ଦଫା ୪୯। ଅଧିକାର ପ୍ରମାଣିତ ନକରିବା ପର୍ଯ୍ୟନ୍ତ କାଠଗରିଣ୍ଡାକୁ ସରକାରୀ ସମ୍ପତ୍ତି ରୂପେ ବିବେଚନା ଏବଂ ତଦନୁଯାୟୀ ସଂଗୃହୀତ ଏହି ଅଧ୍ୟାୟ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ନିମ୍ନଲିଖିତ ଦ୍ରବ୍ୟମାନଙ୍କ ଉପରେ ତାଙ୍କର ଅଧିକାର ଏବଂ ଦାବୀକୁ ସାବ୍ୟସ୍ତ କରିନପାରନ୍ତି ତେବେ ତାହା ସରକାରୀ ସମ୍ପତ୍ତି ରୂପେ ବିବେଚିତ ହେବ; ଯଥା – ଭାସମାନ ଅବସ୍ଥାରେ, ଘାଇରେ ଲାଗିଥିବା ଅବସ୍ଥାରେ, ଚଡାରେ ଲାଗିଯାଇଥିବା ଅବସ୍ଥାରେ କିମ୍ବା ଚୁଡିଯାଇଥିବା ଅବସ୍ଥାରେ ମିଳିଥିବା ସମସ୍ତ କାଠଗରିଣ୍ଡା; ଚିହ୍ନଟ ହୋଇଥିବା କାଠ କିମ୍ବା କାଠଗରିଣ୍ଡା ଯାହା ଦଫା ୪୫ ଅନୁଯାୟୀ ପ୍ରଣୟନ କରାଯାଇଥିବା ନିୟମାବଳୀ ଅନୁଯାୟୀ ରେଜିଷ୍ଟ୍ରୀଭୁକ୍ତ ହୋଇନାହିଁ କିମ୍ବା ଯାହା ଉପରେ ଚିହ୍ନକୁ ଲିଭାଇ ଦିଆଯାଇଛି, ପରିବର୍ତ୍ତନ କରାଯାଇଛି; କିମ୍ବା ଅଗ୍ନି ଦ୍ଵାରା କିମ୍ବା ଅନ୍ୟଥା ସେ ଚିହ୍ନକୁ ବିକୃତ କରି ଦିଆଯାଇଛି; ଏବଂ ସେପରି ଅଞ୍ଚଳରେ ରାଜ୍ୟ ସରକାର ସମସ୍ତ ଚିହ୍ନ ବିହୀନ କାଠ ଓ କାଠଗରିଣ୍ଡା ରାଜ୍ୟ ସରକାର ଯେପରି ଭାବେ ନିର୍ଦ୍ଦେଶ ଦେବେ । ଦଫା ୫୫ ଅନୁଯାୟୀ ପ୍ରଣୟନ କରାଯାଇଥିବା ନିୟମ ବଳରେ କ୍ଷମତାପ୍ରାପ୍ତ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ଜଙ୍ଗଲ ଅଧିକାରୀଙ୍କ ଦ୍ଵାରା ସେପରି କାଠଗରିଣ୍ଡା ସଂଗ୍ରହ କରାଯିବ ଏବଂ ସେ ଗୁଡ଼ିକୁ କୌଣସି ଡ଼ିପୋକୁ ଆଣିପାରିବେ ଯାହା ଡିଭିଜିନାଲ ଫରେଷ୍ଟ ଅଫିସର, ଭାସମାନ କାଠଗଣ୍ଡି ଗ୍ରହଣ ପାଇଁ ଏକ ଡ଼ିପୋ ରୂପେ ବିନିର୍ଦ୍ଦିଷ୍ଟ କରିଥିବେ ଏବଂ ସଂଗ୍ରହକାରୀ ଅଧିକାରୀ କିମ୍ବା ବ୍ୟକ୍ତି ସେ ସମ୍ପର୍କରେ ଡିଭିଜିନାଲ୍ ଫରେଷ୍ଟ ଅଫିସରଙ୍କୁ ତତ୍ କ୍ଷଣାତ ରିପୋର୍ଟ ପ୍ରଦାନ କରିବେ । ରାଜ୍ୟ ସରକାର ବିଜ୍ଞପ୍ତି ଦ୍ଵାରା ଏହି ଦଫାର ବ୍ୟବସ୍ଥା ମଧ୍ୟରୁ କୌଣସି ବର୍ଗର କାଠଗରିଣ୍ଡାକୁ ବାଦ୍ ଦେଇପାରନ୍ତି । ଦଫା ୫୦। ଭାସମାନ କାଠ ଗରିଣ୍ଡାର ଦାବିଦାରମାନଙ୍କୁ ନୋଟିସ୍ ଦଫା ୪୯ ଅନୁଯାୟୀ ସଂଗ୍ରହ କରାଯାଇଥିବା କାଠଗରିଣ୍ଡା ପାଇଁ ଡିଭିଜିନାଲ ଫରେଷ୍ଟ ଅଫିସରଙ୍କ ଦ୍ଵାରା ସମୟାନୁକ୍ରମେ ସର୍ବସାଧାରଣ ନୋଟିସ୍ ପ୍ରଦାନ କରିବେ ଏବଂ ସେପରି ପ୍ରତ୍ୟେକ ନୋଟିସରେ ସଂଗ୍ରହ କରାଯାଇଥିବା କାଠଗରିଣ୍ଡା ଗୁଡ଼ିକର ବର୍ଣ୍ଣନା ଦିଆଯିବ ଏବଂ ସେହି କାଠଗରିଣ୍ଡା ଉପରେ ଦାବି କରୁଥିବା ବ୍ୟକ୍ତି ସେପରି ନୋଟିସ୍ ପାଇବା ତାରିଖରୁ ଅନ୍ୟୁନ ଦୁଇ ମାସ ମଧ୍ୟରେ ନୋଟିସ୍ ରେ ଉଲ୍ଲେଖ ଥିବା ଅଫସିରଙ୍କ ନିକଟରେ ସେ ସମ୍ପର୍କରେ ଲିଖିତ ବିବୃତି ଉପସ୍ଥାପନ କରିବେ । ଦଫା ୫୧। କାଠଗରିଣ୍ଡା ନିମନ୍ତେ ଉପସ୍ଥାପିତ ଦାବୀ ଉପରେ କାର୍ଯ୍ୟପଦ୍ଧତି ଯେତେବେଳେ ସେପରି କୌଣସି ବିବୃତି ଉପରୋକ୍ତ ଅନୁଯାୟୀ ଉପସ୍ଥାପିତ ହୋଇଥାଏ ସେତେବେଳେ ଡିଭିଜନାଲ ଫରେଷ୍ଟ ଅଫିସର ଯେପରି ଉପଯୁକ୍ତ ମନେ କରିବେ ସେପରି ତଦନ୍ତ କରିବା ପରେ ଲିଖିତାକାରରେ କାରଣ ଲିପିବଦ୍ଧ କାରୀ ଦାବିକୁ ପ୍ରତ୍ୟାଖ୍ୟାନ କରିପାରନ୍ତି କିମ୍ବା କାଠଗରିଣ୍ଡାକୁ ଦାବିଦାରଙ୍କୁ ପ୍ରଦାନ କରିପାରନ୍ତି; ଯେଉଁ କ୍ଷେତ୍ରରେ ସେପରି କାଠଗରିଣ୍ଡାକୁ ଏକରୁ ଅଧିକ ବ୍ୟକ୍ତି ଦାବି କରନ୍ତି ସେ କ୍ଷେତ୍ରରେ ଡିଭିଜିନାଲ ଫରେଷ୍ଟ ଅଫିସର କାଠଗରିଣ୍ଡା ପାଇବାକୁ ଯୋଗ୍ୟ ବିବେଚିତ ହେଉଥିବା ବ୍ୟକ୍ତିଙ୍କୁ ଘୋଷଣା କରି ଏକ ଆଦେଶ ପ୍ରଦାନ କରିବେ କିମ୍ବା ମାମଲାଟିକୁ କ୍ଷେତ୍ରାଧିକାର ଥିବା କୌଣସି ଦେୱାନୀ ଅଦାଲତଙ୍କ ଦ୍ଵାରା ବିଚାର କରି ପଠାଇ ଦେଇ ପାରନ୍ତି ଏବଂ ଅଦାଲତଙ୍କ ଠାରୁ ସେପରି କାଠଗରିଣ୍ଡା ସବୁ ଫେରସ୍ତ ଦେବା ସମ୍ପର୍କରେ ଆଦେଶ ପାଇବା ପର୍ଯ୍ୟନ୍ତ ଅଟକାଇ ରଖିବେ; ଉଲ୍ଲେଖ ଥାଉ ଯେ ଡିଭିଜନାଲ ଫରେଷ୍ଟ ଅଫିସରଙ୍କ ଦ୍ଵାରା ଆଦେଶ ପ୍ରଦାନ ତାରିଖରୁ ତିନିମାସ ସମୟ ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଏହି ଉପଦଫା ଅନୁଯାୟୀ ସେପରି କାଠଗରିଣ୍ଡା ଫେରସ୍ତ ଦିଆଯିବ ନାହିଁ । ଯେଉଁ ବ୍ୟକ୍ତିଙ୍କ ଦାବୀ ଏହି ଦଫା ଅନୁଯାୟୀ ନାମଞ୍ଜୁର ହୋଇଛି, ସେହି ନାମଞ୍ଜୁର ତାରିଖରୁ ତିନିମାସ ମଧ୍ୟରେ, ତାଙ୍କ ଦ୍ଵାରା ଦାବି କରାଯାଇଥିବା କାଠଗରିଣ୍ଡାଗୁଡିକ ପୁର୍ନଲାଭ କରିବାକୁ ଏକ ମାମଲା ଦାଏର କରିପାରିବେ, ମାତ୍ର ଏହି ଦଫା ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସେପରି କୌଣସି କାଠଗରିଣ୍ଡାର ଅପସାରଣ କିମ୍ବା ଅଟକ କିମ୍ବା ନାମଞ୍ଜୁର କାରଣରୁ କୌଣସି ଜଲଙ୍ଗ ଅଫିସର କିମ୍ବା ରାଜ୍ୟ ସରକାରଙ୍କ ବିପକ୍ଷରେ କୌଣସି କ୍ଷତିପୂରଣ ବା ଖର୍ଚ୍ଚ କୌଣସି ବ୍ୟକ୍ତି ଦାବି କରିପାରିବେ ନାହିଁ । ଏହି ଦଫାରେ ଉଲ୍ଲିଖିତ ସେପରି କାଠଗରିଣ୍ଡାକୁ ହସ୍ତାନ୍ତର କରାଯାଇନ ଥିଲେ କିମ୍ବା ସେଥିପାଇଁ ମାମଲା ଦାଏର କରାଯାଇ ନ ଥିଲେ କୌଣସି ଦେୱାନୀ, ଫୌଜଦାରୀ କିମ୍ବା ରାଜସ୍ୱ ଅଦାଲତ ଦ୍ଵାରା କୌଣସି କାର୍ଯ୍ୟାନୁଷ୍ଠାନ ସେହି କାଠଗରିଣ୍ଡା ପାଇଁ ଗ୍ରହଣ କରାଯାଇ ପାଇବ ନାହିଁ । ଦଫା ୫୨। ଦାବି ହୋଇନଥିବା କାଠଗରିଣ୍ଡା ସମ୍ପର୍କରେ ନିଷ୍ପତ୍ତି ଉପରୋକ୍ତ ଅନୁଯାୟୀ ଯଦି ସେପରି ବିବୃତି ଦାଖଲ ହୋଇନ ଥାଏ କିମ୍ବା ଦଫା ୫୦ ଅନୁଯାୟୀ ଜାରି କରାଯାଉଥିବା ନୋଟିସ୍ ଦ୍ଵାରା ଧାର୍ଯ୍ୟ ସମୟ ମଧ୍ୟରେ ଏବଂ ପ୍ରଣାଳୀରେ ଦାବିଦାର ତାଙ୍କର ଦାବି ଆଗତ କରି ନଥାନ୍ତି କିମ୍ବା ତାଙ୍କ ଦ୍ଵାରା ସେପରି ଦାବି ଆଗତ ହୋଇଥିଲେ ଯଦି ତାହା ନାମଞ୍ଜୁର ହୋଇଥାଏ ଏବଂ ଦାବିଦାର ସେପରି କାଠଗରିଣ୍ଡା ଗୁଡ଼ିକର ଦଖଲ ପାଇବା ପାଇଁ ଦଫା ୫୧ ଅନୁଯାୟୀ ଧାର୍ଯ୍ୟ ସମୟସୀମା ମଧ୍ୟରେ ମାମଲା ଆଗତ କରି ନଥାନ୍ତି ତେବେ ସେ କ୍ଷେତ୍ରରେ ସେ ସମସ୍ତ କାଠ ଗରିଣ୍ଡାର ମାଲିକାନା ରାଜ୍ୟସରକାରଙ୍କ ଠାରେ ନ୍ୟସ୍ତ ରହିବ କିମ୍ବା ସେପରି କାଠଗରିଣ୍ଡା ସବୁ ଯଦି ଦଫା ୫୧ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ହସ୍ତାନ୍ତର କରାଯାଇଥାଏ ତେବେ ସମସ୍ତ କାଠଗରିଣ୍ଡାର ମାଲିକାନା ତାଙ୍କଠାରେ ନ୍ୟସ୍ତ ରହିବ ଯଦି ସେ ବ୍ୟକ୍ତି ତାଙ୍କ ଦ୍ଵାରା ସୃଷ୍ଟି ହୋଇନଥିବା ସମସ୍ତ ଦେୟରୁ ମୁକ୍ତଥାଆନ୍ତି । ଦଫା ୫୩। କାଠଗରିଣ୍ଡାର କ୍ଷୟକ୍ଷତି ପାଇଁ ସରକାର ଏବଂ ତାଙ୍କର ଅଧିକାରୀମାନେ ଦାୟୀ ନୁହଁନ୍ତି ଦଫା ୪୯ ଅନୁଯାୟୀ ସଂଗୃହୀତ କୌଣସି କାଠଗରିଣ୍ଡାଗୁଡ଼ିକର ଯଦି କୌଣସି କ୍ଷୟକ୍ଷତି ଘଟେ ତେବେ ରାଜ୍ୟ ସରକାର ସେଥିପାଇଁ ଦାୟୀ ହେବେନାହିଁ ଏବଂ ଯଦି ଜଙ୍ଗଲ ଅଫିସର ସେହି କାଠଗରିଣ୍ଡାର କ୍ଷୟକ୍ଷତି ଅବହେଳା କ୍ରମେ କିମ୍ବା ମନ୍ଦ ଉଦ୍ଦେଶ୍ୟ ନରଖି ଘଟାଇଥାନ୍ତି ତେବେ ସେ ସେପରି କାଠଗରିଣ୍ଡାର କ୍ଷୟକ୍ଷତି ପାଇଁ ଦାୟୀ ରହିବେ ନାହିଁ। ଦଫା ୫୪। କାଠଗରିଣ୍ଡା ଗୁଡ଼ିକ ଦାବିଦାରଙ୍କୁ ହସ୍ତାନ୍ତର କରିବା ପୂର୍ବରୁ ପାଉଣା ପ୍ରଦାନ ଉପରୋକ୍ତ ଅନୁଯାୟୀ ସଂଗୃହୀତ କିମ୍ବା ହସ୍ତାନ୍ତରିତ କୌଣସି କାଠଗରିଣ୍ଡାର ମାଲିକାନ ଫେରି ପାଇବାକୁ କୌଣସି ବ୍ୟକ୍ତି ଯୋଗ୍ୟ ହେବେନାହିଁ ଯେ ପର୍ଯ୍ୟନ୍ତ ସେ ଦଫା ୫୫ ଅନୁଯାୟୀ ପ୍ରଣୟନ କରାଯାଇଥିବା ନିୟମାନୁଯାୟୀ ସେ ସମ୍ବନ୍ଧୀୟ ପାଉଣା ଡିଭିଜନାଲ ଫରେଷ୍ଟ ଅଫିସର କିମ୍ବା ତାହା ଗ୍ରହଣ କରିବାକୁ କ୍ଷମତାପ୍ରାପ୍ତ ଅନ୍ୟ କୌଣସି ଅଫିସରଙ୍କୁ ପ୍ରଦାନ ନକରିଛନ୍ତି। ଦଫା ୫୫। ନିୟମାବଳୀ ପ୍ରଣୟନ କରିବା ଏବଂ ଦଣ୍ଡ ଧାର୍ଯ୍ୟ କରିବା କ୍ଷମତା ରାଜ୍ୟ ସରକାର ନିମ୍ନଲିଖିତ ଘଟଣା ନିୟନ୍ତ୍ରଣ କରିବାକୁ ନିୟମାବଳୀ ପ୍ରଣୟନ କରି ପାରିବେ, ଯଥା – ଦଫା ୪୯ରେ ଉଲ୍ଲିଖିତ କାଠଗରିଣ୍ଡାଗୁଡ଼ିକ ଉଦ୍ଧାର କରିବା, ସଂଗ୍ରହ କରିବା ଓ ତହିଁର ବିନିଯୋଗ କରିବା; କାଠଗରିଣ୍ଡାର ସଂଗ୍ରହ ତଥା ଉଦ୍ଧାର ପାଇଁ ବ୍ୟବହୃତ ଡ଼ଙ୍ଗାଗୁଡ଼ିକର ରେଜିଷ୍ଟ୍ରେସନ କରିବା; ସେପରି କାଠଗରିଣ୍ଡା ଗୁଡ଼ିକର ଉଦ୍ଧାର, ସଂଗ୍ରହ, ଅପସାରଣ ପାଇଁ ପ୍ରଦାନ କରାଯାଇଥିବା ଅର୍ଥରାଶି; ଏବଂ ସେପରି କାଠଗରିଣ୍ଡା ପ୍ରସ୍ତୁତ ପାଇଁ ବ୍ୟବହୃତ ହାତୁଡି ଓ ଅନ୍ୟାନ୍ୟ ଉପକରଣଗୁଡ଼ିକର ରେଜିଷ୍ଟ୍ରେସନ କରିବା । ଏହି ଦଫା ଅନୁଯାୟୀ କୌଣସି ନିୟମ ପ୍ରଣୟନ କରିବାରେ ରାଜ୍ୟ ସରକାର ଉଲ୍ଲେଖ କରିପାରନ୍ତି ଯେ ତାହାର ଉଲ୍ଲଂଘନରେ ସର୍ବାଧିକ ଏକବର୍ଷ ଜେଲ୍ ଦଣ୍ଡରେ ଏବଂ ଜୋରିମାନା ସହ ଯାହା ଏକ ହଜାର ଟଙ୍କାରୁ ଅଧିକ ହୋଇପାରେ, ସେଥିରେ ସେହି ବ୍ୟକ୍ତି ଦଣ୍ଡିତ ହେବେ । ଆଧାର – ଦ ଲ ହାଉସ