ଗୋ- ମହିଷାଦି ପଶୁ ଅତିକ୍ରମଣ ଦଫା ୭୫। ଗୋ- ମହିଷାଦି ପଶୁ ଅତିକ୍ରମଣ ଆଇନ୍ ୧୯୭୧ ର ପ୍ରୟୋଗ କୌଣସି ସଂରକ୍ଷିତ ବା ସୁରକ୍ଷିତ ଜଙ୍ଗଲ ଯେଉଁଠାରୁ ଗୋ- ମହିଷାଦି ପଶୁଚାରଣ କରିବା ପାଇଁ ଆଇନତଃ ନିଷେଧ କରାଯାଇଛି ସେହି ଜଙ୍ଗଲ ମଧ୍ୟକୁ ଗୋ-ମହିଷାଦି ପଶୁ ଅତିକ୍ରମ କରାଇଲେ ସେପରି ଗୋ- ମହିଷାଦି ପଶୁ ଅତିକ୍ରମ କରାଇଲେ ସେପରି ଗୋ- ମହିଷାଦି ପଶୁ ଏହି ଆଇନ୍ ର ଦଫା ୧୧ ଅନୁଯାୟୀ ସରକାରୀ ବୃକ୍ଷମାନଙ୍କୁ ନଷ୍ଟ କରୁଛନ୍ତି ବୋଲି ବିବେଚିତ ହେବ ଏବଂ ଫରେଷ୍ଟ ଅଫିସର ବା ପୋଲିସ୍ ଅଫିସରଙ୍କ ଦ୍ଵାରା ସେପରି ଗୋ- ମହିଷାଦି ପଶୁଙ୍କୁ ଜବତ କରାଯିବ ଓ କାଞ୍ଜିଆହୁଦାକୁ ପଠାଇଦିଆଯିବ । ଦଫା ୭୬। ଗୋ- ମହିଷାଦି ପଶୁ ଅତିକ୍ରମଣ ଆଇନ୍ ୧୮୭୧ ଅନୁଯାୟୀ ଧାର୍ଯ୍ୟ କରାଯାଉଥିବା ଜୋରିମାନା ପରିବର୍ତ୍ତନ କରିବାକୁ କ୍ଷମତା ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରି ଦଫା ୭୫ ଅନୁଯାୟୀ କାଞ୍ଜିଆହୁଦାରେ ପକାଯାଇଥିବା ଗୋ- ମହିଷାଦି ପଶୁମାନଙ୍କ ପାଇଁ, ଗୋ- ମହିଷାଦି ପଶୁ ଅତିକ୍ରମଣ ଆଇନ୍ ର ଦଫା ୧୨ ଅନୁଯାୟୀ ଧାର୍ଯ୍ୟ ହୋଇଥିବା ଜୋରିମାନା ପରିବର୍ତ୍ତେ ନିମ୍ନଲିଖିତ ହାରରେ ଜୋରିମାନା ଆଦାୟ କରିବାକୁ ଧାର୍ଯ୍ୟ କରିପାରିବେ – ପ୍ରତ୍ୟେକ ହସ୍ତୀ ପାଇଁ ୫୦ ଟଙ୍କା ପ୍ରତ୍ୟେକ ମହିଷି ଓ ଓଟ ପାଇଁ ୧୦ ଟଙ୍କା ପ୍ରତ୍ୟେକ ଘୋଡା, ଘୋଡୀ, ତଟୁଘୋଡା ଖଚର, ଘୋଡା, ଗଧ ଓ ଓଟ ଛୁଆ, ବଳଦ, ଷଣ୍ଢ ବା ଗାଈ ଛଡା ପାଇଁ ୫ ଟଙ୍କା ପ୍ରତ୍ୟେକ ବାଛୁରୀ, ଗଧ ଘୁଷୁରି, ମେଣ୍ଡା, ମେଣ୍ଢୀ,ମେଣ୍ଡାଛୁଆ, ଛେଳି ବା ଛେଳି ଛୁଆପାଇଁ ୨ ଟଙ୍କା ଜଙ୍ଗଲ ଅଧିକାରୀ ଦଫା ୭୭। ରାଜ୍ୟ ସରକାର ଜଙ୍ଗଲ ଅଧିକାରୀଙ୍କ ଠାରେ ନିର୍ଦ୍ଦିଷ୍ଟ କ୍ଷମତା ନ୍ୟସ୍ତ କରିପାରନ୍ତି :- ରାଜ୍ୟ ସରକାର କୌଣସି ଜଙ୍ଗଲ ଅଧିକାରୀଙ୍କ ଠାରେ ନିମ୍ନଲିଖିତ ସମସ୍ତ ବା କୌଣସି କ୍ଷମତା ନ୍ୟସ୍ତ କରିପାରନ୍ତି, ଯଥା:- କୌଣସି ଜମିରେ ପ୍ରବେଶ କରି ସେହି ଜମିର ସର୍ଭେ, ସୀମାନିର୍ଦ୍ଧାରଣ କିମ୍ବା ନକ୍ସା ତିଆରି କରିବା; ସାକ୍ଷୀମାନଙ୍କର ଉପସ୍ଥିତ ଏବଂ ଦଲିଲ୍ ପତ୍ର ଓ ଅନ୍ୟାନ୍ୟ ସବୁଜିନିଷ ଉପସ୍ଥାପିତ କରିବା ପାଇଁ ବାଧ୍ୟ କରିବାକୁ ଦେୱାନୀ ଅଦାଲତର କ୍ଷମତା ପ୍ରୟୋଗ; ଫୌଜଦାରୀ କାର୍ଯ୍ୟବିଧି ଆଇନ୍ ୧୯୭୩ (୨/୧୯୭୪); ଅନୁଯାୟୀ ଖାନତଲାସୀ ପାଇଁ ୱାରେଣ୍ଟ ଜାରୀ କରିବା କ୍ଷମତା; ଏବଂ କୌଣସି ଜଙ୍ଗଲ ସମ୍ବନ୍ଧୀୟ ଅପରାଧ ସମ୍ପର୍କରେ ତଦନ୍ତ କରିବା ଏବଂ ତଦନ୍ତ ସମୟରେ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରିବା ଓ ତାହା ଲିପିବଦ୍ଧ କରିବା କ୍ଷମତା । ଉପଦଫା (୧) ର ପ୍ରକରଣ (ଘ) ଅନୁଯାୟୀ ଲିପିବଦ୍ଧ କରାଯାଇଥିବା ସାକ୍ଷ୍ୟପ୍ରମାଣ ଯଦି ଅପରାଧୀଙ୍କ ଉପସ୍ଥିତିରେ ଗ୍ରହଣ କରାଯାଇଥାଏ ତେବେ ମାଜିଷ୍ଟ୍ରେଟ୍ ଙ୍କ ସମ୍ମୁଖରେ ତାହା ପରବର୍ତ୍ତି ବିଚାର ସମୟରେ ଗ୍ରହଣୀୟ ହେବ । ଦଫା ୭୮। ଜଙ୍ଗଲ ଅଧିକାରୀମାନେ ସରକାରୀ କର୍ମଚାରୀ ରୂପେ ଗଣ୍ୟ ହେବେ :- ସମସ୍ତ ଜଙ୍ଗଲ ଅଧିକାରୀ – ଭାରତୀୟ ଦଣ୍ଡବିଧି ଆଇନ୍, ୧୮୬୦ (୪୫/୧୮୬୦)ର ଅର୍ଥାନୁଯାୟୀ ସରକାରୀ କର୍ମଚାରୀ ବୋଲି ବିବେଚିତ ହେବେ; ଦଫା ୭୭ର ଉପଦଫା (୧) ର ପ୍ରକରଣ (ଗ) ଅନୁଯାୟୀ ଅର୍ପିତ କ୍ଷମତାର ପ୍ରୟୋଗରେ ଜାରୀ ହୋଇଥିବା ଖାନତଲାସି ୱାରଣ୍ଟ୍ର କାର୍ଯ୍ୟକାରୀ ପାଇଁ ପୋଲିସ୍ ଅଫିସରମାନେ ମଧ୍ୟ ସରକାରୀ କର୍ମଚାରୀ ରୂପେ ଗଣ୍ୟ ହେବେ । ଦଫା ୭୯। ଉତ୍ତର ବିଶ୍ୱାସରେ ଗୃହୀତ କାର୍ଯ୍ୟାନୁଷ୍ଠାନ ସୁରକ୍ଷା ଏବଂ ଧର୍ତ୍ତବ୍ୟ ଅପରାଧ :- ଏହି ଆଇନ୍ କିମ୍ବା ନିୟମାବଳୀ କିମ୍ବା ତଦନୁଯାୟୀ ପ୍ରଦାନ କରାଯାଇଥିବା ଆଦେଶାନୁଯାୟୀ ଉତ୍ତମ ବିଶ୍ୱାସରେ ତାଙ୍କ ଦ୍ଵାରା କୃତ, କିମ୍ବା ଅକୃତ କୌଣସି କାର୍ଯ୍ୟପାଇଁ କୌଣସି ଜଙ୍ଗଲ ଅଫିସରଙ୍କ ବିପକ୍ଷରେ କୌଣସି ମକଦ୍ଦମା, ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ କିମ୍ବା ଅନ୍ୟାନ୍ୟ ଆଇନ୍ ଗତ କାର୍ଯ୍ୟବିଧି ଗ୍ରହଣ କରାଯିବ ନାହିଁ । ରାଜ୍ୟ ସରକାରଙ୍କ ପୂର୍ବ ମଞ୍ଜୁରି ବ୍ୟତୀତ ଏହି ଆଇନ୍ କିମ୍ବା ନିୟମାବଳୀ କିମ୍ବା ତଦନୁଯାୟୀ ପ୍ରଦାନ କରାଯାଇଥିବା ଆଦେଶ ପାଳନରେ କିମ୍ବା ତାଙ୍କର କର୍ତ୍ତବ୍ୟ ସମ୍ପାଦନରେ କାର୍ଯ୍ୟ କରିବା ଉଦ୍ଦେଶ୍ୟରେ କିମ୍ବା କାର୍ଯ୍ୟକରିବା ସମୟରେ ଜଙ୍ଗଲ ଅଧିକାରୀଙ୍କ ଦ୍ଵାରା ଅପରାଧ ସଂଘଟିତ କରାଯାଇଥିଲେ କୌଣସି ଅଦାଲତ ଦ୍ଵାରା ତାହା ଧର୍ତ୍ତବ୍ୟ ବୋଲି ଗ୍ରହଣ କରାଯିବ ନାହିଁ । ଉଲ୍ଲେଖ ଥାଉ ଯେ ଏହି ଦଫା ଅନୁଯାୟୀ ଯଦି ମଞ୍ଜୁର କିମ୍ବା ଅନ୍ୟଥା ସେହି ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିବା ଦରଖାସ୍ତ ତାରିଖ ଠାରୁ ଛଅମାସ ମଧ୍ୟରେ ପଠାଯାଇ ନ ଥାଏ ତେବେ ଏହା ବିବେଚିତ ହେବ ଯେ ରାଜ୍ୟ ସରକାରଙ୍କ ଆବଶ୍ୟକ ଅନୁମୋଦନ ସହ ହୋଇଛି । ଦଫା ୮୦। ଜଙ୍ଗଲ ଅଧିକାରୀମାନେ ବ୍ୟବସାୟ କରିପାରିବେ ନାହିଁ :- ରାଜ୍ୟସରକାରଙ୍କ ଲିଖିତ ଅନୁମୋଦନ ବ୍ୟତୀତ କୌଣସି ଜଙ୍ଗଲ ଅଧିକାରୀ ରାଜ୍ୟ ମଧ୍ୟରେ ବା ରାଜ୍ୟ ବାହାରେ ସେ ନିଜେ କିମ୍ବା ତାଙ୍କ ଏଜେଣ୍ଟମାନଙ୍କ ଦ୍ଵାରା କୌଣସି କାଠଗରିଣ୍ଡା ବା ଜଙ୍ଗଲଜାତ ଦ୍ରବ୍ୟ ସମ୍ପର୍କୀୟ ବ୍ୟବସାୟ କରିପାରିବେ ନାହିଁ କିମ୍ବା କୌଣସି ଜଙ୍ଗଲ ପଟ୍ଟାରେ ନେଇପାରିବେ ନାହିଁ କିମ୍ବା କୌଣସି ଜଙ୍ଗଲରେ କାର୍ଯ୍ୟ କରିବା ପାଇଁ ଚୁକ୍ତି କରିପାରିବେ ନାହିଁ। ଆଧାର - ଦ ଲ ହାଉସ