ଦଫା ୫୫ । -କକ । ଧାର୍ଯ୍ୟ ହୋଇଥିବା ସର୍ବନିମ୍ନ ଦଣ୍ଡ ଯଦି ଯଥେଷ୍ଟ କାରଣ ଲିଖିତାକାରେ ଲିପିବଦ୍ଧ ହୋଇ ନ ଥାଏ ତେବେ ତଦନୁଯାୟୀ ପ୍ରସ୍ତୁତ ଆଇନ୍ କିମ୍ବା ନିୟମାବଳୀ ଅନୁଯାୟୀ କୌଣସି ଅପରାଧ ପାଇଁ ଅଦାଲତ କୌଣସି ଆଦେଶ ପ୍ରଦାନ କରି ଉପ- ଦଫା (୨) କିମ୍ବା (ଦଫା ୨୭ର ଉପ-ଦଫା(୩) କିମ୍ବା ଦଫା ୪୬ର ଉପ-ଦଫା (୨) କିମ୍ବା ଦଫା ୫୫ (ଗ) କିମ୍ବା ଦଫା ୫୫(ଙ) କିମ୍ବା ଦଫା ୬୭୬ କିମ୍ବା ଦଫା ୮୩ ଅନୁଯାୟୀ କୌଣସି ଅପରାଧ ବ୍ୟତୀତ କମ୍ ଦଣ୍ଡ ଧାର୍ଯ୍ୟ କରିବେ, ସେପରି ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ଉପରେ ସର୍ବନିମ୍ନ ଦଣ୍ଡ ଧାର୍ଯ୍ୟ ହେବ ଯାହା ଅପରାଧ ପାଇଁ ଉଲ୍ଲିଖିତ ସର୍ବାଧିକ ଜୋରିମାନାର ପଚାଶ ପ୍ରତିଶତ ସମାନ ପରିମାଣର ଜୋରିମାନା ସହିତ ଦୁଇମାସ ପାଇଁ ଜେଲ୍ ଦଣ୍ଡ ହେବ । ଦଫା ୫୬। ବ୍ୟାଜ୍ୟାପ୍ତିଯୋଗ୍ୟ ସମ୍ପତ୍ତି ଜବତ୍ କରିବା ଯେଉଁ କ୍ଷେତ୍ରରେ କୌଣସି ଜଙ୍ଗଲଜାତ ଦ୍ରବ୍ୟ ସମ୍ପର୍କରେ ଅପରାଧ ସଘଂଟିତ ହୋଇ ଥିବାର ବିଶ୍ଵାସ କରିବା ପାଇଁ ଯୁକ୍ତିଯୁକ୍ତ କାରଣ ଅଛି, ସେ କ୍ଷେତ୍ରରେ କୌଣସି ଜଙ୍ଗଲ ଅଧିକାରୀ ବା ପୋଲିସ ଅଫିସର ସେପରି ଜଙ୍ଗଲଜାତ ଦ୍ରବ୍ୟକୁ ଜବତ କରିବା ସଂଗେ ସଂଗେ ସେପରି ଜଙ୍ଗଲଜାତ ଦ୍ରବ୍ୟପାଇଁ ବ୍ୟବହୃତ ହୋଇଥିବା ସମସ୍ତ ହାତ ହତିଆର୍, ଦଉଡି, ଚେନ୍, ଡଙ୍ଗା, ଯାନବାହନ ଓ ପଶୁ ଇତ୍ୟାଦି ଜବତ କରିବେ । ଏହି ଦଫା ଅନୁଯାୟୀ କୌଣସି ସମ୍ପତ୍ତି ଜବତ କରିଥିବା ପ୍ରତ୍ୟେକ ଅଫିସର ସେହି ସମ୍ପତ୍ତି ଉପରେ ଚିହ୍ନ ପ୍ରଦାନ କରିବେ ଯଦ୍ଵାରା ସେଗୁଡିକ ଜବତ ହୋଇଛି ବୋଲି ଜଣାପଡିବ ଏବଂ ଯେଉଁ କ୍ଷେତ୍ରରେ ଦଫା ୭୨ ଅନୁଯାୟୀ ଅପରାଧ ରଫା କରିବା ପାଇଁ ଲିଖିତ ରାଜିନାମା ନ କରନ୍ତି କିମ୍ବା ବିଜ୍ଞପ୍ତି ଦ୍ଵାରା ରାଜ୍ୟ ସରକାରଙ୍କ ଦ୍ଵାରା କ୍ଷମତାପ୍ରାପ୍ତ ସହକାରୀ ଜଙ୍ଗଲ ସଂରକ୍ଷଣ ଅଧିକାରୀଙ୍କ ପାହ୍ୟାରୁ ନିମ୍ନପାହ୍ୟାର ହୋଇ ନ ଥିବା କୌଣସି ଅଫିସରଙ୍କ ସମ୍ମୁଖରେ ଜବତ ହୋଇଥିବା ସମ୍ପତ୍ତି ଉପସ୍ଥାପନ କରନ୍ତି (ଏତଦପରେ କ୍ଷମତା ପ୍ରାପ୍ତ ଅଫିସର ରୂପେ ଉଲ୍ଲିଖିତ) କିମ୍ବା ଜବତ ହୋଇଥିବା ସମ୍ପତ୍ତି ବିଷୟରେ ସେପରି ଅପରାଧ ବିଚାର କରିବାକୁ କ୍ଷେତ୍ରାଧିକାର ଥିବା ମାଜିଷ୍ଟ୍ରେଟଙ୍କୁ ରିପୋର୍ଟ ପ୍ରଦାନ କରିବେ; ଉଲ୍ଲେଖ ଥାଉ ଯେ ସରକାରୀ ସମ୍ପତ୍ତି ବୋଲି ବିବେଚିତ ହେଉଥିବା କୌଣସି ଜଙ୍ଗଲଜାତ ଦ୍ରବ୍ୟ ଉପରେ ସେପରି ଅପରାଧ ହୋଇଛି ବୋଲି ବିଶ୍ଵାସ କରାଯାଏ ଏବଂ ଅପରାଧ ଜଣାପଡି ନ ଥାଏ, ସେହି କ୍ଷେତ୍ରରେ ଏହା ଯଥେଷ୍ଟ ହେବ ଯଦି କୌଣସି ଅଫିସର ତତ୍ କ୍ଷଣାତ ସେ ସମ୍ପର୍କରେ ତାଙ୍କର ଉପରିସ୍ଥ ଅଫିସର ଏବଂ ଡିଭିଜନାଲ୍ ଫରେଷ୍ଟ ଅଫିସରଙ୍କୁ ଏକ ରିପୋର୍ଟ ପ୍ରଦାନ କରିବେ । (୨-କ) ଯେତେବେଳେ କୌଣସି କ୍ଷମତାପ୍ରାପ୍ତ ଅଫିସର ଉପ-ଦଫା (୧) ଅନୁଯାୟୀ କୌଣସି ଜଙ୍ଗଲଜାତ ଦ୍ରବ୍ୟ ଜବତ କରନ୍ତି କିମ୍ବା ଯେଉଁ କ୍ଷେତ୍ରରେ ଉପ-ଦଫା (୨)ଅନୁଯାୟୀ ସେପରି କୌଣସି ଜଙ୍ଗଲଜାତ ଦ୍ରବ୍ୟ ତାଙ୍କ ସମ୍ମୁଖରେ ଉପସ୍ଥାପିତ କରିଥାନ୍ତି ଏବଂ ସେ ସନ୍ତୁଷ୍ଟ ହୁଅନ୍ତି ଯେ ସେହି ଜଙ୍ଗଲଜାତ ଦ୍ରବ୍ୟ ସମ୍ପର୍କରେ ଅପରାଧ ସଂଗଠିତ ହୋଇଛି, ସେହି କ୍ଷେତ୍ରରେ ସେ ସେପରି ଭାବେ ଜବତ ହୋଇଥିବା ଜଙ୍ଗଲଜାତ ଦ୍ରବ୍ୟର ଉପସ୍ଥାପନ କରିବା ସମେତ ଅପରାଧ ସଂଗଠିତ ହେବାରେ ବ୍ୟବହୃତ ସମସ୍ତ ଉପକରଣ ଦଉଡି, ଚେନ୍, ଡଙ୍ଗା, ଯାହାବାହାନ ଏବଂ ପଶୁ ଆଦିକୁ ବ୍ୟାଜ୍ୟାପ୍ତି କରିବାକୁ ଆଦେଶ ପ୍ରଦାନ କରିବେ । (୨-ଖ) ଉପଦଫା (୨-କ) ଅନୁଯାୟୀ କୌଣସି ସମ୍ପତ୍ତି