ଅଗ୍ରୀମ ବା ଆଗୁଆ ନିୟମାବଳୀର ଅର୍ଥ କ’ଣ ? ମାନକ GST(CGST & SGST) ଆଇନ୍ ଅଧିନ ଧାରା ୯୫ ଅନୁଯାୟୀ ଅଗ୍ରୀମ ନିୟମାବଳୀର ଅର୍ଥ ହେଲା : ଜଣେ ଅଧିକାରୀଙ୍କ ଦ୍ଵାରା ଯେକୌଣସି ଲିଖିତ ନିଷ୍ପତ୍ତିବିଷୟରେ ଯଦି କୌଣସି ଆବେଦକଙ୍କୁ ପ୍ରଦାନ କରାଯାଇଥାଏ ବା ପଚରାଯାଇଥିବା ପ୍ରଶ୍ନ ଓ ଧାରା ୯୭ (୨), ୧୦୦ (୧)ର CGST & SGST ରେ ବସ୍ତୁ ବା ସେବା ସମ୍ପର୍କିତ ଆବେଦନକୁ ଅଗ୍ରୀମ ନିୟମାବଳୀ କହନ୍ତି । କେଉଁ ବିଷୟରେ ଅଗ୍ରୀମ ନିୟମାବଳୀ ଆହ୍ଵାନ କରିହେବ ? ନିମ୍ନଲିଖିତ ସମୟରେ ଅଗ୍ରୀମ ନିୟମାବଳୀ ଆହ୍ଵାନ କରିହେବ । ଆଇନଗତ ସେବା ବା ଦ୍ରବ୍ୟର ବିଭାଗୀକରଣ କର ହାରକୁ ନେଇ ଆଇନଗତ ଭାବେ ଯେକୌଣସି ନୋଟିସ୍ ଉପରେ ଆବେଦନ । ଆଇନଗତ ବସ୍ତୁ ବା ସେବାର ମୂଲ୍ୟ ନିର୍ଦ୍ଧାରଣ ନିମିତ୍ତ ଲାଗୁ ହେବାକୁ ଥିବା ନିଷ୍ପତ୍ତି । ପ୍ରଦାନ କରାଯାଇଥିବା ବା ପ୍ରଦାନ ହେବାକୁ ଥିବା ଅର୍ନ୍ତଗ୍ରହିତ କର ସମ୍ପର୍କିତ ପ୍ରବେଶିକ ନିୟମ । ଆଇନ୍ ଅନ୍ତର୍ଗତ ପ୍ରଦାନ ହେବାକୁ ଥିବା ବସ୍ତୁ ବା ସେବାର କର ସମ୍ବନ୍ଧିତ ବ୍ୟୟ ନିର୍ଦ୍ଧାରଣ । ଆବେଦନକାରୀମାନଙ୍କ ଆଇନ୍ ଅନୁଯାୟୀ ପଞ୍ଜୀକୃତ କରିବା । କୌଣସି ନିର୍ଦ୍ଧିଷ୍ଟ କ୍ଷେତ୍ରରେ ବସ୍ତୁ ବା ସେବା ଦେୟ ନିର୍ଦ୍ଧାରଣ ବା ବସ୍ତୁ / ସେବା ଯୋଗାଣ ସମ୍ବନ୍ଧିତ ଦେୟର ପରିମାଣ ନିର୍ଦ୍ଧାରଣ । ଅଗ୍ରୀମ ନିୟମାବଳୀ ବ୍ୟବସ୍ଥାର ଉଦ୍ଦେଶ୍ୟ କ’ଣ ? ଏପରି ଏକ ଉତ୍ତରଦାୟୀ ବ୍ୟବସ୍ଥାର ନିମ୍ନଲିଖିତ ଉଦ୍ଦେଶ୍ୟଗୁଡିକ ହେଲା – ଆବେଦକଙ୍କ ପ୍ରସ୍ତାବିତ ବ୍ୟବସାୟିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଗୁଆ ନିଶ୍ଚିତ କର ର ଦେୟ ସମ୍ପର୍କରେ ଅବଗତ କରାଇବା । ସିଧାସଳଖ ବିଦେଶୀ ପୁଞ୍ଜିବିନିଯୋଗକୁ ଆକର୍ଷିତ କରିବା । ଦ୍ଵନ୍ଦ କମ୍ କରିବା । ନିୟମ ଉଦ୍ ଘୋଷଣାରେ ସ୍ବଚ୍ଛ ଓ ସୁଲଭ କରିବା GST ଅଧିନରେ ଅଗ୍ରୀମ ନିୟମକାରୀ କର୍ତ୍ତୃପକ୍ଷ (AAR) ର ସଂରଞ୍ଚନା କ’ଣ ହେବ ? ଉତ୍ତର କେନ୍ଦ୍ରୀୟ ସାଧାରଣ ବିକ୍ରିକର (CGST)ରୁ ଜଣେ ଓ ରାଜ୍ୟ ସାଧାରଣ ବିକ୍ରିକର (SGST)ରୁ ଜଣେ ସଦସ୍ୟକୁ ନେଇ ଅଗ୍ରୀମ ନିୟମକାରୀ କର୍ତ୍ତୃପକ୍ଷ ଗଠିତ । ଏହି ଦୁଇଜଣ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ଦ୍ଵାରା ନିଯୁକ୍ତି ହେବେ। ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଅଗ୍ରୀମ ନିୟମାବଳୀକୁ ପଞ୍ଜୀକରଣ କରିବାର ଆବଶ୍ୟକ ଅଛି କି ? ଉତ୍ତର ନା, ଯେକୌଣସି ବ୍ୟକ୍ତି, ଯେ GST ନିୟମରେ ପଞ୍ଜୀକୃତ ବା ପଞ୍ଜୀକରଣ ପାଇଁ ଆବେଦନ କରିଛନ୍ତି (ଧାରା ୯୫(ଖ) କେଉଁ ସମୟରେ ଜଣେ ବ୍ୟକ୍ତିଙ୍କ ପାଇଁ ଅଗ୍ରୀମ ନିୟମ କରିହେବ ? ଉତ୍ତର କାରବାର କରିବା ପୂର୍ବରୁ ମଧ୍ୟ ଏହି ଆବେଦନ କରି ଅଗ୍ରୀମ ନିୟମ ନେଇପାରିବେ ବା (ଯେଉଁ ଯୋଗାଣ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଛି ) । ସର୍ତ୍ତଟି ହେଲା ଯେଉଁ ପ୍ରଶ୍ନଟି ଉତ୍ଥାନ କରାଯାଇଥିବ ତାହା କୌଣସିମତେ ବକେୟା ନିଷ୍ପତ୍ତିରେ ନଥିବ ବା କୌଣସି ଆବେଦନର ବିଚାର ସମୟରେ ପାରିତ ହୋଇଥିବ । ଅଗ୍ରୀମ ନିୟମାବଳୀ ପାଇଁ କର୍ତ୍ତୃପକ୍ଷଙ୍କୁ କେତେ ସମୟ ଆବଶ୍ୟକ ? ଉତ୍ତର ଧାରା ୯୮(୬) (CGST/SGST) ଅନୁସାରେ କର୍ତ୍ତୃପକ୍ଷ ଆବେଦନ ଗ୍ରହଣର ୯୦ ଦିନ ମଧ୍ୟରେ ଅଗ୍ରୀମ ନିୟମାବଳୀ କହିବେ । ଅଗ୍ରୀମ ନିୟମକାରୀ କର୍ତ୍ତୃପକ୍ଷଙ୍କ ଅପିଲ୍ ଅଧିକାରୀ (AAAR) କିଏ ? ଉତ୍ତର ଅଗ୍ରୀମ ନିୟମକାରୀ କର୍ତ୍ତୃପକ୍ଷଙ୍କ ଅପିଲ୍ ଅଧିକାରୀ (AAAR), ଅଗ୍ରୀମ ନିୟମକାରୀ କର୍ତ୍ତୃପକ୍ଷଙ୍କ ଅଗ୍ରୀମ ନିୟମାବଳୀ ବିରୋଧରେ ଶୁଣାଣୀ କରିବେ । ଏଥିରେ ଦୁଇଜଣ ସଦସ୍ୟ ରହନ୍ତି , ଯଥା – ମୁଖ୍ୟ କମିଶନର CGST ଯେ କେନ୍ଦ୍ରୀୟ ଉତ୍ପାଦନ ଶୁଳ୍କ ବିଭାଗ ଦ୍ଵାରା ମନୋନୀତ ହେବେ ଓ ସେ ଅଞ୍ଚଳରେ SGST କମିଶନର (ଧାରା -୯୬) ସାଧାରଣ GSTର ଅଧିନରେ କେତେଗୋଟି AAR & AAAR ଢାଞ୍ଚା ରହିବ ? ଉତ୍ତର ପ୍ରତ୍ୟକ ରାଜ୍ୟରେ ଗୋଟିଏ AAR ଓ ଗୋଟିଏ AAAR କାର୍ଯ୍ୟ କରିବ। କେଉଁ ବ୍ୟକ୍ତି ବା ପ୍ରତିଷ୍ଠାନକୁ ଅଗ୍ରୀମ ନିୟମ ଆବଶ୍ୟକ ଅଛି ? ଉତ୍ତର ଧାରା ୧୦୩ ଅନୁଯାୟୀ AAR ଓ AAAR ଆବେଦନକାରୀଙ୍କ ପାଇଁ ଆବଶ୍ୟକ ଏବଂ କୌଣସି ଅଞ୍ଚଳର କର ସମ୍ବନ୍ଧୀୟ ବିଚାରାଳୟ ପାଇଁ ଆବଶ୍ୟକ । ଗୋଟିଏ ରାଜ୍ୟର ସମାନୁପାତିକ ଭାବେ କରଦାତାଙ୍କ ପାଇଁ ନୁହେଁ ବରଂ ସେହି ବ୍ୟକ୍ତି ଯେତେବେଳେ ଅଗ୍ରୀମ ନିୟମ ଆବଶ୍ୟକ କରିବେ ଓ ଅନୁଭବ ପୂର୍ବକ ଆବେଦନ କରିବେ । ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଅଗ୍ରୀମ ନିୟମାବଳୀ ଆଧାରରେ ରାୟ ଶୁଣାଇ ପାରିବେ କି ? ଉତ୍ତର ନାଁ , କିଛି ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଅଗ୍ରୀମ ନିୟମାବଳୀ ପ୍ରସ୍ତୁତ ହୋଇଥାଏ । ଏହାର ପୂର୍ବବର୍ତ୍ତୀ ମୂଲ୍ୟ କିଛି ନାହିଁ । କିନ୍ତୁ ଆବେଦକ ଭିନ୍ନ , ଯେକୌଣସି ବ୍ୟକ୍ତିଙ୍କର ଏଥିରେ କିଛି ମୂଲ୍ୟ ଥିବ । ଅଗ୍ରୀମ ନିୟମ ଉପଯୋଗର ସମୟ ଅବଧି କେତେ ? ଉତ୍ତର ଅଗ୍ରୀମ ନିୟମ ଉପଯୋଗ ହେବାର କୌଣସି ନିର୍ଦ୍ଧିଷ୍ଟ ସମୟ ଅବଧି ନାହିଁ । କିନ୍ତୁ ଧାରା ୧୦୩(୨) ଅନୁଯାୟୀ ଅଗ୍ରୀମ ନିୟମ ସେତେଦିନ ପର୍ଯ୍ୟନ୍ତ ଲାଗୁ ରହିବ , ଯେତେଦିନ ପର୍ଯ୍ୟନ୍ତ ନିୟମ , ତଥ୍ୟ ବା ପରିସ୍ଥିତି ଅନୁକୂଳ ଘଟଣା ବା ନିୟମର ପରିବର୍ତ୍ତନ ନହୋଇଛି । ଗୋଟିଏ ଅଗ୍ରୀମ ନିୟମ କେବେ ବାତିଲ୍ ହୋଇପାରେ କି ? ଉତ୍ତର ଧାରା ୧୦୪(୧) ଅନ୍ତର୍ଗତ, ଯଦି AAR ବା AAAR ଅନୁଭବ କରନ୍ତି ଯେ, ଅଗ୍ରୀମ ନିୟମଟି ଦ୍ଵାରା