କିଶୋରୀ ସ୍ଵାସ୍ଥ୍ୟର ଗୁରୁତ୍ଵ

୧୦-୧୯ ବର୍ଷର ବାଳକ/ବାଳିକାଙ୍କ ଅବସ୍ଥାକୁ କିଶୋରୀ ଅବସ୍ଥା କୁହାଯାଏ । ଏହି ସମୟରେ ସେମାନଙ୍କର ଦ୍ରୁତ ଶାରୀରିକ, ଆବେଗିକ, ମାନସିକ ଓ ସାମାଜିକ ପରିବର୍ତ୍ତନ ହୋଇଥାଏ ।

କିଶୋରୀ ବାଳିକାମାନେ ସାଧାରଣତଃ ଏହି ସମୟରେ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାନ୍ତି ଏବଂ ଦୁର୍ବଳ ସ୍ଵାସ୍ଥ୍ୟ ଅବସ୍ଥା ଯୋଗୁଁ ରକ୍ତହୀନତା, ମାସିକ ଋତୁସ୍ରାବରେ ଅନିୟମିତତା, ପ୍ରଜନନ ନଳୀ ସଂକ୍ରମଣ, ପୁଷ୍ଟିହୀନତା, ଅବାଞ୍ଛତ ଗର୍ଭଧାରଣ ଓ ବିପଦପୂର୍ଣ୍ଣ ଗର୍ଭପାତରେ ଆକ୍ରାନ୍ତ ହୋଇଥାନ୍ତି ।

କିଶୋରୀ ବାଳିକା ମାନଙ୍କର ପୁଷ୍ଟିହୀନତା ବିଶେଷକରି ଖାଦ୍ୟରେ ଲୌହସାରର ଅଭାବ ସହିତ ଶୀଘ୍ର ବିବାହ ଓ ଗର୍ଭଧାରଣ ଯୋଗୁଁ ଗର୍ଭାବସ୍ଥା ଓ ପ୍ରସବ ସମୟରେ ଜଙ୍କିଳ ଅବସ୍ଥା, ମାତୃ ମୃତ୍ୟୁ, ମୃତ ଶିଶୁ, ଶିଶୁ ମୃତ୍ୟୁ ତଥା କମ୍ ଓଜନର ଶିଶୁ ଜନ୍ମ ହୋଇଥାନ୍ତି ।

ରକ୍ତହୀନତା ବାଲ୍ୟାବସ୍ଥାରୁ ଆରମ୍ଭ ହୋଇଥାଏ । କିଶୋରୀ ଅବସ୍ଥାରେ ଆହୁରି ଅଧିକ ହୋଇଥାଏ, ଏବଂ ଏହା ଗର୍ଭାବସ୍ଥାରେ ଆହୁରୀ ବଢିଯାଏ ।

କିଶୋରୀ ବାଳିକା ମାନଙ୍କର ରକ୍ତହୀନତା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଓ ସବାଳ ଯୋଜନାର ଉଦ୍ଦେଶ୍ୟ ଗୁଡିକ -

କିଶୋରୀ ମାନଙ୍କର ସ୍ଵାସ୍ଥ୍ୟ ଓ ପୁଷ୍ଟିର ବିକାଶ ସାଧନ, ବିଶେଷଭାବରେ ଲୌହସାର ଅଭାବ ଜନିତ ରକ୍ତହୀନତାକୁ କମାଇବା ।

ସ୍ଵାସ୍ଥ୍ୟ, ପରିଷ୍କାର ପରିଚ୍ଚନ୍ନତା, ପରିପୁଷ୍ଟି, କିଶୋରୀମାନଙ୍କର ପ୍ରଜନନ ଓ ଯୌନ ସ୍ଵାସ୍ଥ୍ୟ ଏବଂ ପରିବାର ଓ ଶିଶୁ ଯତ୍ନ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା।

ଏହା ବ୍ୟତୀତ ସବଳା ଯୋଜନାର ନିମ୍ନଲିଖିତ ଲକ୍ଷ୍ୟ ଅଛି :

ଜୀବନ କୌଶଳ ଶିକ୍ଷା ଧନ୍ଦାମୂଳକ କାମ ଏବଂ ପରିଚାଳନା ଦକ୍ଷତା ବୃଦ୍ଧି କରିବା ।

ସ୍କୁଲ ଛାଡିଥିବା କିଶୋରୀମାନଙ୍କୁ ଆନୁଷ୍ଠାନିକ / ଅଣଆନୁଷ୍ଠାନିକ ଶିକ୍ଷାଦେଇ ମୁଖ୍ୟ ସ୍ରୋତରେ ମିଶାଇବା ।

କିଶୋରୀ ବାଳିକାମାନଙ୍କର ଆତ୍ମବିକାଶ କରାଇ ସେମାନଙ୍କୁ ସଂଶକ୍ତିକରଣ କରାଇବା ।

AACP ଅଧିନରେ ସେବା

ଯୋଗ୍ୟ ଦଳ :ପାଠ ପଢୁଥିବା ଓ ପାଠ ଛାଡି ଘରେ ଥିବା ୧୦-୧୯ ବର୍ଷ ବୟସର କିଶୋରୀବାଳିକା ।

IFA ବଟିକା ଯୋଗାଣ : ସ୍କୁଲରେ ପଢୁଥିବା କିଶୋରୀ ଯେଉଁମାନେ IFA ବଟିକା ଖାଇ ନାହାଁନ୍ତି ଓ ଯେଉଁମାନେ ସ୍କୁଲକୁ ଯାଉ ନାହାଁନ୍ତି ସେହି କିଶୋରୀମାନଙ୍କୁ ଅଙ୍ଗନୱାଡି କର୍ମୀଙ୍କ ତଦାରଖରେ ସପ୍ତାହକୁ ଥରେ IFA ବଟିକା ଯୋଗାଇ ଦିଆଯିବ ।

ପୁଷ୍ଟି ଓ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ଶିକ୍ଷା :କେନ୍ଦ୍ରରେ ନିର୍ଦ୍ଧାରିତ ସାପ୍ତାହିକ ସ୍ଵାସ୍ଥ୍ୟ ଦିବସରେ ଅଙ୍ଗନୱାଡୀ କର୍ମୀ କିଶୋରୀବାଳିକା ମାନଙ୍କୁ ସ୍ଵାସ୍ଥ୍ୟ, ପୁଷ୍ଟି, ପରିଷ୍କାର ପରିଚ୍ଛନ୍ନତା, ବିଶୁଦ୍ଧ ପାନୀୟ ଜଳ ଓ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ସମ୍ବନ୍ଧରେ ଶିକ୍ଷା ଦେବେ ।

ସ୍ଵାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ସେବା :ତ୍ରୟମାସିକ କିଶୋରୀ ସ୍ଵାସ୍ଥ୍ୟ ମେଳା / କିଶୋରୀ ଦିବସରେ କିଶୋରୀମାନଙ୍କର ଓଜନ, ଉଚ୍ଚତା ଓ BMI ଯାଞ୍ଚ କରାଯିବା ସହିତ ସ୍ଵାସ୍ଥ୍ୟ ପରୀକ୍ଷା କରାଯିବ ଓ ତଦନୁଯାୟୀ ପରାମର୍ଶ ସେବାପାଇଁ ପଠାଯିବ । ସେଠାରେ ମଧ୍ୟ ପୁଷ୍ଟିକର ଖାଦ୍ୟର ପ୍ରଦର୍ଶନ କରାଯିବ ।

ସବଳା ଯୋଜନା ଅଧିନସ୍ଥ

କିଶୋରୀବାଳିକା ମାନଙ୍କ ରକ୍ତହୀନତା ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧିନସ୍ଥ ସମସ୍ତ ସେବା ଯଥା IFA ବଟିକା ପ୍ରଦାନ, ସ୍ଵାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ସେବା, ଓ ସ୍ଵାସ୍ଥ୍ୟ / ପୁଷ୍ଟି ସମ୍ବନ୍ଧୀୟ ଶିକ୍ଷା ।

