ଯାଞ୍ଚ କମିଟି ଏବଂ ମାତୃ କମିଟିର ନିଯୁକ୍ତିର ଉଦ୍ଦେଶ୍ୟ ପରିପୂରକ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଏବଂ ସମନ୍ୱିତ ଶିଶୁ ବିକାଶ ଯୋଜନାର ସେବା ସମୂହ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯଥା - ମମତା ଯୋଜନା, ପରିଷ୍କାର ପରିଚ୍ଛନ୍ନତା ସମ୍ବନ୍ଧୀୟ ଉପକରଣର ବ୍ୟବହାର ପ୍ରାକ୍ ବିଦ୍ୟାଳୟ ଏବଂ ବୃଦ୍ଧି ନିରୀକ୍ଷଣ ଇତ୍ୟାଦିର ଉନ୍ନତ ମାନର ଗୋଷ୍ଠୀ ଭିତ୍ତିକ ତଦାରଖକୁ ନିଶ୍ଚିତ କରିବା ହେଉଛି ଯାଞ୍ଚ କମିଟି ଏବଂ ମାତୃ କମିଟି ଗଠନର ମୁଖ୍ୟ ଉଦ୍ଦେଶ୍ୟ । ଅଙ୍ଗନୱାଡୀ କେନ୍ଦ୍ରର ପରିଚାଳନା ଏବଂ ଅଙ୍ଗନୱାଡୀ କର୍ମୀର ସାଧାରଣ ଉଦ୍ଦେଶ୍ୟ ସମୂହ ହାସଲ କରିବା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ହିତାଧିକାରୀ ମାନଙ୍କର ସହଭାଗିତାକୁ ନିଶ୍ଚିତ କରିବା ହେଉଛି ଉକ୍ତ କମିଟିର ଉଦ୍ଦେଶ୍ୟ । ଶିଶୁମାନଙ୍କର ଖାଦ୍ୟ ଓ ପୁଷ୍ଟି, ବୃଦ୍ଧି ନିରୀକ୍ଷଣ, ସ୍ଵାସ୍ଥ୍ୟ ଓ ପରିମଳ ସମ୍ବନ୍ଧୀୟ ବିଭିନ୍ନ ଘଟଣାବଳୀ ଉପରେ ଗୋଷ୍ଠୀ ମଧ୍ୟରେ ଆଲୋଚନା ଏବଂ ସଚେତନତା ସୃଷ୍ଟି କରିବା ପାଇଁ ମୂଳଦୂଆ ସ୍ଥାପନ କରିବା କ୍ଷେତ୍ରରେ ଉକ୍ତ କମିଟି ମୁଖ୍ୟ ଭୂମିକା ଅଟେ । ଯାଞ୍ଚ କମିଟିର ସଦସ୍ୟ ଜଣେ ଅବସରପ୍ରାପ୍ତ ସରକାରୀ ବା ସରକାରୀ ଅନୁଦାନ ପ୍ରାପ୍ତ ସଂସ୍ଥାର କାର୍ଯ୍ୟକର୍ତ୍ତା । ଦୁଇଟି ସ୍ଵୟଂ ସହାୟକ ଦଳର ସଭାପତି ବା ସଂପାଦିକା । ଜଣେ ଭିନ୍ନକ୍ଷମ ବ୍ୟକ୍ତି ମାତୃ କମିଟିର ମୁଖ୍ୟ ଗ୍ରାମ୍ୟ ଶିକ୍ଷା କମିଟିର ସଭାପତି । ଯାଞ୍ଚ କମିଟିର ମୁଖ୍ୟ ଭୂମିକା ଓ ଦାୟିତ୍ଵ ଗ୍ରାମରେ ପ୍ରତ୍ୟେକ ଅଙ୍ଗନୱାଡୀକେନ୍ଦ୍ରକୁ ଅତିକମ୍ ରେ ଥରେ ପରିଦର୍ଶନ କରି ଦିଆଯାଇଥିବା ଖାଦ୍ୟକୁ କିଛି ପରିମାଣରେ ଚାଖି ଖାଦ୍ୟର ଗୁଣାତ୍ମକ ଏବଂ ପରିମାଣର ମାନକୁ ଯାଞ୍ଚ କରିବେ । ଘରପାଇଁ ଶୁଖିଲା ଖାଦ୍ୟ ଗ୍ରହଣ ସମୟରେ ଏବଂ ହିତାଧିକାରୀଙ୍କୁ ବଣ୍ଟନ ସମୟରେ ଦେଖିବେ ଏବଂ ଉପସ୍ଥିତ ରହିବେ । ସପ୍ତାହକୁ ଅତି କମ୍ ରେ ଥରେ ଶୁଖିଲା ଖାଦ୍ୟ ଗ୍ରହଣ କରୁଥିବା ହିତାଧିକାରୀଙ୍କ ଘରକୁ ପରିଦର୍ଶନରେ ଯାଇ ଖାଦ୍ୟଗ୍ରହଣ ଉପରେ ନିଶ୍ଚିତ କରିବେ । ଯାଞ୍ଚ କମିଟିର ପରିଦର୍ଶନ ଦିନର ମନ୍ତବ୍ୟକୁ ଅଙ୍ଗନୱାଡୀ କର୍ମୀ ନିଜ ନଥିପତ୍ରର ଲିପିବଦ୍ଧ କରିରଖିବେ । ଯାଞ୍ଚ କମିଟିର ସଦସ୍ୟମାନେ 'ମମତା' ଯୋଜନାର ଅନୁଦାନ ବଣ୍ଟନ ସମୟରେ ଉପସ୍ଥିତ ରହି ତଦାରଖ କରିବେ ଏବଂ ଯଦି କୌଣସି ତୃଟି ଦେଖାଯାଏ ତେବେ ଜିଲ୍ଲାପାଳଙ୍କ ନଜରକୁ ଆଣିବେ । ଅଙ୍ଗନୱାଡୀ କର୍ମୀ ମମତା ଯୋଜନାର ଏକ କ୍ୟାଲେଣ୍ଡର ପ୍ରସ୍ତୁତ କରି ଯାଞ୍ଚ କମିଟିର ସଦସ୍ୟ ମାନଙ୍କ ଦ୍ଵାରା ଦସ୍ତଖତ କରାଇ ଅଙ୍ଗନୱାଡୀ କେନ୍ଦ୍ର ସାମନାରେ ଝୁଲାଇବେ । ସମୟ ସମୟରେ ଅଙ୍ଗନୱାଡୀ କେନ୍ଦ୍ରରେ ହେଉଥିବା ଅନ୍ୟାନ୍ୟ କାର୍ଯ୍ୟକଳାପ ଯଥା - ସ୍ତନ୍ୟପାନ ସପ୍ତାହ, ହାତ ଧୂଆ ଦିବସ ଏବଂ ପରିଷ୍କାର ପରିଚ୍ଛନ୍ନ ସମ୍ବନ୍ଧୀୟ ଉପକରଣର ବ୍ୟବହାରକୁ ଉପସ୍ଥିତ ରହି ତଦାରଖ କରିବେ । ମାତୃ କମିଟିର ସଦସ୍ୟ ମାତୃ କମିଟି ୬ ଜଣ ସଭ୍ୟଙ୍କୁ ନେଇ ଗଠିତ । ମିଶନ ଶକ୍ତି ଦ୍ଵାରା ଶ୍ରେଣୀଭୁକ୍ତ ହୋଇଥିବା କାର୍ଯ୍ୟକ୍ଷମ ସ୍ଵୟଂ ସହାୟକ ଦଳର ୨ଜଣ ସଭ୍ୟ । ଗ୍ରାମର ବୟୋଜ୍ୟେଷ୍ଠ ମହିଳା ୱାର୍ଡମେମ୍ବର Chair person ରହିବେ । ଯଦି ଗ୍ରାମରେ ମହିଳା ୱାର୍ଡମେମ୍ବର ନ ଥାନ୍ତି ତେବେ ସବୁଠାରୁ ଅଧିକ ପାଠ ପଢିଥିବା ମହିଳାଙ୍କୁ ଗ୍ରହଣ କରାଯିବ । ଗ୍ରାମ ଅଙ୍ଗନୱାଡୀ କର୍ମୀ କମିଟିର convencr ରହିବେ । ଯଦି ଗ୍ରାମରେ ଏକରୁ ଅଧିକ ଅଙ୍ଗନୱାଡୀ ଥାଏ, ତେବେ ବରିଷ୍ଠତମ ( ବରିଷ୍ଠ ଅର୍ଥାତ୍ ଚାକିରି କାଳର ଦୀର୍ଘ )ଅଙ୍ଗନୱାଡୀ କର୍ମୀ କମିଟିର convener ରହିବେ । ଗ୍ରାମର ଆଶା କର୍ମୀ ଗ୍ରାମର କାର୍ଯ୍ୟ କରୁଥିବା NGO ସଂସ୍ଥାରୁ ଜଣେ ମହିଳା ପ୍ରତିନିଧି କିମ୍ବା ଯୁବକସଂଘର ପ୍ରତିନିଧି ରହିବ । ମାତୃ କମିଟିର ଭୂମିକା ଏବଂ ଦାୟିତ୍ଵ ଗୃହ ପରିଦର୍ଶନ କରି ଦୁଇ ବର୍ଷରୁ କମ୍ ଶିଶୁଙ୍କର ପୁଷ୍ଟିହୀନତାକୁ ଅନୁଧ୍ୟାନ କରିବା । ପ୍ରାକ୍ ବିଦ୍ୟାଳୟର କାର୍ଯ୍ୟକ୍ରମକୁ ପର୍ଯ୍ୟାଲୋଚନା କରିବେ, ବିଶିଷ୍ଟ ଭାବରେ ଦୁର୍ବଳ ଶିଶୁ ଯଥା ଭିନ୍ନକ୍ଷମ ଏବଂ ପ୍ରବାସୀ ଶିଶୁ ମାନଙ୍କର ନାମଲେଖା