ଠକାମୀ ଓ ମୂଲ୍ୟଯୁକ୍ତ ବସ୍ତୁ ସମୂହକୁ ଲୁଚାଇବା ପାଇଁ ବିଭ୍ରାନ୍ତିକରଣ ତଥ୍ୟ ପ୍ରଦାନ କରାଯାଇଛି, ତେବେ ନିୟମଟିକୁ ଭିତ୍ତିଶୂନ୍ୟ ବା ବାତିଲ୍ ବୋଲି ଘୋଷଣା କରିପାରିବେ। ଯଦି କୌଣସି ପରିସ୍ଥିତିରେ ଅଗ୍ରୀମ ନିୟମ ହୋଇନାହିଁ ତେବେ CGST ଓ SGST ର ସମସ୍ତ ଦେୟ ବ୍ୟବସ୍ଥା ଆବେଦନକାରୀଙ୍କ ଉପରେ ଲାଗୁ ହେବ। (କେବଳ ଅଗ୍ରୀମ ନିୟମ ବଳବତ୍ତର ଥିବା ସମୟଟିକୁ ଛାଡିଦେଇ କେବଳ ଆବେଦନକାରୀଙ୍କୁ ଶୁଣିସାରିଲା ପରେ ଅଗ୍ରୀମ ନିୟମ ନିଷ୍ପତ୍ତିକୁ ବାତିଲ୍ ବୋଲି ଘୋଷଣା କରିହେବ।) ଅଗ୍ରୀମ ନିୟମ ହାସଲ କରିବା ନିମିତ୍ତ ଉପାୟ ସବୁ କ’ଣ ? ଉତ୍ତର ଧାରା -୯୭ ଓ ୯୮ ଅନ୍ତର୍ଗତ ଅଗ୍ରୀମ ନିୟମ ହାସଲର ପ୍ରକ୍ରିୟାଗତ ଉପାୟଗୁଡିକ ହେଲା : ଧାରା ୯୭ ହିସାବରେ ହେଲା ଆବେଦକ ସ୍ଵେଚ୍ଛାକୃତ ଭାବେ ନିୟମକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ଫର୍ମ ଓ ତଥ୍ୟ ସହ ଆବେଦନ କରିବେ । ଆବେଦନର ଫର୍ମ ଓ ବିସ୍ତାରିତ ପ୍ରକ୍ରିୟାଗତ ଉପାୟ ସମୂହ ମାନକ ସାଧାରଣ ବିକ୍ରିକର ନିୟମାବଳୀରେ ଉଲ୍ଲେଖ ରହିଛି । ଧାରା ୯୮ରେ ଅଗ୍ରୀମ ନିୟମାବଳୀର ପ୍ରକ୍ରିୟାଗତ ଉପାୟଗୁଡିକ ହେଲା ନିୟମାବଳୀ କର୍ତ୍ତୃପକ୍ଷ ଆବେଦନକାରୀଙ୍କ ଆବେଦନର ନକଲ ଆବେଦନକାରୀଙ୍କ କ୍ଷେତ୍ରାଧିକାରୀଙ୍କୁ ପଠାଇ ଦିଆଯିବ । କ୍ଷେତ୍ରାଧିକାରୀ ସମସ୍ତ ପ୍ରାସଙ୍ଗିକ ରେକର୍ଡ ନିମିତ୍ତ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେବେ। ଅଗ୍ରୀମ ନିୟମାବଳୀ କର୍ତ୍ତୃପକ୍ଷ , ତତ୍ ପରେ ସମସ୍ତ ରେକର୍ଡକୁ ଯାଞ୍ଚ କଲାପରେ ଆବେଦନକାରୀଙ୍କଠାରୁ ଶୁଣିବା ହେବେ । ତା’ପରେ AAR ଅଗ୍ରୀମ ନିୟମର ଗ୍ରହଣୀୟ ବା ଖାରଜ ସମ୍ପର୍କରେ ନିର୍ଦ୍ଦେଶ ଦେବେ। କେଉଁ ପରିସ୍ଥିତିରେ ଅଗ୍ରୀମ ନିୟମାବଳୀ ବାଧ୍ୟତାମୂଳକ ଭାବେ ଖାରଜ ହେବ ? ଉତ୍ତର ଧାରା ୯୮(୨) ଅନୁଯାୟୀ କିଛି ନିର୍ଦ୍ଧିଷ୍ଟ ପରିସ୍ଥିତିରେ ଅଗ୍ରୀମ ନିୟମ ଖାରଜ ହୋଇଥାଏ। ସେ ସବୁ ନିମ୍ନରେ ଦିଆଗଲା ଯଦି କୌଣସି ସମୟରେ ଜଣା ପଡେ ଯେ , ଆବେଦନ ସମ୍ପର୍କିତ ନିଷ୍ପତ୍ତି ପୂର୍ବରୁ ପ୍ରଥମ ଅପିଲ୍ ଅଧିକାରୀ , ଅପିଲ୍ ଟ୍ରିବ୍ୟୁନାଲ ବା ବିଚାରାଳୟରେ ମହଜୁଦ୍ ଅଛି । ଯଦି ଆବେଦନକାରୀଙ୍କ କୌଣସି ପ୍ରଶ୍ନ ପୂର୍ବରୁ କୌଣସି ଅପିଲ୍ ଅଧିକାରୀଙ୍କ ବା ଅପିଲ୍ ଟ୍ରିବ୍ୟୁନାଲ୍ ବା ବିଚାରାଳୟ ଦ୍ଵାରା ନିଷ୍ପତ୍ତି ହୋଇଥିବା । ଯଦି କୌଣସି ଆବେଦନକାରୀଙ୍କ ପ୍ରଶ୍ନ ଆଇନ୍ ଅନୁମୋଦିତ କୌଣସି ବିଚାରାଳୟରେ ନିଷ୍ପତ୍ତି ପାଇଁ ଅପେକ୍ଷା କରିଥିବ। ଯଦି ଆବେଦନକାରୀଙ୍କ ତରଫରୁ ଆଗ୍ରହ କରାଯାଇଥିବା ବିଷୟ ଅନ୍ୟ କୌଣସି ଆବେଦନକାରୀଙ୍କ କେସ୍ ସହ ସମାନ ହୋଇଥିବା ଓ ନ୍ୟାୟ ନିର୍ଣ୍ଣୟକାରୀ ବା ମୂଲ୍ୟ ନିର୍ଣ୍ଣୟକାରୀଙ୍କ ଦ୍ଵାରା ନିଷ୍ପତ୍ତି ନିର୍ଦ୍ଧାରିତ ହୋଇଥିବ। ଅଗ୍ରୀମ ନିୟମ କର୍ତ୍ତୃପକ୍ଷଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ଆବେଦନ ପତ୍ରର ପ୍ରକ୍ରିୟାଗତ ବ୍ୟବସ୍ଥା କ’ଣ ? ଉତ୍ତର ଯଦି ଆବେଦନପତ୍ରଟି ଗ୍ରହଣ କରାଯାଇଛି, ତେବେ ଅଗ୍ରୀମ ନିୟମ କର୍ତ୍ତୃପକ୍ଷ ଦରଖାସ୍ତ ଗ୍ରହଣ କରିବାର ୯୦ ଦିନ ମଧ୍ୟରେ ନିୟମଟିକୁ ଶୁଣାଇଦେବେ। ନିୟମଟି ଦେବା ପୂର୍ବରୁ ଆବେଦନ ପତ୍ରଟିକୁ ଯାଞ୍ଚ କରିବେ ଓ ଯଦି ଅଧିକ କିଛି ତଥ୍ୟ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ, ତେବେ ଆବେଦକ ବା ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ତଥ୍ୟକୁ ପରୀକ୍ଷା କରିବେ । କୌଣସି ନିୟମ ଦେବା ପୂର୍ବରୁ ଅଗ୍ରୀମ ନିୟମ କର୍ତ୍ତୃପକ୍ଷ ବା ତାଙ୍କଦ୍ଵାରା ପ୍ରେରିତ ବ୍ୟକ୍ତିବିଶେଷଙ୍କ ମତ ଓ ବିଧି ଶାସ୍ତ୍ର ଅଧିକାରୀ (CGST/SGST)ଙ୍କ ମତ ଶୁଣିବେ । ଯଦି ଅଗ୍ରୀମ ନିୟମ କର୍ତ୍ତୃପକ୍ଷ ସଦସ୍ୟଙ୍କ(AAR) ସମଧ୍ୟରେ କୌଣସି ବିଷୟରେ ଭିନ୍ନ ମତ ପ୍ରକାଶ ପାଇଲା, ତେବେ କ’ଣ ହେବ ? ଉତ୍ତର ଯଦି ଅଗ୍ରୀମ ନିୟମ କର୍ତ୍ତୃପକ୍ଷଙ୍କ ମଧ୍ୟରେ କୌଣସି ବିନ୍ଦୁରେ ଭିନ୍ନମତ ପ୍ରକାଶ ପାଏ , ତେବେ ସେ ବିନ୍ଦୁ ବିଷୟଟି ଅପିଲ୍ କର୍ତ୍ତୃପକ୍ଷଙ୍କ (AAAR) ନିକଟରେ ଶୁଣାଣୀ ହେବ।ଯଦି ଅପିଲ୍ କର୍ତ୍ତୃପକ୍ଷ (AAAR) ମଧ୍ୟ ସମାନ ଧାରଣର ଦ୍ଵନ୍ଦରେ ରହିଲେ ଓ ବିବାଦଟିକୁ ସମାଧାନ କରିପାରିଲେ ନାହିଁ , ତେବେ ଧରିନିଆଯିବ ଯେ , ସେ ବିଷୟରେ କୌଣସି ଅଗ୍ରୀମ ନିୟମ ପ୍ରଦାନ କରାଯାଇପାରିବ ନାହିଁ। କାରଣ ବିଭିନ୍ନ ସ୍ତରରେ ଅପିଲ୍ କର୍ତ୍ତୃପକ୍ଷଙ୍କ (AAAR) ନିକଟରେ ମଧ୍ୟ ଭିନ୍ନତା ରହିଛି । ଅଗ୍ରୀମ ନିୟମ କର୍ତ୍ତୃପକ୍ଷଙ୍କ (AAR) ବିଷୟରେ କେଉଁଠି ଆବେଦନ କରିବାର ବ୍ୟବସ୍ଥା ରହିଛି ? ଉତ୍ତର ମାନକ ବିକ୍ରିକର ନିୟମାବଳୀର ଧାରା ୯୯ ଓ ୧୦୦ ଅନୁଯାୟୀ ଅପିଲ୍ ଅଧିକାରୀ (AAAR)ଙ୍କ ନିକଟରେ ଏ ବିଷୟରେ ଅପିଲ୍ ଗ୍ରହଣ କରିବାର ବ୍ୟବସ୍ଥା ଅଛି। ଯଦି ଆବେଦକ (AAR)ଙ୍କ ନିଷ୍ପତ୍ତିରେ କ୍ଷୁବ୍ଧ ହୁଅନ୍ତି , ତେବେ ସେ ଅପିଲ୍ ଅଧିକାରୀଙ୍କ ନିକଟରେ ଆପତ୍ତି କରିପାରିବେ। ସମାନୁପାତିକ ଭାବେ ଯଦି ବିଧିଶାସ୍ତ୍ର ଅଧିକାରୀ (CGST/SGST) (AAR) ଙ୍କ ମତ ସହ ଏକମତ ନୁହଁନ୍ତି, ତେବେ ସେ ମଧ୍ୟ ଅପିଲ୍ ଅଧିକାରୀ (AAAR) ଙ୍କ ନିକଟରେ ଆପତ୍ତି କରିପାରିବେ। ପ୍ରଶାସନ ଦ୍ଵାରା ଦାୟିତ୍ଵ ଦିଆଯାଇଥିବା ବା ନାମିତ କରାଯାଇଥିବା ଅଧିକାରୀଙ୍କୁ ବିଧିଶାସ୍ତ୍ର ଭାବେ ଚିହ୍ନିତ ହେବ। ସାଧାରଣ ପରିସ୍ଥିତିରେ ଆବେଦକଙ୍କ ଅଞ୍ଚଳର ସମ୍ପୃକ୍ତ କ୍ଷେତ୍ରାଧିକାରୀ ହିଁ ଅଧିକାରୀ ଭାବେ ଗଣାହେବେ। ଏ କ୍ଷେତ୍ରରେ ସମ୍ପୃକ୍ତ ଅଧିକାରୀ ହିଁ ବିଧିଶାସ୍ତ୍ର (CGST/SGST) ଅଧିକାରୀ । ଅଗ୍ରୀମ ନିୟମ ପାଇବାର ୩୦ଦିନ ମଧ୍ୟରେ ଯେକୌଣସି ଆପତ୍ତି ଦାଖଲ କରିହେବ। ଅପିଲ୍ ଟିକୁ ନିର୍ଦ୍ଧାରିତ ଫର୍ମ ଓ ନିର୍ଦ୍ଧିଷ୍ଟ ଭାବେ ଯାଞ୍ଚ କରିବାକୁ ପଡିବ। ମାନକ ସାଧାରଣ ବିକ୍ରିକର ନିୟମରେ ବିହିତ ହୋଇଅଛି । ଅପିଲ୍ କର୍ତ୍ତୃପକ୍ଷ ଉଭୟ ପକ୍ଷଙ୍କ ବୟାନ ଶୁଣିସାରିବା ପରେ ୯୦ ଦିନ ମଧ୍ୟରେ ନିର୍ଦ୍ଦେଶ ପାରିତ କରାଇବେ। ଅପିଲ୍ କୁ ନେଇ ଯଦି ଅପିଲ୍ କର୍ତ୍ତୃପକ୍ଷ (AAAR) ଭିନ୍ନ ମତ ରଖନ୍ତି , ତେବେ ଏହା ଧରି ନିଆଯିବ ଯେ, କୌଣସି ଅଗ୍ରୀମ ନିୟମ ଏ ପରିପ୍ରେକ୍ଷୀରେ ପାରିତ ହୋଇନାହିଁ। ଅଗ୍ରୀମ ନିୟମ ଅଧିକାରୀଙ୍କ ନିୟମ ବିରୁଦ୍ଧରେ ହାଇକୋର୍ଟ ବା ସୁପ୍ରିମକୋର୍ଟରେ ଉପସ୍ଥାପନ କରିହେବ କି ? ଉତ୍ତର CGST /SGST ନିୟମରେ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ବିଷୟରେ ନିୟମରେ ଉଲ୍ଲେଖ ନାହିଁ। ପରବର୍ତ୍ତୀ ସମୟରେ ଏ ସମ୍ବନ୍ଧରେ କୌଣସି ଅପିଲ୍ ବା ନୀତି ପ୍ରସ୍ତୁତ ହୋଇନାହିଁ ଏବଂ କୌଣସି ବିଚାରାଳୟରେ ଏହାକୁ ଉପସ୍ଥାପନ କରିହେବନାହିଁ। କିନ୍ତୁ ଉଚ୍ଚ ନ୍ୟାୟାଳୟଦ୍ଵାରା ପୁନଃ ଆବେଦନ କରିହେବ । ଅଗ୍ରମା ନିୟମ କର୍ତ୍ତୃପକ୍ଷ (AAR) ଓ (AAAR) ନିଷ୍ପତ୍ତି ବଳୟରେ ଦୃଶ୍ୟମାନ ସଂଶୋଧନ ଆବେଦନ ତାରିଖର ୬୦ ଦିନ ମଧ୍ୟରେ କରିପାରିବେ। ଏହି ଭୁଲ୍ ଟିକୁ କର୍ତ୍ତୃପକ୍ଷ ନିଜ ନଥିରେ ନଥିଭୁକ୍ତ କରିବେ। ବା ଆବେଦକଙ୍କ ଦୃଷ୍ଟିକୁ ଆଣିବେ ବ ବିଧିଶାସ୍ତ୍ର ଅଧିକାରୀ (CGST / SGST)ଙ୍କୁ ଜଣାଇବେ। ଯଦି ସଂଶୋଧନ ଫଳରେ କର ହାର କମ୍ ହେଇଛି ବା ଅର୍ନ୍ତଗ୍ରହିତ (ITC) କର ପରିମାଣ କମ୍ ହେଉଛି , ତେବେ ଆବେଦକଙ୍କୁ ଏ ବିଷୟରେ ପାରିତ ନିର୍ଦ୍ଦେଶର ନିର୍ଦ୍ଧିଷ୍ଟ ଶୁଣାଣୀ କରାଯିବ। ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