ଦଫା ୩୯। ସ୍ଵତନ୍ତ୍ର ଉଦ୍ଦେଶ୍ୟ ପାଇଁ ଜଙ୍ଗଲର ସୁରକ୍ଷା ରାଜ୍ୟ ସରକାର ବିଜ୍ଞପ୍ତି ଦ୍ଵାରା କୌଣସି ଜଙ୍ଗଲ କିମ୍ବା ପତିତ ଜମିରେ ନିଷେଧ କିମ୍ବା ନିୟନ୍ତ୍ରଣ ଜାରୀ କରିପାରିବେ – ଚାଷବାସ ପାଇଁ ଜମି ପରିଷ୍କାର କରିବା; ଗୋ-ମହିଷାଦି ପଶୁଙ୍କୁ ଚରାଇବା; କିମ୍ବା ଜଙ୍ଗଲରେ ନିଆଁ ଲଗାଇବା କିମ୍ବା ଜଙ୍ଗଲର ଗଛଲତାକୁ ପରିଷ୍କାର କରିବା; ଯେତେବେଳେ ସେପରି ନିୟନ୍ତ୍ରଣ କିମ୍ବା ନିଷେଧ ନିମ୍ନଲିଖିତ ଉଦ୍ଦେଶ୍ୟରେ ଆବଶ୍ୟକ ମନେ ହୁଏ, ଯଥା : ଝଡ଼, ବାତ୍ୟା, ପବନ, ବନ୍ୟା ଏବଂ ଅଗ୍ନ୍ୟତ୍ପାତ ଦାଉରୁ ରକ୍ଷା ପାଇବା ପାଇଁ ; ଉପତ୍ୟାକା କିମ୍ବା ପାହାଡିଆ ଅଞ୍ଚଳରେ ଥିବା ପ୍ରଣାଳୀ ଓ ଗଡାଣିଆ ସ୍ଥାନମାନଙ୍କରେ ମୃତ୍ତିକା ସଂରକ୍ଷଣ ଉଦ୍ଦେଶ୍ୟରେ; ଝରଣା, ନଦୀ, ପୋଖରୀ, ଜଳପ୍ରପାତ ଏବଂ ଜଳସେଚନ ପାଇଁ ହୋଇଥିବା ପ୍ରକଳ୍ପମାନଙ୍କରେ ଜଳପ୍ରବାହ ରକ୍ଷାପାଇଁ; ରାସ୍ତା, ପୋଲ, ରେଳ ଲାଇନ୍ ଏବଂ ପରିବହନ ପାଇଁ ଥିବା ଅନ୍ୟାନ୍ୟ ବ୍ୟବସ୍ଥାଗୁଡିକୁ ସୁରକ୍ଷା କରିବା ଉଦ୍ଦେଶ୍ୟରେ; ସର୍ବସାଧାରଣ ସ୍ୱାସ୍ଥ୍ୟ ଏବଂ ଉପାସନାସ୍ଥଳୀଗୁଡିକୁ ସୁରକ୍ଷା କରିବା ଉଦ୍ଦେଶ୍ୟରେ। ରାଜ୍ୟ ସରକାର ସେପରି କୌଣସି ଉଦ୍ଦେଶ୍ୟରେ ପାଇଁ କୌଣସି ଜଙ୍ଗଲ କିମ୍ବା ପତିତ ଜମିରେ ତାଙ୍କ ନିଜ ଖର୍ଚ୍ଚରେ ଯେପରି ଉଚିତ୍ ମନେ କରିବେ ସେପରି କାର୍ଯ୍ୟ କରିବେ । ଉପଦଫା (୧)ଅନୁଯାୟୀ କୌଣସି ବିଜ୍ଞପ୍ତି ପ୍ରକାଶ କରାଯିବ ନାହିଁ କିମ୍ବା ଉପଦଫା (୨) ଅନୁଯାୟୀ କୌଣସି କାର୍ଯ୍ୟ ଆରମ୍ଭ କରାଯିବ ନାହିଁ ଯେ ପର୍ଯ୍ୟନ୍ତ ସମ୍ପୃକ୍ତ ଜଙ୍ଗଲ ବା ଜମିର ମାଲିକମାନଙ୍କୁ ସେପରି ସୂଚନା ପ୍ରଦାନ କରିବାପରେ କାହିଁକି ସେପରି ବିଜ୍ଞପ୍ତି ପ୍ରକାଶ କରାଯିବ ନାହିଁ କିମ୍ବା କାହିଁକି ସେପରି କାର୍ଯ୍ୟ ଆରମ୍ଭ କରାଯିବ ନାହିଁ ଏ ସମ୍ପର୍କରେ ସେହି ସୂଚନାରେ ଲିପିବଦ୍ଧ କରାଯାଇଥିବା ସମୟ ମଧ୍ୟରେ କାରଣ ଦର୍ଶାଇବାକୁ ନ ଦିଆ ଯାଇଛି ଏବଂ ଯେ ପର୍ଯ୍ୟନ୍ତ ସେ ଜମି ବା ଜଙ୍ଗଲର ମାଲିକଙ୍କ ଦ୍ଵାରା ହୋଇଥିବା ଅଭିଯୋଗ ଓ ତାହା ସପକ୍ଷରେ ପ୍ରଦାନ କରାଯାଇ ଥିବା ପ୍ରମାଣର ଶୁଣାଣୀ ରାଜ୍ୟ ସରକାରଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ଵାରା କରା ନ ହୋଇଛି ଏବଂ ସେ ସବୁର ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଦ୍ଵାରା ଚୁଡାନ୍ତ ନ ହୋଇଛି । ଦଫା ୪୦। ଜଙ୍ଗଲ ଗୁଡିକର ପରିଚାଳନା ଭାର ଗ୍ରହଣ କରିବାକୁ କ୍ଷମତା ଦଫା ୩୯ ଅନୁଯାୟୀ ଧାର୍ଯ୍ୟ କୌଣସି ନିଷେଧ କିମ୍ବା ନିୟନ୍ତ୍ରଣକୁ ଉପେକ୍ଷା କରିବା କିମ୍ବା ଜାଣିଶୁଣି ଅମାନ୍ୟ କରିବା କ୍ଷେତ୍ରରେ କିମ୍ବା ସେହି ଦଫା ଅନୁଯାୟୀ ନିର୍ମାଣ କରାଯିବାକୁ ଥିବା କୌଣସି କାର୍ଯ୍ୟ ଯଦି ଆବଶ୍ୟକ ମନେ ହୁଏ ତେବେ ରାଜ୍ୟ ସରକାରଙ୍କର ଆପତ୍ତି ବିଚାର ପରେ ସେହି ଜଙ୍ଗଲ ଏବଂ ଜମିର ମାଲିକଙ୍କୁ ଲିଖିତାକାରରେ ସୂଚନା ପ୍ରଦାନ କରିବା ପରେ ଉକ୍ତ ଜଙ୍ଗଲ କିମ୍ବା ଜମିକୁ ଜଣେ ଜଙ୍ଗଲ ଅଧିକାରୀଙ୍କ ନିୟନ୍ତ୍ରଣରେ ରଖିପାରିବେ ଏବଂ ସଂରକ୍ଷିତ ଜଙ୍ଗଲ ପ୍ରତି ଏହି ଆଇନ୍ ର ସମସ୍ତ ବା କୌଣସି ବ୍ୟବସ୍ଥା ସେପରି ଜଙ୍ଗଲ କିମ୍ବା ଜମି ପ୍ରତି ପ୍ରଯୁଜ୍ୟ ହେବାକୁ ଘୋଷଣା କରିପାରିବେ । ସେପରି ଜଙ୍ଗଲ ବା ଜମିର ପରିଚାଳନାରୁ ଯଦି କୌଣସି ହାରାହାରି ଲାଭ ବାହାରେ ତେବେ ତାହାକୁ ଉକ୍ତ ମାଲିକଙ୍କୁ ପ୍ରଦାନ କରାଯିବ । ଦଫା ୪୧। ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଜଙ୍ଗଲ ଗୁଡ଼ିକର ଦଖଲ ଏହି ଅଧ୍ୟାୟ ଅନୁଯାୟୀ କୌଣସି କ୍ଷେତ୍ରରେ ରାଜ୍ୟ ସରକାର ବିବେଚନା କରନ୍ତି ଯେ ଯେଉଁ କ୍ଷେତ୍ରରେ ଜଣେ ଜଙ୍ଗଲ ଅଧିକାରୀଙ୍କ ନିୟନ୍ତ୍ରଣାଧିନରେ ଜଙ୍ଗଲ କିମ୍ବା ଜମିକୁ ରଖିବା ପରିବର୍ତ୍ତେ ତାହା ସର୍ବସାଧାରଣ ଉଦ୍ଦେଶ୍ୟ ନିମନ୍ତେ ଗ୍ରହଣ କରାଯାଇ ଥାଏ କିମ୍ବା ପଟ୍ଟା ଦ୍ଵାରା ଦଖଲ କରାଯାଇଥାଏ ସେହି କ୍ଷେତ୍ରରେ ରାଜ୍ୟ ସରକାର, ଭୂ- ଅଜ୍ଜନ ଆଇନ୍, ୧୯୮୪(୧/୧୯୮୪) ଅନୁଯାୟୀ ଉଲ୍ଲେଖିତ ପ୍ରାଣାଳୀରେ ଜମି ବା ଜଙ୍ଗଲର ମାଲିକଙ୍କ ସହ ଚୁକ୍ତି କରି ପଟ୍ଟା ଆକାରରେ ନେଇପାରନ୍ତି କିମ୍ବା ଦଖଲ କରିପାରନ୍ତି । ଦଫା ୫୯ ଅନୁଯାୟୀ କୌଣସି ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ଜମି ବା ଜଙ୍ଗଲର ମାଲିକ ବିଜ୍ଞପ୍ତି ପ୍ରକାଶନ ତାରିଖଠାରୁ ତିନି ବର୍ଷରୁ କମ୍ କିମ୍ବା ବାରବର୍ଷରୁ ଅଧିକ କୌଣସି ସମୟରେ ସେପରି ଜଙ୍ଗଲ ବା ଜମିକୁ ସର୍ବସାଧାରଣ ଉଦ୍ଦେଶ୍ୟରେ ଦଖଲ କରାଯିବାକୁ ଆବଶ୍ୟକ କରିପାରନ୍ତି କିମ୍ବା ରାଜ୍ୟ ସରକାର ସେପରି ଜମି କିମ୍ବା ଜଙ୍ଗଲ ତଦନୁଯାୟୀ ଦଖଲ କରିପାରନ୍ତି । ଦଫା ୪୨। ଫଳନ୍ତି ବୃକ୍ଷ କାଟିବାରେ ନିଷେଧାଦେଶ ରାଜ୍ୟ ସରକାର ବିଜ୍ଞପ୍ତି ଦ୍ଵାରା ସମୟକୁ ସମୟ ବିଜ୍ଞପ୍ତିରେ ବିନିର୍ଦ୍ଦିଷ୍ଟ ଫଳନ୍ତି ବୃକ୍ଷ କାଟିବାରେ ନିଷେଧ କରିପାରିବେ ଯାହା କୌଣସି ଜମି ଉପରେ ରହିଥାଏ (ଜମି ବ୍ୟତୀତ ଯାହା ସରକାରୀ ସମ୍ପତ୍ତି ଅଟେ କିମ୍ବା ଯାହା ଉପରେ ସରକାରଙ୍କ ସମ୍ପତ୍ତିଗତ ଅଧିକାର ଅଛି ଏବଂ ଯାହାକୁ କାଟିବା ଦ୍ଵାରା କୃଷି ବା ଶିଳ୍ପ ଉତ୍ପାଦନରେ ବାଧା ସୃଷ୍ଟି ହେବ । ଦଫା ୪୩। ମାଲିକମାନଙ୍କ ଅନୁରୋଧରେ ଜଙ୍ଗଲରେ ସୁରକ୍ଷା କୌଣସି ଜମିର ମାଲିକ କିମ୍ବା ଯଦି ସେହି ଜମିରେ ଏକରୁ ଅଧିକ ମାଲିକ ଥାଆନ୍ତି ତେବେ ଦୁଇ ତୃତୀୟାଂଶ ଭାଗ ଥିବା ମାଲିକ ତା ଉପରେ ଜଙ୍ଗଲ ଗୁଡ଼ିକର ସଂରକ୍ଷଣର ଗଠନ ଉଦ୍ଦେଶ୍ୟରେ ସେମାନଙ୍କର ଇଚ୍ଛା ରାଜ୍ୟ ସରକାରଙ୍କୁ ଲିଖିତକାରରେ ଉପସ୍ଥାପିତ କରିପାରିବେ – ଯେ ପାରସ୍ପରିକ ସମ୍ମତି ପ୍ରକାରେ ସେପରି ସର୍ତ୍ତ ଉପରେ ଏକ ସଂରକ୍ଷିତ କିମ୍ବା ସୁରକ୍ଷିତ ଜଙ୍ଗଲ ରୂପେ ଜଙ୍ଗଲ ଅଫିସରଙ୍କ ଦ୍ଵାରା ସେପରି ଜମି