ଜଙ୍ଗଲ ଅଧିକାର ଆଇନ୍ ର ପାରମ୍ପରିକ ସୀମାର ସ୍ୱରୂପ ଗାରସାପଲ୍ଲୀ ଗ୍ରାମର ରାଜସ୍ୱ ସୀମା କହିଲେ ଏକ ସରକାରୀ ପ୍ରକ୍ରିୟା ଯାହାକି ଦୋସୀମାଳି, ତ୍ରିସୀମାଳି ଦ୍ଵାରା ଆବଦ୍ଧ ପରିବେଷ୍ଟିତ ସୀମାକୁ ବୁଝାଇଥାଏ । ସରକାରଙ୍କ ଗୋଟିଏ ରିଜର୍ଭ ଜଙ୍ଗଲ ସୀମା କହିଲେ ସେହି ଜଙ୍ଗଲକୁ ଚିହ୍ନିତ କରିବା ପାଇଁ ବ୍ୟବହୃତ ଖୁଣ୍ଟ ଗୁଡିକ ଦ୍ଵାରା ଆବଦ୍ଧ/ ପରିବେଷ୍ଟିତ ସୀମାକୁ ବୁଝାଇଥାଏ । କିନ୍ତୁ ଗୋଷ୍ଠୀ ଜଙ୍ଗଲ ଅଧିକାର ପାଇଁ ଦାବୀ ପ୍ରସ୍ତୁତି ସମୟରେ ଆଇନ୍ ର ଧାରା – ୨ (କ)ରେ ଯେଉଁ ସୀମା କଥା କୁହାଯାଇଛି ତାହା ହେଉଛି ପାରମ୍ପରିକ ସୀମା ବା ପ୍ରଥାନୁମୋଦିତ ସୀମା ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପାଇଁ ଦାବୀ ପ୍ରସ୍ତୁତି ସମୟରେ ଏହି ପାରମ୍ପରିକ ସୀମା ବା ପ୍ରଥାନୁମୋଦିତ ସୀମା ବିଷୟରେ ସ୍ପଷ୍ଟ ଭାବରେ ଜାଣିବା ଅତି ଜରୁରୀ । ସରକାରୀ ପ୍ରକ୍ରିୟାରେ ରାଜସ୍ୱ ସୀମା ସୃଷ୍ଟି ହେବା ପୂର୍ବରୁ ଗ୍ରାମ ଗ୍ରାମ ମଧ୍ୟରେ ପାରସ୍ପରିକ ବୁଝାମଣାରେ ପ୍ରଥା ଓ ପରମ୍ପରା ଅନୁସାରେ ଯେଉଁ ସୀମା ନିର୍ଦ୍ଧାରଣ କରାଯାଇଥିଲା ସେହିସବୁ ସୀମାକୁ ଜଙ୍ଗଲ ଅଧିକାର ଆଇନ୍ ର ଭାଷାର ପାରମ୍ପରିକ ସୀମା ବା ପ୍ରଥାନୁମୋଦିତ ସୀମା କୁହାଯାଇଛି । ଗ୍ରାମର ରାଜସ୍ୱ ସୀମା ଯେଉଁଭଳି ଦୋସୀମାଳି, ତ୍ରିସୀମାଳି ଦ୍ଵାରା ଚିହ୍ନଟ ହୋଇଥାଏ, ଠିକ୍ ସେହିପରି ଗ୍ରାମର ପାରମ୍ପରିକ ସୀମା ପ୍ରଥା ଓ ପରମ୍ପରା ଅନୁସାରେ ବିଭିନ୍ନ ପ୍ରକାର ବୃକ୍ଷ ଯଥା :- ନିମ୍ନ ବାଉଁଶ ବୃକ୍ଷ, ତୁମେରଗଛ, କିଆ ବୁରେଇ ଚାନ୍ଦିନି ପଥର, କନ୍ଦାଦକ, ଗମ୍ଭାରିଗଛ, କରଳାଖୋଳ, ଶାଳିହାଦମକ, ବିଭିନ୍ନ ଝରଣା, ଯଥା : ମହାରବସା ଝରଣା, ତୁମେୟ ପାଏନ୍ ଝରଣା, ଚଝେନ ପାଏନ୍ ଝରଣା, ଖରଖସି ପାଏନ୍ ଝରଣା, ଭୋଜପୁର ଗଡ ବନ୍ଧ ଇତ୍ୟାଦି ଚିହ୍ନ ଦ୍ଵାରା ପରିବେଷ୍ଟିତ ହୋଇରହିଥାଏ । ଆଇନ୍ ରେ ଏହାକୁ ସୁସ୍ପଷ୍ଟ ଭୂମି ଚିହ୍ନ କୁହାଯାଇଛି । ଏହିସବୁ ଚିହ୍ନ ଦ୍ଵାରା ଆବଦ୍ଧ ବା ପରିବେଷ୍ଟିତ ସୀମାକୁ ପାରମ୍ପରିକ ସୀମା କୁହାଯାଏ । ଗୋଟିଏ ଗ୍ରାମର ପାରମ୍ପରିକ ସୀମାକୁ ନେଇ ଏକ ଘୂର୍ଣ୍ଣାଙ୍ଗ ନକ୍ସା ପ୍ରସ୍ତୁତି କରିବା ପରେ ଏହି ସୀମା ଦ୍ଵାରା ଆବଦ୍ଧ କ୍ଷେତ୍ରରେ ଅବସ୍ଥିତ ସମସ୍ତ ପର୍ବତ, ଜଙ୍ଗଲ ଅଞ୍ଚଳ ଗୁଡିକ ଉପଯୁକ୍ତ ସ୍ଥାନରେ ସଙ୍କେତ ଦ୍ଵାରା ଚିହ୍ନଟ କରି ପ୍ରତ୍ୟକ ପର୍ବତ/ବନାଞ୍ଚଳର ସ୍ଥାନୀୟ ଭାଷାରେ ସ୍ଥାନୀୟ ନାମ ଲେଖିବା ଆବଶ୍ୟକ ଏହି ବିଷୟରେ ନିୟମର ଧାରା ୧୨(୧) “ଙ” ରେ ଉଲ୍ଲେଖ ଅଛି ଯେ ଜଙ୍ଗଲ ଅଧିକାର କମିଟି ସ୍ପଷ୍ଟ ସଙ୍କେତ ଦର୍ଶାଇ ପ୍ରତ୍ୟକ ଦାବୀର କ୍ଷେତ୍ର ନିର୍ଦ୍ଧାରଣ କରୁଥିବା ଏକ ମାନଚିତ୍ର (ନକ୍ସା) ପ୍ରସ୍ତୁତ କରିବେ । ମାନଚିତ୍ର ପ୍ରସ୍ତୁତି ସଠିକ ଭାବରେ ହେଲେ ହିଁ ପରିଶିଷ୍ଟ ହିଁ ପରିଶିଷ୍ଟ ୩ର କ୍ରମିକ ସଂଖ୍ୟା ୯ରେ ସ୍ଥାନିତ ସୀମାର ବର୍ଣ୍ଣନା ଭୂମି ଚିହ୍ନ ସହିତ ନିର୍ଭୁଲ ଭାବରେ କରାଯାଇ ପାରିବ । ଉଦାହରଣ ଜୈବବିବିଧତା, ବୌଦ୍ଧିକ ସମ୍ପଦ ଓ ପାରମ୍ପରିକ ଜ୍ଞାନକୌଶଳଗୁଡିକ ଉପରେ ପ୍ରବେଶାଧିକାର (ଆଇନ୍ ର ଧାରା ୩(୧) ‘ଟ’ ଅନୁସାରେ) ଗ୍ରାମର ପାରମ୍ପରିକ ସୀମା ମଧ୍ୟରେ ଏବଂ ବାହାରେ ପାରମ୍ପରିକ ଭାବରେ ବ୍ୟବହୃତ ହୋଇ ଆସୁଥିବା ବନାଞ୍ଚଳ ମଧ୍ୟରେ ଥିବା ବିଭିନ୍ନ ବୃକ୍ଷଲତା, ଜୀବଜନ୍ତୁ, ପକ୍ଷୀ, କୀଟପତଙ୍ଗ ଇତ୍ୟାଦିମାନଙ୍କର ଋତୁଭିତ୍ତିକ ଆଚରଣ। ଲକ୍ଷଣ ଅନୁଧ୍ୟାନ କରି ପାଣିପାଗ, ପ୍ରାକୃତିକ ଦୁର୍ବିପାକ ଯଥା : ସୁବୃଷ୍ଟି, ବର୍ଷାଭାବ, ମରୁଡି ଇତ୍ୟାଦି ସମ୍ବନ୍ଧୀୟ ଆଗୁଆ ତଥ୍ୟ ସଂଗ୍ରହ କରିବା ଏବଂ ତଦନୁସାରେ କୃଷିପାଇଁ ପୂର୍ବ ପ୍ରସ୍ତୁତି କରିବାର ପାରମ୍ପରିକ ଅଧିକାର । ବିଭିନ୍ନ ଫସଲ ନଷ୍ଟକାରୀ କୀଟ ନିୟନ୍ତ୍ରଣ, ପରିଚାଳନା, ପ୍ରାକୃତିକ ପରାଗସଂଗମ ପ୍ରକ୍ରିୟାକୁ ସୁରକ୍ଷା ପ୍ରଦାନ, ପ୍ରାକୃତିକ ଭାରସାମ୍ୟ ରକ୍ଷା, ମୃତ୍ତିକା ସଂରକ୍ଷଣ ଆଦି ପ୍ରାକୃତିକ ପ୍ରକ୍ରିୟାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ଜଙ୍ଗଲର ଜୈବବିବିଧତାର ସୁରକ୍ଷା, ସଂରକ୍ଷଣ ଓ ଉପଯୋଗ କରିବାର ଅଧିକାର । ଆବାହମାନ କାଳରୁ ପାରମ୍ପରିକ ଭାବରେ ବ୍ୟବହାର କରିଆସୁଥିବା ବିଭିନ୍ନ ପ୍ରକାର ପାରମ୍ପରିକ ବିହନ ଯଥା: ଧାନ, ଜୁଏରୀ, ମାଣ୍ଡିଆ, କୁଲଥ, ହଳଦୀ, ଅଦା, ସୋରିଷ, ମୁଗ, ବିରି, ଝୁଡଙ୍ଗ, କଲ୍ କା, କଟିଙ୍ଗ, ଜହ୍ନା, ମକା, ଆର୍ଗୁ, ଜଡା ଆଦି ପାରମ୍ପରିକ ଜ୍ଞାନକୌଶଳ ଉପଯୋଗ କରି ଉତ୍ପାଦନ, ସୁରକ୍ଷା ସଂରକ୍ଷଣ ଓ ବ୍ୟବହାରର ଅଧିକାର । ପାରମ୍ପରିକ ଜ୍ଞାନକୌଶଳର ଉପଯୋଗ କରି ଜଙ୍ଗଲରୁ ଉପଲବ୍ଧ ବିଭିନ୍ନ ଔଷଧୀୟ ବୃକ୍ଷଲତା, ଗୁଳ୍ମ ଆଦିର ଅଂସବିଶେଷ ଯଥା : ଚେର, ମୂଳ, ପତ୍ର, ଫୁଲ, ଫଳ, ଛାଲି ଇତ୍ୟାଦି ବ୍ୟବହାର କରି ପାରମ୍ପରିକ ପଦ୍ଧତିରେ ବିଭିନ୍ନ ପ୍ରକାର ରୋଗର ଚିକିତ୍ସା କରିବାର ପାରମ୍ପରିକ ଅଧିକାର । ପାରମ୍ପରିକ କୃଷି ପଦ୍ଧତି ଦ୍ଵାରା ବିଭିନ୍ନ ପାରମ୍ପରିକ ଫସଲ, ଫଳମୂଳ, କନ୍ଦା ଆଦିର ଉତ୍ପାଦନ ସହିତ ଜଙ୍ଗଲର ଜୈବ ବିବିଧତାର ସୁରକ୍ଷାର ଅଧିକାର । ବାଉଁଶ, ଖଜୁରୀପାତି, ଶାଳପତ୍ର, ଶିଆଳିପତ୍ର, ଦାବ ଛଣ ଇତ୍ୟାଦିକୁ ନିଜସ୍ଵ ଜ୍ଞାନକୌଶଳ ଉପଯୋଗ କରି ପାରମ୍ପରିକ ଭାବରେ ବିଭିନ୍ନ ଗୃହ ଉପକରଣ ଆଦି ପ୍ରସ୍ତୁତି ଓ ବ୍ୟବହାର କରିବାର ଅଧିକାର । ପାରମ୍ପରିକ ଲୋକଗୀତ, ଲୋକକଥା, ଲୋକନୃତ୍ୟ, ବାଦ୍ୟଜନ୍ତ୍ର, ପୋଷାକ, ପୂଜାପଦ୍ଧତି, ପର୍ବପର୍ବାଣୀ, ଅଳଙ୍କାର, ଆଭୂଷଣ, ଆଦିର ବ୍ୟବହାର ଓ ସୁରକ୍ଷାର ଅଧିକାର । (ଏସବୁ ଅଧିକାରଗୁଡିକ ବିଷୟରେ ସବିଶେଷ ସୂଚନା ଗ୍ରାମସଭାର ‘ଗୋଷ୍ଠୀ ଜଙ୍ଗଲ ସମ୍ବଳ’ ପରିଚାଳନା ଯୋଜନାରେ ସ୍ଥାନ ପାଇବ) ଲଘୁ ବନଜାତ ଦ୍ରବ୍ୟର ଅଧିକାର ଲଘୁ ବନଜାତ ଦ୍ରବ୍ୟର ଅଧିକାର (ଅଧିନିୟମଧାରା -୩(୧)ଗ) ଆଇନ୍ ର ଧାରା -୨ (ଜେ) ମୁତାବକ 1.ତେନ୍ତୁଳି, ତେନ୍ତୁଳି ମଞ୍ଜି 2.