ସେବାକାର (ଜିଏସଟି ) ର ବିହଙ୍ଗା ଅବଲୋକନ ବସ୍ତୁ ଏହା ହେଉଛି ବସ୍ତୁ ଓ ସେବା ଉପଯୋଗ ସଂକ୍ରାନ୍ତ ଏକ ଲକ୍ଷ୍ୟଭିତ୍ତିକ କର ଆଦାଯ ବ୍ୟବସ୍ଥା । ବସ୍ତୁ ବା ଦ୍ରବ୍ୟ ଉତ୍ପାଦନଠାରୁ ଆରମ୍ଭ କରି ଚୁଡାନ୍ତ ଉପଯୋଗ ପର୍ଯ୍ୟନ୍ତ ସବୁ ସ୍ତରରେ କର ଲାଗୁ କରିବା ଏହି ବ୍ୟବସ୍ଥାର ପ୍ରସ୍ତାବିତ ଲକ୍ଷ୍ୟ। ଖାଉଟିଙ୍କ ଉପଯୋଗଠାରୁ ଆରମ୍ଭ କରି ପୂର୍ବ ବର୍ତ୍ତୀ ସ୍ତର ଏପରିକି ଉତ୍ପାଦନ ପର୍ଯ୍ୟନ୍ତ ବିକେୟା କର ପରିଶୋଧ ପ୍ରକ୍ରିୟା ଜାରି କରିଥାଏ । ସଂକ୍ଷେପରେ କହିବାକୁ ଗଲେ , ଉତ୍ପାଦିତ ସାମଗ୍ରୀରେ କେବଳ ମୂଲ୍ୟଯୁକ୍ତ କର ଲାଗୁ ହୋଇଥାଏ ଓ ସାମଗ୍ରୀର ସଂପୂର୍ଣ୍ଣ କର ଭାର ହିଁ ଶେଷରେ ଖାଉଟିଙ୍କୁ ବହନ କରିବାକୁ ପଡିଥାଏ । ପ୍ରକୃତରେ ଖାଉଟିଙ୍କ ଉପଯୋଗ ସମ୍ଭ୍ରାନ୍ତ ଲକ୍ଷ୍ୟଭିତ୍ତିକ କର ନେଇ କ’ଣ ଧାରଣା ରହିଛି ? ଦ୍ରବ୍ୟ ବ୍ୟବହାର କରୁଥିବା ଖାଉଟିଙ୍କ ଆଞ୍ଚଲ ତଥା ଯୋଗାଣସ୍ଥଳ ଉପରେ ବୈଧାନିକ ବା ଆଇନଗତ କର୍ତ୍ତ୍ଵତ୍ଵ ଥିବା ଟିକସ ସଂଗ୍ରହ ସଂସ୍ଥା ହିଁ ଟିକସ ଆଦାଯ କରିପାରିବେ। ଦେଶରେ ପ୍ରଚଳିତ କେଉଁ ଟିକସ ଜି.ଏସ.ଟି ଅଧୀନରେ ରହିବାର ପ୍ରସ୍ତାବ ରହିଛି ଜି.ଏସ.ଟି ନିମ୍ନଲିଖିତ ଟିକସକୁ ଅପସାରଣ କରିବ – ସମ୍ପ୍ରତ୍ତି କେନ୍ଦ୍ର ସରକାରଙ୍କ ଦ୍ଵାରା ଲାଗୁ କରାଯାଇ ସଂଗୃହିତ ହେଉଥିବା ଟିକସ – କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଔଷଧୀୟ ବା ଶୌଚାଳୟ ପସ୍ତୁତି ସମ୍ପର୍କିତ ଉତ୍ପାଦ ଶୁକ୍ଳ ସ୍ଵତନ୍ତ୍ର ତଥା ଗୁରୁତ୍ଵପୂର୍ଣ୍ଣ ସାମଗ୍ରୀ ଉପରେ ଲାଗୁ ହେଉଥିବା ଅତିରିକ୍ତ ଉତ୍ପାଦ ଶୁକ୍ଳ ବୟାନଶିଳ୍ପ ଓ ଉତ୍ପାଦିତ ବସ୍ତ୍ର ଉପରେ ଲାଗୁ ହେଉଥିବା ଅତିରିକ୍ତ ଉତ୍ପାଦ ଶୁକ୍ଳ । ଅତିରିକ୍ତ ବହିଃ ଶୁକ୍ଳ (ଯାହାକି ସିଭିଡି ରୂପେ ସର୍ବବିଦିତ) ସ୍ଵତନ୍ତ୍ର ଅତିରିକ୍ତ ବହିଃ ଶୁକ୍ଳ (ଏସ. ଏ. ଡି ) ସେବାକର ସାମଗ୍ରୀ ଓ ସେବା ଯୋଗାଣ ସଂକ୍ରାନ୍ତ କେନ୍ଦ୍ରୀୟ କର ଜି.ଏସ.ଟି ଅଧୀନକୁ ଆସୁଥିବା ରାଜ୍ୟଭିତ୍ତିକ ଟିକସ ପ୍ରାଦେଶିକ ମୂଲ୍ୟଯୁକ୍ତ ଟିକସ କେନ୍ଦ୍ରୀୟ ବିକ୍ରି କର ବିକାଶ କର ସମସ୍ତ ପ୍ରକାର ପ୍ରବେଶ କର ଆମୋଦ ଓ ପ୍ରମୋଦ କର ବିଜ୍ଞାପନ ଉପରେ ଲାଗୁ ହୋଇଥିବା ଟିକସ କ୍ରୟ ବା ଖରିଦ ଟିକସ ଲଟେରୀ , ବାଜି ସାମଗ୍ରୀ ଓ ସେବା ଯୋଗାଣ ସଂକ୍ରାନ୍ତ ପ୍ରାଦେଶିକ କର ଜି. ଏସ.ଟି ବା ବସ୍ତୁ ସେବାକର ଅଧୀନରେ କେନ୍ଦ୍ର , ରାଜ୍ୟ ସରକାର ତଥା ସ୍ୱାୟତ୍ତଶାସନ ସଂସ୍ଥା ଲାଗୁ ହେଉଥିବା ବିଭିନ୍ନ କର ଅନ୍ତର୍ଭୁକ୍ତ ହେବାଲାଗି ଜିଏସ ଟି କାଉନସିଲ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କୁ ସୁପାରିସ କରିଛି । ପୂର୍ବ ବର୍ଣ୍ଣିତ ଟିକସ ସମୂହ , ଜିଏସଟି ରେ ସାମିଲ ଲାଗି କିଭଳି ନୀତି- ନିୟମ ପ୍ରଣୟନ କରାଯାଇଛି ? ଜି. ଏସ.ଟି ରେ ଟିକସ ମିଶ୍ରଣର ସମ୍ଭାବନାକୁ ଚିହ୍ନଟ କରିବା ଲାଗି କେନ୍ଦ୍ର , ରାଜ୍ୟ ସରକାର ତଥା ସ୍ୱାୟତ୍ତଶାସନ ସଂସ୍ଥାଗୁଡିକ ପରୀକ୍ଷଣ କରିଛନ୍ତି । ଟିକସ ଚିହ୍ନଟ ପ୍ରକ୍ରିୟା ସମୟରେ ନିମ୍ନ ବର୍ଣ୍ଣିତ ନୀତି- ନିୟମକୁ ଧ୍ୟାନ ଦିଆଯାଇଛି । ସାମଗ୍ରୀ ଯୋଗାଣ ହେଉ ବା ସେବା ଯୋଗାଣ ହେଉ , ଅପ୍ରତ୍ୟକ୍ଷ ଟିକସ ରୂପରେ ପ୍ରାଥମିକଭାବେ ଜି.ଏସ.ଟି ରେ ଅନ୍ତର୍ଭୁକ୍ତ ହେବ। ଜି. ଏସ.ଟି ରେ ଅନ୍ତର୍ଭୁକ୍ତ ହେବାକୁ ଥିବା ଟିକସ ଦେଣନେଣ ପ୍ରକ୍ରିୟାର ଅଂଶବିଶେଷ ହେବ। ଏହି ପ୍ରକ୍ରିୟାରେ ସାମଗ୍ରୀର ରପ୍ତାନି , ନିର୍ମାଣ ଓ ଉତ୍ପାଦନ ବା ସେବା ବ୍ୟବସ୍ଥା ଗୋଟିଏପଟେ ରହୁଥିବାବେଳେ ସାମଗ୍ରୀ ଓ ସେବାର ଉପଯୋଗ ଅପରପାର୍ଶ୍ଵରେ ରହିବ। ଜି. ଏସ.ଟିରେ ଟିକସ ମିଶ୍ରଣ ପ୍ରକ୍ରିୟା ଫଳରେ ଉଭୟ ଆଭ୍ୟନ୍ତରୀଣ ଓ ଆନ୍ତଃରାଜ୍ୟ ସ୍ତରରେ ବକେୟା ଟିକସ ପରିଶୋଧ ଆବାଧରେ ଗତିଶୀଳ ହେବ। ଯେଉଁ ଟିକସଗୁଡିକ ନିର୍ଦ୍ଧିଷ୍ଟଭାବେ ସାମଗ୍ରୀ ଓ ସେବା ଯୋଗାଣ ସମ୍ପର୍କିତ ନୁହେଁ , ସେସବୁକୁ ଜି ଏସ ଟି ରେ ଅନ୍ତର୍ଭୁକ୍ତ ହେବ ନାହିଁ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରାଜସ୍ୱର ଉତ୍ତମ ପରିଚାଳନା ପାଇଁ ପ୍ରୟାସ କରିବା ଆବଶ୍ୟକ । କେଉଁ କେଉଁ ଦ୍ରବ୍ୟ , ସେବା ଓ ଦ୍ରବ୍ୟ ଟିକସର (ଜି.ଏସ. ଟି ) ବାହାରେ ରହିବାକୁ ପ୍ରସ୍ତାବ ରହିଛି । ଶହେ ଏକତମ ସମ୍ବିଧାନ ସଂଶୋଧନ, ୨୦୧୬ ପରେ ସମ୍ବିଧାନ ଧାରା -୩୬୬ (୧୨୮୦ ଅନୁଯାୟୀ ଦ୍ରବ୍ୟ ଓ ସେବା ଟିକସ ମାନର ବ୍ୟବହାର ଉପଯୋଗୀ ଆଲକୋହଲ ବା ମଦ ବ୍ୟତିରେକ ଅନ୍ୟ ଦ୍ରବ୍ୟ ଓ ସେବା କିମ୍ବା ଦ୍ରବ୍ୟ ଓ ସେବା ଉଭୟର ଯୋଗାଣ ଉପରେ ବସିବ। ତେଣୁ ସମ୍ବିଧାନିକ ଧାରା ଓ ବ୍ୟାଖ୍ୟା ଅନୁସାରେ ମାନବ ବ୍ୟବହାର କୁପଯୋଗୀ ଆଲକୋହଲ ବା ମଦ ଦ୍ରବ୍ୟ ଓ ସେବା ଟିକସ ପରିସରର ବାହାରେ ରହିବ । ଏତଦବ୍ୟତିରେକ ପଞଛୋଟୀ ପେଟ୍ରୋଲିୟମ ପଦାର୍ଥ ଯଥା –ଅଶୋଧିତ ପେଟ୍ରୋଲିୟମ , ମୋଟର ସ୍ପିରିଟ , ହାଇସ୍ପିଡ ,ଡିଜେଲ ପ୍ରାକୃତିକ ବାଷ୍ପ ଓ ବିମାନ ତାରବାଇନରେ ବ୍ୟବହୃତ ଇନ୍ଧନ ସାମୟିକ ପାଇଁ ଦ୍ରବ୍ୟ ସେବା ଟିକସର ବାହାରେ ରଖାଯାଇଛି । ଦ୍ରବ୍ୟ ଓ ସେବା ପରିଷଦ ବିଚାର କରିବା ଏହା କେଉଁ ତାରିଖଠାରୁ ଦ୍ରବ୍ୟ ଓ ସେବା ଟିକସର ଅନ୍ତର୍ଭୁକ୍ତ ହେବ । ଏହାଛଡା ବିଦ୍ୟୁତ ଶକ୍ତିକୁ ମଧ୍ୟ ଦ୍ରବ୍ୟ ଓ ସେବା ଟିକସ ପରିସରର ବାହାରେ ରଖାଯାଇଛି । ଜି.ଏସ.ଟି ପ୍ରଚାଳନ ପାଇଁ ଉପର ବର୍ଣ୍ଣିତ ଦ୍ରବ୍ୟ ଉପରେ ଟିକସ ହାର ପ୍ରଣୟନ ସ୍ଥିତି କ’ଣ ରହିବ ଏବଂ ଜି.ଏସ.ଟି ବ୍ୟବସ୍ଥାରେ ତମାଖୁ ଓ ତମାଖୁ ଜାତ ସାମଗ୍ରୀ ଉପରେ ଟିକସ ହାର ପ୍ରଣୟନ ସ୍ଥିତି କ’ଣ ରହିବ ଏହି ସବୁ ଦ୍ରବ୍ୟ ଉପରେ ପୂର୍ବ ପ୍ରଚଳିତ ଟିକସ ଯଥା – ଭାଟ ଓ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ହାର ଅବ୍ୟାହତ ରହିବ ଏବଂ ଜି.ଏସ.ଟି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ତମାଖୁ ଓ ତମାଖୁ ଜାତ ସାମଗ୍ରୀ । ଏହା ବାଦ କେନ୍ଦ୍ର ସରକାରଙ୍କ ତମାଖୁ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଲାଗୁ କରିବାକୁ କ୍ଷମତା ରହିଛି । ଦ୍ରବ୍ୟ ଓ ସେବା ଟିକସ ଅଧୀନରେ ତମାଖୁ ଓ ତମାଖୁ ଜାତ ପଦାର୍ଥମାନଙ୍କର ସ୍ଥିତି କଣ ଦ୍ରବ୍ୟ ଓ ସେବା ଟିକସ (ଜି. ଏସ. ଟି ) ତମାଖୁ ଓ ତମାଖୁ ଜାତ ପଦାର୍ଥ ଉପରେ ବସିବ । ଏହାଛଡା କେନ୍ଦ୍ର ସରକାରଙ୍କ ତାହା ଉପରେ କେନ୍ଦ୍ରୀୟ ସାମଗ୍ରୀ ଟିକସ ବସାଇବାର ଅଧିକାର ରହିବ । ଦ୍ଵିସଂଶୀ ଓ ଦୈତ ଜି. ଏସ. ଟି ବ୍ୟବସ୍ଥା କାହିଁକି ଆବଶ୍ୟକ ଭାରତ ଓ ସଙ୍ଘିୟ ରାଷ୍ଟ୍ର , ଯେଉଁଠାରେ କି ଉପଯୁକ୍ତ ଆଇନ ପ୍ରଣଯନ ମାଧ୍ୟମରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ଲାଗୁ କରିବା ସହ ସଂଗ୍ରହ କରିବାଲାଗି କ୍ଷମତାପ୍ରାପ୍ତ। ସମ୍ବିଧାନରେ ଉଲ୍ଲିଖିତ ଧାରାନୁଯାୟୀ ଉଭୟ କେନର ଓ ରାଜ୍ୟ ସରକାରଙ୍କ ବିଭାଜିତ ବଳରେ ସମ୍ବଳ ବୃଦ୍ଧି ଲାଗି ପୃଥକଭାବେ ଦାୟିତ୍ଵ ତୁଲାଇବେ। ସଙ୍ଘିୟ ଆର୍ଥିକ ବ୍ୟବସ୍ଥା ଲାଗି ସମ୍ବିଧାନିକ ଆବଶ୍ୟକତା ଦ୍ରୁଷ୍ଟିରୁ ଦ୍ଵିଅଂଶୀ ବା ଦୈତ ଜି. ଏସ. ଟି ବ୍ୟବସ୍ଥା ପ୍ରଣଯନ କରାଯିବ। ଜି. ଏସ. ଟି ବ୍ୟବସ୍ଥାରେ କେଉଁ ସଂସ୍ଥା ଟିକସ ଲାଗୁ କରିବା ସହ ଏହାକୁ ପରିଚାଳନା କରିବେ କେନ୍ଦ୍ର ସରକାର ଜି. ଏସ. ଟି ଓ ଆର ଜି ଏସ ଟି ଅନୁଯାୟୀ ଟିକସ ଲାଗୁ ସହ ପରିଚାଳନା କରିବେ । ଏହାଛଡା ରାଜ୍ୟଗୁଡିକ ଏସ.ଜି.ଏସ.ଟି ଅନୁଯାୟୀ ଟିକସ ଲାଗୁ ସହ ପରିଚାଳନା । କେଉଁ ସରକାର ଦ୍ରବ୍ୟ ଓ ସେବା ଟିକସ ଜି. ଏସ. ଟି ବସାଇବ ଏବଂ ପରିଚାଳନା କରିବ କେନ୍ଦ୍ର ସରକାରମାନେ ଏସ.ଜି.ଏସ.ଟି ଓ ଆର ଜି ଏସ ଟି ଟ୍ୟାକ୍ସ ବସାଇବ । ରାଜ୍ୟ ସରକାରମାନେ ଏସ.ଜି.ଏସ.ଟି କେନ୍ଦ୍ରଶାସିତ ଅଞ୍ଚଳମାନେ ୟୁ ଟି ଜି ଏସ ଟି ବସାଇବେ ଏବଂ ପରିଚାଳନା କରିବେ । 11. କେନ୍ଦ୍ରୀୟ ଜି. ଏସ. ଟି ଓ ରାଜ୍ୟ ଜି. ଏସ. ଟି ଅଧୀନରେ ବସ୍ତୁ ଓ ସେବା ନିର୍ଦ୍ଧିଷ୍ଟ କରିବାର ଉପରେ କିଭଳି ଏକକାଳୀନ ଟିକସ ଲାଗୁ କରାଯାଇ ପାରିବ ଟିକସ ଛାଡ ହୋଇଥିବା ବସ୍ତୁ ଓ ସେବା ଜି. ଏସ. ଟି ଆଇନଗତ ପରିସର ବହିର୍ଭୂତ ବସ୍ତୁ ଓ ଧାର୍ଯ୍ୟ ସୀମାଠାରୁ ନିମ୍ନରେ ଥିବା ବସ୍ତୁ ଓ ସେବା କାରବାରକୁ ଛାଡି କେନ୍ଦ୍ରୀୟ ଜି. ଏସ. ଟି ଓ ରାଜ୍ୟ ଜି. ଏସ. ଟି ଅନ୍ୟ ସବୁ ବସ୍ତୁ ଓ ସେବା ଯୋଆନର କାରବାର ଉପରେ ଏକକାଳୀନ ଟିକସ ଲାଗୁ କରିବେ। ପୁନଶ୍ଚ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମାନ ମୂଲ୍ୟ ଉପରେ ଟିକସ ଲାଗୁ କରିପାରିବେ। ରାଜ୍ୟ ଜି. ଏସ. ଟି ଓ ସେନଭାଟ ମିଶ୍ରିତ ବସ୍ତୁର ମୂଲ୍ୟ ଉପରେ ଟିକସ ଲାଗୁ କରିବେ। ଦେଶ ମଧ୍ୟରେ ଯୋଗାଣକରି ଓ ଗ୍ରହିତାଙ୍କ କରିବାର ସ୍ଥଳ ସି.ଜି.ଏସ.ଟି ଓ ଏସ.ଜି.ଏସ.ଟି ଉଦ୍ଦେଶ୍ୟ ସାଧନ ଲାଗୁ ଅନାବଶ୍ୟକ । ଏହି ଯୋଗାଣକରି ଓ ଗ୍ରହିତା ଏକ ରାଜ୍ୟ ମଧ୍ୟରେ କାରବାର କରୁଥାନ୍ତି , ତା ହେଲେ ସି ଜି ଏସେ ଟି ଓ ଏସ.ଜି.ଏସ.ଟି ଦେୟଯୋଗ୍ୟ । ଧରାଯାଉ ସି.ଜି.ଏସ.ଟି ଦର ୧୦% ଓ ଏସ.ଜି.ଏସ.ଟି ଦର ୧୦% ରହିଛି । ଯେତେବେଳେ ଉତ୍ତର ପ୍ରଦେଶର ଏକ ଇସ୍ପାତ ଶିଳ୍ପ ପାଇକାରୀ ଡିଲର ସେହି ରାଜ୍ୟର ଏକ ନିର୍ମାଣ ସଂସ୍ଥାକୁ ୧୦୦ ଟଙ୍କା ଇସ୍ପାତ ତାର ବା ରଦ ଯୋଗାଏ ତା ହେଲେ ବସ୍ତୁର ମୌଳିକ ମୂଲ୍ୟକୁ ମିଶାଇ ଡିଲର ପାଇଁ ୧୦ ଟଙ୍କା ସି.ଜି.ଏସ.ଟି ଓ ୧୦ ଟଙ୍କା ଏସ.ଜି.ଏସ.ଟି ଟିକସ ପଡିଥାଏ । ଡିଲର ଜଣକ ସି.ଜି.ଏସ.ଟି ଦେୟ ଏବଂ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟ ଆକାଉଣ୍ଟ ରେ ପ୍ରଦାନ କରିବେ ତେବେ ଡିଲର ଏସ.ଜି.ଏସ.ଟି ଦେୟ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଏକ କାର୍ଯ୍ୟାଳୟ ଆକାଉଣ୍ଟ ରେ ଦେୟ ପ୍ରଦାନ କରିବେ । ଯଦି ଡିଲର ଜଣଙ୍କ କଞ୍ଚାମାଳ କିଣିବାବେଳେ ସି.ଜି.ଏସ.ଟି ଓ ଏସ.ଜି.ଏସ.ଟି ଦେୟ ପ୍ରଦାନ କରିଥାନ୍ତି , ତା ହେଲେ ତାଙ୍କୁ ୨୦ ଟଙ୍କା ନଗଦ ଆକାରରେ ନେବାକୁ ପଡିବ ନାହିନ । ତାଙ୍କୁ ସି.ଜି.ଏସ.ଟି ଦେୟ ଦେବାକୁ ହେଲେ କଞ୍ଚାମାଳ କ୍ରୟ ଉପରେ ସି.ଜି.ଏସ.ଟି ର ବକେୟା ଦେୟ ହିଁ ପ୍ରାୟଶୋଧ କରିପାରିବେ । ଏସ.ଜି.ଏସ.ଟି ବିକେୟା ଦେୟ ପ୍ରଦାନ କରିବେ। ଅନ୍ୟ ପକ୍ଷରେ କହିବାକୁ ଗଲେ ସି ଜି ଏସ ଟିର ବକେୟା ଦେୟ ପାଇଁ ଏସ.ଜି.ଏସ.ଟି ଦେୟ ପରିଶୋଧକୁ ବ୍ୟବହାର କରାଯାଇ ପାରିବ ନାହିଁ । ସେହିପରି ଏସ ଜି ଏସ ଟିର ବକେୟା ଦେୟ ପରିଶୋଧ ସି.ଜି.ଏସ.ଟି ଦେୟ ପ୍ରଦାନ କ୍ଷେତ୍ରରେ ମଧ୍ୟ ଲାଗୁ ହେବ ନାହିଁ । ପୂର୍ବବାର ଧରାଯାଉ ସି ଜି ଏସ ଟିର ମୂଲ୍ୟ ୧୦% ଏସ.ଜି.ଏସ.ଟି ର ମୂଲ୍ୟ ୧୦% ରହିଛି । ମୁମ୍ବାଇ ଏକ ବିଜ୍ଞାପନ ସଂସ୍ଥା ମହରାଷ୍ଟ୍ର ମଧ୍ୟରେ ଥିବା ଏକ ସାବୁନ ଉତ୍ପାଦନକରି କମ୍ପାନୀକୁ ୧୦୦ ଟଙ୍କା ମୂଲ୍ୟର ବିଜ୍ଞାପନ ସେବା ଯୋଗାଇ ଦେଇଛି । ସେହି କ୍ଷେତ୍ରରେ ବିଜ୍ଞାପନ ସଂସ୍ଥା ମୂଳ ଦାମକୁ ମିଶାଇ ସି.ଜି.ଏସ.ଟି ଦେୟ ୧୦ ଟଙ୍କା ଓ ଏସ.ଜି.ଏସ.ଟି ୧୦ ଟଙ୍କା ପ୍ରଦାନ କରିବ। ବିଜ୍ଞାପନ ସଂସ୍ଥା ସି.ଜି.ଏସ.ଟି ଦେୟ କେନ୍ଦ୍ରୀୟ ସରକାରୀ କାର୍ଯ୍ୟାଳୟ ଆକାଉଣ୍ଟ ରେ ଓ ଏସ.ଜି.ଏସ.ଟି ଦେୟ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଏକ କାର୍ଯ୍ୟାଳୟ ଆକାଉଣ୍ଟ ରେ ପ୍ରଦାନ କରିବେ। ସେହିପରି ବିଜ୍ଞାପନ ସଂସ୍ଥା କଞ୍ଚାମାଲ କ୍ରୟ ବେଳ ସି.ଜି.ଏସ.ଟି ଓ ଏସ.ଜି.ଏସ.ଟି ଦେୟ ଦେଇଥାନ୍ତି ତା ହେଲେ ତାଙ୍କୁ ୨୦ ଟଙ୍କା ନଗଦ ଆକାରରେ ଦେବାକୁ ପଡିବ ନାହିଁ । ତାଙ୍କୁ ସି.ଜି.ଏସ.ଟି ଦେୟ ଦେବାକୁ ହେଲେ କଞ୍ଚାମାଲ କ୍ରୟ ଉପରେ ସି ଜି ଏସ ଟି ର ବକେୟା ଦେୟହିଁ ପ୍ରାୟଶୋଧ କରିପାରିବେ। ଏସଜି ଏସ ଟି ଦେୟ ପାଇଁ କେବଳ ଏସ.ଜି.ଏସ.ଟି ବକେୟା ଦେୟ ପ୍ରଦାନ କରିବେ । ଅନ୍ୟ ପକ୍ଷରେ କହିବାକୁ ଗଲେ ସି ଜି ଏସ ଟିର ବକେୟା ଦେୟ ପାଇଁ ଏସ.ଜି.ଏସ.ଟି ଦେୟ ପ୍ରାୟଶୋଧକୁ ବ୍ୟବହାର କରାଯାଇ ପାରିବ ନାହିଁ । ସେହିପରି ଏସ.ଜି.ଏସ.ଟି ବକେୟା ଦେୟ ପରିଶୋଧ ସି.ଜି.ଏସ.ଟି ଦେୟ ପ୍ରଦାନ କ୍ଷେତ୍ରରେ ମଧ୍ୟ ଲାଗୁ ହେବନାହିଁ । ଜି ଏସ ଟି ଲାଗୁ ହେଲେ ଦେଶର କିଭଳି ଭାବେ ହିତ ସାଧନ ହେବ ଅପ୍ରତ୍ୟକ୍ଷ କର ସଂସ୍କର କ୍ଷେତ୍ରରେ ଜି ଏସ ଟି ପ୍ରଚଳନ ଏକ ମହନୀୟ ପଦକ୍ଷେପ । ବହୁସଂଖ୍ୟକ କେନ୍ଦ୍ରୀୟ ଓ ରାଜ୍ୟ ଟିକସକୁ ଏକତ୍ରୀକାରଣ ସହ ପୂର୍ବବର୍ତ୍ତୀ ସ୍ତରର ଟିକସକୁ ଗ୍ରହଣ କରି ଏକକ କର ବ୍ୟବସ୍ଥାରେ ପରିଣତ ହେବାଦ୍ଵାରା ଏଗୁଡିକର କୁପ୍ରଭାବ ଲୋପ ପାଇବା ସହ ଏକ ସାଧାରଣ ଜାତୀୟ ବିପଣନ ଲାଗୁ ପଥ ପରିଷ୍କାର କରିବ। ଏକକ କର ବ୍ୟବସ୍ଥା ବା ଜି ଏସ ଟି ପ୍ରଚଳନ ଦ୍ଵାରା ଉପରୋକଟମାନେ ବିଶେଷ ଉପକୃତ ହେବେ । ଏହି ବ୍ୟବସ୍ଥାରେ ସାମଗ୍ରୀକ ଟିକସ ବୋଝ ହ୍ରାସ ଘଟିବ। ଏପରିକି ଉପଭୋକ୍ତାଙ୍କୁ ସାଂପ୍ରତୀକ ଆକଳନ ଅନୁଯାୟୀ 25 ରୁ 30 ଶତାଂଶ ପର୍ଯ୍ୟାୟ ଟିକସ ବୋଝକୁ ମୁକ୍ତି ମିଳିବା ସମ୍ଭାବନା ରହିଛି । ଜି.ଏସ.ଟି ପ୍ରଚଳନ ଦ୍ଵାରା ଆଭ୍ୟନ୍ତରୀଣ ଓ ଆନ୍ତର୍ଜାତିକ ବଜାରରେ ଆମର ଉତ୍ପାଦିତ ସାମଗ୍ରୀ ପ୍ରତିଯୋଗୀତାଭିତ୍ତିକ ହୋଇପାରିବ । ଅଧ୍ୟୟନରୁ ଜଣାପଡିଛି ଯେ, ଏହା ଧୀରେ ଧୀରେ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ। ଟିକସ ଢାଞ୍ଚା ବିସ୍ତାରିତ ହେବାଦ୍ଵାରା କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକର ରାଜସ୍ୱ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ବାଣିଜ୍ୟ କାରବାର ବୃଦ୍ଧି ସହ ଟିକସ ବ୍ୟବସ୍ଥା ବିକଶିତ ହେବ। ଏହି ଚୁଡାନ୍ତ ଟିକସ ବ୍ୟବସ୍ଥା ଦେଖିବାକୁ ଗଲେ କିଛି କମ ନୁହେଁ , କାରଣ ସ୍ଵଚ୍ଛ ଚରିତ୍ର ଯୋଗୁଁ ଏହା ସହଜରେ ସୁପରିଚାଳିତ ହୋଇପାରିବ । ଆଇ ଜି ଏସ ଟି କଣ ଜି ଏସ ଟି ବ୍ୟବସ୍ଥା ଅନୁଯାୟୀ ସମନ୍ଵିତ ଜି ଏସ ଟି ବା ଆଇ ଜି ଏସ ଟି ମାଧ୍ୟମରେ କେନ୍ଦ୍ର ସରକାର ଆନ୍ତଃରାଜ୍ୟ ସାମଗ୍ରୀ ଓ ସେବା ଜୋବାନ ଉପରେ କର ଲାଗୁ ସହ ଆଦାଯ କରିପାରିବେ। ସମ୍ବିଧାନର ୨୬୯ (କ) ଧାରାନୁଯାୟୀ ଆନ୍ତଃରାଜ୍ୟ କାରବାର ତଥା ଯୋଗାଣ କ୍ଷେତ୍ରରେ ଜି ଏସ ଟି ଜରିଆରେ କେନ୍ଦ୍ର ସରକାର ଟିକସ ଲାଗୁ ସହ ଆଦାଯ କରିପାରିବେ। ଏଭଳି ଟିକସ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଚିତ ଢଙ୍ଗରେ ବିବେଚିତ ହେବ। କାରଣ ଜି ଏସ ଟି ପରିଷଦର ସୁପାରିଶକ୍ରମେ ଏହି ଟିକସ କଣ୍ଟ୍ରୋଲ ପ୍ରକ୍ରିୟା ସଂସଦରେ ଆଇନ ରୂପେ ସ୍ବୀକୃତି ଲାଭ କରିଛି । ଜି.ଏସ.ଟି ଲାଗୁ କ୍ଷେତ୍ରରେ ମୂଲ୍ୟ ନିର୍ଧାରଣ କିଏ କରିବ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ନିଷ୍ପତ୍ତି ଅନୁଯାୟୀ ସି.ଜି.ଏସ.ଟି ଓ ଏସ.ଜି.ଏସ.ଟି ବ୍ୟବସ୍ଥାରେ ଟିକସ ଲାଗୁ ପାଇଁ ମୂଲ୍ୟ ନିର୍ଦ୍ଧାରିତ ହେବ । ଜି ଏସ ଟି ପରିଷଦ ର ସୁପାରିସ କ୍ରମେ ଟିକସ ହାର ପାଇଁ ବିଜ୍ଞପ୍ତି ଜାରି ହେବ । ଜି ଏସ ଟି ପରିଷଦ ଭୂମି କିଭଳି ରହିବ କେନ୍ଦ୍ର ଅର୍ଥମନ୍ତ୍ରୀ , କେନ୍ଦ୍ର ରାଜସ୍ୱ ରାଷ୍ଟ୍ରମନ୍ତ୍ରୀ ତଥା ସବୁ ରାଜ୍ୟର ଅର୍ଥମନ୍ତ୍ରୀଙ୍କୁ ନେଇ ଜି ଏସ ଟି ପରିଷଦ ଗଠିତ । କେନ୍ଦ୍ର ଅର୍ଥମନ୍ତ୍ରୀ ଜି ଏସ ଟି ପରିଷଦ ର ଅଧ୍ୟକ୍ଷ ରହିବେ। ଏହି ପରିଷଦ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକ ନିମ୍ନଲିଖିତ ସୁପାରିସ କରିପାରିବ - କେନ୍ଦ୍ର ଓ ରାଜ୍ୟ ସରକାର ତଥା ସ୍ୱାୟତ୍ତଶାସନ ସଂସ୍ଥା ପାଇଁ ଲାଗୁ ହେଉଥିବା ଟିକସକୁ ଜି ଏସ ଟି ରେ ଅନ୍ତର୍ଭୁକ୍ତ କରିବା । ବସ୍ତୁ ଓ ସେବାର ପ୍ରକାର ଭେଦ ଅନୁଯାୟୀ ଜି ଏସ ଟି ରେ ଅନ୍ତର୍ଭୁକ୍ତ କରିବା। ଅଶୋଧିତ ତୈଳ , ହାଇସ୍ପିଡ ଡିଜେଲ , ମୋଟର ସ୍ପିରଟ ପ୍ରାକୃତିକ ବାଷ୍ପ ଓ ବିମାନ ଟର୍ବାଇନ ଇନ୍ଧନ ଉପରେ ଜି.