ୍ରଯୁଜ୍ୟ ହେବ । ଯେଉଁ କ୍ଷେତ୍ରରେ କୌଣସି ବ୍ୟକ୍ତି – ଉପଦଫା (୩) ଅନୁଯାୟୀ ମାଲିକାନାସ୍ଵତ୍ତ୍ଵର ସାର୍ଟିଫିକେଟ ନିଗର୍ମନ କରିଥାନ୍ତି , ସେହି କ୍ଷେତ୍ରରେ ସେହି ଆଇଟମ ସମ୍ବନ୍ଧରେ - ଉପହାର, ବିକ୍ରୟ କିମ୍ବା ଅନ୍ୟଥା ଦ୍ଵାରା କୌଣସି ବ୍ୟକ୍ତିଙ୍କ ସେହି ଆଇଟମ ସ୍ଥାନାନ୍ତରଣ କରିବା, କିମ୍ବା ରାଜ୍ୟରୁ ସେହି ଆଇଟମ ସ୍ଥାନାନ୍ତରଣ କିମ୍ବା ପରିବହନ, ଯେଉଁଠାରେ ସେହି ବାସ କରନ୍ତି, ଅନ୍ୟ ରାଜ୍ୟକୁ କରିବା; ସେହି ସ୍ଥାନାନ୍ତରଣ କିମ୍ବା ପରିବହନ ତିରିଶଦିନ ମଧ୍ୟରେ ସେ ମୁଖ୍ୟ ବନ୍ୟ ଜୀବନ ରକ୍ଷକ କିମ୍ବା କ୍ଷମତାୟିତ ଅଫିସରଙ୍କୁ ସେହି ସ୍ଥାନାନ୍ତରନ କିମ୍ବା ପରିବହନ ସମ୍ବନ୍ଧରେ ରିପୋର୍ଟ କରିବା ଯାହାର କ୍ଷେତ୍ରାଧିକାର ମଧ୍ୟରେ ସ୍ଥାନାନ୍ତରଣ ବା ପରିବହନ ପ୍ରଭାବିତ ଅଟେ । ଉପ-ଦଫା (୩) ଅନୁଯାୟୀ ମାଲିକାନାସ୍ଵତ୍ତ୍ଵ ପ୍ରମାଣପତ୍ର ନିର୍ଗମନ କରିଥିବା ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଧାର୍ଯ୍ୟ ତାରିଖରେ ଏବଂ ପରେ ତାଙ୍କ ନିୟନ୍ତ୍ରଣରେ [ କୌଣସି ଅନୁସୂଚିତ ପଶୁ, କୌଣସି ଅନୁସୂଚିତ ପଶୁଦ୍ରବ୍ୟ କିମ୍ବା ଭାରତକୁ ଆମଡାନୀ ହାତୀଦାନ୍ତ କିମ୍ବା ସେଥିରୁ ତିଆରି କୌଣସି ଦ୍ରବ୍ୟ ] ରଖିପାରିବେ ନାହିଁ କିମ୍ବା କୌଣସି ଆମଦାନୀ ବିକ୍ରୟ, ବିକ୍ରିପାଇଁ ଅର୍ପଣ କିମ୍ବା ସ୍ଥାନାନ୍ତରଣ କରିପାରିବେ ନାହିଁ । ଆଧାର – ଲଅ ହାଉସ