ପରିଚାଳିତ ହେବ କିମ୍ବା ଏହି ଆଇନ୍ ଅନୁଯାୟୀ ସମସ୍ତ କିମ୍ବା କୌଣସି ବ୍ୟବସ୍ଥା ସେପରି ଜମି ପ୍ରତି ପ୍ରଯୁଜ୍ୟ ହେବ। ଅନ୍ୟ କ୍ଷେତ୍ରରେ ରାଜ୍ୟ ସରକାର ପରିସ୍ଥିତିକୁ ଉପଯୁକ୍ତ ବିବେଚନା କରି ଏହି ଆଇନ୍ ରେ ଯେ କୌଣସି ବ୍ୟବସ୍ଥା ବିଜ୍ଞପ୍ତି ଦ୍ଵାରା ପ୍ରୟୋଗ କରିପାରିବେ । ଦଫା ୪୪। ଜଙ୍ଗଲଗୁଡ଼ିକର, ସରକାରଙ୍କର ଏବଂ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କର ମିଳିତ ସମ୍ପତ୍ତିର ପରିଚାଳନା ଯଦି ରାଜ୍ୟସରକାର ଏବଂ ଅନ୍ୟ ବ୍ୟକ୍ତିଙ୍କର କୌଣସି ଜଙ୍ଗଲ କିମ୍ବା ପତିତ ଜମିରେ ଉତ୍ପାଦନର ସମ୍ପୂର୍ଣ୍ଣ କିମ୍ବା ତାହାର କୌଣସି ଅଂଶରେ ମିଳିତ ସ୍ଵାର୍ଥ ନିହିତ ଥାଏ ତେବେ ରାଜ୍ୟ ସରକାର – ସେପରି ଜଙ୍ଗଲ କିମ୍ବା ପତିତ ଜମିର ପରିଚାଳନା ଦାୟିତ୍ଵ ଗ୍ରହଣ କରିପାରନ୍ତି; କିମ୍ବା ଜଙ୍ଗଲ, ପତିତ ଜମି କିମ୍ବା ସେପରି ମିଳିତଭାବେ ଆଗ୍ରହୀ ବ୍ୟକ୍ତିମାନଙ୍କ ଦ୍ଵାରା ଜଙ୍ଗଲଜାତ ଦ୍ରବ୍ୟର ପରିଚାଳନା ନିମନ୍ତେ ସେପରି ନିୟନ୍ତ୍ରଣ ଜାରୀ କରିପାରିବେ ଯେପରି ସେଥିରେ ସମସ୍ତ ପକ୍ଷଙ୍କ ସ୍ଵାର୍ଥ ଏବଂ ତାହାର ପରିଚାଳନା ପାଇଁ ସେ ଆବଶ୍ୟକ ବିବେଚନା କରିବେ। ଯେତେବେଳେ ରାଜ୍ୟ ସରକାର ଉପ-ଦଫା (୧)ର ପ୍ରକରଣ (କ) ଅନୁଯାୟୀ କୌଣସି ଜଙ୍ଗଲ, ପତିତ ଜମି ଏବଂ ଜଙ୍ଗଲଜାତ ଦ୍ରବ୍ୟର ପରିଚାଳନା ଦାୟିତ୍ଵ ଗ୍ରହଣ କରନ୍ତି ସେତେବେଳେ ସେ ବିଜ୍ଞପ୍ତି ଦ୍ଵାରା ଘୋଷଣା କରିବେ ଯେ ଅଧ୍ୟାୟ ୨ ଏବଂ ୪ ରେ ଅନ୍ତର୍ବଷ୍ଟ କୌଣସି ବ୍ୟବସ୍ଥା ସେହି ଜଙ୍ଗଲ, ପତିତ ଜମି କିମ୍ବା ଜଙ୍ଗଲଜାତ, ଦ୍ରବ୍ୟ ପ୍ରତି ପ୍ରୟୋଗ ହେବ ଏବଂ ତା ପରେ ସେପରି ବ୍ୟବସ୍ଥାବଳୀ ତଦନୁଯାୟୀ ଲାଗୁହେବ । ନିର୍ଣ୍ଣୟ ସିଦ୍ଧାନ୍ତ : - ସମୂହଭାବେ ଆଗ୍ରହ ପ୍ରକାଶ କରିବା ଅର୍ଥ – ୧୮ (୧୯୫୨)ସି.ଏଲ୍.ଟି. ୩୩୬, ଏ.ଆଇ.ଆର୍ ୧୯୫୭ ଓଡ଼ିଶା-୨୧୯। ଆଧାର – ଦ ଲ ହାଉସ