ଦଫା ୫୫ କ। ଚନ୍ଦନଗଛ ଗୁଡ଼ିକ ରାଜ୍ୟସରକାରଙ୍କ ଖାସ୍-ସମ୍ପତ୍ତି ହେବ କୌଣସି ଆଇନ, ଚୁକ୍ତି, ମଞ୍ଜୁର କିମ୍ବା ଅନ୍ୟ କୌଣସି ଆଇନ୍ ସଂଗତ ଦଲିଲ୍ ରେ ଅନ୍ତର୍ଗତ ଯେ କୌଣସି ପ୍ରତିକୂଳାତ୍ମକ ବିଷୟ ସତ୍ତ୍ୱେ, ଦଫା ୫୫-ଖ,ରେ ବ୍ୟବସ୍ଥା କରାଯାଇଛି । ଓଡ଼ିଶା ଜଙ୍ଗଲ (ସଂଶୋଧନ) ଆଇନ୍, ୧୯୯୦ ର ପ୍ରାରମ୍ଭ ତାରିଖରେ କିମ୍ବା ପରେ କୌଣସି ଜମିରେ ଯେଉଁ ସମସ୍ତ ଚନ୍ଦନ ବୃକ୍ଷ ବଢିଥାଏ;ଏବଂ ଓଡ଼ିଶା ଜଙ୍ଗଲ (ସଂଶୋଧନ) ଆଇନ୍, ୧୯୯୦ ର ପ୍ରାରମ୍ଭ ପୂର୍ବରୁ କୌଣସି ଜମିରେ ଚନ୍ଦ ବୃକ୍ଷଗୁଡ଼ିକ ବିଦ୍ୟମାନ ଥାଏ ; ଯେଉଁ କ୍ଷେତ୍ରରେ ଏହି ଆଇନ୍ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣରେ, ଯଦି କୌଣସି ଚନ୍ଦନକାଠ ରାଜ୍ୟ ସରକାରଙ୍କ ସମ୍ପତ୍ତି ବୋଲି ସେ ସମ୍ବନ୍ଧରେ କୌଣସି ପ୍ରଶ୍ନ ସୃଷ୍ଟି ହୁଏ ତେବେ ତା ବିପକ୍ଷରେ କୌଣସି ପ୍ରମାଣ ନ ହେବା ପର୍ଯ୍ୟନ୍ତ ଏହା କୌଣସି ଚନ୍ଦନ ବୃକ୍ଷର ଅଂଶ ବୋଲି ଗ୍ରହଣ କରାଯିବ, ଯାହା ଉପ-ଦଫା (୧) ଅନୁଯାୟୀ ରାଜ୍ୟ ସରକାରଙ୍କ ଖାସ ସମ୍ପତ୍ତି ଥିଲା ଏବଂ କୌଣସି କାର୍ଯ୍ୟାନୁଷ୍ଠାନ କ୍ଷେତ୍ରରେ ତା ବିପକ୍ଷରେ ପ୍ରମାଣ ଦାୟିତ୍ଵ ଅଭିଯୁକ୍ତ ବ୍ୟକ୍ତିଙ୍କ ଉପରେ ରହିବ । ଦଫା ୫୫ ଖ। ଘରୋଇ ବ୍ୟକ୍ତିଙ୍କ କର୍ତ୍ତୃତ୍ଵ ଅଧିନସ୍ଥ ଚନ୍ଦନ କାଠ ଯେଉଁ ବ୍ୟକ୍ତି ତାଙ୍କ ଜମିର ମାଲିକାନା ସ୍ଵତ୍ତ୍ଵ ଦ୍ଵାରା, ମଞ୍ଜୁର କିମ୍ବା ନ୍ୟାୟିକ ନିଷ୍ପତ୍ତି କିମ୍ବା ଅନ୍ୟଥା ଦ୍ଵାରା ଓଡ଼ିଶା ଜଙ୍ଗଲ (ସଂଶୋଧନ) ଆଇନ୍ ର ପ୍ରାରମ୍ଭ ପୂର୍ବରୁ ତାଙ୍କ ଜମିରେ ଥିବା ଚନ୍ଦନ ବୃକ୍ଷ ନିମନ୍ତେ ଆଇନ୍ ଗତ ଭାବେ ଯୋଗ୍ୟ ହୋଇଥିଲେ, ସେପରି ଚନ୍ଦନ ବୃକ୍ଷ କାଟି ପାରିବେ ନାହିଁ କିମ୍ବା ବିକ୍ରି କରିପାରିବେ ନାହିଁ । ସମ୍ପୃକ୍ତ ଡିଭିଜନାଲ ଫରେଷ୍ଟ ଅଫିସର ସେହି ଜମିରେ ଥିବା ଚନ୍ଦନ ବୃକ୍ଷ ଗୁଡିକୁ କାଟିପାରନ୍ତି କିମ୍ବା ବିକ୍ରି କରିପାରନ୍ତି ଏବଂ ସେପରି ବିକ୍ରି କରିବା ଫଳରେ ସେଥିରୁ ଲବ୍ଧଅର୍ଥ, ବୃକ୍ଷ କାଟିବା ପାଇଁ ଏବଂ ବିକ୍ରି ପାଇଁ ହୋଇଥିବା ଖରଚ କାଟିବା ପରେ ଉପ-ଦଫା (୧) ଅନୁଯାୟୀ ଉଲ୍ଲିଖିତ ବ୍ୟକ୍ତିଙ୍କୁ ପ୍ରଦାନ ହେବ ଏବଂ ସେପରି ଅର୍ଥ ପ୍ରଦାନ ସେହି ବୃକ୍ଷ ପାଇଁ କ୍ଷତିପୂରଣ ପୂର୍ଣ୍ଣ ସନ୍ତୋଷ ସହ ହୋଇଛି ବୋଲି ବିବେଚିତ ହେବ । ଦଫା ୫୫-ଗ। ଚନ୍ଦନ କାଠ ଏବଂ ଚନ୍ଦନ ତେଲର ନିୟନ୍ତ୍ରଣ, ବିକ୍ରୟ ଏବଂ ପ୍ରସ୍ତୁତି ଧାର୍ଯ୍ୟ ହୋଇଥିବା କଟକଣା ଏବଂ ସର୍ତ୍ତ ନିୟନ୍ତ୍ରଣାଧୀନରେ ସେହି ଶୁଳ୍କ ପ୍ରଦାନ ଦ୍ଵାରା କ୍ଷମତା ପ୍ରାପ୍ତ ଜଙ୍ଗଲ ଅଫିସରଙ୍କ ଦ୍ଵାରା ଲାଇସେନ୍ସପ୍ରାପ୍ତ କୌଣସି ବ୍ୟକ୍ତିଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ଚନ୍ଦନ କାଠ ନିଜ ଦଖଲରେ ଗଚ୍ଛିତ ରଖିପାରିବେ ନାହିଁ କିମ୍ବା ଗଚ୍ଛିତ ରଖିବାର ଉଦ୍ୟମ କରିବେ ନାହିଁ କିମ୍ବା ବିକ୍ରି କରିପାରିବେ ନାହିଁ ବା ବିକ୍ରି କରିବାର ଉଦ୍ୟମ କରିବେ ନାହିଁ କିମ୍ବା ମିଲ୍ ମାନଙ୍କରେ ଚନ୍ଦନକାଠ ଖଣ୍ଡ ବିଖଣ୍ଡିତ କରିପାରିବେ ନାହିଁ କିମ୍ବା ଖଣ୍ଡ ବିଖଣ୍ଡିତ କରିବାର ପ୍ରୟାସ କରିବେ ନାହିଁ କିମ୍ବା ଚନ୍ଦନ କାଠରୁ ବିଶୋଧିତ ତେଲ ଯେ କୌଣସି ପ୍ରକ୍ରିୟାରେ ତିଆରି କରିପାରିବେ ନାହିଁ; ଉଲ୍ଲେଖଥାଉ ଯଥାର୍ଥ ଗୃହ ଉପଯୋଗ ନିମନ୍ତେ ଦୁଇ କିଲୋଗ୍ରାମ ଓଜନ ପର୍ଯ୍ୟନ୍ତ ଚନ୍ଦନ କାଠ ରଖିବା ନିମନ୍ତେ କୌଣସି ଲାଇସେନ୍ସର ଆବଶ୍ୟକତା ହେବ ନାହିଁ । ଯେଉଁ ବ୍ୟକ୍ତି ଉପ-ଦଫା (୧) ର ବ୍ୟବସ୍ଥା ବଳୀ ଉଲ୍ଲଂଘନ କରନ୍ତି ସେହି ବ୍ୟକ୍ତିଙ୍କ ଦୋଷ ସିଦ୍ଧିରେ କୌଣସି ଅବଧି ପାଇଁ ଜେଲ୍ ଦଣ୍ଡରେ ଯାହା ତିନି ବର୍ଷରୁ କମ୍ ହେବ ନାହିଁ ମାତ୍ର ସାତବର୍ଷର ଅଧିକ ହୋଇପାରେ ଏବଂ ଜୋରିମାନା ଦଣ୍ଡରେ ଦଣ୍ଡିତ ହେବେ ଯାହା ଦଶ ହଜାର ଟଙ୍କାରୁ ଅଧିକ ହୋଇପାରେ । ଦଫା ୫୫-ଘ । ଚନ୍ଦନ ବୃକ୍ଷର ସଂରକ୍ଷଣ ପାଇଁ ଜମି ଧାରକ ଏବଂ ଜମି ଦଖଲକାରୀ ଏବଂ ଜମିଧାରକଙ୍କ ଦାୟିତ୍ଵ ପ୍ରତ୍ୟେକ ଜମି ଧାରକ ଏବଂ ଜମି ଦାଖଲକାରୀ ସେହି ଜମି ଉପରେ ବଢୁଥିବା ଚନ୍ଦନ ବୃକ୍ଷର ଉପଯୁକ୍ତ ସଂରକ୍ଷଣ ପାଇଁ ଦାୟୀରହିବେ ଯାହା ରାଜ୍ୟ ସରକାରଙ୍କର ଖାସ୍- ସଂପତ୍ତି ଅଟେ ଏବଂ ସେହି ବୃକ୍ଷର କୌଣସି ପ୍ରକାର କ୍ଷତି ଘଟିଲେ କିମ୍ବା ଏହା ଚୋରି ହୋଇଗଲେ ସେହି ବିଷୟରେ ଯଥାଶୀଘ୍ର ସମ୍ଭବ ନିକଟସ୍ଥ ପୋଲିସ୍ ଅଫିସର କିମ୍ବା ଜଙ୍ଗଲ ଅଧିକାରୀଙ୍କ ନିକଟରେ ରିପୋର୍ଟ ପ୍ରଦାନ କରିବେ । କୌଣସି ଜମି ଧାରକ କିମ୍ବା ଜମି ଦଖଲକାରୀ ଉପରୋକ୍ତ ଅନୁଯାୟୀ ସେପରି କ୍ଷତି କିମ୍ବା ଚୋରୀ ବିଷୟରେ ସେପରି ଅଫିସରଙ୍କ ନିକଟରେ ରିପୋର୍ଟ ପ୍ରଦାନ କରିବାରେ ଯଦି ବିଫଳ ହୁଅନ୍ତି ଏବଂ ଯଦି ଡିଭିଜନାଲ ଫରେଷ୍ଟ ଅଫିସରଙ୍କ ପାହ୍ୟାରୁ ନିମ୍ନପାହ୍ୟା ହୋଇ ନ ଥିବା କୌଣସି ଫରେଷ୍ଟ ଅଫିସରଙ୍କ ଦ୍ଵାରା ବିଚାରିତ ହୋଇ ନ ଥାଏ ଯେ ସେପରି ଚୋରି କିମ୍ବା ତାଙ୍କ ପ୍ରରୋଚନାରେ କିମ୍ବା ମନ୍ତ୍ରଣାରେ କୌଣସି ବ୍ୟକ୍ତିଙ୍କ ଦ୍ଵାରା ଘଟିଥାଏ ତେବେ ଅନ୍ୟ କୌଣସି ଜୋରିମାନା ସତ୍ତ୍ୱେ ସେହି ବ୍ୟକ୍ତି ସେପରି କ୍ଷତି କିମ୍ବା ଚୋରି ପାଇଁ ରାଜ୍ୟ ସରକାରଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାୟୀ ରହିବେ, ଯାହା ଡିଭିଜନାଲ ଫରେଷ୍ଟ ଅଫିସର ଉପଯୁକ୍ତ ବିବେଚନା କରିବେ । ସ୍ପଷ୍ଟୀକରଣ :- ଏହି ଦଫା ଅନୁଯାୟୀ ବ୍ୟବହୃତ ଶବ୍ଦ “କ୍ଷତି” ବୃକ୍ଷର ଶାଖା ପ୍ରଶାଖାର ଛେଦନକୁ ଅନ୍ତର୍ଭୁକ୍ତ କରିବ । ଦଫା ୫୫- ଙ। ଚନ୍ଦନକାଠ ସମ୍ବନ୍ଧରେ ଅପରାଧ ପାଇଁ ଜୋରିମାନା ସରକାରଙ୍କ ଅଧିକାରଭୁକ୍ତ କୌଣସି ଚନ୍ଦନ ବୃକ୍ଷ କିମ୍ବା ତାହାର କୌଣସି ଅଂଶ କାଟିବା କିମ୍ବା ଅପସାରଣ କରିବା କିମ୍ବା କ୍ଷତି କରିବା ପ୍ରସଙ୍ଗରେ କୌଣସି ଜଙ୍ଗଲ ସମ୍ବନ୍ଧୀୟ ଅପରାଧ କରିବା କ୍ଷେତ୍ରରେ, ଅପରାଧୀ କୌଣସି ସମୟ ପାଇଁ ଜେଲ୍ ଦଣ୍ଡରେ ଦଣ୍ଡିତ ହେବେ । ଯାହା ତିନି ବର୍ଷର କମ୍ ନୁହେଁ ମାତ୍ର ସାତବର୍ଷରୁ ଅଧିକ ହୋଇପାରେ ଏବଂ ଜୋରିମାନା ଦଣ୍ଡରେ ଦଣ୍ଡିତ ହେବେ ଯାହା ଦଶହଜାର ଟଙ୍କାରୁ ଅଧିକ ହୋଇପାରେ । ଆଧାର – ଦ ଲ ହାଉସ