ଏସ.ଟି ଲାଗୁ ନେଇ ତିଥି ନିର୍ଦ୍ଧାରଣ। ଆଦର୍ଶ ଜି ଏସ ଟି ଆଇନ ଟିକସ ଲାଗୁ ନେଇ ନୀତିନିୟମ , ଆଇ ଜି ଏସ ଟିର ଉତ୍ତମ କଣ୍ଟ୍ରୋଲ ତଥା ସାମଗ୍ରୀ ଯୋଗାଣ ସ୍ଥଳକୁ ଦ୍ରୁଷ୍ଟି ଦେଇ ନୀତି ନିର୍ଦ୍ଧାରଣ । ଜି ଏସ ଟି ରୁ ଛାଡ ପାଇବାକୁ ଥିବା ସାମଗ୍ରୀ ଓ ସେବା କାରବାରର ସର୍ବନିମ୍ନ ସୀମା ନିର୍ଦ୍ଧାରଣ । ଜି ଏସ ଟିରେ ମିଶ୍ରିତ ସୁଧ ସହ ଟିକସ ହାର ସମୂହ ନିରୂପଣ କରିବା। କୌଣସି ପ୍ରାକୃତିକ ବିପର୍ଯ୍ୟୟ ବା ଦୁର୍ବିପାକବେଳେ ଅତିରିକ୍ତ ସମ୍ବଳ ବୃଦ୍ଧି ଉଦ୍ଦେଶ୍ୟରେ ନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କୌଣସି ସ୍ଵତନ୍ତ୍ର ହାର ନିର୍ଦ୍ଧାରଣ । ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସମୂହ , ଜାମ୍ମୁ ଓ କାଶ୍ମୀର , ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ଭଳି ଆର୍ଥିକ ଅନଗ୍ରସର ରାଜ୍ୟଗୁଡିକ ଲାଗୁ ସ୍ଵତନ୍ତ୍ର ବ୍ୟବସ୍ଥା ନିର୍ଦ୍ଧାରଣ । ପରିଷଦ ନିଷ୍ପତ୍ତି ନେବାକୁ ଥିବା ଜି ଏସ ଟି ସମ୍ପର୍କିତ ଅନ୍ୟ କୌଣସି ପ୍ରସଙ୍ଗ । ଜି ଏସ ଟି ପରିଷଦ ପଥ ପ୍ରଦର୍ଶନକରି ନୀତି କଣ କେନ୍ଦ୍ର ଓ ରାଜ୍ୟ ସମୂହ ମଧ୍ୟରେ ଜି ଏସ ଟି ବିଭିନ୍ନ ସ୍ୱରୂପ ର ସୁସଂଗତ ଆଣିବା ପାଇଁ ଜି.ଏସ.ଟି ପରିଷଦ ପଦ୍ଧତି ନିର୍ଣ୍ଣୟ କରିବ । ସମ୍ବିଧାନର ୧୦୧ ତମ ସଂଶୋଧନ ଅଧିନିୟମ , ୨୦୧୬ ରେ ଏଭଳି ବ୍ୟବସ୍ଥା କରାଯାଇଛି । ଜି ଏସ ଟି ପରିଷଦ କାର୍ଯ୍ୟନିର୍ବାହୀବେଳେ ଜି ଏସ ଟି ର ସୁସଙ୍ଗତ ଢାଞ୍ଚାକୁ ଅକ୍ଷୁର୍ଣ୍ଣ ରଖିବ ଏବଂ ବସ୍ତୁ ଓ ସେବା ଯୋଗାଣ ଲାଗି ସୁସଙ୍ଗତ ଜାତୀୟ ବଜାରକୁ ବିକଶିତ କରିବ ବୋଲି ଏହି ଅଧିନିୟମରେ ଦର୍ଶାଯାଇଛି । ଜି ଏସ ଟି ପରିଷଦ କିଭଳି ଭାବେ ନିଷ୍ପତ୍ତି ଗ୍ରହଣ କରିବ ସମ୍ବିଧାନ ୧୦୧ ତମ ସଂଶୋଧନ ଅଧିନିୟମ,୨୦୧୬ ଅନୁସାରେ ଜି ଏସଟି ପରିଷଦ ବୈଠକରେ ତିନି ଚତୁର୍ଥାଂଶ ସଦସ୍ୟ ଙ୍କ ଉପସ୍ଥିତିରେ ବା ମତଦାନରେ ପ୍ରତ୍ୟେକ ନିଷ୍ପତ୍ତି ନିଆଯିବ । ମତଦାନ ସମୟରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭୋଟ ସମୁଦାଯ ପଡିଥିବା ଭୋଟର ଏକ ତୃତୀୟନ୍ସ ଏବଂ ରାଜ୍ୟ ପ୍ରତିନିଧିମାନଙ୍କ ଭୋଟ ସମୁଦାଯ ଭୋଟର ଦୁଇତୃତୀୟନ୍ସ ବୋଲି ବିବେଚନା କରାଯିବ। ଜି ଏସ ଟି କାଉନଶିଳର ଅଧା ସଭ୍ୟ ରହିଲେ ବୈଠକ ଅନୁଷ୍ଠିତ ହେବ , ନଚେତ ଏଥିରୁ କମ ରହିଲେ କୋରମ ଅଭାବରୁ ବୈଠକ ବାତିଲ ହେବ । ପ୍ରସ୍ତାବିତ ଜି ଏସ ଟି ବ୍ୟବସ୍ଥାରେ କ୍ଷୁଦ୍ର ଟିକସଦାତାମାନଙ୍କ ପ୍ରତି କିଭଳି ରିହାତି ରହିଛି । ଯେଉଁ ଟିକସଦାତାମାନଙ୍କର କାରବାର ୨୦ ଲକ୍ଷ ଟଙ୍କା ସେମାନେ ସଂପୂର୍ଣ୍ଣ ସେ ଓଦ୍ର କର ରିହାତି ପାଇବେ । ଉତ୍ତର ପୂର୍ବାଞ୍ଚଳ ଏବଂ ଅନ୍ୟ ବିଶେଷ ଧାରଣର ରାଜ୍ୟମାନଙ୍କ ପାଇଁ ଏହା ଦଶଲକ୍ଷରେ ସୀମିତ ରହିବ। ଏତଡବ୍ୟତୀତ ଯାହାଙ୍କର ପୂର୍ବବର୍ଷର ସମୁଦାଯ କାରବାର ୫୦ ଲକ୍ଷ ଟଙ୍କାରୁ କମ ଥିବ ସେମାନେ ସରଲ ଏକକ ପ୍ରଣାଳୀରେ ରିହାତିଯୁକ୍ତ କର କୌଣସି ରାଜ୍ୟ ପ୍ରଦେଶରେ ହୋଇଥିବା କାରବାର ଉପର କର ରିହାତି ପାଇବେ। ଜି ଏସ ଟି ବ୍ୟବସ୍ଥାରେ ବାସତୁ ଓ ସେବାକୁ କିଭଳି ବିଭାଗୀୟକରଣ କରାଯାଇଛି ଜି ଏସ ଟି ବ୍ୟବସ୍ଥାରେ ଏଚ ସି ଏନ କୋର୍ଡ ହାର୍ମୋନାଇଟ ସିଷ୍ଟମ ଅଫ ନମେନ କ୍ଲାଚର ନା ସୁସଙ୍ଗତ ସାରଣୀ ପଦ୍ଧତି ଜରିଆ ବସ୍ତୁକୁ ବିଭାଗୀକରଣ କରାଯାଇଛି । ଯେଉଁ ଟିକସଦାତାଙ୍କ କାରବାର