ଯୋଜନା ସମ୍ପର୍କରେ ଜନଜାତିମାନଙ୍କ କଲ୍ୟାଣନିମନ୍ତେ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଦ୍ଵାରା ବନବନ୍ଧୁ କଲ୍ୟାଣ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନାର ଲକ୍ଷ୍ୟ ହେଉଛି: ଆଦିବାସୀ ମାନଙ୍କର ସାମଗ୍ରିକ ଉନ୍ନତି ପାଇଁ ପରିଣାମୋନ୍ମୁଖ ଆବଶ୍ୟକତା ଭିତ୍ତିକ ଏକ ସକ୍ରିୟ ବାତାବରଣ ସୃଷ୍ଟି କରିବା । ଏହି ପ୍ରକ୍ରିୟାରେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଦ୍ଵାରା କାର୍ଯ୍ୟ।ନ୍ଵିତ କରାଯାଉଥିବା ବିଭିନ୍ନ ଉନ୍ନତିମୂଳକ ଯୋଜନାର ସୁଫଳ ଏହାର ଅଭିପ୍ରେତ ଲକ୍ଷ୍ୟ-ଦଳ ମାନଙ୍କ ପାଖରେ ସଠିକ ଭାବେ ସମ୍ବଳର ଅଭିସରଣ ଦ୍ଵାରା ସଂସ୍ଥଗତ କ୍ରିୟାବିଧି ମାଧ୍ୟମରେ ପହଞ୍ଚୁ । ଏହି ଯୋଜନାରେ ସମସ୍ତ ଆଦିବାସୀ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପରିସରଭୁକ୍ତ ଅଟନ୍ତି । ଯୋଜନାର ଲକ୍ଷ୍ୟ ଆଦିବାସୀ ଅଞ୍ଚଳରେ ଜୀବନ ଧାରଣର ମାନୋନ୍ନତି ଶିକ୍ଷାର ମାନୋନ୍ନତି ଆଦିବାସୀ ପରିବାର ମାନଙ୍କପାଇଁ ସତତ ଏବଂ ଉଚ୍ଚ ମାନର ନିଯୁକ୍ତି ଗୁଣବତ୍ତା ଭିତ୍ତିକ ଭୂମିକାରୂପ ବ୍ୟବସ୍ଥାରେ ଥିବା ଅନ୍ତରାଳ କମ୍ କରିବା ଆଦିବାସୀ ସଂସ୍କୃତି ଓ ପରମ୍ପରା ବଜାୟ ରଖିବା ଯୋଜନାର ସଙ୍ଘଟକ ଗୁଣାତ୍ମକ ଓ ସତତ ନିଯୁକ୍ତି ଗୁଣାତ୍ମକ ଶିକ୍ଷା ଓ ଉଚ୍ଚ ଶିକ୍ଷା ଆଦିବାସୀ ଅଞ୍ଚଳରେ ଆର୍ଥିକ ଉନ୍ନତି ସମସ୍ତଙ୍କପାଇଁ ସ୍ଵାସ୍ଥ୍ୟ ସମସ୍ତଙ୍କପାଇଁ ଆବାସ ସମସ୍ତଙ୍କପାଇଁ ଦୁଆର ମୁହଁରେ ନିରାପଦ ପାନୀୟ ଜଳ ସ୍ଥାନ ଉପଯୋଗୀ ସିଞ୍ଚନ ବ୍ୟବସ୍ଥା ରାସ୍ତା ଯାହାକି ନିକଟସ୍ଥ ସହର/ ନଗରକୁ ସଂଯୁକ୍ତ କରୁଥିବ ସାର୍ବଜନୀନ ବିଦ୍ୟୁତ ଉପଲବ୍ଧତା ସହରାଞ୍ଚଳ ବିକାଶ ସଶକ୍ତ ସଂସ୍ଥାଗତ କ୍ରିୟାବିଧି