କେଉଁ କ୍ଷମତା ବଳରେ ଜିଏସ୍ ଟି ଲାଗୁ କରାଯାଇପାରିବ ? ସମ୍ବିଧାନର ୨୪୬ (କ) ଧାରା ଯାହାକି ୧୦୧ ତମ ସାମ୍ବିଧାନିକ ସଂଶୋଧନ ଆଇନ , ୨୦୧୬ ଉପସ୍ଥାପିତ ହୋଇଛି , ତାହା ସଂସଦ ଏବଂ ରାଜ୍ୟ ବିଧାନସଭାଗୁଡିକୁ କେନ୍ଦ୍ରୀୟ ଟିକସ (ସି.ଜି.ଏସ୍.ଟି) ପ୍ରାଦେଶିକ ଟିକସ (ଏସ୍.ଜି.ଏସ୍.ଟି) କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଟିକସ (ୟୁ.ଟି.ଜି.ଏସ୍.ଟି) ପାଇଁ ଆଇନ ପ୍ରଣୟନ କରିବାକୁ ସମ୍ମିଳିତ କ୍ଷମତା ପ୍ରଦାନ କରିଛି । ଏହାଛଡା ସମ୍ବିଧାନର ୨୪୬(କ)ର ଦଫା – ୨ ସହିତ ୨୬୯ (କ) ସଂସଦକୁ ଆନ୍ତଃ – ରାଜ୍ୟ ବାଣିଜ୍ୟ କାରବାର (ଆଇ.ଜି.ଏସ୍.ଟି) ପାଇଁ ଆଇନ ପ୍ରଣୟନ କରିବାକୁ ବିଶେଷ କ୍ଷମତା ପ୍ରଦାନ କରିଛି । ଜିଏସ୍ ଟି କର କେଉଁ ସ୍ଥିତିରେ ବସିବ ? ଯେତେବେଳେ ଦ୍ରବ୍ୟ କିମ୍ବା ସେବା କିମ୍ବା ଉଭୟ ଦ୍ରବ୍ୟ ଓ ସେବା ଯୋଗାଣ ହେବ , ସେତେବେଳେ ଜି.ଏସ୍.ଟି. କର ବସିବ । ରାଜ୍ୟର ଆଭ୍ୟନ୍ତରୀଣ ଦ୍ରବ୍ୟ ଓ ସେବା ଯୋଗାଣ ଉପରେ ସିଜିଏସ୍ ଟି ଓ ଏସ୍ ଜିଏସ୍ ଟି /ୟୁଟିଜିଜିଏସ୍ ଟି ବସିବ ; କିନ୍ତୁ ଆନ୍ତଃ ରାଜ୍ୟ ଯୋଗାଣ ଉପରେ କେବଳ ଆଇଜିଏସ୍ ଟି ବସିବ । ବିନା ପ୍ରାପ୍ୟର ଯୋଗାଣ ଜି.ଏସ୍. ଟି ଆଇନ୍ ରେ ଯୋଗାଣ ଭାବରେ ପରିଗଣିତ ହେବ କି ? ହଁ , ଯଦି ଏହି କାର୍ଯ୍ୟମାନ ସି. ଜି.ଏସ୍.ଟି / ଏସ୍. ଜି.ଏସ୍.ଟି ଆଇନର ଅନୁଚ୍ଛେଦ - ୧ ରେ ଲିଖିତ ଥିବ ତେବେ ତାହା ଜି.ଏସ୍. ଟି ଆଇନ ପରିସରଭୁକ୍ତ ହେବ । ଏହି ଅନୁଚ୍ଛେଦ – ୧କୁ ଆଇ.ଜି.ଏସ୍ .ଟି ଏବଂ ୟୁ.ଟି.ଜି.ଏସ୍.ଟି ଆଇନରେ ଗ୍ରହଣ କରାଯାଇଛି । ଦାତବ୍ୟ ଅନୁଷ୍ଠାନ ଦ୍ଵାରା ଦିଆଯାଉଥିବା ଅତ୍ୟାବଶ୍ୟକ ଦ୍ରବ୍ୟକୁ କର ଉପଯୋଗୀ ରୂପେ ପରିଗଣନା କରାଯିବ କି ? କୌଣସି ଯୋଗାଣ ଜି.