ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଉଦ୍ୟୋଗ ପତି ମାନଙ୍କୁ ଉତ୍ସାହିତ କରିବା ଷ୍ଟାଣ୍ଡ ଅପ ଇଣ୍ଡିଆର ଲକ୍ଷ୍ୟ । ବିତ୍ତ ମନ୍ତ୍ରଣାଳୟର ଅର୍ଥ ବିଭାଗ ଦ୍ଵାରା ଏହି କାର୍ଯ୍ୟ କରାଯିବାର ବ୍ୟବସ୍ଥା କରାଯାଇଛି । ଷ୍ଟାଣ୍ଡ ଅପ ଯୋଜନାରେ ବ୍ୟାଙ୍କର ପ୍ରତ୍ୟେକ ଶାଖାରେ ଅତି କମରେ ଜଣେ ମହିଳା, ଜଣେ ଅନୁସୂଚିତ ଜାତି, ଜଣେ ଅନୁସୂଚିତ ଜନଜାତିଙ୍କୁ ୧୦ ଲକ୍ଷରୁ ୧କୋଟି ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ । ଏହି ଉଦ୍ୟୋଗ ଉତ୍ପାଦନ, ଟ୍ରେନିଂ ବିଭାଗରେ ହେବ । ଯୋଗ୍ୟତା ପ୍ରାର୍ଥୀ ୧୮ ବର୍ଷରୁ ଉର୍ଦ୍ଧ୍ଵ ମହିଳା/ଅନୁସୂଚିତ ଜାତି/ଅନୁସୂଚିତ ଜନଜାତିର ହୋଇଥିବେ । ଋଣ କେବଳ ଗ୍ରୀନ ଫିଲଡ ପ୍ରକଳ୍ପକୁ ଦିଆଯିବ । ହିତାଧିକାରୀ ଉତ୍ପାଦନ, ଟ୍ରେନିଂ ସେକ୍ଟର ପାଇଁ ଦିଆଯିବ । ଯଦି ବ୍ୟକ୍ତିଗତ ଋଣ ଦିଆଯିବ ନାହିଁ, ତେବେ ଯେଉଁ ପ୍ରକଳ୍ପ ପାଇଁ ଋଣ ଦିଆଯିବ ସେଥିରେ ୫୧ପ୍ରତିଶତ ସେୟାର ମହିଳା, SC/ST ସଦସ୍ୟଙ୍କର ହୋଇଥିବା ଆବଶ୍ୟକ । ଋଣକାରୀ ବ୍ୟାଙ୍କ କିମ୍ବା ଅନ୍ୟକୌଣସି ଆର୍ଥିକ ସଂସ୍ଥାର ଖିଲାପ ହୋଇନଥିବେ । ଋଣ ସର୍ବଶେଷ ତଥ୍ୟ ଋଣର ପ୍ରକୃତି – ସମିଶ୍ରିତ ଋଣ (ଋଣ ଏବଂ କାର୍ଯ୍ୟକାରୀ ପୁଞ୍ଜି) ୧୦ ଲକ୍ଷ୍ୟରୁ ୧୦୦ କୋଟି ମଧ୍ୟରେ ହେବା ଆବଶ୍ୟକ । ଋଣର ଉଦ୍ଦେଶ୍ୟ – ମହିଳା, SC/ST ହିତାଧିକାରୀଙ୍କୁ ଟ୍ରେନିଂ, ଉତ୍ପାଦନ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା । ଋଣର ଆକାର – ପ୍ରକଳ୍ପର ଖର୍ଚ୍ଚର ୭୫ପ୍ରତିଶତ ସମିଶ୍ରିତ ଋଣ (ପ୍ରକଳ୍ପ ଖର୍ଚ୍ଚ = ଋଣ ଏବଂ କାର୍ଯ୍ୟକାରୀ ପୁଞ୍ଜି ) ସୁଧା ହାର – ସୁଧ ହାର ଅତ୍ୟନ୍ତ କମ ହେବା ଦରକାର । ଏହା ବେସରେଟ (MCLR)+୩%+ଋଣସୁଝିବା ଅବଧି ) ଅମାନତ - ଷ୍ଟାଣ୍ଡ ଅପ ଇଣ୍ଡିଆ ଋଣ ପାଇଁ ବ୍ୟାଙ୍କ ଦ୍ଵାରା ସ୍ଥିରିକୃତ ଅମାନତ । ପରିଶୋଧ – ଋଣ ୭ ବର୍ଷ ଭିତରେ ପରିଶୋଧ କରାଯିବ । ପ୍ରଥମ କିସ୍ତି ଋଣ ପରିଶୋଧର ସମୟ ସୀମା ୧୮ ମାସରୁ ଅଧିକ ହୋଇପାରିବ ନାହିଁ । କାର୍ଯ୍ୟକାରୀ ପୁଞ୍ଜି – କାର୍ଯ୍ୟକାରୀ ପୁଞ୍ଜି ୧୦ ଲକ୍ଷ ହେଲେ ଏହି ଟଙ୍କା ଓଭରଡ୍ରାଫ୍ଟ ଦ୍ଵାରା ଦିଆଯିବ । ଧାର ଟଙ୍କା – କେନ୍ଦ୍ର ଓ ରାଜ୍ୟର ଯୋଜନାରେ ୨୫% ମାରିଜିନାଲ ମନି ଦେବାକୁ ପଡିବ । ଋଣ ପାଇଁ କେମିତି ଆବେଦନ କରିବେ ଏହି ଯୋଜନା ସମସ୍ତ ବାଣିଜ୍ୟକ ବ୍ୟାଙ୍କର ଶାଖା ମାନଙ୍କରେ ଉପଲବ୍ଧ । ସିଧା