ସହିଷ୍ଣୁତା ଓ ଆଜ୍ଞାନୁବରତାର ପ୍ରତୀକ ଭାବେ ବଳଦ ତା’ର କାନ୍ଧରେ ସକଳ କୃଷିକାର୍ଯ୍ୟ କରିବା ସହ ପରିବହନରେ ସହାୟତା କରିଥାଏ। ଗୋମାତା ତା'ର ବାଛୁରୀ ଓ ମାଲିକଙ୍କୁ ଅସାଧାରଣା ଭାବେ ଭଲ ପାଏ । ମନୁଷ୍ୟ ପାଇଁ କ୍ଷତିକାରକ ବିଷ ପଦାର୍ଥକୁ ଅମୃତ ରସ ବା କ୍ଷୀରରେ ପରିଣତ କରେ। ଗୋସମ୍ବର୍ଦ୍ଧନା ସପ୍ତାହ ଏବେ (୨୨ ରୁ ୨୮ ଅକ୍ଟୋବର) ପାଳିତ ହେଉଛି ଗୋସମ୍ବର୍ଦ୍ଧନା ସପ୍ତାହ । ଗୋ-ବର୍ଦ୍ଧନ ପୂଜା ଓ ଗୋଷ୍ଠାଷ୍ଟମୀକୁ ସଂଯୋଗକରି ୧୯୫୨ରୁ ଆମ ରାଜ୍ୟ ତଥା ଦେଶରେ ଏହା ପାଳିତ ହୋଇଆସୁଛି। ଆମ ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସହିତ ଓତପ୍ରୋତ ଭାବେ ଜଡ଼ିତ ଗୋମାତା ବି ଆମ ସମୃଦ୍ଧିର ପ୍ରତୀକ । ପୁଣି ଏହା ପ୍ରକୃତିର ୫ଟି ମୌଳିକ ଉପାଦାନକୁ ରୂପାନ୍ତରିତ କରିଥାଏ। ତାହା ହେଲା - କୃଷିଜାତ ବର୍ଜ୍ୟ ପଦାର୍ଥକୁ କ୍ଷୀରରେ ରୂପାନ୍ତର । ଗୋମାତାଠାରୁ ତା’ର ଜନ୍ମିତ କଅଁଳା ବାଛୁରୀକୁ ଛଡ଼ାଇନେବା ପରେ ମଧ୍ୟ ଗୋମାତା ଆମକୁ ଅନବରତ କ୍ଷୀର ଦେଇ ପ୍ରତିପୋଷଣ କରେ । ସହିଷ୍ଣୁତା ଓ ଆଜ୍ଞାନୁବର୍ତ୍ତିତାର ପ୍ରତୀକ ଭାବେ ବଳଦ ତା'ର କାନ୍ଧରେ ସକଳ କୃଷିକାର୍ଯ୍ୟ କରିବା ସହ ପରିବହନରେ ସହାୟତା କରିଥାଏ । ଗୋମାତା ତା’ର ବାଛୁରୀ ଓ ମାଲିକଙ୍କୁ ଅସାଧାରଣ ଭାବେ ଭଲ ପାଏ । ମନୁଷ୍ୟ ପାଇଁ କ୍ଷତିକାରକ ବିଷ ପଦାର୍ଥକୁ ଅମୃତ ରସ ବା କ୍ଷୀରରେ ପରିଣତ କରେ । ଗୋ ଓ ଗୋ-ବର୍ଦ୍ଧନ ପୂଜା ମହତ୍ଵ ଗିରିଗୋବର୍ଦ୍ଧନ ପୂଜା ଓ ଗୋଷ୍ଠାଷ୍ଟମୀ ସହ ଶ୍ରୀକୃଷ୍ଣଙ୍କୁ ସଂଶ୍ଳିଷ୍ଟ କରାଯାଇ ଯେଉଁ ଆଖ୍ୟାୟିକାଟି ପ୍ରଚଳିତ, ତାହା ସଂକ୍ଷେପରେ ଏହିପରି - ‘ବର୍ଷାକାଳ ଶେଷରେ ଗୋପବାସୀ ଇନ୍ଦ୍ରଙ୍କ ଯଜ୍ଞକରି ଆସୁଥିଲେ। ସେମାନଙ୍କର ଧାରଣା ଯେ ଇନ୍ଦ୍ରଙ୍କ କୃପାରୁ ବୃଷ୍ଟି ହୁଏ। କିନ୍ତୁ ପରମ ସଂସ୍କାରକ ଶ୍ରୀକୃଷ୍ଣ ଏହି ଚିରାଚରିତ ପ୍ରଥାର ପରିବର୍ତନ କରି ଗୋ ଓ ଗୋ-ବର୍ଦ୍ଧନ ପୂଜାର ପ୍ରବର୍ତ୍ତନ କରିବାକୁ ଚାହିଁଲେ। କାରଣ ଗୋ-ସମ୍ପଦ ଓ ଗୋ-ବର୍ଦ୍ଧନ ସହ ଗୋପପୁରବାସୀ ଅଙ୍ଗାଙ୍ଗୀଭାବେ ଜଡ଼ିତଥିବାରୁ ଏବଂ ଏମାନେ ମାନବ ସମାଜର ବହୁ ଉପକାର କରୁଥିବାରୁ ଏମାନଙ୍କର ପୂଜା କରିବା ବିଧେୟ ବୋଲି ସେ ଯୁକ୍ତି ବାଢ଼ିଥିଲେ । ତାଙ୍କର ଏହି ଯୁକ୍ତିକୁ ସମସ୍ତେ ଗ୍ରହଣ କରିଥିଲେ ଏବଂ ଗୋ ଓ ଗୋ-ବର୍ଦ୍ଧନ ପୂଜା କରିଥିଲେ । ଗୋପପୁରରେ ଇନ୍ଦ୍ରପୂଜା ବ୍ୟାହତ ହେବା ଯୋଗୁ ଇନ୍ଦ୍ର କ୍ରୋଧାନ୍ୱିତ ହୋଇ କାର୍ତ୍ତିକ ଶୁକ୍ଳ ପକ୍ଷ ପ୍ରତିପଦଠାରୁ ସପ୍ତମୀ ପର୍ଯ୍ୟନ୍ତ ସାତଦିନବ୍ୟାପୀ ପ୍ରବଳ ବୃଷ୍ଟି ଲାଗି ଚାରିମେଘକୁ ଆଦେଶ ଦେଲେ । ମେଘ ଓ ବଜ୍ରର ପ୍ରକୋପ ସହି ନ ପାରି ସମସ୍ତ ଗୋପପୁରବାସୀ ଶ୍ରୀକୃଷ୍ଣଙ୍କ ଶରଣ ଭିକ୍ଷା କଲେ । ଶ୍ରୀକୃଷ୍ଣ ଗୋପବାସୀ ଓ ଗୋସମ୍ପଦକୁ ପ୍ରବଳ ବୃଷ୍ଟିପାତରୁ ରକ୍ଷା କରିବା ଲାଗି ନିଜର ବାମ ହାତ କନିଷ୍କାଙ୍ଗୁଳିରେ ଏକାଦିକ୍ରମେ ସାତଦିନ ପର୍ଯ୍ୟନ୍ତ ଗିରିଗୋବର୍ଦ୍ଧନ ଧାରଣ କରିଥିଲେ । ଶେଷରେ ଇନ୍ଦ୍ର ପରାସ୍ତ ହୋଇ ସ୍ୱର୍ଗ ଗାଭୀ ସୁରଭି ସହ ଆସି ଗର୍ବିଦଳନ ନରହରିଙ୍କୁ ସ୍ମୃତି କଲେ ଓ ଗୋଜାତି ତଥା ଗୋକୁଳର ଶ୍ରେଷ୍ଠ ରକ୍ଷକ ଭାବେ ତାଙ୍କ ନାମ ‘ଗୋବିନ୍ଦୀ' ଦେଲେ ।’ ଏହି ଉତ୍ସବ କାର୍ତ୍ତିକମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ସମାହିତ ହୋଇଥିବାରୁ ଏହାକୁ ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ଆଖ୍ୟା ଦିଆଯାଇଛି ଏବଂ ସେଦିନଠାରୁ ଗୋପୂଜାର ପରମ୍ପରା ରହିଆସିଛି। ଭାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ବର୍ତ୍ତମାନ ଆମ ରାଜ୍ୟରେ ଗୋସମ୍ପଦର ବିକାଶ ସହିତ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲାଗି ଅନେକ ଯୋଜନା ପ୍ରଣୟନ କରାଯାଇଛି । ଭାମ୍ୟମାଣ ପ୍ରାଣୀ ଚିକିତ୍ସା ସେବା ଅପହଞ୍ଚ ବା ଦୁର୍ଗମ ଅଞ୍ଚଳରେ ଗୋପାଳକମାନଙ୍କ ଦ୍ଵାରଦେଶରେ ପହଞ୍ଚାଇ ଦିଆଯାଉଅଛି । ଏହି କାର୍ଯ୍ୟକ୍ରମ ଆମ ରାଜ୍ୟର ୩୧୪ଟି ବ୍ଳକରେ ଅଦ୍ୟାବଧ କାର୍ଯ୍ୟକ୍ଷମ ହୋଇଅଛି ଏବଂ ଏହି ସେବା ମାଧ୍ୟମରେ କୃତ୍ରିମ ପ୍ରଜନନ, ଟିକାକରଣ, ଅସ୍ତ୍ରୋପଚାର, ଜନସଚେତନତା କାର୍ଯ୍ୟକ୍ରମକୁ ଅଧିକ ତ୍ଵରାନ୍ୱିତ କରାଯାଇପାରିଛି। ବିଭିନ୍ନ ଦୈବ ଦୁର୍ଘଟଣା ବା ବିପତ୍ତି ସମୟରେ କ୍ଷତି ଘଟିଲେ ଗୋପାଳକମାନେ ନିଜର ପାଳିଥିବା ବହୁମୂଲ୍ୟ ଗୋସମ୍ପଦର କ୍ଷତିପୂରଣ ପାଇବା ନିମନ୍ତେ ପ୍ରାଣୀଧନ ବୀମାକରଣ ଯୋଜନା କାର୍ଯ୍ୟକାରୀ କରାଯାଉଅଛି। ଏହି କାର୍ଯ୍ୟକ୍ରମରେ ବୀମାରାଶି ଦେୟ ବାବଦରେ ସରକାର ଓ ଗୋପାଳକ ସାଧାରଣ ବର୍ଗଙ୍କ ନିମନ୍ତେ ୫୦% ଲେଖାଏଁ ବହନ କରୁଛନ୍ତି । ସେହିପରି ଅନୁସୁଚିତ ଜାତି ଓ ଜନଜାତି ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଗୋପାଳକମାନେ ୩୦% ସହିତ ସରକାର ୭୦% ବୀମାରାଶି ବାବଦକୁ ଜମା କରି ସେମାନଙ୍କ ବହୁମୂଲ୍ୟ ଗାଈ, ବଳଦ, ମଇଁଷି ଆଦି ପ୍ରାଣୀମାନଙ୍କୁ ଟୀମାଜରଣା କରାଯାଉଅଛି । ସେହିପରି ସବୁଜ ଗୋଖାଦ୍ୟର ଚାହିଦା ମେଣ୍ଟାଇବାପାଇଁ ଖରିଫ୍ ଓ ରବିରତୁରେ ଘାସ ମଞ୍ଜି ଯୋଗାଣ ସହିତ ସବୁଦିନିଆ ଘାସଚାଷ ପାଇଁ ଘାସମୂଳ, କାଣ୍ଡ, ଚାରା ଆଦି ଯୋଗାଇ ଦିଆଯାଉଅଛି। ଜାତୀୟ ପ୍ରାଣୀଧନ ମିଶନ ଯୋଜନାରେ ଜଣେ ଗୋପାଳକ ଅନ୍ୟୁନ ଅଧଏକର ଜମିରେ ସବୁଦିନିଆ ଘାସଚାଷ ନିମନ୍ତେ ୬ହଜାର ଟଙ୍କାରୁ ଆରମ୍ଭକରି ଅଢ଼େଇ ଏକର ପର୍ଯ୍ୟନ୍ତ ଜମିରେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଗୋପାଳକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଅଛି। ସେହିପରି ତିରୋଟି ସମୟରେ ଆକ୍ଟୋଲା ଚାଷ, ଫଡର ବ୍ଳକ ପ୍ରସ୍ତୁତି, ମାଟି ନ ଥାଇ ଘାସା(ହାଇଡ୍ରୋପୋନିକ ଫଡର), ଜଳଶୁଷ୍କ ଅଞ୍ଚଳରେ ମରୁଡ଼ି ସହନଶୀଳ ଘାସ ଆଦି କରିବା ନିମନ୍ତେ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦିଆଯାଉଅଛି । ଦେଶୀ ଗାଈ ଓ ସଙ୍କର ଗାଈଠାରୁ କୃତ୍ରିମ ପ୍ରଜନନ ଦ୍ଵାରା ଜନ୍ମିତ ସଙ୍କର ମାଈବାଛୁରୀଙ୍କୁ ସୁଷମ ଦାନା ଯୋଗାଇ ଦିଆଯିବାର ବ୍ୟବତ୍ସା ହୋଇଛି । ସବୁଜ ଗୋଖାଦ୍ୟର ସୁବିନିଯୋଗ ନିମନ୍ତେ ଘାସକଟା ଯନ୍ତ୍ର ମଧ୍ୟ ଯୋଗାଇ ଦିଆଯାଉଅଛି । ତେଣୁ ଆମର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସହାୟତା କରୁଥିବା ଗୋମାତା ପ୍ରତି ଆମର ସ୍ନେହ, ଶ୍ରଦ୍ଧା, ସମ୍ମାନ ଓ ସହନଶୀଳ ମନୋଭାବ ପ୍ରଦର୍ଶନ କରିବା ସହିତ ସେମାନଙ୍କର ଖାଦ୍ୟ, ଉପଯୁକ୍ତ ପ୍ରଜନନ ବ୍ୟବତ୍ସା, ଲାଳନ ପାଳନରେ ଯତ୍ନ, ରୋଗ ନିୟନ୍ତ୍ରଣ ପ୍ରତି ଯତ୍ନବାନ ହେବା ନିମନ୍ତେ ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ ରହିବା ଆବଶ୍ୟକ । ଗୋମାତାଠାରୁ କେବଳ ଦୁଗ୍ଧ ଉପରେ ନିର୍ଭର ନ କରି ଗୋବର ଓ ଗୋମୂତ୍ରକୁ ଠିକ୍ ଉପଯୋଗ କରି ଆଜୀବନ ପର୍ଯ୍ୟନ୍ତ ସେମାନଙ୍କ ପ୍ରତି ଯତ୍ନବାନ ହେଲେ ଆମ ଗ୍ରାମ, ରାଜ୍ୟ ତଥା ଦେଶରେ ସୁଖ ସମୃଦ୍ଧି ଘଟିବା ସହିତ ଆର୍ଥିକ ବିକାଶ ସମ୍ଭବ ହୋଇପାରିବ । ଗୋ ସମ୍ବର୍ଦ୍ଧନା ସପ୍ତାହ ବିଭିନ୍ନ ସ୍ଥାନରେ ପାଳନ ଏହି ପବିତ୍ର ଗୋ ସମ୍ବର୍ଦ୍ଧନା ସପ୍ତାହ ପାଳନ ଅବସରରେ କଟକ ଜିଲାର ନିଆଳିଠାରେ ଗୋଷ୍ଠାଷ୍ଟମୀ ଦିନ ରାଜ୍ୟସ୍ତରୀୟ ଗୋସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ପ୍ରାଣୀ ଚିକିତ୍ସା ଶିବିର, ପ୍ରଶିକ୍ଷଣ, ଗୋପୁଜନ, ଗୋ-ବତ୍ସା ପ୍ରଦର୍ଶନୀ, ସଭା, ଶ୍ରେଷ୍ଠ ଗୋପାଳକଙ୍କୁ ସମ୍ବର୍ଦ୍ଧନା ଆଦିର ଆୟୋଜନ କରାଯାଇଛି । ସେହିପରି ଜିଲା ଗୁଡ଼ିକରେ ଗୋପାଳକଙ୍କୁ ଉତ୍ସାହିତ କରିବା ସହିତ ଗୋପାଳନ ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ଜିଲା ସ୍ତରରେ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯାଉଅଛି। ଏବର୍ଷ ପୁରୀ ଶ୍ରୀକ୍ଷେତ୍ରର ଶରଧାବାଲିରେ "ଅନ୍ତର୍ଜାତୀୟ ଗୋ-ନବରାତ୍ର ମହୋତ୍ସବ ପାଳିତ ହେଉଅଛି । ସଂଗୃହିତ - ଡା. ବୀରକିଶୋର ପରିଡ଼ା,ଉପନିର୍ଦ୍ଦେଶକ, ଜିଲା। ପ୍ରାଣୀ ଚିକିତ୍ସାଳୟ, କେନ୍ଦ୍ରାପଡା