ହୋଇଛି ଏବଂ ଉପସ୍ଥିତ କହୁଛନ୍ତି ତାହା ନିଶ୍ଚିତ କରିବେ । ବିଭାଗର ସମସ୍ତ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମର ଗୁଣାତ୍ମକ ମାନ ଦେଖିବେ । ଶୁଖିଲା ଖାଦ୍ୟ ବଣ୍ଟନ ଏବଂ ଗ୍ରହଣ ସମୟରେ ଉପସ୍ଥିତ ରହିବେ ଏବଂ ମା' ମାନଙ୍କୁ ସେମାନଙ୍କର ହକ୍ ଏବଂ ପରିପୂରକ ପୁଷ୍ଟିସାଧନର ଆବଶ୍ୟକତା ବିଷୟରେ ଜଣାଇବେ ଏବଂ ମାସରେ ଅନ୍ତତଃ ୨ଥର ଗୃହ ପରିଦର୍ଶନ କରିବେ । ଅଙ୍ଗନୱାଡୀରେ ପ୍ରାକ୍ ବିଦ୍ୟାଳୟ ପରିଚାଳନାରେ ଅଙ୍ଗନୱାଡୀ କର୍ମୀଙ୍କୁ ସାହାଯ୍ୟ କରିବେ । ଶିଶୁମାନଙ୍କର ନଖ କାଟିବା, ମୁଣ୍ଡ କୁଣ୍ଡାଇବା, ଖାଇବା ପୂର୍ବରୁ ଏବଂ ଖାଇବା ପରେ ହାତ ଧୋଇବାକୁ ନିଶ୍ଚିତ କରିବେ । ଉପର ଲିଖିତ ଦାୟିତ୍ଵ ଏବଂ ଭୂମିକା ଛଡା ନିମ୍ନଲିଖିତ କେତେଗୁଡିଏ କାର୍ଯ୍ୟକୁ ମଧ୍ୟ ନିଶ୍ଚିତ କରିବେ । ନିୟମିତ ଏବଂ ସଠିକ୍ ସମୟରେ ଅଙ୍ଗନୱାଡୀକେନ୍ଦ୍ର ଖୋଲିବା । ଗ୍ରାମରେ ଅଙ୍ଗନୱାଡୀ କର୍ମୀଙ୍କର ଅବସ୍ଥାନ । ନଥିପତ୍ରର ଉପଯୁକ୍ତ ପରିଚାଳନା । ଅଣୁଯୋଜନା ଅନୁସାରେ ଗ୍ରାମରେ ମମତା ଦିବସପାଳନ କରିବା । ସ୍ଵାସ୍ଥ୍ୟଗତ ଅସୁବିଧା ସହିତ ପୁଷ୍ଟିହୀନ ଶିଶୁମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ପୁଷ୍ଟିକର ଦିବସରେ ପରାମର୍ଶ ପାଇଁ ପଠାଇବା । ମାତୃ କମିଟିରେ ଅଙ୍ଗନୱାଡୀ କର୍ମୀଙ୍କର ଭୂମିକା ମାସକୁ ଥରେ ବୈଠକର ଆୟୋଜନ କରିବା ଏବଂ ଯଦି ଦରକାର ପଡେ ତେବେ ସ୍ଵତନ୍ତ୍ର ବୈଠକ ଆୟୋଜନ ପାଇଁ ଦାୟିତ୍ଵବାନ ହେବେ । ମାତୃ କମିଟୀର ସମସ୍ତ ସଦସ୍ୟାଙ୍କୁ ବୈଠକରେ ଭାଗନେବା ପାଇଁ ନିଶ୍ଚିତ କରିବେ । ବୈଠକରେ ମାତୃ କମିଟୀର ନିୟନ୍ତ୍ରିତ ସଭ୍ୟମାନଙ୍କ ମଧ୍ୟରୁ ହରିଜନ ଆଦିବାସୀ କିମ୍ବା ଲଘୁ ସଂପ୍ରଦାୟର ସଭ୍ୟ ମାନଙ୍କର ଉପସ୍ଥିତ ଏବଂ ଆଲୋଚନାରେ ଅଂଶ ଗ୍ରହଣକୁ ନିଶ୍ଚିତ କରିବେ । ପ୍ରତ୍ୟେକ ମାସରେ ନିର୍ଦ୍ଧାରିତ ତାରିଖରେ ବୈଠକ ବସିବାକୁ ନିଶ୍ଚିତ କରିବେ । ସଭ୍ୟମାନଙ୍କ ସହିତ ବୈଠକରେ ଉଦ୍ଦେଶ୍ୟ ବିଷୟରେ ମତାମତ ବିନିମୟ କରିବେ । ଆଧାର - Women and Child Development Department