ମହୁଲ ଫୁଲ 3.ବାଢୁନ 4.କଣ୍ଟାଝାଡୁ 5.ଫୁଲ ଝାଡୁ 6.ଘାସଝାଡୁ 7.କୋଚିଳା ମଞ୍ଜି 8.ହରିଡା 9.ବାହାଡ 10. ଅଁଳା 11. ରିଠାଫଳ 12. ଭାଲିଆ 13. ନିର୍ମଳା ବା କତକ 14. ମହୁ 15. ସିଆଳି ପତ୍ର 16. ସବାଇ ଘାସ 17. ଆମ୍ବ କୋଇଲି 18. ଖଡ ଘାସ 19. ସିମୁଳି ତୁଳା 20. ପାଳୁଆ 21. ଧାତୁକି ଫୁଲ 22. ପୁତ୍ରଣି 23. ସିକାକାଇ 24. ଜଙ୍ଗଲ ଜଡା / ଗବ 25. ପଳାସ ମଞ୍ଜି 26. ସିଆଳି ମଞ୍ଜି 27. ଇନ୍ଦ୍ରଜବା 28. ଗିଲ 29. ବେଣାଚେର 30. ବଣହଳଦି 31. ବଣ କୋଳଥି 32. ଗବ 33. ତୁଳସି 34. କାନ୍ତପଦ୍ମ 35. ତାଳ ମାଖନ ମଞ୍ଜି 36. ବାଇଡଙ୍କ ମଞ୍ଜି 37. ବାଘନଖି ମଞ୍ଜି 38. କମଳାଗୁଣ୍ଡି ମଞ୍ଜି 39. ଲଣ୍ଡାବଗୁଲ 40. ବେଲ 41. ଭୁଇଁନିମ 42. ଖଜୁରି ପଟିଆ 43. ରୋହିଣି ଫଳ 44. ଭୁରୁସୁଙ୍ଗା ପତ୍ର 45. ରାସ୍ନା 46. ଫେଣଫେଣା ଫଳ 47. ସିଦ୍ଧଫଳ 48. ଶତାବରି 49. କାଠଲଇ 50. ଅତୁଣ୍ଡଲଇ 51. ଖେଲୁଆଲଇ 52. ହଂସଲତା 53. ଏକଶିରା ଫଳ 54. କାଠ ଛତୁ 55. ସପ/ମସିଣା ଘାସ 56. ଅନନ୍ତମୁଳା (ସୁଗନ୍ଧା) 57. ଅଣ୍ଟିଆ ପଟ 58. ନାଗେଶ୍ଵର ଫୁଲ 59. ମାଙ୍କଡ କେନ୍ଦୁ 60. ଅତୁଣ୍ଡି ଫଳ 61. ମହୁଲ ମଞ୍ଜି 62. କୁସୁମ ମଞ୍ଜି 63. କରଞ୍ଜ ମଞ୍ଜି 64. ନିମ ମଞ୍ଜି 65. ବାର ମଞ୍ଜି 66. ଚାକୁଣ୍ଡା ମଞ୍ଜି 67. ବବୁଲ ମଞ୍ଜି 68. ବାଇବିଡଙ୍କ ମଞ୍ଜି 69. ଶାଳ ମଞ୍ଜି 70. ବାଉଁଶ 71. ଝାଟି 72. ଛୋଟ ଗଛର ଫଳ 73. ବେତ 74. ଟସର 75. କୋଷା 76. ମହମ 77. ଲାଖ 78. କେନ୍ଦୁ ଓ କେନ୍ଦୁ ପତ୍ର 79. ମୂଳ 80. ଚେର ମୂଳୀ 81. କନ୍ଦା ବିଭିନ୍ନ ନୋଟିସ ଓ ଫର୍ମର ଫର୍ମାଟ "ପ୍ରଥମ ପଲ୍ଲୀସଭା ପାଇଁ ନୋଟିସ ଓ ପଲ୍ଲୀସଭା ବିବରଣୀର ନମୁନା" "ଜଙ୍ଗଲ ଅଧିକାର କମିଟିର ବିବରଣୀ" "ଗ୍ରାମର ବୟସ୍କ ବ୍ୟକ୍ତିଙ୍କ ଲିଖିତ ବୟାନ (ବ୍ୟକ୍ତିଗତ)" "ବାରମ୍ବାର ପ୍ରଶ୍ନର ଉତ୍ତର" ଆଧାର - ସି. ଏସ୍. ଡି, ଓଡ଼ିଶା