ଜିଏସ ଟି ସେବା ପ୍ରଦାନ ଲାଗି ଟିକସଯୁକ୍ତ ଯୋଗାଣରେ ମୂଲ୍ୟ କିଭଳି ଲାଗୁ ହେବ ବସ୍ତୁ ଓ ସେବା ଯୋଗାଣର ଟିକସ ଯୋଗ୍ୟ ଯେଉଁଠିକି ମୂଲ୍ୟ ସାଧାରଣତଃ “ କାରବାର ମୂଲ୍ୟ “ ଭାବେ ପରିଗଣିତ , ଯେଉଁଠାରେ କି ପ୍ରକୃତ ମୂଲ୍ୟ ପରିଶୋଧ ବା ପରିଶୋଧଯୋଗ୍ୟ ହୁଏ କୌଣସି ପକ୍ଷର ସମ୍ପୃକ୍ତି ନ ଥାଇ କେବଳ ମୂଲ୍ୟ ହିଁ ସଂପୂର୍ଣ୍ଣ ଭାବେ ବିଚାରକୁ ନିଆଯାଏ । କାରବାର ମୂଲ୍ୟର ପରିସରରୁ କେତେକ ବହିର୍ଭୂତ ଓ ଅନ୍ତର୍ଭୁକ୍ତ ରାସୀ ଥିବା ବିଷୟ ଏମଜିଏଲରେ ବର୍ଣ୍ଣିତ ହୋଇଛି । ଉଦାହରଣ ସ୍ୱରୂପ କାରବାର ମୂଲ୍ୟରେ ଫେରସ୍ତଯୋଗ୍ୟ ଜମା ଏବଂ ଯୋଗାଣ ସମୟରେ କିମ୍ବା ପୂର୍ବରୁ ରିହାତି ଅଟେ । କାରବାର ମୂଲ୍ୟ କଣ ବସ୍ତୁ ଓ ସେବା ଯୋଗାଣର ପାଇଁ ମୂଲ୍ୟ ପରିଶୋଧ ହେଉ ବା ପରିଶୋଧଯୋଗ୍ୟ ହେଉ ଏହା କାରବାର ମୂଲ୍ୟରେ ଦର୍ଶାଯାଇଥାଏ । ଯେଉଁଠାରେ ଯୋଗାଣକରି ଗ୍ରହିତାଙ୍କ ସମ୍ପୃକ୍ତି ନ ଥାଏ ଏବଂ ଯୋଗାଣ ମୂଲ୍ୟକୁ ସଂପୂର୍ଣ୍ଣ ଭାବେ ବିଚାରକୁ ନିଆଯାଏ । ଏଥିରେ କିଛି ଅର୍ଥରାସୀ ଅନ୍ତର୍ଭୁକ୍ତ ଯାହାକି ଯୋଗାଣକାରୀଙ୍କ ପାଇଁ ପରିଶୋଧଯୋଗ୍ୟ କିନ୍ତୁ ଯୋଗାଣ ଗ୍ରହିତା ଏହାର ଉତ୍ତରଦାୟିତ୍ଵ ବହନ କରନ୍ତି । ବସ୍ତୁ ଓ ସେବା , ସି ଜିଏସଟି , ଏସଜିଏଟି ଓ ଆଇଜିଏସଟି ପାଇଁ ପୃଥକ ମୂଲ୍ୟାୟନ ବ୍ୟବସ୍ଥା ରହିଛି କି ? ନା । ପଞ୍ଚଦଶ ଅଣୁଚ୍ଛେଦ ଅନୁଯାୟୀ ସମସ୍ତ ତିନିପ୍ରକାର ଟିକସ ତଥା ବସ୍ତୁ ଓ ସେବା ମୂଲ୍ୟାୟନ ସମାନ ଭାବେ ହୁଏ । ଚୁକ୍ତିଭିତ୍ତିକ ମୂଲ୍ୟ କଣ ଯୋଗାଣ ମୂଲ୍ୟାୟନ ପାଇଁ ଯଥେଷ୍ଟ ନୁହେଁ ଚୁକ୍ତିଭିତ୍ତିକ ରହିଥିବା ଦାମକୁ “ କାରବାର ମୂଲ୍ୟ “ ହିସାବରେ ଧରାଯାଏ । ଏହା ଉପରେ ଟିକସ ହିସାବ କରାଯିବ । ତେବେ ଯଦି ଏହି ଦାମ ବା ମୂଲ୍ୟ ଉପଏ କୌଣସି ପ୍ରଭାବ ଯଥା - କ୍ରେତା ଓ ବିକ୍ରତା ସମ୍ପର୍କିତ କିମ୍ବା ଯେଉଁ କାରବାର ଯୋଗାଣ ହିସାବରେ ଧରାଯାଏ, ଯାହା ଉପରେ କୌଣସି ଦାମ ବା ମୂଲ୍ୟ ନ ଥାଏ , ସେ କ୍ଷେତ୍ରରେ ଜି ଏସ ଟି ମୂଲ୍ୟାୟନ ଆଇନ ଅନୁସାରେ ମୂଲ୍ୟ ନିରୂପଣ ହେବ । ସବୁ କ୍ଷେତ୍ରରେ କଣ ମୂଲ୍ୟାୟନ ପ୍ରଣେତାଙ୍କ ମାର୍ଗଦର୍ଶନ ଆବଶ୍ୟକ କି ? ନା, ଯେତେବେଳେ ଧାରା -୫ ର ଉପଧାରା -୧ ଅନୁସାରେ ମୂଲ୍ୟ ନିରୂପଣ ହୋଇ ପାରିବ ନାହିଁ କେବଳ ସେତେବେଳେ ଜି ଏସ ଟି ମୂଲ୍ୟାୟନ ଆଇନକୁ ମୂଲ୍ୟ ନିରୂପଣ ପାଇଁ ନିଆଯିବ । ଅଣୁଚ୍ଛେଦ ୧୫ (୧) ରେ ବର୍ଣ୍ଣିତ କାରବାର ମୂଲ୍ୟଜନିତ ପ୍ରସଙ୍ଗ ଗ୍ରହଣୀୟ ହେବ କି ? ଦେୟଯୋଗ୍ୟ ଟିକସ ନିର୍ଦ୍ଧାରଣ ଲକ୍ଷରେ କାରବାର ମୂଲ୍ୟ ଭରସାଯୋଗ୍ୟ କରିବାକୁ ଅଣୁଚ୍ଛେଦ ୧୫ (୨) ରେ ଏ କ୍ଷେତ୍ରରେ ଖାପ ଖୁଆଇବା ଲାଗି ନିୟମ ପ୍ରଣୟନ କରାଯାଇଛି । କାରବାର ମୂଲ୍ୟରେ ଯୋଗାଣ ପରବର୍ତ୍ତୀ ରିହାତି କିମ୍ବା ପ୍ରୋତ୍ସାହନ ରାଶି ଅନ୍ତର୍ଭୁକ୍ତ ହୁଏ କି ? ହଁ, ଯେଉଁଠି ଯୋଗାଣ ପର କମିଶନ / ରିହାତି ଚୁକ୍ତିପତ୍ର ଅନୁସାରେ ଯଦି ସିଦ୍ଧ ହୁଏ , ତାହା ଯୋଗାଣ ସମୟରେ ଜଣାଥାଏ ଏବଂ ଏହି କମିଶନ ରିହାତି ଯେଉଁ ଇନଊଏସରେ ଥାଏ ତାହା ଉପରେ କ୍ରେତା / ଗ୍ରହିତା କ୍ରେଡିଟକୁ ଫେରାଇ ଦେଇଥାଏ , ତେବେ ଏହି କମିଶନ / ରିହାତିକୁ ଆଦର୍ଶ ଜିଏସ ଟି ଅଧୀନରେ ଧାରା -15 ରେ ହ୍ରାସ କରାଯାଇ ପାରିବ । ଯୋଗାଣ ସମୟ ବେଳେ ବା ପୂର୍ବରୁ ଯୋଗାଣ ପରବର୍ତ୍ତୀ ରିହାତି କାରବାର ମୂଲ୍ୟରେ ଅନ୍ତର୍ଭୁକ୍ତ ହେବ କି ? ହଁ, ଚୁକ୍ତି ଅନୁଯାୟୀ ଯୋଗାଣ ପରବର୍ତ୍ତୀ ରିହାତି ବ୍ୟବସ୍ଥା ଲାଗୁ ହେବ ନାହିଁ ଯେପର୍ଯ୍ୟନ୍ତ ଯୋଗାଣ ସମୟ ବେଳେ ବା ପୂର୍ବରୁ ଆବଶ୍ୟକ ଚାଲାନ ନିର୍ଦ୍ଧିଷ୍ଟ ଭାବେ ସଂଯୁକ୍ତ କରାଯାଇ ନ ଥିବ । କେତେବେଳେ ମୂଲ୍ୟାୟନ ନିୟମ ଲାଗୁ ହୁଏ । ନା , ତେବେ ସ୍ଵାଭାବିକ ବ୍ୟବସାୟିକ ପ୍ରକ୍ରିୟାରେ ଚାଲାନକୁ ଯଥୋଚିତ ଭାବେ ରେକର୍ଡ କରାଗଲେ ଏହା କାରବାର ମୂଲ୍ୟରେ ଅନ୍ତର୍ଭୁକ୍ତ ପାଇଁ ଅନୁମତି ମିଳିବ । ଧାରା -୧୫ (୨) ଅନୁସାରେ କାରବାର ମୂଲ୍ୟ ସହିତ କେଉଁ କେଉଁ ମୂଲ୍ୟ ମିଶି ପାରିବ ନିମ୍ନଲିଖିତ ମୂଲ୍ୟଗୁଡିକ ଧାରା -୧୫ (୨) ଅନୁସାରେ କାରବାର ମୂଲ୍ୟ ସହିତ ମିଶି ପାରିବ , ଯଥା ଯୋଗାଣକାରୀ ସ୍ଵତନ୍ତ୍ରଭାବେ କ୍ରେତା / ଗ୍ରହିତାଙ୍କ ଠାରୁ ଆଦାୟ କରୁଥିବା ଯେକୌଣସି ଟିକସ କର , ସେସ, ଚାନ୍ଦା ଏବଂ ଭଡା ଇତ୍ୟାଦି ଯାହା ସି ଜି ଏସ ଟି / ଏସ ଜି ଏସ ଟି ଏବଂ ଦ୍ରବ୍ୟ ଏବଂ ସେବାରେ (ରାଜ୍ୟମାନଙ୍କୁ ରାଜସ୍ୱ କ୍ଷତିପୂରଣ ବାବଦ ) ଆଇନ ୨୧୬ ଦଳରେ ଆଦାୟ ହେଉନଥିବ , ସେସବୁ ମିଶିବ । ଯେଉଁ ପରିମାଣ ଯୋଗାଣକରି ଯୋଗାଣ ସହିତ ଦେବା କଥା , କିନ୍ତୁ ତାହାକୁ କ୍ରେତା ବା ଗ୍ରହିତା ହେଉଥିବା , ଯଦି ତାହା ମୂଲ୍ୟରେ ମିଶିନଥାଏ । ସୁଧ କିମ୍ବା ବିଳମ୍ବଜନିତ ପରିମାଣ କିମ୍ବା ବିଳମ୍ବଜନିତ ଜୋରିମାନା ଯାହା ଯୋଗାଣ ସମ୍ବନ୍ଧୀୟ ମୂଲ୍ୟ ହିସାବରେ ଧରାଯାଏ ସେ ମିଶିବ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଦିଆଯାଉଥିବା ଛାଡ ଯାହା ଛାଡ ପର ଦାମ ସହିତ ଜଡିତ , ତାହା ମିଶିବ । ଆଧାର :କେନ୍ଦ୍ରୀୟ ଉତ୍ପାଦନ ଓ ସୀମା ଶୁଳ୍କ ବୋର୍ଡ଼