ବ୍ୟାଜ୍ୟାପ୍ତି କରାଯିବାକୁ ଆଦେଶ ପ୍ରଦାନ କରାଯିବ ନାହିଁ ଯଦି କୌଣସି ବ୍ୟକ୍ତିଙ୍କ ଠାରୁ ସମ୍ପତି ବ୍ୟାଜ୍ୟାପ୍ତି ହୋଇନ ଥାଏ ତେବେ - ସେପରି ସମ୍ପତ୍ତି କେଉଁ କାରଣ ଯୋଗୁଁ ବ୍ୟାଜ୍ୟାପ୍ତି କରିବାକୁ ପ୍ରସ୍ତାବିତ ଅଟେ ସେ ସମ୍ପର୍କ କାରଣରେ ଏକ ଲିଖିତ ନୋଟିସ୍ ପ୍ରଦାନ କରାଯିବ; ବ୍ୟାଜ୍ୟାପ୍ତିକରଣ ନିମନ୍ତେ କାରଣ ବିପକ୍ଷରେ ନୋଟିସ୍ ରେ ନିର୍ଦ୍ଦିଷ୍ଟ ଯଥୋଚିତ ସମୟ ମଧ୍ୟରେ ଲିଖିତାକାରରେ ଯୁକ୍ତି ଉପସ୍ଥାପନ କରିବା ପାଇଁ ସୁଯୋଗ ପ୍ରଦାନ କରାଯିବ; ସମ୍ପୃକ୍ତ ବିଷୟରେ ଶୁଣାଣୀର ଯଥୋଚିତ ସୁଯୋଗ ପ୍ରଦାନ କରାଯିବ । (୨-ଗ) ଉପଦଫା (୨-ଖ)ର ବ୍ୟବସ୍ଥାବଳୀ ପ୍ରତି କୌଣସି ପ୍ରତିକୂଳ ପ୍ରଭାବ ନପକାଇ, ଉପ-ଦଫା(୨-କ) ଅନୁଯାୟୀ ସେପରି ହାତ ହତିଆର ଦଉଡି,ଚେନ୍, ନୌକା, ଯାନବାହାନ ଓ ପଶୁ ଇତ୍ୟାଦିଙ୍କୁ ବ୍ୟାଜ୍ୟାପ୍ତି କରାଯିବା ପାଇଁ କୌଣସି ଆଦେଶ ପ୍ରଦାନ କରାଯିବ ନାହିଁ, ଯଦି ତାହାର ମାଲିକ କ୍ଷମତାପ୍ରାପ୍ତ ଅଫିସରଙ୍କ ସନ୍ତୋଷଭାଜନ ହୋଇ ପ୍ରମାଣିତ କରନ୍ତି ଯେ କଥିତ ସମସ୍ତ ଉପକରଣମାନ ସେପରି ଅପରାଧ ସଂଘଟିତ ହେବାରେ ତାଙ୍କର ବିନା ଜ୍ଞାତ ସାରରେ ତଥା ବିନା ପରାମର୍ଶରେ ବ୍ୟବହୃତ ହୋଇଥିଲା ଏବଂ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ (ଉପକରଣର ମାଲିକ ଓ ତାଙ୍କର ପ୍ରତିନିଧି) କଥିତ ଉପକରଣଗୁଡ଼ିକ ସେପରି ଭାବେ ବ୍ୟବହୃତ ହେବା ବିପକ୍ଷରେ ଯୁକ୍ତିଯୁକ୍ତ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିଥିଲେ । (୨-ଘ) ଉପଦଫା (୨-କ) ଅନୁଯାୟୀ କ୍ଷମତାୟିତ ଅଫିସରଙ୍କ ଦ୍ଵାରା ବ୍ୟାଜ୍ୟାପ୍ତିକରଣ ଆଦେଶ ତାରିଖରୁ ତିରିଶ ଦିନ ମଧ୍ୟରେ ବିଜ୍ଞପ୍ତିଦ୍ଵାରା ସରକାରଙ୍କ ଦ୍ଵାରା କ୍ଷମତାୟିତ କୌଣସି ଜଙ୍ଗଲର ସଂରକ୍ଷକ ପାହ୍ୟାରୁ ନିମ୍ନପାହ୍ୟାର ହୋଇ ନଥିବା କୌଣସି ଜଙ୍ଗଲ ଅଫିସର ସ୍ଵଇଚ୍ଛାରେ କିମ୍ବା ଆବେଦନ ଉପରେ ମାମଲା ସମ୍ପର୍କରେ ରେକର୍ଡ଼ ଗୁଡ଼ିକ ମଗାଇପାରିବେ ଏବଂ ଯାଞ୍ଚ କରିପାରିବେ ଏବଂ ସେ ଉପଯୁକ୍ତ ବିବେଚନା କଲେ ଆବଶ୍ୟକୀୟ ତଦନ୍ତ କରି ସେପରି ଆଦେଶ ପ୍ରଦାନ କରିବେ । ଉଲ୍ଲେଖଥାଉ ଯେ କୌଣସି ବ୍ୟକ୍ତିଙ୍କୁ ଶୁଣାଣୀର ଯଥୋଚିତ ସୁଯୋଗ ପ୍ରଦାନ ନ କରି ତାଙ୍କ ବିପକ୍ଷରେ କୌଣସି ଆଦେଶ ପ୍ରଦାନ କରାଯିବ ନାହିଁ । (୨-ଙ) କୌଣସି ବ୍ୟକ୍ତି ଉପ-ଦଫା(୨-କ) କିମ୍ବା ଉପଦଫା (୨-ଘ) ଅନୁଯାୟୀ ପ୍ରଦାନ କରାଯାଇଥିବା ଆଦେଶ କ୍ଷୁବ୍ଧ ହେଲେ, ତାଙ୍କୁ ପ୍ରଦାନ କରାଯାଉଥିବା ଆଦେଶ ତାରିଖର ତିରିଶ ଦିନ ମଧ୍ୟରେ, ଯେଉଁ ଅଞ୍ଚଳକୁ ସମ୍ପତ୍ତି ବ୍ୟାଜ୍ୟାପ୍ତି ହୋଇଛି ସେହି ଅଞ୍ଚଳରେ କ୍ଷେତ୍ରାଧିକାର ଥିବା ଜିଲ୍ଲା ଜଜଙ୍କୁ ଅପିଲ୍ କରିପାରିବେ ଏବଂ ଜିଲ୍ଲା ଜଜ୍ ପକ୍ଷମାନଙ୍କୁ ଶୁଣାଣୀର ଯଥୋଚିତ ସୁଯୋଗ ପ୍ରଦାନ କରିବା ପରେ ସେପରି ଆଦେଶ ପ୍ରଦାନ କରିବେ ଯେପରି ସେ ଉପଯୁକ୍ତ ବିବେଚନା କରିବେ ଏବଂ ଜିଲ୍ଲା ଜଜ୍ ପ୍ରଦାନ କରିଥିବା ସେପରି ଆଦେଶ ବୁଡାନ୍ତ ହେବ । ଅପରାଧକୁ ରଫା କରିବା ପାଇଁ କ୍ଷତିପୂରଣ ନ ମିଳିଲା ପର୍ଯ୍ୟନ୍ତ କିମ୍ବା ଜବତ କରାଯାଇଥିବା ଜିନିଷକୁ ଫେରସ୍ତ ଦେବା ପାଇଁ ମାଜିଷ୍ଟ୍ରେଟ୍ ଆଦେଶ ପ୍ରଦାନ କରିବା ପର୍ଯ୍ୟନ୍ତ ଏହି ଦଫା ଅନୁଯାୟୀ ଜବତ କରାଯାଇଥିବା ଜିନିଷ ‘ଫରେଷ୍ଟ’ ଅଫିସରଙ୍କ ହେପାଜତରେ ରଖାଯିବ : ଉଲ୍ଲେଖ ଥାଉ ଯେ ସମ୍ପତ୍ତିର ମାଲିକଙ୍କ ଦରଖାସ୍ତର ଜବତ କରାଯାଇଥିବା ସମ୍ପତ୍ତି ବ୍ୟାଜ୍ୟାପ୍ତିକରଣର ବିଚାରଧୀନ ଥିବା ସମୟରେ କିମ୍ବାକାର୍ଯ୍ୟବିଧି ଗ୍ରହଣ ସମୟରେ ଖଲାସ ହେବନାହିଁ। ଆଧାର - ଦ ଲ ହାଉସ