ବୈଦ୍ୟୁତିକ ପ୍ରମାଣରେ ବ୍ୟବସାୟ କ’ଣ ? ଉତ୍ତର ବୈଦ୍ୟୁତିକ ପ୍ରଣାଳୀରେ ବ୍ୟବସାୟର ସଂଜ୍ଞା ଅନୁସାରେ ଏହା ଦ୍ରବ୍ୟ, ସେବା କିମ୍ବା ଉଭୟ ଯୋଗାଣକୁ ବୁଝାଏ । ଡିଜିଟାଲ୍ ଜିନିଷ ଯାହା ଡିଜିଟାଲ ବା ବୈଦ୍ୟୁତିକ ମାଧ୍ୟମଦ୍ଵାରା ହୁଏ ତାହା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । ଇ-ବାଣିଜ୍ୟ ପରିଚାଳକ କିଏ ? ଆଇନର ସଂଜ୍ଞା ଅନୁସାରେ ଇ – ବାଣିଜ୍ୟ ପରିଚାଳକ ହେଉଛି ଯେଉଁ ବ୍ୟକ୍ତି ଯିଏ କର୍ତ୍ତା , ପରିଚାଳନା କରେ ଅବା ଡିଜିଟାଲ କିମ୍ବା ବୈଦ୍ୟୁତିକ ସୁବିଧା ବା ଜନ୍ତ୍ରପାତିକୁ ଦେଖାଶୁଣା କରେ । ଇ – କମର୍ସ ଅପରେଟର ପଞ୍ଜୀକୃତ ହେବା ଅନିବାର୍ଯ୍ୟ କି ? ଇ –ବାଣିଜ୍ୟ ପରିଚାଳକଙ୍କୁ ମୂଲ୍ୟଭିତ୍ତିକ ସର୍ବନିମ୍ନ ପ୍ରଯୁଜ୍ୟ ନୁହେଁ , ତେଣୁ ଯେଉଁ ମୂଲ୍ୟର ଯୋଗାଣ କରୁଥିଲେ ସୁଦ୍ଧା ସେମାନେ ପଞ୍ଜୀକୃତ ହେବାକୁ ବାଧ୍ୟ । ଇ – କମର୍ସ ଅପରେଟରଙ୍କ ଜରିଆରେ ବସ୍ତୁ ଓ ସେବା ଯୋଗାଣକାରୀ କ’ଣ ସର୍ବନିମ୍ନ ଛାଡ ସୀମା ସୁବିଧା ପାଇପାରିବେ ? ନାଁ, ସର୍ବନିମ୍ନ ଛାଡସୀମା ଏମାନଙ୍କୁ ଲାଗୁ ନୁହେଁ ଯେ କୌଣସି ମୂଲ୍ୟର ଯୋଗାଣ କରୁଥିଲେ ମଧ୍ୟ ସେମାନଙ୍କୁ ପଞ୍ଜୀକୃତ ହେବାକୁ ପଡିବ , ତେବେ ଏହି ଆବଶ୍ୟକତା ଯଦି ବୈଦ୍ୟୁତିକ ବାଣିଜ୍ୟ ପରିଚାଳକ ମାଧ୍ୟମରେ ହେଉଥିବ ଯେ କି ଉତ୍ସରେ ବା ପ୍ରଥମରୁ ଟିକସ ଆଦାୟ କରୁଥିବେ । ଜଣେ ଇ –ବାଣିଜ୍ୟ ପରିଚାଳକ ପ୍ରକୃତ ଯୋଗାଣକାରୀଙ୍କ ପରିବର୍ତ୍ତେ ଟିକସ ଦେବା ନିମିତ୍ତ ବାଧ୍ୟ କି ଯଦିଓ ପ୍ରକୃତ ଯୋଗାଣକାରୀ ମାଲିକ କେବଳ ତାଙ୍କ ମାଧ୍ୟମରେ ଦ୍ରବ୍ୟ ବା ସେବା ଯୋଗାଣ କରୁଥିବ ? ହଁ , ଏହା କେବଳ କେତେକ ବିଜ୍ଞପିତ ସେବା ନିମିତ୍ତ ନିର୍ଦ୍ଧିଷ୍ଟ । ସେ କ୍ଷେତ୍ରରେ ଇ- ବାଣିଜ୍ୟ ପରିଚାଳକଙ୍କୁ ଟିକସ ଦେବାକୁ ପଡିବ , ଯଦି ତାଙ୍କ ମାଧ୍ୟମରେ ଯୋଗାଣ ହେଉଥିବ । ଆଇନର ସମସ୍ତ ସର୍ତ୍ତ ତାଙ୍କ ପାଇଁ ଲାଗୁହେବ ସତେ ଯେପରିକି ଇ –ବାଣିଜ୍ୟ ପରିଚାଳକ ନିଜେ ପରିଚାଳକ ନିଜେ ଯୋଗାଣକାରୀ ଏବଂ ସେଥିପାଇଁ କର ଦେବାପାଇଁ ବାଧ୍ୟ । ଯଦି ଇ-ବାଣିଜ୍ୟ ପରିଚାଳକ ବିଜ୍ଞପିତ ସେବା ନିମିତ୍ତ କର ଦେବା ପାଇଁ ବାଧ୍ୟ ତେବେ ସର୍ବନିମ୍ନ ଛାଡସୀମା ତାଙ୍କୁ ପ୍ରଯୁଜ୍ୟ ହେବ କି ? ନା , ଇ – ବାଣିଜ୍ୟ ପରିଚାଳକ ଯାହାଙ୍କ ମାଧ୍ୟମରେ ବିଜ୍ଞପିତ ସେବା ଯୋଗାଣ ହେଉଥିବ ଏବଂ କର ଦେବାକୁ ବାଧ୍ୟ ହେଉଥିବେ , ତାଙ୍କ ପାଇଁ ସର୍ବନିମ୍ନ ଛାଡ ସୀମା ପ୍ରଯୁଜ୍ୟ ହେବନାହିଁ । କର ଆଦାୟ ଉତ୍ସ କ’ଣ ? ଉତ୍ତର ବାଣିଜ୍ୟ ପରିଚାଳକ ତାଙ୍କ ମାଧ୍ୟମରେ ହେଉଥିବା ଯୋଗାଣର ନେଟ୍ – ମୂଲ୍ୟ ଉପରେ ୨% ରୁ ଅଧିକ ହୋଇନଥିବା ,କର ଆଦାୟ କରିବେ , ଯଦିଓ ସେ ଯୋଗାଣର ମୂଲ୍ୟକୁ ନିଜେ ଆଦାୟ କରୁଥିବେ, ଏହି ଯୋଗାଣର ମୂଲ୍ୟ ରାଶିକୁ କର ଆଦାୟର ଉତ୍ସ ବୋଲି କୁହାଯାଏ । ଇ –ବାଣିଜ୍ୟ ପରିଚାଳକମାନଙ୍କ ଗରାଖମାନେ ସାଧାରଣତଃ ଦ୍ରବ୍ୟମାନ ଫେରାଇ ଦେଇଥାନ୍ତି , ସେପରି କ୍ଷେତ୍ରରେ ଫେରନ୍ତ ଜିନିଷକୁ କିପରି ସମତୁଲ କରାଯିବ ? ଇ – ବାଣିଜ୍ୟ ପରିଚାଳକମାନଙ୍କ କେବଳ କରଯୋଗ୍ୟ ଯୋଗାଣର ନେଟ୍ – ମୂଲ୍ୟ ଉପରେ ଟିକସ ଦେବେ । ଅନ୍ୟ ଭାଷାରେ ଫେରି ଆସିଥିବା ଜିନିଷର ମୂଲ୍ୟ ସମୁଦାୟ କାରବାର ମୂଲ୍ୟରୁ ଅନ୍ତର କରାଯିବ । ଚରଯୋଗ୍ୟ ଯୋଗାଣର ନେଟ୍ ମୂଲ୍ୟ କହିଲେ କ’ଣ ବୁଝାଯାଏ ? ନିଜେ ସମ୍ପୂର୍ଣ୍ଣ କର ଦେଉଥିବା ଦ୍ରବ୍ୟ , ସେବା ଅବା ଉଭୟ ଯୋଗାଣ ବ୍ୟତିରେକ ଅନ୍ୟ ସମସ୍ତ ପଞ୍ଜିକୃତ ବ୍ୟକ୍ତିଙ୍କର ଯେକୌଣସି ମାସରେ ଦ୍ରବ୍ୟ , ସେବା ବା ଉଭୟର ଯୋଗାଣର ମୂଲ୍ୟକୁ କର ଯୋଗ୍ୟ ଯୋଗାଣର ନେଟ୍ ମୂଲ୍ୟ କୁହାଯାଏ । ଅବଶ୍ୟ ଏଥିରେ ଫେରି ଆସିଥିବା ଯୋଗାଣର ମୂଲ୍ୟ ଅନ୍ତର୍ଭୁକ୍ତ ନୁହେଁ । ପ୍ରତ୍ୟକ ଇ-ବାଣିଜ୍ୟ ପରିଚାଳକ ପ୍ରକୃତ ଯୋଗାଣକାରୀଙ୍କ ତରଫରୁ ଟିକସ ଆଦାୟ କରିବେ କି ? ହଁ, ଯେଉଁଠି ଇ –ବାଣିଜ୍ୟ ପରିଚାଳକ ନିଜେ ଯୋଗାଣର ମୂଲ୍ୟ ଆଦାୟ କରୁଥିବେ ସେଠି ତାଙ୍କୁ ଟିକସ ଦେବାକୁ ପଡିବ । ଇ –ବ୍ୟବସାୟ ପରିଚାଳକ କେଉଁ ସମୟରେ ଏହା ଆଦାୟ କରିବେ ? ଯେଉଁ ମାସରେ ଯୋଗାଣ ହେଉଥିବ ସେହି ମାସରେ ଇ –ବ୍ୟବସାୟ ପରିଚାଳକ ଏହା ଆଦାୟ କରିବେ । ଇ –ବ୍ୟବସାୟ ପରିଚାଳକ କେତେବେଳେ ଉତ୍ସରୁ ଆଦାୟ ହେଉଥିବା ଟି.