ଏସ୍ .ଟି ଆଇନରେ କର ଉପଯୋଗୀ ହେବା ନିମିତ୍ତ , ଦେଣନେଣ ବ୍ୟବସାୟିକ ଭିତ୍ତିରେ ହେବା ଆବଶ୍ୟକ । ଯେହେତୁ ଯୋଗାଣର ଏହି ଯୋଗାଣର କୌଣସି ପ୍ରତ୍ୟାଶା ନାହିଁ , ତାହା ଜି.ଏସ୍.ଟି ଆଇନରେ ଥିବା ଯୋଗାଣ ବୋଲି ଅଣାଯିବନାହିଁ । ଦ୍ରବ୍ୟ ଓ ସେବା ଯୋଗାଣର ଦେଣନେଣ କାରବାରକୁ କିଏ ବିଜ୍ଞପିତ କରି ପାରିବ ? ଜି.ଏସ୍.ଟି ପରିଷଦର ସୁପାରିଶ ଅନୁସାରେ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଯେକୌଣସି କାର୍ଯ୍ୟ ବା କାରବାରକୁ କେବଳ ଦ୍ରବ୍ୟ କାରବାର ଏବଂ ସେବା କାରବାର ନୁହେଁ କିମ୍ବା କେବଳ ସେବା କାରବାର ଓ ଦ୍ରବ୍ୟ କାରବାର ନୁହେଁ କିମ୍ବା ଦ୍ରବ୍ୟ ଅବା ସେବା କାରବାର ପର୍ଯ୍ୟାୟରେ କୌଣସିଟି ନୁହେଁ , ହିସାବରେ ପର୍ଯ୍ୟାୟଭୁକ୍ତ କରିପାରିବେ । ବିମିଶ୍ର କାରବାର ଓ ସମିଶ୍ର କାରବାର କ’ଣ ? ଏମାନେ ପରସ୍ପରଠାରୁ କିପରି ଭାବେ ପୃଥକ ଅଟନ୍ତି ? ବିମିଶ୍ର ଯୋଗାଣ ହେଉଛି ସେହି ଯୋଗାଣ ଯେଉଁ ଯୋଗାଣରେ ଦୁଇ ବା ତତୋଧିକ କରଯୁକ୍ତ ଦ୍ରବ୍ୟ କିମ୍ବା ସେବା କିମ୍ବା ଉଭୟ କର ଓ ସେବା ପ୍ରାକୃତିକ ଭାବରେ ବନ୍ଧିତ ହୋଇ ରହିଥାଏ ଏବଂ ତାହା ସାଧାରଣ ବ୍ୟବସାୟିକ ଦିଆ – ନିଆ ପରିପ୍ରେକ୍ଷୀରେ ବିମିଶ୍ରିତ ଭାବେ ବିତରଣ କରାଯାଏ ; କିନ୍ତୁ ସେଥିମଧ୍ୟରୁ ଗୋଟିଏକୁ ମୁଖ୍ୟ ଭାବରେ ବିବେଚିତ ହୁଏ । ଉଦାହରଣ ସ୍ୱରୂପ , ଜଣେ ଗ୍ରାହକ ଟି. ଭି କିଣିଲେ , ସେ ତା’ ସହିତ ୱାରେଣ୍ଟି ଏବଂ ତଦାରଖ ଚୁକ୍ତିଟିଏ ମଧ୍ୟ ପାଇଥାଏ । ଏହା ଏକ ବିମିଶ୍ରିତ ଯୋଗାଣ ଅଟେ । ଏହି ଉଦାହରଣରେ ଯେତେବେଳେ ଟି. ଭି ମୁଖ୍ୟ ଯୋଗାଣ ଅଟେ , ୱାରେଣ୍ଟି ଏବଂ ତଦାରଖ ଚୁକ୍ତି ଗୌଣ ହିସାବରେ ବିବେଚନା କରାଯାଏ । ଅପରପକ୍ଷରେ ଏକ ମିଶ୍ରିତ ଯୋଗାଣ ହେଉଛି ଯେଉଁ ଯୋଗାଣ ହେଉଛି ଯେଉଁ ଯୋଗାଣ ଭିନ୍ନ ଭିନ୍ନ ବା ସେବା କିମ୍ବା ଉଭୟ ଦ୍ରବ୍ୟ ଓ ସେବା ସମୁଦାୟ ଗୋଟିଏ ଦାମରେ ମିଶାମିଶି ଭାବରେ ଦିଆଯାଏ । ଯଦିଓ ପ୍ରତ୍ୟକ ଦ୍ରବ୍ୟ ଓ ସେବା ଅଲଗା ଅଲଗା ଭାବରେ ଦିଆଯାଇ ପାରିବ । ଉଦାହରଣସ୍ୱରୂପ ଗୋଟିଏ ଦୋକାନୀ ଫ୍ରିଜ ସହିତ ପାଣି ବୋତଲ ଦେଉଛି । ଏଠାରେ ପାଣି ବୋତଲ ଦେଉଛି । ଏଠାରେ ପାଣି ବୋତଲ ଓ ଫ୍ରିଜ ଅଲଗା ଅଲଗା ଭାବରେ ମଧ୍ୟ ବିକ୍ରି କରାଯାଇ ପାରିବ । ବିମିଶ୍ରିତ ଯୋଗାଣ ଓ ମିଶ୍ରିତ ଯୋଗାଣକୁ ଜି.ଏସ୍.ଟି . ଆଇନରେ କିପରି ଭାବେ ବିବେଚନା କରାଯିବ ? ବିମିଶ୍ରିତ ଯୋଗାଣରେ ଥିବା ମୁଖ୍ୟ ଉପାଦାନକୁ ସମଗ୍ର ଯୋଗାଣ ହିସାବରେ ଧରାଯିବା ; କିନ୍ତୁ ମିଶ୍ର ଯୋଗାଣରେ ଯେଉଁ ଉପାଦାନ ବା ଯୋଗାଣ ସବୁଠାରୁ ଅଧିକ କରଯୁକ୍ତ ହୋଇଥିବ , ସମଗ୍ର ଯୋଗାଣକୁ ସେହି ଉପାଦାନର ଯୋଗାଣ ହିସାବରେ ଧରାଯିବା । ପ୍ରତ୍ୟକ ଦ୍ରବ୍ୟ ଏବଂ ସେବା ଯୋଗାଣ ଜି.ଏସ୍ .ଟି. କର ବସି ପାରିବ କି ? ମାନବ ଗ୍ରହଣୀୟ ଆଲ୍ କେହୋଲିକ୍ ମଦକୁ ଛାଡିଦେଲେ ଅନ୍ୟ ପ୍ରତ୍ୟକ ଦ୍ରବ୍ୟ ଓ ସେବା ଯୋଗାଣ ଉପରେ ଜି.ଏସ୍.ଟି କର ବସି ପାରିବ । କିନ୍ତୁ ଅଶୁଦ୍ଧ ପେଟ୍ରୋଲିୟମ , ହାଇସ୍ପିଡ ଡିଜେଲ , ପେଟ୍ରୋଲ ବା ମୋଟ ସ୍ପିରିଟ , ପ୍ରାକୃତିକ ଗ୍ୟାସ , ଉଡାଜାହାଜରେ ଲାଗୁଥିବା ଟର୍ବାଇନ ଇନ୍ଧନ ଉପରେ ଭବିଷ୍ୟତରେ କୌଣସି ଏକ ତାରିଖଠାରୁ ଜି.ଏସ୍.ଟି କର ଲାଗିବ । ଜି.ଏସ୍.ଟି ପରିଷଦର ଅନୁମୋଦନରେ ସରକାର ସେହି ଭବିଷୟା ତାରିଖ ନିର୍ଦ୍ଧାରଣ କରିବ । ବିପରୀତ କର ବ୍ୟବସ୍ଥା କହିଲେ କ’ଣ ବୁଝାଯାଏ ? ଦ୍ରବ୍ୟ ବା ସେବା ଯୋଗାଣକାରୀ ପରିବର୍ତ୍ତେ ବିଜ୍ଞାପିତ କୌଣସି ଦ୍ରବ୍ୟ କିମ୍ବା ସେମା ଗ୍ରହଣକାରୀ ଜି.ଏସ୍.ଟି. କର ଦେବାକୁ ବାଧ୍ୟ ହେଲେ , ତାହାକୁ ବିପରୀତ କର ବ୍ୟବସ୍ଥା କୁହାଯାଏ । ଏହି ବିପରୀତ କର ବ୍ୟବସ୍ଥା କେବଳ ସେବା ନିମିତ୍ତ ଉଦ୍ଦିଷ୍ଟ କି ? ନା, ବିପରୀତ କର ବ୍ୟବସ୍ଥା ସରକାରଙ୍କ ଦ୍ଵାରା ବିଜ୍ଞାପିତ ହୋଇଥିବା ଯେକୌଣସି ଦ୍ରବ୍ୟ କିମ୍ବା ସେବା ଉପରେ ଲଗାଯାଇପାରେ । ଜଣେ ଅନପଞ୍ଜିକୃତ ବ୍ୟକ୍ତିଠାରୁ ଯୋଗାଣ ପାଇଲେ ତାହାର ପରିଣାମ କ’ଣ ? ଯଦି ଜଣେ ଅନପଞ୍ଜିକୃତ ବ୍ୟକ୍ତିଠାରୁ ଯୋଗାଣ ମିଳେ ତେବେ ପଞ୍ଜିକୃତ ଗ୍ରହଣକାରୀ ବିପରୀତ କର ବ୍ୟବସ୍ଥାରେ ଜି.ଏସ୍.ଟି. କର ଦେବାକୁ ବାଧ୍ୟ । ଜଣେ ଯୋଗାଣକାରୀ କିମ୍ବା ଗ୍ରହଣକାରୀ ହୋଇନଥିଲେ ସେ କର ଦେଇ ପାରିବେ କି ? ହଁ , କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଦ୍ଵାରା ବିଜ୍ଞାପିତ ହୋଇଥିବା କେତେକ ସେବା ଉପରେ ଯେଉଁ ଇଲେକ୍ଟ୍ରୋନିକ ବ୍ୟବସାୟୀ ପରିଚାଳକଙ୍କ ମାଧ୍ୟମରେ ଏହି ସେବାଗୁଡିକ ପ୍ରଦାନ କରାଯାଉଥିବ ସେ କର ଦେବାକୁ ବାଧ୍ୟ ହେବେ , ଯେପରି ଜଣେ ଯୋଗାଣକାରୀ ଆଇନତଃ ଏହି କର ଦିଏ । ସଂଯୋଜକ ପରିଯୋଜନାରେ ଟିକସ ଦେବା ନିମିତ୍ତ ସର୍ବୋଚ୍ଚ କାରବାର ଇଚ୍ଛାଧୀନ ସୀମା କେତେ ? ବିଗତ ଆର୍ଥିକ ବର୍ଷରେ ୫୦ ଲକ୍ଷରୁ ଅଧିକ କାରବାର ଯୋଗାଣ ହୋଇନଥିଲେ ସନଯୋଜିତ ପରିଯୋଜନା ଲାଗୁ ହୋଇପାରିବ । ଚଳନ୍ତି ଆର୍ଥିକ ବର୍ଷରେ ଜଣେ ୫୦ ଲକ୍ଷ କାରବାର ପର୍ଯ୍ୟନ୍ତ ସନଯୋଜିତ ପରେ ଯୋଜନାର ଉପକାର ଉପଲବ୍ଧ କରିପାରିବ । ସନଯୋଜିତ ପରିଯୋଜନା ଟିକସ ହାର କ’ଣ ? ବିଭିନ୍ନ ଖଣ୍ଡ ଭିନ୍ନ ଭିନ୍ନ ଟିକସ ହାରର ବ୍ୟବସ୍ଥା ଅଛି । ଜଣେ ସାଧାରଣ ଦ୍ରବ୍ୟ ଯୋଗାଣକାରୀ (ବ୍ୟବସାୟୀ) ଙ୍କ ନିମିତ୍ତ ଏହା ସେହି ପ୍ରଦେଶ କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଥିବା ସମ୍ପୂର୍ଣ୍ଣ କାରବାର ଉପରେ ଟିକସ ୦.୫% ଅଟେ । ଯଦି ବ୍ୟକ୍ତିଜଣକ ଜଣେ ଦ୍ରବ୍ୟ ଉପାଦାନକାରୀ ହୋଇଥାଏ ତେବେ ତାହାପାଇଁ ସଜୋଜିତ ପରିଯୋଜନାର ଟିକସ ହାର ୧% ରହିବ । ରେସ୍ତୋରାଁ ସେବା ଉପରେ ଏହା ସମ୍ପୂର୍ଣ୍ଣ କାରବାରର ୨.୫% ଅଟେ । ଏହା ଟିକସ ହାରଗୁଡିକ କେବଳ ଗୋଟିଏ ଆଇନ ଅଧିନ ଅଟେ । ସେହିପରି ଅନ୍ୟ ଆଇନ ଅନୁସାରେ ଏହି ଟିକସ ହାରଗୁଡିକ ପ୍ରଯୁଜ୍ୟ ହେବ । ତେଣୁ ବାସ୍ତବରେ ସି. ଜି.ଏସ୍.ଟି ଓ ଏସ୍. ଜି.ଏସ୍.ଟି /ୟୁ.ଟି.ଏସ୍. ଜି.ଏସ୍.ଟି ଆଇନ୍ ରେ ଟିକସ ହାର ଯଥାକ୍ରମେ ୧%,୨% ଓ ୫% ଜଣେ ସାଧାରଣ ଯୋଗାଣକାରୀ , ଉତ୍ପାଦନକାରୀ ଓ ରେସ୍ତୋରାଁ ସେବା ଉପରେ ପଡିବ । ସମ୍ବନ୍ଧିତ ପରିଯୋଜନାକୁ ଆପଣଉଥିବା ଜଣେ ବ୍ୟକ୍ତିର ସମସ୍ତ କାରବାର ଯଦି ଆର୍ଥିକ ବର୍ଷରେ ମଧ୍ୟଭାଗରେ ମନେକରାଯାଉ ଡିସେମ୍ବରରେ ୫୦ ଲକ୍ଷ ଅତିକ୍ରମ କରେ , ତେବେ ସେହି ବ୍ୟକ୍ତିଙ୍କୁ ଆର୍ଥିକ ବର୍ଷ ଶେଷ ମାନେ ମାର୍ଚ୍ଚ – ୩୧ ପର୍ଯ୍ୟନ୍ତ ସମ୍ବନ୍ଧିତ ପରିଯୋଜନାରେ ଟିକସ ଦେବାକୁ ଛଡାଯିବ କି ନାହିଁ । ନା, ଏକ ଆର୍ଥିକ ବର୍ଷର ଯେଉଁଦିନ ସମ୍ପୂର୍ଣ୍ଣ କାରବାର ୫୦ ଲକ୍ଷ ଅତିକ୍ରମ କରିବ ସେହିଦିନଠାରୁ ସମ୍ବନ୍ଧିତ ପରିଯୋଜନା ଲାଗୁ ହେବନାହିଁ । ଜଣେ ଏକାଧିକ ପଞ୍ଜିକୃତ ବ୍ୟକ୍ତି କେବଳ ତାଙ୍କର ନିର୍ଦ୍ଧିଷ୍ଟ କେତେକ ପଞ୍ଚକରଣ ପାଇଁ ଏହି ସମ୍ବନ୍ଧିତ ଯୋଜନାର ଉପଭୋକ୍ତା ହୋଇ ପାରିବେ କି ନାହିଁ ? ଗୋଟିଏ ପ୍ୟାନ ନମ୍ବର ଥିବା ଅନେକ ପଞ୍ଜିକୃତ ବ୍ୟକ୍ତି ଏହି ସମ୍ବନ୍ଧିତ ପରିଯୋଜନାରେ ରହିପାରିବେ । ଯଦି ଏଥି ମଧ୍ୟରୁ କେହି ଜଣେ ସାଧାରଣ ଯୋଜନାରେ ଟିକସ ଦେବାକୁ ଇଚ୍ଛା କରନ୍ତି ତେବେ ଅନ୍ୟମାନେ ମଧ୍ୟ ସମ୍ବନ୍ଧିତ ପରିଯୋଜନାର ପରିସରରୁ ବାହାର ହେବେ । ଜଣେ ଦ୍ରବ୍ୟ ଉତ୍ପାକ ଓ ସେବା ପ୍ରଦାନକାରୀ ଏହି ସମ୍ବନ୍ଧିତ ପରିଯୋଜନା ଉପଯୋଗ କରିପାରିବେ କି ନାହିଁ ? ହଁ, ସାଧାରଣ ଏକ ଦ୍ରବ୍ୟ ଉତ୍ପାଦକ ସମ୍ବନ୍ଧିତ ପରିଯୋଜନା ଉପଯୋଗଗା କରିପାରିବେ ; କିନ୍ତୁ ଜଣେ ଦ୍ରବ୍ୟ ଉତ୍ପାଦକ , ଜି.ଏସ୍.ଟି. ପରିଷଦର ସୁପାରିସ ପରେ ବିଜ୍ଞାପିତ ହେଲେ ଏହା ଉପଯୋଗ କରିପାରିବେନି । ରେସ୍ତୋରାଁ ବିତ୍ୟରେକ କୌଣସି ସେବା ପ୍ରଦାନକାରୀ ଏହି ପରିଯୋଜନାର ପରିସରରେ ରହି ପାରିବେନି । କେଉଁମାନେ ସଂଯୋଜନା ପରିଯୋଜନା ପାଇଁ ଯୋଗ୍ୟ ଅଟନ୍ତି ? ମୋଟାମୋଟି ଭାବରେ ପାଞ୍ଚ ପ୍ରକାର ପଞ୍ଜିକୃତ ବ୍ୟକ୍ତିମାନେ ସମ୍ବନ୍ଧିତ ଯୋଜନା ପାଇଁ ଯୋଗ୍ୟ ବିବେଚିତ ନୁହଁନ୍ତି । ସେମାନେ ହେଲେ – (୧) ରେସ୍ତୋରାଁ ବ୍ୟତିରେକ ଅନ୍ୟ ସେବା ଯୋଗାଣକାରୀଗଣ ; (୨) ସି. ଜି.ଏସ୍.ଟି /ଏସ୍. ଜି.ଏସ୍.ଟି /ୟୁ.ଟି.ଏସ୍. ଜି.ଏସ୍.ଟି କରଯୁକ୍ତ ହୋଇନଥିବା ଦ୍ରବ୍ୟଗୁଡିକର ଯୋଗାଣକାରୀ ; (୩) ଅନ୍ତଃ ରାଜ୍ୟ ଦ୍ରବ୍ୟ ଯୋଗାଣକାରୀଗଣ ; (୪) ଇଲେକ୍ଟ୍ରୋନିକ୍ସ ବାଣିଜ୍ୟ ପରିଚାଳକ ମାଧ୍ୟମରେ ଦ୍ରବ୍ୟ ଯୋଗାଣକାରୀ ; (୫) କେତେକ ବିଜ୍ଞାପିତ ପଦାର୍ଥର ଉତ୍ପାଦନକାରୀ । ସଂଯୋଜନ ପଦ୍ଧତିଭୁକ୍ତ ଟିକସଦାତା ଇନପୁଟ ଟ୍ୟାକ୍ସ କ୍ରେଡିଟ ପାଇପାରିବେ କି ? ନା , ସଂଯୋଜନ ପଦ୍ଧତିଭୁକ୍ତ ଟିକସଦାତା ଇନ୍ ପୁଟ୍ ଟ୍ୟାକ୍ସ କ୍ରେଡିଟ ପାଇଁ ଯୋଗ୍ୟ ବିବେଚିତ ହେବେନାହିଁ । ସଂଯୋଜନ ପରିଯୋଜନା ଅନ୍ତର୍ଭୁକ୍ତ କୌଣସି ପଞ୍ଜିକୃତ ବ୍ୟକ୍ତିଙ୍କଠାରୁ ଦ୍ରବ୍ୟ ବା ସେବା କିଣୁଥିବା ବ୍ୟକ୍ତି ଇନ୍ ପୁଟ୍ ଟ୍ୟାକ୍ସ କ୍ରେଡିଟ ପାଇପାରିବେ କି ନାହିଁ ? ନା , ସଂଯୋଜନ ପଦ୍ଧତିଭୁକ୍ତ ଟିକସଦାତାଙ୍କ ଠାରୁ ସାମଗ୍ରୀ କ୍ରୟ କରୁଥିବା ଗ୍ରାହକ ସଂଯୋଜକ ଇନ୍ ପୁଟ୍ କ୍ରେଡିଟ ପାଇବାକୁ ଯୋଗ୍ୟ ବିବେଚିତ ହେବନାହିଁ । କାରଣ ସଂଯୋଜନା ପରିସରଭୁକ୍ତ ଯୋଗାଣକାରୀ ଟିକସ ଇନ୍ ଭଏସ ପ୍ରଦାନ କରିପାରିବେ ନାହିଁ । ଗ୍ରାହକମାନଙ୍କ ଠାରୁ ସଂଯୋଜନା ଟିକସ ଆଦାୟ ହୋଇପାରିବ କି ? ନା, ସଂଯୋଜନ ପଦ୍ଧତିଭୂକ୍ତ ପଞ୍ଜିକୃତ ବ୍ୟକ୍ତି ଟିକସ କରିବାପାଇଁ ଅନୁମତି ପ୍ରାପ୍ତ ନୁହଁନ୍ତି । ଏହାର ଅର୍ଥ ସଂଯୋଜକ ପରିସରଭୁକ୍ତ ଯୋଗାଣକାରୀ ଟିକସ ଇନ୍ ଭଏସ ପ୍ରଦାନ କରିପାରିବେ ନାହିଁ । ସଂଯୋଜନା ପରିଯୋଜନାର ଯୋଗ୍ୟତାପାଇଁ କିପରି ମୋଟ ଦେଣନେଣର ହିସାବ କରାଯିବ ? ମୋଟ ଦେଣନେଣ ହିସାବର ପ୍ରଣାଳୀ ଧାରା – ୨ (୬)ରେ ଦିଆଯାଇଛି । ସେହି ଅନୁସାରେ ମୋଟ ଦେଣନେଣମାନେ ଗୋଟିଏ ପ୍ୟାନ ଆଧାରରେ ବିକ୍ରି କରାଯାଉଥିବା ସମସ୍ତ ଯୋଗାଣ (କରଯୁକ୍ତ ଯୋଗାଣ + କରରହିତ ଯୋଗାଣ + ରପ୍ତାନି +ଆନ୍ତଃରାଜ୍ୟ ଯୋଗାଣ); କିନ୍ତୁ ଏଥିରେ ସି.ଜି.ଏସ୍.ଟି କର , ଏସ୍.ଜି.ଏସ୍.ଟି. କର କେନ୍ଦ୍ରଶାସିତ ଅଞ୍ଚଳର ଜି.ଏସ୍.ଟି. କର , ସମନ୍ଵିତ କର ଏବଂ କ୍ଷତିପୂରଣ ସେବା ମିଶିବନାହିଁ । ଏତଦ୍ ବ୍ୟତୀତ କିନାଯାଉଥିବା ଯୋଗାଣ , ଯାହା ଉପରେ ବିପରୀତ କର ଦିଆଯାଉଥିବା ତାହା ମଧ୍ୟ ଏହି ମୋଟ ଦେଣନେଣରୁ ବାଦ ଦିଆଯିବ । ଯଦି କୌଣସି ସଂଯୋଜିତ ପରିଯୋଜନାର ସର୍ତ୍ତାବଳୀ ଖଣ୍ଡନ କରୁଥିବା କୌଣସି ବ୍ୟକ୍ତି