ଜଙ୍ଗଲ ଅଧିକାର ଏହି ଆଇନର ଉଦ୍ଦେଶ୍ୟ ପାଇଁ ନିମ୍ନୋକ୍ତ ଅଧିକାରଗୁଡିକ ଯାହା ବ୍ୟକ୍ତିଗତ କିମ୍ବା ଗୋଷ୍ଠୀଗତ କିମ୍ବା ଉଭୟଙ୍କ (୩.୧) ପାଇଁ ସାବ୍ୟସ୍ତ ତାହା ବନବାସୀ ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କର ଜଙ୍ଗଲ ଅଧିକାର ଭାବେ ବିବେଚିତ ହେବ । ସେଗୁଡିକ ହେଲା :- ଜଙ୍ଗଲବାସୀ ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ମଧ୍ୟରୁ ବ୍ୟକ୍ତିଗତ ବା ସାର୍ବଜନୀନ ଗୋଷ୍ଠୀଭିତ୍ତିକ ଜଙ୍ଗଲରେ ବସବାସ କରିବା କିମ୍ବା ଜୀବିକା ଉପାର୍ଜନ ନିମନ୍ତେ ଚାଷ କରିବାର ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ଅଧିକାର ; ପୂର୍ବରୁ ଥିବା ରାଜରାଜୁଡା ଶାସନ କାଳରେ ଜମିଦାରୀ କିମ୍ବା ସେହି ପ୍ରକାରର ଅନ୍ତରୀଣ ଶାସନ କାଳରେ ନିସ୍ତାର କିମ୍ବା ସେହିଭଳି ଯେକୌଣସି ନାମରେ ଗୋଷ୍ଠୀଭିତ୍ତିକ ଅଧିକାର ; ପାରମ୍ପରିକ ଭାବେ ନିଜ ଗ୍ରାମ ମଧ୍ୟରେ ଗ୍ରାମ ବାହାର ସୀମାରୁ ସଂଗ୍ରହ ହୋଇଆସୁଥିବା ଲଘୁ ବନଜାତ ଦ୍ରବ୍ୟ ଉପରେ ମାଲିକାନା ଅଧିକାର ଏହାଛଡା ସଂଗ୍ରହ, ବ୍ୟବହାର ଏବଂ ବିକ୍ରୟ ନିମନ୍ତେ ଅଧିକାର; ଜଙ୍ଗଲ ମଧ୍ୟରେ ଥିବା ଝରଣା, ହ୍ରଦ ଭଳି ଜଳ ଉତ୍ସରୁ ମାଛ ମାରିବା ଓ ଜଳରୁ ଉତ୍ପନ୍ନ ଅନ୍ୟାନ୍ୟ ଦ୍ରବ୍ୟ ସଂଗ୍ରହ, ପଶୁଙ୍କ ପାଇଁ ଭୂମିର ବ୍ୟବହାର (ଉଭୟ ସ୍ଥାୟୀ କିମ୍ବା ଭ୍ରାମ୍ରମାଣ ) ଓ ତା’ଉପରେ ମାଲିକାନା ଅଧିକାର । ଏହି ଅଧିକାର ଉଭୟ ଯାଯାବର ଓ ପଶୁପାଳଙ୍କ ଗୋଷ୍ଠୀ ପାଇଁ ପାରମ୍ପରିକ ଋତୁକାଳୀନ ପ୍ରବେଶ ଅଧିକାର; ଆଦିମ ଜନଜାତି ଏବଂ ପ୍ରାକ କୃଷିଜୀବୀ ସମ୍ପ୍ରଦାୟମାନଙ୍କର ବାସ ଏବଂ ବସତି ଉପରେ ଗୋଷ୍ଠୀଗତ ଅଧିକାର ; କୌଣସି ରାଜ୍ୟରେ ଯେକୌଣସି ସତ୍ତ୍ଵରେ ଥିବା ବିବାଦମାନ ଜମି କିମ୍ବା କୌଣସି ଦାବିଥିବା ବିବାଦମାନ ଜମି ଉପରେ ଅଧିକାର; ଯେକୌଣସି ରାଜ୍ୟ ସରକାର ବା ସ୍ଥାନୀୟ ଅଧିକାରୀଙ୍କ ପକ୍ଷରୁ ଜଙ୍ଗଲ ଜମି ଉପରେ ପ୍ରଦତ୍ତ ପଟ୍ଟା ପାଉତି ବା ମଞ୍ଜରୀ ବା ଲିକ ଆଦେଶନାମା ପରିବର୍ତ୍ତନ କରିବାର ଅଧିକାର ; ସମସ୍ତ ଜଙ୍ଗଲ ଗ୍ରାମ, ପୁରାତ୍ତନ ବସତି, ସର୍ବେକ୍ଷଣ ହୋଇନଥିବା ଗ୍ରାମ ଏବଂ ଜଙ୍ଗଲ ଭିତରେ ଥିବା ଅନ୍ୟ ସମସ୍ତ ଗ୍ରାମ, ନଥିଭୁକ୍ତ, ଘୋଷିତ ହୋଇଥାଉ ବା ନହୋଇଥାଉ, ସେ ସବୁକୁ ରାଜସ୍ୱ ଗ୍ରାମ ରୂପେ ବନ୍ଦୋବସ୍ତ ଓ ପରିବର୍ତ୍ତନ କରିବାର ଅଧିକାର; ଯେକୌଣସି ଗୋଷ୍ଠୀ ଜଙ୍ଗଲ ସମ୍ପଦ ଯାହା ସେମାନେ ଚିରସ୍ଥାୟୀ ଉପଯୋଗ ନିମନ୍ତେ ବ୍ୟବହାର ପାଇଁ ପାରମ୍ପରିକ ଭାବରେ ସୁରକ୍ଷା ବା ସଂରକ୍ଷଣ କରୁଛନ୍ତି ତା’ର ସୁରକ୍ଷା, ପୁନର୍ଜନନ , ବା ସଂରକ୍ଷଣ ବା ପାରିଚାଳନାର ଅଧିକାର ; କୌଣସି ରାଜ୍ୟର ଆଇନ ବା ସ୍ଵୟଂ ଚାଳିତ ଜିଲ୍ଲା ପରିଷଦର ଆଇନ କିମ୍ବା ସ୍ଵୟଂ ଚାଳିତ ଆଞ୍ଚଳିକ ପରିଷଦ ଦ୍ଵାରା ସ୍ଵିକୃତ ଅଧିକାର ମାନ କିମ୍ବା ଯାହା କୌଣସି ରାଜ୍ୟର ସମ୍ପୃକ୍ତ ଜନଜାତିର ପାରମ୍ପରିକ ବା ଲୋକ ଚଳଣିର ବିଧି- ବିଧାନରେ ଗୃହିତ ଆଦିବାସୀର ଅଧିକାର ; ଜୈବ ବିବିଧତା ଏବଂ ବୌଦ୍ଧିକ ସମ୍ପତ୍ତିର ଗୋଷ୍ଠୀଗତ ଅଧିକାର , ବଂ ଜୈବ ବିବିଧତା ଓ ସଂସ୍କୃତିକ ବିବିଧତା ସମ୍ପର୍କିତ ପାରମ୍ପରିକ ଜ୍ଞାନ କୌଶଳକୁ ଉପଯୋଗ ନିମନ୍ତେ ଅଧିକାର; କୌଣସି ବନ୍ୟଜନ୍ତୁର ଶିକାର , ଫାସ ବସାଇ ଧରିବା କିମ୍ବା ଦେହର କୌଣସି ଅଂଶ ଛେଦନ କରି ଆଣିବା ଭଳି ପାରମ୍ପରିକ ଅଭ୍ୟାସକୁ ବାଦ ଦେଇ ପୁରୁଷାନୁକ୍ରମେ ଭୋଗ କରି ଆସୁଥିବା ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଅନ୍ୟ ସମସ୍ତ ପାରମ୍ପରିକ ଅଧିକାର ଯାହା ଉପଧାରା (କ) ରୁ (ଟ) ମଧ୍ୟରେ ସୂଚୀତ ହୋଇନାହିଁ ସେ ସମସ୍ତ ଅଧିକାର ; ୧୩ ଡିସେମ୍ବର, ୨୦୦୫ ପୂର୍ବରୁ ଯେଉଁଠାରେ ଆଦିବାସୀ ଓ ପାରମ୍ପରିକ ବନବାସୀମାନେ ଯେକୌଣସି ପ୍ରକାର ଜଙ୍ଗଲ ଜମିକୁ ଅନୈତିକ ଭାବେ ଉଚ୍ଛେଦ କିମ୍ବା ସ୍ଥାନାନ୍ତରିତ ଏବଂ ବାସଚ୍ୟୁତ ହୋଇଛନ୍ତି ଏବଂ ସେଥିପାଇଁ କୌଣସି ଆଇନଗତ କ୍ଷତି ଭରଣା କିମ୍ବା ପୁନର୍ବାସ ପାଇ ନାହାନ୍ତି ସେପରି ସ୍ଥଳେ ସେମାନେ ବିକଳ୍ପ ଜମି ପାଇବା ସହିତ ଜଙ୍ଗଲ ଜମିରେ ପୁନଃ ଥଇଥାନ କରିବାର ଅଧିକାର ; ପ୍ରଚଳିତ ଜଙ୍ଗଲ (ସଂରକ୍ଷଣ) ଆଇନ ୧୯୮୦ ରେ ଥିବା ପ୍ରାବଧାନରୁ ବିଚ୍ୟୁତ ନହୋଇ ନିମ୍ନ କେତେକ କ୍ଷେତ୍ରରେ ସରକାରୀଙ୍କ ଦ୍ଵାରା ପରିଚାଳିତ ସୁବିଧା ସୁଯୋଗ ନିମନ୍ତେ କେନ୍ଦ୍ର ସରକାର ଜଙ୍ଗଲ ଜମିକୁ ପରିବର୍ତ୍ତନ କରିପାରିବେ , ସେଥିପାଇଁ ଯଦିକିଛି ଗଛ କଟା ଗଲେ ତାହା ହେକ୍ଟର ପିଛା ୭୫ଟି ଗଛରୁ ଅଧିକ ଗଛ କଟାଯିବ ନାହିଁ ଯଥା – ବିଦ୍ୟାଳୟ ଡାକ୍ତରଖାନା ବା ହାସପାତାଲ ; ଅଙ୍ଗନବାଡି ; ସୁଲଭ ମୂଲ୍ୟ ଦୋକାନ ; ବିଦ୍ୟୁତ ଏବଂ ଦୂର ସଞ୍ଚାର ବ୍ୟବସ୍ଥା ; ଜଳଭଣ୍ଡାର ଏବଂ କ୍ଷୁଦ୍ର ଜଳାଶୟ ; ପାନୀୟ ଜଳଯୋଗାଣ ଏବଂ ପାଣିପାଇପ ଯୋଗାଣ ; ଜଳ କିମ୍ବା ବର୍ଷାଜଳ ଅମଳ ପ୍ରକଳ୍ପ ; କ୍ଷୁଦ୍ର ଜଳସେଚନ କେନାଲ ; ଅଣପାରମ୍ପରିକ ଶକ୍ତି ଉତ୍ସ ; କର୍ମକୁଶଳତାର ବୃଦ୍ଧି କିମ୍ବା ଧନ୍ଦାମୂଳକ ତାଲିକା କେନ୍ଦ୍ର ; ରାସ୍ତା, ଏବଂ ଗୋଷ୍ଠୀ କେନ୍ଦ୍ର ; କିନ୍ତୁ ଜଙ୍ଗଲ ଜମିର ଏହି ପରିବର୍ତ୍ତନ ଅନୁମୋଦନ ହୋଇପାରିବ ଯଦି , ଉପଧାରାରେ ଦର୍ଶାଯାଇଥିବା କାର୍ଯ୍ୟ ନିମନ୍ତେ ପରିବର୍ତ୍ତିତ ହେଉଥିବା ଜଙ୍ଗଲ ଜମି ପ୍ରତ୍ୟେକ କ୍ଷେତ୍ରରେ ଏକ ହେକ୍ଟରରୁ କମ ହୋଇଥିବ, ଏବଂ ଏହି ବିକାଶମୂଳକ ଯୋଜନା ପାଇଁ ଅନୁମତି ମିଳିବ ଯଦି ତାହା ସମ୍ପୃକ୍ତ ଗ୍ରାମସଭା ଦ୍ଵାରା ସୁପାରିଶ କରାଯିବ । ଜଙ୍ଗଲ ଅଧିକାର ଏବଂ ତତ୍ ସମ୍ପର୍କିତ ସ୍ଵୀକୃତି, ପୁନଃ ସ୍ଥାପନ ଏବଂ କ୍ଷମତା ପ୍ରଦାନ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ଅନ୍ୟ କୌଣସି ଆଇନର ପ୍ରାବଧାନ ଗୁଡିକୁ ପ୍ରତିରୋଧ ନକରି ଏବଂ ଏହି ଆଇନର ବ୍ୟବସ୍ଥା ଭିତ୍ତିରେ , କେନ୍ଦ୍ର ସରକାର ଜଙ୍ଗଲ ଅଧିକାର ଗୁଡିକର ସ୍ଵିକୃତି ଓ କ୍ଷମତା ପ୍ରଦାନ କରିଛନ୍ତି :- ରାଜ୍ୟମାନଙ୍କରେ କିମ୍ବା ରାଜ୍ୟର କୌଣସି ଅଞ୍ଚଳରେ ଜଙ୍ଗଲ ନିବାସୀ ଆଦିବାସୀ ଯାହାକୁ ଆଇନର ୩ୟ ଧାରାରେ ଲିପିବଦ୍ଧ ଜଙ୍ଗଲ ଅଧିକାର ସୂତ୍ରରେ ଆଦିବାସୀ ବା ତଫସିଲଭୁକ୍ତ ଉପଜାତି ଭାବେ ଘୋଷଣା କରାଯାଇଛି । ଏହି ତୃତୀୟ ଧାରା ଅନୁଯାୟୀ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କୁ ଏହାର ଅନ୍ତର୍ଭୁକ୍ତ କରାଯାଇଛି । ଏହି ଆଇନରେ ଜାତୀୟ ଉଦ୍ୟାନ ଏବଂ ଅଭୟାରଣ୍ୟ ଗୁଡିକରେ ସଙ୍କଟାପନ୍ନ ବନ୍ୟପ୍ରାଣୀ ଆବାସ ସ୍ଥଳୀରେ ସ୍ଵୀକୃତ ହୋଇଥିବା ଜଙ୍ଗଲ ଅଧିକାର ଗୁଡିକର ପରବର୍ତ୍ତୀ ସମୟରେ ପରିବର୍ତ୍ତନ କିମ୍ବା ପୁନଃ ନିରୂପଣ କରାଯାଇପାରେ , କିନ୍ତୁ ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଅଲଙ୍ଘନୀୟ ଅଞ୍ଚଳ ସୃଷ୍ଟି କରିବା ପାଇଁ ସରକାର ନିଷ୍ପତ୍ତି ନିଅନ୍ତି; ତା’ ପୂର୍ବରୁ ନିମ୍ନୋକ୍ତ ସର୍ତ୍ତାବଳୀ ପୂରଣ ହେବ ନିଶ୍ଚିନ୍ତ ଦରକାର । ଯଥା- ଏହି ଆଇନର ଧାରା -୩ ଅନୁଯାୟୀ ସମସ୍ତ ବିଚାରଧିନ ଅଞ୍ଚଳରେ ଜଙ୍ଗଲ ଅଧିକାରର ସ୍ଵିକୃତି ଏବଂ କ୍ଷମତା ପ୍ରଦାନ ପ୍ରକ୍ରିୟା ସମାପ୍ତ ହୋଇଥିବ । ବନ୍ୟଜନ୍ତୁ ଆଇନ ୧୯୭୨ ଅନୁଯାୟୀ ପ୍ରାପ୍ତ କ୍ଷମତା ଭିତ୍ତିରେ ରାଜ୍ୟ ସରକାରଙ୍କ ସଂପୃକ୍ତ କର୍ତ୍ତୁପକ୍ଷ ପ୍ରମାଣିତ କରିବେ ଯେ ଜଙ୍ଗଲ ଭିତରେ ସେହି ନିର୍ଦ୍ଧିଷ୍ଟ ବନ୍ୟପ୍ରାଣୀଙ୍କ ବିଶେଷ ବିଚରଣ ଇଲାକାରେ ଯଦି ମଣିଷ ବସବାସ କରିବେ ତେବେ ତାହା ସମ୍ପୃକ୍ତ ବନ୍ୟପ୍ରାଣୀଙ୍କ ସ୍ଥିତିରେ ଅପୂରଣୀୟ କ୍ଷତି ସାଧନ କରିବ ଏବଂ ସେମାନଙ୍କ ସ୍ଥିତି ନିମନ୍ତେ ବିପଦର କାରଣ ହେବ :- ରାଜ୍ୟ ସରକାର ସହବସ୍ଥାନ ଭଳି ଯୁକ୍ତିଯୁକ୍ତ ସମ୍ଭାବନା ନାହିଁ ବୋଲି ନିର୍ଣ୍ଣୟ କରିଥିବେ ; କେନ୍ଦ୍ର ସରକାରଙ୍କ ପ୍ରାସଙ୍ଗିକ ଆଇନ ଓ ନୀତିଗୁଡିକ ଅନୁସାରେ ପ୍ରଭାବିତ ହେଉଥିବା ବ୍ୟକ୍ତି ବା ସମ୍ପ୍ରଦାୟମାନଙ୍କ ପାଇଁ ଏକ ସୁରକ୍ଷିତ ଜୀବିକା ଉପାର୍ଜନ ନିମନ୍ତେ ଏକ ପୁନର୍ବାସ ଏବଂ ବିକଳ୍ପ ବ୍ୟବସ୍ଥା ପ୍ରସ୍ତୁତ କରାଯାଇଛି ଏବଂ ପ୍ରଭାବିତ ବ୍ୟକ୍ତି ଏବଂ ଗୋଷ୍ଠୀମାନଙ୍କୁ ସୂଚିତ କରାଯାଇଛି । ପ୍ରସ୍ତାବିତ ପୁନର୍ବାସ ଓ ଯୋଗାଇ ଦିଆଯାଇଥିବା ବିକଳ୍ପ ବ୍ୟବସ୍ଥା ଉପରେ ପ୍ରଭାବିତ ଗ୍ରାମସଭାରେ ଅବାଧମତ ଲିଖିତ ଭାବରେ ଗ୍ରହଣ କରାଯାଇଛି । ବିକଳ୍ପ ବ୍ୟବସ୍ଥାରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ପୁନର୍ବାସ ଅଞ୍ଚଳରେ ସୁବିଧା ସୁଯୋଗ ଏବଂ ଜମି ଯୋଗାଇ ନଦିଆଯିବା ପର୍ଯ୍ୟନ୍ତ କୌଣସି ଅନୁଷ୍ଠିତ ହେବ ନାହିଁ । ଏହାଛଡା ବନ୍ୟଜନ୍ତୁ ସଂରକ୍ଷଣ ଉଦ୍ଦେଶ୍ୟରେ ହୋଇଥିବା ସଂକଟାପନ୍ନ ବନ୍ୟପ୍ରାଣୀ ଆବାସସ୍ଥଳୀ ରୁ ଉଚ୍ଛେଦ ହୋଇଥିବା ଅଧିକାର ପ୍ରାପ୍ତ ଜନଜାତି ମାନଙ୍କ ଏହି ବସତିକୁ ପରବର୍ତ୍ତୀ ସମୟରେ କୌଣସି କେନ୍ଦ୍ର ସରକାର କିମ୍ବା କୌଣସି ରାଜ୍ୟ ସରକାର ବା ଅନ୍ୟ କୌଣସି କ୍ଷମତା ପ୍ରାପ୍ତ ଅଧିକାର ଅନ୍ୟ କୌଣସି ବ୍ୟବହାର ପାଇଁ ଅନ୍ୟତ୍ର ଦେଇପାରିବେ ନାହିଁ । ଏହି ଆଇନ ଅଧୀନରେ କୌଣସି ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳରେ ଅନୁସୂଚିତ ବନବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କୁ ସେମାନଙ୍କର ଜଙ୍ଗଲ ଜମି ଓ ବାସସ୍ଥଳୀର ଅଧିକାରର ସ୍ଵିକୃତି