ସି.ଏସ୍.କୁ ସରକାରୀ ଜମା ଖାତାରେ ପୈଠ କରିବେ ? ଆଦାୟ ହୋଇଥିବା ରାଶିକୁ ଇ-ବ୍ୟବସାୟ ପରିଚାଳକ ମାସ ସରିବାର ୧୦ଦିନ ମଧ୍ୟରେ ନିର୍ଦ୍ଧିଷ୍ଟ ସରକାରୀ ଜମା ଖାତାରେ ପୈଠ କରିବେ । ପ୍ରକୃତ ଯୋଗାଣକାରୀ କିପରି ଉତ୍ସରୁ ଆଦାୟ ହୋଇଥିବା ଟିକସକୁ ଜମା ହୋଇଛି ବୋଲି ଦାବି କରିପାରିବେ ? ଆପରେଟରଙ୍କ ଦ୍ଵାରା ଫାଇଲ ହୋଇଥିବା ସୂଚନା ଭିତ୍ତିରେ ପ୍ରକୃତ ପଞ୍ଜିକୃତ ଯୋଗାଣକାରୀଙ୍କ (ଯାହାଙ୍କ ଏକାଉଣ୍ଟରୁ ଟିସିଏସ୍ ସଂଗୃହୀତ ହୋଇଛି ) କ୍ୟାସ ଲେଜରରେ ସରକାରୀ ଏକାଉଣ୍ଟରେ ଜମା ଅର୍ଥ ପ୍ରଦର୍ଶିତ ହେବ । ଅପରେଟର ଯୋଗାଣକାରୀଙ୍କ ଟିସିଏସ୍ କୁ ସରକାରୀ ଏକାଉଣ୍ଟରେ ଜମା କରିଥାନ୍ତି । ଠିକ୍ ସେହିପରି ପ୍ରକୃତ ଯୋଗାଣକାରୀଙ୍କ ଦ୍ଵାରା ହୋଇଥିବା ଯୋଗାଣ ଦୃଷ୍ଟିରୁ ଟିକସ ଦେୟ ପରିଶୋଧବେଳେ ମଧ୍ୟ ଉପରୋକ୍ତ ପ୍ରଣାଳୀ ବ୍ୟବହୃତ ହୋଇଥାଏ । ଇ-କମର୍ସ ଅପରେଟର କୌଣସି ଜମାନବନ୍ଦୀ ଦାଖଲ କରିବା ଆବଶ୍ୟକ କି ? ଜମାନବନ୍ଦୀରେ କେଉଁ ପ୍ରକାର ବିବରଣୀ ଦାଖଲ କରାଯିବ ? ଇ –ବ୍ୟବସାୟ ପରିଚାଳକଙ୍କ ଦେଇଥିବା ଲେଖା ଆଧାରରେ ଉତ୍ସରୁ ଆଦାୟ ହୋଇଥିବା ଟିକସ ଏବଂ ନିର୍ଦ୍ଧିଷ୍ଟ ସରକାରଙ୍କ ଜମାଖାତାରେ ପୈଠ ହୋଇଥିବା ଟିକସ ପଞ୍ଜିକୃତ ପ୍ରକୃତ ଯୋଗାଣକାରୀଙ୍କ ଜମା ଖର୍ଚ୍ଚ ପାଞ୍ଜିରେ ପ୍ରଦର୍ଶିତ ହେବ , ପ୍ରକୃତ ଯୋଗାଣକାରୀ ଏହି ରାଶି ତାଙ୍କର ଟିକସ ପୈଠ ବାବଦକୁ ବ୍ୟବହାର କରି ପାରିବେ । ଟିକସ ଅଧିକାରଙ୍କ କୌଣସି ଅଧିକା କ୍ଷମତା ପ୍ରଦାନ କରାଯାଇ ଅଛି କି ? ଉତ୍ତର ଡେପୁଟି କମିଶନର ତାଙ୍କ ଉପର ଅଧିକାରୀଙ୍କୁ ବୈଦ୍ୟୁତିକ ପରିଚାଳକଙ୍କୁ ନୋଟିସ ପଠାଇବାର ୧୫ କାର୍ଯ୍ୟ ଦିବସ ମଧ୍ୟରେ କୌଣସି ନିର୍ଦ୍ଧିଷ୍ଟ ବିବରଣୀ ପ୍ରଦାନ କରିବାପାଇଁ ନୋଟିସ୍ ଜାରୀ କରିପାରିବେ । ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