ସଳଖ ବ୍ୟାଙ୍କର ଶାଖାରେ ଆବେଦନ କରିହେବ । ଷ୍ଟାଣ୍ଡଅପ ଇଣ୍ଡିଆ ପୋର୍ଟାଲ (Stand-Up India portal (www.standupmitra.in)) କିମ୍ବା ଜିଲ୍ଲା ପରିଚାଳକଙ୍କ ମାଧ୍ୟମରେ ଆବେଦନ କରିହେବ । ଷ୍ଟାଣ୍ଡଅପ ଇଣ୍ଡିଆ ଆବେଦନ ପତ୍ରର ଚେକ ଲିଷ୍ଟ ପ୍ରମାଣ ପତ୍ର – ଭୋଟରକାର୍ଡ /ପାଶପୋର୍ଟ/ଡ୍ରାଇଭିଙ୍ଗ ଲାଇସେନ୍ସ/ପ୍ୟାନକାର୍ଡ ହସ୍ତାକ୍ଷର ଯାଞ୍ଚ, ଯଦି କମ୍ପାନୀ ହୋଇଥିବ ନିର୍ଦ୍ଦେଶକଙ୍କ ସହଯୋଗୀ । ଠିକଣା ପ୍ରମାଣ ପତ୍ର – ଟେଲିଫୋନ ବିଲ, ଇଲେକ୍ଟ୍ରିକ ବିଲ, ଟ୍ୟାକ୍ସ ବିଲ, ପାସପୋର୍ଟ/ଭୋଟର କାର୍ଡ଼ ବ୍ୟବସାୟର ଠିକଣା ଆବେଦନକାରୀ କୌଣସି ବ୍ୟାଙ୍କର ଋଣ ଖିଲାପି ହୋଇନଥିବେ । କମ୍ପାନୀ, ପାର୍ଟନର ସିପର ପ୍ରମାଣପତ୍ର । ପ୍ରଦୂଷଣ ବୋର୍ଡର ସାର୍ଟିଫିକେଟ SSI/MSME ରେଜିଷ୍ଟ୍ରେସନ । ୨ବର୍ଷର ବାଲାନ୍ସସିଟ ସମସ୍ତ ସମ୍ପତ୍ତି ମାଲିକାନା ସଞ୍ଚୟର ଜେରକ୍ସ କପି । SC/ST ହିତାଧିକାରୀଙ୍କ ଜାତି ପ୍ରମାଣ ପତ୍ର । ବ୍ୟବସାୟ ସଂସ୍ଥାର ପାର୍ଶ୍ଵ ଦୃଶ୍ୟ (ପ୍ରୋଫାଇଲ) ବିଗତ ତିନିବର୍ଷର ବାଲାନ୍ସ ସିଟ ପ୍ରୋଜେକ୍ଟ ରିପୋର୍ଟ, କେଉଁ ମେସିନ ଲାଗିବ, କେଉଁଠାରୁ କିଣାହେବ ଅର୍ଥନୈତିକ ହିସାବ କରିବା । ଉତ୍ପାଦନ, କିଣା ବିକାରର ରିପୋର୍ଟ । ଋଣ ଆବେଦନପତ୍ର ଦାଖଲ କରିବା ପ୍ରଣାଳୀ ବିଶେଷ ବିବରଣୀ ଋଣ କର୍ତ୍ତାଙ୍କର ଅଞ୍ଚଳ SC/ST/ମହିଳା ବ୍ୟବସାୟର ପ୍ରକାର ଭେଦ କେଉଁ ସ୍ଥାନରେ ବ୍ୟବସାୟ ହେବ ପ୍ରୋଜେକ୍ଟ ପ୍ଲାନ ପାଇଁ ସହକାରୀ ବର୍ତ୍ତମାନର ବ୍ୟାଙ୍କଆକାଉଣ୍ଟର ସମସ୍ତ ବିବରଣୀ ପ୍ରକଳ୍ପରେ ନିବେଶ ହେବାକୁ ଥିବା ଅର୍ଥ ମାରଜିନ ମନି ପାଇଁ ସାହାଯ୍ୟ ଦରକାର ନାହିଁ ? ପୂର୍ବରୁ ବ୍ୟବସାୟରେ ଅଭିଜ୍ଞତା ଅଛିକି ନାହିଁ ? ଋଣକର୍ତ୍ତାଙ୍କର ତାଲିମ ସିଡବି ଏବଂ ନାବାର୍ଡ଼ ଦ୍ଵାରା ତାଲିମର ଆୟୋଜନ କରାଯାଇ ପାରିବ । ଅର୍ଥନୈତିକ ତାଲିମ – FLCs (ଫାଇନାନ୍ସ ଲିକାର ସିମେଣ୍ଟର ) ଦକ୍ଷତା ତାଲିମ –VTC ( ଭୋକେସନାଲ ଟ୍ରେନିଂ ସେଣ୍ଟର) EDP – ଜିଲ୍ଲା କାରଖାନା କେନ୍ଦ୍ର କାର୍ଯ୍ୟପାଇଁ ତାଲିମ –DIC ମାରିଜିନ ମନି – ଷ୍ଟେଟ ଏସି ଅର୍ଥ ନିଗମ, ମହିଳା ବିକାଶ ନିଗମ ରାଜ୍ୟ ଗ୍ରାମ୍ୟ ଖାଦ୍ୟ ବୋର୍ଡ଼ । ଆଧାର –Stand-Up India portal (www.standupmitra.in) ଅଧିକ ସୂଚନା ପାଇଁ Stand-Up India loan application form. List of Help centres List of LDMs List of Connect centres