ଦେଢକୋଟି ଟଙ୍କା ଅର୍ଦ୍ଧ କିନ୍ତୁ 5 କୋଟି ଟଙ୍କାରୁ କମ ସେମାନେ ଦୁଇ ସଂଖ୍ୟାର କୋର୍ଡ ତାହା ଯାହାଙ୍କ କାରବାର 5 କୋଟି ଟଙ୍କା ରୁ ଅର୍ଦ୍ଧ ସେମାନେ ୪ ସଂଖ୍ୟାର କୋର୍ଡ ବ୍ୟବହାର କରିପାରିବେ । ଯେଉଁ ଟିକସଦାତାଙ୍କ କାରବାର ଦେଢକୋଟି ଟଙ୍କାରୁ କମ ସେମାନେ ଚାଲାଣରେ ଏଚ ସି ଏନ କୋର୍ଡ ବ୍ୟବହାର କରିବା ଅନାବଶ୍ୟକ। ସେବା ଗଣନା ସଂହିତା ସେବା ବ୍ୟବସ୍ଥାକୁ (ସର୍ଭିସ ଆକାଉଣ୍ଟର କୋର୍ଡ ) ବା ଏସ ଏ ସି ମାଧ୍ୟମରେ ବିଭାଗୀକରଣ କରାଯିବ .। ଜି ଏସ ଟି ଅଧୀନରେ ଆମଦାନୀ ଉପରେ କିଭଳି ଟିକସ ଲାଗିବ ବସ୍ତୁ ଓ ସେବା ଆମଦାନୀ ବ୍ୟବସ୍ଥା ଆନ୍ତଃରାଜ୍ୟ ଯୋଗାଣ ପ୍ରକ୍ରିୟା ଅନ୍ତର୍ଭୁକ୍ତ । ତେବେ ଦେଶ ମଧ୍ୟକୁ ବସ୍ତୁ ଓ ସେବା ଆମଦାନୀବେଳେ ଦେଶ ମଧ୍ୟକୁ ବସ୍ତୁ ଓ ସେବା ଆମଦାନୀବେଳେ ଦେଶ ମଧ୍ୟକୁ ବସ୍ତୁ ଓ ସେବା ଆମଦାନୀବେଳେ ଆଇ ଜି ଏସଟି ଲାଗୁ ହୋଇଥାଏ। ଟିକସ ପରିସର ଏକ ଲକ୍ଷଭିତ୍ତିକ ନୀତିକୁ ଅନୁସରଣ କରିଥାଏ ଓ ଆମଡାନୀ ହୋଇଥିବା ବସ୍ତୁ ଓ ସେବା ଉପଯୋଗ ହେଲେ ରାଜ୍ୟହିଁ ଏସ.ଜି.ଏସ.ଟି ଟିକସ ରାଜସ୍ୱ ପ୍ରାପ୍ତ ହୋଇଥାଏ । ବସ୍ତୁ ଓ ସେବା ଆମଦାନୀ କ୍ଷେତ୍ରରେ ଜି ଏସ ଟି ସଂପୂର୍ଣ୍ଣ ଭରଣା କରାଯାଇଥାଏ । ଜି ଏସ ଟି ଅଧୀନ ରେ ରପ୍ତାନୀ ବ୍ୟବସ୍ଥା କିଭଳି ରହିବ । ରପ୍ତାନୀ ବ୍ୟବସ୍ଥାକୁ ଶୂନ୍ୟହାରଭିତ୍ତିକ ଯୋଗାଣ ରୂପେ ବିବେଚନା କରାଯିବ । ବସ୍ତୁ ଓ ସେବା ରପ୍ତାନୀବେଳେ କୌଣସି ଟିକସ ଦେବାକୁ ପଡିବ ନାହିଁ । ତେବେ ଇନପୂତ ଟ୍ୟାକ୍ସ କ୍ରେଡିଟର ବିକେୟା ଦେୟ ପରିଶୋଧଯୋଗ ଓ ଏହା ରପ୍ତାନୀକାରୀ ସଂସ୍ଥାକୁ ଫେରସ୍ତ ମିଳିପାରିବ । ରପ୍ତାନୀକାରୀ ଇଚ୍ଛାକାଲେ ତାଙ୍କର ଯୋଗାଣ ସାମଗ୍ରୀ ବା ସେବା ଉପରେ ଟିକସ ଦେଇପାରିବେ ଏବଂ ଆଇ ଜି ଏସଟି ରେ ଫେରସ୍ତ ନେବେ କିମ୍ବା ରପ୍ତାନୀକାରୀ ତାଙ୍କର ଯୋଗାଣ ସାମଗ୍ରୀ ବା ସେବା ବଣ୍ଡ ଦେଇ ବିନା ଟିକସରେ ନେଇ ପାରିବେ ଏବଂ ନିଜେ ନେଇଥିବା ଇନପୂତ କରି ଫେରି ପାଇ ପାରିବେ । ଜି ଏସ ଟି ଅଧିନସ୍ଥ ସଂଯୋଜନ ପଦ୍ଧତିର ପରିସର କିଭଳି ରହିବ ସି.ଜି.ଏସ.ଟି ଏବଂ ଏସ.ଜି.ଏସ.ଟି /ୟୁ ଟି ଜି ଏସ ଟି ର ସର୍ବନିମ୍ନ ଟିକସ ହାର ଦ୍ରବ୍ୟ ଉତ୍ପାଦନକାରୀଙ୍କ ନିମିତ୍ତ 1% ଏବଂ ଅନ୍ୟମାନଙ୍କ ପାଇଁ 0.5% ରହିବ । କିନ୍ତୁ ସିଡୁଲ-2 ର ପାରା 6 (ବି) ରେ ଲିଖିତ କେତେକ ନିର୍ଦ୍ଧିଷ୍ଟ ସେବା ନିମିତ୍ତ ଏହି ସର୍ବନିମ୍ନ ହାର 2.5 % ରହିବ । ସଂଯୋଜନ ପଦ୍ଧତି ଇଛାଧୀନ କି ବାଧ୍ୟତାମୂଳକ ଏହା ଇଚ୍ଛାଧୀନ ବିଷୟ ଜି ଏସ ଟି ଏନ କଣ ଓ ଏହାର ଜି ଏସ ଟି ବ୍ୟବସ୍ଥାରେ କିଭଳି ଭୂମିକା ରହିଛି ଜି ଏସ ଟି ଏନ ହେଉଛି ବସ୍ତୁ ଓ ସେବା ଟିକସ ବ୍ୟବସ୍ଥା.। ଜି ଏସ ଟି ର ଆବଶ୍ୟକତା ପୂର୍ଣ୍ଣ କରିବା ଲାଗି ଜି ଏସ ଟି ଏନ ଏକ ସ୍ଵତନ୍ତ୍ର ଉଦ୍ଦେଶ୍ୟ ଜାଣ ଭଳି କାର୍ଯ୍ୟ ସଂପାଦାନ କରିଥାଏ । ଜି ଏସ ଟିର କାର୍ଯ୍ୟ ସଂପାଦାନ ଦିଗରେ ଜି ଏସ ଟି ଏନ କେନ୍ଦ୍ର ଓ ରାଜ୍ୟ ସରକାର , ଟିକସଦାତା ଓ ଦାବିଡାରମାନଙ୍କୁ ଭାଗ୍ୟଦାରିଭିତ୍ତିକ ସୂଚନା ଓ ପ୍ରଯୁକ୍ତି ଜ୍ଞାନ ପାଇଁ ଭିତ୍ତିଭୂମି ସଂରଚନା ସେବା ଯୋଗାଇ ଦେଇଥାଏ । ଅଧିକନ୍ତୁ ଜି ଏସ ଟି ଏନ ର କାର୍ଯ୍ୟପ୍ରଣାଳୀ ନିମ୍ନରେ ପ୍ରଦାନ କରାଗଲା । ତାହା ହେଲା (1) ପଞ୍ଜିକରଣ ସୁବିଧା ଯୋଗାଇଦେବା (2) ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ସରକାରୀ ସଂସ୍ଥାଗୁଡିକୁ ରିଟର୍ଣ୍ଣ ପ୍ରେରଣରେ ସହାୟତା କରିବା (3) ଆଇ ଜି ଏସ ଟି ର ସଂଗଣନା ଓ ସମାଧାନ କାର୍ଯ୍ୟ (୪) ବ୍ୟାଙ୍କିଙ୍କ ସଂସ୍ଥାଗୁଡିକ ସହିତ ମିଶି ଟିକସ ଦେୟ ବିବରଣୀକୁ ମିଳାଇବା , (୫) ଟିକସଦାତାଙ୍କ ରିଟର୍ଣ୍ଣ ତଥ୍ୟ ଉପରେ ଆଧାରିତ ବିଭିନ୍ନ ଏ ଆର ଏସ ରିପୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ଯୋଗାଇଦେବା , (୬) ଟିକସ ଦାତାଙ୍କ ସଂପୂର୍ଣ୍ଣ ତଥ୍ୟ ଯୋଗାଇଏବଂ (୭) ଇନପୂତ ଟ୍ୟାକ୍ସ କ୍ରେଡିଟ ବ୍ୟବସ୍ଥାର ମେଳକ , ପରିବର୍ତ୍ତନ ଓ ପୁନଃଦାବି ଉପସ୍ଥାପନ ପାଇଁ ସାଧନ ତ୍ବରାନିତ୍ଵ କରିବା। ପଞ୍ଜିକାରଣ , ଦେୟ ପ୍ରଦାନ , ରିଟର୍ଣ୍ଣ ଦାଖଲ , ଏମ ଆର ଏସ ତଥା ରିପୋର୍ଟ ନିମନ୍ତେ ଆବେଦନ କରିବାକୁ ଏକକ ଜି ଏସ ଟି ପୋର୍ଟାଲ ଜି ଏସ ଟି ଏନ ଦ୍ଵାରା ପ୍ରସ୍ତୁତ ହେଉଛି । ପ୍ରଚଳିତ ଟିକସ ପରିଚାଳନାଗତ ସୂଚନା ଓ ପ୍ରଯୁକ୍ତିବିଜ୍ଞାନ ପଦ୍ଧତି ଏବଂ ଟିକସଦାତାଙ୍କ ମଧ୍ୟରେ ସୂଚନା ଆଦାନପ୍ରଦାନକୁ ଏକକ ଜି ଏସ ଟି ପୋର୍ଟାଲ ମାଧ୍ୟମ ରେ ଜି ଏସ ଟି ଏନ ସମୟରେ ରକ୍ଷା କରିବା । ଅଧିକନ୍ତୁ ଜି ଏସ ଟି ଏନ ୧୯ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଯଥା - ଆକଳନ , ଅଡିଟ , ରିଫଣ୍ଡ ଆବେଦନ କାର୍ଯ୍ୟ ସଂପାଦାନ ଲାଗି ପୃଷ୍ଠ ସହାୟକ ପରିମାପକ ମାନଦଣ୍ଡ ପ୍ରସ୍ତୁତ କରିଛି । ସି ବି ଇ ସି ଏବଂ ପ୍ରଥମ ସ୍ତରରେ ଆଦର୍ଶ ମାନ୍ୟତା ପ୍ରାପ୍ତ ରାଜ୍ୟ ସେମାନଙ୍କ ନିମନ୍ତେ ପୃଥକଭାବେ ସ୍ଵତନ୍ତ୍ର ଜି ଏସ ଟି ପୃଷ୍ଠା ସହାୟକ ପରିମାପକ ମାନଦଣ୍ଡ ପ୍ରସ୍ତୁତ କରୁଛନ୍ତି । ଜି ଏସ ଟି ସମ୍ମୁଖ ସହାୟକ ପରିମାପକ ମାନଦଣ୍ଡ ସହ ପୃଷ୍ଠ ମାନଦଣ୍ଡକୁ ସମନ୍ଵିତ କରି ଚୁଡାନ୍ତ କରାଯିବା ପରେ ପୂର୍ବ ପରୀକ୍ଷଣ ସମ୍ପର୍ଣ୍ଣ ହେବ । ତଦ୍ଵାରା ଏହି ବ୍ୟବସ୍ଥା ସୁରୁଖୁରୁରେ ସମ୍ପାଦିତ ହୋଇପାରିବ । ଦ୍ରବ୍ୟ ଓ ସେବା ଟିକସ ପରିଚାଳନାରେ ଅସୁବିଧା /ବିବାଦ ସମାଧାନର ପ୍ରକ୍ରିୟା କଣ ୧୨୧ ତମ ସମ୍ବିଧାନ ସଂଶୋଧନ ୨୦୧୬ ଅନୁସାରେ ଦ୍ରବ୍ୟ ଓ ସେବା ଟିକସ ପରିଷଦ ଯଦି ସେହି ବ୍ୟବସ୍ଥା ଅଥବା ଏହାର ପ୍ରୟୋଗ ସମୟରେ ନିମ୍ନଲିଖିତମାନଙ୍କ ମଧ୍ୟରେ କୌଣସି ବିବାଦ ଊପଗତ ହୁଏ ବିବାଦର ସମାଧାନ ପାଇଁ ବ୍ୟବସ୍ଥା କରିବ - ଭାରତ ସରକାର ଓ ଏକ କିମ୍ବା ଏକାଧିକ ପ୍ରବେଶ ମଧ୍ୟରେ ବିବାଦ ଭାରତ ସରକାର ଏବଂ ଏକା ଅବା ଏକାଧିକ ପ୍ରବେଦ ଏକ ପକ୍ଷରେ ଏବଂ ଏକ ବା ଏକାଧିକ ପ୍ରଦେଶଙ୍କ ମଧ୍ୟରେ ବିବାଦ ଦୁଇ କିମ୍ବା ତତୋଧିକ ପ୍ରଦେଶଙ୍କ ମଧ୍ୟରେ ବିବାଦ ଆଇନବିଧି ପରିପାଳନ ଅନୁସ୍ଵଚାଙ୍କ ବ୍ୟବସ୍ଥାର ଉଦ୍ଦେଶ୍ୟ କଣ ସି.ଜି.ଏସ.ଟି /ଏସ.ଜି.ଏସ.ଟି ଆଇନର ଧାରା ୧୪୯ ଅନୁସାରେ ପ୍ରତ୍ୟେକ ପଞ୍ଜିକୃତ ବ୍ୟକ୍ତିଙ୍କୁ ନିର୍ଦ୍ଧିଷ୍ଟ ବିଧି ବ୍ୟବସ୍ଥା ଅନୁସାରେ ସେମାନଙ୍କ ରେକର୍ଡ ପରିଚାଳନା ପାଇଁ ଏକ ଅନୁସୂଚାଙ୍କ ଦିଆଯିବ ଏବଂ ତାହା ସର୍ବସାଧାରଣଙ୍କ ଅବଗତ ନିମନ୍ତେ ଅବସ୍ଥାପିତ କରାଯିବ । ଜେନ ଆଶାୟୀ କ୍ରେତା ଏହାଦ୍ୱାରା ତାଙ୍କର ବିକ୍ରେତା / ଯୋଗାଣକରି ବିଷୟରେ ଅବଗତ ହୋଇ ପାରିବ ଏବଂ ତଦନୁସାରେ ନିଷ୍ପତ୍ତି ନେଇପାରିବ , ଏହି ବ୍ୟବସ୍ଥା ଟିକସଦାତାମାନଙ୍କ ମଧ୍ୟରେ ସୁସ୍ଥା ପ୍ରତିଯୋଗୀତା ସୃଷ୍ଟି କରିବ । ଆକ୍ସନେବଲ କ୍ଳେମ ବା ଆଇନଗତ ବ୍ୟବସ୍ଥାଯୋଗ୍ୟ କାର୍ଯ୍ୟ ଉପରେ ଦ୍ରବ୍ୟ ସେବା ଟିକସ ବସିବ କି ଆକ୍ସନେବଲ କ୍ଳେମ ବା ଆଇନଗତ ବ୍ୟବସ୍ଥାଯୋଗ୍ୟ କାର୍ଯ୍ୟକୁ ସିଜି ଏସ ଟି /ଏସ.ଜି.ଏସ.ଟି ଆଇନର ଧାରା -୨୧୫୨୬ ଅନୁସାରେ ଦ୍ରବ୍ୟ ହିସାବରେ ପରିଗଣିତ କରାଯିବ । ସିଜି ଏସ ଟି / ଏସ.ଜି.ଏସ.ଟି ଆଇନର ଧାରା -୭ ଏବଂ ଉପଚ୍ଚାଦ -୩ ବିଭିନ୍ନ କାର୍ଯ୍ୟ ଏବଂ ନେତା ଦେଶକୁ ଏକ ତାଲିକା କରିଛି ଯାହା କୌଣସି ଦ୍ରବ୍ୟ ବା ସେବା ଯୋଗାଣ ବୋଲି ବିବେଚିତ ହେବ ନାହିଁ । ଏହି ଆକ୍ଵନେବଳ କ୍ଳେମ ବା ଆଇନଗତ ବ୍ୟବସ୍ଥାଯୋଗ୍ୟ କାର୍ଯ୍ୟର ତାଲିକାରୁ ଲଟେରୀ ବେଟିଂ ଏବଂ ଗ୍ୟାମଲିଂ କୁ ବାଦ ଦିଆଯାଇଛି । ତେଣୁ ଲଟେରୀ , ବେଟିଂ ଓ ଗ୍ୟାମଲିଂ ଦ୍ରବ୍ୟ ଓ ସେବା ଟିକସ ଅନୁସାରେ ଯୋଗାଣ ହିସାବରେ ପରିଗଣିତ ହେବ। ଏତତବ୍ୟତିରେକ ତାଲିକାରେ ସ୍ଥାନ ପାଇଥିବା ଅନ୍ୟ କାର୍ଯ୍ୟଗୁଡିକ ଯୋଗାଣ ହିସାବରେ ଧରାଯିବ ନାହିଁ । ସିକ୍ୟୁରିଟି ନେଣଦେଣ ଉପରେ ଜି ଏସ ଟି ଲାଗିବ କି ଦ୍ରବ୍ୟ ଓ ସେବା ସଂଜ୍ଞାରୁ ସିକ୍ୟୁରିଟି ଦେଣନେଣକୁ ବାହାର କରାଯାଇଛି , ତେଣୁ ସିକ୍ୟୁରୀଟି ଦେଣନେଣ ଉପରେ ଦ୍ରବ୍ୟ ଓ ସେବା ଟିକସ ଲାଗିବ ନାହିଁ । 