ଏହି ସର୍ତ୍ତରେ ଦିଆଯାଇପାରିବ , ଯଦି ଉକ୍ତ ଅନୁସୂଚିତ ଜନଜାତି କିମ୍ବା ଆଦିବାସୀ ସମ୍ପ୍ରଦାୟଗୁଡିକ ୧୩ ଡିସେମ୍ବର ୨୦୦୫ ପୂର୍ବରୁ ଜଙ୍ଗଲ ଜମି ଉପରେ ଦଖଲ କରୁଥିବେ । ଏହି ଆଇନର ଧାରା ୪ ର ଉପଧାରା (୧) ଅନୁଯାୟୀ ଯେଉଁ ଅଧିକାର ରହିଛି , ତାହା ପୁରୁଷାନୁକ୍ରମିକ ହେବ, କିନ୍ତୁ ଏହା ହସ୍ତାନ୍ତରିତ କିମ୍ବା ସ୍ଥାନାନ୍ତରିତ ହୋଇପାରିବ ନାହିଁ । ବିବାହିତ ବ୍ୟକ୍ତିଙ୍କ କ୍ଷେତ୍ରରେ ଯୁଗ୍ମ ଭାବେ ଉଭୟ ସ୍ଵାମୀ ଏବଂ ସ୍ତ୍ରୀ ନାମରେ ରହିବ । କୌଣସି ବ୍ୟକ୍ତିର ଉତ୍ତରାଧିକାରୀ ନଥିଲେ ପରବର୍ତ୍ତୀ ସମ୍ପର୍କୀୟଙ୍କୁ ସେ ଅଧିକାର ପ୍ରଦାନ କରାଯିବ। ଜଙ୍ଗଲ ଅଧିକାର ସ୍ଵିକୃତି ଓ ଯାଞ୍ଚ ପ୍ରକ୍ରିୟା ଶେଷ ନହେବା ଯାଏ ଆଦିବାସୀ ବା ଅନ୍ୟାନ୍ୟ ପାରମ୍ପରିକ ବନବାସୀ ସେମାନେ ଭୋଗ ଦଖଲ କରୁଥିବା ଜଙ୍ଗଲ ଜମିରୁ ଉଚ୍ଛେଦ କିମ୍ବା ବିତାଡିତ ହେବେ ନାହିଁ । ଏହି ଆଇନର ଧାରା (୩) ର ଉପଧାରା (୧) ର ଉପବିଧି (କ) ଅନୁଯାୟୀ ଯେଉଁଠାରେ ଜଙ୍ଗଲ ଅଧିକାର ମାନ ସ୍ଵିକୃତ ଓ ପ୍ରଦାନ କରାଯାଇଛି । ସେଠାରେ ଆଇନ କାର୍ଯ୍ୟକାରୀ ହେବା ତାରିଖ ପର୍ଯ୍ୟନ୍ତ ଉକ୍ତ ଜମିର ମାଲିକାନା ବ୍ୟକ୍ତି କିମ୍ବା ପରିବାର କିମ୍ବା ସମ୍ପ୍ରଦାୟ ଅଧୀନରେ ରହିବା ଏବଂ ପ୍ରକୃତ ପରିମାଣର ଜମି ସୀମିତ ରହିବ ଏବଂ କୌଣସି କ୍ଷେତ୍ରରେ ଏହା ୪ହେକ୍ଟରରୁ ଅଧିକ ହେବ ନାହିଁ । ଏହି ଆଇନରେ ଥିବା ପ୍ରାବଧାନକୁ ବାଦ ଦେଇ ଜଙ୍ଗଲ ଅଧିକାର ସମସ୍ତ ବାଧା ଓ ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦ ରେ ଥିବା ଆବଶ୍ୟକ ଅନୁଯାୟୀ ଜମିର ବିକଳ୍ପ ପାଇଁ ତାହାର ଚଳିତ ମୂଲ୍ୟ ଏବଂ କ୍ଷତିପୂରଣ ଜନିତ ବୃକ୍ଷରୋପଣ ଭଳି କାର୍ଜ୍ୟପଦ୍ଧତିରୁ ମୁକ୍ତ ରହିବ । ଯେଉଁ ବନବାସୀ ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ସରକାରଙ୍କର କୌଣସି ବିକାଶ ମୂଳକ କାର୍ଜ୍ୟକ୍ରମ ଦ୍ଵାରା ନିଜର ବାସସ୍ଥଳୀ ଏବଂ କୃଷି ଜମିରୁ କୌଣସି ଜମି କ୍ଷତିପୂରଣ ବିନା ବିସ୍ଥାପିତ ହୋଇଛନ୍ତି ଏବଂ ସେହି ଜମି ଅଧିଗ୍ରହଣ ହେବାର ପାଞ୍ଚବର୍ଷ ମଧ୍ୟରେ ସେହି ଉଦ୍ଦେଶ୍ୟ ପାଇଁ ବ୍ୟବହୃତ ହୋଇପାରେ ନାହିଁ ବୋଲି ପ୍ରମାଣ ହୋଇପାରିବ, ତେବେ ଏହି ଆଇନ ଅନୁସାରେ ଉକ୍ତ ଜମି ଉପରେ ସେହି ଲୋକ ବା ଗୋସ୍ଥିମାନଙ୍କର ଅଧିକାର ଅକ୍ଷୁର୍ଣ୍ଣ ରହିବ ବା ସେହି ଜମି ଉପରେ ପୁଣି ଥରେ ଅଧିକାର ପାଇ ପାରିବେ । ଯେ କୌଣସି ଅଧିକାରର ଧାରକ, ଗ୍ରାମସଭା ଏବଂ ଅଞ୍ଚଳର ଗ୍ରାମସ୍ତରୀୟ ଅନୁଷ୍ଠାନ ଯେଉଁଠି ଏହି ଆଇନ ଅଧିନରେ କୌଣସି ଅଧିକାରର ଧାରକ ଅଛନ୍ତି , ସେମାନଙ୍କର ନିମ୍ନ ସୂଚିତ କ୍ଷମତା ରହିବ । ବନ୍ୟଜନ୍ତୁ , ଜଙ୍ଗଲ ଇ ଜୈବ ବିବିଧତାର ସୁରକ୍ଷା । ସଂଯୁକ୍ତ ଅଞ୍ଚଳର ଜଳ ବିଭାଜିକା, ଜଳ ଉତ୍ସ ଏବଂ ଅନ୍ୟାନ୍ୟ ପରିବେଶଗତ ଗୁରୁତ୍ଵପୂର୍ଣ୍ଣ ଅଞ୍ଚଳ ଗୁଡିକ ପର୍ଯ୍ୟାପ୍ତ ଭାବେ ସୁରକ୍ଷିତ କି ନୁହେଁ ତାହା ନିଶ୍ଚିତ କରିବା । ଆଦିବାସୀ ଓ ବନବାସୀମାନଙ୍କ ପାରମ୍ପରିକ ବସତି ଅଞ୍ଚଳ ଯେପରି କୌଣସି ପ୍ରକାର ଧ୍ଵଂସକାରୀ ଉଦ୍ୟୋଗ ଦ୍ଵାରା ନଷ୍ଟଭ୍ରଷ୍ଟ ନହୁଏ , ତାହା ନିଧାର୍ଯ୍ୟ ଭାବେ ଦେଖିବାକୁ ପଡିବ । ଯାହାଦ୍ୱାରା ସେମାନଙ୍କ ସଂସ୍କୃତିକ ଓ ପ୍ରାକୃତିକ ଐତିହ ଅକ୍ଷୁର୍ଣ୍ଣ ରହୁଥିବ । ଗ୍ରାମଗୋଷ୍ଠୀ ଜଙ୍ଗଲ ସମ୍ପଦର ବ୍ୟବହାରକୁ ନିୟନ୍ତ୍ରଣ କରିବାକୁ ଗ୍ରାମସଭାରେ ଗୃହିତ ନିଷ୍ପତ୍ତି ଦ୍ଵାରା ସୁନିଶ୍ଚିତ କରାଯିବ ଏବଂ ଏହା ସହିତ ଦେଖିବାକୁ ହେବ ଯେ ଜଙ୍ଗଲ , ବନ୍ୟପ୍ରାଣୀ ଓ ଜୈବ ବିବିଧତାକୁ ବିପିନନା କରୁଥିବା ଯେ କୌଣସି କାର୍ଜ୍ୟକ୍ରମ ଗୁଡିକୁ ବନ୍ଦ କରିବା । ଆଧାର – ସି. ଏସ୍. ଡି, ଓଡ଼ିଶା