ଆଦିବାସୀ ସଂସ୍କୃତି ଓ ପରମ୍ପରା ସଂବର୍ଦ୍ଧନ ଓ ସଂରକ୍ଷଣ ଆଡିଦାସୀ ଅଞ୍ଚଳରେ କ୍ରୀଡାକୁ ପ୍ରୋତ୍ସାହନ କାର୍ଯ୍ୟନୀତି ଯଥେଷ୍ଟ ପ୍ରଶାସନିକ, ପ୍ରୌଦ୍ଵଗିକ ତଥା ଆର୍ଥିକ କ୍ଷମତା ଥିବା ସଂସ୍ଥା ଯେଉଁମାନେ ସାମଗ୍ରୀ ଓ ସେବା ଦେବା ପାଇଁ ଉଦ୍ଦିଷ୍ଟ, ଯଥା ଆଦିବାସୀ ଉନ୍ନୟନ ବିଭାଗ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା (ITDA); ସେମାନଙ୍କ ସଶକ୍ତିକରଣ ଏବଂ ଯେଉଠାରେ ଏପରି ସଂସ୍ଥା ନାହି, ସେଠାରେ ନୂତନ ସଂସ୍ଥା ସୃଷ୍ଟି । ଅସ୍ତବ୍ୟସ୍ତ ହାଇ ପଡିଥିବା ସମ୍ବଳ ଗୁଡିକର ସଂମିଳନ ଲଘୁ ବନଜାତ ଦ୍ରବ୍ୟ ଲଘୁ ବନଜାତ ଦ୍ରବ୍ୟ ଅଧିକାଂଶ ସ୍ଥଳେ ଚାହିଦା ଓ ଯୋଗାଣର ସତତ ପ୍ରକ୍ରିୟା ବଦଳରେ ବ୍ୟବସାୟୀ ମାନଙ୍କ ଦ୍ଵାରା ନିର୍ଧାରିତ ହୋଇଥାଏ । ଜଙ୍ଗଲର ଅଧିବାସୀ ମାନେ ଯେପରି ସେମାନଙ୍କ ନ୍ୟାଯ୍ୟ ପ୍ରାପ୍ୟରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଏହି ଯୋଜନାର ପ୍ରଚଳନ । ଏହି ଯୋଜନାରେ ପ୍ରାରମ୍ଭିକ ଭାବେ କେବଳ ଅନୁସୂଚି ୫ ରେ ଥିବା ରାଜ୍ୟ ଗୁଡିକ ଅନ୍ତର୍ଭୁକ୍ତ । ଲଘୁ ବନଜାତ ଦ୍ରବ୍ୟଗୁଡିକର ମୂଲ୍ୟ ସୂଚୀ ପାଇଁ ଏକ ୱେବ ପୋର୍ଟାଲ ମଧ୍ୟ ବିକଶିତ କରାଯାଇଛି । ଅନ୍ତର୍ଭୁକ୍ତ ଉତ୍ପାଦ ଏହି ଯୋଜନାରେ ୧୨ଟି ଉତ୍ପାଦକୁ ଅନ୍ତର୍ଭୁକ୍ତ କରାଯାଇଛି, ଯଥା: କେନ୍ଦୁ ପତ୍ର ବାଉଁଶ ମହୁଲ ମଞ୍ଜି ଶାଳ ପତ୍ର ଲାଖ ଚୀରୋଞ୍ଜି ବଣୁଆ ମହୁ ଅଁଳା ତେନ୍ତଳୀ ଅଠା କରଞ୍ଜ ଏହି ଯୋଜନାକୁ ଜଙ୍ଗଲ ଅଧିକାର ଆଇନ ବୋଲି ମଧ୍ୟ ସନ୍ଦର୍ଭିତ, ଯାହାକି ଆଦିବାସୀ ମାନଙ୍କ ଓ ପାରମ୍ପରିକ ଭାବେ ଜଙ୍ଗଲରେ ବାସକରୁଥିବା ସମ୍ପ୍ରଦାୟଙ୍କ ଅଧିକାର ରକ୍ଷା ଦିଗରେ ଏକ ସୀମାଚିହ୍ନ ହିସାବରେ ଗଣାହୁଏ। ଆଧାର - ବନବନ୍ଧୁ କଲ୍ୟାଣ ଯୋଜନା (VYK)