ଦଫା ୩୦। ଗ୍ରାମ୍ୟ ଜଙ୍ଗଲ ଗଠନ ରାଜ୍ୟ ସରକାର ବିଜ୍ଞପ୍ତି ଦ୍ଵାରା କୌଣସି ଗ୍ରାମ ବା ଗ୍ରାମମାନଙ୍କର ଅଧିବାସୀମାନଙ୍କର ଉପକାର ପାଇଁ ତାଙ୍କ ନିୟନ୍ତ୍ରଣରେ ଥିବା ଜମିକୁ ଏକ ଗ୍ରାମ୍ୟ ଜଙ୍ଗଲ ରୂପେ ଗଠିତ କରିବାକୁ ଘୋଷଣା କରିପାରିବେ ଏବଂ ସେହି ପ୍ରକାରେ ଉକ୍ତ ବିଜ୍ଞପ୍ତିକୁ ମଧ୍ୟ ବାତିଲ୍ କରିପାରିବେ । ସେପରି ପ୍ରତ୍ୟେକ ବିଜ୍ଞପ୍ତି ସେହି ଗ୍ରାମ୍ୟ ଜଙ୍ଗଲରୁ ସୀମା ନିର୍ଦ୍ଧାରଣ କରିବ । ସ୍ପଷ୍ଟୀକରଣ : - ସରକାରଙ୍କ ମାର୍ଫତରେ ଥିବା ଜମି କହିଲେ କର ନିର୍ଦ୍ଧାରଣ କରାଯାଇଥିବା କିମ୍ବା କରାଯାଇନ ଥିବା ସମସ୍ତ ଅନଧିକୃତ ଜମି ଅସ୍ଥାୟୀ ଭାବେ କିମ୍ବା ବିନାନୁମତିରେ ଅଧିକୃତ ସମସ୍ତ ଜମି ଏବଂ ସମସ୍ତ ସର୍ବସାଧାରଣ ଜଙ୍ଗଲ ତନ୍ମଧ୍ୟରେ ଅନ୍ତର୍ଭୃକ୍ତ ହେବ; ମାତ୍ର ଓଡିଶା ସର୍ଭେ ଓ ବନ୍ଦୋବସ୍ତ ଆଇନ୍, ୧୯୫୮(ଓଡିଶା ଆଇନ୍ ୩/୧୯୫୯)ଅନୁଯାୟୀ ପ୍ରସ୍ତୁତ ଓ ନିର୍ବାହ କରାଯାଉଥିବା ସ୍ଵତ୍ଵଲିପିରେ ଦାଏର୍ ହେବା ବା କୌଣସି ଘରୋଇ ବ୍ୟକ୍ତିଙ୍କ ନାମରେ ରେକର୍ଡଭୁକତ ହୋଇଥିବା ଜମି ତାହା ମଧ୍ୟରେ ଅନ୍ତର୍ଭୁକ୍ତ ହେବନାହିଁ । ଦଫା ୩୧। ଗ୍ରାମ୍ୟ ଜଙ୍ଗଲ ସମ୍ପର୍କରେ ନିୟମ ପ୍ରଣୟନ କରିବା ପାଇଁ କ୍ଷମତା ରାଜ୍ୟ ସରକାର ଗ୍ରାମ୍ୟ ଜଙ୍ଗଲ ଗୁଡିକର ପରିଚାଲନା ପାଇଁ ଓ ଯେଉଁ ଗ୍ରାମ ବା ଗ୍ରାମମାନଙ୍କର ଅଧିବାସୀମାନଙ୍କ ଉପକାର ପାଇଁ ସେପରି ଗ୍ରାମ୍ୟ ଜଙ୍ଗଲ ଗଠିତ କରାଯାଇଅଛି, ସେମାନେ କେଉଁ ସର୍ତ୍ତରେ ସେପରି ଜଙ୍ଗଲର ସୁରକ୍ଷା ଓ ବିକାଶ ଦିଗରେ ସେମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ଧାର୍ଯ୍ୟ କରିବା ପାଇଁ ନିୟମମାନ ପ୍ରଣୟନ କରିପାରିବେ । ରାଜ୍ୟ ସରକାର ସେପରି ନିୟମାବଳୀ ଦ୍ଵାରା ଗ୍ରାମ୍ୟଜଙ୍ଗଲ ପ୍ରତି ଦ୍ଵିତୀୟ ଅଧ୍ୟାୟର କୌଣସି ବା ସମସ୍ତ ବ୍ୟବସ୍ଥାବଳୀ ଲାଗୁହେବା ପାଇଁ ନିୟମାବଳୀ ପ୍ରଣୟନ କରି ଘୋଷଣା କରିପାରିବେ। ଦଫା ୩୨। ଅଧିକାର ସମ୍ପର୍କରେ ତଦନ୍ତ ଏବଂ ଅଧିକାର ସାବ୍ୟସ୍ତ ଗ୍ରାମମାନଙ୍କରେ ଅଧିବାସୀମାନଙ୍କର ଉପକାର ପାଇଁ ଗ୍ରାମ୍ୟ ଜଙ୍ଗଲ ଗଠିତ କରାଯାଇଛି, ତଦ୍ସମ୍ପର୍କୀୟ ଅଧିକାର ବ୍ୟତୀତ, ଅନ୍ୟ କୌଣସି ଦାବି କରାଯାଇଥିବା ଅଧିକାର ସମ୍ପର୍କରେ ତଦନ୍ତ କରାଯିବ, ରେକର୍ଡ କରାଯିବ ଏବଂ ଧାର୍ଯ୍ୟ ହୋଇଥିବା ପ୍ରକାରେ ଅଧିକାର ସାବ୍ୟସ୍ତ କରାଯିବ । ଆଧାର – ଦ ଲ ହାଉସ