30. ଇନଫରମେସନ ରିଟର୍ଣ୍ଣ କଣ ଜଣେ ପଞ୍ଜୀକୃତ ବ୍ୟକ୍ତିଙ୍କର ରେକର୍ଡ ପରିଚାଳନାର ଦକ୍ଷତା ବିଷୟରେ ଅବଗତ ହେବାକୁ ଅନ୍ୟଠାରୁ ଖବର ସଂଗ୍ରହ କରିବାକୁ ଇନଫରମେସନ ରିଟର୍ଣ୍ଣ କୁହାଯାଏ । ସି.ଜି.ଏସ.ଟି / ଏସ.ଜି.ଏସ.ଟି ଆକ୍ଟର ଧାରା ୧୫୦ ଅନୁଯାୟୀ ଅନେକ ସଂସ୍ଥା ଯେଉଁମାନେ ରେଜିଷ୍ଟ୍ରେଶନ ଆକାଉଣ୍ଟ , ରିଟର୍ଣ୍ଣ ଇତ୍ୟାଦି ସଂଗ୍ରହ କରନ୍ତି , ଯେଉଁଥିରେ ଟ୍ୟାକ୍ସ , ଦ୍ରବ୍ୟ ଓ ସେବାର ନେଣଦେଣ , ବ୍ୟାଙ୍କରେ କାରବାର ବିଦ୍ୟୁତ ଉପଯୋଗ , ବିକା – କିଣା ଓ ବଦଳି କାରବାରର ବିବରଣୀ ଏବଂ ସମ୍ପତ୍ତି ହସ୍ତାନ୍ତରର ବିବରଣୀ ଉଲ୍ଲିଖିତ ଥାଏ ସେମାନେ ଆଇନତଃ ସେଗୁଡିକ ଆଇନ ସମ୍ମତ ଅଧିକାରଙ୍କୁ ନିର୍ଦ୍ଧିଷ୍ଟ ସମୟରେ ଓ ନିର୍ଦ୍ଧିଷ୍ଟ ଭାବରେ ଜଣାଇବାକୁ ବାଧ୍ୟ । ଏଥିରେ ଖିଲାପ ପାଇଁ ସେମାନଙ୍କ ଉପରେ ଧାରା ୧୨୩ ଅନୁସାରେ ଜୋରିମାନା କରାଯିବାର ବ୍ୟବସ୍ଥା ଅଛି । ବିଭିନ୍ନ କମ୍ପାନୀ ଭିନ୍ନ ଭିନ୍ନ ପ୍ରକାର ଆକାଉଣ୍ଟ ସଫ୍ଟୱେୟାର ବ୍ୟବହାର କରୁଛନ୍ତି । ଆଇନ କୌଣସି ନିର୍ଦ୍ଧିଷ୍ଟ ଫର୍ମ ରେକର୍ଡ ରଖିବାକୁ କହିନାହିଁ । ଏଭଳି ସ୍ଥିତିରେ ଯେ କୌଣସି ବୈଷୟିକ ଜ୍ଞାନଲବ୍ଧ ଦକ୍ଷ ବ୍ୟକ୍ତିଙ୍କର ସାହାଯ୍ୟ ନେଇ ଏହାର ଅନୁସନ୍ଧାନ କରିପାରିବ। ସି.ଜି.ଏସ.ଟି / ଏସ.ଜି.ଏସ.ଟି ଧାରା -୧୫୩ ଅନୁସାରେ ଏ ପରିସ୍ଥିତି ଉପୁଜେ ଡିପରମେଣ୍ଟ ଏଭଳି ସ୍ଥିତିରେ ଯେକୌଣସି ବୈଷୟିକ ଜ୍ଞାନଲବ୍ଧ ଦକ୍ଷ ବ୍ୟକ୍ତିଙ୍କର ସାହାଯ୍ୟ ନେଇ ଏହାର ଅନୁସନ୍ଧାନ କରିପାରିବେ । ଜି ଏସ ଟି ଆଇନରେ କ୍ରେତା ଫେରାଇ ଦେଇଥିବା ଜିନିଷ ଟ୍ୟାକ୍ସ ପଡିବା ନେଇ କୌଣସି ବ୍ୟବସ୍ଥା ଅଛି କି ହିଁ , ଧାରା -୩୪ ଏହି ପରିସ୍ଥିତିଙ୍କୁ ନିୟନ୍ତ୍ରଣ କରେ । ଯେତେବେଳେ କ୍ରେତା ଯୋଗାଣ ବା ପଠାଯାଇଥିବା ଜିନିଷ କୁ ଫେରାଇଦେବ , ଯୋଗାଣକାରୀ ବିକ୍ରେତା କ୍ରେତାଙ୍କୁ ସମସ୍ତ ବିବରଣୀ ଏକ କ୍ରେଡିଟ ନୋଟ ଦେବ। ପୁନଶ୍ଚ ବିକ୍ରେତା କ୍ରେଡିଟ ନୋଟ ର ସମସ୍ତ ବିବରଣୀ ସେହି ମାସ ପାଇଁ ଦେଉଥିବା ରିଟର୍ଣ୍ଣ ସେପ୍ଟେମ୍ବର ମାସ ଭିତରେ କିମ୍ବା ରିଟର୍ଣ୍ଣ ପଇଠ କରିବାର ଧାର୍ଯ୍ୟ ତାରିଖ , ଯେଉଁ ଗୋଟିଏକ ପ୍ରଥମେ ଆସିବ , ତା ମଧ୍ୟରେ ଦେବାକୁ ହେବ । ଏହି କ୍ରେଡିଟ ନୋଟର ବିବରଣୀକୁ କ୍ରେତା ତାଙ୍କର ଇନପୁଟ ଟ୍ୟାକ୍ସି କ୍ରେଡିଟରୁ କାତିଛନ୍ତି କି ନାହିଁ ତାଙ୍କର ପଇଠ ହୋଇଥିବା ସେହି ଟ୍ୟାକ୍ସ ଅବଧି କିମ୍ବା ଅନ୍ୟ ଅବଧିରେ ରିଟର୍ଣ୍ଣ ସହିତ ମିଳିଯିବ। ସେହିପରି ଯୋଗାଣକରିଙ୍କ ଆଉଟପୁଟ ଟ୍ୟାକ୍ସ ସହିତ କ୍ରେତା ବା ଗ୍ରହିତାଙ୍କର ଇନପୁଟ ଟ୍ୟାକ୍ସ କ୍ରେଡିଟରୁ କଟାଜାଇଥିବା କ୍ରେଡିଟ ମିଳାଗଲା ପରେ ତାହା ମୀମାଂସା ହେବ ଏବଂ ତାହାର ପରିମାଣ କ୍ରେତା ଓ ଗ୍ରହିତା ଏବଂ ଯୋଗାଣକାରୀଙ୍କୁ ଜଣାଇ ଦିଆଯିବ । ଅସାଧୁ ଲାଭ ରୋକିବା ପଦକ୍ଷେପ କଣ ସି.ଜି.ଏସ.ଟି /ଏସ ଜି ଏସ ଟିର ଧାରା -171 ଅନୁଯାୟୀ ଯଦି ଦ୍ରବ୍ୟ ଓ ସେବା ଉପରେ ଲାଗୁ ହେଉଥିବା ଟିକସ ହାରରେ ହ୍ରାସ ଘଟେ କିମ୍ବା ଯୋଗାଣକରି ଇନଫୁଟ ଟ୍ୟାକ୍ସ କ୍ରେଡିଟ ନେଇଥାଏ । ତେବେ ସେବା ଓ ଦ୍ରବ୍ୟର ମୂଲ୍ୟ ସେହି ପରିମାଣରେ ହ୍ରାସ ହେବ । ଧାରା ୧୭୧ ସରକାରଙ୍କୁ ଦ୍ରବ୍ୟ ଓ ସେବାର ଏହିପରି ମୂଲ୍ୟ ହ୍ରାସ ହେଉଛି କି ତାହା ତଦାରଖ କରିବା ପାଇଁ ଏକ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛି । ଆଧାର : କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