ପ୍ରାକ୍ –ମାଟ୍ରିକ ଛାତ୍ରବୃତ୍ତି ଯୋଜନା ଯୋଜନାର ଉଦ୍ଦେଶ୍ୟ ସମସ୍ତ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ଛାତ୍ରଛାତ୍ରୀଙ୍କ ନିକଟରେ ଶିକ୍ଷା ଉପଲବ୍ଧ କରାଇବା ନିମନ୍ତେ ଆର୍ଥିକ ସହାୟତ ପ୍ରଦାନ କରିବା। ଅନୁସୂଚୀତ ଜାତି ଓ ଜନଜାତିର ଅଭିଭାବକମାନଙ୍କୁ ସେମାନଙ୍କର ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବା ନିମନ୍ତେ ଉତ୍ସାହିତ କରିବା । ହିତାଧିକାରୀଙ୍କ ଯୋଗ୍ୟତା ଯେଉଁ ପରିବାର ଆୟକରଦାତା ପରିବାରର ଅନ୍ତଭୁକ୍ତି ନୁହଁନ୍ତି, ସେହି ପିଲାମାନଙ୍କୁ ଏହା ମିଳିପାରିବ । ଏହା ଷଷ୍ଠାରୁ ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ । ଆବେଦନ ପ୍ରଣାଳୀ ଶିକ୍ଷା ଅନୁଷ୍ଠାନ ମାଧ୍ୟମରେ । ଚିହ୍ନଟ ପ୍ରକ୍ରିୟା ବାର୍ଷିକ ଆୟର ପ୍ରମାଣପତ୍ର । ସାହାଯ୍ୟର ପରିମାଣ ଷଷ୍ଠରୁ ଦଶମ ଶ୍ରେଣୀ ଅନ୍ତେବାସୀ ଛାତ୍ରମାନଙ୍କୁ ମାସକୁ ୬୦୦ ଟଙ୍କା ଓ ଛାତ୍ରୀମନାଙ୍କୁ ମାସକୁ ୬୩୦ ଟଙ୍କା ହିସାବରେ ୧୦ ମାସ ପ୍ରଦାନ କରାଯାଏ । ଅଷ୍ଟମରୁ ଦଶମ ଶ୍ରେଣୀ ଦିବାଧ୍ୟାୟୀ ଛାତ୍ରମାନଙ୍କୁ ବାର୍ଷିକ ୧୫୦ ଟଙ୍କା ଓ ଛାତ୍ରୀମନାଙ୍କୁ ୨୦୦ ଟଙ୍କା ପ୍ରଦାନ କରାଯାଏ । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଦିବାଧ୍ୟାୟୀ ଛାତ୍ରମାନଙ୍କୁ ୨୦୦ ଟଙ୍କା ଓ ଛାତ୍ରୀମନାଙ୍କୁ ୨୫୦ ପ୍ରଦାନ କରାଯାଇଥାଏ । ସାହାଯ୍ୟକାରୀ ଅଧିକାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଆଦିବାସୀ ହରିଜନ କଲ୍ୟାଣ ବିଭାଗ, ଓଡିଶା । ଅଭିଯୋଗ ଦାଖଲ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରାଯିବ । ପ୍ରେରଣା (ମାଟ୍ରିକ୍ – ପରି ଛାତ୍ରବୃତ୍ତି ଯୋଜନା ) ଯୋଜନାର ଉଦ୍ଦେଶ୍ୟ ସମସ୍ତ ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ତଥା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ଛାତ୍ରଛାତ୍ରୀଙ୍କ ନିକଟରେ ଉଚ୍ଚଶିକ୍ଷା ଉପଲବ୍ଧ କରାଇବା । ହିତାଧିକାରୀ ଙ୍କ ଯୋଗ୍ୟତା ଯେଉଁ ଅନୁସୂଚୀତ ଜାତି ପରିବାରର ବାର୍ଷିକ ରୋଜଗାର ଅନୁନ୍ୟ ଦୁଇଲକ୍ଷ ଟଙ୍କାରୁ କମ୍ କିମ୍ବା ଆୟକରଦାତା ପରିବାର ନୁହଁନ୍ତି, ସେହି ପିଲାମାନଙ୍କୁ ଏହା ମିଳିପାରିବ । ଆବେଦନ ପ୍ରଣାଳୀ ଶିକ୍ଷା ଅନୁଷ୍ଠାନ ମାଧ୍ୟମରେ । ଚିହ୍ନଟ ପ୍ରକ୍ରିୟା ବାର୍ଷିକ ଆୟର ପ୍ରମାଣପତ୍ର । ସାହାଯ୍ୟର ପରିମାଣ ସ୍ମାତକ ଏବଂ ସ୍ମାତକୋତ୍ତର (ଏସ୍ ଫି ଲ୍/ ପି ଏ ଚ୍ ଡି /ମେଡିକାଲ /ଏଞ୍ଜିନିୟରଂ/ବୈଷୟିକ /କୃଷି ଓ ଅନ୍ୟାନ୍ୟ କୋର୍ସ) ର ହଷ୍ଟେଲ ଛାତ୍ରଛାତ୍ରୀଙ୍କୁ ୫୫୦ ଟଙ୍କା ପ୍ରଦାନ କରାଯାଏ । ଅନ୍ୟାନ୍ୟ ଯାନ୍ତ୍ରିକ ଓ ବୃତ୍ତିଗତ କୋର୍ସ (ସ୍ମାତକ ଓ ସ୍ନାତକୋତ୍ତର ଯେଉଁଗୁଡିକ ଉପରଲେଖିତରେ ଯାଇନାହିଁ ଯଥା: ସି.ଏ. /ଆଇସିଡବ୍ଲୁଏ/ ସି. ଏସ. ଇତ୍ୟାଦି ସମସ୍ତ ସ୍ନାତକ ଓ ସ୍ନାତକୋତ୍ତର ଡିପ୍ଲୋମା ସାଟିଫିକେଟ କୋର୍ସ ) ହଷ୍ଟେଲ ଛାତ୍ରଛାତ୍ରୀମାନଙ୍କୁ ୮୨୦ ଟଙ୍କା ଓ ଦିବାଧ୍ୟାୟୀ ଛାତ୍ରଛାତ୍ରୀଙ୍କୁ ୫୩୦ ଟଙ୍କା ପ୍ରଦାନ କରାଯାଏ । ଅନ୍ୟାନ୍ୟ ସ୍ନାତକ ବା ତଦୁପରିସ୍ଥ ଡିଗ୍ରୀ ଯାହା ଉପର ଦୁଇ ଗ୍ରେଡ଼୍ ରେ ପାଇନାହିଁ, ସେହି ହଷ୍ଟେଲ ଛାତ୍ରଛାତ୍ରୀଙ୍କୁ ୫୭୦ ଟଙ୍କା ଓ ଦିବାଧ୍ୟାୟୀ ଛାତ୍ରଛାତ୍ରୀଙ୍କୁ ୩୦୦ ଟଙ୍କା ପ୍ରଦାନ କରାଯିବା । ଏକାଦଶ ଓ ଦ୍ଵାଦଶ (୧୦+୨) ଆଇ.ଟି.ଆଇ./ ଧନ୍ଦାମୂଳକ ଶିକ୍ଷା (ନିମ୍ନତମ ଯୋଗ୍ୟତା ମାଟ୍ରିକ ) ର ହଷ୍ଟେଲ ଛାତ୍ରଛାତ୍ରୀମାନଙ୍କୁ ୩୮୦ ଟଙ୍କା ଓ ଦିବାଧ୍ୟାୟୀ ଛାତ୍ରଛାତ୍ରୀଙ୍କୁ ୨୩୦ ଟଙ୍କା ପ୍ରଦାନ କରାଯାଏ । ସାହାଯ୍ୟକାରୀ ଅଧିକାର ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଆଦିବାସୀ ହରିଜନ କଲ୍ୟାଣ ବିଭାଗ, ଓଡିଶା । ଅଭିଯୋଗ ଦାଖଲ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଦାଖଲ କରାଯିବ । ଆଧାର - ନ୍ୟାସନାଲ ଫ୍ରେଡ୍ରେସନ ଫର ଦଳିତ ଓମେନ