ଅନୁସୂଚୀତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଯୋଗ୍ୟତା ବୃଦ୍ଧି ନିମନ୍ତେ ଯୋଜନା ଉକ୍ତ ଯୋଜନାଟି ୧୯୮୭-୮୮ ମସିହାରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଦ୍ଵାରା ପ୍ରଣୟନ ହୋଇଥିଲା । ପରବର୍ତ୍ତୀ ସମୟରେ ସମାଜ ମଂଗଳ ମନ୍ତ୍ରାଳୟକୁ ହସ୍ତାନ୍ତର କରାଯାଇଛି । ଯୋଜନାର ଉଦ୍ଦେଶ୍ୟ: ନବମ ଶ୍ରେଣୀରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସ୍ଵତନ୍ତ୍ର ଘରୋଇ ଶିକ୍ଷାଦାନ ବ୍ୟବସ୍ଥା ଯାଦ୍ୱାରାକି ସେମାନେ ଇଞିନିୟରିଂ,ଡାକ୍ତରୀ ଆଦି ପ୍ରତିଯୋଗିତା ମୂଳକ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିବେ । ସାହାଯ୍ୟର ପରିମାଣ ବର୍ଷକୁ ପ୍ରତି ଛାତ୍ରଛାତ୍ରୀଙ୍କୁ ୧୫୦୦ ଟଙ୍କା ସହାୟତା ପ୍ରଦାନ ଶାରୀରିକ ଅକ୍ଷମ ଥିବା ଅନୁସୂଚୀତ ଜାତି କିମ୍ବା ଉପଜାତି ଛାତ୍ରଛାତ୍ରୀଙ୍କୁ ପାଠ ପଢା, ଯିବା ଆସିବାର ଖର୍ଚ୍ଚ ବହନ । ହିତାଧିକାରୀ ଙ୍କ ଯୋଗ୍ୟତା: ଅନୁସୂଚୀତ ଜାତିର ଛାତ୍ରଛାତ୍ରୀ ହୋଇଥିବେ । ଆବେଦନ ପ୍ରଣାଳୀ : ଗୋଷ୍ଟି ଉନ୍ନୟନ ଅଧିକାରୀ ନିକଟରେ ଦରଖାସ୍ତ ପ୍ରଦାନ କରାଯିବ । ଅଭିଯୋଗ ଦାଖଲ: ଜିଲ୍ଲାପାଳ / ଜିଲ୍ଲା ସମାଜ ମଂଗଳ ଅଧିକାରୀଙ୍କ ନିକଟର ଅଭିଯୋଗ ଦାଖଲ କରିପାରିବେ । ଆବର୍ଜନାମୟ ବୃତ୍ତିରେ ନିୟୋଜିତ ପିତାମାତାଙ୍କୁ ସନ୍ତାନମାନଙ୍କ ପାଇଁ ପ୍ରାକ୍ ମାଧ୍ୟମିକ ଛାତ୍ର ବୃତ୍ତି ଯୋଜନା କଚ୍ଚ ପାଇଖାନା ସଫା କରୁଥିବା ମେହେନ୍ତର, ମୋଚି, ଚମାର ଏବଂ ସଫେଇ କମ ସହ ପାରମ୍ପରିକ ଭାବରେ ସମ୍ବନ୍ଧ ରଖିବା ଝାଡୁଦାର ଆଦି ବୃତ୍ତିଧାରୀଙ୍କର ସନ୍ତାନମାନଙ୍କୁ ଅଧ୍ୟୟନ ଅବ୍ୟାହତ ରଖିବା ପାଇଁ ସହାୟତା ଯୋଗାଇ ଦେବା । ଯୋଗ୍ୟତା : ଯେଉଁ ଛାତ୍ରଛାତ୍ରୀମାନଙ୍କର ପିତାମାତା ମନୁଷ୍ୟ ମାଳକୁ ହାତରେ ସଫା କରିବା ବ ମୁଣ୍ଡରେ ବୋହିବା ବ ଖୋଲା ନର୍ଦ୍ଦମା ସଫା କରିବା ବା ମ୍ୟାନହୋଲ ସଫା କରିବା ଆଦି କାମରେ ନିୟୋଜିତ ମେହେନ୍ତର । ମେହନ୍ତର କାମ ସହ ପାରମ୍ପରିକ ଭାବରେ ସଂଯୁକ୍ତ ଝାଡୁଦାର ମୋଚି ହାତରେ ମଇଲା ସଫା କରୁଥିବା ସଫାଇ କର୍ମଚାରୀମାନଙ୍କ ପୁନର୍ବାସ ପାଇଁ ଆମିନିଯୁକ୍ତ ଯୋଜନାରେ ଅନୁଭକ୍ତି କରାଯାଇଥିବା ହିତଧିକାରୀମାନଙ୍କର ଏହି ଯୋଜନାରେ ଅନୁଭୂକ୍ତ ହୋଇ ପୁନର୍ବାସର ସୁବିଧା ପାଇବା ପୂର୍ବରୁ ଜନ୍ମହୋଇଥିବା ସନ୍ତାନ । ଅନୁଷ୍ଠାନର ଯୋଗ୍ୟତା : ସମ୍ପୃକ୍ତ ରାଜ୍ୟ ସରକାରଙ୍କର ଦ୍ଵାରା ଉପଯୁକ୍ତ ଭାବରେ ସ୍ଵୀକୃତିପ୍ରାପ୍ତ ଅନୁଷ୍ଠାନମାନଙ୍କରେ ଦଶମଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଏ । ସାହାଯ୍ୟର ପରିମାଣ ପ୍ରଥମରୁ ଦଶମ ଶ୍ରେଣୀ ପଢୁଥିବା ଦିବାଧ୍ୟାୟୀ ଛାତ୍ରଛାତ୍ରୀ ମାନଙ୍କୁ ୧୧୦ ଟଙ୍କା ଓ ତୃତୀୟରୁ ଦଶମ ଶ୍ରେଣୀ ପଢୁଥିବା ଅନ୍ତେବାସୀ ଛାତ୍ରଛାତ୍ରୀ ମାନଙ୍କୁ ୭୦୦ ଟଙ୍କା ବୃତ୍ତି ପ୍ରଦାନ କରାଯାଏ । ରାଜୀବ ଗାନ୍ଧୀ ଜାତୀୟ ଆଥିକ ସହାୟତା ଯୋଜନା ଅନୁସୂଚୀତ ଜାତିର ଛାତ୍ରଛାତ୍ରୀଙ୍କର ଉଚ୍ଚ ଶିକ୍ଷା ଯଥା ଏମ୍- ଫିଲ୍, ପି.ଏଚ୍.ଡି. କିମ୍ବା ସେହି ଭଳି କୌଣସି ସମାନ ଶିକ୍ଷା ନିମନ୍ତେ ଆଥିକ ସହାୟତା ପ୍ରଦାନ କରିବା । କାର୍ଯ୍ୟକାରୀ ସଂସ୍ଥା ୟୁ.ଜି.ସି (ୟୁନିଭରସିଟି ଗ୍ରାଣ୍ଡ କମିଶନ ) ଏହାର ପ୍ରଣୟନକାରୀ ସଂସ୍ଥା ରୂପେ କାର୍ଯ୍ୟ କରିଥାଏ । ଯୋଗ୍ୟତା ଯେକୌଣସି ଅନୁସୂଚୀତ ଜାତିର ଛାତ୍ରଛାତ୍ରୀ ଏମ୍- ଫିଲ୍, ପି.ଏଚ୍.ଡି. କିମ୍ବା ସେହି ଭଳି କୌଣସି ସମାନ ଶିକ୍ଷା ନିମନ୍ତେ ନାମ ଲେଖାଇ ଥିବେ । ଯଦି ପ୍ରଥମ ବର୍ଷର ଗବେଷଣା କାର୍ଯ୍ୟ ସନ୍ତୋଷଜନକ ହୋଇଥିବ ତେବେ ଆସନ୍ତା ତିନି ବର୍ଷ ଗବେଷଣା କାର୍ଯ୍ୟ ପାଇଁ ଆଥିକ ସହାୟତା ପ୍ରଦାନ । ଆଧାର - ନ୍ୟାସନାଲ ଫ୍ରେଡ୍ରେସନ ଫର ଦଳିତ ଓମେନ