ପରିପୂରକ ପୁଷ୍ଟିସାଧନ : ୧୧ ରୁ ୧୪ ବର୍ଷର ସ୍କୁଲ ଛାଡିଥିବା ସମସ୍ତ କିଶୋରୀବାଳିକା ଏବଂ ୧୪ ରୁ ୧୮ ବର୍ଷର ସମସ୍ତ କିଶୋରୀ ବାଳିକାଙ୍କ ନିମନ୍ତେ ୬୦୦ କ୍ୟାଲୋରୀ ଏବଂ ୧୮ରୁ ୨୦ ଗ୍ରାମ୍ ପୁଷ୍ଟିସାର (ମୂଲ୍ୟ ୫ ଟଙ୍କା ଦୈନିକ)ଖାଦ୍ୟ ପ୍ରଦାନ କରାଯିବ ।

ପରିବାର ନିୟନ୍ତ୍ରଣ, କିଶୋରୀ ପ୍ରଜନନ ଓ ଯୌନ ସ୍ଵାସ୍ଥ୍ୟ, ଶିଶୁ ଯତ୍ନ ସମ୍ବନ୍ଧୀୟ ସୁଅଭ୍ୟାସ ଓ ଗୃହ ପରିଚାଳନା ସମ୍ବନ୍ଧୀୟ ପରାମର୍ଶ ଦିଆଯିବ ।

ଜୀବନ କୌଶଳ ଶିକ୍ଷା ଏବଂ ଲୋକାଭିମୁଖି ସେବା (ଆନୁଷ୍ଠାନିକ ଓ ଅଣ ଆନୁଷ୍ଠାନିକ ଶିକ୍ଷା ମାଧ୍ୟମରେ ସେମାନଙ୍କୁ ମୁଖ୍ୟ ସ୍ରୋତରେ ମିଶାଯିବ )

ଧନ୍ଦାମୂଳକ ତାଲିମ (୧୬ ବର୍ଷ ଏବଂ ତଦୁର୍ଦ୍ଦ କିଶୋରୀ)ଶ୍ରମ ମନ୍ତ୍ରଣାଳୟ ଦ୍ଵାରା ଗୃହିତ ଧନ୍ଦାମୂଳକ ତାଲିମ ପ୍ରଦାନ କରାଯିବ ।

AACP ଏବଂ ସବାଳ ଯୋଜନା

AACP ଏବଂ ସବାଳ ଯୋଜନାରେ ଅଙ୍ଗନୱାଡୀ କର୍ମୀଙ୍କ ଦାୟିତ୍ଵ :-

ତାଲିକା ଲିପିବଦ୍ଧ : ୧୦ - ୧୯ ବର୍ଷ ବୟସ ( ୧୧-୧୮ ବର୍ଷ ସବଳା ଯୋଜନାରେ ) ସମସ୍ତ କିଶୋରୀ ମାନଙ୍କ ତାଲିକା ପ୍ରସ୍ତୁତ । ନିମ୍ନଲିଖିତ ତାଲିକାରେ ଉଲ୍ଲେଖ କରାଯିବ :

ପାଠ ଛାଡି ଥିବା କିଶୋରୀ

ସ୍କୁଲ କୁ ଯାଉଥିବା କିଶୋରୀ

କେତେଜଣ ବିବାହିତା କିଶୋରୀ ଅଛନ୍ତି ଯେଉଁମାନେ ଗର୍ଭବତୀ ଓ ପ୍ରସୂତି ହୋଇ ନାହାଁନ୍ତି ।

IFA ବଟିକାର ସୁପରିଚାଳନା ଅଙ୍ଗନୱାଡୀ କର୍ମୀ ପଞ୍ଜୀକରଣ କରିଥିବା କିଶୋରୀମାନଙ୍କର ୬ ମାସ ପାଇଁ ଆବଶ୍ୟକ IFA ବଟିକାର ତାଲିକା ପ୍ରଦାନ କରିବେ ।

ସି.ଡି.ପି.ଓ ଙ୍କ ଠାରୁ ୩ ମାସର ଷ୍ଟକ୍ ଗ୍ରହଣ କରିବେ ।

ପ୍ରତିମାସ ଜମା ଓ ଖର୍ଚ୍ଚର ବିବରଣୀ ପ୍ରଦାନ କରିବେ।

କିଶୋରୀ ସଭା ପରିଚାଳନା

ପ୍ରତି ସପ୍ତାହରେ କିଶୋରୀମାନଙ୍କୁ ନେଇ ସ୍ତିରିକୃତ କିଶୋରୀ ଦିବସରେ ଅଙ୍ଗନୱାଡୀ କର୍ମୀ ଏକ ସଭା କରିବେ ।

କ୍ୟାଲେଣ୍ଡରର ବିଷୟବସ୍ତୁ ଅନୁଯାୟୀ ଅଙ୍ଗନୱାଡୀ କର୍ମୀ ରକ୍ତହୀନତା, ମାସିକ ଋତୁସ୍ରାବ ସମୟରେ ପରିଷ୍କାର ପରିଚ୍ଛନ୍ନତା ତଥା ସନ୍ତୁଳିତ ଆହାର ସମ୍ବନ୍ଧରେ ପୁଷ୍ଟି ଓ ସ୍ଵାସ୍ଥ୍ୟ ଶିକ୍ଷା ଦେବେ ।

IFA ବଟିକା ଖାଉଛନ୍ତି ନା ନାହିଁ ପରିଦର୍ଶନ କରିବା ସଙ୍ଗେ ସଙ୍ଗେ କିଶୋରୀବାଳିକା ମାନଙ୍କୁ ଏଥିନିମନ୍ତେ ବ୍ୟବହୃତ କାର୍ଡପୂରଣ କରିବାରେ ସାହାଯ୍ୟ କରିବେ ।

ଲିପିବଦ୍ଧ ଓ ରିପୋର୍ଟ ପ୍ରଦାନ :AACP ର ନଥିପତ୍ରକୁ ନିୟମିତ ପୂରଣ କରିବେ ଏବଂ ତଦନୁଯାୟୀ ମାସିକ ପ୍ରଗତି ବିବରଣୀ ପ୍ରଦାନ କରିବେ ।

କିଶୋରୀ ସ୍ଵାସ୍ଥ୍ୟ ମେଳା

ପ୍ରତିଦିନ ମାସରେ ଥରେ ଗ୍ରାମ୍ୟ ସ୍ଵାସ୍ଥ୍ୟ ଓ ପୁଷ୍ଟି ଦିବସରେ ବା ଯେ କୌଣସି ସ୍ଥିରିକୃତ ଦିବସରେ କିଶୋରୀ ବାଳିକା ମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଏ ।

କିଶୋରୀ ମାନଙ୍କର ଓଜନ, ଉଚ୍ଚତା BMI ଓ ରକ୍ତରେ ଲୌହସାରର ପରିମାଣ ଲିପିବଦ୍ଧ କରାଯାଏ ।

ସ୍ଵାସ୍ଥ୍ୟ ଓ ପରିଷ୍କାର ପରିଚ୍ଛନ୍ନତା ସମ୍ବନ୍ଧୀୟ ସାଧାରର ଭାବେ ପଚରାଯାଉଥିବା ପ୍ରଶ୍ନଗୁଡିକ ଉପରେ ଆଲୋଚନା କରାଯାଇ ସନ୍ଦେହ ମୋଚନ କରାଯାଏ ।

ପରିପୂରକ ପୁଷ୍ଟି ସାଧନ (ସବଳା)

କିଶୋରୀ ବାଳିକା ମାନଙ୍କ ପାଇଁ ଉର୍ଦ୍ଧିଷ୍ଟ ପୁଷ୍ଟିବ୍ୟବସ୍ଥା ଅନୁଯାୟୀ ଖାଦ୍ୟ ପରିଚାଳନା ଏବଂ ବଣ୍ଟନ କରାଯିବ ।

ଗୃହ ପରିଦର୍ଶନ

୨ ବା ୩ ଜଣ କିଶୋରୀ ବାଳିକାଙ୍କୁ ସାଙ୍ଗରେ ନେଇ ଅଙ୍ଗନୱାଡୀ କିଶୋରୀ ବାଳିକା ମାନଙ୍କ ଉପରେ ଉପୁଜୁଥିବା ସମସ୍ୟା ଗୁଡିକ ସମ୍ବନ୍ଧରେ ଗୃହ ପରିଦର୍ଶନ ସମୟରେ ଆଲୋଚନା କରିବେ ।

ଆଧାର - Women and Child Development Department