ଏହି ଯୋଜନାକୁ ଉପଯୋଗ କଲେ ତାଙ୍କ ପ୍ରତି କ’ଣ ଦଣ୍ଡ ବିଧାନ କରାଯାଇଛି । ଯଦି ସଂଯୋଜିତ ପରିଯୋଜନାପାଇଁ ଯୋଗ୍ୟତା ନଥାଇ ଜଣେ କରଦାତା କର ବା ଟିକସ ଦିଏ , ତେବେ ଧାରା ୭୩ ଓ ୭୪ ଅନୁଯାୟୀ ସେ ଦଣ୍ଡିତ ହେବ ଏବଂ କର ନିଧାର୍ଯ୍ୟ କରାଯିବ । ସରକାରଙ୍କୁ କୌଣସି ଯୋଗାଣ ଉପରେ ଟିକସ ରିହାତି ଦେବାକୁ ଜି.ଏସ୍.ଟି . ଆଇନ କ୍ଷମତା ପ୍ରଦାନ କରିଅଛି କି ? ହଁ , ସର୍ବସାଧାରଣଙ୍କ ହିତ ଦୃଷ୍ଟିରୁ , ଜି.ଏସ୍.ଟି ପରିଷଦର ସୁପାରିସ ଅନୁସାରେ କେନ୍ଦ୍ର ବା ପ୍ରାଦେଶିକ ସରକାର କୋଣସି ଦ୍ରବ୍ୟ ବା ସେବା ଯୋଗାଣ ଉପରେ ଆଂଶିକ ବା ସମ୍ପୂର୍ଣ୍ଣ ଭାବରେ ବା ସର୍ତ୍ତଭିତ୍ତିକ ଭାବରେ କର ରିହାତି ଦେଇ ପାରିବେ । ପୁନଶ୍ଚ କୌଣସି ଅସାଧାରଣ ପରିସ୍ଥିତିରେ ସରକାର ଏକ ସ୍ଵତନ୍ତ୍ର ଆଦେଶରେ ଯେକୌଣସି ଦ୍ରବ୍ୟ ବା ସେବା କିମ୍ବା ଉଭୟ ଦ୍ରବ୍ୟ ଓ ସେବା ଉପରେ କର ରିହାତି ଦେଇ ପାରିବେ । ଏପରି ଯେକୌଣସି ରିହାତି ଦିଆଗଲେ ତାହା ଏସ୍.ଜି.ଏସ୍.ଟି. ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜି.ଏସ୍.ଟି. ଆଇନ ଅନୁସାରେ ରିହାତି ଦିଆଯାଇଛି ବୋଲି ପରିଗଣିତ ହେବାପାଇଁ ଏହି ଆଇନରେ ବ୍ୟବସ୍ଥା ଅଛି । ଯଦି କୌଣସି ଦ୍ରବ୍ୟ ବା ସେବା ବା ଭୟ ଉପରେ ସମ୍ପୂର୍ଣ୍ଣ କର ରିହାତି ଦିଆଯାଇଥାଏ ତେବେ କୌଣସି ବ୍ୟକ୍ତି କର ଦେୟ ଦେଇ ପାରିବେ କି ? ନା, କୌଣସି ବ୍ୟକ୍ତି ଯୋଗାଣ କରୁଥିବା ରିହାତିଯୁକ୍ତ ଦ୍ରବ୍ୟ ବା ସେବା ବା ଉଭୟ ଦ୍ରବ୍ୟ ବା ସେବା ଉପରେ ନିର୍ଦ୍ଧିଷ୍ଟ କରଠାରୁ ଅଧିକ କର ଆଦାୟ କରିପାରିବେ ନାହିଁ । ଆଧାର : କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